Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଶ୍ଵସ୍ତି ନାହିଁ, ଜୁଲାଇ ୩ ଯାଏଁ ବଢିଲା ନ୍ୟାୟିକ ହେପାଜତ
ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଶ୍ଵସ୍ତି ନାହିଁ, ଜୁଲାଇ ୩ ଯାଏଁ ବଢିଲା ନ୍ୟାୟିକ ହେପାଜତ

June 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ଏକ୍ସାଇଜ୍ ପଲିସି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କର ହେପାଜତ ଅବଧି ଶେଷ ହେବା ପରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ବିନୋଦ ଚୌହାନଙ୍କୁ ବିଆରଏସ ନେତା କବିତାଙ୍କ PA ମାଧ୍ୟମରେ ୨୫ କୋଟି ଟଙ୍କା ମିଳିଛି। ସେ ଅଭିଷେକ ବୋଇନପଲୀଙ୍କ ଜରିଆରେ ଗୋଆ ନିର୍ବାଚନ ପାଇଁ ଟଙ୍କା ପାଇଥିଲେ। ଏଥିସହ ଚଳିତ ମାସ ଶେଷରେ ବିନୋଦଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି। ମେ ମାସରେ ତାଙ୍କୁ ଗିରଫ କରାଯାଇଥିଲା।

ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ୍ସାଇଜ୍ ପଲିସି ମାମଲାରେ ଗିରଫ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ତାଙ୍କୁ ମେ ମାସରେ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କେଜ୍ରିୱାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହିଁଥିଲେ ମଧ୍ୟ ସେ ଜାମିନ ପାଇପାରିନଥିଲେ। ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ସେ ଜୁନ୍ ୨ ତାରିଖରେ ତିହାରରେ ଆତ୍ମସମର୍ପଣ କରିଥିଲେ।

Arvind Kejriwal Delhi News ed excise policy
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେପିକୁ କଟାକ୍ଷ କଲା ଆପ

May 25, 2026

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

May 25, 2026

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍

May 25, 2026

ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ

May 24, 2026
Latest News

ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେପିକୁ କଟାକ୍ଷ କଲା ଆପ

May 25, 2026

ବିଜେଡି ଛାଡିବେ ସାଂସଦ ଦେବାଶିଷ ସାମନ୍ତରାୟ, ବିଜେପିରେ ମିଶି ପୁଣି ଯିବେ ରାଜ୍ୟସଭା !!

May 25, 2026

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

May 25, 2026

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍

May 25, 2026

ମାନସିକ ସ୍ୱାସ୍ଥ୍ୟ ସଙ୍କଟ : ପ୍ରତି ୮ ଜଣରେ ଜଣେ ମାନସିକ ବିକାରରେ ପୀଡିତ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.