ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ…
Author: SM Network
ଭୁବନେଶ୍ୱର: ରୋଗୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଚିକିତ୍ସା ଭାବେ ଉଭା ହୋଇଥିବା ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ ର ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ପ୍ରକ୍ରିୟା ପରିଚାଳନା କରିଥିବା ହସ୍ପିଟାଲ୍ର ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ କୁମାର ପାତ୍ର କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ପରେ ରୋଗୀ ଯବଣାରୁ ମୁକ୍ତି ପାଇଥାଏ। ସେହିପରି ଆର୍ଥ୍ରାଇଟିସ୍ ସମସ୍ୟା ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଠୁ ଯବଣା ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇଥାଏ ବୋଲି ସେ କହିଛନ୍ତି। ଯବଣା ମୁକ୍ତ ହେବା ସହ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଦ୍ୱାରା ଆଣ୍ଠୁରେ ନଷ୍ଟ ହୋଇଥିବା ହାଡ ଓ କାର୍ଟିଲେଜକୁ ବାହାର କରାଯାଇ କୃତ୍ରିମ ଅଂଶ ଲଗାଯାଇଥାଏ ଯାହା ଦ୍ୱାରା ଆଣ୍ଠୁ ସାଧାରଣ ଭାବେ କାର୍ଯ୍ୟକ୍ଷମ ହୋଇଥାଏ। ଏହା ଦ୍ୱାରା ମଣିଷର ଜୀବନଧାରାରେ ଉନ୍ନତି…
ନୂଆଦିଲ୍ଲୀ: ୭ ଏବଂ ୮ ମଇ ୨୦୨୪ରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଗଣମାଧ୍ୟମ ବିବୃତ୍ତିକୁ ବଜାୟ ରଖି ଚଳିତ ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୯୩ଟି ସଂସଦୀୟ କ୍ଷେତ୍ରରେ ୬୫.୬୮% ମତଦାନ ରେକର୍ଡ କରାଯାଇଛି। ତୃତୀୟ ପର୍ଯ୍ୟାୟ ପାଇଁ ଲିଙ୍ଗଭିତ୍ତିକ ମତଦାନ ସଂଖ୍ୟା ନିମ୍ନରେ ଦିଆଯାଇଛି: ପର୍ଯ୍ୟାୟ- ପୁରୁଷ ମତଦାନ ହାର- ମହିଳାଙ୍କ ମତଦାନ ହାର- ତୃତୀୟ ଲିଙ୍ଗୀ ମତଦାନ ହାର- ସାମଗ୍ରିକ ମତଦାନ ହାର ତୃତୀୟ ପର୍ଯ୍ୟାୟ- ୬୬.୮୯%- ୬୪.୪୧%- ୨୫.୨% – ୬୫.୬୮% ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ବିହାରର ୨ଟି ଓ ମଧ୍ୟପ୍ରଦେଶର ୪ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଶେଷ ହୋଇଛି। ଭୋଟର୍ ଟର୍ଣ୍ଣାଆଉଟ୍ ଆପ୍ରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିରେ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି। ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭ସିର ନକଲ ମଧ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରଦାନ…
ଖୋର୍ଦ୍ଧା: ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ଭୂଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ଉଜ୍ଜଳା ଗୋପୀନାଥ ପୁର, ସୁନ୍ଦର ପୁର, ମଙ୍ଗଳା ଯୋଡି ଓ ଟାଙ୍ଗୀ ଠାରେ ମାରାଥନ ପ୍ରଚାର କରିଛି ବିଜେଡି। ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର। ଉଭୟ ପ୍ରାର୍ଥୀ ଭୂଷଣ୍ଡ ପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରଚାର କାର୍ଯ୍ୟ। ମନ୍ମଥ ରାଉତରାୟଙ୍କ ସହ ରାଜେନ୍ଦ୍ର ସାହୁ ଏକ ଖୋଲା ଜିପ ରେ ବୁଲି ବୁଲି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବର୍ଣ୍ଣନା କରିଥିଲେ। ଭୂଷଣ୍ଡପୁର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ସାମିଲ ହୋଇଥଲେ ହଜାର ହଜାର କର୍ମୀ।…
ଭୁବନେଶ୍ୱର: ନର୍ସମାନଙ୍କର ସେବା ଯତ୍ନ ଦ୍ୱାରା ହିଁ ରୋଗୀମାନେ ସୁସ୍ଥ ହୋଇଥାନ୍ତି। ନର୍ସମାନଙ୍କୁ ମା’ମାନଙ୍କ ସହିତ ମଧ୍ୟ ତୁଳନା କରାଯାଏ। ତେଣୁ ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମେ ୧୨ରେ ଆନ୍ତର୍ଜାତିକ ସେବିକା ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ବିଗତ କିଛି ବର୍ଷରେ ମହାମାରୀ କୋଭିଡ ପ୍ରଳୟରୁ ସମାଜକୁ ବଂଚାଇବାରେ ନର୍ସମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନର୍ସମାନଙ୍କର ତ୍ୟାଗ ଓ ନିଷ୍ଠାପର ସେବା ଦ୍ୱାରା ସୋଆ ଅନେକ ସୁନାମ ଅର୍ଜନ କରିଛି। ତେଣୁ ସେ ସେମାନଙ୍କୁ ନିଜର ହୃଦୟର କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଛନ୍ତି। ସ୍ୱାସ୍ଥ୍ୟ…
ଚିଲିକା (ସୀତାରାମ ଅଗ୍ରୱାଲ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଉଳାବନ୍ଧ ଗ୍ରାମରେ ଶ୍ରୀଜଗନ୍ନାଥଙ୍କର ୨୪ ଗୋଟି ବେଶ ପ୍ରଦର୍ଶନୀ ନିମନ୍ତେ ଦାରୁ (ଲିମ୍ବ କାଠ) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିର୍ମାଣ କାମର ଶୁଭ ଅନୁକୂଳ ହୋଇଯାଇଅଛି। ପରମ ପୂଜ୍ୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କର ପରାମର୍ଶ କ୍ରମେ, ପୂରୀ ଝାଞ୍ଜପୀଠ ମହନ୍ତ ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାଶ ମହାରାଜ, ଚିନ୍ମୟ ମିଶନ ପଟିଆଲାର ସ୍ୱାମୀ ମାଧବାନନ୍ଦ ସରସ୍ବତୀ, ଶ୍ରୀମନ୍ଦିର ଦଇତାପତି ରଘୁନାଥ ଦାଶ ମହାପାତ୍ର ଓ ଅନ୍ୟାନ ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ସହିତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଟ୍ରଷ୍ଟର ସଭାପତି ଡ଼ଃ ସୁଶାନ୍ତ କୁମାର ସାହୂ ବିଚାର ବିମର୍ଶ କରି ମହାପ୍ରଭୁଙ୍କର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଶୁଭ ଅନୁକୂଳ କରାଇଥିଲେ। ବଉଳାବନ୍ଧ ଗ୍ରାମର ନୀଳମଣି ମହାରଣା ଓ ପ୍ରମୋଦ ମହାରଣା ଏହି ୨୪ ଗୋଟି ବେଶକୁ ନିର୍ମାଣ କରିବାକୁ ଭକ୍ତିପୂତ ଭାବରେ ପ୍ରଗଢା ଇଛା ପ୍ରକାଶ କରିଥିଲେ। ଦଇତାପତି ରଘୁନାଥ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ସ୍ଥିତ ଆଇଏନ୍ଏସ୍ ଫାର୍ମରେ ଅନୁଷ୍ଠିତ ଏହି ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ସମ୍ବନ୍ଧରେ ସମ୍ୟକ୍ ଆଲୋକପାତ କରିଥିବା ବେଳେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ବିଜ୍ଞାନର ଅଗ୍ରଗତି ଓ କୃଷି ଭିତିକ ଗବେଷଣାକୁ ନେଇ ବକ୍ତବ୍ୟ ରଖିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଂଝଗିରି ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ଗବେଷଣା କେନ୍ଦ୍ର (ଏଆର୍ଏସ୍) ରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଡିନ୍ ପ୍ରଫେରସ ରାଉତ ଓ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଯୋଗ ଦେଇଥିଲେ। ଏହି…
ନୂଆଦିଲ୍ଲୀ: ନିକଟରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କୁ ନେଇ ଭାରତ ବିରୋଧରେ ଆମେରିକା ଅନେକ ଅଭିଯୋଗ ଆଣିଥିଲା। ଯେତେବେଳେ ଭାରତ ପ୍ରମାଣ ମାଗିଲା, ନିଜକୁ ବିଶ୍ଵର ରାଜା ବୋଲି ବିବେଚନା କରୁଥିବା ଆମେରିକା କୌଣସି ପ୍ରମାଣ ମଧ୍ୟ ଦେଇ ନଥିଲା। ନିର୍ବାଚନ ସମୟରେ ଭାରତର ଭାବମୂର୍ତ୍ତିକୁ ଖରାପ କରିବା ଏବଂ ଭାରତକୁ ଅସ୍ଥିର କରିବା ପାଇଁ ଆମେରିକା ଅଭିଯୋଗ କରିଛି ବୋଲି ଋଷ କହିଛି। ଭାରତ ଏବଂ ଋଷ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା ଏବଂ ସାରା ବିଶ୍ୱରେ ଜଣାଶୁଣା। ପ୍ରତ୍ୟେକ ଋତୁରେ ଉଭୟ ଦେଶ ପରସ୍ପର ସାଥିରେ ରୁହନ୍ତି ବୋଲି କହିବା ଅତ୍ୟୁକ୍ତି ହେବନାହିଁ। ଏଭଳି ପରିସ୍ଥିତିରେ, କାନାଡା ପରେ ଭାରତ କେବଳ ଆମେରିକୀୟ ଅଭିଯୋଗର ଉପଯୁକ୍ତ ଉତ୍ତର ଦେଇନାହିଁ, ରୁଷ ମଧ୍ୟ ନିଜର ପୁରୁଣା ବନ୍ଧୁତାକୁ ପୂରଣ କରିବା ପାଇଁ ଖୋଲାଖୋଲି ଭାବେ ମୈଦାନକୁ ଆସିଛି ଏବଂ ବିନା ଦ୍ୱିଧାରେ ଭାରତ ପାଇଁ ବ୍ୟାଟିଂ କରୁଛି। ଭାରତର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡ୍ରୀ (ଆଇଭିଏସ୍ଏଏଚ୍) ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ସେଂଟର ଫର୍ ଏନ୍ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ’ ଶୁକ୍ରବାର ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି। ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଶ୍ରୀମତି ଦାସ ଏହି ସେଂଟରକୁ ଉଦ୍ଘାଟନ କରି ଏହା ଦ୍ୱାରା ଏଗ୍ରିକଲ୍ଚର ଏବଂ ଭେଟେରିନାରୀ ସାଇନ୍ସେସ୍ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜେ ରୋଜଗାରକ୍ଷମ ହେବା ନିମନ୍ତେ ତାଲିମ ପାଇ ପାରିବେ ବୋଲି କହିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର କିଭଳି ପ୍ରଚାର ପ୍ରସାର ଓ ବିକ୍ରି ହୋଇ ପାରିବ ସେ ନେଇ ଏଠାରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଶ୍ରୀମତି ଦାସ କହିଛନ୍ତି। ଏହି ଅବସରରେ ସୋଆର…
ଭୁବନେଶ୍ୱର: ରିଲାଏନ୍ସ ଜିଓ ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ ଓଟିଟି ବଣ୍ଡଲ ପ୍ଲାନ ଆଣିଛି। ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ୍ ଓଟିଟି ଆପ୍ ସହ ଅସୀମିତ ଡାଟା ମିଳୁଛି ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍ରେ ଏହି ପ୍ରୋଗ୍ରାମ୍ ଦେଖିପାରିବେ। ମାସିକ ୮୮୮ ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ। ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଏମବିପିଏସ ସ୍ପିଡ ମିଳିବ। ଏହାବ୍ୟତୀତ ନେଟଫ୍ଲିକ୍ସର ବେସିକ୍ ପ୍ଲାନ୍, ଆମାଜନ୍ ପ୍ରାଇମ୍ ଏବଂ ଜିଓସିନେମା ପ୍ରିମିୟମ୍ ଭଳି ୧୫ରୁ ଅଧିକ ପ୍ରମୁଖ ଓଟିଟି ଆପ୍କୁ ଏହି ପ୍ଲାନ୍ରେ ଅନ୍ତର୍ଭୁକ୍ତ କରାଯାଇଛି। ଅର୍ଥାତ୍ ଏହି ଲୋକପ୍ରିୟ ଆପ୍ଗୁଡ଼ିକର ସବସ୍କ୍ରିପସନ ଏହି ପ୍ଲାନରେ ଉପଲବ୍ଧ ହେବ। ଏହି ପ୍ଲାନର ଆଉ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି, ନୂଆ ଗ୍ରାହକ ହୁଅନ୍ତୁ କିମ୍ବା ବର୍ତ୍ତମାନ ୧୦…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୌନପୁରର ପୂର୍ବତନ ଏସପି ବିଧାୟକ ତଥା ବରିଷ୍ଠ ନେତା ଓମ୍ ପ୍ରକାଶ ଦୁବେ (ବାବା ଦୁବେ) ଦଳ ଛାଡିଛନ୍ତି। କୁହାଯାଉଛି ଯେ, ଜୌନପୁର ଲୋକସଭା ଆସନରୁ ବାବୁ ସିଂ କୁଶୱାଙ୍କୁ ଟିକେଟ୍ ଦିଆଯିବା ଉପରେ ବାବା ଦୁବେ ଅସନ୍ତୁଷ୍ଟ ଥିଲେ। ତାଙ୍କ ଇସ୍ତଫା ହେତୁ ନିର୍ବାଚନରେ ସମାଜବାଦୀ ପାର୍ଟିକୁ କ୍ଷତି ହୋଇପାରେ। ଓମ୍ ପ୍ରକାଶ ଦୁବେ ଜୌନପୁରର ବଦଲାପୁର ଆସନରୁ ବିଧାୟକ ରହିଛନ୍ତି। ସେ ତାଙ୍କ ଇସ୍ତଫା ଏସପି ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଯେଉଁଥିରେ ସେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇସ୍ତଫା ପରେ ବାବା ଦୁବେଙ୍କ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାବା ଦୁବେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, “ମୋର ବ୍ୟକ୍ତିଗତ ତଥା ରାଜନୈତିକ ନୀତିର ବିପରୀତ, ମୁଁ ଅତୀତରେ କିମ୍ବା…
ନୂଆଦିଲ୍ଲୀ: ହଂକଂ, ସିଙ୍ଗାପୁର, ମାଲଦ୍ୱୀପ ପରି ଦେଶରେ ମସଲା ଉପରେ ନିଷେଧାଦେଶ ପରେ ବର୍ତ୍ତମାନ ଘରୋଇ ସ୍ତରରେ ମଧ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାର ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି ଏବଂ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ମସଲା ନମୁନା ପରୀକ୍ଷାରେ ବିଫଳ ହୁଏ ତେବେ କମ୍ପାନୀଗୁଡିକର ଲାଇସେନ୍ସ ବାତିଲ ହେବ। ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟରେ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ, ଯଦି କୌଣସି ଭୁଲ ଦେଖାଯାଏ ତେବେ ମସଲା କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଦ୍ୱିଧା କରିବେ ନାହିଁ। ଅଧିକାରୀଙ୍କ କହିବାନୁସାରେ, ଯଦି ଏହା ଜଣାପଡ଼େ ଯେ ମସଲା କମ୍ପାନୀଗୁଡ଼ିକ ପ୍ୟାକେଡ୍ ଉତ୍ପାଦଗୁଡ଼ିକରେ କୀଟନାଶକ ଗ୍ରହଣ ଯୋଗ୍ୟ ସ୍ତରର ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଏପରି ପରିସ୍ଥିତିରେ ସରକାର ସେମାନଙ୍କର ଲାଇସେନ୍ସ ବାତିଲ କରିବାକୁ ଦ୍ୱିଧା କରିବେ ନାହିଁ। ଏହି ଦେଶରେ ମସଲା ନିଷେଧ: ଭାରତୀୟ…
ନୂଆଦିଲ୍ଲୀ: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଜନତାଙ୍କ ସହ ଯୋଗ ଦେଇଛନ୍ତି। ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଏହି ଲୋକସଭା ନିର୍ବାଚନରେ ସରକାର ବିଜେପି ଦ୍ୱାରା ନୁହେଁ ବରଂ ଇଣ୍ଡିଆ ଆଲାଇନ୍ସ ଦ୍ୱାରା ଗଠନ ହେବ। ତେବେ ସେ ଏକ ବଡ ଦାବି କରି କହିଛନ୍ତି ଯେ, ବିଜେପି ସରକାର ଗଠନ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ନାହିଁ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଏହି ଲୋକମାନେ (ବିଜେପି) ଇଣ୍ଡିଆ ସହଯୋଗୀ ଦଳକୁ ପଚାରନ୍ତି ତୁମର ପ୍ରଧାନମନ୍ତ୍ରୀ କିଏ, ମୁଁ ବିଜେପିକୁ ପଚାରୁଛି କିଏ ତୁମର ପ୍ରଧାନମନ୍ତ୍ରୀ ହେବ? ଲୋକମାନେ ନିଶ୍ଚିତ ଭାବରେ ଚିନ୍ତା କରୁଛନ୍ତି ଯେ, ଏହା କି ପ୍ରକାର ପ୍ରଶ୍ନ? ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ…
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ରେ ଅଣୁଜୀବ ବିଜ୍ଞାନ ବିଭାଗ ପକ୍ଷରୁ ସୋମବାର ‘ବିଶ୍ୱ ହାତ ସ୍ୱଚ୍ଛତା ଦିବସ’ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ଫୁଲନଖରା କ୍ୟାମ୍ପସ୍ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର କେ. ମୋହିନୀ ରାଓ ଏବଂ ଲାବୋରେଟୋରୀ ର ନିର୍ଦ୍ଦେଶକ ତଥା ଅଣୁଜୀବ ବିଜ୍ଞାନ (ମାଇକ୍ରୋବାୟୋଲୋଜି) ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ଯୋଗ ଦେଇ ହାତ ଧୋଇବା ଦ୍ୱାରା କିଭଳି ସଂକ୍ରମଣକୁ କିପରି ଦୂରରେ ରଖିହେବ ଏବଂ ଅନ୍ୟ ବ୍ୟକ୍ତି ମଧ୍ୟ ସୁସ୍ଥ ରଖିପାରିବେ ଏ ନେଇ ବିସ୍ତୃତ ଭାବେ ସଚେତନତା ନିମନ୍ତେ ବାର୍ତା ଦେଇଥିଲେ। ରୋଗୀ ସେବାରେ ସ୍ୱଚ୍ଛ ହାତର ମହତ୍ୱ ତଥା ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ କିଭଳି ସାହାଯ୍ୟ କରେ ତାହା ବକ୍ତାମାନେ ସରଳ ଉପାୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ।…
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାତର ୨୦୨୨ ଓ ୨୦୨୩ରେ ଶ୍ରେଷ୍ଠ ବିଏସ୍କେୱାଇ ହସ୍ପିଟାଲ୍ର ମାନ୍ୟତା ପାଇଥିବା ବେଳେ କରୋନା ମହାମାରୀ ସମୟରେ ଚିକିତ୍ସା ଓ ପରିଚାଳନା ନେଇ ଶ୍ରେଷ୍ଠ କୋଭିଡ ହସ୍ପିଟାଲ୍ ଭାବେ ପରିଗଣିତ ହୋଇଛି। ତେବେ ହସ୍ପିଟାଲ୍ ଏହି ସବୁ ପ୍ରତିଷ୍ଠା ପାଇବା କ୍ଷେତ୍ରରେ ଡାକ୍ତରମାନଙ୍କ ସହିତ ନର୍ସମାନଙ୍କ ଅବଦାନର ବଡ଼ ଗୁରୁତ୍ୱ ରହିଛି ବୋଲି ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ସେବିକା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଛନ୍ତି ଯେ ଡାକ୍ତରମାନେ ରୋଗୀମାନଙ୍କର ପରୀକ୍ଷା, ରୋଗ ନିରୂପଣ ଓ ଚିକିତ୍ସା କରୁଥିôବା ବେଳେ ନର୍ସମାନେ ୨୪ ଘଂଟା ଧରି ରୋଗୀମାନଙ୍କର ସେବା କରିଥାନ୍ତି। ତେଣୁ ସେମାନଙ୍କର କାର୍ଯ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ରାଜ୍ୟ…
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍ଆର) ଏବଂ ଇଣ୍ଡିଆନ୍ ଫର୍ଟିଲିଟି ସୋସାଇଟିର ମିଳିତ ସହଯୋଗରେ ଗତ ଶନିବାର ‘ସିମେନ୍ ଆନାଲିସିସ୍ ମେଡ୍ ଇଜି: ମାନୁଆଲ୍ ଆଣ୍ଡ ଅଟୋମେଟିକ୍’ ଶୀର୍ଷକ ଏକ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ତଥା କର୍ମଶାଳା ଆୟୋଜିତ ହୋଇଯାଇଛି। ହସ୍ପିଟାଲ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସିଏଚ୍ଆର୍ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ବକ୍ତବ୍ୟ ରଖିଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ଆଇଏଫ୍ଏସ୍ ଓଡ଼ିଶା ଶାଖାର ସଂପାଦକ ଡାକ୍ତର ଅକ୍ଷୟ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଏହାର ପରବର୍ତ୍ତୀ ଅଧିବେଶନରେ ସିଏଚ୍ଆର୍ର ସିନିୟର ଏମ୍ବ୍ରିଓଲୋଜିଷ୍ଟ ଡାକ୍ତର ଚିଦାନନ୍ଦ ଦାଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁଯାୟୀ ପାରମ୍ପରିକ ବୀର୍ଯ୍ୟ ବିଶ୍ଲେଷଣ…
ଭୁବନେଶ୍ୱର: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ସହ ମାନସିକ ବିକାଶରେ ସହାୟତା କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଅର୍ଥାତ୍ ସମର କ୍ୟାମ୍ପ ଆରମ୍ଭ ହୋଇଛି। ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଚାଲିବାକୁ ଥିବା ‘ସମର କ୍ୟାମ୍ପ’ର ଶୁଭାରମ୍ଭ କରିବା ଅବସରରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ସୁସ୍ଥତା ଓ ମାନସିକ ସ୍ତରରେ ବିକାଶ ନେଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ପାଠପଢ଼ା ସହିତ କ୍ରୀଡ଼ା ଅଭ୍ୟାସ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ। ତେଣୁ ଛୁଟି ସମୟରେ ଏଭଳି ଶିବିର ଦ୍ୱାରା ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇପାରିବେ ବୋଲି ପ୍ରଫେସର ଦାସ କହିଛି। ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍ର ୫ମ ରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ବିଧାୟକ ମହାରାଜୀ ଦେବୀଙ୍କ ବିଦ୍ରୋହୀ ସ୍ୱର ଉତ୍ତରପ୍ରଦେଶର ଆମେଥୀ ଲୋକସଭା ଆସନରେ ଦେଖିବାକୁ ମିଳୁଛି। ମହାରାଜୀ ଦେବୀ ଗାୟତ୍ରୀ ପ୍ରସାଦ ପ୍ରଜାପତୀଙ୍କ ପତ୍ନୀ, ଯିଏକି ଏସପି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ଏବଂ ଆମେଥୀ ବିଧାନସଭା ଆସନରୁ ଏସପି ବିଧାୟକ ଅଟନ୍ତି, କିନ୍ତୁ ଆଜିକାଲି ତାଙ୍କ ପରିବାର ଇଣ୍ଡିଆ ମେଣ୍ଟ ବଦଳରେ ବିଜେପି ସାଂସଦ ସ୍ମୃତି ଇରାନୀଙ୍କ ସମର୍ଥନରେ ପ୍ରଚାର କରୁଛନ୍ତି। ଏସପି ବିଧାୟକ ମହାରାଜୀ ଦେବୀ ପ୍ରଜାପତିଙ୍କ ପୁଅ ଅନୁରାଗ ପ୍ରଜାପତି ଏବଂ ଝିଅ ଅଙ୍କିତା ପ୍ରଜାପତି ଖୋଲାଖୋଲି ଭାବେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ସମର୍ଥନରେ ଆସିଛନ୍ତି। ସେମାନେ ସ୍ମୃତିଙ୍କ ସଭାରେ ଯୋଗଦେଉଛନ୍ତି ଏବଂ କଂଗ୍ରେସ ପରିବର୍ତ୍ତେ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। ସେମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସ୍ମୃତି ଇରାନୀଙ୍କୁ ଜିତେଇବାକୁ ଚେଷ୍ଟା କରୁଛନ୍ତି। ମହାରାଜୀ ଦେବୀଙ୍କ ଝିଅ ଅଙ୍କିତା…
ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ବିଭାଗ ଅଧୀନରେ ବର୍ତ୍ତମାନ ମୋଟ ୫ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯାଉଛି। ତେବେ ୨୦୨୩-୨୪ ବ୍ୟାଚରେ ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ବିଷୟରେ ତାଲିମ ଶେଷ କରି ଛାତ୍ରଛାତ୍ରୀମାନେ ବାହାରିଛନ୍ତି। ଏହି ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରତ୍ୟେକ ବିଷୟରୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା। ଏହିଭଳି ମୋଟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପଦକ ଦିଆଯାଇଥିଲା। ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରୁ ରାଭା ଅନନ୍ତ କୁମାର ସ୍ୱର୍ଣ୍ଣ ପାଇଥିବା ବେଳେ ରୋଶନ କୁମାର…
ଭୁବନେଶ୍ଵର: ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଶ୍ରୀ ବେହେରା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅବଗତ ହୋଇଛନ୍ତି। ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରି ପ୍ରକଳ୍ପର ଠିକ ସମୟରେ କାର୍ଯ୍ୟ ଶେଷ କରିବା ଏବଂ ପ୍ରସ୍ତାବିତ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ବେହେରା ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ 301 କିମି ମଧ୍ୟରୁ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି। ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ କରୁଛି। ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ 47…
ରଣପୁର: ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପୁରୀ ଲୋକସଭା କ୍ଷେତ୍ର ଅଧିନସ୍ଥ ରଣପୁର ନିର୍ବାଚନ ମଣ୍ଡଳୀ ରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇ ବିରୋଧୀ କଂଗ୍ରେସ୍ ଓ ବିଜେଡି ବିପକ୍ଷରେ ବିଷୋଦଗାର କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ଏକ ସ୍ଥିର ସରକାର ଦେବାରେ ସମର୍ଥ ହୋଇଛି। ସମଗ୍ର ବିଶ୍ୱରେ ଭାରତବର୍ଷ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ର ର ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ୍ ପାତ୍ର ଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ମୋଦିଜୀଙ୍କ ୪୦୦ ପାର ନାରାକୁ ସାକାର କରିବା ପାଇଁ ନିବେଦନ କରିଥିଲେ। ସେହିଭଳି ରଣପୁର ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସୁରମା…

