ଚେନ୍ନାଇ: ଚେନ୍ନାଇ-ତ୍ରିଚି ଜାତୀୟ ରାଜପଥରେ ମଦୁରନ୍ତକମରେ ବସ୍ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚେଙ୍ଗଲପଟ୍ଟୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଦଲମ ପୋଲିସର ସୂଚନାନୁସାରେ, ଆଜି ପୂର୍ବାହ୍ନରେ ଚେନ୍ନାଇ-ତ୍ରିଚି ଜାତୀୟ ରାଜପଥରେ ଓଭରଟେକିଂ ବେଳେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଲୋରୀ ସହିତ ଧକ୍କା ହୋଇଥିଲା। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହାପୂର୍ବରୁ ବୁଧବାର ଦିନ ତାମିଲନାଡୁରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା। ଅଧିକାରୀମାନେ ବୁଧବାର କହିଛନ୍ତି ଯେ, କଲପକ୍କମରେ ଗୋରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଏକ କାର ନିୟନ୍ତ୍ରଣ ହରାଇ ଗଛ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୫ ଜଣ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏହି ପାଞ୍ଚ…
Author: SM Network
ନୟାଗଡ ଟାଉନ (ସୁଧାକର ମିଶ୍ର): ଚଳିତ CBSE ପରୀକ୍ଷାରେ ନୟାଗଡ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି। ଦଶମ ଶ୍ରେଣୀରେ ଶିବାଶିଷ ପଢି ୫୦୦ ରୁ ୪୯୦ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୟୁତ କରିଛନ୍ତି। ବିଜୟାଲକ୍ଷ୍ମୀ ଦାଶ ୪୮୯ ମାର୍କ ରଖି ଦ୍ଵିତୀୟ ସ୍ଥାନ ଓ ଅବିନାଶ କହ୍ନର ୪୮୩ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦ୍ଵାଦଶ ବିଜ୍ଞାନରେ କ୍ଷ୍ୟାତି ଅଗ୍ରୱାଲ ୫୦୦ ରୁ ୪୭୬ ରଖି ବିଦ୍ୟାଳୟକୁ ଗୌରବାନ୍ୟୁତ କରିଛନ୍ତି। ଯୁଜୁନ ସାହୁ ୪୭୫ ମାର୍କ ରଖି ଦ୍ଵିତୀୟ ଓ ଦେବାଶିଷ ସାହୁ, ଦିପ୍ତୀରଂଜନ ନାୟକ, ଶୁଭମ ମହାରଣା, ରାଜେଶ କୁମାର ସେଠି ଚାରିଜଣ ଛାତ୍ର ୪୬୯ ମାର୍କ ରଖି ତୃତୀୟ ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି। ଉଭାୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ,…
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସକୁ ପଞ୍ଜାବ କିଙ୍ଗ୍ସ ୫ ୱିକେଟରେ ପରାସ୍ତ କରିଛି। ଏହି କମ୍ ସ୍କୋରିଂ ମ୍ୟାଚ୍ ରେ, ଆରଆର ପ୍ରଥମେ ଖେଳି ୧୪୪ ରନ୍ ସ୍କୋର କରିଥିଲା। ରାଜସ୍ଥାନର ଇନିଂସ ଦୁର୍ବଳ ହୋଇପଡିଥିଲା, କିନ୍ତୁ ମଧ୍ୟମ ଓଭରରେ ରିୟାନ ପରାଗ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଗୁରୁତ୍ୱପୂର୍ଣ୍ଣ ୫୦ ରନ୍ ଭାଗିଦାରୀ ପଞ୍ଜାବ ପାଇଁ ୧୪୫ ରନ୍ର ଲକ୍ଷ୍ୟ ସ୍ଥିର କରିବାରେ ବିଶେଷ ସହଯୋଗ କରିଥିଲା। ଟାର୍ଗେଟକୁ ପିଛା କରି କ୍ୟାପଟେନ ସାମ କୁରାନ ପଞ୍ଜାବ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୪୧ ଟି ବଲରେ ୬୩ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୫ ଚୌକା ଓ ୩ ଛକା ମାରିଥିଲେ। ଜିତେଶ ଶର୍ମାଙ୍କ ସହ ତାଙ୍କର ୬୩ ରନ୍ ଭାଗିଦାରୀ ହୋଇଥିଲା, ଯିଏ ୨୦ ବଲରେ ୨୨ ରନ୍ ସ୍କୋର କରିଥିଲେ। ଆବେଶ ଖାନ ଏବଂ ୟୁଜବେନ୍ଦ୍ର ଚହଲ ଆରଆର ପାଇଁ ଦୁଇଟି…
ନୂଆଦିଲ୍ଲୀ: ଆଥଲେଟିକ୍ସ ଫେଡେରେସନ୍ କପ୍ ୨୦୨୪ରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଭାରତର ପତାକା ଉତ୍ତୋଳନ କରିଛନ୍ତି। ୩ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଥିଲା ଯେ, ନୀରଜ ଏକ ଘରୋଇ ଇଭେଣ୍ଟରେ ଭାଗ ନେଇଥିଲେ। ଭୁବନେଶ୍ୱରରେ ଆୟୋଜିତ ଏହି ଇଭେଣ୍ଟରେ ନୀରଜ ଚୋପ୍ରାଙ୍କ ଶ୍ରେଷ୍ଠ ଥ୍ରୋ ୮୨.୨୭ ମିଟର ଥିଲା। ଏହାର କିଛି ଦିନ ପୂର୍ବରୁ ସେ ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଥିଲେ। ସେଠାରେ ସେ ୮୮.୩୬ ମିଟରରେ ଜାଭେଲିନ୍ ଫିଙ୍ଗି ଅଲିମ୍ପିକ୍ସ ପାଇଁ ତାଙ୍କର ପ୍ରସ୍ତୁତିରେ ଉନ୍ନତି କରିଥିଲେ। ଫେଡେରେସନ୍ କପ୍ ବିଷୟରେ କହିବାକୁ ଗଲେ ନୀରଜ ଡିପି ମନୁଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି, ଯାହାର ସର୍ବୋତ୍ତମ ଥ୍ରୋ ୮୨.୦୬ ମିଟର ଥିଲା। ପ୍ରକାଶ ଯୋଗ୍ୟ ଯେ, ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନରେ ରହିଥିଲେ ଏବଂ ତାଙ୍କ ପ୍ରଦର୍ଶନରେ ବହୁତ ଢିଲା…
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ବେଆଇନ ଅନୁପ୍ରବେଶ ପ୍ରସଙ୍ଗ କ୍ରମାଗତ ଭାବରେ ହେଡଲାଇନରେ ରହିଛି। ଏହି ସମୟରେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ବାଂଲାଦେଶରୁ ଆସୁଥିବା ବେଆଇନ ପ୍ରବାସୀ ତଥା ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଝାଡଖଣ୍ଡରେ ଏକ ସମାବେଶକୁ ସମ୍ବୋଧିତ କରି ସିଏମ୍ ହିମନ୍ତ ବିଶ୍ୱ ସର୍ମା ପରିସ୍ଥିତିର ଗମ୍ଭୀରତା ବିଷୟରେ କହିଥିଲେ ଯେ, ଏହି ଆହ୍ଵାନ ଚାରି ଦଶନ୍ଧି ଧରି ଚାଲିଆସୁଛି। ଅନୁପ୍ରବେଶର ପରିଣାମ କଂଗ୍ରେସ ଅନୁଭବ କରି ନାହିଁ: ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସିଏମ ହିମନ୍ତ ବିଶ୍ୱ ସାରମା କହିଛନ୍ତି ଯେ, “ଯେତେବେଳେ ୪୦ ବର୍ଷ ପୂର୍ବେ ବାଂଲାଦେଶରୁ ଅନୁପ୍ରବେଶ ଆରମ୍ଭ ହୋଇଥିଲା, ସେତେବେଳେ କଂଗ୍ରେସ କ୍ଷମତାରେ ଥିଲା। ଆଜିର ସମୟରେ ଏହି ଅନୁପ୍ରବେଶର ପରିଣାମ କ’ଣ ହେବ ତାହା ସେମାନେ (କଂଗ୍ରେସ) ଅନୁଭବ କରିନଥିଲେ। ସେ ଦାବି କରିଛନ୍ତି ଯେ, ଆଜି ଆସାମରେ ବାଂଲାଦେଶୀ…
ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ମେ ୩୧ ତାରିଖରେ କେରଳ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ପ୍ରବେଶ କରେ। ଏହା ପରେ ଏହା ଉତ୍ତର ଦିଗକୁ ଗତି କରେ ଏବଂ ଜୁଲାଇ ୧୫ ତାରିଖରେ ସମଗ୍ର ଦେଶକୁ ସ୍ପର୍ଶ କରେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆଇଏମଡି କହିଛି ଯେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୩୧ ତାରିଖରେ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର ଦିନ କହିଛନ୍ତି ଯେ, “ଏହା ଶୀଘ୍ର ନୁହେଁ। ଏହା ସାମାନ୍ୟ ତାରିଖର ପାଖାପାଖି ସମୟରେ ଆସିପାରେ। କାରଣ ସାଧାରଣତଃ କେରଳରେ ମୌସୁମୀ ଜୁନ ୧ ତାରିଖରେ ପ୍ରବେଶ କରେ।” ଏଥର ସାମାନ୍ୟ ଠାରୁ ଅଧିକ ବର୍ଷା ସମ୍ଭାବନା: ଏଥି ସହିତ ପାଣିପାଗ ବିଭାଗ ୨୦୨୪ରେ ହାରାହାରି ମୌସୁମୀ ବର୍ଷା ଠାରୁ…
କାନ୍ସ: ଫ୍ରାନ୍ସରେ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ବିଭିନ୍ନ ବିଭାଗରେ ଅନେକ ବିଧିବଦ୍ଧ ଚୟନ ସହିତ ଭାରତ ପାଇଁ ଚଳିତ ବର୍ଷର ଏହି ସମାରୋହ ଯାଦୁକରୀ ପ୍ରଭାବ ନେଇ ଆସିଛି। ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ମଣ୍ଡପମ୍ ଉଦଘାଟିତ ହୋଇଛି। ପ୍ରତିବର୍ଷ ପ୍ରତିଷ୍ଠିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ମଣ୍ଡପ ଆୟୋଜନ କରାଯାଇଥାଏ। ଏଥର ମଧ୍ୟ ଭାରତର ନୋଡାଲ ଏଜେନ୍ସି ଭାବରେ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବଂ ଶିଳ୍ପ ଅଂଶୀଦାର ଭାବରେ ଫିକି ନେତୃତ୍ୱରେ ଦେଶ ଚଳିତ ବର୍ଷ ଏହି ମହୋତ୍ସବରେ ଅଂଶଗ୍ରହଣ କରିଛି। ଏହାର ସମୃଦ୍ଧ ସିନେମା ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ଚଳଚ୍ଚିତ୍ର ଜଗତ ସହିତ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ନିରନ୍ତର ପ୍ରତିଶ୍ରୁତିବଦ୍ଧତାକୁ ଏହି ମଣ୍ଡପ ଚିହ୍ନିତ କରେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁଙ୍କ ନେତୃତ୍ୱରେ…
ମେଷ:– ଆଜି ସମସ୍ୟାର ସମାଧାନ ପାଇଁ ପିତାମାତାଙ୍କ ସାହାଯ୍ୟ ନିଅ । ସେମାନଙ୍କ ପରାମର୍ଶ ସହିତ କାମ କରନ୍ତୁ, ତେବେ ଆପଣ ନିଶ୍ଚିତ ଭାବରେ ଅସୁବିଧାର ସମାଧାନ ଖୋଜିବାକୁ ସକ୍ଷମ ହେବେ । ପ୍ରେମ ଆପଣଙ୍କର ଜୀବନରୁ ବାହାରି ପାରେ, ଆପଣଙ୍କୁ କେବଳ ଆଖି ଏବଂ କାନ ଖୋଲା ରଖିବା ଆବଶ୍ୟକ । ଆପଣଙ୍କର ଯୋଗାଯୋଗ କ୍ଷମତା ପ୍ରଭାବଶାଳୀ ହେବ । ଆପଣଙ୍କ ସାଥୀଙ୍କ ଭିତର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଅନୁଭବ ହେବ । ବୃଷ: –ଆଜି ଅନ୍ୟମାନଙ୍କ ମତ ଶୁଣିବା ଏବଂ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ମିଛ କହିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କର ପ୍ରେମ ସମ୍ପର୍କକୁ ନଷ୍ଟ କରିପାରେ । ସେହି ଲୋକମାନଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବେ। ବେଳେବେଳେ ବୈବାହିକ ଜୀବନ ପ୍ରକୃତରେ ଅନେକ ହତାଶାର କାରଣ ହୋଇପାରେ। ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଜୀବନରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବ।…
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସଂଧ୍ୟାରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଲିଙ୍ଗରାଜ ମନ୍ଦିର, କାରଗିଲ୍ ରୋଡ ଓ ଜାଗମରାରେ ଆୟୋଜିତ ନିର୍ବାଚନୀ ସଭାରେ ଏକାମ୍ର ପ୍ରକଳ୍ପ ତଥା ଭୁବନେଶ୍ବର ରୂପାନ୍ତର ଉପରେ ଗୁରୁତ୍ବ ଦେଇ ସେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ପାଣ୍ଡିଆନ ଆଜି ସଭାରେ ପ୍ରଥମେ ହର ହର ମହାଦେବ କହି ଭାଷଣ ଆରମ୍ଭ କଲେ ଓ ଜୟ ଜଗନ୍ନାଥ କହି ଭାଷଣ ଶେଷ କଲେ। ଏକାମ୍ର ପ୍ରକଳ୍ପ ଉପରେ ଆଲୋକପାତ କରି ସେ ବହୁତ ଭାବବିହ୍ବଳ ହୋଇପଡିଥିଲେ। ସେ କହିଲେ ଯେ ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ। ଶିବରାତ୍ରୀରେ ମଧ୍ୟ ଆସେ। ଥରେ ଶିବରାତ୍ରୀରେ ମୁଁ ଦେଖିଲି ଯେ ଲିଙ୍ଗରାଜ ମନ୍ଦିରରେ ମା…
ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍ଯାପିତ ହୋଇଯାଇଛି। ମେ ୬ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ କ୍ୟାମ୍ପସ୍ ର ପାଂଚ କିଲୋମିଟର ପରିସର ମଧ୍ୟରେ ଥିବା ବିଭିନ୍ନ ସ୍କୁଲର ପଂଚମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୬୦ ଜଣ ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ସୋଆ ଉପସଭାପତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଛାତ୍ର ଜୀବନ ର ଏକ ଅଭିନ୍ନ ଅଂଗ। ଏହି ଶିବିର ପିଲାମାନଙ୍କ ପାଇଁ ନି୧⁄୨ିତ ଭାବେ ଲାଭଦାୟକ ହେବ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ତରଫରୁ ଏହି କ୍ୟାମ୍ପକୁ ଆହୁରି ବ୍ୟାପକ ଭାବେ…
ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପେନକୁ ଗୁରୁତ୍ୱ ଦେଉଛନ୍ତି। ଆଜି ଗୋଟିଏ ଦିନରେ ଡ. ସାହୁ ୨୨ଟି ଗାଁକୁ ଯାଇ ପ୍ରଚାର କରିଛନ୍ତି। ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅରୁଣ। ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ନୟାଗଡ଼ ବ୍ଲକର ୨୨ ଟି ପ୍ରଚାର କରିଛନ୍ତି। ସକାଳୁ ସକାଳୁ ବଡ଼ଦ୍ୱାର, ବାଲିପାଟଣା, ମାଙ୍କପଲ୍ଲୀ, କଳାହାଣ୍ଡି, ଜୟଗୁରୁ, ନୂଆଜୟଗୁରୁ, ସୁବର୍ଣ୍ଣଦେଇପୁର, ମୁକ୍ତାପୁର, ମୁଥାଗାଡିଆ, କାଳୁଚିଆପଲ୍ଲୀ ଓ କରଡ଼ାବଣୀ ଗ୍ରାମ ବୁଲି ବିଭିନ୍ନ ସଭା କରିଛନ୍ତି। ଅପରାହ୍ନରେ ପିଆଶାଳିଆ,…
ନୂଆଦିଲ୍ଲୀ: ଆଜି ଝାଡଖଣ୍ଡର ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିର ଆଲାମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ତାଙ୍କୁ ଜେରା ବେଳେ ସହଯୋଗ ନକରିବା ଅଭିଯୋଗ ହୋଇଛି। ଆଜି ମଧ୍ୟ ପଚରାଉଚରା ପାଇଁ ଇଡି ଆଲମଗିର ଆଲାମକୁ ଡାକିଥିଲା। ସୂଚନା ଅନୁଯାୟୀ, ତଦନ୍ତରେ ସହଯୋଗ ନକରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ବାସ୍ତବରେ, ଆଲମଗିର ଆଲାମଙ୍କ ସଚିବଙ୍କ ଘରୁ ୩୭ କୋଟିରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଥିଲା, ଏହି ସଂପର୍କରେ ଇଡି ତାଙ୍କୁ ଜେରା କରୁଥିଲା ଏବଂ ଯେତେବେଳେ ଇଡି ଅନୁଭବ କଲା ଯେ କଂଗ୍ରେସ ନେତା ଏହି ଘଟଣାରେ ସହଯୋଗ କରୁନାହାଁନ୍ତି, ସେତେବେଳେ ତାଙ୍କୁ ଇଡି ଗିରଫ କରିଥିଲା। ଏହାପୂର୍ବରୁ ମଙ୍ଗଳବାର ଦିନ ଆଲମଙ୍କୁ ଇଡି ୧୦ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା।
ଭୁବନେଶ୍ଵର: ସମଗ୍ର ଦେଶରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିୟମିତ ଟ୍ରେନରେ ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ସେବା ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ସହିତ ଗ୍ରୀଷ୍ମ ଋତୁରେ ନିରନ୍ତର ଯାତ୍ରା ଉପଲବ୍ଧତା ଏବଂ ସ୍ମରଣୀୟ ଅନୁଭୂତି ପାଇଁ ସୁବିଧା, ଆରାମ ଏବଂ ନିରାପତ୍ତା ପ୍ରଦାନ କରିବ। ଏହା ବ୍ୟତୀତ ଦେଶରେ ଚାଲୁଥିବା ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ମଧ୍ୟ ସେବା ସୁବିଧା ପ୍ରଦାନ କରାଇବ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ପରିସୀମାରୁ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଛି। ଏହା ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ଯାତ୍ରା ଆବଶ୍ୟକତାକୁ ପୂରଣ କରିବ। ଯାତ୍ରୀମାନେ ସୁବିଧାଜନକ ଯାତ୍ରା ଅଭିଜ୍ଞତା ନିଶ୍ଚିତ କରିବା…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଥିବା ଏସବିଆଇ ଏଟିଏମରୁ ଜଣେ ଚୋରକୁ ଗିରଫ କରିଛି ପୋଲିସ। ଖବର ମୁତାବକ ବିଗତ କିଛି ଦିନ ଧରି ଏଟିଏମରୁ ଟଙ୍କା ଉଠେଇବାକୁ ଆସୁଥିବା ପରିଣିତ ବୟସ ଓ ମହିଳାଙ୍କୁ ଅଭିନବ ଉପାୟରେ ଏଟିଏମ ଅଦଳବଦଳ କରିବା ସହ ଟଙ୍କା ଲୁଟ କରୁଥିବା ନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ ହୋଇ ଆସୁଥିଲା। ଆଜି ପୂର୍ବାହ୍ନରେ ଦୁଇ ଜଣ ମହିଳା ଏଟିଏମରୁ ଟଙ୍କା ଉଠାଉ ଥିବାବେଳେ ପୂର୍ବରୁ ଛକି ରହିଥିବା ଜଣେ ଯୁବକ ହଠାତ ସେମାନଙ୍କ ନିକଟକୁ ଆସି ସହାୟତା କରିବା ନେଇ କହିବା ଆଳରେ ମହିଳାଙ୍କ ଏଟିଏମ ପିନ ନମ୍ବର ପଚାରି ଟଙ୍କା ଉଠାଇବା ସହ ଚତୁରତାର ସହ ଅନ୍ୟ ଏକ ଏଟିଏମ ବଦଳ କରିଥିଲା। ଏଥିସହିତ ଧମକ ଚମକ ଦେଇ ସମ୍ପୃକ୍ତ ମହିଳାଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲା। ମହିଳା ଜଣକ ଚିତ୍କାର କରିବାରୁ…
ନୂଆଦିଲ୍ଲୀ: ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ରର ପ୍ରଥମ ସେଟ୍ ଆଜି ନାଗରିକତା (ସଂଶୋଧନ) ଅଧିନିୟମ ଅର୍ଥାତ CAA ଅନୁଯାୟୀ ପ୍ରଦାନ କରାଯାଇଛି। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ନିର୍ଯାତିତ ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପରେ କେନ୍ଦ୍ର ଏହା ସୂଚନା ଦେଇଛି। ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି: ଏହାର ଲୋକସଭା ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଛି ଯେ, ନାଗରିକତା (ସଂଶୋଧନ) ଅଧିନିୟମ ଅନୁଯାୟୀ ଯୋଗ୍ୟ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରିବ। ଯଦି ଦେଖାଯାଏ, ସରକାର ଏକ ମାଷ୍ଟର ଷ୍ଟ୍ରୋକ୍ ଲଗାଇଛନ୍ତି। CAA ଅଧୀନରେ ପ୍ରଥମ ଥର ପାଇଁ ୧୪ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ଦିଆଯାଇଛି।
ନୂଆଦିଲ୍ଲୀ: ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାର ଅଛି ତେବେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଂଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବାକୁ ପଡିବ। ଦୂରସଂଚାର ବିଭାଗ ଦ୍ୱାରା ଆୟୋଜିତ ‘ଗାର୍ଲସ ଇନ୍ ଆଇସିଟି ଇଣ୍ଡିଆ – ୨୦୨୪’ ରେ ଝିଅମାନଙ୍କୁ ସମ୍ବୋଧନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିର୍ଦ୍ଦେଶକ ଇଶା ଅମ୍ବାନୀ ଏହା କହିବା ସହିତ ସେମାନଙ୍କୁ ଟେକ୍ନୋଲୋଜିକୁ କ୍ୟାରିୟର ଭାବରେ ବାଛିବା ପାଇଁ ଉତ୍ସାହିତ କରିଥିଲେ। ଟେକ୍ନୋଲୋଜି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅନୁପାତ ସମାନ ହେବା ଉଚିତ୍ ଏବଂ ଏଥିପାଇଁ ଆମକୁ ଆହୁରି ଅନେକ ବାଟ ଅତିକ୍ରମ କରିବା ବାକି ଅଛି ବୋଲି ଇଶା କହିଛନ୍ତି। ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ଆନ୍ତର୍ଜାତୀୟ ଦୂରସଂଚାର ସଂଘ (ଦକ୍ଷିଣ ଏସିଆ), ଇନୋଭେସନ୍ ସେଣ୍ଟର – ଦିଲ୍ଲୀ ଏବଂ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ପୁରୁଣା ସହଯୋଗୀ ତଥା ମହାନ ଦଳର ସଭାପତି କେଶବ ଦେବ ମୌର୍ଯ୍ୟ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏହାପୂର୍ବରୁ ଜନୱାଦୀ ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ସଞ୍ଜୟ ଚୌହାନ ମଧ୍ୟ ଏସପି ର୍ହାରୁ ସମର୍ଥନ ପ୍ରତ୍ୟାହାର କରି ଏହାକୁ ବିଜେପିର ବି-ଦଳ ବୋଲି କହିଛି। ବର୍ତ୍ତମାନ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିବାବେଳେ କେଶବ ଦେବ ମୌର୍ଯ୍ୟ କହିଛନ୍ତି ଯେ, ଯେତେବେଳେ ଜୟନ୍ତ ଚୌଧୁରୀ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ପଲ୍ଲଭି ପଟେଲ ଅଖିଳେଶ ଯାଦବଙ୍କୁ ଛାଡିଥିଲେ, ମୁଁ ସମାଜବାଦୀ ପାର୍ଟି ସହିତ ଚଟାଣ ପରି ଠିଆ ହୋଇ ସମର୍ଥନ କରିଥିଲି। ଏହା ସହିତ କେଶବ ଦେବ ମୌର୍ଯ୍ୟ ଲେଖିଛନ୍ତି ଯେ, “ଏହି ଲୋକସଭା ନିର୍ବାଚନରେ ମହାନ ଦଳକୁ ଇଣ୍ଡିଆ ମେଣ୍ଟ ନେଇ ନଥିଲା, କିନ୍ତୁ ସମାଜବାଦୀ…
ନୂଆଦିଲ୍ଲୀ: ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ଜାତୀୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ବର୍ତ୍ତମାନ ତାଙ୍କ ପୁଅ ଉତ୍କୃଷ୍ଟ ମୌର୍ଯ୍ୟ ମଧ୍ୟ ୟୁପିର କୁଶୀନଗର ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଉତ୍କୃଷ୍ଟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଯାହା ପରେ ବର୍ତ୍ତମାନ ଉଭୟ ପିତା ଏବଂ ପୁଅ ସମାନ ଆସନରୁ ନିର୍ବାଚନ ଲଢିବେ। ମଙ୍ଗଳବାର ଦିନ ଉତ୍କୃଷ୍ଟ ମୌର୍ଯ୍ୟ ଜିଲ୍ଲାପାଳ କାର୍ଯ୍ଯାଳୟରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ଏହି ସମୟ ମଧ୍ୟରେ ତାଙ୍କ ପିତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ସହ ଦେଖା ଦେଇନଥିଲେ। ଏହାପୂର୍ବରୁ ମେ ୯ ତାରିଖରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ କୁଶୀନଗର ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ତାଙ୍କ ଦଳର ଆରଏସପି ପ୍ରାର୍ଥୀ ହେବେ। କିନ୍ତୁ, ବର୍ତ୍ତମାନ ତାଙ୍କ ପୁଅ ଏକ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା…
ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ଜଙ୍ଗଲରେ ଅଗ୍ନିକାଣ୍ଡ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି। ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ନ ଥିବାରୁ ଏବଂ ଲୋକସଭା ନିର୍ବାଚନ ୨୦୨୪ ଡ୍ୟୁଟି ପାଇଁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ନିୟୋଜିତ କରିଥିବାରୁ କୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆବଶ୍ୟକତା ଅନୁଯାୟୀ କାହିଁକି ରାଜ୍ୟକୁ ଅର୍ଥ ଦେଇନାହି ବୋଲି କେନ୍ଦ୍ରକୁ କୋର୍ଟ ପଚାରିଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ପାଣ୍ଠିର ଉପଯୁକ୍ତ ଉପଯୋଗ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହା ସହିତ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ନିର୍ବାଚନ ଡ୍ୟୁଟିରେ ଲଗାଯିବାକୁ କୋର୍ଟ ସମାଲୋଚନା କରିଛନ୍ତି। ଶୁକ୍ରବାର ଦିନ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଏବଂ ଉତ୍ତର ଦେବାକୁ କୋର୍ଟ କହିଛନ୍ତି। ଗତ ବର୍ଷ ନଭେମ୍ବର ୧ ତାରିଖରୁ ପାହାଡ ରାଜ୍ୟ ଶହ ଶହ ସକ୍ରିୟ ଜଙ୍ଗଲରେ ନିଆଁ ଲାଗିଛି, ଯାହା…
ନୂଆଦିଲ୍ଲୀ: ଗତ ମାସରେ ଆରମ୍ଭ ହୋଇଥିବା ଭାରତୀୟ ମସଲାକୁ ନେଇ ବିବାଦ ବନ୍ଦ ହେବାର କୌଣସି ସଙ୍କେତ ମିଳୁନାହିଁ। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଏହି ବିବାଦରେ ପ୍ରବେଶ କରିଛି। ଖବର ଅନୁଯାୟୀ, ଅନେକ ଦେଶରେ ନିଷିଦ୍ଧ ହେବା ପରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଭାରତୀୟ ମସଲା ବ୍ରାଣ୍ଡର ଉତ୍ପାଦରେ ବିପଜ୍ଜନକ ରାସାୟନିକ ପଦାର୍ଥର ଉପସ୍ଥିତି ଯାଞ୍ଚ ଆରମ୍ଭ କରିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡର ଖାଦ୍ୟ ନିରାପତ୍ତା ନିୟାମକ ଆଜି ଭାରତୀୟ ମସଲା ବ୍ରାଣ୍ଡର ବିଭିନ୍ନ ଉତ୍ପାଦର ଯାଞ୍ଚ ଆରମ୍ଭ କରିବା ବିଷୟରେ ସୂଚନା ଦେଇଛି। ନ୍ୟୁଜିଲ୍ୟାଣ୍ଡର ଖାଦ୍ୟ ନିରାପତ୍ତା ବିଭାଗର ଏକ ବିବୃତ୍ତିରେ ଏହି ରିପୋର୍ଟରେ କୁହାଯାଇଛି ଯେ, ବିଭିନ୍ନ ଦେଶରେ ଭାରତୀୟ ମସଲା ବ୍ରାଣ୍ଡର ବିଭିନ୍ନ ଉତ୍ପାଦ ଉପରେ ଲଗାଯାଇଥିବା ନିଷେଧାଦେଶ ବିଷୟରେ ନିୟନ୍ତ୍ରକ ଅବଗତ ଅଛି। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ତଦନ୍ତ ଆରମ୍ଭ କରିଛି: ନିୟାମକ ଅନୁଯାୟୀ, ଏଥିଲୀନ୍ ଅକ୍ସାଇଡ୍ ଏକ ରାସାୟନିକ ଭାବରେ ଜଣାଶୁଣା ଯାହା ମଣିଷରେ କର୍କଟ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଟି -୨୦ ବିଶ୍ୱକପ୍ର ବିଜେତା ଦଳ ବିଷୟରେ ପୂର୍ବାନୁମାନ କରିଛନ୍ତି। ମାଥ୍ୟୁ ହେଡେନ ଦୁଇଟି ଦଳର ନାମ ଘୋଷଣା କରିଛନ୍ତି ଯାହା ଏଥର ଟି -୨୦ ବିଶ୍ୱକପ ଟାଇଟଲ ଜିତିବା ପାଇଁ ମଜବୁତ ପ୍ରତିଯୋଗୀ। ଷ୍ଟାର୍ ସ୍ପୋର୍ଟସ୍ ସହିତ କଥାବାର୍ତ୍ତା ବେଳେ ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ତାଙ୍କ ପସନ୍ଦର ଦଳ ବିଷୟରେ କହିଥିଲେ ଯାହାକି ଏଥର ଟାଇଟଲ୍ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ବାସ୍ତବରେ, ହେଡେନଙ୍କ ଝିଅ ଗ୍ରେସ୍ ହେଡେନ ଷ୍ଟାର ସ୍ପୋର୍ଟସରେ ତାଙ୍କ ପିତାଙ୍କୁ ସାକ୍ଷାତକାର ଦେଇଥିଲେ ଏବଂ ଏହି ସମୟରେ ହେଡେନ ତାଙ୍କ ପିତାଙ୍କୁ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ। ସାକ୍ଷାତକାର ସମୟରେ ହେଡେନଙ୍କୁ ପଚରାଯାଇଥିଲା ଯେ, କେଉଁ ଦଳ ଏଥର ଟି -୨୦ ବିଶ୍ୱକପ ଟାଇଟଲ ଜିତିପାରିବ। ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମାଥ୍ୟୁ ହେଡେନ କହିଛନ୍ତି ଯେ, ମୁଁ…

