ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମଧ୍ୟରେ ନରେନ୍ଦ୍ର ମୋଦି ଆଖୁର ଏମଏସପି ବୃଦ୍ଧି କରି ଏକ ନୂଆ ବାଜି ଲଗାଇଛନ୍ତି। କେନ୍ଦ୍ର ସରକାର ଆଖୁ (ଏଫଆରପି) ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଖୁର ଏମଏସପି କୁଇଣ୍ଟାଲ ପିଛା ୩୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତବର୍ଷ ଏହାର ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୫ ଟଙ୍କାକୁ ବୃଦ୍ଧି ପାଇଥିଲା। ନିର୍ବାଚନ ପୂର୍ବରୁ ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫଆରପି) ୨୫ ଟଙ୍କା ବୃଦ୍ଧି କରି ସରକାର ଆଖୁ ଚାଷୀଙ୍କୁ ସିଧାସଳଖ ଟାର୍ଗେଟ କରିବାକୁ ଚେଷ୍ଟା କରିଛନ୍ତି। ୨୦୧୯ରେ ବଡ଼ ଆଖୁ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବିଜେପି ୧୫୦ ଆସନରୁ ୧୨୮ଟିରେ ବିଜୟୀ ହୋଇଥିଲା। ଗତ ନିର୍ବାଚନରେ ବିଜେପି ୟୁପିରେ ୬୨, ମହାରାଷ୍ଟ୍ରରେ ୨୩ ଏବଂ କର୍ଣ୍ଣାଟକରେ ୨୫ ଆସନ ରେ ବିଜୟୀ ହୋଇଥିଲା। ବିହାର ଓ ମଧ୍ୟପ୍ରଦେଶ ଭଳି କ୍ଷୁଦ୍ର ଚିନି ଉତ୍ପାଦନକାରୀ ରାଜ୍ୟକୁ…
Author: SM Network
ଭୁୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକ୍ଅପ୍ ଓ ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ଏସ୍ଏଚ୍ଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚରେ ରାଜ୍ୟର ୩୦ ଜଣ ଏସ୍ଏଚ୍ଜି ମା’ ତାଲିମ ଶେଷ କରି ବାହାରିଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗରେ ଏସ୍ଏଚ୍ଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା । ଏଥିରେ ୮ଟି ଜିଲ୍ଲାର ୩୦ ଜଣ ମହିଳା ଯୋଗ ଦେଇଥିଲେ । ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକ୍ଅପ୍, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍, ହେଡ୍ ମସାଜ୍…
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର ପି.ଏମ୍.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଷୋଡ଼ଶ ଦିବସରେ ଉପନୀତ ହୋଇ ପ୍ରତୀକାତ୍ମକ ଭାବରେ ଚାଲୁ ରହିଛି। ସରକାର ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସାଇ ସପ୍ତମ ବେତନରୁ ବାଦ୍ ପଡ଼ିଥିବା ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି କିନ୍ତୁ ନ୍ୟାୟୋଚିତ ଭାବେ ଯିଏ ଯେଉଁଦିନଠୁ ପାଇବା କଥା ତାହା ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହାର ସଂଶୋଧନ ପାଇଁ ଓଷ୍ଟା ପକ୍ଷରୁ ଦାବୀ କରାଯାଇଛି। ସୂଚନାଥାଉକି, ୧୬ ଦିନ ଧରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ଶାନ୍ତିପୂର୍ଣ୍ଣ ଭାବରେ ବସି ରହିଛନ୍ତି। ଶିକ୍ଷକମାନେ ଶାନ୍ତି ପ୍ରିୟ। ଏମାନଙ୍କର ଦାବୀ ସହିତ ସାଢ଼େ ତିନିହଜାର ଶିକ୍ଷାନୁଷ୍ଠାନର ସୁରକ୍ଷା ଜଡ଼ିତ ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ…
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱରେ ଦେଶରେ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ଗୁଡିକ ଦ୍ରୁତ ଗତିରେ ଖୋଲାଯାଉଛି। କାରଣ, ଏହି ସବୁ ଅନୁଷ୍ଠାନ ଗୁଡିକ ଆମ ଦେଶକୁ ବିଶ୍ୱର ବୈଷୟିକ ଏବଂ ବୈଜ୍ଞାନିକ ମାନବ ସମ୍ବଳର ଏକ ବୃହତ୍ତମ ଭଣ୍ଡାରରେ ପରିଣତ କରିବା ଦିଗରେ ସହଯୋଗୀ ହେବ ବୋଲି ଗୁରୁବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଟି ତିରୁପତିର ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇଆଇଟି ତିରୁପତିର ଚତୁର୍ଥ ଓ ପଞ୍ଚମ ଯୁଗ୍ମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର ନୂତନ ଆଇଆଇଟି ଗୁଡିକ ଦ୍ରୁତ ଗତିରେ ପରିପକ୍ୱ ହେଉଛି ଏବଂ ଉତ୍କର୍ଷ କେନ୍ଦ୍ର ଭାବରେ ଉଭା ହେଉଛି। ଆଇଆଇଟି ତିରୁପତି ଇନୋଭେସନ ଏବଂ ଆନ୍ତଃବିଭାଗୀୟ ଗବେଷଣା ଉପରେ ଧ୍ୟାନ ଦେବା ପ୍ରଶଂସନୀୟ। ଏହି ଅନୁଷ୍ଠାନ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନର ଉତ୍ପେରକ ଭାବେ କାର୍ଯ୍ୟ କରିବ,…
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଆପ୍) ଓ କଂଗ୍ରେସ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ପ୍ରାୟ ସ୍ଥିର ହୋଇସାରିଛି। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦଳ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆପ୍ ୪ଟି ଆସନରେ ଲଢ଼ିପାରେ ଏବଂ କଂଗ୍ରେସ ୩ଟି ଆସନରେ ଲଢ଼ିପାରେ ବୋଲି ଅନୁମାନ କରାଯାଉଛି। ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ୭ଟି ଯାକ ଆସନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଏବେ କଂଗ୍ରେସ ଓ ଆପ୍ ମିଳିତଭାବେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି। ଗତ ନିର୍ବାଚନରେ ୭ଟି ଯାକ ଆସନରେ ବିଜେପିର ଭୋଟ ପ୍ରତିଶତ ୫୦ ପ୍ରତିଶତରୁ ଅଧିକ ଥିଲା। ବିଜେପି ଏକାକୀ ୫୬.୯ ପ୍ରତିଶତ ଭୋଟ ପାଇଥିଲା। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ବିଜେପି ସହ ଆପ୍ ଓ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ କି? କିଏ କେଉଁ ଆସନରୁ ଲଢ଼ିବେ ମିଳିଥିବା ସୂଚନା…
ଭୁବନେଶ୍ୱର: ରାଜନୀତିରେ କଣ୍ଡୋମର ଭୂମିକା କ’ଣ? ଆନ୍ଧ୍ରପ୍ରଦେଶର ଘଟଣାକ୍ରମ ଦର୍ଶାଉଛି ଯେ ସେମାନଙ୍କର ଏକ ଭୂମିକା ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଣ୍ଡୋମ ଏକ ପ୍ରଚାର ଅସ୍ତ୍ର ପାଲଟିଛି ଏବଂ ଉଭୟ ପ୍ରମୁଖ ଦଳ ନିଜ ନିଜର ଦଳୀୟ ଚିହ୍ନ ଥିବା ପ୍ୟାକେଟ ଜନସାଧାରଣଙ୍କୁ ବଣ୍ଟନ କରୁଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଉଭୟ ଦଳ, ଶାସକ ୱାଇଏସଆର କଂଗ୍ରେସ ପାର୍ଟି ଏବଂ ପ୍ରମୁଖ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଚିହ୍ନ ଥିବା କଣ୍ଡୋମ ପ୍ୟାକକୁ ଦଳୀୟ କର୍ମକର୍ତ୍ତାମାନେ ଭୋଟରଙ୍କୁ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଏକ ଭିଡିଓରେ ଟିଡିପି କର୍ମକର୍ତ୍ତା ଜଣେ ବ୍ୟକ୍ତିଙ୍କୁ କଣ୍ଡୋମ କାହିଁକି ବଣ୍ଟନ କରାଯାଉଛି ବୋଲି ପଚରାଯିବାରୁ ସେ ଉତ୍ତର ଦେଉଥିବା ଶୁଣିବାକୁ ମିଳୁଛି, ‘ଯଦି ଅନେକ ପିଲା ଅଛନ୍ତି, ଟଙ୍କା ଭାଗ ଭାଗ ହୋଇଯିବ, ସେଥିପାଇଁ ଏହି କଣ୍ଡୋମ ବଣ୍ଟନ କରାଯାଉଛି।’ ଲୋକସଭା ନିର୍ବାଚନ ପାଇଁ…
ଭୁବନେଶ୍ଵର: ଅମ୍ରିତ ଷ୍ଟେସନ୍ ସ୍କିମ୍ ଅଧୀନରେ ପୂର୍ବ ତଟ ରେଳ ପ୍ରାଧିକରଣରେ ଥିବା 57 ଟି ରେଳ ଷ୍ଟେସନ୍ ପୁନଃ ନିର୍ମାଣ କରାଯାଉଛି। ଏହି 57 ଷ୍ଟେସନ୍ ଗୁଡିକ ହେଲେ… ଅନଗୁଳ, ବାଦାମପାହାଡ଼, ବାଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ ରୋଡ଼, ବାରିପଦା, ବରପାଲି, ବେଲପାହର, ବେଟନୋଟି, ଭଦ୍ରକ, ଭବନୀପାଟଣା, ଭୁବନେଶ୍ୱର, ବିମଲାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣପୁର, ହରିଶଙ୍କର ରୋଡ଼, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ଼, ଜଳେଶ୍ୱର, ଜେରୋଳୀ, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ଼, କାଣ୍ଟାବାଞ୍ଜୀ, କେନ୍ଦୁଝରଗଡ଼, କେସିଙ୍ଗା, ଖରିଆର ରୋଡ଼, ଖୋର୍ଦ୍ଧା ରୋଡ଼, କୋରାପୁଟ, ଲିଙ୍ଗରାଜ ମନ୍ଦିର ରୋଡ଼, ମଞ୍ଚେଶ୍ୱର, ମେରାମୁଣ୍ଡୁଳି, ମୁନିଗୁଡା, ନୂଆ ଭୁବନେଶ୍ୱର, ପାନପୋଶ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟାଗଡା, ରାଉରକେଲା, ସାଖୀ ଗୋପାଳ, ସମ୍ବଲପୁର, ସମ୍ବଲପୁର ସହର, ତାଲଚର, ତାଲଚର ରୋଡ଼, ଟିଟଲାଗଡ଼ ଜଙ୍କସନ। ପ୍ରଥମ ପର୍ଯ୍ୟାୟରେ, ଗତ ବର୍ଷ ଠାରୁ କିଛି ପ୍ରମୁଖ ଷ୍ଟେସନ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୧୧୭୯.୭୨ କୋଟି ଟଙ୍କା ବ୍ୟୟରେ ‘ମହିଳାଙ୍କ ସୁରକ୍ଷା’ ଉପରେ ଅମ୍ବ୍ରେଲା ଯୋଜନା ର କାର୍ଯ୍ୟକାରିତା ଜାରି ରଖିବାକୁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୋଟ ୧୧୭୯.୭୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ମଧ୍ୟରୁ ଗୃହ ମନ୍ତ୍ରଣାଳୟ ନିଜସ୍ୱ ବଜେଟରୁ ମୋଟ ୮୮୫.୪୯ କୋଟି ଟଙ୍କା ଏବଂ ନିର୍ଭୟା ପାଣ୍ଠିରୁ ୨୯୪.୨୩ କୋଟି ଟଙ୍କା ପ୍ରଦାନ କରିବ। କଠୋର ଆଇନ ମାଧ୍ୟମରେ କଠୋର ପ୍ରତିରୋଧ, ପ୍ରଭାବଶାଳୀ ନ୍ୟାୟ ପ୍ରଦାନ, ଠିକ୍ ସମୟରେ ଅଭିଯୋଗର ସମାଧାନ ଏବଂ ପୀଡ଼ିତାଙ୍କୁ ସହଜରେ ଉପଲବ୍ଧ ସଂସ୍ଥାଗତ ସହାୟତା ଢାଞ୍ଚା ଭଳି ଅନେକ କାରକର ପରିଣାମ ହେଉଛି ଏକ ଦେଶରେ ମହିଳାଙ୍କ ସୁରକ୍ଷା। ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜିଓର କୋଡ୍ ଏବଂ ଭାରତୀୟ ପ୍ରମାଣ ଆଇନରେ ସଂଶୋଧନ ମାଧ୍ୟମରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ମାମଲାରେ…
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ମୋତେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍ଏମ୍ଏଫ୍)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଦେଖିବା ସହ ସୁବର୍ଣ୍ଣ ଜୟନ୍ତୀ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଛନ୍ତି। ଜିସିଏମଏମଏଫ ସମବାୟ ସମିତିର ସ୍ଥିରତା, ସେମାନଙ୍କର ଉଦ୍ୟୋଗୀ ମନୋଭାବ ଏବଂ କୃଷକମାନଙ୍କର ଦୃଢ଼ ସଂକଳ୍ପର ଏକ ପ୍ରମାଣ, ଯାହା ଅମୁଲକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦୁଗ୍ଧ ବ୍ରାଣ୍ଡରେ ପରିଣତ କରିଛି। ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ)ର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଗୁଜରାଟର କୃଷକମାନେ ୫୦ ବର୍ଷ ପୂର୍ବେ ଲଗାଇଥିବା ଏକ ଚାରା ଏବେ ସମଗ୍ର ବିଶ୍ୱରେ ଶାଖା ଥିବା ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି। ସେ ଶ୍ୱେତ ବିପ୍ଳବରେ ‘ପଶୁ ଧନ’ଙ୍କ ଅବଦାନକୁ ସ୍ୱୀକାର କରିବାକୁ ଭୁଲି…
ଭୁବନେଶ୍ଵର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ଫେବୃଆରୀ ୨୦୨୪ ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଓଡ଼ିଶା ଲିମିଟେଡ୍ (ଆପିକୋଲ୍) ର ସହକାରୀ ନିର୍ଦ୍ଦେଶକ ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ଅଭିଭାଷଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଡକ୍ଟର ଷଡ଼ଙ୍ଗୀ, ଓଡିଆ, ସଂସ୍କୃତ ଏବଂ ଦେବନାଗରୀ ଭାଷାରେ ଜଣେ ବିଶିଷ୍ଟ ବକ୍ତା, ରଚନା, ସମ୍ପାଦକ, ଅନୁବାଦକ ଏବଂ ସମୀକ୍ଷକ ଭାବରେ ପ୍ରସିଦ୍ଧ। ସେ ଓଡିଆ, ସଂସ୍କୃତ, ଦେବନାଗରୀ ଏବଂ ଇଂରାଜୀରେ ୧୫ ରୁ ଅଧିକ ସ୍ତୋତ୍ର / ଭଜନ ଅନୁବାଦ କରିଛନ୍ତି; ୪ ରୁ ଅଧିକ ପୁସ୍ତକର ସମ୍ପାଦନା ତଥା ବିଭିନ୍ନ ଖବରକାଗଜରେ ୧୩୦ ରୁ ଅଧିକ ପ୍ରବନ୍ଧ ରଚନା କରିବା ସହ ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ଟିଭି ଶୋ’ରେ ୧୫୦ ରୁ ଅଧିକ ଲାଇଭ୍ କମେଣ୍ଟାରୀ ପରିବେଷଣ କରିଛନ୍ତି। ଭାଷାଭିତ୍ତିକ ତଥା ସାଂସ୍କୃତିକ ବିବିଧତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ୟୁନେସ୍କୋ ଘୋଷଣାନାମା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଚିନି ଋତୁ ୨୦୨୪-୨୫ ପାଇଁ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ (ଏଫଆରପି)କୁ ୧୦.୨୫% ଚିନି ରିକଭରି ହାର ସହିତ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା କୁ ଅନୁମୋଦନ କରିଛି । ଏହା ଆଖୁର ଐତିହାସିକ ମୂଲ୍ୟ ଯାହା ଚଳିତ ଋତୁ ୨୦୨୩-୨୪ ପାଇଁ ଆଖୁର ଏଫଆରପି ଠାରୁ ପ୍ରାୟ ୮% ଅଧିକ ଅଟେ । ସଂଶୋଧିତ ଏଫଆରପି ୧ ଅକ୍ଟୋବର ୨୦୨୪ରୁ ଲାଗୁ ହେବ । ଆଖୁର ଏ୨+ଏଫ୍ଏଲ୍ ମୂଲ୍ୟ ଠାରୁ ୧୦୭% ଅଧିକ ମୂଲ୍ୟରେ ନୂଆ ଏଫଆରପି ଆଖୁ ଚାଷୀଙ୍କ ସମୃଦ୍ଧି ସୁନିଶ୍ଚିତ କରିବ। ସୂଚନାଯୋଗ୍ୟ ଯେ ଭାରତ ବିଶ୍ୱରେ ସର୍ବାଧିକ ଆଖୁର ମୂଲ୍ୟ ଦେଇ ସାରିଥିବା ବେଳେ ଭାରତ ସରକାର ଭାରତର ଘରୋଇ ଉପଭୋକ୍ତାଙ୍କୁ ବିଶ୍ୱର ସବୁଠାରୁ ଶସ୍ତା ଚିନି ସୁନିଶ୍ଚିତ କରୁଛନ୍ତି । କେନ୍ଦ୍ର ସରକାରଙ୍କ…
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ୪ ଟି ରୂପାନ୍ତରଣକାରୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଯାହା ଭାରତର ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଖବରକାଗଜ ପ୍ରକାଶକ ଏବଂ ଟିଭି ଚ୍ୟାନେଲଗୁଡିକ ପାଇଁ ଅଧିକ ଅନୁକୂଳ ବ୍ୟବସାୟିକ ବାତାବରଣ ସୃଷ୍ଟି କରି ବ୍ୟବସାୟ କରିବାରେ ସହଜତା ସୁନିଶ୍ଚିତ କରିବା, ସରକାରୀ ଯୋଗାଯୋଗରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବା, ପ୍ରାମାଣିକ ସରକାରୀ ଭିଡିଓଗୁଡିକୁ ସହଜରେ ଉପଲବ୍ଧ କରାଇବା ଏବଂ ସ୍ଥାନୀୟ କେବୁଲ ଅପରେଟର (ଏଲସିଓ)ର ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏହି ଅବସରରେ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ ଆଜି ଭାରତକୁ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବରେ ଦେଖାଯାଉଛି ଏବଂ ବିଶ୍ୱସ୍ତରୀୟ କମ୍ପାନୀମାନେ ଏଠାରେ ବ୍ୟବସାୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ। ପରିବର୍ତନଶୀଳ ଶାସନ ଏବଂ ଅର୍ଥନୈତିକ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାକାଶ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିରେ ସଂଶୋଧନକୁ ଅନୁମୋଦନ ମିଳିଛି। ବର୍ତ୍ତମାନ ଉପଗ୍ରହ ଉପ – କ୍ଷେତ୍ରକୁ ତିନୋଟି ଭିନ୍ନ ଭିନ୍ନ କାର୍ଯ୍ୟକଳାପରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ନିର୍ଦ୍ଦିଷ୍ଟ ସୀମା ରହିଛି। ଭାରତୀୟ ମହାକାଶ ନୀତି ୨୦୨୩କୁ ଏକ ବ୍ୟାପକ, ମିଶ୍ରିତ ଏବଂ ଗତିଶୀଳ ଢାଞ୍ଚା ଭାବରେ ବିଜ୍ଞପିତ କରାଯାଇଥିଲା , ଯାହା ଘରୋଇ ଅଂଶଗ୍ରହଣ ବୃଦ୍ଧି ମାଧ୍ୟମରେ ମହାକାଶ କ୍ଷେତ୍ରରେ ଭାରତର ସମ୍ଭାବନାକୁ ଉନ୍ମୋଚନ କରିବାର ସ୍ୱପ୍ନକୁ କାର୍ଯ୍ୟକାରୀ କରିବ । ଏହି ନୀତିର ଉଦ୍ଦେଶ୍ୟ ହେଉଛି, ମହାକାଶର ସାମର୍ଥ୍ୟ ବୃଦ୍ଧି କରିବା , ମହାକାଶରେ ଏକ ସମୃଦ୍ଧ ବାଣିଜ୍ୟିକ ଉପସ୍ଥିତି ବିକଶିତ କରିବା; ମହାକାଶକୁ ବୈଷୟିକ ଜ୍ଞାନକୌଶଳ ବିକାଶର ଚାଳକ ଭାବରେ ବ୍ୟବହାର କରିବା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଲାଭ ପ୍ରାପ୍ତ କରିବା; ଆନ୍ତର୍ଜାତିକ…
ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆଡ୍ୟାମ ନିକଟରେ ଏକ ବଡଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ। ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି…
ନୂଆଦିଲ୍ଲୀ: ହରିୟାଣା ବିଧାନସଭାରେ କଂଗ୍ରେସ ବିଜେପି ଏବଂ ଜନନାୟକ ଜନତା ପାର୍ଟି (ଜେଜେପି) ସରକାରଙ୍କ ବିରୋଧରେ କୌଣସି ଅନାସ୍ଥା ପ୍ରସ୍ତାବ ଆଣିଥିଲା, କିନ୍ତୁ ଆଜି ବିଧାନସଭାରେ ଧ୍ୱନି ମତ ଦ୍ୱାରା ଏହି ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା। ବିରୋଧୀ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ସହ ଜଡିତ ଏହି ବିଜ୍ଞପ୍ତି ଗ୍ରହଣ କରାଯାଇଥିଲା ଏବଂ ବାଚସ୍ପତି ଜ୍ଞାନ ଚନ୍ଦ ଗୁପ୍ତା ଆଲୋଚନା ପାଇଁ ସମୟ ସ୍ଥିର କରିଥିଲେ। ପ୍ରାୟ ଚାରି ଘଣ୍ଟା ଧରି ଏହି ପ୍ରସ୍ତାବ ଉପରେ ବିତର୍କ ହୋଇଥିଲା। ଏହି ସମୟରେ ସିଏମ ମନୋହର ଲାଲ ଖଟ୍ଟର ମଧ୍ୟ ଉତ୍ତର ଦେଇଥିଲେ। ତେବେ ବିତର୍କ ପରେ କଂଗ୍ରେସ ସଦସ୍ୟମାନେ ସିଏମ ମନୋହର ଲାଲଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ଗୃହ ତ୍ୟାଗ କରିଥିଲେ। ଏହା ପରେ ଧ୍ୱନି ମତ ଦ୍ୱାରା ଏହି ପ୍ରସ୍ତାବ ଖାରଜ ହୋଇଥିଲା। ଏହା ପରେ ବିଧାନସଭା ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା ଏହି ପ୍ରସ୍ତାବକୁ ଖାରଜ କରିଥିଲେ।…
ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ୨୪ ତମ ମା ଅଁଳାଇ କର୍କ ବଲ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ୪ ଟି ଦଳକୁ ନେଇ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମେ କୁମାରବସ୍ତ ବ୍ୟାଟିଂ କରି ୧୫ ଓଭରରେ ୯ ଉଇକେଟ ବିନିମୟରେ ୨୦୬ ରନ ସଂଗ୍ରହ କରିଥିଲା। କୁମାରବସ୍ତ ଦଳ ପକ୍ଷରୁ ଶ୍ରଦ୍ଧାକର ପାତ୍ର ୧୯ ବଲରୁ ୬୦ ରନ ସଂଗ୍ରହ କରିଥିଲେ ଏବଂ ଅରାଙ୍ଗ ଦଳ ପକ୍ଷରୁ ଶୁଭ୍ରଜିତ ମହାଭୋଇ ୩ ଓଭର ବୋଲିଂ କରି ୨୭ ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ। ଜବାବରେ ଅରାଙ୍ଗ ଦଳ ୨୦୭ ରନର ବିଜୟ ଲକ୍ଷ କୁ ନେଇ ୧୩.୪ ଓଭର ରେ ୬ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲେ। ଅରାଙ୍ଗ ପକ୍ଷରୁ ତୋଫାନ ବେହେରା ୩୪ ବଲରୁ ଅପରାଜିତ ୮୪ ରନ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ସିଡ଼ିଏମଓ ଭାବେ ବରିଷ୍ଠ ଚିକିତ୍ସକ ଡାଃ. ରାଜ୍ୟଶ୍ରୀ ପଟ୍ଟନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ଡାଃ. ପଟ୍ଟନାୟକ ଏହା ପୁର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସମ୍ୱନ୍ୱିତ ପରୀକ୍ଷାଗାର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ତାହା ପୁର୍ବରୁ ସେ କନ୍ଧମାଳ ସିଡ଼ିଏମଓ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ତେବେ ଖୋର୍ଦ୍ଧା ସିଡ଼ିଏମଓ ଭାବେ ଦାଇତ୍ୱ ନେବା ପରେ ଜିଲ୍ଲାରେ ୫-ଟି ଉପକ୍ରମରେ ଆମ ହସ୍ପିଟାଲ ଯୋଜନାରେ ନିର୍ମାଣାଧୀନ ମେଡିକାଲ ଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା, ବିଭିନ୍ନ ସରକାରୀ ମେଡିକାଲରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, ଭିତ୍ତିଭୂମି ସୁଦୃଢ଼ୀକରଣ ଆଦିକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସୂଚନା ଥାଉକି ପୂର୍ବତନ ଖୋର୍ଦ୍ଧା ସିଡ଼ିଏମଓ ଡାଃ. ଆର୍ତ୍ତବନ୍ଧୁ ନାୟକଙ୍କ ରାଜ୍ୟ ନର୍ସିଙ୍ଗ ନିର୍ଦ୍ଦେଶକ ଭାବେ ପଦୋନ୍ନତି ହେବାପରେ ଉକ୍ତ ପଦବୀ ଖାଲି ପଡିଥିଲା।
ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମାର୍ଚ୍ଚ ୨୨ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଦୁଇଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ବର୍ତ୍ତମାନ ପ୍ରକାଶ ପାଇଛି। ବର୍ତ୍ତମାନ କେବଳ ଆଇପିଏଲ୍ ୨୦୨୪ ର ପ୍ରଥମ ୨୧ ମ୍ୟାଚ୍ ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ମତଦାନ ତାରିଖ ପରେ ହିଁ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ପ୍ରକାଶ ପାଇବ। ବର୍ତ୍ତମାନ କେବଳ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ଏହାର ଅର୍ଥ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ପଡିଆରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବ। ପ୍ରଥମ ୨୧ ଟି ମ୍ୟାଚ୍ ରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ମୋତେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍ଏମ୍ଏଫ୍)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଦେଖିବା ସହ ସୁବର୍ଣ୍ଣ ଜୟନ୍ତୀ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଛନ୍ତି। ଜିସିଏମଏମଏଫ ସମବାୟ ସମିତିର ସ୍ଥିରତା, ସେମାନଙ୍କର ଉଦ୍ୟୋଗୀ ମନୋଭାବ ଏବଂ କୃଷକମାନଙ୍କର ଦୃଢ଼ ସଂକଳ୍ପର ଏକ ପ୍ରମାଣ, ଯାହା ଅମୁଲକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦୁଗ୍ଧ ବ୍ରାଣ୍ଡରେ ପରିଣତ କରିଛି। ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ)ର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଗୁଜରାଟର କୃଷକମାନେ ୫୦ ବର୍ଷ ପୂର୍ବେ ଲଗାଇଥିବା ଏକ ଚାରା ଏବେ ସମଗ୍ର ବିଶ୍ୱରେ ଶାଖା ଥିବା ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି। ସେ ଶ୍ୱେତ ବିପ୍ଳବରେ ‘ପଶୁ ଧନ’ଙ୍କ ଅବଦାନକୁ ସ୍ୱୀକାର କରିବାକୁ ଭୁଲି…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ କିଛିମାସ ବାକି ଥିବାବେଳେ ଶେଷରେ କଂଗ୍ରେସ ଗୁରୁବାର ଏହାର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟି ସହ ଆସନ ବୁଝାମଣା କରିଛି। ବୁଝାମଣା ଅନୁଯାୟୀ, କଂଗ୍ରେସ ଉତ୍ତରପ୍ରଦେଶର ୮୦ଟି ଆସନମଧ୍ୟରୁ ୧୭ଟି ଆସନରୁ ଲଢ଼ିବ ଏବଂ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଦଳ ବାକି ୬୩ଟି ଆସନରେ କିଏ ଲଢ଼ିବ ତାହା ସ୍ଥିର କରିବ। ଆସନ ବୁଝାମଣାରେ କଂଗ୍ରେସକୁ ମିଳିଥିବା ଆସନଗୁଡ଼ିକ ମଧ୍ୟରେ ରହିଛି ରାୟବରେଲି ଓ ଆମେଠି, ଯାହା ପାରମ୍ପରିକଭାବେ ନେହେରୁ-ଗାନ୍ଧୀ ପରିବାରର ଗଡ଼ ଥିଲା। କଂଗ୍ରେସ ପାଇଁ ନିଜର ପାରମ୍ପରିକ ଆସନକୁ ବୁଝାମଣାରେ ସାମିଲ କରିବା କୌଣସି ଚିନ୍ତାର ବିଷୟ ନୁହେଁ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରେ କଂଗ୍ରେସ ପରିବାରକୁ ପରାସ୍ତ କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବିଜେପିର ସ୍ମୃତି ଇରାନୀଙ୍କ ମଧ୍ୟରେ ପୁନର୍ବାର ମୁକାବିଲା ହେବାର ସମ୍ଭାବନା ମଧ୍ୟ ଏହା ଖୋଲିଦେଇଛି। ଯଦିଓ କଂଗ୍ରେସ କିମ୍ବା ରାହୁଲ…

