ଖୋର୍ଦ୍ଧା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ବଡପାରି ଓ ରାମଚନ୍ଦ୍ରପୁର ଠାରେ ମାରାଥନ ପ୍ରଚାର କରିଛି ବିଜେଡି। ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର। ଉଭୟ ପ୍ରାର୍ଥୀ ବଡପାରୀ ରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଡପାରୀ ର ମା ଭଗବତୀ ଦେବୀଙ୍କ ପୀଠରେ ଉଭୟ ପ୍ରାର୍ଥୀ ପହଞ୍ଚି ମାଙ୍କୁ ପ୍ରଣିପାତ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବିଷୟରେ ମନ୍ମଥ ବର୍ଣ୍ଣନା କରିଥିଲେ। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଅଟକଳ କୁ ବୃଦ୍ଧି କରିବାକୁ ଦେଇଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ…
Author: SM Network
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂକ୍ରାନ୍ତିୟ ବିଭିନ୍ନ ଵିଷୟରେ ଯଥା ପୋଲିଂ ବୁଥରେ କି ପ୍ରକାରର ସୁବିଧା ସୁଯୋଗ ରହିଛି। ଏଥିସହିତ ଭିନ୍ନକ୍ଷମ ଭୋଟର ମାନଙ୍କ ମତଦାନ ସାବ୍ୟସ୍ତ ଵିଷୟରେ ଏବଂ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଯଥା ରେଳ, ବିମାନ ବନ୍ଦର ଏବଂ ଯାନବାହାନ ମାନଙ୍କରେ। ଯାନବାହନ ଯୋଗାଇ ଦେବା ଇତ୍ୟାଦି ସମିକ୍ଷା କରିଥିଲେ। ଜିଲ୍ଲାପାଳ ଏସବୁର ଉତ୍ତର ରଖିଥିଲେ। ଏହି ବୈଠକରେ ଉପସ୍ଥିତ ଥିବା ପର୍ଯ୍ୟବେକ୍ଷକ ମାନେ ହେଲେ ଯଥାକ୍ରମେ ଯୋଗେନ୍ଦ୍ର ତ୍ରିପାଠୀ, ରଜନୀକାନ୍ତ ମିଶ୍ର, ହିମାଳିନୀ କାଶ୍ୟପ, ଜେ ଭେଙ୍କେଟ ମୁରଲୀ, ଜି ରେଖାରାଣୀ, ଟିଭି ସୁବାସ, ୟରାମ ନେଗୀ ରେଡି, ଏଲ ଭି ଭାସ୍କର ରେଡି, ମଇମୁମ ଆଲାମ, ରାଜେନ୍ଦ୍ର ସିଂହ, ଅତୁଲ ପାଣ୍ଡେ। ଏତଦ୍ ବ୍ୟତୀତ ୮…
ରେଢ଼ାଖୋଲ (କନ୍ଦର୍ପ ବେହେରା): କିଛିଦିନ ତଳେ ଏକ କଲରାପତରିଆ ବାଘକୁ ଗୁଳିକରି ହତ୍ୟା କରିବା ପରେ ଗତକାଲି ନାକଟିଦେଉଳ ରେଞ୍ଜ ଅଧୀନସ୍ଥ ସାହେବି ଧଣ୍ଡାମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି କୁ ଅଜଣା ଜଙ୍ଗଲୀ ଜୀବ ମାରିପକାଇଥିବା ଜଣାପଡିଛି। ଗାଁ ଲୋକମାନେ କଲରlପତରିଆ ବାଘ ମାରିଥିବା ଅଭିଯୋଗ କରୁଥିବା ବେଳେ ବନ ବିଭାଗ ଭାଲୁ ଆକ୍ରମଣ କରିଥିବା କହୁଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ,ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସାହେବୀ ଧଣ୍ଡମୁଣ୍ଡା ନିକଟସ୍ଥ ମାନକୁଣ୍ଡା ଜଙ୍ଗଲ ନିକଟରେ ଜଙ୍ଗଲୀ ହିଂସ୍ର ଜନ୍ତୁ ଆକ୍ରମଣ ରେ ଜଣେ ବ୍ୟକ୍ତି ରା ମୃତ୍ୟୁ ହୋଇଥିବା ଜଣା ପଡିଛି। ବ୍ୟକ୍ତି ଜଣଙ୍କ ସାହେବୀ ଗ୍ରାମର ଧଣ୍ଡମୁଣ୍ଡା ସାହିର ସାଦ ମୁଣ୍ଡା (୫୮) ବୋଲି ଜଣା ପଡିଛି। ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ସକାଳୁ ସାଦ ପୋଢ଼ ନାମକ ବ୍ୟକ୍ତି କୌଣସି କାମରେ ଜଙ୍ଗଲ କୁ ଯାଇଥିବା ବେଳେ ଆଉ ଫେରି ନଥିଲେ। ସନ୍ଧ୍ୟା…
ଭୁବନେଶ୍ଵର: ସମଗ୍ର ଦେଶରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଗ୍ରୀଷ୍ମ ସମୟରେ ନିୟମିତ ଟ୍ରେନରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ସେବା ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ସହିତ ସୁବିଧାଜନକ, ଆରାମ ଏବଂ ନିରାପଦ ଯାତ୍ରା ପ୍ରଦାନ କରାଇ ଗ୍ରୀଷ୍ମ ଋତୁ ରେ ଯାତ୍ରୀ ମାନଙ୍କୁ ସ୍ମରଣୀୟ ଯାତ୍ରା ଅନୁଭୂତି କରାଇବାକୁ ବ୍ୟବସ୍ଥା କରିଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ପୂର୍ବରୁ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଥିଲା। ଏହା ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ଯାତ୍ରା ଆବଶ୍ୟକତାକୁ ପୂରଣ କରିବା ସହିତ ଯାତ୍ରୀମାନେ ଯେପରି ଏକ ସୁବିଧାଜନକ ଓ ଆରାମଦାୟକ ଯାତ୍ରା ଅଭିଜ୍ଞତା ପାଇପାରିବେ ଏବଂ ସେମାନେ ନିଜସ୍ୱ ଶୈଳୀରେ ଭ୍ରମଣ କରିବାକୁ ରିଆପାଠ ଯାତ୍ରା ସୁନିଶ୍ଚିତ କରାଇଅଛି। ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ସେବା ସୁବିଧାଜନକ…
ଖୋର୍ଦ୍ଧା: ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ଘର ଜଳିଯିବା ସହ ଦୁଇ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ ଶବ୍ଦ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଆତଙ୍କ ଖେଳିଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଲେଖନପୁର ଗାଁ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସେଇ ଗାଁ ର ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କ ଘରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଘରର ଆଜବେଷ୍ଟ ଉଡ଼ି ଯାଇଛି। ଘରର ମାଲିକ ଗୁରୁତର ଆହତ ହେବା ସହ ତାଙ୍କ ନାତୁଣୀ ମଧ୍ୟ ଆହତ ହୋଇଛି। ବାଙ୍କୀ ଏବଂ ବେଗୁନିଆରୁ ଦମକଳ ଆସି ନିଆକୁ ଆୟତ କରିଛି। ଖବର ପାଇ ଖୋର୍ଦ୍ଧା ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ ଏବଂ ବାଘମାରି ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆହତ ବ୍ୟକ୍ତି ଙ୍କୁ ଭୁବନେଶ୍ୱର ର ଏକ ଘରୋଇ…
ଚ଼ିଲିକା (ସୀତାରାମ ଅଗ୍ରୱାଲ): ଚ଼ିଲିକା ବିଧାନସଭା କ୍ଷେତ୍ରର ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ଗାଲୁଆ ପଞ୍ଚାୟତର ବିଜେଡ଼ି କର୍ମକର୍ତ୍ତା ମହେଶ୍ବର ସ୍ବାଇଁ, ବାଣପୁର ଏନ୍ଏସିର ଯୁବ ସଂଗଠକ ସୁବ୍ରତ ରାୟ, ଦେଓଗାଁ ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ବାଦଲ ଦାସ, ମୋରାମୋରି ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ସେକ ଇମତିଆଜ ଅଲ୍ଲୀ, ହାଟବରଡିହ, ମାନସିଂହପୁର, ନୀଳାଦ୍ରିପ୍ରସାଦ, ବଉଳାବନ୍ଧ ପଞ୍ଚାୟତର ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ବିଜେପି ର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ନେତୃତ୍ବକୁ ଭରଷା କରି ଭାରତୀୟ ଜନତା ପାର୍ଟିରେ ସେମାନେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଥିବା କହିଛନ୍ତି। ଦଳରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତା ମାନେ ଚ଼ିଲିକା ବିଧାନସଭା ଓ ପୁରୀ ଲୋକସଭା କ୍ଷେତ୍ରରେ ପଦ୍ମ ଫୁଟାଇବାକୁ ସଂକଳ୍ପ ନେଇଛନ୍ତି। ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ…
ନୂଆଦିଲ୍ଲୀ: ସାମ୍ ପିତ୍ରୋଦାଙ୍କ ବିବୃତ୍ତିରେ କୁହାଯାଇଛି ଯେ, ଭାରତର ପୂର୍ବରେ ଲୋକମାନେ ଚାଇନିଜ୍, ପଶ୍ଚିମର ଲୋକମାନେ ଆରବ ଭଳି ଦେଖାଯାଉଛନ୍ତି, ଉତ୍ତରରେ ଲୋକମାନେ ବୋଧହୁଏ ଗୋରାଙ୍କ ଭଳି ଏବଂ ଦକ୍ଷିଣରେ ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାଉଛନ୍ତି। ଏହାପରେ ଅଧୀର ରଞ୍ଜନ ଚୌଧୁରୀ ଆଉ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ବିଜେପି କଂଗ୍ରେସକୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଅଧୀର କହିଛନ୍ତି ଯେ, “ଆମର ପ୍ରୋଟୋ ଅଷ୍ଟ୍ରେଲଏଡସ୍ … ମୋଙ୍ଗୋଲଏଡ୍ … ନେଗ୍ରିଟୋସ୍ (ଭାରତରେ) ଅଟନ୍ତି।” ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଚର୍ମ ରଙ୍ଗ ଆଧାରରେ ଭାରତୀୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ପ୍ରୋଟୋ ଅଷ୍ଟ୍ରେଲଏଡସ୍ ଅଷ୍ଟ୍ରେଲିଆର ମୂଳ ବାସିନ୍ଦାଙ୍କ ସହିତ ଶାରୀରିକ ସମାନତାକୁ ବୁଝାଏ। ମୋଙ୍ଗୋଲଏଡ୍ ଏସିଆ, ଆମେରିକା, ୟୁରୋପ ଏବଂ ଓସେନିଆର କେତେକ ଅଞ୍ଚଳରେ ମୂଳ ଜାତି ଗୋଷ୍ଠୀକୁ ବୁଝାଏ। ନେଗ୍ରିଟୋ ହେଉଛି ମାନବ ଜାତିର ଏକ ଗୋଷ୍ଠୀ ଯାହା ଦକ୍ଷିଣ…
ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ, କିନ୍ତୁ ତାଙ୍କ କାର୍ଯ୍ୟକାଳ ଟି -୨୦ ବିଶ୍ୱକପ ୨୦୨୪ ପରେ ଶେଷ ହେଉଛି। ଏହା ପରେ ଟିମ୍ ଇଣ୍ଡିଆ ଏକ ନୂତନ କୋଚ୍ ଙ୍କ ତତ୍ତ୍ୱାବଧାନରେ ସାମିଲ ହେବ। କେବଳ ଏତିକି ନୁହେଁ, ନୂତନ କୋଚ୍ ଆସିବା ପରେ କୋଚିଂ ଷ୍ଟାଫ୍ ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଭାରତୀୟ ଦଳର ପରବର୍ତ୍ତୀ କୋଚ୍ ମଧ୍ୟ ଜଣେ ବିଦେଶୀ ଖେଳାଳି ହୋଇପାରିବେ। ଏଭଳି ପରିସ୍ଥିତିରେ, ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ସମ୍ବନ୍ଧରେ ଚାଲିଥିବା ଆଲୋଚନା ମଧ୍ୟରେ ଆସନ୍ତୁ, ଏପରି ୩ ଟି ବଡ ନାମ ବିଷୟରେ ଆଲୋଚନା କରିବା, ଯାହାର ଭାରତୀୟ ଦଳରେ ଯୋଗଦେବାର ଦୃଢ ସମ୍ଭାବନା ଅଛି…. ଭିଭିଏସ ଲକ୍ଷ୍ମଣ: ଭାରତୀୟ ଦଳର ପୂର୍ବତନ ଭେଟେରାନ୍ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣଙ୍କ ଏଥର ମୁଖ୍ୟ ପ୍ରଶିକ୍ଷକ ହେବାର ଦୃଢ ସମ୍ଭାବନା ରହିଛି।…
ନୂଆଦିଲ୍ଲୀ: ଜାହାଜ ନିର୍ମାଣରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ବୃଦ୍ଧି କରିବା ସହ ସ୍ବଦେଶୀ ସାମୁଦ୍ରିକ ଶ୍ରେଣୀର ଇସ୍ପାତ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାଓ୍ବାର୍ (ଜେଏସପିଏଲ) ୨୦୨୪ ମେ ୭ତାରିଖ ଦିନ ନୂଆଦିଲ୍ଲୀରେ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣାଜରିଆରେ ଉଭୟ ସଂସ୍ଥା ସ୍ବଦେଶୀକରଣ ବଢ଼ାଇବା, ଦେଶର ସ୍ବାର୍ଥ ପାଇଁ ଏହିସାମଗ୍ରୀର ଉତ୍ପାଦନ କ୍ଷମତା ଓ ଉପେଯାଗ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେବାକୁପ୍ରତିଶୃତିବଦ୍ଧ ହୋଇଛନ୍ତି। ଏହି ବୁଝାମଣାରେ ସରକାରୀ-ଘରୋଇ ସହେଯାଗକୁ ପ୍ରାଥମିକତା ଦିଆଯିବା ସହଜଟିଳ ସୁରକ୍ଷା ଆହ୍ବାନର ମୁକାବିଲା ପାଇଁ ସରକାରୀ ସଂସ୍ଥା ଏବଂ ଘରୋଇ କ୍ଷେତ୍ରମଧ୍ଯରେ ସହଭାଗିତାର ଆବଶ୍ୟକତା ଉପରେ ମଧ୍ଯ ଗୁରୁତ୍ବ ପ୍ରଦାନ କରାଯାଇଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୁବିଧା ଯଥା – ଉତ୍ତମ ମାନ, ଶ୍ରେଣୀ ଓ ପରିମାପ ସହ ସାମଗ୍ରୀଉତ୍ପାଦନ ପାଇଁ ନିର୍ମିତ ଇସ୍ପାତ କାରଖାନା ସମେତ ଆଇସିଜି ପାଇଁ ସାମୁଦ୍ରିକଶ୍ରେଣୀର ଇସ୍ପାତର ସଠିକ୍…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ସମସ୍ତ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ, ଆମେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଯାଉଛୁ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିରୋଧ ଆବେଦନ ଉପରେ ଶୁଣାଣି କରିବାକୁ ଓକିଲ ଅଭିଷେକ ମନୁ ସିଂହଭି ଦାବି କରିଥିଲେ। ଏ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆସନ୍ତା ସପ୍ତାହରେ କେଜ୍ରିୱାଲଙ୍କ ଏହି ଆବେଦନ ଉପରେ ବିତର୍କ ଶେଷ କରିବାକୁ ଚେଷ୍ଟା କରିବ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କୁ ସମୟ ଶେଷ ହେବା ପରେ ଆତ୍ମସମର୍ପଣ କରିବା ପାଇଁ ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ…
ନୂଆଦିଲ୍ଲୀ: ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି ନିର୍ବାଚନରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ଇଭିଏମ-ଭିଭିପାଟ୍ ର ରେଣ୍ଡମାଇଜେସନ୍ ସମେତ ନିର୍ବାଚନରେ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ମତଦାତାଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କେତେକ ପ୍ରତିନିଧି କହିଛନ୍ତି। ମୋଟାମୋଟି ଭାବରେ,ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ,ସୁଲଭ ଏବଂ ଏକ ଉତ୍ସବମୁଖର ମନୋଭାବ ସହିତ ଅନୁଷ୍ଠିତ ହୁଏ ବୋଲି ଭାରତ ଗସ୍ତରେ ଆସିଥିବା ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତି ସଦସ୍ୟମାନେ ଏକମତ ହୋଇଥିଲେ। ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (ଆଇଇଭିପି) ଅଧୀନରେ ନିକଟରେ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୬୯୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ପଞ୍ଚମ ପର୍ଯ୍ୟାୟ ପାଇଁ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୪୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୧୫୮୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ପଞ୍ଚମ ପର୍ଯ୍ୟାୟ ପାଇଁ ସମସ୍ତ ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୩ ମଇ, ୨୦୨୪ ଥିଲା। ଦାଖଲ କରାଯାଇଥିବା ସବୁ ନାମାଙ୍କନ ଯାଞ୍ଚ କରିବା ପରେ ୭୪୯ଟି ନାମାଙ୍କନ ବୈଧ ଥିବା ଜଣାପଡ଼ିଥିଲା। ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସର୍ବାଧିକ ୫୧୨ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ ଉତ୍ତର ପ୍ରଦେଶର ୧୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୪୬୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ଝାଡ଼ଖଣ୍ଡର ଛତ୍ରା ସଂସଦୀୟ କ୍ଷେତ୍ର ପାଇଁ ସର୍ବାଧିକ ୬୯ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିଲା। ସେହିପରି ୩୫-ଲକ୍ଷ୍ନୌ ଲୋକସଭା ଆସନ…
ନୂଆଦିଲ୍ଲୀ: ସୀମା ସଡ଼କ ସଂଗଠନ (ବିଆରଓ) ଏହାର ୬୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଦିବସ ଅବସରରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଅଧ୍ୟକ୍ଷତା କରିଥିଲେ। ପ୍ରତିରକ୍ଷା ସଚିବ ତାଙ୍କ ଅଭିଭାଷଣରେ ପ୍ରତିକୂଳ ଅଞ୍ଚଳ ଏବଂ କଠିନ ପାଣିପାଗ ପରିସ୍ଥିତିରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିବାରୁ ବିଆରଓକୁ ପ୍ରଶଂସା କରିଥିଲେ। ସେ ବିଆରଓକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସଂଗଠନ ବୋଲି କହିଛନ୍ତି, ଯାହା ସୀମାନ୍ତ ଅଞ୍ଚଳରେ ଏହାର ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ଦେଶର ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଦୂରଦୂରାନ୍ତରେ ଥିବା ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ପ୍ରଗତିସୁନିଶ୍ଚିତ କରୁଛି। ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଥିବାରୁ ଗିରିଧର ଅରମାନେ ବିଆରଓକୁ ପ୍ରଶଂସା କରିବା ସହ କର୍ମଯୋଗୀମାନେନିର୍ଦ୍ଦିଷ୍ଟ ରେକର୍ଡ ସମୟ ମଧ୍ୟରେ ସୀମା ଭିତ୍ତିଭୂମି ବିକାଶ ସୁନିଶ୍ଚିତ କରିବା ଜାରି ରଖିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ପ୍ରକଳ୍ପଗୁଡ଼ିକୁ…
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଜ୍ଞାନ ଓ ଶିକ୍ଷାର କେନ୍ଦ୍ରଭାବେ ଭାରତର ଐତିହାସିକ ଶ୍ରେଷ୍ଠତାକୁ ରେଖାଙ୍କିତ କରିବାକୁ ଯାଇ କହିଛନ୍ତି ଯେ ଦେଶ ନିଜର ଗତ ଗୌରବକୁ ପୁଣି ଥରେ ହାସଲ କରିବା ମାର୍ଗରେ ଦୃଢତାର ସହିତ ଆଗକୁ ବଢୁଛି। ନାଳନ୍ଦା ଏବଂ ତକ୍ଷଶିଳା ଭଳି ସଂସ୍ଥାଗୁଡିକର ସୁନ୍ଦର ଐତିହାସିକ ଉଲ୍ଲେଖ କରି ଉପରାଷ୍ଟ୍ରପତି ସମକାଳୀନ ସମୟରେ ଭାରତର ଶୈକ୍ଷିକ ପରିଦୃଶ୍ୟରେ ଆଦର୍ଶଗତ ପରିବର୍ତ୍ତନ ଏବଂ ପୁନରୁତ୍ଥାନ ସମ୍ପର୍କରେ ଆଲୋକପାତ କରିଛନ୍ତି। ପ୍ରାଚୀନ ଭାରତ ଶିକ୍ଷା ଏବଂ ଜ୍ଞାନର ବିଶ୍ଵ କେନ୍ଦ୍ର ରହିଛି। ସମଗ୍ର ବିଶ୍ଵ ଆମକୁ ଦେଖୁଥିଲା, ଯେ ଜ୍ଞାନର ଅର୍ଥ ଭାରତ, ଶିକ୍ଷା ଅର୍ଜନ କରିବା ଅର୍ଥାତ ଭାରତ ! ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂ (ଏସଓଏଲ)ର ୬୨ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି କର୍ମଜୀବୀ ବୃତ୍ତିଜୀବୀ, ଗୃହିଣୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଶିକ୍ଷାର୍ଥୀମାନଙ୍କୁ ଏକ ପରିବର୍ତ୍ତନମୂଳକ ପ୍ଲାଟଫର୍ମ ପ୍ରଦାନ କରିଥିବାରୁ ଏସଓଏଲକୁ ପ୍ରଶଂସା…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସରଂକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ନିକଟ ଭୀମମଣ୍ଡଳୀ ରାସ୍ତାରୁ ଦୁଇଦିନ ତଳେ କଲରା ପତରିଆ ବାଘର ମୃତ ଦେହ ବନ ବିଭାଗ ଠାବ କରିଥିଲା। ଏଥିରେ ସମ୍ପୃକ୍ତି ଥିବା ସନ୍ଦେହରେ ବନ ବିଭାଗ ପେଣ୍ଠବାହାଳ ଗ୍ରାମର ଜୈନିକ ବ୍ୟକ୍ତିକୁ ଅଟକ ରଖିଥିଲା। ନାକଟିଦେଉଳ ରେଞ୍ଜ ଅଫିସରେ ରେଢ଼ାଖୋଲ ଡ଼ିଏଫ ଅରବିନ୍ଦ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କଲରା ପତରିଆ ବାଘକୁ ବନ୍ଧୁକ ରେ ମାରିଥିବା ବ୍ୟକ୍ତିସମ୍ପର୍କ ରେ ସୂଚନା ଦେଇଥିଲେ ଏବଂ ଆଜି ସମ୍ପୃକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କରା ଯିବ ବୋଲି ପ୍ରକାଶ କରିଥିଲେ। ଗିରଫ ବ୍ୟକ୍ତି ଠାରୁ ଏକ ଦେଶୀ ବନ୍ଧୁକ, ଏକ ବ୍ୟାଗ, ତିନୋଟି ଗୁଳି ଜବତ କରିଥିବା ଡ଼ିଏଫଓ ସୂଚନା ଦେଇଛନ୍ତି। ସୁଚନା ଥାଉକି, ଗତ ୬ ତାରିଖ ଦିନ ପ୍ରାୟ ଅପରାହ୍ନ ଦୁଇଟା ବେଳେ ବନ କର୍ମଚାରୀ ମାନେ…
ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ (ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି। ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍କୁ କାଢ଼ି, ଏମ୍ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍ ଦେଖାଯାଇନଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ପ୍ରତିପାଦିତ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ…
ରେଢାଖୋଲ (କନ୍ଦର୍ପ ବେହେରା): ଓଡ଼ିଶା ସରକାର ସ୍କୁଲରେ ରଙ୍ଗ ମାରି ଶିକ୍ଷାର ବିକାଶ ହେଉଛି ବୋଲି ମିଛ ଡିଣ୍ଡିମ ପିଟୁଛନ୍ତି। ଶିକ୍ଷାର ମୂଳ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଥିବା ବେଳେ ଓଡ଼ିଶାର ଅନେକ ସରକାରୀ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। କ୍ଷମତାସୀନ ବିଜେଡି ସରକାର ମୂଳ ପ୍ରଶ୍ନର ଉତ୍ତର ନ ଦେଇ କେବଳ ଏଣେତେଣେ ଯୁକ୍ତି ବାଢୁଛନ୍ତି ବୋଲି ରବିବାର ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ସହ ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚଳିତ ନିର୍ବାଚନରେ ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା, ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ, ଆଦିବାସୀଙ୍କ ଧନ ଜୀବନ ସୁରକ୍ଷା ଓ ବଞ୍ଚିତ ବର୍ଗକୁ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ପାଖ ଭୀମମଣ୍ଡଳୀ ରାସ୍ତାରୁ ଏକ କଲରlପତରିଆ ବାଘର ମୃତ ଦେହ ବନ ବିଭାଗ ଠାବ କରିଛି। ସୂଚନାନୁସାରେ ଜଙ୍ଗଲରେ ବାଘ ପଡ଼ିଥିବା ଖବର ପାଇ ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ ଯାଇ ବାଘର ମୃତଦେହ ଠାବ କରିଥିଲେ। ସି ସି ଏଫ, ରେଢ଼ାଖୋଲ ଡି ଏଫ ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜର ଅଶ୍ୱିନୀ କୁମାର ବେହେରା ଏବଂ ଭୁବନେଶ୍ୱର ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ କରି ପୋଡିଦେଇଥିଲେ। ଏ ସମ୍ପର୍କରେ ଡ଼ିଏଫଓ ଙ୍କୁ ପଚାରିବାରୁ ବାଘର ଆନୁମାନିକ ବୟସ ୧୦ ବର୍ଷ ହେବ ଏବଂ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ। ନାକଟିଦେଉଳ ବନାଞ୍ଚଳର ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲରେ ବାଘ ମୃତ୍ୟ ପରେ ବି ବନବିଭାଗ ଚୁପ୍ କିନ୍ତୁ ବାଘ କୁ ଶୀକାର…
ନୟାଗଡ (ସୁଧାକର ମିଶ୍ର): ନୟାଗଡ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରଜେଶ୍ୱରୀଙ୍କ ନେତୃତ୍ୱରେ ନୟାଗଡର ଗୋଦାବରୀ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରଣପୁର ବିଜେପି ବିଧାୟିକା ପ୍ରାର୍ଥୀନୀ ସୁରମା ପାଢ଼ୀ ଓ ବିଜେପି ମୁଖପାତ୍ର. ଉର୍ମିଳା ମହାପାତ୍ର ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୋଦି ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିଲେ ମୋଦିଙ୍କ ଏହି ଇସ୍ତାହାରରେ ସବୁ ବର୍ଗ ଲୋକମାନଙ୍କ ପାଇଁ ବ୍ୟବସ୍ଥା ରହିଥିବାର ଉର୍ମିଳା ମହାପତ୍ର ସୂଚନା ଦେଇଥିଲେ। ପ୍ରଧାମନ୍ତ୍ରୀ ମୋଦିଙ୍କ ୧୦ ବର୍ଷ ର ସୁଶାସନରେ ଗରିବ କଲ୍ୟାଣ ଯୋଜନା ରେ ଭାରତବର୍ଷରେ ୮୦ କୋଟି ରୁ ଉର୍ଦ୍ଧ୍ଵ ଲୋକଙ୍କୁ ମାଗଣା ରାସନ, ଏବଂ ୫୦ କୋଟିରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କୁ ଜନଧନ ଯୋଜନାରେ ବ୍ୟାଙ୍କ୍ ସୁବିଧା ,୩୪ କୋଟି ନାଗରିକଙ୍କ ସ୍ବାସ୍ଥ୍ୟ ବିମା, ୪ କୋଟି ରୁ ଉର୍ଦ୍ଧ୍ଵ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୧୪ କୋଟି…
ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁଙ୍କ ନାମାଙ୍କନ ଶେଭାଯାତ୍ରା ବିରୋଧି ଦଳ ଛାତିରେ କମ୍ପନ ସୃଷ୍ଟି କରିଛି। ନୟାଗଡ଼ ସହର ଉପରେ ୩୦ ହଜାର ବିଜେଡି କର୍ମକର୍ତ୍ତାଙ୍କ ସମାଗମ ବିରୋଧିଙ୍କୁ ଛାନିଆ କରି ଦେଇଛି। ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ, ନୟାଗଡ଼ ପୌରାଞ୍ଚଳ, ଓଡ଼ଗାଁ ବ୍ଲକ ଓ ଓଡ଼ଗାଁ ଏନଏସିର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ନୟାଗଡ଼ ଦୁର୍ଗାପ୍ରସାଦ ଦଳୀୟ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଛି। ଏହି ଶୋଭାଯାତ୍ରାରେ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତି ସାମିଲ ହୋଇଛନ୍ତି। ଅରୁଣଙ୍କ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଜନସମୁଦ୍ର ପରି ନୟାଗଡ଼ ଦଳୀୟ କାର୍ୟ୍ୟାଳୟ ଠାରୁ କର୍ମୀ ଓ ନେତା ମାନେ ମାଡ଼ି ଆସିଥିଲେ। ନୟାଗଡ଼ ସହର ଶଙ୍ଖ…
ନୟାଗଡ (ସୁଧାକର ମିଶ୍ର): ଇଟାମାଟି ଗ୍ରାମ ପଞ୍ଚାୟତ ଯୁବ ନେତା ପ୍ରମୋଦ କୁମାର ନାୟକଙ୍କ ସଂଯୋଜନାରେ ଇଟାମାଟି କଂଗ୍ରେସ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କର୍ମୀ ସମ୍ମିଳନୀରେ ଯୋଗ ଦେଇ କଂଗ୍ରେସର ଗଡ଼ ଇଟାମାଟିରେ ପୁଣି ଏକଜୁଟ ହୋଇ କଂଗ୍ରେସ ଦଳକୁ ସଶକ୍ତ କରାଇ ଭ୍ରଷ୍ଟାଚାରୀ ବିଜେଡି ବିଜେପି ବିରୁଦ୍ଧରେ ଡବଲ ହାତ ଚିହ୍ନରେ ଭୋଟ ଦେବା ପାଇଁ କର୍ମୀ ମାନଙ୍କୁ ନିବେଦନ କରିଥିଲେ। ବିଜେଡି ଶାସନରେ ଇଟାମାଟି ପଞ୍ଚାୟତ ରେ ୫୦ କୋଟି ଟଙ୍କାର ଧାନ କିଣା ଦୁର୍ନୀତି, କୋଟି କୋଟି ଟଙ୍କାର ମନରେଗା, ଗୁହାଳ ଦୁର୍ନୀତି ହେବା ସହ ଜଣେ ପ୍ରମୁଖ ବିଜେଡି ନେତା ମାନେ ସରକାରୀ ଜମି ମାଡି ପ୍ଳଟିଙ୍ଗ କରି ବିକ୍ରି କରୁଥିବା କଂଗ୍ରେସ ପ୍ରାର୍ଥୀ ଅଭିଯୋଗ କରି ଇଟାମାଟିକୁ ଦୁର୍ନୀତିର ପାହାଡ଼ କରାଯାଇଥିବା ଅଭିଯୋଗ କରିଥିଲେ। ପିସିସି ସାଧାରଣ…

