ହିଂସ୍ରଜନ୍ତୁ ଆକ୍ରମଣରେ ଜଣେ ମୃତ, ବାଘ ଆକ୍ରମଣ ଆଶଙ୍କା

Published: May 10, 2024, 7:15 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): କିଛିଦିନ ତଳେ ଏକ କଲରାପତରିଆ ବାଘକୁ ଗୁଳିକରି ହତ୍ୟା କରିବା ପରେ ଗତକାଲି ନାକଟିଦେଉଳ ରେଞ୍ଜ ଅଧୀନସ୍ଥ ସାହେବି ଧଣ୍ଡାମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି କୁ ଅଜଣା ଜଙ୍ଗଲୀ ଜୀବ ମାରିପକାଇଥିବା ଜଣାପଡିଛି। ଗାଁ ଲୋକମାନେ କଲରlପତରିଆ ବାଘ ମାରିଥିବା ଅଭିଯୋଗ କରୁଥିବା ବେଳେ ବନ ବିଭାଗ ଭାଲୁ ଆକ୍ରମଣ କରିଥିବା କହୁଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ,ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସାହେବୀ ଧଣ୍ଡମୁଣ୍ଡା ନିକଟସ୍ଥ ମାନକୁଣ୍ଡା ଜଙ୍ଗଲ ନିକଟରେ ଜଙ୍ଗଲୀ ହିଂସ୍ର ଜନ୍ତୁ ଆକ୍ରମଣ ରେ ଜଣେ ବ୍ୟକ୍ତି ରା ମୃତ୍ୟୁ ହୋଇଥିବା ଜଣା ପଡିଛି। ବ୍ୟକ୍ତି ଜଣଙ୍କ ସାହେବୀ ଗ୍ରାମର ଧଣ୍ଡମୁଣ୍ଡା ସାହିର ସାଦ ମୁଣ୍ଡା (୫୮) ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ସକାଳୁ ସାଦ ପୋଢ଼ ନାମକ ବ୍ୟକ୍ତି କୌଣସି କାମରେ ଜଙ୍ଗଲ କୁ ଯାଇଥିବା ବେଳେ ଆଉ ଫେରି ନଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଆଜି ସକାଳୁ ଘରଠାରୁ ୨୦୦ ମିଟର ଦୂରରେ ଥିବା ଜଙ୍ଗଲରେ ତାଙ୍କ ମୃତ ଦେହ ପଡିଥିବାର ପରିବାର ଲୋକେ ଦେଖିଥିଲେ।  ଏହାପରେ ବନବିଭାଗ ଓ ନାକଟିଦେଉଳ ପୋଲିସ ଘଟଣା ସ୍ଥଳକୁ ପହଂଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣାପଡିଛି।

ତେବେ କେଉଁ ଅଜଣା ଜନ୍ତୁ ଦ୍ୱାରା ସାଦଙ୍କ ମୃତ ହୋଇଛି ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ। ଗତ ୬ ତାରିଖରେ ଏକ କଲରାପତରିଆ ବାଘକୁ ମଣିଷ ମାରିଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ଏକ କଲରା ପତରିଆ ବାଘ ମଣିଷକୁ ମାରିଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ବନବିଭାଗ ପକ୍ଷରୁ ଯଥାଶୀଘ୍ର କ୍ଷତି ପୂରଣ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Related posts