Author: SM Network

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା, ଯାହା ପରେ ତାଙ୍କୁ ଦିଲ୍ଲୀ AIIMS ର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି। ଜୁଲାଇ ୧୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ୭୩ ତମ ଜନ୍ମଦିନ ପାଳନ କରିଥିଲେ। ଦେଶର ସମସ୍ତ ନେତା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ତାଙ୍କୁ କ୍ୟାବିନେଟର ଜଣେ ମୂଲ୍ୟବାନ ସହଯୋଗୀ ବୋଲି କହିଥିଲେ। ସେ କହିଥିଲେ ଯେ, ରାଜନାଥ ସିଂ ଜଣେ ନେତା ଯିଏ ତାଙ୍କ ବୁଦ୍ଧି ପାଇଁ ବହୁ ସମ୍ମାନିତ ଅଟନ୍ତି। କଠିନ ପରିଶ୍ରମ ଏବଂ ସେବା ପ୍ରତି ପ୍ରତିବଦ୍ଧତା ଆଧାରରେ ସେ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଖେଳ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ବାଲୁଗାଁ କୁଲାକୁଣ୍ଢେଇ ନିକଟ ଏକ ପରିତ୍ୟକ୍ତ ଘରେ ଜୁଆ ଖେଳ ହେଉଥିବା ଖବରପାଇ ଚଢ଼ାଉ ବେଳେ ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୪ ହଜାର ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ତାସ ମୁଠା ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଅଶୋକ ନଗରର ନିଳାଞ୍ଚଳ ବିଶ୍ୱାସ (୩୮), ଚକ୍ରଧରପୁରର ପ୍ରତାପ କୁମାର ପ୍ରଧାନ (୪୮), ବଡ଼କୁଳର ଦୀପକ କୁମାର ସାହୁ (୩୭), ସୁବୁଦ୍ଧି ପାଟଣାର ଗଣେଷ ସାହୁ (୫୦) ଓ ଛେଡାପଦରର ଗଣେଷ ବେହେରା (୩୦)। ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୨୮/୨୪ ରେ ମାମଲା ରୁଜୁକରି ଆସନ୍ତାକାଲି କୋର୍ଟ…

Read More

ଭୁବନେଶ୍ବର: ଶିକ୍ଷାବର୍ଷରେ ଓଡିଶାର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ଓଡିଶା ସରକାରୀ ହାଇସ୍କୁଲ ସି. ବି. ଟି. ଶିକ୍ଷକ ସଂଘ ଦାବି କରିଛି। ଏହାସହ ବଦଳି ପ୍ରକ୍ରିୟା ସପ୍ତାହେ ଭିତରେ ଶେଷ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ପ୍ରକାଶ ଥାଉକି ୨୦୨୩ ମସିହା ଅକ୍ଟୋବର ମାସରୁ ବଦଳି ପ୍ରକ୍ରିୟା ଆରମ୍ଭ ହେବାଠାରୁ ପ୍ରାୟ ୧୦ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗରୁ ଟ୍ରାନ୍ସଫର୍ ଅର୍ଡର ବାହାରି ପାରୁନି। ବିଭାଗର ବଦଳି କ୍ୟାଲେଣ୍ଡର୍ ଅନୁଯାଇ ୨୦୨୪ ମସିହା ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସେ ସବୁ ପାଣିର ଗାର ପାଲଟିଛି। ଏମିତିକି ଗୁରୁତର ରୋଗାକ୍ରାନ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମେଡିକାଲ ଗ୍ରାଉଣ୍ଡରେ ବଦଳି ପାଇଁ ଆବେଦନ କରିଥିଲେ ମାତ୍ର ଟ୍ରାନ୍ସଫର ଅର୍ଡର ବାହାରିବା ପୂର୍ବରୁ କତିପୟ ଶିକ୍ଷକ ଚିରଦିନ ପାଇଁ…

Read More

ଭୁବନେଶ୍ଵର: ଜିଏସଟି ଫେରସ୍ତ କରିବା ବଦଳରେ ଜନୈକ ଅଭିଯୋଗକାରୀଙ୍କଠାରୁ ୧୫,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ରୀୟ ଜିଏସଟି ଏବଂ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ ଗିରଫ କରିଛି। ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଧାରରେ ସିବିଆଇ ୦୯.୦୭.୨୦୨୪ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ପୂର୍ବରୁ ଅଭିଯୋଗକାରୀଙ୍କୁ ୧.୭୭ ଲକ୍ଷ ଟଙ୍କାର ଜିଏସଟି ଫେରସ୍ତ ପ୍ରକ୍ରିୟା କରିଥିବା ଦର୍ଶାଇ ଏବଂ ଅଭିଯୋଗକାରୀଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କାର ଆଉ ଏକ ଜିଏସଟି ରିଫଣ୍ଡ ସୁରୁଖୁରୁରେ ପ୍ରକ୍ରିୟାକରଣ କରିଥିବା ଦର୍ଶାଇ ଅଭିଯୁକ୍ତ ଅଭିଯୋଗକାରୀଙ୍କଠାରୁ ୨୦,୦୦୦/- ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଅଧିକାରୀ ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ମାଗିଥିବା ମୋଟ ୨୦,୦୦୦/- ଟଙ୍କା ଲାଞ୍ଚ ରାଶି ମଧ୍ୟରୁ ୧୫,୦୦୦/- ଟଙ୍କାର ପ୍ରଥମ କିସ୍ତି  ଲାଞ୍ଚ  ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ। ବ୍ରହ୍ମପୁର ଓ ଭୁବନେଶ୍ୱରରେ…

Read More

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ କନଷ୍ଟେବଳଙ୍କ ୧୦ ପ୍ରତିଶତ ପଦବୀ ସଂରକ୍ଷଣ କରିଛି। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ରେ ମଧ୍ୟ ଶାରୀରିକ ପରୀକ୍ଷଣରେ ସରକାର ଆଶ୍ଵସ୍ତି ପ୍ରଦାନ କରିବେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅଗ୍ନିବୀର ମଧ୍ୟ କେନ୍ଦ୍ରୀୟ ପୋଲିସ ଫୋର୍ସରେ ଚାକିରି ପାଇବେ। ଏଥିସହ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ପଦବୀ ସଂରକ୍ଷିତ ରହିବ। ଅଗ୍ନିବୀରଙ୍କୁ ମଧ୍ୟ ଶାରୀରିକ ପରୀକ୍ଷଣରୁ ମୁକ୍ତ କରାଯିବ ଏବଂ ୧୦ ପ୍ରତିଶତ ପଦବୀ ମଧ୍ୟ CISF ରେ ସଂରକ୍ଷିତ ରହିବ। ଏହି ସମୟରେ ସିଏସ୍ଏଫ୍ ମହାନିର୍ଦ୍ଦେଶକ ନୀନା ସିଂ କହିଛନ୍ତି ଯେ, ସିଏସ୍ଏଫ୍ ମଧ୍ୟ ଏ ଦିଗରେ ସମସ୍ତ ପ୍ରସ୍ତୁତି ଚଳାଇଛି। ଅଗ୍ନିପଥ ଯୋଜନାକୁ ନେଇ ବିବାଦ:…

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦:୩୦ ମିନିଟ ସମୟରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବରର ଏକାମ୍ର ବିଧାୟକ ବାବୁ ସିଂ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଲବନ୍ତରାୟ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ ପ୍ରମୁଖ ଅତିଥିମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା ସଭାପତିତ୍ବ କରିଥିବା ବେଳେ ବୈଠକରେ ସ୍ବାଗତ ଭାଷଣ ରଖିଥିଲେ କୁସୁମ କୁମାରୀ ପ୍ରହରାଜ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁପୋଷଣ (ପୁଷ୍ଟି ହୀନତା )ମୁକ୍ତ ଭାରତ’ ଗଠନ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କର ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀକ ପୋଷଣ କାର୍ଯ୍ୟକ୍ରମ। ପିଲା ମାନଙ୍କର ଉଚ୍ଚତା ଏବଂ ଓଜନ ମାଧ୍ୟମରେ ପୁଷ୍ଟି ହୀନତା ବିଷୟରେ ଜଣାଯିବା। ଆଜି ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼କୁଳ ପଞ୍ଚୟତ ଗ୍ରସ୍ତ କରି ପଞ୍ଚୟତବାସୀଙ୍କ ଅଭିଯୋଗ ଶୁଣିଛନ୍ତି। ନିର୍ବାଚନ ସମୟରେ ଲୋକଙ୍କ ନିକଟକୁ ଯାଇ ବିଭିନ୍ନ ସମସ୍ୟା ଦୂର କରିବାନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ତାହାକୁ ପାଳନ କରିଥିବା କହିଛନ୍ତି। ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବଡ଼କୁଳ ପଞ୍ଚୟତ ସମେତ ଅଠରବାଟିଆ ଓ ଡୁଙ୍ଗମାଳ ପଞ୍ଚୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୨୫ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୬ ଟି ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ସମ୍ପର୍କିତ ସାମୁହିକ ଅଭିଯୋଗ ରହିଥିବା ବେଳେ ଅନ୍ୟ ୧୧୯ ମଧ୍ୟରୁ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ରହିଥିଲା। ସମସ୍ୟାର ସମାଧନ ଖୁବ କମ ସମୟ ମଧ୍ୟରେ କରିବାନେଇ ବିଭାଗୀୟ…

Read More

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍ ର ବଡ ବଡ କିମ୍ବଦନ୍ତୀ ଖେଳାଳି ବର୍ମିଂହାମ୍ ରେ ଚାଲିଥିବା ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସରେ ଖେଳୁଛନ୍ତି। ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ପ୍ରବେଶ କରିଛନ୍ତି। କିଏ କାହା ସହିତ ସଂଘର୍ଷ କରିବ ଏଠାରେ ଜାଣନ୍ତୁ….. ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସରେ ମୋଟ ୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଏହି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳିମାନେ ଏହି ଲିଗରେ ଖେଳୁଛନ୍ତି। ଯୁବରାଜ ସିଂଙ୍କ ଇଣ୍ଡିଆ ଚାମ୍ପିଅନ୍ସର ନେତୃତ୍ଵ ନେଉଛନ୍ତି। ଯେତେବେଳେ କି ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ର ନେତୃତ୍ଵ ଆରୋନ ଫିଞ୍ଚଙ୍କ ହାତରେ ଅଛି। ଏହା ବ୍ୟତୀତ ପାକିସ୍ତାନ ଚାମ୍ପିଅନ୍ସ ୟୁନିସ ଖାନଙ୍କ ନେତୃତ୍ୱରେ ଅଛି। ସେହିଭଳି ୱେଷ୍ଟଇଣ୍ଡିଜ୍ ଚାମ୍ପିଅନ୍ସର ନେତୃତ୍ଵ ଡାରେନ୍…

Read More

ଭୁବନେଶ୍ଵର: ଗୀତ ଗାଉଗାଉ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ଟଳି ପଡିଥିଲେ। ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅକାଳ ବିୟୋଗ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗଜପତି ଜିଲ୍ଲାର କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଆକସ୍ମିକ ବିୟୋଗ ଖବର ଦୁଃଖଦାୟକ। ଜଣେ ଦକ୍ଷ ଓ କର୍ମଠ ଅଧିକାରୀ ଭାବେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତାଙ୍କର ନିଷ୍ଠାପର କାର୍ଯ୍ୟ ସର୍ବଦା ପ୍ରେରଣାଦାୟୀ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀଙ୍କ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଏନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ସେଠାରେ ପହଞ୍ଚିବା ପରେ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଉତ୍ସାହ ଓ ସ୍ନେହର ସହ ସ୍ୱାଗତ କରାଯାଇଥିଲା। ଅଷ୍ଟ୍ରିଆର ଶ୍ରମ ଓ ଅର୍ଥନୀତି ମନ୍ତ୍ରୀ ମହାମହିମ ଶ୍ରୀ ମାର୍ଟିନ କୋଚର ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ରେ ପ୍ରବାସୀ ଭାରତୀୟଙ୍କ ଅବଦାନ ବିଷୟରେ ନିଜର ମତ ବ୍ୟକ୍ତ କରିଥିଲେ। ଦୁଇ ମିତ୍ର ରାଷ୍ଟ୍ର କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ତାଙ୍କର ଏହି ଗସ୍ତ ବାସ୍ତବରେ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି। ଦୁଇ ଦେଶର ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବହୁଳତାବାଦୀ ମୂଲ୍ୟବୋଧକୁ ମନେ ପକାଇ…

Read More

ନୂଆଦିଲ୍ଲୀ: ସହିଦ ଅଗ୍ନିବୀର ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ କ୍ଷତିପୂରଣ ସମ୍ପର୍କରେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ସ୍ପଷ୍ଟ ଭାବେ ସୂଚନା ଦେଇ କହିଛନ୍ତି ଯେ, ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ। ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରକ୍ରିୟାରେ ସାମିଲ ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ସବିଶେଷ ସୂଚନା ଦେଇ ଶ୍ରୀ ଭଦୌରିଆ ସମ୍ପୂର୍ଣ୍ଣ ଅର୍ଥପଇଠ ପାଇଁ ଲାଗୁଥିବା ସମୟକୁ ନେଇ ଦେଖା ଦେଇଥିବା ସମସ୍ତ ବିବାଦକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅନୁକମ୍ପାମୂଳକ ଅର୍ଥରାଶି ଓ ଅନ୍ୟାନ୍ୟ ସହାୟତା ଅର୍ଥ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ପ୍ରଥମେ ଏହା ଯୁଦ୍ଧଜନିତ ମୃତ୍ୟୁ କିମ୍ବା ଅନ୍ୟ କୌଣସି ଶାରୀରିକ ଆଘାତ ଜନିତ ମୃତ୍ୟୁ ତାହା ପ୍ରମାଣିତ କରିବାକୁ ହୋଇଥାଏ। ଏହା ସରକାରଙ୍କ ଦ୍ୱାରା ପରିଚାଳନା କରାଯାଏ ତେଣୁ ପ୍ରମାଣ କରିବା ଜରୁରୀ। ପ୍ରମାଣ କରିବାର ପ୍ରକ୍ରିୟାରେ ମଧ୍ୟ କେତେକ ମାର୍ଗଦର୍ଶିକା ପାଳନ…

Read More

ପୁରୀ: ବିଭିନ୍ନ କ୍ଷେତ୍ରର ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ ପର୍ଯ୍ୟଟନ ତଥା ବନ୍ୟଜନ୍ତୁ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ପୁରୀ ସମୁଦ୍ର ବେଳାଭୂମିରେ ଉଦ୍ଘାଟନ ହେଲା ବିଚ୍ ପାଭିଲିୟନ୍। ଜୁଲାଇ ମାସ ୨୦୨୪, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯନ୍ତ ଏହି ସଚେତନତା ଅଭିଯାନ ଜାରିରହିବ। ଓଡ଼ିଶାର ୪୮୦ କିମି ସୁଦୀର୍ଘ ସୁନ୍ଦର ବେଳାଭୂମି, ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ପରିଚିତ। ସାରା ବିଶ୍ଵରୁ ବିଲୁପ୍ତ ପ୍ରାୟ ଅଲିଭ୍ ରିଡଲେ କଇଁଛମାନଙ୍କ ମଧ୍ୟରୁ ଏକ ବୃହତମ ଅଂଶ ପ୍ରତିବର୍ଷ ପ୍ରଜନନ ପାଇଁ ଏହି ବେଳାଭୂମିକୁ ଆସନ୍ତି ହେଲେ ପାଟ୍ରୋଲିଂ ଅଭାବ, ଅବହେଳା ଏବଂ ଅସୁରକ୍ଷିତ ଉପକୂଳ ବେଳାଭୂମି ପାଇଁ ପ୍ରତିବର୍ଷ ହଜାର ହଜାର ଅଲିଭ୍ ରିଡଲେ କଇଁଛ ମୃତ୍ୟୁବରଣ କରନ୍ତି। ଭବିଷ୍ୟତ ପିଢୀ ପାଇଁ ଅଲିଭ୍ ରିଡଲେ କଇଁଛମାନଙ୍କୁ ସୁରକ୍ଷା ଦେବା ପାଇଁ ଇମାଜେରୀର ପ୍ରତିଷ୍ଠାତା ତଥା ପ୍ରମୋଟର କିର୍ତ୍ତିକିଶୋର ମହାରଣା ଦ୍ୱାରା ଏହି ଅଭିଯାନ ଆରମ୍ଭ ହୋଇଛି।…

Read More

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆଙ୍କ ସମସ୍ୟା ସମାପ୍ତ ହେଉନାହିଁ। ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି ସୁପ୍ରିମକୋର୍ଟରେ ସ୍ଥଗିତ ରଖାଯାଇଛି। ସେ ପ୍ରାୟ ୧୬ ମାସ ଜେଲରେ ଅଛନ୍ତି ଏବଂ ଅନେକ ଥର ଜାମିନ ଆବେଦନ କରିଛନ୍ତି। ବାସ୍ତବରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଆବେଦନକୁ ଶୁଣାଣି କରୁଥିବା ବିଚାରପତି ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅର୍ଥ ହେରଫେର ତମାମଲାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଜାମିନ ପାଇଁ ସିସୋଦିଆ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା, ସଞ୍ଜୟ କରୋଲ ଏବଂ ସଞ୍ଜୟ କୁମାର ଏହି ମାମଲାର ଶୁଣାଣି କରିବେ, କିନ୍ତୁ କୁମାର…

Read More

ମୁମ୍ବାଇ: କିଛି ମାସ ପରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପୃଷ୍ଠଭୂମିରେ ରାଜ୍ୟ ରାଜନୀତିରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ମହାରାଷ୍ଟ୍ରରେ ବିଜେପି କୁ ବଡ ଝଟକା ଲାଗିଛି। ପୂର୍ବତନ ବିଜେପି ବିଧାୟକ ସୁଧାକର ଭାଲେରାଓ ବିଜେପି ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସୁଧାକର ଭାଲେରାଓ ଏନସିପି ଶରଦ ପାୱାର ଦଳରେ ଯୋଗ ଦେଇଛନ୍ତି। ଏନସିପି (ଏସପି) ଦଳରେ ଯୋଗଦେବା ସମୟରେ ମହାରାଷ୍ଟ୍ର ରାଜ୍ୟ ସଭାପତି ଜୟନ୍ତ ପାଟିଲ, ବିଧାୟକ ରାଜେଶ ଟୋପେଙ୍କ ସମେତ ବହୁ ବିଶିଷ୍ଟ ନେତା ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ସୁଧାକର ଭାଲେରାଓଙ୍କ ବିଜେପି ଛାଡିବା ଦଳ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ଭାଲେରାଓ କ୍ରମାଗତ ଦୁଇ ଥର ଉଦଗିର ରିଜର୍ଭ ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ରହିଛନ୍ତି।

Read More

ନୂଆଦିଲ୍ଲୀ: ୨୦୨୪ ଅଲିମ୍ପିକ୍ସ ବିଷୟରେ ଚର୍ଚ୍ଚା ଜୋର ଧରିଛି। ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ୨୦୨୪ ଅଲିମ୍ପିକ୍ସ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୧୧ ତାରିଖରେ ଅଲିମ୍ପିକ୍ସ ଖେଳ ଶେଷ ହେବ। ଏହାପୂର୍ବରୁ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସ ଭାରତ ପାଇଁ ଐତିହାସିକ ଥିଲା। ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ୭ ଟି ପଦକ ଜିତିଥିଲା। ବ୍ୟାଡମିଣ୍ଟନରେ ଭାରତ ପାଇଁ ଏକ ପଦକ ମଧ୍ୟ ରହିଥିଲା, ଯାହାକୁ ପିଭି ସିନ୍ଧୁ ଜିତିଥିଲେ। ଗତଥର ପରି ଏଥର ମଧ୍ୟ ବ୍ୟାଡମିଣ୍ଟନରେ ପଦକ ପାଇବାକୁ ଭାରତ ଆଶା ରଖିଛି। ଟୋକିଓରେ ଖେଳାଯାଇଥିବା ଶେଷ ଅଲିମ୍ପିକ୍ସ ପରି ଏଥର ମଧ୍ୟ ଭାରତ ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପଦକ ପାଇବାକୁ ଆଶା କରିବେ। ଟୋକିଓ ଅଲିମ୍ପିକ୍ସରେ ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ପଦକ ଜିତିବା ଦ୍ୱାରା ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ଅଲିମ୍ପିକ୍ସରେ ଦୁଇଟି ବ୍ୟକ୍ତିଗତ ପଦକ…

Read More

ନୂଆଦିଲ୍ଲୀ: ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ରୁଷ ଯାଇଥିଲେ, ସେତେବେଳେ ଆମେରିକା ଏହା ଉପରେ ଚିନ୍ତା ପ୍ରକଟ କରିବା ସହ ପିଏମ ମୋଦୀଙ୍କ ବିବୃତ୍ତି ଉପରେ ନଜର ରଖିଥିଲା। କିନ୍ତୁ ବର୍ତ୍ତମାନ ଆମେରିକା ଭାରତର ଶକ୍ତିକୁ ସ୍ୱୀକୃତି ଦେଇଛି। ଆମେରିକା ବିଶ୍ୱାସ କରିଛି ଯେ, ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧକୁ କେବଳ ଭାରତ ରୋକିପାରିବ। ୟୁକ୍ରେନ-ରୁଷ ଯୁଦ୍ଧକୁ ସମାପ୍ତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଆମେରିକା ସ୍ୱୀକାର କରିଛି। ଆମେରିକା ବୁଧବାର ଏକ ବିବୃତ୍ତି ଜାରି କରି କହିଛି ଯେ, ଭାରତ ପାଖରେ ଏହି କ୍ଷମତା ଅଛି, ଯାହା ଯୁଦ୍ଧ ବନ୍ଦ କରିବା ପାଇଁ ଭ୍ଲାଦିମିର ପୁତିନଙ୍କୁ ମନାଇବାରେ ସଫଳ ହୋଇପାରିବ। ମୋଦିଙ୍କ ଦୁଇ ଦିନିଆ ରୁଷ ଗସ୍ତ ପରେ ଆମେରିକା ଏହି ବିବୃତ୍ତି ଦେଇଛି। ହ୍ଵାଇଟ ହାଉସର ମୁଖପାତ୍ର କରିନା ଜାନ-ପିୟରେ କହିଛନ୍ତି ଯେ, ଆମର ବିଶ୍ୱାସ ଯେ ରୁଷ…

Read More

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧକୁ ପ୍ରାୟ ୯ ମାସ ବିତିଯାଇଛି। ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ବର୍ତ୍ତମାନ ୩୮,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ୨୩ ଲକ୍ଷ ଲୋକ ଭୂମିହୀନ ହୋଇଯାଇଛନ୍ତି, କିନ୍ତୁ ଏହି ସଂଖ୍ୟା ସତ ନୁହେଁ। ଲାନସେଟ୍ ମେଡିକାଲ୍ ଜର୍ନଲ୍ ଏହି ବିଷୟରେ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ବହୁତ ଚକିତକାରୀ ସଂଖ୍ୟା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି ଯେ ଜୁନ୍ ସୁଦ୍ଧା ପାଲେଷ୍ଟାଇନ ଅଞ୍ଚଳରେ ପ୍ରାୟ ୩୮ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଲାନସେଟ୍ କହିଛି ଯେ, ପ୍ରକୃତ ମୃତ୍ୟୁ ସଂଖ୍ୟା ୧,୮୬,୦୦୦ ହୋଇପାରେ। ଏହାର ଅର୍ଥ ହେଉଛି ଗାଜାରେ ମୃତ୍ୟୁ ସଂଖ୍ୟା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନଠାରୁ ପାଞ୍ଚ ଗୁଣ ଅଧିକ ହୋଇପାରେ। ଏହିପରି ମୃତଦେହ ଗଣନା କରାଯାଇଥିଲା ଲାନସେଟ୍ ଲେଖକମାନେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନଗୁଡିକର…

Read More

ନୂଆଦିଲ୍ଲୀ: ପାକିସ୍ତାନରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଆଇସିସି ସହିତ ଏ ସମ୍ପର୍କରେ ବିସିସିଆଇ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରେ। ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ। ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ଘଟଣା ଘଟିଥିଲା। ଗଣମାଧ୍ୟମ ଖବର ଅନୁଯାୟୀ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାର ସମ୍ଭାବନା ନାହିଁ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଆଇସିସି ସହ କଥା ହେବ। ଏହା ମଧ୍ୟ ସମ୍ଭବ ଯେ, ଟିମ୍ ଇଣ୍ଡିଆ ଏହାର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଖେଳିବ ଏବଂ ଅବଶିଷ୍ଟ ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏସିଆ କପରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଭାରତ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ…

Read More

ଭୁବନେଶ୍ୱର: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଵର୍ଗତ ଦାସ ଜଣେ ନିଷ୍ଠାପର, ଦାୟିତ୍ଵ ସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ ପାଇଁ ସର୍ବଦା କର୍ମରତ ଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁମହଲ ରେ ପ୍ରଶଂସିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦାସଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Read More

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ସମସ୍ତ ରାଜନୈତିକ ଦଳ ସେମାନଙ୍କର ବିଧାୟକମାନଙ୍କୁ ଏକଜୁଟ କରିବାକୁ ଏବଂ ‘କ୍ରସ୍ ଭୋଟିଂ’ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ବିଜେପି ଏହାର ବିଧାୟକଙ୍କ ସହ ଏକ ବୈଠକ କରିଛି। ଏହି ସମୟରେ ବିଧାୟକମାନଙ୍କୁ କିପରି ଭୋଟ୍ ଦେବେ ତାହା କୁହାଯାଇଛି। ସାଧା କାଗଜରେ ଭୋଟ୍ ଦେବା ପାଇଁ ରଙ୍ଗୀନ ତାଲିମ ଦିଆଯାଇଛି। ଏହା ସହିତ ବରିଷ୍ଠ ବିଧାୟକମାନଙ୍କୁ କାହାର ଭୋଟ୍ ନଷ୍ଟ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ର ବିଧାନ ପରିଷଦର ୧୧ ଟି ଆସନ ପାଇଁ ମତଦାନ ଜୁଲାଇ ୧୨ ତାରିଖରେ ହେବ। ଯେଉଁଥି ପାଇଁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଭୋଟ୍ ବିଭାଜନକୁ ଏଡାଇବା ପାଇଁ ଶିବସେନା ସିନ୍ଦେ ଦଳ, ବିଜେପି, ଉଦ୍ଧବ ଠାକରେ, ଅଜିତ ପାୱାରଙ୍କ ଏନସିପି ସେମାନଙ୍କ ବିଧାୟକମାନଙ୍କୁ ହୋଟେଲରେ ରଖିଛନ୍ତି। ଲୋକସଭା ନିର୍ବାଚନ ପରେ ପରିବର୍ତ୍ତିତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଜଣ ଅଗ୍ରଣୀ ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟ (ଭାରତୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷକ) ଏବଂ ଭାରତୀୟ ଇତିହାସ ଓ ବିଚାରଧାରାର ବିଦ୍ୱାନଙ୍କୁ ଭେଟିଛନ୍ତି। ସେ ବୌଦ୍ଧ ଦର୍ଶନର ପଣ୍ଡିତ ତଥା ଭାଷାବିତ୍ ଡକ୍ଟର ବିର୍ଗିତ କେଲନର; ଆଧୁନିକ ଦକ୍ଷିଣ ଏସିଆର ପଣ୍ଡିତ ପ୍ରଫେସର ମାର୍ଟିନ ଗେନ୍ସଜଲ; ଭିଏନା ବିଶ୍ୱବିଦ୍ୟାଳୟର ଦକ୍ଷିଣ ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ଡ. ବୋରାୟିନ୍ ଲାରିଓସ୍; ଏବଂ ଭିଏନା ବିଶ୍ୱବିଦ୍ୟାଳୟର ଇଣ୍ଡୋଲୋଜି ବିଭାଗର ମୁଖ୍ୟ ଡ. କାରିନ୍ ପ୍ରିସେଣ୍ଡାଞ୍ଜଙ୍କ ସହ କଥାବାର୍ତ୍ତା କରିଥିଲେ। ଭାରତୀୟ ଇତିହାସ, ଦର୍ଶନ, କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ଏହି ବିଦ୍ୱାନ ତଥା ଗବେଷକମାନଙ୍କ ସହ ମତ ବିନିମୟ କରିଥିଲେ। ସେ ଅଷ୍ଟ୍ରିଆରେ ଇଣ୍ଡୋଲୋଜିର ଉତ୍ପତି ଏବଂ ବୌଦ୍ଧିକ ଅନୁସନ୍ଧିତ୍ସା ଓ ପାଣ୍ଡିତ୍ୟ ଉପରେ ଏହାର ପ୍ରଭାବ ବିଷୟରେ ପଚାରି ବୁଝିଥିଲେ। ଗବେଷକମାନେ ମତ ବିନିମୟ କାଳରେ ଭାରତ ସହ ସେମାନଙ୍କର…

Read More