Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶଙ୍ଖ ମୟ ହେଲା ନୟାଗଡ଼ ସହର: ୩୦ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ
ଆଜିର ଖବର

ଶଙ୍ଖ ମୟ ହେଲା ନୟାଗଡ଼ ସହର: ୩୦ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ

May 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁଙ୍କ ନାମାଙ୍କନ ଶେଭାଯାତ୍ରା ବିରୋଧି ଦଳ ଛାତିରେ କମ୍ପନ ସୃଷ୍ଟି କରିଛି। ନୟାଗଡ଼ ସହର ଉପରେ ୩୦ ହଜାର ବିଜେଡି କର୍ମକର୍ତ୍ତାଙ୍କ ସମାଗମ ବିରୋଧିଙ୍କୁ ଛାନିଆ କରି ଦେଇଛି। ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ, ନୟାଗଡ଼ ପୌରାଞ୍ଚଳ, ଓଡ଼ଗାଁ ବ୍ଲକ ଓ ଓଡ଼ଗାଁ ଏନଏସିର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ନୟାଗଡ଼ ଦୁର୍ଗାପ୍ରସାଦ ଦଳୀୟ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଛି।

ଏହି ଶୋଭାଯାତ୍ରାରେ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତି ସାମିଲ ହୋଇଛନ୍ତି। ଅରୁଣଙ୍କ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଜନସମୁଦ୍ର ପରି ନୟାଗଡ଼ ଦଳୀୟ କାର‌୍ୟ୍ୟାଳୟ ଠାରୁ କର୍ମୀ ଓ ନେତା ମାନେ ମାଡ଼ି ଆସିଥିଲେ। ନୟାଗଡ଼ ସହର ଶଙ୍ଖ ମୟ ହୋଇ ଯାଇଛି। ଅରୁଣ ସାହୁ ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହୋଇଲା ନୟାଗଡ଼ ସହର। ବିରାଟ ଶକ୍ତି ପ୍ରଦର୍ଶନ କରିଛି ନୟାଗଡ଼ ବିଜେଡି। ଗ୍ରୀଷ୍ମ ପ୍ରବାହ ତାତିରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ମଧ୍ୟ ଖରାକୁ ଖାତିର ହଜାର ହଜାର କର୍ମୀ ସାମିଲ ହୋଇଛନ୍ତି। ଅରୁଣଙ୍କ ନିର୍ବାଚନ ଫଳାଫଳ ଆଜିର ନାମାଙ୍କନ ଦାଖଲରେ ସ୍ପଷ୍ଟ ବାରି ହୋଇପଡିଛି। ବିଜୁ ଜନତା କାର‌୍ୟ୍ୟାଳୟଠାରୁ ଆରମ୍ଭ ଜିଲ୍ଲାପାଳଙ୍କ ଶୋଭାଯାତ୍ରା ଲମ୍ବିଥିବା ଦେଖାଯାଇଛି। ଅରୁଣ ନାମାଙ୍କନ ଆଳରେ ବିରାଟ ଶକ୍ତି ପଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୁରୀ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭା ନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଝିଲ୍ଲୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଏଥି ସହିତ ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ପ୍ରତିନିଧି ମାନେ ଏହି କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ନାମାଙ୍କନ ପତ୍ର ଦାଖଲରେ ୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କ ଯୋଗଦାନ ରହିଥିଲା। ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି।

ଡ. ଅରୁଣ କୁମାର ସାହୁ ନୟାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.