Author: SM Network

ଭୁବନେଶ୍ବର: ଚିଲିକା ବିଧାନସଭାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୫ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୪ ହଜାର ୫୨୦ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୫ ରାଉଣ୍ଡ ପରେ ଯେତେ ଭୋଟ ପାଇଛନ୍ତି ତାହା ହେଲା… ୧- ପୃଥ୍ବୀରାଜ ହରିଚନ୍ଦନ, ବିଜେପି- ୭୧, ୫୫୩ ୨- ରଘୁନାଥ ସାହୁ, ବିଜେଡି- ୬୭,୦୩୩

Read More

ଭୁବନେଶ୍ବର: ରଣପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରମା ପାଢି ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୬ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୧୫ ହଜାର ୧୯୪ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୬ ରାଣ୍ଡ ପରେ ଯେତେ ଭୋଟ ପାଇଛନ୍ତି ତାହା ହେଲା… ୧- ସୁରମା ପାଢି, ବିଜେପି- ୭୬,୭୩୭ ୨- ସତ୍ୟନାରାୟନ ପ୍ରଧାନ, ବିଜେଡି- ୬୧,୫୪୩

Read More

ଭୁବନେଶ୍ଵର: ଲୋକସଭା ନିର୍ବାଚନ ସହିତ ଓଡିଶାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ଏହାର ନିର୍ବାଚନ ଫଳାଫଳ ପାଇଁ ଗଣତି ଜାରି ରହିଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ଭଲ ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ୭୫ ଆସନରେ ଆଗୁଆ ରହିଛି। କିନ୍ତୁ ସେପଟେ ଭୁବନେଶ୍ଵର ମଧ୍ୟରେ ପୁଣିଥରେ ବିଜେଡ଼ି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବାଜିମାତ କରିଛନ୍ତି। ସେ ମାତ୍ର ୧୨୨ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି।

Read More

ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ୧୪ ତମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ୧୪ ତମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ୯୯୧ ଭୋଟରେ ଆଗୁଆ ଅଛନ୍ତି। ୧୪ ତମ ରାଉଣ୍ଡରେ ପୃଥ୍ବୀରାଜ ହରିଚନ୍ଦନ ୪୯୦୧ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ୩୯୧୦ ଭୋଟ ପାଇଛନ୍ତି। ତେବେ ୧୪ ତମ ରାଉଣ୍ଡ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୬୬ ହଜାର ୩୯୫ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ମୋଟ ୬୨ ହଜାର ୫୩୧ ଭୋଟ ପାଇଛନ୍ତି। ତଥାପି ୧୪ ତମ ରାଉଣ୍ଡ ଶେଷ ସୁଦ୍ଧା ଚିଲିକାରେ ବିଜେପି ୩୮୬୪ ଭୋଟରେ ଆଗୁଆ ରହିଛି।

Read More

ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ୧୩ ତମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ୧୩ ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଠାରୁ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁ ୧୧୧ ଭୋଟରେ ଆଗୁଆ ଅଛନ୍ତି। ୧୩ ତମ ରାଉଣ୍ଡରେ ରଘୁନାଥ ସାହୁ ୪୭୦୪ ଭୋଟ ପାଇଥିବା ବେଳେ ପୃଥ୍ବୀରାଜ ହରିଚନ୍ଦନ ୪୫୯୩ ଭୋଟ ପାଇଛନ୍ତି। ତେବେ ୧୩ ତମ ରାଉଣ୍ଡ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୬୧ ହଜାର ୪୯୪ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ମୋଟ ୫୮୬୨୧ ଭୋଟ ପାଇଛନ୍ତି। ତଥାପି ୧୩ ତମ ରାଉଣ୍ଡ ଶେଷ ସୁଦ୍ଧା ଚିଲିକାରେ ବିଜେପି ୨୮୭୩ ଭୋଟରେ ଆଗୁଆ ରହିଛି।

Read More

ଭୁବନେଶ୍ବର: ଲୋକସଭା ଆସନ ବ୍ରହ୍ମପୁରରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ସେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଭୃଗୁ ବକ୍ସି ପାତ୍ରଙ୍କଠାରୁ ବେଶ ଆଗରେ ରହିଛନ୍ତି। ଗଣତି ଅନୁସାରେ 52 ହଜାର 294 ଖଣ୍ଡ ଭୋଟରେ ପ୍ରଦୀପ ଆଗରେ ଅଛନ୍ତି। ସେମାନଙ୍କର ଭୋଟ ହାସଲ କରିଥିବା ସଂଖ୍ୟା ହେଲା 1- ପ୍ରଦୀପ ପାଣିଗ୍ରାହୀ, ବିଜେପି- 1,68,139 2- ଭୃଗୁ ବକ୍ସି ପାତ୍ର, ବିଜେଡି-  1,15,845 3- ରଶ୍ମୀରଞ୍ଜନ ପଟ୍ଟନାୟକ, କଂଗ୍ରେସ- 60,393 4- ନୋଟା- 5549

Read More

ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ସପ୍ତମ ପର୍ଯ୍ୟାୟ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ସପ୍ତମ ପର୍ଯ୍ୟାୟରେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ୬୦୬ ଭୋଟରେ ଆଗୁଆ ଅଛନ୍ତି। ସପ୍ତମ ରାଉଣ୍ଡରେ ପୃଥ୍ବୀରାଜ ହରିଚନ୍ଦନ ୪୮୭୮ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ୩୨୭୨ ଭୋଟ ପାଇଛନ୍ତି। ଏହିପରି ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ଚିଲିକାରେ ବିଜେପି ୩୨୦୨ ଭୋଟରେ ଆଗୁଆ ରହିଛି।

Read More

ଭୁବନେଶ୍ଵର: ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଷଷ୍ଠ ପର୍ଯ୍ୟାୟ ଫଳାଫଳ ହସ୍ତଗତ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ୫୦୩୪ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ୪୫୮୨ ଭୋଟ ମିଳିଛି। ଏବଂ କଂଗ୍ରେସକୁ ୧୪୩ ଟି ଭୋଟ ମିଳିଛି। ତେବେ ଷଷ୍ଠ ପର୍ଯ୍ୟାୟରେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୪୫୨ ଭୋଟରେ ଆଗୁଆ ଅଛନ୍ତି। ତେବେ ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୩୦୧୪୧ ଭୋଟ ପାଇଥିବା ବେଳେ ରଘୁନାଥ ସାହୁଙ୍କୁ ୨୭୫୪୫ ଭୋଟ ମିଳିଛି। ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଜେଡ଼ି ଠାରୁ ବିଜେପି ୨୫୯୬ ଭୋଟରେ ଆଗୁଆ ରହିଛି।

Read More

ଭୁବନେଶ୍ଵର: ଓଡିଶା ବିଧାନସଭାର ନିର୍ବାଚନ ଫଳାଫଳ ପାଇଁ ଗଣତି ଜାରି ରହିଛି। ତେବେ ଚଳିତ ନିର୍ବାଚନ ଏକ ଆଶ୍ଚର୍ଯ୍ୟଜନକ ସଂକେତ ଦେଇଛି। ଏଥର ନିର୍ବାଚନ ଫଳାଫଳରେ ବିଜେପି ଏକ ଦମଦାର ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଏପର୍ଯ୍ୟନ୍ତ ଗଣତିରେ ବିଜେପି ମ୍ୟାଜିକ ନମ୍ବର ଅତିକ୍ରମ କରିଛି। ଓଡିଶା ବିଧାନସଭାରେ ୧୪୬ ଟି ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ୧୩୮ ଟି ଆସନର ଟ୍ରେଣ୍ଡ ମିଳିଛି। ଏହି ୧୩୮ ଟି ଆସନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଟ୍ରେଣ୍ଡରେ ଜଣାପଡୁଛି। ବିଜେପି ଏପର୍ଯ୍ୟନ୍ତ ୭୬ ଟି ଆସନରେ ଅଗ୍ରଣୀ ହାସଲ କରୁଥିବା ବେଳେ ବିଜେଡ଼ି ଙ୍କୁ ୫୩ ଟି ଆସନ ଏବଂ କଂଗ୍ରେସ ୧୨ ଟି ଆସନରେ ଆଗୁଆ ରହିଛି। ସେହିଭଳି ଲୋକସଭା ନିର୍ବାଚନରେ ବିଜେପି ୧୭ ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡ଼ି ୩ ଟି ଏବଂ କଂଗ୍ରେସ ୧ ଟି ଆସନରେ ଅଗ୍ରଣୀ ହାସଲ କରୁଛି।

Read More

ଭୁବନେଶ୍ଵର: ଆଜି ଦେଶର ସାଧାରଣ ନିର୍ବାଚନ ସହିତ ଓଡିଶାର ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ତେବେ ଭୋଟ ଗଣତିରେ ରାଜ୍ୟରେ ବିଜେପି ଭଲ ସ୍ଥିତିରେ ଥିବା ବେଳେ ବିଜେଡ଼ି ସଂଘର୍ଷ କରୁଥିବା ଦେଖାଯାଉଛି। ତେବେ ଏହିକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ଚତୁର୍ଥ ରାଉଣ୍ଡରେ ୨୧୧୭ ଭୋଟରେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ମୋଟ ଭୋଟ: ପୃଥ୍ବୀରାଜ ହରିଚନ୍ଦନ (ବିଜେପି): ୧୯୯୧୮ ଭୋଟ ରଘୁନାଥ ସାହୁ (ବିଜେଡ଼ି): ୧୭୮୦୧ ପ୍ରଦୀପ କୁମାର ସ୍ଵାଇଁ (କଂଗ୍ରେସ): ୯୯୦ ଭୋଟ

Read More

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୧୪୭ ଟି ଆସନରୁ ୮୮ ଟି ଆସନରେ ଫଳାଫଳ ପାଇଁ ଭୋଟ ଗଣତିର ଟ୍ରେଣ୍ଡ ମିଳିଛି। ଏଥିରେ ବିଜେପି ୫୦ ଟି ଆସନରେ ଅଗ୍ରଣୀ ହାସଲ କରୁଥିବା ବେଳେ ବିଜେଡ଼ି ୩୫ ଟି ଏବଂ କଂଗ୍ରେସ ୭ ଟି ଆସନରେ ଆଗୁଆ ରହିଛି। ସେହିଭଳି ବାମ ଦଳ ଏବଂ ସ୍ଵାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏଁ ଆସନରେ ଅଗ୍ରଣୀ ହାସଲ ହୋଇଛି।

Read More

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବ। ସକାଳ ୮ ଟାରୁ ସାରା ଦେଶରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। କିନ୍ତୁ ପ୍ରାରମ୍ଭିକ ଗଣତିରେ ଏନଡିଏ କୁ ଇଣ୍ଡିଆ ମେଣ୍ଟ କଡା ଟକ୍କର ଦେଉଛି। ଯଦି ଏହିଭଳି ସ୍ଥିତି ରହିବ, ତେବେ ସମସ୍ତ ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ। ତେବେ ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ମୋଟ ୫୪୩ ଆସନରୁ ୫୨୬ ଆସନର ଗଣତି ଫଳାଫଳ ଆସିଛି, ଯେଉଁଥିରେ ଏନଡିଏ କୁ ୨୯୧ ଆସନ ମିଳିଥିବା ବେଳେ ଇଣ୍ଡିଆକୁ ୨୧୬ ଆସନରେ ଅଗ୍ରଣୀ ହାସଲ ହୋଇଛି।

Read More

ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଭୋଟ ଗଣତି। ପ୍ରାରମ୍ଭିକ ଗଣତିରେ ଓଡିଶାର ମୋଟ ୨୧ ଟି ଲୋକସଭା ଆସନରୁ ୯ ଟି ଆସନର ଟ୍ରେଣ୍ଡ ଆସୁଥିବା ବେଳେ ବିଜେଡ଼ିକୁ ୧ ଟି, ବିଜେପିକୁ ୬ ଟି ଏବଂ କଂଗ୍ରେସ ୨ ଟି ଆସନରେ ବିଜେପି ଆଗରେ ଚାଲିଛି। ସେହିଭଳି ବିଧାନସଭାର ମୋଟ ୧୪୭ ଟି ଆସନରେ ୧୫ ଟି ଆସନର ଟ୍ରେଣ୍ଡ ଆସିଥିବା ବେଳେ ଏଥିରୁ ବିଜେଡିକୁ ୫ ଟି, ବିଜେପିକୁ ୦୯ ଏବଂ କଂଗ୍ରେସକୁ ୧ ଟି ଆସନରେ ଆଗୁଆ ଅଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ୮ ଟା ୩୦ ମିନଟରେ ବର୍ତ୍ତମାନ ଇଭିଏମ ଗଣତି ଆରମ୍ଭ ହୋଇଯାଇଛି। ଆଜି ଓଡିଶାର ୭୦ ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ଚାଲିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମେ ଗଣତି ଅଧିକାରୀ ଏବଂ ରାଜନୈତିକ ଏଜେଣ୍ଟମାନେ କେନ୍ଦ୍ରରେ ପହଞ୍ଚିବା ପରେ…

Read More

ଭୁବନେଶ୍ବର: ୨୦୨୪ ଲୋକସଭା ନିର୍ବାଚନର ଆଜି ଫଳାଫଳ ପ୍ରକାଶ ପାଇବ। ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଗଣତିରେ ଏନଡିଏ ର ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଦେଖାଯାଇଛି। ଏପର୍ଯ୍ୟନ୍ତ ୫୪୩ ଆସନରୁ ୪୮୩ ଆସନରେ ଭୋଟ ଗଣତିର ପ୍ରାରମ୍ଭିକ ଫଳାଫଳ ଆସିଛି। ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ ଏନଡିଏ  ୩୦୧ ଆସନରେ ଅଗ୍ରଣୀ ଥିବା ବେଳେ ଇଣ୍ଡିଆ ମେଣ୍ଟ ୧୫୬ ଆସନ ଆସନରେ ଆଗୁଆ ରହିଛି। ସେହିଭଳି ଅନ୍ୟମାନଙ୍କୁ ୩୩ ଟି ଆସନରେ ଅଗ୍ରଣୀ ହାସଲ ହୋଇଛି।

Read More

ନୂଆଦିଲ୍ଲୀ: କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ସମସ୍ତ ବିଜ୍ଞାପନଦାତା/ ବିଜ୍ଞାପନ ଏଜେନ୍ସି ‘ସେଲ୍ଫ-ଡିକ୍ଲାରେସନ୍ ସାର୍ଟିଫିକେଟ୍’ ବା ‘ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ସିଭିଲ ସଂଖ୍ୟା ୬୪୫/୨୦୨୨-ଆଇଏମଏ ଏବଂ ଏଏନଆର ବନାମ ୟୁଓଆଇ ଆଣ୍ଡ ଅନ୍ୟାନ୍ୟଙ୍କ ମାମଲାରେ ୦୭.୦୫.୨୦୨୪ ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଓ ରେଡିଓ ବିଜ୍ଞାପନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ଏବଂ ପ୍ରିଣ୍ଟ ଓ ଡିଜିଟାଲ/ଇଣ୍ଟରନେଟ୍ ବିଜ୍ଞାପନ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପୋର୍ଟାଲରେ ଏକ ନୂଆ ଫିଚର ବା ବୈଶିଷ୍ଟ୍ୟ ଆରମ୍ଭ କରିଛି। ବିଜ୍ଞାପନଦାତା/ବିଜ୍ଞାପନ ଏଜେନ୍ସିର ଜଣେ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ସ୍ୱାକ୍ଷରିତ ପ୍ରମାଣପତ୍ର ଏହି ପୋର୍ଟାଲ ମାଧ୍ୟମରେ ଦାଖଲ କରିବା ଆବଶ୍ୟକ। ଏହି ପୋର୍ଟାଲ ୪ ଜୁନ୍ ୨୦୨୪ରେ କାର୍ଯ୍ୟକ୍ଷମ ହେବ।…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଛତ୍ରଗଡ଼ ଛକରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ ଟ୍ରାଭେରା କାର ଏବଂ ଆଇରନ ବୋଝେଇ ଟ୍ରକ ଆଗ ପଛ ହୋଇ ଯାଉଥିବା ବେଳେ ଛତ୍ରଗଡ଼ ଛକରେ ଟ୍ରାଭେରାକୁ ପଛପଟୁ ଧକ୍କା ଦେଇଥିଲା ଆଇରନ ବୋଝେଇ ଟ୍ରକ। ଫଳରେ ଟ୍ରାଭେରାରେ ଉପସ୍ଥିତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଟ୍ରାଭେରା ଡ୍ରାଇଭର ବିଦ୍ୟାଧର ବେହେରା ଏବଂ ଟ୍ରାଭେରା ମାଲିକ ମନୋରଞ୍ଜନ ପାଣିଗ୍ରାହୀ। ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ ଅଗ୍ନିଶମ ବାହିନୀ ସହ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତକଙ୍କ ଶରୀରକୁ ଗାଡି ମଧ୍ୟରୁ ଉଦ୍ଧାର କରି ବାଲୁଗାଁ…

Read More

ନୂଆଦିଲ୍ଲୀ: ଆଜି ଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ୫୪୩ ଟି ଆସନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବର୍ତ୍ତମାନ ୩୫୭ ଆସନରେ ଗଣତି ଆରମ୍ଭ ହୋଇଥିବା ବେଳେ ଏନଡିଏ  ୨୩୩ ଆସନରେ ଆଗରେ ଚାଲିଥିବା ବେଳେ ଇଣ୍ଡିଆ ମେଣ୍ଟ ୧୧୪ ଆସନରେ ଆଗରେ ଚାଲିଛି। ଏହାସହିତ ଅନ୍ୟମାନେ ୧୦ ଆସନରେ ଆଗରେ ଅଛନ୍ତି।

Read More

ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପ୍ ର ପ୍ରଥମ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଚି। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଚି। ଶ୍ରୀଲଙ୍କା ଦଳ ପ୍ରଥମେ ଖେଳି ମାତ୍ର ୭୭ ରନ୍ ସ୍କୋର କରିପାରିଥିଲା। ଏହାର ଜବାବରେ ଆଫ୍ରିକା ୧୭ ତମ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଶ୍ରୀଲଙ୍କାର ପରାଜୟର ତିନୋଟି ବଡ଼ କାରଣ ଏଠାରେ ଜାଣନ୍ତୁ…. ଶ୍ରୀଲଙ୍କାର ପରାଜୟର ୩ ଟି ବଡ଼ କାରଣ: ୧- ଏକ ଅଜଣା ପିଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବା ଶ୍ରୀଲଙ୍କାର ଅଧିନାୟକ ୱାନିନ୍ଦୁ ହାସରାଙ୍ଗା କରିଥିବା ପ୍ରଥମ ଭୁଲ ହେଉଛି ଯେ, ସେ ଏକ ଅଜ୍ଞାତ ୱିକେଟ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଥିଲା। ହାସରାଙ୍ଗା ପ୍ରଥମେ…

Read More

ନୂଆଦିଲ୍ଲୀ: ଦେଶରେ କାହାର ସରକାର ଗଠନ ହେବ? ଏହି ପ୍ରସଙ୍ଗରେ ପରଦା ଆଜି ଉଠିବ। ପ୍ରାୟ ଦୁଇମାସ ଧରି ଚାଲିଥିବା ଲୋକସଭା ନିର୍ବାଚନରେ ​​ଏନଡିଏ ବିଜୟୀ ହେବ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଜିତିବ। ଆଜି ଭୋଟ୍ ଗଣନାରେ ଏହି ପ୍ରଶ୍ନର ଉତ୍ତର ମିଳିବ। ପ୍ରକୃତରେ, ଦେଶର ୫୪୩ ଟି ସିଟ୍ ମଧ୍ୟରୁ ୫୪୨ ଟିରେ ଆଜି ସକାଳ ୮ ଟାରେ ଭୋଟ୍ ଗଣନା ଆରମ୍ଭ ହେବ। ସମସ୍ତ ଗଣନା କେନ୍ଦ୍ରରେ ପ୍ରଥମେ ଡାକ ବାଲାଟ୍ ଗଣନା ଆରମ୍ଭ ହେବ। ଇଭିଏମ୍ ରେ କଏଦ ହୋଇଥିବା ଭୋଟ୍ ଗଣନା ବାଲାଟ୍ ଗଣନା ଆରମ୍ଭ ହେବାର ଅଧ ଘଣ୍ଟା ପରେ ଆରମ୍ଭ ହେବ। ପ୍ରାରମ୍ଭରେ ଟ୍ରେଣ୍ଡଗୁଡିକ ଦେଖାଯିବ। ଏହା ପରେ, ଅପରାହ୍ନ ସୁଦ୍ଧା ଫଳାଫଳ ଆସିବା ଆରମ୍ଭ ହେବ। ମୁଖ୍ୟ ନିର୍ବାଚନ କମିଶନର କ’ଣ କହିଛନ୍ତି?: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ଭୋଟ୍ ଗଣନା ପ୍ରକ୍ରିୟାରେ ୭୦-୮୦…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ମହତ୍ସୋବ ପାଳିତ ହୋଇଛି। କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ “କ୍ରାନ୍ତି” ପକ୍ଷରୁ ନିଆରା ପ୍ରୟାସ ଅନୁଷ୍ଠିତ ହୋଇଛି। ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗ। କୋମଳ ମତି ଶିଶୁ ଠାରୁ ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି। ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା। ସୋମବାର ଜାତୀୟ ନ୍ୟାସନାଲ କ୍ୟାନସର ସର୍ଭାଇଭର ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖକର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ। ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ଆୟୋଜିତ ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି। ପ୍ରଥମେ ସମସ୍ତ…

Read More

ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ…

Read More