Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବେ ପିଏମ ମୋଦୀ: ଆମେରିକାର ବଡ ବିବୃତ୍ତି
ଆଜିର ଖବର

ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବେ ପିଏମ ମୋଦୀ: ଆମେରିକାର ବଡ ବିବୃତ୍ତି

July 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋଦୀ -ପୁଟିନ
ରୁଷ ସହିତ ଭାରତ ନେଲା ପଦକ୍ଷେପ!

ନୂଆଦିଲ୍ଲୀ: ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ରୁଷ ଯାଇଥିଲେ, ସେତେବେଳେ ଆମେରିକା ଏହା ଉପରେ ଚିନ୍ତା ପ୍ରକଟ କରିବା ସହ ପିଏମ ମୋଦୀଙ୍କ ବିବୃତ୍ତି ଉପରେ ନଜର ରଖିଥିଲା। କିନ୍ତୁ ବର୍ତ୍ତମାନ ଆମେରିକା ଭାରତର ଶକ୍ତିକୁ ସ୍ୱୀକୃତି ଦେଇଛି। ଆମେରିକା ବିଶ୍ୱାସ କରିଛି ଯେ, ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧକୁ କେବଳ ଭାରତ ରୋକିପାରିବ। ୟୁକ୍ରେନ-ରୁଷ ଯୁଦ୍ଧକୁ ସମାପ୍ତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଆମେରିକା ସ୍ୱୀକାର କରିଛି। ଆମେରିକା ବୁଧବାର ଏକ ବିବୃତ୍ତି ଜାରି କରି କହିଛି ଯେ, ଭାରତ ପାଖରେ ଏହି କ୍ଷମତା ଅଛି, ଯାହା ଯୁଦ୍ଧ ବନ୍ଦ କରିବା ପାଇଁ ଭ୍ଲାଦିମିର ପୁତିନଙ୍କୁ ମନାଇବାରେ ସଫଳ ହୋଇପାରିବ। ମୋଦିଙ୍କ ଦୁଇ ଦିନିଆ ରୁଷ ଗସ୍ତ ପରେ ଆମେରିକା ଏହି ବିବୃତ୍ତି ଦେଇଛି।

ହ୍ଵାଇଟ ହାଉସର ମୁଖପାତ୍ର କରିନା ଜାନ-ପିୟରେ କହିଛନ୍ତି ଯେ, ଆମର ବିଶ୍ୱାସ ଯେ ରୁଷ ସହ ଭାରତର ସମ୍ପର୍କ ଆମକୁ ରାଷ୍ଟ୍ରପତି ପୁତିନଙ୍କୁ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିବାର କ୍ଷମତା ଦେଇଥାଏ, କିନ୍ତୁ ଏହାକୁ ଶେଷ କରିବା ରାଷ୍ଟ୍ରପତି ପୁତିନଙ୍କ କାମ। ପୁତିନ ଯୁଦ୍ଧ ଆରମ୍ଭ କରିଥିଲେ ଏବଂ କେବଳ ସେ ଏହାକୁ ଶେଷ କରିପାରିବେ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଆଲିଙ୍ଗନ କରିଥିଲେ, ସେତେବେଳେ ଜେଲେନସ୍କି ସମାଲୋଚନା କରିଥିଲେ। ଶାନ୍ତି ପ୍ରୟାସ ପାଇଁ ସେ ଏହାକୁ ଏକ ବଡ ଝଟକା ବୋଲି କହିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୁତିନଙ୍କୁ ହତ୍ୟାକାରୀ ବୋଲି ମଧ୍ୟ କହିଥିଲେ। ସେ କହିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପୁତିନଙ୍କୁ ଭେଟୁଥିଲେ, ରୁଷର କ୍ଷେପଣାସ୍ତ୍ର ୟୁକ୍ରେନ ଉପରେ ଆକ୍ରମଣ କରୁଥିଲା। ରୁଷ କିଭରେ ଥିବା ଏକ ଶିଶୁ ଡାକ୍ତରଖାନାକୁ ଟାର୍ଗେଟ କରିଥିଲା। ସୋମବାର ଦିନ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସୋମବାର ସକାଳେ ରୁଷର କ୍ଷେପଣାସ୍ତ୍ର ୟୁକ୍ରେନ ସହର ଉପରେ ଆକ୍ରମଣ କରିଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ବେଗ ପ୍ରକାଶ କରିଛନ୍ତି:

ମଙ୍ଗଳବାର ଦିନ ରାଷ୍ଟ୍ରପତି ପୁତିନଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ସହ ୨୯ ମାସ ଧରି ଚାଲିଥିବା ଯୁଦ୍ଧ ଏବଂ ଏଥିରେ ନିହତ ହୋଇଥିବା ଲୋକଙ୍କୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ସେ ନିରୀହ ପିଲାମାନଙ୍କର ମୃତ୍ୟୁ ବିଷୟରେ ଉଲ୍ଲେଖ କରିଥିଲେ। ନିରୀହ ଶିଶୁଙ୍କ ହତ୍ୟାକୁ ନେଇ ତାଙ୍କ ହୃଦୟ ଭାଙ୍ଗିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହି ଦିନ ରୁଷରେ ପ୍ରଧାନମନ୍ତ୍ରୀ ପୁତିନଙ୍କୁ ଭେଟିବା ପରେ ୟୁକ୍ରେନ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୦ ଜଣ ଆହତ ହୋଇଥିଲେ।

america pm modi President Vladimir Putin
Share. Facebook Twitter LinkedIn Email WhatsApp Copy Link

Related Posts

ତୈଳ ସଙ୍କଟ ମଧ୍ୟରେ, ପେଟ୍ରୋଲ ଉପରେ ଲାଗୁ ହେଲା ଟିକସ

May 16, 2026

ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

May 16, 2026

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026
Latest News

ତୈଳ ସଙ୍କଟ ମଧ୍ୟରେ, ପେଟ୍ରୋଲ ଉପରେ ଲାଗୁ ହେଲା ଟିକସ

May 16, 2026

ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

May 16, 2026

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.