Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ସୀମା ଶୁଳ୍କ ନାଁରେ ହେଉଥିବା ଠକେଇ ବିରୋଧରେ ସିବିଆଇସି ଆରମ୍ଭ କଲା ଅଭିଯାନ
ଜାତୀୟ ଖବର

ଭାରତୀୟ ସୀମା ଶୁଳ୍କ ନାଁରେ ହେଉଥିବା ଠକେଇ ବିରୋଧରେ ସିବିଆଇସି ଆରମ୍ଭ କଲା ଅଭିଯାନ

June 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନ୍ୟୁଜ୍ ପୋର୍ଟାଲ/ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଭାରତୀୟ ସୀମା ଶୁଳ୍କ ଅଧିକାରୀ ପରିଚୟ ଦେଇ ସାରା ଦେଶରେ ନିଜର କଠିନ ରୋଜଗାର କରିଥିବା ଟଙ୍କାରୁ ଜନସାଧାରଣଙ୍କୁ ଠକି ନେଉଥିବା ବିଭିନ୍ନ ଘଟଣା ସାମ୍ନାକୁ ଆସିଛି। ଏହି ଠକେଇ ମୁଖ୍ୟତଃ ଫୋନ୍ କଲ୍ କିମ୍ବା ଏସ୍ଏମ୍ଏସ୍ ଭଳି ଡିଜିଟାଲ୍ ମାଧ୍ୟମରେ କରାଯାଇଥାଏ ଏବଂ ତୁରନ୍ତ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ର ‘କଥିତ’ ଭୟରେ ଟଙ୍କା ଉଠାଇବା ଉପରେ ଧ୍ୟାନ ଦିଆଯାଉଛି।

ଜନସଚେତନତା ମାଧ୍ୟମରେ ଏହି ଠକେଇର ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ମଲ୍ଟି ମୋଡାଲ ସଚେତନତା ଅଭିଯାନ ଚଳାଇଛି।

ଖବରକାଗଜ ବିଜ୍ଞାପନ

ସାଧାରଣ ଲୋକଙ୍କୁ SMS/ଇମେଲ୍

ସୋସିଆଲ ମିଡିଆ ଅଭିଯାନ

ଏହି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ସିବିଆଇସି ପକ୍ଷରୁ ସ୍ଥାନୀୟ ପ୍ରଶାସନ ଏବଂ ବାଣିଜ୍ୟ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ସମଗ୍ର ଦେଶରେ ଜନସଚେତନତା ଅଭିଯାନ ଆରମ୍ଭ କରାଯାଇଛି।

ଏଭଳି ଦୁର୍ନୀତିର ଶିକାର ହେବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ସିବିଆଇସି ଜନସାଧାରଣଙ୍କୁ ପରାମର୍ଶ ଦେଇଛି:

ବୁଝାମଣା: ଭାରତୀୟ ସୀମା ଶୁଳ୍କ ଅଧିକାରୀମାନେ ବ୍ୟକ୍ତିଗତ ଆକାଉଣ୍ଟରେ ଶୁଳ୍କ ପୈଠ ପାଇଁ ସାଧାରଣ ଲୋକଙ୍କ ସହ ଫୋନ୍, ଏସ୍ଏମ୍ଏସ୍ କିମ୍ବା ଇ-ମେଲ୍ ମାଧ୍ୟମରେ ଯୋଗାଯୋଗ କରନ୍ତି ନାହିଁ। ଯଦି ଆପଣ ଠକେଇ ସନ୍ଦେହ କରନ୍ତି କିମ୍ବା କୌଣସି ଅନିୟମିତତାର ସମ୍ମୁଖୀନ ହୁଅନ୍ତି ତେବେ କଲ୍ ବିଚ୍ଛିନ୍ନ କରନ୍ତୁ ଏବଂ ମେସେଜର ଉତ୍ତର ଦିଅନ୍ତୁ ନାହିଁ।

ସୁରକ୍ଷା: ବ୍ୟକ୍ତିଗତ ସୂଚନା (ପାସୱାର୍ଡ, ସିଭିଭି, ଆଧାର ନମ୍ବର ଇତ୍ୟାଦି) କେବେ ବି ସେୟାର କିମ୍ବା ପ୍ରକାଶ କରନ୍ତୁ ନାହିଁ କିମ୍ବା ଅଜ୍ଞାତ ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ସେମାନଙ୍କ ପରିଚୟ ଏବଂ ବୈଧତା ଯାଞ୍ଚ ନକରି ଟଙ୍କା ପ୍ରେରଣ କରନ୍ତୁ ନାହିଁ।

ଯାଞ୍ଚ କରନ୍ତୁ: ଭାରତୀୟ ସୀମା ଶୁଳ୍କର ସମସ୍ତ ଯୋଗାଯୋଗରେ ଏକ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର (ଡିଆଇଏନ୍) ରହିଛି, ଯାହାସିବିସି ୱେବସାଇଟ୍ ରେ ଯାଞ୍ଚ କରାଯାଇପାରିବ:

https://esanchar.cbic.gov.in/DIN/DINSearch

ରିପୋର୍ଟ: ତୁରନ୍ତ ଏଭଳି ଘଟଣା www.cybercrime.gov.in କିମ୍ବାହେଲ୍ପଲାଇନ୍ ନମ୍ବର ୧୯୩୦କୁ ଜଣାଇଦିଅନ୍ତୁ

ଠକମାନେ ବ୍ୟବହାର କରୁଥିବା କେତେକ ସାଧାରଣ କାର୍ଯ୍ୟପ୍ରଣାଳୀ ହେଉଛି:

ନକଲି କଲ୍ /ଏସଏମଏସ: ଠକମାନେ କୋରିଅର ଅଧିକାରୀ/ କର୍ମଚାରୀ ବୋଲି ପରିଚୟ ଦେଇ କଲ୍, ଟେକ୍ସଟ୍ ମେସେଜ୍ କିମ୍ବା ଇମେଲ୍ ମାଧ୍ୟମରେ ଯୋଗାଯୋଗକରନ୍ତିଯେ କଷ୍ଟମ୍ସ ଏକ ପ୍ୟାକେଜ୍ କିମ୍ବା ପାର୍ସଲ ରଖିଛି ଏବଂ ଏହା ଜାରି କରିବା ପୂର୍ବରୁ ସୀମା ଶୁଳ୍କ କିମ୍ବା ଟିକସ ପୈଠ କରିବା ଆବଶ୍ୟକ।

ଚାପ କୌଶଳ: ସୀମା ଶୁଳ୍କ/ପୁଲିସ/ସିବିଆଇ ଅଧିକାରୀ ପରିଚୟ ଦେଇ ଠକମାନେ ବିଦେଶରୁ ମିଳିଥିବା ପ୍ୟାକେଜ୍/ଉପହାର ପାଇଁ ସୀମା ଶୁଳ୍କ/କ୍ଲିୟରାନ୍ସ ଫି’ ଦେବାକୁ ଦାବି କରନ୍ତି ଏବଂ ସୀମା ଶୁଳ୍କ ମଞ୍ଜୁରି ଆବଶ୍ୟକ କରନ୍ତି। ଟାର୍ଗେଟ ହୋଇଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ସାମଗ୍ରୀ ଛାଡ଼ିବା ପାଇଁ ଦେୟ ଦେବାକୁ କୁହାଯାଏ।

ଅର୍ଥର ଚାହିଦା: ବେଆଇନ ବିଷୟବସ୍ତୁ (ଯେପରିକି ଡ୍ରଗ୍ସ / ବିଦେଶୀ ମୁଦ୍ରା / ନକଲି ପାସପୋର୍ଟ / ନିଷିଦ୍ଧ ସାମଗ୍ରୀ) କିମ୍ବା ସୀମା ଶୁଳ୍କ ନିୟମ ଉଲ୍ଲଂଘନ କାରଣରୁ ସୀମା ଶୁଳ୍କ ଦ୍ୱାରା ସେମାନଙ୍କ ପ୍ୟାକେଜ୍ ଜବତ କରାଯାଇଛି ବୋଲି ଟାର୍ଗେଟ ହୋଇଥିବା ବ୍ୟକ୍ତିମାନଙ୍କୁ ଅବଗତ କରାଯାଏ । ଠକମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଜରିମାନା ଧମକ ଦେଇ ସମସ୍ୟାର ସମାଧାନ ପାଇଁ ଦେୟ ଦାବି କରୁଛନ୍ତି।

ସୋସିଆଲ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.