କଳରାପତ୍ରିଆ ବାଘର ମୃତଦେହ ଉଦ୍ଧାର: ସଠିକ ତଥ୍ୟ ଦେଉନି ବନବିଭାଗ 

Published: May 10, 2024, 11:25 am IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ପାଖ ଭୀମମଣ୍ଡଳୀ ରାସ୍ତାରୁ ଏକ କଲରlପତରିଆ ବାଘର ମୃତ ଦେହ ବନ ବିଭାଗ ଠାବ କରିଛି। ସୂଚନାନୁସାରେ ଜଙ୍ଗଲରେ ବାଘ ପଡ଼ିଥିବା ଖବର ପାଇ ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ ଯାଇ ବାଘର ମୃତଦେହ ଠାବ କରିଥିଲେ।

ସି ସି ଏଫ, ରେଢ଼ାଖୋଲ ଡି ଏଫ ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜର ଅଶ୍ୱିନୀ କୁମାର ବେହେରା ଏବଂ ଭୁବନେଶ୍ୱର ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ କରି ପୋଡିଦେଇଥିଲେ। ଏ ସମ୍ପର୍କରେ ଡ଼ିଏଫଓ ଙ୍କୁ ପଚାରିବାରୁ ବାଘର ଆନୁମାନିକ ବୟସ ୧୦ ବର୍ଷ ହେବ ଏବଂ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ।

ନାକଟିଦେଉଳ ବନାଞ୍ଚଳର ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲରେ ବାଘ ମୃତ୍ୟ ପରେ ବି ବନବିଭାଗ ଚୁପ୍ କିନ୍ତୁ ବାଘ କୁ ଶୀକାର କରାଯାଇଛି ଏବଂ ବାଘ ଦେହରୁ ୩ଟି ଗୁଳି ବାହାରିଥିବା ଚର୍ଚ୍ଚା ହେଉଛି। ଶିକାରୀଙ୍କ ଗୁଳିମାଡରେ ବାଘର ମୃତ୍ୟ ହୋଇଥିବା ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଅସୁସ୍ଥ ଅବସ୍ଥାରେ ବାଘ ରାସ୍ତା ଉପରେ ପଡିଥିବା ଦେଖିବାକୁ ପାଇଥିଲା ବନବିଭାଗ।  ବାଘଟିର ସ୍ଵାଭାବିକ ମୃତ୍ୟ ହୋଇଛି ନାଁ ଶିକାରୀ ଶିକାର କରିଛି ପ୍ରଶ୍ନବାଚୀ ସୃଷ୍ଟି କରୁଛି।  ଅପରପକ୍ଷେ ବନବିଭାଗ ଗୋଟିଏ ବନ୍ଧୁକ ସହ ଦୁଇ ଜଣଙ୍କୁ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି।

Related posts