Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୀରାକୁଦ୍ ରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ
ଆଜିର ଖବର

ହୀରାକୁଦ୍ ରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ

December 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହୀରାକୁଦ୍ ୟୁନିଟରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ
ହୀରାକୁଦ୍ ୟୁନିଟରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ

ଭୁବନେଶ୍ୱର: ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ହୀରାକୁଦ୍ ସ୍ମେଲ୍ଟର୍ ଏବଂ ପାୱର୍ ୟୁନିଟ୍, ସମ୍ବଲପୁର ଏକ ଗୁରୁତ୍ୱପୂର୍ଣ୍ଣ ସସ୍ଥାୟୀତ୍ୱରେ ମାଇଲଖୁଣ୍ଟ ହାସଲ କରିଛି। ଏଠାରେ ଆଧୁନିକ ମେକାନିକାଲ୍ ଭେପର୍ ରିକମ୍ପ୍ରେସନ୍ (ଏମଭିଆର୍) ପ୍ରଯୁକ୍ତି ସହିତ ୧୦୦ କେଏଲଡି କ୍ଷମତା ବିଶିଷ୍ଟ ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ (ଜେଏଲଡି) ପ୍ଲାଣ୍ଟ ସଫଳତାର ସହିତ ନିର୍ମାଣ ହୋଇଯାଇଅଛି। ଏହି ଆଧୁନିକ ପଦ୍ଧତି ଦ୍ଵାରା ଶିଳ୍ପରୁ ନିର୍ଗତ ଦୂଷିତ ଜଳ ସମ୍ପୂର୍ଣ୍ଣ ପୁନଃଚକ୍ରଣ ଏବଂ ପୁନଃବ୍ୟବହାର ହେବ। ଏହାଦ୍ଵାରା ଦୀର୍ଘସ୍ଥାୟୀ ଜଳ ପରିଚାଳନା ଏବଂ ପରିବେଶ ସୁରକ୍ଷାରେ ଏକ ନୂତନ ମାନକ ସୃଷ୍ଟି କରିଛି।

ଏହି ଜେଡ୍ଏଲଡି ପ୍ଲାଣ୍ଟର ଉଦ୍ଘାଟନ ଉତ୍ସବରେ ଉମା ନନ୍ଦୁରୀ, ଆଇଏଫଏସ୍, ସଦସ୍ୟ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି); ଡ଼. ଏସ୍. ଏନ୍. ନନ୍ଦା, ଆଞ୍ଚଳିକ ଅଧିକାରୀ, ଏସପିସିବି ସହିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ହିଣ୍ଡାଲ୍କୋର ବରିଷ୍ଠ ପ୍ରବନ୍ଧନ ଦଳ ଉପସ୍ଥିତ ଥିଲେ। ହିଣ୍ଡାଲ୍କୋ ପକ୍ଷରୁ ଶ୍ରୀ ସୁମିତ୍ ମୁଖର୍ଜୀ (ୟୁନିଟ୍ ହେଡ୍), ପ୍ରତାପ ସାହୁ (ହେଡ୍ – ସ୍ମେଲ୍ଟର୍), ଅରୁଣ ସିଂହ (ହେଡ୍ – ସିପିପି), ସୌଭାଗ୍ୟ ତ୍ରିପାଠୀ (ଡେପୁଟି ହେଡ୍ – କର୍ପୋରେଟ୍ ଅଫେୟାର୍ସ), ରଞ୍ଜନ ଜେନା, ରୁପେଶ ମହାଜନ, ବିଶ୍ୱଜିତ୍ ତିୱାରୀ, ବିଭୋର୍ ମହାପାତ୍ର, ତୁଷାର ପାତ୍ର, ଆଶିଷ ଦାସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏମଭିଆର୍ ଆଧାରିତ ଜେଡ୍ଏଲଡି ପ୍ରଣାଳୀ ପୁନଃବ୍ୟବହୃତ ଷ୍ଟିମ୍ ଶକ୍ତି ମାଧ୍ୟମରେ ଦୂଷିତ ଜଳକୁ ବାଷ୍ପୀଭୂତ ଏବଂ ଘନୀଭୂତ କରି କାର୍ଯ୍ୟ କରେ, ଯାହା ଦ୍ୱାରା ୯୦–୯୫ ପ୍ରତିଶତ ପର୍ଯ୍ୟନ୍ତ ସୁଚିତ୍ର ଜଳ ପୁନଃପ୍ରାପ୍ତ ହୋଇ ପୁଣିଥରେ ପ୍ଲାଣ୍ଟ ମଧ୍ୟରେ ବ୍ୟବହାର ହୁଏ। ଏହି ଆଧୁନିକ ପ୍ରଣାଳୀ ମାଧ୍ୟମରେ ଯେକୌଣସି ପ୍ରକାର ତରଳ ବର୍ଜ୍ୟ ତଥା ଦୂଷିତ ଜଳ ବାହାରକୁ ନିସ୍ସାରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି । ନୂତନ ଶୁଦ୍ଧ ଜଳ ବ୍ୟବହାର ହ୍ରାସ ପାଇଵା ସହ ଜେଡଏଲଡି ସମ୍ବନ୍ଧୀୟ ସମସ୍ତ ନିୟମାବଳୀର ସମ୍ପୂର୍ଣ୍ଣ ଭାବେ ପାଳନ ହୋଇଛି।

ପ୍ରାୟ ୩୫ କୋଟି ଟଙ୍କାର ନିବେଶ ସହିତ ସ୍ଥାପିତ ଏହି ପ୍ରକଳ୍ପ ହିଣ୍ଡାଲ୍କୋର ସସ୍ଥାୟୀତ୍ୱ, ସମ୍ପଦ କ୍ଷମତା ବୃଦ୍ଧି ଏବଂ ସର୍କ୍ୟୁଲାର୍ ଅର୍ଥନୀତି ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। ଏହା ସଂସ୍ଥାର “ୱାଟର୍ ପଜିଟିଭ୍” ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ଭାବେ ସମନ୍ୱୟ ରଖିବ। ଏହି ପ୍ରବର୍ତ୍ତକ ପ୍ରକଳ୍ପ ହିଣ୍ଡାଲ୍କୋ ହୀରାକୁଦ୍ ସ୍ମେଲ୍ଟର୍ ଏବଂ ପାୱର୍ ୟୁନିଟ୍‌କୁ ଏମଭିଆର୍ ଆଧାରିତ ଜେଡଏଲଡି ସଂସ୍ଥାପନ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନରେ ରଖିଛି। ଏହା ଆଲୁମିନିୟମ୍ ଶିଳ୍ପରେ ଦାୟିତ୍ୱପୂର୍ଣ୍ଣ ଶିଳ୍ପ ପରିଚାଳନା ଏକ ନୂତନ ମାନକ ସୃଷ୍ଟି କରି, ହିଣ୍ଡାଲ୍କୋର ପରିବେଶୀୟ ଉତ୍କୃଷ୍ଟତା ଏବଂ ଭବିଷ୍ୟତମୁଖୀ ପରିଚାଳନା ପ୍ରତି ଦୃଢ଼ ସଙ୍କଳ୍ପକୁ ପୁନଃରୁଦ୍ଧାର କରିଛି।

ଏମଭିଆର୍ ପ୍ରଣାଳୀ ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ହୀରାକୁଦ୍ ୟୁନିଟ
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.