Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ
ଜାତୀୟ ଖବର

୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ

December 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ
୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ହେବ। ICC ଅଧ୍ୟକ୍ଷ ଜୟ ଶାହ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ପ୍ରଥମ ବିଶ୍ୱକପ୍ ଟିକେଟ୍ ଲଞ୍ଚ କରିଛନ୍ତି। ସେ ଲୁଇସ୍ ସୁଆରେଜ୍ ଏବଂ ରୋଡ୍ରିଗୋ ଡି ପାଲଙ୍କୁ ଭାରତର ଟି-୨୦ ବିଶ୍ୱକପ୍ ଜର୍ସି ମଧ୍ୟ ପ୍ରଦାନ କରିଛନ୍ତି। ଏହଗି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ।

ଜୟ ଶାହ ମେସିଙ୍କୁ ଭାରତ ବନାମ ଆମେରିକା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ପ୍ରଦାନ କରିଥିଲେ, ଯାହା ଫେବୃଆରୀ ୭ ତାରିଖରେ ଖେଳାଯିବ। ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଏହା ଲିଓନେଲ ମେସିଙ୍କ GOAT ଟୁରର ତୃତୀୟ ଏବଂ ଶେଷ ଦିନ ଥିଲା। ସେ ପୂର୍ବରୁ କୋଲକାତା, ହାଇଦ୍ରାବାଦ ଏବଂ ମୁମ୍ବାଇ ଗସ୍ତ କରିଥିଲେ। ମେସି, ସୁଆରେଜ୍ ଏବଂ ଡି ପାଲ ମଧ୍ୟ ଅରୁଣ ଜେଟଲି ଷ୍ଟାଡିୟମରେ ପିଲାମାନଙ୍କ ସହିତ ଫୁଟବଲ୍ ଖେଳିଥିଲେ।

ଅରୁଣ ଜେଟଲି ଷ୍ଟାଡିୟମରେ ଏକ ପ୍ରଦର୍ଶନୀ ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା। ମିନର୍ଭା ମେସି ଅଲଷ୍ଟାର୍ସ ସେଲିବ୍ରିଟି ମେସି ଅଲଷ୍ଟାର୍ସକୁ ୬-୦ ଗୋଲରେ ପରାସ୍ତ କରିଥିଲେ। ମୋଟ ୨୨,୦୦୦ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଏବଂ “ମେସି, ମେସି!” ସ୍ଲୋଗାନ ଦେଇଥିଲେ। ମେସି, ସୁଆରେଜ ଏବଂ ଡି ପଲ୍ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରି ପଡିଆ ପରିକ୍ରମା କରିଥିଲେ। ସେମାନେ ବଲକୁ ଭିଡ଼ ଭିତରକୁ ଫିଙ୍ଗି ଥିଲେ।

Lionel Messi T20 World Cup 2026 T20 World Cup Ticket
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.