ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ଲୁହାପଙ୍କ ନିକଟରେ ଗୁରୁବାର ଅପରାହ୍ନ ୪ ଟା ସମୟରେ ଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ ଜଣେ ବାଇକ ଆରୋହୀ ଜାତୀୟ ରାଜପଥରେ ଯାଉଥିବା ବେଳେ ପଛ ପଟରୁ ଏକ ଭ୍ୟାନ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଜଣଙ୍କ ଛିଟିକି ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ଜଣାପଡି ନଥିବାବେଳେ ସେପଟେ ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଭ୍ୟାନ ଓ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Author: SM Network
ନୂଆଦିଲ୍ଲୀ: ଭାରତ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ଏକ ବଡ଼ ବିଜୟ ସହିତ ସୁପର- ୮ ପର୍ଯ୍ୟାୟ ଆରମ୍ଭ କରିଛି। ଭାରତର ବିଜୟର ସବୁଠାରୁ ବଡ ହିରୋ ହେଲେ ସୂର୍ଯ୍ୟକୁମାର ଯାଦବ ଏବଂ ଜସପ୍ରୀତ ବୁମ୍ରା। ଗୋଟିଏ ପଟେ ସୂର୍ଯ୍ୟକୁମାର ୫୩ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ବୁମରା ମାରାତ୍ମକ ବୋଲିଂ କରି ୩ ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୮୧ ରନ୍ କରିଥିଲା। ଯେତେବେଳେ ଆଫଗାନିସ୍ତାନ ଟାର୍ଗେଟକୁ ପିଛା କରିବାକୁ ଆସିଥିଲା, ଦଳ ବାରମ୍ବାର ବ୍ୟବଧାନରେ ୱିକେଟ୍ ହରାଇଥିଲା। ଆଫଗାନିସ୍ତାନ ଦଳ ପାଇଁ ସର୍ବାଧିକ ରନ୍ ଅଜମତୁଲ୍ଲା ଓମାରଜାଇ ସ୍କୋର କରିଥିଲେ, ଯିଏ ୨୦ ବଲରେ ୨୬ ରନ୍ ସ୍କୋର କରିଥିଲେ, କିନ୍ତୁ ଖେଳାଳିମାନେ କୌଣସି ବଡ଼ ଭାଗିଦାରୀ କରିପାରି ନଥିଲେ। ଜିତିବା ପାଇଁ ଆଫଗାନିସ୍ତାନର ୧୮୨ ରନ୍ ଲକ୍ଷ୍ୟ ଥିଲା। ରହମାନୁଲ୍ଲା ଗୁରୁବାଜ ମାତ୍ର ୧୧ ରନ୍…
ଭୁବନେଶ୍ୱର: ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ପ୍ରଥମ ମହଲା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓକାକ୍ର ସିଇଓ ତଥା ଅତିରିକ୍ତ ଶାସନ ସଚିବ ମନୋଜ ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଓକାକ୍ର ମହାପ୍ରବନ୍ଧକ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ଆଦିତ୍ୟ ମହାପାତ୍ର, ଯୁଗ୍ମ ସଚିବ ଜୟନ୍ତୀ ଦେଈ ଏବଂ ବିଭାଗର ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ସର୍ବପ୍ରଥମେ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ପୁଷ୍ପ ଗୁଚ୍ଛ ଦେଇ ମାନ୍ୟବର ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବରିଷ୍ଠ…
ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଶିଶୁ ବିଭାଗର ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବିଳମ୍ବ ରାତି ପର୍ଯ୍ୟନ୍ତ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବିଭାଗୀୟ କାର୍ଯ୍ୟର ସଫଳତା, ଯୋଜନା ଓ ଆହ୍ୱାନ ସମ୍ପର୍କରେ ଉପସ୍ଥାପନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରର ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିବା ସହିତ ବିଭିନ୍ନ ବିଭାଗର ସହଭାଗିତାରେ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଅଙ୍ଗନବାଡି ସଦସ୍ୟଙ୍କୁ ରେଗୁଲାର…
ନୂଆଦିଲ୍ଲୀ: ସଫଳତା ତିନୋଟି ଜିନିଷରୁ ଆସିଥାଏ – ଧନ, ଖ୍ୟାତି ଏବଂ ମାନସିକ ଶାନ୍ତି। ଧନ ଏବଂ ଖ୍ୟାତି ପାଇବା ସହଜ କିନ୍ତୁ ମାନସିକ ଶାନ୍ତି ପାଇବା ପାଇଁ ସବୁଠାରୁ ବଡ ଅସ୍ତ୍ର ହେଉଛି ଯୋଗ। ଯୋଗ ଦିବସ ଜୁନ୍ ୨୧ ତାରିଖରେ ପାଳନ କରାଯାଏ। ଯୋଗୀମାନଙ୍କ ସମୟରୁ ଭାରତରେ ଯୋଗ ଅଭ୍ୟାସ ହୋଇଆସୁଛି। ଯୋଗ କେବଳ ରୋଗରୁ ମୁକ୍ତି ଦେଇନଥାଏ, ଏହା ଆମର ଆତ୍ମବିଶ୍ୱାସ ବଢାଇବାରେ ଏବଂ ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆପଣ ଜାଣନ୍ତି କି ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ଯୋଗ ଦିବସ କାହିଁକି ପାଳନ କରାଯାଏ ଏବଂ ଏହାର ଇତିହାସ କ’ଣ? ଆସନ୍ତୁ ଜାଣିବା… ଯୋଗ ଦିବସ ଜୁନ୍ ୨୧ ତାରିଖରେ କାହିଁକି ପାଳନ କରାଯାଏ?: ପଞ୍ଚାଙ୍ଗ ଅନୁଯାୟୀ, ଜୁନ୍ ୨୧ ତାରିଖ ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ, ଯାହାକୁ ଗ୍ରୀଷ୍ମ ସଂକ୍ରାନ୍ତି କୁହାଯାଏ। ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ଯ୍ୟ ଦକ୍ଷିଣାୟନ ହୁଅନ୍ତି।…
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଦିନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଛନ୍ତି। ଯୁବବର୍ଗଙ୍କୁ ଚିହ୍ନଟ କରି ବିଭିନ୍ନ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସେ ସମୀକ୍ଷା କରିବା ଅବସରରେ ଆହ୍ୱାନ ଦେଇଛନ୍ତି। ଅନୁସୁଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଙ୍ଗୀନ ସହଯୋଗ କରିବା ସହ ୧୦୦ ଦିନିଆ କାର୍ଯ୍ୟ ଯୋଜନା ଓ ଦୂରଦୃଷ୍ଟିସମ୍ପନ୍ନ ଏକ ଦସ୍ତାବିଜ ପ୍ରସ୍ତୁତ କରି ବିଭାଗକୁ ଏକ ନୂତନ ସ୍ତରରେ ପହଞ୍ଚାଇବାକୁ ଶ୍ରୀ ଗଣ୍ଡ କହିଥିଲେ। ଏହା ସହିତ ଆଦିବାସୀ ପରିବାର ସଦସ୍ୟ ଓ…
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…
ଭୁବନେଶ୍ୱର: ରାଜଧାନୀରେ ନାଳରେ ଭାସିଯାଇ ଗୋଟିଏ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଲ୍ଲେଖନୀୟ ଯେ ଗତ ୧୮ତାରିଖ ଦିନ ତିନି ନମ୍ବର ୟୁନିଟ୍ ଅଞ୍ଚଳରେ ଜଣେ ୯ବର୍ଷର ବାଳକ ନାଳରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ନାଳରେ ଭାସୁଥିବା ଗୋଟିଏ ବେଲୁନ୍ ଆଣିବାକୁ ଯାଇ ବାଳକଟି ଏଭଳି ଦୁର୍ଘଟଣାର ଶିକାର ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ବାଳକର ପରିବାର ପାଇଁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ। ରାଜ୍ୟ ଗୃହ ନିର୍ମାଣ ଓ…
ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ସମୀକ୍ଷା ପାଇଁ ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗହମର ମହଜୁଦ ସ୍ଥିତି ଏବଂ ମୂଲ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆରଏମଏସ (ରବି ବିପଣନ ଋତୁ) ୨୦୨୩ରେ ୨୬୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ଗହମ କ୍ରୟ ହୋଇଥିବା ବେଳେ ଆରଏମଏସ ୨୦୨୪ରେ ୧୮.୦୬.୨୦୨୪ ସୁଦ୍ଧା ପ୍ରାୟ ୨୬୬ ଏଲଏମଟି ଗହମ କ୍ରୟ କରାଯାଇଛି। ପିଡିଏସ୍ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା, ଯାହା ପାଖାପାଖି ୧୮୪ ଏଲଏମଟି , ତାହାକୁ ପୂରଣ କରିବା ପରେ ଆବଶ୍ୟକ ସ୍ଥଳେ ବଜାରର ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି। ଗହମର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ଦେଶର ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରିବା ନିମନ୍ତେ ଉପଯୁକ୍ତ ନୀତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫ୍ଏଫ୍)ରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଏବଂ ଉଦ୍ୟୋଗ ବିଶେଷଜ୍ଞଙ୍କ ଉପସ୍ଥିତିରେ ‘ପ୍ରସାରିତ ସର୍ଟସ: ପେନିଟ୍ରେସନ୍, ରିଚ୍ ଆଣ୍ଡ ଏକ୍ସପୋଜର୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଚଳଚ୍ଚିତ୍ର ନିର୍ମାତା ତଥା ବର୍ଲିନାଲ୍ ସର୍ଟସର ମୁଖ୍ୟ ଆନ୍ନା ହେଙ୍କେଲ-ଡୋନର୍ସମାର୍କ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକୁ କବିତା ସହ ତୁଳନା କରି ଏକ ଆକର୍ଷଣୀୟ ଉପମା ସହିତ ଆଲୋଚନା ଆରମ୍ଭ କରିଥିଲେ। କ୍ଷୁଦ୍ର ଚଳଚ୍ଚିତ୍ର ଏକ କବିତା ପରି। ପ୍ରତ୍ୟେକ ଦର୍ଶନ ସହିତ, ଆପଣ କିଛି ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ କରିବେ ବୋଲି ସେ କହିଛନ୍ତି। ବିଶ୍ୱର ଅନ୍ୟତମ ବୃହତ୍ତମ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ବର୍ଲିନାଲ ସର୍ଟସର ପ୍ରସିଦ୍ଧି ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ସୀମିତ ପାଣ୍ଠି ଏବଂ ସମ୍ବଳ ଭଳି ପ୍ରତିବନ୍ଧକକୁ ସୃଜନଶୀଳତାର ସୁଯୋଗ ଭାବରେ ଦେଖିବାକୁ ଆନ୍ନା ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଉତ୍ସାହିତ କରିଥିଲେ। ଗୋଟିଏ ଚମତ୍କାର ଆଇଡିଆକୁ ନେଇ ଆପଣ ଆଇଫୋନ୍ ଜରିଆରେ ମଧ୍ୟ ଏକ ସୁନ୍ଦର ଫିଲ୍ମ ତିଆରି…
ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ସଦନ କମିଟିର ଅଧ୍ୟକ୍ଷ ମାଇକେଲ୍ ମ୍ୟାକକଲ୍ଙ୍କ ନେତୃତ୍ୱରେ ସାତ ଜଣିଆ ସଦସ୍ୟ ବିଶିଷ୍ଟ ଆମେରିକୀୟ କଂଗ୍ରେସର ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛି। ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ନେନ୍ସି ପାଲୋସୀ, ପ୍ରତିନିଧି ଗ୍ରେଗରୀ ମିକ୍ସ, ପ୍ରତିନିଧି ମେରିଏନେଟ୍ ମିଲର-ମିକ୍ସ, ପ୍ରତିନିଧି ନିକୋଲ ମ୍ୟାଲିୟୋଟାକିସ, ପ୍ରତିନିଧି ଅମରୀଶ ବାବୁଲାଲ ‘‘ଅମୀ ବେରା’’ ଏବଂ ପ୍ରତିନିଧି ଜିମ୍ ମ୍ୟାକଗବର୍ଣ୍ଣ ସାମିଲ ଥିଲେ। ପ୍ରତିନିଧି ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୃତୀୟ ଥର ଲଗାତାର ଐତିହାସିକ ଭାବେ ନିର୍ବାଚିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେମାନେ ଭାରତରେ ନିକଟରେ ଅନୁଷ୍ଠିତ ହୋଇଥିବା ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ଗଭୀର ଭାବେ ପ୍ରଶଂସା କରିଥିଲେ। ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିବା ସହିତ ବ୍ୟବସାୟ, ନୂଆ ଓ ଉଦୀୟମାନ ପ୍ରଯୁକ୍ତି, ପ୍ରତିରକ୍ଷା, ନାଗରିକ ସମ୍ପର୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାରାଷ୍ଟ୍ରର ଦହାନୁ ନିକଟବର୍ତ୍ତୀ ବଧାବନଠାରେ ଏକ ବୃହତ୍ ବନ୍ଦର ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି। ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷ (ଜେଏନ୍ ପି ଏ) ଏବଂ ମହାରାଷ୍ଟ୍ର ମେରିଟାଇମ୍ ବୋର୍ଡ (ଏମ୍ଏମ୍ ବି ) ଦ୍ୱାରା ଗଠିତ ଏସ ପି ଭି ବଧବନ ପୋର୍ଟ ପ୍ରୋଜେକ୍ଟ ଲିମିଟେଡ୍ (ଭିପିପିଏଲ୍) ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କରାଯିବ। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବଧାବନଠାରେ ବଧାବନ ବନ୍ଦରକୁ ସର୍ବକାଳୀନ ଗ୍ରୀନଫିଲ୍ଡ ଡିପ୍ ଡ୍ରାଫ୍ଟ ପ୍ରମୁଖ ବନ୍ଦର ଭାବରେ ବିକଶିତ କରାଯିବ। ଜମି ଅଧିଗ୍ରହଣ ଅଂଶକୁ ମିଶାଇ ମୋଟ ପ୍ରକଳ୍ପ ମୂଲ୍ୟ ୭୬,୨୨୦ କୋଟି ଟଙ୍କା ରହିଛି। ଏଥିରେ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡ୍ ରେ କୋର୍ ଭିତ୍ତିଭୂମି, ଟର୍ମିନାଲ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବନ୍ଦର ଏବଂ ଜାତୀୟ ରାଜପଥ ମଧ୍ୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୭୪୫୩ କୋଟି ଟଙ୍କା ବ୍ୟୟଅଟକଳରେ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଯୋଜନାକୁ ଅନୁମୋଦନ ମିଳିଛି, ଯେଉଁଥିରେ ୧ ଗିଗାୱାଟ୍ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ (ଗୁଜୁରାଟ ଏବଂ ତାମିଲନାଡୁ ଉପକୂଳରେ ୫୦୦ ମେଗାୱାଟ୍ ଲେଖାଏଁ) ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ୬୮୫୩ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏବଂ ଉପକୂଳ ପବନ ଶକ୍ତି ପ୍ରକଳ୍ପ ପାଇଁ ଲଜିଷ୍ଟିକ୍ ଆବଶ୍ୟକତା ପୂରଣ କରିବା ପାଇଁ ଦୁଇଟି ବନ୍ଦରର ଉନ୍ନତିକରଣ ପାଇଁ ୬୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଭିଜିଏଫ ଯୋଜନା ହେଉଛି ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଥିବା ବିଶାଳ ଉପକୂଳ ପବନ ଶକ୍ତି ସମ୍ଭାବନାକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୦୧୫ ରେ ବିଜ୍ଞପ୍ତି ପ୍ରକାଶିତ ଜାତୀୟ ଉପକୂଳବର୍ତ୍ତୀ ପବନ ଶକ୍ତି ନୀତିକାର୍ଯ୍ୟକାରୀ କରିବା ଦିଗରେ ଏକ…
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗଙ୍କୁ ରାଜ୍ୟ ଆୟୁଷ ଛାତ୍ର ସଂସଦ ପକ୍ଷରୁ ସଭାପତି ଡା ଶୁଭେନ୍ଦୁ କୁମାର ସାହୁ, ଉପସଭାପତି ଡା ନାଚିକେତ ଗୁପ୍ତା, ମିଡିଆ ପରାମର୍ଶ ଦାତା ଡା ସୌରଭ ମହାରଣା ଡା ବିଭୁନନ୍ଦ କର୍ମୀ କୋଡ଼ିନେଟର ପ୍ରମୁଖ ପ୍ରତିନିଧିମାନେ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରି କୃତଜ୍ଞତା ପତ୍ର ଓ ଫୁଲତୋଡା ପ୍ରଦାନ କରିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଆୟୁଷ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ ସମୟରେ ସମସ୍ତ ଦାବୀ ଗୁଡ଼ିକ ଉପରେ ସଚେତନ ଅଛନ୍ତି ବୋଲି ସୂଚନା ଦେବା ସହ ତାଙ୍କ ସରକାର ଆୟୁଷ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ବୋଲି ସୂଚନା ଦେଇଥିଲେ। ଆସନ୍ତା ଜୁଲାଇ ଏକ ତାରିଖରେ ଭୁବନେଶ୍ୱର ସ୍ଥିତ ଡା ଅଭିର୍ଣ୍ଣ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ଥର ପାଇଁ ନୂଆ ସରକାର ଗଠନ କରିଛି। ହେଲେ ଏହି ନୂଆ ସରକାର ଗଠନ ପରେ ବିଜେପି ଘୋଷଣା କରିଥିବା ପ୍ରତିଶ୍ରୁତିକୁ ପାଳନ କରୁଛି କି ନାହିଁ, ତାହା ରାଜ୍ୟବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ବିଜେପିର ପ୍ରତିଶ୍ରୁତି ମଧ୍ୟରେ ଧାନର ସର୍ବନିମ୍ନ ସାହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଥିଲା ଅନ୍ୟ ଏକ ବଡ ପ୍ରତିଶ୍ରୁତି। ତେବେ ଏହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏକ ବଡ ସୂଚନା ଦେଇଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କହିଛନ୍ତି ଯେ, ଆମର ଇସ୍ତାହାର ଅନୁଯାୟୀ ଏଇ ଖରିଫ୍ ଋତୁରୁ ଚାଷୀଙ୍କୁ ୩୧ ଶହ ଟଙ୍କା ଦେବୁ। ଗତକାଲି କେନ୍ଦ୍ର ୨୩ ଶହ ଟଙ୍କା କଲା ପରେ, ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ଏବେ ୮୦୦ ପଡ଼ିବ। ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ। କୌଣସି…
ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରୁ ମୁକ୍ତି ମିଳୁନାହିଁ। ତେଣୁ ଏହାକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିଛନ୍ତି। ହେଲେ ସକାଳୁଆ ସ୍କୁଲକୁ ଆଉ ଦିନକ ପାଇଁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ମଧ୍ୟ ସ୍କୁଲ ସକାଳ ୬.୩୦ ରୁ ୧୦.୩୦ ଯାଏଁ ଖୋଲା ରହିବ। କିନ୍ତୁ ଆସନ୍ତା ୨୨ ତାରିଖଠାରୁ ସ୍ଵାଭାବିକ ସମୟରେ ସ୍କୁଲ ଖୋଲିବ ବୋଲି ଘୋଷଣା କରାଯାଇଛି।
ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଅର୍ଥ ମନ୍ତ୍ରୀ ମାନଙ୍କର ପ୍ରାକ୍ ବଜେଟ୍ ବୈଠକ ଓ ଜି. ଏସ. ଟି କାଉନସିଲ ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁ ତାଙ୍କ ପରାମର୍ଶ କ୍ରମେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଏହି ବୈଠକରେ ଯୋଗଦେବେ। ଜୁନ ୨୨ ତାରିଖ ଦିନ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ।
ଭୁବନେଶ୍ଵର: ରାସନ ହିତାଧିକାରୀଙ୍କ ପାଇଁ ମୋହନ ସରକାର ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଟିମ ରୁ ଏବେ ରାସନକାର୍ଡ ହିତାଧିକାରୀମାନେ ଚାଉଳ ସଂଗ୍ରହ କରିପାରିବେ। ସେଥିପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ କାର୍ଡ ଯୋଗାଇ ଦିଆଯିବ। ଉକ୍ତ କାର୍ଡ ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କର ମାସିକିଆ ଚାଉଳ ଏଟିଏମରୁ ସଂଗ୍ରହ କରିପାରିବେ। ହିତାଧିକାରୀମାନେ ମେସିନରେ କାର୍ଡ ଭର୍ତ୍ତି କଲେ ଚାଉଳ ବାହାରିବ। ତେବେ ଏହି ବ୍ୟବସ୍ଥା ପ୍ରଥମେ ଭୁବନେଶ୍ବରରୁ ଆରମ୍ଭ କରାଯିବ। ଆଗାମୀ ସପ୍ତାହକ ମଧ୍ୟରେ ଏହି ବ୍ୟବସ୍ଥା ଭୁବନେଶ୍ବରରେ ଆରମ୍ଭ ହେବ। ଏବଂ ପରେ ପରେ ଏହା ସବୁ ଜିଲ୍ଲା ପାଇଁ ବ୍ୟବସ୍ଥା କରାଯିବ। ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ୨୦୨୪-୨୫ ଘରୋଇ ସିଜିନ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ୨ ଟେଷ୍ଟ ସିରିଜରୁ ଭାରତର ଘରୋଇ ସିଜିନ ଆରମ୍ଭ ହେବ ଏବଂ ଟିମ୍ ଇଣ୍ଡିଆକୁ ମଧ୍ୟ ସମାନ ଦଳ ସହିତ ୩ ଟି -୨୦ ମ୍ୟାଚ୍ ଖେଳିବାକୁ ପଡିବ। ଏହା ବ୍ୟତୀତ ଭାରତୀୟ ଦଳ ମଧ୍ୟ ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡ ଏବଂ ୨୦୨୫ ଆରମ୍ଭରେ ଇଂଲଣ୍ଡ ବିରୋଧରେ ସିରିଜ ଆୟୋଜନ କରିବାକୁ ଯାଉଛି। ଏହି ଘରୋଇ ସିଜିନରେ ଭାରତ ୫ ଟି ଟେଷ୍ଟ, ୩ ଟି ODI ଏବଂ ୮ ଟି -୨୦ ମ୍ୟାଚ୍ ଖେଳିବ। ତିନୋଟି ଦେଶର ଆୟୋଜକ ହେବ ଭାରତ: ବାଂଲାଦେଶ: ସେପ୍ଟେମ୍ବର ମାସରେ ଭାରତୀୟ ଦଳ ପ୍ରଥମେ ବାଂଲାଦେଶ ସିରିଜ ଆୟୋଜନ କରିବ। ଏହି ସିରିଜ ୧୯ ସେପ୍ଟେମ୍ବରରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଚେନ୍ନାଇ ଏବଂ କାନପୁରରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ବାଂଲାଦେଶ…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ୟୁପିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ସାଂସଦ-ବିଧାୟକ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। କୋର୍ଟ ଦେଇଥିବା ଜାମିନ ପ୍ରଦାନକାରୀ ୱାରେଣ୍ଟରେ ସଞ୍ଜୟ ସିଂଙ୍କୁ ଜୁନ୍ ୨୯ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ନିର୍ବାଚନ ଆଚରଣ ସଂହିତା ମାମଲାରେ AAP ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ କୋର୍ଟ ଏକ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ମାତ୍ରେ AAP ନେତା ସଞ୍ଜୟ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏକ ପୁରୁଣା ମାମଲାରେ ସୁଲତାନପୁର କୋର୍ଟରୁ ମୋ ବିରୋଧରେ ଜାମିନ ପ୍ରଦାନକାରୀ ୱାରେଣ୍ଟ ଜାରି କରାଯାଇଛି। ଗଣମାଧ୍ୟମରେ ଜାମିନ ବିହୀନ ୱାରେଣ୍ଟର ଖବର ଅଛି, ଯାହା ଭୁଲ ଅଟେ। ସେ ଏହି ତ୍ରୁଟି ସଂଶୋଧନ କରିବାକୁ କହିଛନ୍ତି। କିଛି ସମୟ ପୂର୍ବରୁ ଦିଲ୍ଲୀର ଜଳ ସଙ୍କଟ ଉପରେ ସଞ୍ଜୟ ସିଂ ବିଜେପି ଉପରେ ଆକ୍ରମଣ…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ଅତିଥି ଭବନ ଠାରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭେଟି ବିଭାଗୀୟ କାର୍ଯ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଆଲୋଚନାରେ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ, ବଜେଟ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ କାର୍ଯ୍ୟଳୟ କୁ ଅଧିକ ସୁଦୃଢ କରିବା, ସାମାଜିକ ଗଣମାଧ୍ୟମ, ତଥା ଅନ୍ୟାନ୍ୟ ଗୁରୁତ୍ଵ ପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଥିବା ନୂଆ ସରକାରରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଓ କଲ୍ୟାଣକାରୀ ଯୋଜନା ଗୁଡିକ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ଵ ଦେବାସହ ବୃତ୍ତିଗତ ଦକ୍ଷତା…

