Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ଗ୍ୟାରେଣ୍ଟି ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ
ଆଜିର ଖବର

ମୋଦି ଗ୍ୟାରେଣ୍ଟି ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ

May 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ (ସୁଧାକର ମିଶ୍ର): ନୟାଗଡ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରଜେଶ୍ୱରୀଙ୍କ ନେତୃତ୍ୱରେ ନୟାଗଡର ଗୋଦାବରୀ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରଣପୁର ବିଜେପି ବିଧାୟିକା ପ୍ରାର୍ଥୀନୀ ସୁରମା ପାଢ଼ୀ ଓ ବିଜେପି ମୁଖପାତ୍ର. ଉର୍ମିଳା ମହାପାତ୍ର ଉପସ୍ଥିତ ଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ମୋଦି ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିଲେ ମୋଦିଙ୍କ ଏହି ଇସ୍ତାହାରରେ ସବୁ ବର୍ଗ ଲୋକମାନଙ୍କ ପାଇଁ ବ୍ୟବସ୍ଥା ରହିଥିବାର ଉର୍ମିଳା ମହାପତ୍ର ସୂଚନା ଦେଇଥିଲେ। ପ୍ରଧାମନ୍ତ୍ରୀ ମୋଦିଙ୍କ ୧୦ ବର୍ଷ ର ସୁଶାସନରେ ଗରିବ କଲ୍ୟାଣ ଯୋଜନା ରେ ଭାରତବର୍ଷରେ ୮୦ କୋଟି ରୁ ଉର୍ଦ୍ଧ୍ଵ ଲୋକଙ୍କୁ ମାଗଣା ରାସନ, ଏବଂ ୫୦ କୋଟିରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କୁ ଜନଧନ ଯୋଜନାରେ ବ୍ୟାଙ୍କ୍ ସୁବିଧା ,୩୪ କୋଟି ନାଗରିକଙ୍କ ସ୍ବାସ୍ଥ୍ୟ ବିମା, ୪ କୋଟି ରୁ ଉର୍ଦ୍ଧ୍ଵ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୧୪ କୋଟି ରୁ ଉର୍ଦ୍ଧ୍ଵ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜଳା ଯୋଜନାରେ ୧୦ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ରନ୍ଧନ ଗ୍ୟାସ ଯୋଗାଣ, ସ୍ୱଚ୍ଛ ଭାରତ ଅଭିଯାନରେ ୧୧ କୋଟି ପରିବାରଙ୍କ ପାଇଁ ଶୌଚାଳୟ ନିର୍ମାଣ, ୯.୮କୋଟି ପରିବାରକୁ ବିଦ୍ୟୁତ୍ ଯୋଗାଣ ୧୧ କୋଟି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା, ଟ୍ରିପଲ ତଲାକ ଉଚ୍ଛେଦ, ଧାରା ୩୭୦ ଉଚ୍ଛେଦ ଆଦି କେତେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ବିଜେପି ତାର ମୋଦି ଗ୍ୟାରେଣ୍ଟି ଇସ୍ତାହାର ପ୍ରକାଶ କରିଛି।

ଏହି ଇସ୍ତାହାରରେ ସବୁବର୍ଗର ଲୋକମାନଙ୍କ ପାଇଁ ସୁବିଧା ରଖା ଯାଇଛି। ଯୁବକ ମାନଙ୍କ ପାଇଁ ମୁଦ୍ରା ଯୋଜନାକୁ ୨ ଗୁଣିତ କରାଯାଇଛି, ସରକାରୀ ପଦ ପଦବୀ ପୂରଣ ଏବଂ କ୍ରୀଡା କ୍ଷେତ୍ରରେ ଅଲମ୍ପିକ୍ସକୁ ଅଧିକ ଗୁରୁତ୍ଵ ଦିଆଯିବା। କୃଷକ ମାନଙ୍କ ପାଇଁ ଧାନ କ୍ଵିଣ୍ଟାଲର ଦର ୩୧୦୦ କୁ ବୃଦ୍ଧି, ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ, ସାଧାରଣ ଚିଟଫଣ୍ଡରେ ବୁଡି ରହିଥିବା ଟଙ୍କା ପ୍ରଦାନ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତିକରଣ ଓ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରାଯିବା ଆଦି ଅନ୍ତର୍ଭୁକ୍ତ ହେଇଛି।

ଏହି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନୂତନ ଓ ବିକଶିତ ଭାରତ ଗଢିବାର ସ୍ବପ୍ନ କୁ ନୟାଗଡ ରେ ମଧ୍ୟ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାପାଇଁ ପ୍ରତ୍ୟୁଷା ରଜେଶ୍ୱରି ମତ ପ୍ରକାଶ କରିଥିଲେ।ବି ଜେପି ଓଡ଼ିଶାରେ ସରକାର ଗଢିଲେ ୩ମାସ ମଧ୍ୟରେ ନୟାଗଡ ରେ ନୂତନ ଚିନି କଳ ସ୍ଥାପନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି।

ନୟାଗଡ ମୋଦି ଗ୍ୟାରେଣ୍ଟି ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

August 20, 2026
Latest News

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

August 20, 2026

ଆଜି ଅଗଷ୍ଟ ୨୦ ତାରିଖ ଗୁରୁବାର ରାଶିଫଳ, କେମିତି କଟିବ ଆଜିର ଦିନ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.