ପୁରୀ: ବଶ୍ୱିପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ଵୟ ବଠୈକ ଅନୁଷ୍ଠିତ ହାଇଛି। ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ, ପୋଲିସ କର୍ତ୍ତୁପକ୍ଷ, ପୁରୀ, କଟକ ଓ ଭୁବନେଶ୍ଵର ଆଞ୍ଚଳକି ପରିବହନ ଅଧିକାରୀ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଯେପରି ପୁରୀରେ ସବୁଧିାରେ ପହଞ୍ଚିବେ ଓ ଫେରିବେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଧ ନିଷ୍ପତ୍ତିଗୁଡକି ଗ୍ରହଣ କରାଯାଇଛି। ପ୍ରତିବର୍ଷ ଭଳି ଚଳତି ଥର ମଧ୍ୟ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ନିମନ୍ତେ ଅନ୍ୟରୁଟ୍ ଗାଡଗୁଡିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯବି। ଆଗ୍ରହୀ ବସ୍ ମାଲିକମାନେ ଏଥିନମନ୍ତେ ଆବେଦନ କରିବେ ଏବଂ…
Author: SM Network
ନୂଆଦିଲ୍ଲୀ: ରକ୍ତ ଶିକୁଳି ବା ସିକଲ ସେଲ୍ ରୋଗକୁ ନିୟନ୍ତ୍ରଣ କରିବା ଦିଗରେ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ସିକଲ ସେଲ ଦିବସ ଅବସରରେ ଦୋହରାଇଛନ୍ତି। ଜାତୀୟ ରକ୍ତ ଶିକୁଳି ରୋଗ ବିଲୋପ ଅଭିଯାନ ବାବଦରେ ଉଲ୍ଲେଖ କରି ସେ କହିଛନ୍ତି, ସେମାନେଏବଂ ଆନୁବଂଶିକ ରକ୍ତ ବିକାର ସମେତ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: “ବିଶ୍ୱ ରକ୍ତ ଶିକୁଳି ଦିବସ ଅବସରରେ ଏହି ରୋଗକୁ ମୁକାବିଲା କରିବା ଦିଗରେ ଆମେ ଆମ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଉଛୁ। ଗତବର୍ଷ ଆମେ ଜାତୀୟ ରକ୍ତ ଶିକୁଳି ରୋଗ ବିଲୋପ ଅଭିଯାନ ଆରମ୍ଭ କରିଥିଲୁ ଏବଂ ସଚେତନତା ସୃଷ୍ଟି, ଶୀଘ୍ର ଚିହ୍ନଟ, ଉପଯୁକ୍ତ ଯତ୍ନ ଆଦି ଦିଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ମଧ୍ୟ ନିଶ୍ଚିତ କରାଯାଉଛି”।
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଏକ ବଡଧରଣର ସମୀକ୍ଷା ଚାଲିଛି। ଅନେକ ରାଜ୍ୟରେ ଦଳର ପରାଜୟ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛି। ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ବିଜେପିରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଜି ଅଭିଜିତ୍ ଦାସଙ୍କୁ ବିଜେପି ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ସେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଡାଇମଣ୍ଡ ହାର୍ବରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ରାଜ୍ୟସଭା ସାଂସଦ ଅନନ୍ତ ରାୟ ମହାରାଜଙ୍କ ସାକ୍ଷାତ ଯୋଗୁଁ ବଙ୍ଗଳାର ରାଜନୀତି ମଧ୍ୟ ତୀବ୍ର ହୋଇଛି। ମମତା ବାନାର୍ଜୀ ଅନନ୍ତ ରାୟଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଏବଂ ସେ ମଧ୍ୟ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ସବୁ କଥାକୁ ଦୃଷ୍ଟିରେ ରଖି ବଙ୍ଗଳା ବିଜେପିରେ ଫାଟ ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଅଭିଷେକ ବାନାର୍ଜୀଙ୍କ…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏପର୍ଯ୍ୟନ୍ତ ୨୪.୬୦ ଲକ୍ଷରୁ ଅଧିକ ଭକ୍ତ ଚାରଧାମ ପରିଦର୍ଶନ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଉତ୍ତରାଖଣ୍ଡ ସରକାର ଉଦ୍ୟମ କରୁଛନ୍ତି। ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଯାତ୍ରୀ ମାର୍ଗରେ ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା, ରହିବା ଏବଂ ଖାଦ୍ୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀମାନେ ସମସ୍ତ ଧାମ ପରିଦର୍ଶନ କରିବା ପାଇଁ କୌଣସି ପ୍ରକାରର ସୁବିଧା ନାହିଁ। ମୌସୁମୀ ସମୟରେ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସୁବିଧା ଯୋଗାଇବା ଏବଂ ସମସ୍ତ ସମସ୍ୟାର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତ ଜିଲ୍ଲାକୁ SOP ପଠାଇଛନ୍ତି। ପର୍ଯ୍ୟଟନ ସଚିବ ସଚିନ କୁର୍ଭେ କହିଛନ୍ତି ଯେ, ଚାରଧାମ ଯାତ୍ରା ଆସନ୍ତା ୧୦ ତାରିଖରୁ ଆରମ୍ଭ…
ଭୁବନେଶ୍ଵର: ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି। ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟବାସୀଙ୍କୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ତେବେ ଶ୍ରୀମନ୍ଦିରର ଚାରି ଦ୍ଵାର ତ ଖୋଲା ହୋଇସାରିଛି, କିନ୍ତୁ ଏବେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ମଧ୍ୟ ବିଜେପି ସରକାର ନେଇଥିବା ଜଣାପଡିଛି। ପୂର୍ବ ସରକାରରୁ ଏହାକୁ ନେଇ ବହୁ ବିବାଦ ଉପୁଜିଥିବା ବେଳେ ନୂଆ ସରକାର ଏହା ଉପରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ମୋହନ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାର ନିଷ୍ପତ୍ତି ନେଇଛନ୍ତି। ଏବଂ ଏହା ଜୁଲାଇ ୮ ତାରିଖ ଅର୍ଥାତ୍ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରଦିନ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଣାପଡିଛି। ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବାବେଳେ ଏଏସଆଇର ସ୍ୱତନ୍ତ୍ର ଟିମ୍ ଓ ଟେକ୍ନିକାଲ ଟିମ୍ ଉପସ୍ଥିତି…
ଖୋର୍ଦ୍ଧା: ଆଜି ସକାଳ ୯.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ଶ୍ରମ ଅଧିକାରୀଙ୍କ ତରଫରୁ ଆୟୋଜନ ହୋଇଥିବା ମୋବାଇଲ ଭ୍ୟାନ ଅଭିଯାନ ସଚେତନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମକୁ ହଟାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ମୋବାଇଲ୍ ଭ୍ୟାନ୍ ଅଭିଯାନର ଲକ୍ଷ୍ୟ। ଅତିରିକ୍ତ ଜିଲ୍ଲପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସବ୍-କଲେକ୍ଟରଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ପରିସରରେ ଏହି ଅଭିଯାନରେ ସି. ଡ଼ବ୍ଲୁ ସି ସଦସ୍ୟ/ଡ଼ି. ଆଇ. ପି. ଆର. ଓ. ବିଭାଗୀୟ ଶ୍ରମ କମିଶନର, ଖୋର୍ଦ୍ଧା/ଭୁବନେଶ୍ୱର, ଡ଼ି. ଏଲ. ଓ., ଖୋର୍ଦ୍ଧା,/ଭୁବନେଶ୍ୱର, ଜିଲ୍ଲା ଶିକ୍ଷା ଅଧିକାରୀ /ବାଲୁଗାଁ ର ଏ. ଏଲ. ଓ. ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜର ଦ୍ୱିତୀୟ ମ୍ୟାଚରେ ସ୍ମୃତି ମାନ୍ଧନା ଆକ୍ରମଣାତ୍ମକ ପ୍ରଦର୍ଶନ କରି ଶତକ ହାସଲ କରିଛନ୍ତି। ଲଗାତାର ଦ୍ୱିତୀୟ ମ୍ୟାଚରେ ମାନ୍ଧନା ଶତକ ହାସଲ କରିଛନ୍ତି। ମହିଳା କ୍ରିକେଟ୍ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଉଛି। ଆଜି ମାନ୍ଧନା ଏକ ଐତିହାସିକ ଇନିଂସ ଖେଳିଥିଲେ। ସେ ଏକ ଶତକର ସାହାଯ୍ୟରେ ଅନେକ ରେକର୍ଡ ଭାଙ୍ଗିଥିଲେ। ଭାରତ ପାଇଁ ସର୍ବାଧିକ ODI ଶତକ ହାସଲ କରିବାରେ ମାନ୍ଧନା ମିଳିତ ଭାବେ ଶୀର୍ଷରେ ପହଞ୍ଚିଛନ୍ତି। ବାସ୍ତବରେ ଭାରତୀୟ ମହିଳା ଦଳ ପାଇଁ ସର୍ବାଧିକ ODI ଶତକ ହାସଲ କରିବାର ରେକର୍ଡ ମିତାଲି ରାଜଙ୍କ ନାମରେ ଥିଲା। ମିଥାଲି ୨୩୨ ମ୍ୟାଚ୍ ରେ ୭ ଶତକ ହାସଲ କରିଛନ୍ତି। ଯେତେବେଳେ କି ୮୪ ଟି ମ୍ୟାଚ୍ ରେ ୭ ଟି ଶତକ ହାସଲ କରିଥିଲେ। ମହିଳା ଦଳ ଇଣ୍ଡିଆ ପାଇଁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶଗୁଡ଼ିକର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ସାକାର ରୂପ ନେଇଛି। ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ ମଧ୍ୟ କରିଥିଲେ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ନାଳନ୍ଦା ଗସ୍ତକୁ ନେଇ ଶ୍ରୀ ମୋଦୀ ଆନନ୍ଦ ପ୍ରକାଶ କରିବା ସହ ଏହା ଭାରତର ବିକାଶଯାତ୍ରା ଦିଗରେ ଏକ ସକାରାତ୍ମକ ସଙ୍କେତ ବୋଲି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ‘‘ନାଳନ୍ଦା କେବଳ ଏକ ନାମ ନୁହେଁ, ଏହା ଏକ ପରିଚୟ ଓ ସମ୍ମାନ। ନାଳନ୍ଦା ହେଉଛି ମୂଳ ଆଧାର, ଏହା ହେଉଛି ମନ୍ତ୍ର। ନାଳନ୍ଦା…
ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ଏକ୍ସାଇଜ୍ ପଲିସି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କର ହେପାଜତ ଅବଧି ଶେଷ ହେବା ପରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ବିନୋଦ ଚୌହାନଙ୍କୁ ବିଆରଏସ ନେତା କବିତାଙ୍କ PA ମାଧ୍ୟମରେ ୨୫ କୋଟି ଟଙ୍କା ମିଳିଛି। ସେ ଅଭିଷେକ ବୋଇନପଲୀଙ୍କ ଜରିଆରେ ଗୋଆ ନିର୍ବାଚନ ପାଇଁ ଟଙ୍କା ପାଇଥିଲେ। ଏଥିସହ ଚଳିତ ମାସ ଶେଷରେ ବିନୋଦଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି। ମେ ମାସରେ ତାଙ୍କୁ ଗିରଫ କରାଯାଇଥିଲା। ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ୍ସାଇଜ୍ ପଲିସି ମାମଲାରେ ଗିରଫ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ…
ଭୁବନେଶ୍ଵର: ରାଜ୍ୟରେ ନୂତନ ସରକାର ଗଠନ ପରେ ଗତକାଲି ଓଡିଶା ବିଧାନସଭାରେ ବିଧାୟକମାନେ ଶପଥ ଗ୍ରହଣ କରିଥିଲେ। କାମ ଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମସ୍ତ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ। ତେବେ ଆଜି ବିଜେପି ବିଧାୟକ ଦଳର ବୈଠକରେ ବିଧାୟିକା ସୁରୁମା ପାଢିଙ୍କୁ ଓଡିଶା ବିଧାନସଭାର ବାଚସ୍ପତି ଭାବେ ମନୋନୀତ କରାଯାଇଛି। ଏହାପରେ ରଣପୁର ବିଧାୟିକା ବାଚସ୍ପତି ପଦବୀ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିଥିଲେ।
ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ କଂଗ୍ରେସ ନେତା କିରଣ ଚୌଧୁରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ କିରଣ ଚୌଧୁରୀ ତାଙ୍କ ଝିଅ ଶ୍ରୁତି ଚୌଧୁରୀଙ୍କ ସହ ବିଜେପି ସଦସ୍ୟ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ କିରଣ ଚୌଧୁରୀଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ, ନୂତନ ଆରମ୍ଭ, ଏକ ନୂଆ ସକାଳ। ସୋସିଆଲ ମିଡିଆ ପୋଷ୍ଟରେ କିରଣ ଚୌଧୁରୀ ଏହା ମଧ୍ୟ କହିଛନ୍ତି ଯେ, ଆଜି ମୁଁ ଏହି ଅଞ୍ଚଳର ଉନ୍ନତି ଲକ୍ଷ୍ୟ ନେଇ ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ ଏବଂ ଏକ ଭରତ, ଶ୍ରେଷ୍ଠ ଭାରତର ସଂକଳ୍ପ ପାଇଁ କର୍ମୀମାନଙ୍କ ସହ ବିଜେପି ଦଳର ସଦସ୍ୟତା ଗ୍ରହଣ କରିଛି ଏବଂ ଆମର ପ୍ରତିଜ୍ଞା ଯେ, ଚୌଧୁରୀ ବଂଶୀଲାଲଙ୍କ ପଦାଙ୍କ ଅନୁସରଣ କରି ଆମେ ସବୁବେଳେ ହରିୟାଣା ଏବଂ ଅଞ୍ଚଳର ଲୋକଙ୍କ କଲ୍ୟାଣ…
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟରୁ ‘ହମାରେ ବାରହ’କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ବାସ୍ତବରେ ଫିଲ୍ମ ‘ହମାରେ ବାରହ’ ରିଲିଜକୁ କୋର୍ଟ ଅନୁମୋଦନ କରିଛନ୍ତି। ନିର୍ମାତାମାନେ ଫିଲ୍ମର କିଛି ପରିବର୍ତ୍ତନ ପାଇଁ ରାଜି ହୋଇଛନ୍ତି। ଏହା ପରେ, ଆବେଦନକାରୀମାନେ ମଧ୍ୟ ପରିବର୍ତ୍ତନ ପରେ ରିଲିଜରେ ଆପତ୍ତି ନକରିବାକୁ ସହମତ ହୋଇଛନ୍ତି। ସୂଚନା ଅନୁଯାୟୀ ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ସେମାନେ ଅଭିନେତା ଅନୁ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ହମାରେ ବାରହ’କୁ ଦେଖିଛନ୍ତି ଏବଂ ଏଥିରେ କୌଣସି ଆପତ୍ତିଜନକ ବିଷୟ ନାହିଁ, ଯାହା କି କୁରାନ କିମ୍ବା ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ କିମ୍ବା ହିଂସା ସୃଷ୍ଟି କରୁଛି। ଖଣ୍ଡପୀଠ କହିଛନ୍ତି ଯେ, ପ୍ରଥମ ଟ୍ରେଲର ଆପତ୍ତିଜନକ ଥିଲା। ଶୁଣାଣି ସମୟରେ ଜଷ୍ଟିସ ବିପି କୋଲାବାୱାଲା ଏବଂ ଫିରଦୋଶ ପୁନିୱାଲାଙ୍କ ଖଣ୍ଡପୀଠ ମଧ୍ୟ କହିଛନ୍ତି ଯେ ସେନ୍ସର ବୋର୍ଡରୁ ପ୍ରମାଣପତ୍ର ପାଇବା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରିଥିବାରୁ ‘ହମାରେ ବାରହ’ର ନିର୍ମାତାଙ୍କୁ ଜୋରିମାନା କରାଯିବ।
ନୂଆଦିଲ୍ଲୀ: ସାରା ବିଶ୍ୱରୁ ହଜ୍ ତୀର୍ଥଯାତ୍ରାରେ ସାଉଦି ଆରବ ଯାଇଥିବା ଅତି କମରେ ୫୫୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅତ୍ୟଧିକ ଉତ୍ତାପ ବୋଲି କୁହାଯାଏ। ଦୁଇ ଆରବ କୂଟନୀତିଜ୍ଞ ଗଣମାଧ୍ୟମକୁ କହିଛନ୍ତି ଯେ, ମୃତମାନଙ୍କ ମଧ୍ୟରୁ ଅତି କମରେ ୩୨୩ ଜଣ ଇଜିପ୍ଟୀୟ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଂଶୁଘାନଜନିତ ରୋଗରେ ମୃତ୍ୟୁ ବରଣ କରିଥିଲେ। ବିଭିନ୍ନ ଦେଶର ରିପୋର୍ଟ ଅନୁଯାୟୀ ମୋଟ ମୃତ୍ୟୁ ସଂଖ୍ୟା ୫୭୭ ରେ ପହଞ୍ଚିଛି। କୂଟନୀତିଜ୍ଞ କହିଛନ୍ତି ଯେ, ଅତିକମରେ ୬୦ ଜଣ ଜୋର୍ଡାନ ନାଗରିକଙ୍କର ମୃତ୍ୟୁ ଘଟିଛି। ମକ୍କାର ସବୁଠାରୁ ବଡ ଶବଗୃହ ମଧ୍ୟରୁ ଅଲ-ମୁଆଇସିମ ଶବଗୃହରେ ମୋଟ ୫୫୦ ମୃତ୍ୟୁ ନିଶ୍ଚିତ ହୋଇଛି। ସାଉଦି ଜାତୀୟ ପାଣିପାଗ ବିଭାଗ କହିଛି ଯେ, ସୋମବାର ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି। ସାଉଦି ଅଧିକାରୀ କହିଛନ୍ତି ଯେ, ଅଂଶୁଘାତରେ ପୀଡିତ ୨ ହଜାର ରୁ ଅଧିକ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ଜନ୍ମଭୂମିରେ ଅବସ୍ଥିତ ରାମ ମନ୍ଦିରରେ ସନ୍ଦେହଜନକ ପରିସ୍ଥିତିରେ ଗୁଳି ଚାଲିଛି। ଯେଉଁଥିରେ ଜଣେ ଏସଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ୫.୨୫ ରେ ଘଟିଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାମ ମନ୍ଦିର ପରିସରରେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଆହତ ଯବାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ଯବାନଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ। ଏହି ଯବାନ ୨୫ ବର୍ଷ ବୟସ୍କ ଶତ୍ରୁଘ୍ନ ବିଶ୍ୱକର୍ମା ବୋଲି ଜଣା ପଡିଛି। ଖବର ଲେଖିବା ପର୍ଯ୍ୟନ୍ତ ଏହି ଘଟଣାର କାରଣ ଜଣାପଡି ନାହିଁ।
ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ହରିୟାଣା କଂଗ୍ରେସର ବରିଷ୍ଠ ନେତା କିରଣ ଚୌଧୁରୀଙ୍କ ସହ ତାଙ୍କ ଝିଅ ତଥା ପୂର୍ବତନ ସାଂସଦ ଶ୍ରୁତି ଚୋଧୁରୀ ମଙ୍ଗଳବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଏହାପରେ ସିର୍ସାରୁ ସାଂସଦ କୁମାରୀ ସେଲଜାଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ଶ୍ରୁତି ଚୌଧୁରୀଙ୍କୁ ନ୍ୟାୟ କରାଯାଇ ନାହିଁ। ଆମେ ଭିବାନୀ ଏବଂ ଗୁରୁଗ୍ରାମ ହାରିଲେ। ଯଦି କ୍ୟାପଟେନ ଅଜୟ ଯାଦବ ଗୁରୁଗ୍ରାମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ, ତେବେ ସେ ନିର୍ବାଚନରେ ଜିତିଥାନ୍ତେ। ଯଦି ଶ୍ରୁତି ଚୌଧୁରୀ ଭିବାନୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ, ତେବେ ସେ ଜିତିଥାନ୍ତେ। ଭୁପେନ୍ଦ୍ର ସିଂ ହୁଡା ଶିବିରର କିରଣ ଚୌଧୁରୀ ଅସନ୍ତୋଷ ପ୍ରକାଶ କରିବା ପ୍ରଶ୍ନରେ କୁମାରୀ ସେଲଜା କହିଛନ୍ତି ଯେ, ସେ କ୍ଷୁବ୍ଧ ହେବା ସ୍ୱାଭାବିକ। ତାଙ୍କର ପୁରା ପରିବାରର ଦଳ ପାଇଁ ଯୋଗଦାନ ରହିଛି। ଶ୍ରୁତି ଚୌଧୁରୀ ମଧ୍ୟ ପୂର୍ବରୁ ଭିବାନୀରୁ ସାଂସଦ…
ନୂଆଦିଲ୍ଲୀ: ବିରାଟ କୋହଲି ୨୦୨୪ ଟି -୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। କିନ୍ତୁ ଟୁର୍ଣ୍ଣାମେଣ୍ଟର ସୁପର-୮ ପର୍ଯ୍ୟାୟ ପୂର୍ବରୁ କିଙ୍ଗ କୋହଲି ସଫଳତା ହାସଲ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସୁପର-୮ ପୂର୍ବରୁ କୋହଲି ନେଟରେ ପ୍ରଚୁର ଝାଳ ବୁହାଇଛନ୍ତି, ଯାହା ଦ୍ଵାରା ସେ ପୁଣି ଥରେ ନିଜର ଫର୍ମ ଫେରି ପାଇବେ। ଭାରତୀୟ ଦଳ ସୁପର -୮ ର ଗ୍ରୁପ୍ -୧ ରେ ଅଛି ଏବଂ ସେମାନଙ୍କର ପ୍ରଥମ ମ୍ୟାଚ୍ ଗୁରୁବାର, ଜୁନ୍ ୨୦ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ହେବ। ଏହି ମ୍ୟାଚ୍ରେ କିଙ୍ଗ କୋହଲି ତାଙ୍କ ନାମରେ ଏକ ବିଶେଷ ରେକର୍ଡ ସୃଷ୍ଟି କରି ଇତିହାସ ସୃଷ୍ଟି କରିପାରନ୍ତି। ଗ୍ରୁପ୍ ପର୍ଯ୍ୟାୟରେ ଫ୍ଲପ୍ ହୋଇଥିବା କିଙ୍ଗ କୋହଲି ଆଫଗାନିସ୍ତାନ ବିପକ୍ଷ ସୁପର -୮ ର ପ୍ରଥମ ମ୍ୟାଚ୍ରେ ଏକ ବଡ଼ ଇନିଂସ ଖେଳିପାରନ୍ତି। ଯଦି କୋହଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୮ ଟି ଚୌକା…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ)ର ନିର୍ଦ୍ଦେଶକ୍ରମେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ପକ୍ଷରୁ ଦେଶର ୨୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେଭିଏସ୍/ଏନଭିଏସ୍ ର ଶିକ୍ଷକମାନଙ୍କ ପାଇଁ ଜାତୀୟ ପରାମର୍ଶ ମିଶନ (ଏନଏମଏମ) ଏବଂ ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନକ (ଏନ୍ ପି ଏସ୍ ଟି) ଉପରେ ଏକ ପାଞ୍ଚ ଦିନିଆ ଭର୍ଚୁଆଲ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦କୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ସହିତ ପି.ଏମ. ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ୧୦-୧୪ ଜୁନ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଅଧିବେଶନରେ ଲକ୍ଷ୍ୟ ରଖାଯାଇଥିଲା। ପାଞ୍ଚ ଦିନ ଧରି ଦୁଇ ଘଣ୍ଟିଆ ଅଧିବେଶନ ଆୟୋଜନ କରାଯାଇ ଏନଏମଏମ ଏବଂ ଏନପିଏସଟି ବିଷୟରେ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତିଦିନ ବିଭିନ୍ନ ରାଜ୍ୟ ଓ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଷ୍ଟ୍ରାସନ ତଥା ଓଟ ଭଙ୍ଗୀର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ଉଷ୍ଟ୍ରାସନ ମଣିଷର ପିଠି, ବେକର ମାଂସପେଶୀକୁ ଦୃଢ଼ କରିବା ସହ ଶରୀରରେ ରକ୍ତ ସଂଚାଳନ ସୁଗମ ଏବଂ ଦୃଷ୍ଟିଶକ୍ତି ବଢ଼ାଇଥାଏ। ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଆସୁଥିବା ବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉଷ୍ଟ୍ରାସନର ଭଙ୍ଗୀକୁ ଉଭୟ ହିନ୍ଦୀ ଓ ଇଂରାଜୀରେ ବର୍ଣ୍ଣନା କରାଯାଇଛି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: “ଉଷ୍ଟ୍ରାସନ ପିଠି ଓ ବେକର ମାଂସପେଶୀକୁ ସୁଦୃଢ଼ କରିଥାଏ। ଏହା ମଧ୍ୟ ଶରୀରରେ ରକ୍ତ ସଞ୍ଚାଳନ ସୁଗମ କରିବା ସହ ଦୃଷ୍ଟିଶକ୍ତି ବଢ଼ାଇଥାଏ”। https://x.com/narendramodi/status/1802908408015675841?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1802908408015675841%7Ctwgr%5E1ad7f2a76f03660b2db5f02a2796f3c75bac5acf%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2026168
ମୁମ୍ବାଇ: ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ୍) ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଖ୍ୟାତ ବନ୍ୟପ୍ରାଣୀ ଚଳଚ୍ଚିତ୍ର ନିର୍ମାତା ସୁବିୟା ନାଲ୍ଲାମୁଥୁ ନିଜ ମତ ରଖିବା ସହ ତାଙ୍କର ସଦ୍ୟତମ ପ୍ରକଳ୍ପ ବିଷୟରେ ଘୋଷଣା କରିଛନ୍ତି। ସୁବ୍ବିୟା ନାଲ୍ଲାମୁଥୁ କହିଛନ୍ତି, “ଫୁଟେଜ୍ ପାଇବା ସହଜ, କିନ୍ତୁ ଏକ ଆକର୍ଷଣୀୟ ଏବଂ ଚମତ୍କାର କାହାଣୀ ଚିହ୍ନଟ କରିବା କଷ୍ଟକର କାରଣ ସମସ୍ତ ଫୁଟେଜ୍ କାହାଣୀ ପ୍ରକାଶ କରନ୍ତି ନାହିଁ। ଗଣମାଧ୍ୟମକୁ ସମ୍ବୋଧିତ କରି ନାଲ୍ଲାମୁଥୁ ବନ୍ୟପ୍ରାଣୀ ଚଳଚ୍ଚିତ୍ର ନିର୍ମାଣରେ ଆକର୍ଷଣୀୟ କାହାଣୀର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ‘‘କୌଣସି ସଜୀବ ନାୟକ ପରିବର୍ତ୍ତେ ବିଷୟବସ୍ତୁ ମୋ ପାଇଁ ପ୍ରକୃତ ନାୟକ।’’ ନିଜ କାମ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ସୁବିୟା ନାଲ୍ଲାମୁଥୁ ତାଙ୍କର ପ୍ରଥମ ମହତ୍ୱାକାଂକ୍ଷୀ ଫିଚର ଫିଲ୍ମ ପ୍ରକାଶ କରିଛନ୍ତି, ଯାହା ବାଘଙ୍କ ଆଶ୍ଚର୍ଯ୍ୟଜନକ ଯାତ୍ରା ଉପରେ ଆଧାରିତ ଏକ ଇକୋ-ଥ୍ରୀଲର। ଏହି ଅଭିନବ ଚଳଚ୍ଚିତ୍ର ଟି ଏକ…
ନୂଆଦିଲ୍ଲୀ: ନ୍ୟୁଜ୍ ପୋର୍ଟାଲ/ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଭାରତୀୟ ସୀମା ଶୁଳ୍କ ଅଧିକାରୀ ପରିଚୟ ଦେଇ ସାରା ଦେଶରେ ନିଜର କଠିନ ରୋଜଗାର କରିଥିବା ଟଙ୍କାରୁ ଜନସାଧାରଣଙ୍କୁ ଠକି ନେଉଥିବା ବିଭିନ୍ନ ଘଟଣା ସାମ୍ନାକୁ ଆସିଛି। ଏହି ଠକେଇ ମୁଖ୍ୟତଃ ଫୋନ୍ କଲ୍ କିମ୍ବା ଏସ୍ଏମ୍ଏସ୍ ଭଳି ଡିଜିଟାଲ୍ ମାଧ୍ୟମରେ କରାଯାଇଥାଏ ଏବଂ ତୁରନ୍ତ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ର ‘କଥିତ’ ଭୟରେ ଟଙ୍କା ଉଠାଇବା ଉପରେ ଧ୍ୟାନ ଦିଆଯାଉଛି। ଜନସଚେତନତା ମାଧ୍ୟମରେ ଏହି ଠକେଇର ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ମଲ୍ଟି ମୋଡାଲ ସଚେତନତା ଅଭିଯାନ ଚଳାଇଛି। ଖବରକାଗଜ ବିଜ୍ଞାପନ ସାଧାରଣ ଲୋକଙ୍କୁ SMS/ଇମେଲ୍ ସୋସିଆଲ ମିଡିଆ ଅଭିଯାନ ଏହି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ସିବିଆଇସି ପକ୍ଷରୁ ସ୍ଥାନୀୟ ପ୍ରଶାସନ ଏବଂ ବାଣିଜ୍ୟ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ସମଗ୍ର ଦେଶରେ ଜନସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏଭଳି…
ନୂଆଦିଲ୍ଲୀ: ୧୦.୦୮.୨୦୨୩ରେ ରାଜ୍ୟସଭାରେ ‘‘ଡାକଘର ବିଧେୟକ, ୨୦୨୩’’ ଆଗତ ହୋଇଥିଲା ଏବଂ ୦୪.୧୨.୨୦୨୩ରେ ରାଜ୍ୟସଭାରେ ଗୃହିତ ହୋଇଥିଲା। ଏହାପରେ ୧୩.୧୨.୨୦୨୩ ଏବଂ ୧୮.୧୨.୨୦୨୩ରେ ଏହି ବିଧେୟକ ଉପରେ ବିଚାର କରାଯାଇ ଲୋକସଭାରେ ଅନୁମୋଦନ ଲାଭ କରିଥିଲା। ‘‘ଡାକଘର ଆଇନ, ୨୦୨୩’’ ୨୪ ଡିସେମ୍ବର ୨୦୨୩ରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ଏବଂ ସାଧାରଣ ସୂଚନା ପାଇଁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ (ବିଧାନ ବିଭାଗ) ଦ୍ୱାରା ୨୪ ଡିସେମ୍ବର ୨୦୨୩ରେ ଭାରତର ଗେଜେଟ, ଅସାଧାରଣ, ଭାଗ ୨, ଧାରା ୧ରେ ପ୍ରକାଶିତ ହୋଇଥିଲା। ନାଗରିକ କୈନ୍ଦ୍ରିକ ସେବା, ବ୍ୟାଙ୍କିଙ୍ଗ ସେବା ଏବଂ ସରକାରୀ ଯୋଜନାର ଲାଭ ଅନ୍ତିମ ସୋପାନରେ ପହଞ୍ଚାଇବା ପାଇଁ ଏକ ସରଳ ଆଇନଗତ ଢାଞ୍ଚା ସୃଷ୍ଟି କରିବା ଏହି ଆଇନର ଉଦ୍ଦେଶ୍ୟ। ଏହି ଆଇନରେ ବ୍ୟବସାୟ କରିବାର ସୁଗମତା ଏବଂ ସହଜ ଜୀବନଧାରଣକୁ ବଢ଼ାଇବା ଲାଗି ଚିଠି ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ବିତରଣର ସ୍ୱତନ୍ତ୍ର ଅଧିକାର ବ୍ୟବସ୍ଥାକୁ…

