Author: SM Network

ନୂଆଦିଲ୍ଲୀ: ସମ୍ମାନଜନକ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ର ଅନ୍ୟତମ ବିଶେଷ ଆକର୍ଷଣ ଠାରୁ ଆରମ୍ଭ କରି ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫ୍‌ଏଫ୍‌) ରେ ପରଦାର ଶୋଭା ବୃଦ୍ଧି କରିବା ପର୍ଯ୍ୟନ୍ତ, ଦେଶର ଉଦୀୟମାନ ଯୁବ ପ୍ରତିଭା, ‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ (ସିଏମ୍‌ଓଟି) କଳାତ୍ମକ ଉତ୍କର୍ଷତାର ଏକ ପ୍ରେରଣାଦାୟୀ ଯାତ୍ରା ଅତିକ୍ରମ କରିଛନ୍ତି। ଏମ୍‌ଆଇଏଫ୍‌ଏଫ୍‌ର ୧୮ତମ ସଂସ୍କରଣରେ ଏହି ଆକାଂକ୍ଷୀ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ କିଛି ଆକର୍ଷଣୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ , ଯେଉଁଥିରେ ଗୋଆର ୫୪ତମ ଆଇଏଫ୍‌ଏଫ୍‌ଆଇରେ ଶ୍ରେଷ୍ଠ ସିଏମ୍‌ଓଟି ଚଳଚ୍ଚିତ୍ରର ବିଜେତା ‘ଓଡିଏଚ୍‌’ ମଧ୍ୟ ଅନ୍ତର୍ଭୁକ୍ତ। ଏମ୍‌ଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବାକୁ ଥିବା ୭୫- ସିଏମ୍‌ଓଟିର ଚଳଚ୍ଚିତ୍ର ତାଲିକା ଆଲମ୍ ଆଲମ୍ ହେଉଛି ଜଣେ ଆତ୍ମଗ୍ଲାନିରେ ପରିପୂର୍ଣ୍ଣ ବ୍ୟକ୍ତିଙ୍କ କାହାଣୀ, ଯିଏ ପ୍ରକୃତି ବିଷୟରେ ଚିନ୍ତା କରନ୍ତି ନାହିଁ। ଖୁବ୍ ଶୀଘ୍ର ବୃକ୍ଷ, ବାୟୁ, ଜଳ ଓ ବଜ୍ରପାତ ଭଳି ସମସ୍ତ ତତ୍ତ୍ୱ ତାଙ୍କୁ…

Read More

ନୂଆଦିଲ୍ଲୀ: ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଏହି ନେତାଙ୍କ ମଧ୍ୟରୁ ଅନେକଙ୍କୁ ବର୍ତ୍ତମାନ ଏନଡିଏ ସରକାର ରାଜ୍ୟପାଳ ଭାବରେ ମନୋନୀତ କରିପାରନ୍ତି। ବାସ୍ତବରେ ଦେଶର ୯ ରାଜ୍ୟପାଳଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଶେଷ ହେବାକୁ ଯାଉଛି। ଏଥିମଧ୍ୟରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦ ବେନ ପଟେଲ, ମେଘାଳୟର ଫାଗୁ ଚୌହାନ, ମହାରାଷ୍ଟ୍ରର ରମେଶ ବୈସ, ମଣିପୁରର ଅନୁସୁୟା ଉଇକେ ଏବଂ ରାଜସ୍ଥାନର କଲରାଜ ମିଶ୍ର ଅଛନ୍ତି। ଏହା ସହିତ ଗୁଜୁରାଟର ଆଚାର୍ଯ୍ୟ ଦେବବ୍ରତ, କେରଳର ଆରିଫ ମହମ୍ମଦ ଖାନ, ହରିୟାଣାର ବନ୍ଦାରୁ ଦତ୍ତାତ୍ତ୍ରେୟ ଏବଂ ପଞ୍ଜାବର ବନୱାରୀ ଲାଲ ପୁରୋହିତଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି। ଏହି ପରିସ୍ଥିତିରେ ଏହି ବଡ ନେତାମାନଙ୍କୁ ରାଜ୍ୟପାଳ କରାଯିବ ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ଏହି ନେତାଙ୍କ ମଧ୍ୟରେ ବିଶେଷକରି ଜେନେରାଲ (ଅବସରପ୍ରାପ୍ତ) ଭି.କେ ସିଂ, ଅଶ୍ୱିନୀ ଚୌବେ ଏବଂ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ନାମ ରାଜନୈତିକ ମହଲରେ…

Read More

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ବନ୍ଦ ରହିଥିବା ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ଖୁବ୍‌ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟସ୍ତ କରିଛନ୍ତି। ଆକାଶବାଣୀରେ ଆସନ୍ତା ୩୦ ଜୁନ୍‌ ରବିବାର ଦିନ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମର ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମନ୍‌ କୀ ବାତ୍‌ର ୧୧୧ତମ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଦେବାକୁ ଶ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସାଧାରଣ ନାଗରିକ ମାଇଁ ଗଭ୍‌ ଓପନ ଫୋରମ, ନମୋ ଆପ୍‌ ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ। ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟକରି ଲେଖିଛନ୍ତି, ‘‘ନିର୍ବାଚନ କାରଣରୁ କିଛି ମାସର ବ୍ୟବଧାନ ପରେ #MannKiBaat ଫେରୁଛି। ଚଳିତ ମାସର କାର୍ଯ୍ୟକ୍ରମ ୩୦ ଜୁନ୍‌,  ରବିବାର ପ୍ରସାରିତ ହେବ। ସେଥିପାଇଁ ମୁଁ ପାଇଁ ବିଚାର ଓ ମତାମତ…

Read More

ମେଷ- ରାଜକୀୟ ସହାୟତା ମିଳିବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟ ଭଲ କରିବ । ଆୟ ବୃଦ୍ଧି ପାଇବ । କ୍ଷତି ଏବଂ ଲାଭର ପରିବେଶ ରହିବ । ଶକ୍ତି ବୃଦ୍ଧି ପାଇବ । ଆପଣ ବିଜୟ ହେବେ ହେଲେ ଗର୍ବ କରନ୍ତୁ ନାହିଁ । ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ । ସମୟ ପାର୍ଶ୍ୱରେ ଅଛି। ନାରୀ ସୁଖ, ଯାତ୍ରାରୁ ଦୂରେଇ ରୁହନ୍ତୁ। ବିରୋଧୀମାନେ କ୍ଷତି ସହିବେ। ବୃଷ- ଯାତ୍ରା, ଚାକିରି ଏବଂ ବିନିଯୋଗ ଅନୁକୂଳ ହେବ। ବକେୟା ଅର୍ଥ ଫେରସ୍ତ କରାଯିବ। ବ୍ୟବସାୟ ଭଲ କରିବ । ବିବାଦ କରନ୍ତୁ ନାହିଁ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା । କିଛି ଲାଭ ଭ୍ରମଣ ସମୁଦାୟ ସ୍ଥଗିତ ରଖାଯିବ। ବିରୋଧୀମାନେ ସକ୍ରିୟ ରହିବେ। ଶିକ୍ଷିତ ଲୋକମାନଙ୍କ ସହିତ ସାକ୍ଷାତ କରିବେ। ଶାନ୍ତି ସ୍ଥାପନ କରିବା ଆବଶ୍ୟକ । ଅପ୍ରାକୃତିକ ଭୟ ରହିବ । ମିଥୁନ- ପଦ୍ଧତିରେ ଉନ୍ନତି ହେବ।…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କୃଷକ ମାନଙ୍କୁ ପିଏମ କିଷାନ ସାମ୍ମନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ୧୯ହଜାର ହିତାଧିକାରୀ ଉକ୍ତ ଯୋଜନାରେ କିସ୍ତି ଟଙ୍କା ପାଇଛନ୍ତି। ହିତାଧିକାରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷରେ ବ୍ଲକ ସଭା ଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରାଣସିଂହଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଡ଼ିଓ ଶୀତଲ ଅଗ୍ରୱାଲ, ସହକାରୀ କୃଷି ଅଧିକାରୀ ବିଶ୍ୱଜିତ ରଣା, କୃଷକ ସାଥି, ସହକାରୀ ଉଦ୍ୟାନ ଅଧିକାରୀ, ଗ୍ରାମ ସେବକଙ୍କ ସମେତ ବହୁ ହିତାଧିକାରୀ ଯୋଗ ଦେଇଥିଲେ। ସଭା ଗୃହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏଲଇଡ଼ି ମାଧ୍ୟମରେ ଉକ୍ତ ଯୋଜନାର ସଫଳତାକୁ ଉପସ୍ଥିତ ଲୋକମାନେ ଦେଖିଥିଲେ। ଯେଉଁ ହିତାଧିକାରୀ ଏଥିରୁ ବଂଚିତ ହୋଇଛନ୍ତି ଆଗାମୀ ଦିନରେ ସେମାନଙ୍କୁ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ଜୈନିକ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଗଲେ ଡ଼ଇଁଚା ଆର ଆଇ। ଭିଜିଲାନ୍ସ ବିଭାଗ ତରଫରୁ ଏକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଆଜି ଅପରାହ୍ନ ୪ଟା ସମୟରେ ନାକଟିଦେଉଳ ତହସିଲ ଡଇଁଚା ଆର ଆଇ ସାର୍କିଲ ର ଆର ଆଇ ମନୋଜ କୁମାର ମହାନନ୍ଦ ଘୋଷରାମାଲ ପଂଚାୟତ ଅଂଚଳର ଜୈନିକ ବ୍ୟକ୍ତିଙ୍କ ଠାରୁ ଜମି ମ୍ୟୁଟେସନ କେସର ସମାଧାନ ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ ଆର ଆଇ ମହାନନ୍ଦଙ୍କୁ ଧରି ପକାଇଥିଲା। ସୂଚନା ଥାଉକି, ଗତ ୧୭/୪/୨୦୨୨ ରେ ସମ୍ବଲପୁର ଜିଲ୍ଲା ଜମନକିରା ରେ ଆର ଆଇ ମହାନନ୍ଦ ଲାଞ୍ଚ ନେଉଥିବା ବେଳେ ଜେଲ ଯାଇଥିଲେ।

Read More

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ସପ୍ତଦଶ କିସ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ କାଶୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲଗାତାର ତୃତୀୟ ଥର ପାଇଁ ତାଙ୍କୁ ଚୟନ କରିଥିବାରୁ ଶ୍ରୀ ମୋଦୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘‘ବର୍ତ୍ତମାନ ମା’ ଗଙ୍ଗା ମଧ୍ୟ ମୋତେ ପୋଷ୍ୟ…

Read More

ଭୁବନେଶ୍ଵର: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଭାଗ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର କାର୍ଯ୍ୟଧାରା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। #ବିକାଶିତଓଡ଼ିଶା ଲକ୍ଷ୍ୟ ହାସଲ ନିମନ୍ତେ ଗ୍ରାୟ ଉନ୍ନୟନ ବିଭାଗର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ବିଭାଗ ଅଧିନସ୍ଥ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ନୂତନ ପ୍ରକଳ୍ପ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ।

Read More

ଖୋର୍ଦ୍ଧା: ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଟେବୁଲ୍ ଟପ ଅଭ୍ୟାସ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଖୋର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଖୋର୍ଦ୍ଧା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଉପସ୍ଥିତ ଅବଜରଭର ଅବିନାଶ କୁମାର ଜେନା, joint special relief commissioner ଏବଂ ଅମ୍ବିକା ପ୍ରସାଦ ମିଶ୍ର, DGM, OSDMA, ଉପଜିଲ୍ଲାପାଳ, ଭୁବନେଶ୍ୱର, ଡ଼ଃ. ମହେନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ବାଦଲ କୁମାର ମହାନ୍ତି ବୈଠକରେ ବିପର୍ଯୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ଦିଗଦର୍ଶନ ଦେଇଥିଲେ। ବିଭିନ୍ନ ଲାଇନ ବିଭାଗ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିଶଦ ଭାବେ ଆଲୋଚନା ହୋଇଥିଲା. ଟେବୁଲ ଟପ ଅଭ୍ୟାସ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କର କି ପଦକ୍ଷେପ ରହିବ ସେସବୁର ବିଶଦ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ ଗସ୍ତ କରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଉତ୍ସବରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଜି ଓଡିଶାର ୩୧.୬୨ ଲକ୍ଷ ଚାଷୀ ୬୩୨.୪୮ କୋଟି ଟଙ୍କା ପାଇଲେ। ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ବାରଣାସୀରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବରଗଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ହଜାର ହଜାର ଲୋକଙ୍କ ଗହଣରେ ଏକ  ‘ରୋଡ ସୋ’ରେ ଯାଇକାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ। ରାସ୍ତାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାରା ରାସ୍ତାରେ ଲୋକଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ବିପୁଳ ଉତ୍ସାହରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ…

Read More

ନୂଆଦିଲ୍ଲୀ: ଅନେକ ନୂଆ ଦଳ ୨୦୨୪ ଟି -୨୦ ବିଶ୍ୱକପରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ, ସେହି ଦଳଗୁଡିକ ମଧ୍ୟ ଦୁର୍ବଳ ବୋଲି ବିବେଚନା କରାଯାଉଥିଲା। ଆମେରିକା ଏବଂ ଆଫଗାନିସ୍ତାନର ପ୍ରଦର୍ଶନ ପ୍ରଶଂସକଙ୍କ ହୃଦୟ ଜିତିଥିଲା। ଆମେରିକା ପାକିସ୍ତାନକୁ ପରାସ୍ତ କରିଥିଲା। ବର୍ତ୍ତମାନ ୨୦୨୬ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳର ତାଲିକା ଆସିଛି। ଏଥିରେ ସମୁଦାୟ ୧୨ ଟି ଦଳ ଅଛନ୍ତି। ଏମାନଙ୍କ ବ୍ୟତୀତ ଆଉ ୮ ଟି ଦଳ ଯୋଗ୍ୟତା ଅର୍ଜନ କରିବେ। ଭାରତ ଏବଂ ଶ୍ରୀଲଙ୍କାରେ ୨୦୨୬ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ଭାରତ ଏବଂ ଶ୍ରୀଲଙ୍କା ସହିତ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟ ଏଥିପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଆମେରିକା ମଧ୍ୟ ୨୦୨୬ ଟି -୨୦ ବିଶ୍ୱକପ ପାଇଁ ଭାରତ ଆସିବ।…

Read More

ନୂଆଦିଲ୍ଲୀ: ଏଥର ସାଉଦି ଆରବରେ ହଜ୍ ତୀର୍ଥଯାତ୍ରା ସମୟରେ ଉତ୍ତାପ ହଇଚଇ ସୃଷ୍ଟି କରିଛି, ଅତିକମରେ ୨୨ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା ବଢିବା ପରେ ସାଉଦି ସରକାରଙ୍କ ଅବ୍ୟବସ୍ଥାର ଖୁଲାସା ହୋଇଛି ଏବଂ ସାରା ବିଶ୍ୱରୁ ଲୋକମାନେ ସାଉଦି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରୁଛନ୍ତି। ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବାର ଦେଖିବାକୁ ମିଳୁଛି। ହଜ୍ ତୀର୍ଥଯାତ୍ରା ସମୟରେ ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୨୭୦୦ ରୁ ଅଧିକ ଅଂଶୁଘାତଜନିତ ରୋଗକୁ ନିଶ୍ଚିତ କରିଛି। ରବିବାର ଦିନ ଜୋର୍ଡାନର ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ସାଉଦି ଆରବରୁ 14 ଜଣ ଲୋକ ହଜ୍ ତୀର୍ଥଯାତ୍ରା କରିବାକୁ ଯାଇଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୃତଦେହ ରାସ୍ତା କଡ଼ରେ ଏବଂ ଡିଭାଇଡରରେ ପଡ଼ିଥିବାର ନଜର ଆସିଛନ୍ତି। ବର୍ତ୍ତମାନ…

Read More

ଭୁବନେଶ୍ଵର: ସାରା ଦେଶରେ ୯.୨୬ କୋଟି ଚାଷୀଙ୍କ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୧୭ ତମ କିସ୍ତି ମୁକ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡିବିଟି ମାଧ୍ୟମରେ ଉତ୍ତରପ୍ରଦେଶର ବାରାଣାସୀରୁ ୨୦ ହଜାର କୋଟି ଟଙ୍କା ଦେଶର କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। ତେବେ ଏହି ପ୍ରରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଏହିକ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ବରଗଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ସଂଧ୍ୟା ସାଢ଼େ ୪ରୁ ୭ଟା ଯାଏଁ କାର୍ଯ୍ୟକ୍ରମ ଆୟୋଜନ ହେବ।

Read More

ଭୁବନେଶ୍ଵର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ପରେ ଆଜି ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାର ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମେରିଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଯାହା ଉପରେ ଆଜି ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ତେବେ ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଆଶାୟୀ ଶିକ୍ଷକମାନେ ଖୁସିବ୍ୟକ୍ତ କରିବା ସହ ଅଦାଲତଙ୍କ ଏହା ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି।

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନ୍ୟୁ ଜାଲପାଇଗୁଡି ନିକଟରେ କଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଅର୍ଦ୍ଧ ଡଜନରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଯାତ୍ରୀ ଆହତ ହୋଇଥିଲେ। କଞ୍ଚନଜଙ୍ଗା ଏକ୍ସପ୍ରେସକୁ ମାଲବାହୀ ଟ୍ରେନ୍ ଧକ୍କା ଦେବା ପରେ ଟ୍ରେନର ଅନେକ କୋଚ୍ ଲାଇନଚ୍ୟୁତ ହୋଇଥିଲା। ତେବେ ଦୁନିଆର ସବୁଠୁ ବଡ ରେଳ ଦୁର୍ଘଟଣା ବିଷୟରେ ଆପଣ ଜାଣନ୍ତି କି? ଯେଉଁ ଦୁର୍ଘଟଣାରେ ପ୍ରାୟ ୧୭୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଆସନ୍ତୁ ସେହି ଦୁର୍ଘଟଣା ବିଷୟରେ ଜାଣିବା… ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ବିଶ୍ୱର ସବୁଠୁ ବଡ ରେଳ ଦୁର୍ଘଟଣା ଘଟିଛି। ୨୬ ଡିସେମ୍ବର ୨୦୦୪ ରେ ଶ୍ରୀଲଙ୍କାରେ ସୁନାମି ଯୋଗୁଁ ‘ଦ କୁଇନ୍ ଅଫ୍ ଦି ସି’ ଟ୍ରେନରେ ପ୍ରାୟ ୧୭୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ସୁନାମିର ପ୍ରବଳ ଢେଉ ସମଗ୍ର ଟ୍ରେନକୁ ମାଡି ଆସିଥିଲା। ଛୁଟିଦିନ ହେତୁ କଲମ୍ବୋରୁ ଗାଲେକୁ ଯାଉଥିବା ଏହି ଟ୍ରେନ୍ ରେ ଯାତ୍ରୀମାନେ ଭରି…

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରୁ ସାଂସଦ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ୨୦୨୪ ଲୋକସଭା ନିର୍ବାଚନରେ ​​କେରଳ ଏବଂ ୱାୟାନାଡରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିର ଇତିହାସ ବର୍ଣ୍ଣନା କରିବାବେଳେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟିର ସମସ୍ୟା ବୃଦ୍ଧି ପାଇବ ବୋଲି ଦାବି କରିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ସୋସିଆଲ୍ ମିଡିଆ ସାଇଟ୍ X ରେ ଲେଖିଛନ୍ତି ଯେ, ଦୁଇ ଆଖି, ଦୁଇ ପରିବାର, ଦୁଇ ଭାଇଭଉଣୀଙ୍କ ମଧ୍ୟରେ ଚୟନ କରିବା ଅତ୍ୟନ୍ତ କଷ୍ଟଦାୟକ ଏବଂ ଆହ୍ଵାନନପୂର୍ଣ୍ଣ ନିଷ୍ପତ୍ତି। ରାହୁଲ ରାଏବରେଲି ଏବଂ ୱାୟନାଡ ପାଇଁ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଯେହେତୁ ସେ ୱାୟାନାଡର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ‘ମୋ ନିଷ୍ପତ୍ତିରେ ଉଭୟ ସ୍ଥାନରୁ ଲୋକମାନେ ଖୁସି ହେବେ’, ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ୱାୟାନାଡ ପରିବାରର ପ୍ରତିନିଧିତ୍ୱ କରିବେ। ଗୋଟିଏ ପରିବାରକୁ…

Read More

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ଶପଥ ନେଇଥିବା ବେଳେ ପରେ ପରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିଥିଲେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମସ୍ତ ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

Read More

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ନୂଆ ସରକାର ଗଠନ ହୋଇଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ପୂର୍ଣ୍ଣ ଗରିଷ୍ଠତା ସହ କ୍ଷମତାକୁ ଆସିଛି। ନିର୍ବାଚନ ପୂର୍ବରୁ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେବା ଖବର ଚର୍ଚ୍ଚା ହେଉଥିବା ବେଳେ ଓଡିଶାର ବିଜେପି ସଭାପତି ମନମୋହନ ସାମଲ ଏହା ପ୍ରତି ଅନିଚ୍ଛା ପ୍ରକାଶ କରିଥିଲେ। ମେଣ୍ଟକୁ ସମର୍ଥନ ନକରି ବିଜେପି ରାଜ୍ୟରେ ଏକାକୀ ଲଢି ସରକାର ଗଠନ କରିପାରିବ ବୋଲି ଦାବି କରୁଥିଲେ। ହେଲେ ସେଥିପାଇଁ ତାଙ୍କୁ ବାରମ୍ବାର ଦିଲ୍ଲୀ ଡାକରା ମଧ୍ୟ ହେଉଥିଲା। କିନ୍ତୁ ଶେଷରେ ମନମୋହନଙ୍କ ନେତୃତ୍ଵରେ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢି ସଫଳତା ପାଇଲା। ଏତେ ବଡ଼ ପରିବର୍ତ୍ତନ ସର୍ବ ଭାରତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଲା। କିନ୍ତୁ ବିଜେପିର ସଫଳତା ଯୋଗୁଁ ନିଜ ନିର୍ବାଚନ ମଣ୍ଡଳୀରୁ ମନମୋହନଙ୍କ ପରାଜୟର ଖବର ଉଭାନ ହୋଇଗଲା। ସମସ୍ତେ ମନମୋହନଙ୍କ ନେତୃତ୍ଵକୁ ପ୍ରଶଂସା କରିବା ଆରମ୍ଭ…

Read More

ନୂଆଦିଲ୍ଲୀ: ସାରା ଦେଶରେ 9.26 କୋଟି ଚାଷୀଙ୍କ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ 17 ତମ କିସ୍ତି ମୁକ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ 18, ମଙ୍ଗଳବାର ଦିନ ଡିବିଟି ମାଧ୍ୟମରେ ଉତ୍ତରପ୍ରଦେଶର ବାରାଣାସୀରୁ 20,000 କୋଟି ଟଙ୍କା ଦେଶର କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। ଶନିବାର ଦିନ ଏ ସମ୍ପର୍କରେ ସୂଚନା ଦେବାବେଳେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ 2000-2000 ଟଙ୍କା କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କ’ଣ? ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା 2019 ରେ ମୋଦୀ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏକ ଯୋଜନା। ଏହା ଅଧୀନରେ ପ୍ରତିବର୍ଷ 6,000 ଟଙ୍କା ଦେଶର ଗରିବ ଏବଂ ସୀମାବଦ୍ଧ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ। ଏହି ଟଙ୍କା ପ୍ରତ୍ୟେକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଉତ୍ତର ପ୍ରଦେଶ ଏବଂ ବିହାର ଗସ୍ତରେ ଯିବେ। ଆଜି ଅପରାହ୍ଣ ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀରେ ପିଏମ୍ କିଷାନ ସମ୍ମାନ ସମ୍ମିଳନୀରେ ଯୋଗଦେବେ। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ଦଶାଶ୍ଵମେଧ ଘାଟରେ ଗଙ୍ଗା ଆରତୀ ଦେଖିବେ। ରାତି ପ୍ରାୟ ୮ଟାରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଜୁନ୍ ୧୯ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ। ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ କଲ୍ୟାଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପିଏମ୍ କିଷାନ ସମ୍ମାନ ନିଧିର ୧୭ତମ…

Read More

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ) ୨୦୨୪ରେ ଚଳଚ୍ଚିତ୍ର ଉଦ୍ୟୋଗ ଉପରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଏକ ବୌଦ୍ଧିକ ପ୍ୟାନେଲ ଆଲୋଚନା ହୋଇଥିଲା। ‘ଦ ମ୍ୟାଜିକ୍ ଅଫ୍ ଏଆଇ’ ଶୀର୍ଷକ ଏହି ଅଧିବେଶନରେ ଚଳଚ୍ଚିତ୍ର ନିର୍ମାଣରେ ଏଆଇ ଟେକ୍ନୋଲୋଜିର ପରିସର, ପ୍ରୟୋଗ ଏବଂ ନୈତିକ ବିଚାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଏଆଇର ଲାଭ ଏବଂ ସମ୍ଭାବ୍ୟ ତ୍ରୁଟି ବିଷୟରେ ଆଲୋଚନା କରିଥିଲେ ଏବଂ ଶିଳ୍ପ ଉପରେ ଏହାର ପ୍ରଭାବର ଏକ ବିସ୍ତୃତ ସମୀକ୍ଷା କରିଥିଲେ। ବିଶେଷଜ୍ଞମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ଜଗତର ଜଣାଶୁଣା ବ୍ୟକ୍ତିବିଶେଷ ଏବଂ ଏଆଇ ବିଶେଷଜ୍ଞଙ୍କ ସମେତ ତ୍ରିବେନ୍ଦ୍ରମର ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ଏଆଇ ବିଶେଷଜ୍ଞ; ସୋସାଇଟି ଅଫ୍ ମୋସନ୍ ପିକ୍ଚର୍ ଆଣ୍ଡ ଟେଲିଭିଜନ ଇଞ୍ଜିନିୟର୍ସ, ଇଣ୍ଡିଆର ଅଧ୍ୟକ୍ଷ ତଥା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନର ବୈଷୟିକ ପରାମର୍ଶଦାତା ଉଜ୍ଜ୍ୱଳ ନିର୍ଗୁଡକର; ଫାୟାରଫ୍ଲାଇ କ୍ରିଏଟିଭ୍ ଷ୍ଟୁଡିଓର ସହପ୍ରତିଷ୍ଠାତା…

Read More