Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୋଦି ଗ୍ୟାରେଣ୍ଟି ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ

ନୟାଗଡ (ସୁଧାକର ମିଶ୍ର): ନୟାଗଡ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରଜେଶ୍ୱରୀଙ୍କ ନେତୃତ୍ୱରେ ନୟାଗଡର ଗୋଦାବରୀ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରଣପୁର ବିଜେପି ବିଧାୟିକା ପ୍ରାର୍ଥୀନୀ ସୁରମା ପାଢ଼ୀ ଓ ବିଜେପି ମୁଖପାତ୍ର. ଉର୍ମିଳା ମହାପାତ୍ର ଉପସ୍ଥିତ ଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ମୋଦି ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିଲେ ମୋଦିଙ୍କ ଏହି ଇସ୍ତାହାରରେ ସବୁ ବର୍ଗ ଲୋକମାନଙ୍କ ପାଇଁ ବ୍ୟବସ୍ଥା ରହିଥିବାର ଉର୍ମିଳା ମହାପତ୍ର ସୂଚନା ଦେଇଥିଲେ। ପ୍ରଧାମନ୍ତ୍ରୀ ମୋଦିଙ୍କ ୧୦ ବର୍ଷ ର ସୁଶାସନରେ ଗରିବ କଲ୍ୟାଣ ଯୋଜନା ରେ ଭାରତବର୍ଷରେ ୮୦ କୋଟି ରୁ ଉର୍ଦ୍ଧ୍ଵ ଲୋକଙ୍କୁ ମାଗଣା ରାସନ, ଏବଂ ୫୦ କୋଟିରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କୁ ଜନଧନ ଯୋଜନାରେ ବ୍ୟାଙ୍କ୍ ସୁବିଧା ,୩୪ କୋଟି ନାଗରିକଙ୍କ ସ୍ବାସ୍ଥ୍ୟ ବିମା, ୪ କୋଟି ରୁ ଉର୍ଦ୍ଧ୍ଵ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୧୪ କୋଟି ରୁ ଉର୍ଦ୍ଧ୍ଵ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜଳା ଯୋଜନାରେ ୧୦ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ରନ୍ଧନ ଗ୍ୟାସ ଯୋଗାଣ, ସ୍ୱଚ୍ଛ ଭାରତ ଅଭିଯାନରେ ୧୧ କୋଟି ପରିବାରଙ୍କ ପାଇଁ ଶୌଚାଳୟ ନିର୍ମାଣ, ୯.୮କୋଟି ପରିବାରକୁ ବିଦ୍ୟୁତ୍ ଯୋଗାଣ ୧୧ କୋଟି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା, ଟ୍ରିପଲ ତଲାକ ଉଚ୍ଛେଦ, ଧାରା ୩୭୦ ଉଚ୍ଛେଦ ଆଦି କେତେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ବିଜେପି ତାର ମୋଦି ଗ୍ୟାରେଣ୍ଟି ଇସ୍ତାହାର ପ୍ରକାଶ କରିଛି।

ଏହି ଇସ୍ତାହାରରେ ସବୁବର୍ଗର ଲୋକମାନଙ୍କ ପାଇଁ ସୁବିଧା ରଖା ଯାଇଛି। ଯୁବକ ମାନଙ୍କ ପାଇଁ ମୁଦ୍ରା ଯୋଜନାକୁ ୨ ଗୁଣିତ କରାଯାଇଛି, ସରକାରୀ ପଦ ପଦବୀ ପୂରଣ ଏବଂ କ୍ରୀଡା କ୍ଷେତ୍ରରେ ଅଲମ୍ପିକ୍ସକୁ ଅଧିକ ଗୁରୁତ୍ଵ ଦିଆଯିବା। କୃଷକ ମାନଙ୍କ ପାଇଁ ଧାନ କ୍ଵିଣ୍ଟାଲର ଦର ୩୧୦୦ କୁ ବୃଦ୍ଧି, ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ, ସାଧାରଣ ଚିଟଫଣ୍ଡରେ ବୁଡି ରହିଥିବା ଟଙ୍କା ପ୍ରଦାନ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତିକରଣ ଓ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରାଯିବା ଆଦି ଅନ୍ତର୍ଭୁକ୍ତ ହେଇଛି।

ଏହି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନୂତନ ଓ ବିକଶିତ ଭାରତ ଗଢିବାର ସ୍ବପ୍ନ କୁ ନୟାଗଡ ରେ ମଧ୍ୟ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାପାଇଁ ପ୍ରତ୍ୟୁଷା ରଜେଶ୍ୱରି ମତ ପ୍ରକାଶ କରିଥିଲେ।ବି ଜେପି ଓଡ଼ିଶାରେ ସରକାର ଗଢିଲେ ୩ମାସ ମଧ୍ୟରେ ନୟାଗଡ ରେ ନୂତନ ଚିନି କଳ ସ୍ଥାପନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହତାଶ ହେଲେ ଓଡିଶା ବିଜେପି ନେତା, ସମ୍ବଲପୁର ଜନସମାବେଶରେ ନବୀନଙ୍କ ନାଁ ଧରିଲେନି ମୋଦି

ଭୁବନେଶ୍ବର: ରାଜନୈତିକ ସମୀକ୍ଷକମାନେ ଯାହା ଭାବୁଥିଲେ ତାହା ହିଁ ହେଲା। ସମ୍ବଲପୁରରେ ଆୟୋଜିତ ମୋଦି ଗ୍ୟାରେଣ୍ଟି ସମାବେଶରେ ନବୀନଙ୍କୁ ସମାଲୋଚନା କଲେ ନାହିଁ ପ୍ରଧାନମନ୍ତ୍ରୀ। ସେତିକି ନୁହେଁ ସେ ଆଦୌ ନବୀନଙ୍କ ନାମ ମଧ୍ୟ ତାଙ୍କର ଦୀର୍ଘ ଅଭିଭାଷଣରେ ନେଲେ ନାହିଁ। ଯାହାକୁ ନେଇ ରାଜ୍ୟ ବିଜେପି ନେତାମାନେ ପୁରା ହତାଶ ହୋଇପଡିଛନ୍ତି।

ସମ୍ବଲପୁର ଆଇଆଇଏମ ନୂଆ କ୍ୟାମ୍ପସ ଉଦଘାଟନ ବେଳେ ମୋଦି କହିଥିଲେ ଯେ, ଏକ ଖୋଲା ମଇଦାନରେ ବହୁତ କିଛି କହିବାର ଅଛି। ସେଥିପାଇଁ ମୁଁ ଏଠାରେ ବିଶେଷ କିଛି କହୁ ନାହିଁ। ଏହାକୁ ନେଇ ବିଜେପି ନେତା ବେଶ ଉତ୍ସାହିତ ହୋଇପଡିଥିଲେ। ଭାବିଲେ ଯେ, ମୋଦି ଏଥର ବାଣ ଫୁଟାଇବେ। ହେଲେ ରାଜନୈତିକ ସଭାରେ ସେମିତି କିଛି ନ କହିବାରୁ ସେମାନଙ୍କର ଏବେ ଚିନ୍ତା ବଢିଯାଇଛି।

ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ବିଜେପି ନେତା ମୋଦିଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ। ଏଥର ମୋଦି ଦଳିୟ ନେତା ଓ କର୍ମିଙ୍କୁ ଉତ୍ସାହିତ କରିବେ ବୋଲି ଆଶା ବାନ୍ଧି ବସିଥିଲେ। ଯାହା ଫସର ଫାଟିଯାଇଛି। ଫଳରେ ଗତ ନିର୍ବାଚନରେ ବିଜେପିର ଯେଉଁ ପରିସ୍ଥିତି ଥିଲା ବର୍ତ୍ତମାନ ତାହା ଆହୁରି ବିଗିଡି ଗଲା ବୋଲି ସେମାନେ ଅନୁଭବ କରିସାରିଲେଣି।

ଆଉ ଏକ ବିଶେଷ କଥା ଦେଖିବାକୁ ମିଳିଥିଲା। ତାହା ହେଲା ସରକାରୀ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଭାଷଣ ଦେଇଥିଲେ। ହେଲେ ରାଜନୈତିକ ସଭାରେ ଧର୍ମେନ୍ଦ୍ର ଭାଷଣ ଦେଇ ନ ଥିଲେ। ସେ ସେଠାରୁ ପ୍ରାର୍ଥୀ ହେଉଥିବାରୁ ସମସ୍ତେ ଭାବିଥିଲେ ଧର୍ମେନ୍ଦ୍ରଙ୍କୁ ଭାଷଣ ଦେବା ପାଇଁ ସୁଯୋଗ ମିଳିବ। ହେଲେ ତାହା ମଧ୍ୟ ହେଲା ନାହିଁ।

ଏପରିକି ମଞ୍ଚରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ମୋଦି କଥାବାର୍ତ୍ତା ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଆଡକୁ ଅନେଇଲେ ନାହିଁ। ଯାହାକୁ ନେଇ ସଭା ପରେ ବିଜେପି ନେତା ଓ କର୍ମିଙ୍କ ମହଲରେ ବେଶ ଆଲୋଚନା ହେବାରେ ଲାଗିଛି। ଏପରି କ୍ଷେତ୍ରରେ ସମ୍ବଲପୁରରୁ ଧର୍ମେନ୍ଦ୍ର କିପରି ଭୋଟରଙ୍କୁ ସମାନା କରିବେ ସେ ନେଇ ଉଠିଲାଣି ପ୍ରଶ୍ନ।

ମୋଦିଙ୍କ ଦୀର୍ଘ ଭାଷଣରେ କେବଳ କେନ୍ଦ୍ର ସରକାର ଓଡିଶା ପାଇଁ କଣ କରିଛନ୍ତି, କେତେ ଅନୁଦାନ ଦେଇଛନ୍ତି ତାହାର କେବଳ ହିସାବ ଦେଇଥିଲେ। ଏପରିକି କଂଗ୍ରେସ ସରକାର ବେଳେ ଓଡିଶାର ସ୍ଥିତି କିପରି ଖରାପ ଥିଲା ତାହା ସେ କହିଥିଲେ। ତାଙ୍କର ଏହି ଭାଷଣରେ ସେ କେବେଳ କଂଗ୍ରେସକୁ ହି ସମାଲୋଚନା କରିଥିଲେ। ହେଲେ ବିଜେଡି ସରକାରଙ୍କ ନାଁ ନେଇ ନ ଥିଲେ।

ଆଇଆଇଏମ କାର୍ଯ୍ୟକ୍ରମରେ ମୋଦି ତାଙ୍କର ଭାଷଣ ଆରମ୍ଭ ବେଳେ ନବୀନ ପଟ୍ଟନାୟକଙ୍କୁ ‘ମୋର ମିତ୍ର’ ବୋଲି ସମ୍ବୋଧିତ କରିଥିଲେ। ସେହି ସଭାରେ ନବୀନ ମଧ୍ୟ ମୋଦିଙ୍କୁ ପ୍ରଶଂସା କରିଥିଲେ। ଏପରି ସଂପର୍କ ଭିତରେ ବର୍ତ୍ତମାନ ଆଗାମୀ ନିର୍ବାଚନ ବିଜେପି କିପରି ରାଜ୍ୟରେ ଲଢିବ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି। ସାଧାରଣ ଲୋକେ ଏହା ଅନୁଭବ କଲେଣି ଯେ, ଦେଶରେ ମୋଦି ରାଜ୍ୟରେ ନବୀନ।