Author: SM Network

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ଶାଳିଆ ଡ୍ୟାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ୯୮୦୦ ଲିଟର ପୋଚ ଏବଂ ୧୦୮୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଛି। ଅନୁରୂପ ଭାବେ ଦାଶରଥିପୁର ଗ୍ରାମରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତ ସୁକାନ୍ତି ନାୟକ ଏବଂ ବାପି ନାୟକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ। ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଇନ୍ସପେକ୍ଟର ତପସ୍ୱିନୀ ବରାଳ, ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା, ଜିଲ୍ଲା ମୋବାଇଲ ୟୁନିଟ ଏସଆଇ ରୋହିତ ଦଣ୍ଡସେନା ଏବଂ ଅନ୍ୟ ଅବକାରୀ କର୍ମଚାରୀ…

Read More

ରେଢାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନ ୩ ଟା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତକ ଜଣଙ୍କ ହେଲେ ଚାରମାଳ ଗ୍ରାମର ଲିଟୁ ଦାସ ବୋଲି ଜଣାପଡିଛି। ଖବରରୁ ପ୍ରକାଶ ଯେ, ଲିଟୁ ଦାସ କୌଣସି କାମରେ ରେଢାଖୋଲ ଯାଇଥିଲେ। କାମ ସାରି ଅପରାହ୍ନ ପ୍ରାୟ ୩ ଟା ସମୟରେ ଚାରମାଳ ନିଜ ଘରକୁ ଫେରୁଥିବା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ପାଖାପାଖି ସମ୍ବଲପୁର ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଲିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଡାକ୍ତରଖାନା ପଠାଇଥିଲା। ପରିବାର ଲୋକେ ଆସିବା ବେଳକୁ ମୃତଦେହ ଡାକ୍ତରଖାନାରେ ଥିବା ଜାଣି ଲୋକମାନେ ଉତ୍ୟକ୍ତ ହୋଇପଡିଥିଲେ। ଘଟଣା ସ୍ଥଳରେ ହିଁ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପଟେ…

Read More

ନୂଆଦିଲ୍ଲୀ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ୱୀ ଜୟସ୍ଵାଲ ଏକ ବଡ଼ ଲମ୍ଫ ଦେଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଶତକ ହାସଲ କରିଥିବା ଜୟସ୍ଵାଲ ର଼୍ୟାଙ୍କିଙ୍ଗରେ ୧୪ ସ୍ଥାନ ଉପରକୁ ଉଠିଛନ୍ତି, ଯେଉଁଥିରେ ସେ ୧୫ ତମ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ସହିତ ତିନି ଜଣ ଭାରତୀୟ ଖେଳାଳି ODI ର଼୍ୟାଙ୍କିଙ୍ଗରେ ଟପ୍ -୫ ରେ ପ୍ରବେଶ କରିଛନ୍ତି। ଯେଉଁଥିରେ ଶୁଭମାନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ଅଛନ୍ତି। ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଉପକୃତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚରେ ଜୟସ୍ଵାଲ ଦ୍ୱିଶତକ ହାସଲ କରିଥିଲେ। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଜୟସ୍ୱାଲ ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ୨୦୯ ରନ୍ ସଂଗ୍ରହ କରିଥିଲେ। ଏହା ପରେ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବାବେଳେ…

Read More

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଗୃହ ମନୋରଂଜନ, ସ୍ମାର୍ଟ ହୋମ ସେବା ଓ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡର ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି। ଓଡ଼ିଶାରେ ୨୦୨୩ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ସେବା ଓୟାରଲାଇନ ବ୍ରଡବ୍ୟାଣ୍ଡ ସଂଯୋଗ କ୍ଷେତ୍ରରେ ରହିଥିବା ସଂଯୋଗ ଜନିତ ଆହ୍ୱାନକୁ ଅତିକ୍ରମ କରିପାରିଛି ଏବଂ ସାରା ଦେଶର ବ୍ୟବହାକାରୀଙ୍କୁ ଉନ୍ନତ ଡିଜିଟାଲ ଅନୁଭବ ପ୍ରଦାନ କରୁଛି। ବର୍ତମାନ ସାରା ଭାରତରେ ଜିଓର ଅପ୍ଟିକାଲ ଫାଇବର ଭିତ୍ତିଭୂମି ୧.୫ ନିୟୁତ କିଲୋମିଟରରୁ ଅଧିକ ବ୍ୟାପ୍ତ ରହିଛି। ତଥାପି ଦେଶର ଅନେକ ସ୍ଥାନରେ ପ୍ରତ୍ୟକ୍ଷ ସଂଯୋଗ ପ୍ରଦାନ କରିବା ଲାଗି ବହୁ ସମୟ ଲାଗୁଛି। ଘର କିମ୍ବା ପରିସର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାରେ ରହିଥିବା ଥିବା ଜଟିଳତା ଓ ବିଳମ୍ବ ପାଇଁ ଅନେକ ସମ୍ଭାବ୍ୟ ଗ୍ରାହକ ହୋମ ବ୍ରଡବ୍ୟାଣ୍ଡରୁ ଏବେ ଯାଏଁ ବଞ୍ଚିତ…

Read More

ନୂଆଦିଲ୍ଲୀ: ମରାଠା ସଂରକ୍ଷଣ ବିଲ୍ ମଙ୍ଗଳବାର ଦିନ ମହାରାଷ୍ଟ୍ର ବିଧାନସଭାରେ ପାରିତ ହୋଇଛି। ଏହା ସତ୍ତ୍ୱେ ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜାରାଙ୍ଗେ ଆମରଣ ଅନଶନ ଜାରି ରଖିଛନ୍ତି। ପ୍ରମୁଖ ମରାଠା ସମ୍ପ୍ରଦାୟର ସଂରକ୍ଷଣକୁ ଜାରାଙ୍ଗେ ସ୍ୱାଗତ କରିଛନ୍ତି। ତେବେ ଏହି ବିଲ୍ ଆଇନଗତ ହେବ କି ନାହିଁ ସେ ସନ୍ଦେହ ପ୍ରକଟ କରିଛନ୍ତି। ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ସମ୍ପର୍କରେ ସିନ୍ଦେ ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ମହାରାଷ୍ଟ୍ର ବିଧାନସଭାର ଉଭୟ ଗୃହରେ ମରାଠା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ଶିକ୍ଷା ଏବଂ ଚାକିରିରେ ମରାଠା ସମ୍ପ୍ରଦାୟକୁ ୧୦% ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ଅଛି। କିନ୍ତୁ ଏହା ସଂରକ୍ଷଣର ୫୦% ସୀମାଠାରୁ ଅଧିକ। ଏହାପୂର୍ବରୁ ୨୦୧୮ରେ ଦେବେନ୍ଦ୍ର ଫଡନାଭିସ୍ ସରକାର ପଛୁଆ ଶ୍ରେଣୀ ଅଧିନିୟମ ୨୦୧୮ ପାରିତ କରିଥିଲେ। କିନ୍ତୁ ତା’ପରେ ସୁପ୍ରିମକୋର୍ଟ ସଂରକ୍ଷଣର ୫୦% ସୀମା ଦର୍ଶାଇ ଏହାକୁ ବାରଣ କରିଥିଲେ। ଆମରଣ ଅନଶନରେ ମନୋଜ ଜାରାଙ୍ଗେ…

Read More

ନୂଆଦିଲ୍ଲୀ: ଭାରତ ଉପରେ ଅଭିଯୋଗ ଆଣିଥିବା କାନାଡା ସରକାର ଏବେ ନିଜ ସ୍ଵର ବଦଳାଇଛନ୍ତି। କାନାଡା ସରକାର କହିଛନ୍ତି ଯେ, ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରି ଗୁଳି ଚଳାଇଥିବା ୨ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ। ମଙ୍ଗଳବାର ଦିନ କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ଵାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ବିଜ୍ଞପ୍ତିରେ, ରୟାଲ କାନାଡିୟ ମାଉଣ୍ଟେଡ ପୋଲିସର ସରେ ଟିମ ସୂଚନା ଦେଇଛି ଯେ, ଘଟଣା ସମୟରେ ଏହି ଘଟଣା ଏକ ବିଦେଶୀ ଦେଶର ହସ୍ତକ୍ଷେପ ସହ ଜଡିତ ଥିବାର ଅନୁମାନ କରାଯାଇଥିଲା। ତଥାପି, ଯେତେବେଳେ ଯାଞ୍ଚ କରାଯାଇଥିଲା, ଏହି ପ୍ରସଙ୍ଗରେ ବିଦେଶୀ ହସ୍ତକ୍ଷେପର କୌଣସି ପୃଷ୍ଟି ହୋଇନାହିଁ।

Read More

କନ୍ଦର୍ପ ବେହେରା ରେଢାଖୋଲ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁର ପକ୍ଷରୁ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଭୋଟର୍ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ନାକଟିଦେଉଳ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦ୍ୟାଧର ରାଉତରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଗଣତନ୍ତ୍ର କୁ ସୁଦୃଢ଼ କରିବା ପାଇଁ ସମସ୍ତେ ମତଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଥିଲେ। ନେହେରୁ ଯୁବ କେନ୍ଦ୍ର ର ସ୍ଵେଚ୍ଛାସବୀ ପ୍ରଦୀପ କୁମାର ବିଶ୍ଵାଳ କାର୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ ଭୋଟର୍ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥଲେ। ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଶେଷଦେବ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ନିଜ ନିଜର…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ରାଜନୈତିକ ଦୃଷ୍ଟିକୋଣରୁ ବଡ଼ ଧରଣର ଉନ୍ନତି ଦେଖିବାକୁ ମିଳିଛି। ବିରୋଧୀ ଇଣ୍ଡି ମେଣ୍ଟ ସହଯୋଗୀ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଅଖିଳେଶ ଯାଦବ ବୁଧବାର ସ୍ପଷ୍ଟଭାବେ କହିଛନ୍ତି ଯେ ୟୁପିରେ କଂଗ୍ରେସ ସହ ମେଣ୍ଟ ସ୍ଥିର ହୋଇଛି। ଉଭୟ ପକ୍ଷ ମଧ୍ୟରେ ବୁଝାମଣା ସ୍ଥିର ହୋଇଛି। ମେଣ୍ଟ ଓ ଆସନ ବୁଝାମଣା ଯେକୌଣସି ସମୟରେ ଘୋଷଣା ହୋଇପାରେ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ସହ ସପାର କୌଣସି ବିବାଦ ନାହିଁ। ସିଟକୁ ନେଇ ଆଲୋଚନା ଚାଲିଥିଲା, ଯାହାକୁ ପାରସ୍ପରିକ ସହମତି ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁପିରେ ମେଣ୍ଟ ଫର୍ମୁଲା ଅନୁଯାୟୀ କଂଗ୍ରେସକୁ ୧୭ଟି ଆସନ ମିଳିବ। ଆଜି ସଂଧ୍ୟା ସୁଦ୍ଧା ଚୂଡ଼ାନ୍ତ ଘୋଷଣା ହୋଇପାରେ। କଂଗ୍ରେସକୁ ଏହି ୧୭ଟି ଆସନ ? ଏହି ତାଲିକାରେ ଅମରୋହା, ଝାନ୍ସୀ, ବୁଲନ୍ଦସହର, ରାଏବରେଲି,…

Read More

ନୂଆଦିଲ୍ଲୀ: ଫେବୃଆରୀ ୨୭ ତାରିଖରେ ୫୬ ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ। ବିଶେଷ କଥା ହେଉଛି ନାମ ପ୍ରତ୍ୟାହାରର ଶେଷ ତାରିଖ ପୂର୍ବରୁ ମଧ୍ୟ ୪୧ ଟି ଆସନର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି। ସରଳ ଶବ୍ଦରେ କହିବାକୁ ଗଲେ, ପ୍ରାର୍ଥୀମାନେ ରାଜ୍ୟସଭାର ୪୧ ଟି ଆସନରେ ନିର୍ଦ୍ବନ୍ଦରେ ଜିତିଛନ୍ତି, ବର୍ତ୍ତମାନ କେବଳ ୧୫ ଟି ସିଟ୍ ବାକି ଅଛି ଯେଉଁଥିରେ ନିର୍ବାଚନ ହେବାକୁ ଯାଉଛି। ପ୍ରକାଶଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ୪୧ ଟି ସିଟ୍ ପାଇଁ କେବଳ ୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା, ଯାହାଙ୍କର ରାଜ୍ୟସଭାରେ ପହଞ୍ଚିବାର ରାସ୍ତା ସଫା ହୋଇଯାଇଛି।

Read More

ନୂଆଦିଲ୍ଲୀ: ଆଜି ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଯେତେବେଳେ କୃଷକମାନେ ଦିଲ୍ଲୀ ଚଲୋ ମାର୍ଚ୍ଚରେ ଆଗକୁ ବଢିବା ଆରମ୍ଭ କଲେ ସେତେବେଳେ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଗୁଳି ଚାଳନା କରାଯାଇଥିଲା। ଏହି କାରଣରୁ ଘଟଣାସ୍ଥଳରେ ଏକ ବଡ଼ ଧରଣର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ତେବେ ସେପଟେ କୃଷକ ନେତା ସରଭନ ସିଂ ପଣ୍ଢେର୍ ବିକ୍ଷୋଭକାରୀଙ୍କୁ ଆଗକୁ ନଆସିବାକୁ ନିବେଦନ କରିଛନ୍ତି। ଏଥି ସହ ୫ ମ ପର୍ଯ୍ୟାୟ ଆଲୋଚନା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କୃଷକ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏବଂ ଶାନ୍ତି ବଜାୟ ରଖିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୃଷିମନ୍ତ୍ରୀ କହିଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀର ହୋଜଖାସ୍ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଚଢାଉରେ ପୁଣେ ପୋଲିସ ୧୦୦୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କରିଛି। ପୁଣେ ପୋଲିସ ନିୟମିତ ଭାବେ ଡ୍ରଗ୍ ଚଢାଉ କରୁଛି। ଏହାପୂର୍ବରୁ ପୁଣେ ପୋଲିସ କ୍ରାଇମ ବ୍ରାଞ୍ଚ ସହାୟତାରେ ପୁଣେର ବିଂଶ୍ରାତୱାଡି ଅଞ୍ଚଳରୁ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ ଜବତ କରିଛି। ଏହା ପରେ ଏବେ ପୁଣେ ପୋଲିସ ମଧ୍ୟ ଦିଲ୍ଲୀର ହୋଜଖାସ୍ ଉପରେ ଚଢାଉ କରିଛି। ପୁଣେରୁ ଏପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରାଯାଇଛି। ଦିଲ୍ଲୀରୁ ୧୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ ଦିଲ୍ଲୀ ଏବଂ ପୁଣେରୁ ପ୍ରାୟ ୩୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରିଛି। ପୁଣେ ପୋଲିସ ଇତିହାସରେ ଏହା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ପୋଲିସ କମିଶନର ଅମିତେଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ…

Read More

ଭୁବନେଶ୍ଵର: ଗ୍ୟାଙ୍ଗସ ଅଫ ପୁରୀ ଏବଂ ବାସ୍ତବଧର୍ମୀ ଚଳଚ୍ଚିତ୍ର ପ୍ରତୀକ୍ଷା ବେଶ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନର ରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଛନ୍ତି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା”। ବିଶ୍ୱ ମହିଳା ଦିବସ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଭୁବନେଶ୍ୱର ଶୀତଲ ହୋଟେଲରେ ତ୍ରିକନ୍ୟାର ଟ୍ରେଲର ରିଲିଜ୍ ହୋଇଯାଇଛି। ଟ୍ରେଲର ରିଲିଜ୍ ଅବସରରେ ଉପଦେଷ୍ଟା ସୀମା ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ସହ ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢିଆରୀ, ଗୀତିକାର ସ୍ଥିତ ପଟ୍ଟନାୟକ, ଅଭିନେତା ସୁକାନ୍ତ ରଥ, ପାର୍ଥ ସାରଥୀ, ନିଶାନ୍ତ ମାଜିଥିଆ, ଅମନ, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ନିଭି, ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀ କୁ ନେଇ ଓଡ଼ିଆ…

Read More

ଭୁବନେଶ୍ୱର: ୧୯୬୨ ମସିହାରୁ ଗଠିତ ହୋଇଥିବା ବଲାଙ୍ଗୀର ଲୋକସଭା ଆସନରେ ଅନୁଷ୍ଠିତ ୧୫ଟି ନିର୍ବାଚନ ମଧ୍ୟରୁ ରାଜପରିବାରର ସଦସ୍ୟମାନେ ଏଠାରୁ ୭ଥର ଜିତିବା ସହିତ ନିଜର ଦବଦବା ବଜାୟ ରଖିଛନ୍ତି। ବିଶେଷ କରି ୧୯୯୮ ପରଠାରୁ ଏହି ସଂସଦୀୟ କ୍ଷେତ୍ର ବଲାଙ୍ଗୀର ରାଜ ପରିବାରର କବଜାରେ ରହିଛି। ଫଳରେ ରାଜ ପରିବାର ବାହାରର ସାଧାରଣ ଲୋକ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇପାରୁନାହାନ୍ତି। ଏହି ଆସନରେ କଂଗ୍ରେସ ୪ଥର ବିଜୟୀ ହୋଇଥିଲାବେଳେ ବିଜେପି ମଧ୍ୟ ୪ଥର ବିଜୟୀ ହୋଇଛି। ବିଜେଡି ଏଠାରୁ ମାତ୍ର ଦୁଇଥର ବିଜୟୀ ହୋଇଛି। ଏହି ଆସନରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେଉଥିଲାବେଳେ ରାଜ ପରିବାରର କେହି ଜଣେ ବିଜୟୀ ହୋଇଥାନ୍ତି। ବିଗତ ୩ଟି ନିର୍ବାଚନରେ ବିଜେଡି ଦୁଇଥର ବିଜୟୀ ହୋଇଥିଲାବେଳେ ବିଜେପି ଥରେ ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ୨୦୦୯ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦୯ରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏଠାରୁ ବିଜେଡି ପ୍ରାର୍ଥୀ…

Read More

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନ ପୂର୍ବରୁ, ବିରୋଧୀ ଦଳର ଇଣ୍ଡି ମେଣ୍ଟ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସର ମେଣ୍ଟ ଭାଙ୍ଗୁଥିବା ଜଣାପଡିଛି। ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ଦଳ ଏପର୍ଯ୍ୟନ୍ତ ଲୋକସଭା ନିର୍ବାଚନ 2024 ପାଇଁ 31 ଜଣ ପ୍ରାର୍ଥୀ ପ୍ରଦାନ କରିଛି। ୟୁପି କଂଗ୍ରେସ ସଭାପତି ଅଜୟ ରାୟଙ୍କ ଆସନ ବାରାଣାସୀରେ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ଏହା ପରେ ଉଭୟ ଦଳର ଏକାଠି ହେବାର ସମସ୍ତ ଆଶା ଦୂର ହୋଇଯାଇଛି। ସିଟ୍ ବଣ୍ଟନ ଉପରେ ଆଲୋଚନା ହେବା ପରେ ସେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ଯୋଗଦେବେ ବୋଲି ଅଖିଳେଶ ଯାଦବ କହିଥିଲେ। ରାହୁଲଙ୍କ ନ୍ୟାୟ ଯାତ୍ରା ୟୁପିରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେ ଏଥିରେ ଭାଗ ନେଇନଥିଲେ। ଏହା ପରେ ଏହା ସ୍ପଷ୍ଟ ହେଲା ଯେ ଦୁଇ ଦଳ ମଧ୍ୟରେ ବୁଝାମଣା କଷ୍ଟସାଧ୍ୟ। ଅଖିଳେଶ 17…

Read More

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି। ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପୁଅଙ୍କ ନାମ ଅକାୟ। କିନ୍ତୁ ଏହି ନାମର ଅର୍ଥ କ’ଣ? ସୋସିଆଲ ମିଡିଆରେ ଅକାୟ ନାମ କ୍ରମାଗତ ଭାବରେ ଟ୍ରେଣ୍ଡ କରୁଛି। କିନ୍ତୁ ଆସନ୍ତୁ ଜାଣିବା ଅକାୟ ନାମର ଅର୍ଥ… ହିନ୍ଦୀ ଅଭିଧାନ ଅନୁଯାୟୀ, ଅକାୟର ଅର୍ଥ ହେଉଛି ‘ନିରାକାର’। ଏହି ପୋଷ୍ଟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କ’ଣ ଲେଖିଛନ୍ତି?: ପ୍ରକାଶ ଯେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ଥର ପିତାମାତା ହେବା ବିଷୟରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ଲେଖାଯାଇଛି ଯେ, ଆମେ ଭାମିକାଙ୍କ ସାନଭାଇ ଅକାୟଙ୍କୁ ସ୍ୱାଗତ କରୁଛୁ। ଆମ ଜୀବନର ଏହି ସୁନ୍ଦର ମୁହୂର୍ତ୍ତରେ ଆମେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛୁ। ଆମର…

Read More

ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ୨୦୦୮ ମସିହା। ନଭେମ୍ବର ୨୬ ତାରିଖ। ହଠାତ୍ ପାକିସ୍ତାନର ଆତଙ୍କବାଦୀମାନେ ଏଠାରେ ଆକ୍ରମଣ କରିଥିଲେ। ଆରବ ସାଗର କୂଳରେ ଗର୍ବର ସହ ଠିଆ ହୋଇଥିବା ଟାଟାର ଐତିହାସିକ ହୋଟେଲ ତାଜରେ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। ଏହାକୁ ଦେଖି ଆତଙ୍କବାଦୀମାନେ ଏହି ପ୍ରସିଦ୍ଧ ହୋଟେଲର ଗୁମ୍ବୁଜରେ ନିଆଁ ଲଗାଇ ଦେଇଥିଲେ। ଧୂଆଁରେ ପୂରା ଗୁମ୍ବୁଜ ଜଳିବାକୁ ଲାଗିଲା। ଏହି ଫଟୋଦେଖି ପାକିସ୍ତାନ ନିଶ୍ଚୟ ହସିଥିବ। ଏହି ନୃଶଂସ ଆତଙ୍କବାଦୀ ଘଟଣାରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଟାଟା ଗ୍ରୁପର ଏହି ପ୍ରସିଦ୍ଧ ହୋଟେଲକୁ ଏହି ଆକ୍ରମଣ ପାଇଁ ବନ୍ଦ କରି ଦିଆଯାଇଥିଲା ଏବଂ ପ୍ରାୟ ଏକ ବର୍ଷର କଠିନ ପରିଶ୍ରମ ପରେ ଏହି ହୋଟେଲ ପୁଣିଥରେ ମୁଣ୍ଡ ଉଠାଇ ସମୁଦ୍ର କୂଳରେ ଛିଡ଼ା ହୋଇଛି। ଏବେ ଟାଟା ପାକିସ୍ତାନକୁ ଏଭଳି ଝଟକା ଦେଇଛି, ଯାହା ଶୁଣି ସେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବ। ପାକିସ୍ତାନକୁ…

Read More

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏହାର ପରିଣାମ ସ୍ୱରୂପ ବିଗତ ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି। ଗରିବ ହିତାଧିକାରୀ ଏବେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବାଘଦିଆନି ଗ୍ରାମପଞ୍ଚାୟତରେ। କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ରମା ନାଏକ କହିଛନ୍ତି, ପୂର୍ବରୁ ସେ ପାରମ୍ପରିକ ଚୁଲିରେ ରୋଷେଇ କରୁଥିଲେ। ଜାଳେଣି କାଠ ସଂଗ୍ରହ ପାଇଁ…

Read More

ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ଯୁବ ବିଜେଡି ସଭାପତି ମହିଳା ବିପିଏମ୍ ଙ୍କୁ ଅସଦାଚରଣ ସହ ଗାଳିଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଗିରଫ ଦାବୀ କରି ରେଢ଼ାଖୋଲ ଥାନା ଘେରାଉ କରିଥିଲେ ଶତାଧିକ ମହିଳା। ଅଭିଯୋଗରୁ ପ୍ରକାଶ ଯେ, ରେଢ଼ାଖୋଲ ବ୍ଲକ୍ କାର୍ଯ୍ୟାଳୟରେ ବିଜେଡି ର ଯୁବ ସଭାପତି ସୁର୍ଯ୍ୟକାନ୍ତ ପ୍ରଧାନ ବିପିଏମ୍ ସସ୍ମୀତା ଦାଶଙ୍କୁ ସର୍ବ ସମ୍ମୁଖରେ ଅସଭ୍ୟ ଭାଷା ସହ ଗାଳିଗୁଲଜ କରିଥିଲେ। କାର୍ଯ୍ୟଳୟରୁ ବାହାରିଲେ ଏସିଡି ପକେଇ ରାସ୍ତାରେ ଉଲଗ୍ନ କରି ଗୁଣ୍ଡା ଲଗାଇ ମାରିଦେବା ପାଇଁ ଧମକ ଚମକ ଦେଇଥିବା ନିଜେ ବିପିଏମ୍ ଅଭିଯୋଗ କରିଥିଲେ। ସଂପୃକ୍ତ ଯୁବ ସଭାପତିକୁ ଗିରଫ ଦାବୀରେ ରେଢାଖୋଲ ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ମଧ୍ୟ ଦେଇଛନ୍ତି ଶତାଧିକ ମହିଳା। ଏପରିକି ଗିରଫ ଦାବୀରେ ରେଢାଖୋଲ ଥାନାକୁ ଘେରାଉ କରିଥିଲେ ଶତାଧିକ ମହିଳା। ଅଭିଯୋଗ କରିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଢ଼ାଖୋଲ ପୋଲିସ୍ ସଂପୃକ୍ତ ବିଜେଡି…

Read More

ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ପିଲାମାନଙ୍କର ଜୀବିକା ଚିନ୍ତା ଦୂର କରିବାର ସମ୍ଭାବନା ଅଛି । ବ୍ୟବସାୟ ଭଲ କରିବ । ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ପୁରୁଣା ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ ହୋଇପାରେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରମାନେ ଅଧ୍ୟୟନ ପାଇଁ ଚିନ୍ତିତ ହେବେ । ମିଥୁନ- ବିବାଦ ସମସ୍ୟା ସୃଷ୍ଟି କରିବ ।…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଛି। ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଜାରି ରହିବ। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧. ୩୦ ଘଟିକାରେ ଶେଷ ହୋଇଛି। ବାଣପୁର ଗୋଦାବରୀଶ ବିଦ୍ୟାପୀଠ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ବାଣପୁର ବ୍ଲକର ୮ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୮ ଟି ସ୍କୁଲର ୨୦୮୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୨୦୬୪ ଜଣ ପରୀକ୍ଷା ଦେଇଛନ୍ତି ଓ ୨୩ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ଶିକ୍ଷା ଅଧିକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି। ସେହିପରି ଭାବେ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ନୋଡାଲ…

Read More

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନରେ ପବିତ୍ର ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରତ୍ୟକ୍ଷ ଦର୍ଶନ କରାଇବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟି ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଯାତ୍ରୀ ତଥା ରାମଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି। ସୁବିଧାରେ ଭକ୍ତମାନଙ୍କର ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା ହୋଇଛି । ଆଜି ୨୦ଟି ରେଳ ବଗି ବିଶିଷ୍ଟ ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ ଓଡ଼ିଶାର ଅନେକ…

Read More