Author: SM Network

ଭୁବନେଶ୍ୱର: ଗୋଟିଏ ଦଳର ନେତା ଓ କର୍ମୀ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ବର୍ଷ ତମାମ ଚାଲୁଛି। କିନ୍ତୁ ନେତା କିମ୍ବା କର୍ମୀ ନୁହଁନ୍ତି ସିଧା ଘୋଡ଼ାମାନେ ଦଳର ବାଡ଼ ଡେଇଁ ଅନ୍ୟଦଳର ଖୁଆଡ଼ରେ ପଶିବାକୁ ସଜବାଜ ହେଉଛନ୍ତି। ରାଜନୀତିରେ ଯେତେବେଳେ ସାଂସଦ କିମ୍ବା ବିଧାୟକ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯାଆନ୍ତି ସେତେବେଳେ ଘୋଡ଼ା ବେପାର କଥା କୁହାଯାଇଥାଏ। ଆଉ ଦିନ କେଇଟା ପରେ ନର୍ବାଚନ। ଯେଉଁ ନେତାମାନେ ନିଜ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକଟ ପାଇବେ ନାହିଁ ସେମାନେ ଯେଉଁଠୁ ଲଢ଼ିବାର ପ୍ରତିଶ୍ରୁତି ପାଇବେ ସେହି ଦଳକୁ ପଟପରିବର୍ତ୍ତନ କରିବେ। ଏଥିପାଇଁ ରାଜ୍ୟ ପ୍ରମୁଖ ତିନିଦଳ କଂଗ୍ରେସ, ବିଜେପି ଓ ବିଜେଡିର ବିଦାୟକ ଓ ସାଂସଦମାନେ ପ୍ରସ୍ତୁତ ହୋଇ ଅନେଇ ବସିଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ କଂଗେସରୁ ୩ଜଣ ଓ ବିଜେପିରୁ ୨ଜଣ ବିଧାୟକ ଶାସନ କ୍ଷମତାରେ ଥିବା ବିଜେଡିକୁ…

Read More

ଭୁବନେଶ୍ୱର: ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ବାଲିପାଟଣା, ଚିଲିକା, ରଣପୁର, ନୟାଗଡ଼ ବିଧାନସଭା କ୍ଷେତ୍ରକୁ ନେଇ ପୁରୀ ଲୋକସଭା ଆସନ ଗଠିତ। ୧୯୯୮ରୁ ଏହି ଆସନଟି ଶାସକ ବିଜଦର କବ୍‍ଜାରେ ରହିଛି। ଏଠାରୁ ବିଜଦ ଏକାଦିକ୍ରମେ ୬ଥର ଜିତିଥିବାବେଳେ ବର୍ତ୍ତମାନର ସାଂସଦ ୩ଥର ବିଜୟୀ ହୋଇଛନ୍ତି। କିନ୍ତୁ ଗତ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ଡା. ସମ୍ବିତ ପାତ୍ର ବିଜଦ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୧୧,୭୧୪ ଭୋଟରେ ହାରିଯାଇଥିଲେ। ୨୦୧୯ ନିର୍ବାଚନ ହାରିବା ପରଠାରୁ ଡା. ପାତ୍ର ବସି ନ ଯାଇ ଲୋକସମ୍ପର୍କ ରକ୍ଷା କରିଆସୁଛନ୍ତି। ଯାହାଫଳରେ ସେ ଅନ୍ୟଦଳର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କଠାରୁ ଚର୍ଚ୍ଚାରେ ଯଥେଷ୍ଟ ଆଗରେ ଅଛନ୍ତି। ୨୦୦୯ରେ ନର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜଦରେ ଯୋଗଦେଇ ଲୋକସଭାକୁ ୩ଥର ନିର୍ବାଚିତ ହେଲେଣି ସାଂସଦ ପିନାକୀ ମିଶ୍ର। ନିଜର ବ୍ୟକ୍ତିଗତ କାରଣରୁ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳୀୟ ମହଲରେ ଆଲୋଚନା…

Read More

ଭୁବନେଶ୍ୱର: ଏକଦା କଂଗ୍ରେସ ଓ ବିଜଦର ହସ୍ତମୁଦି ମାହାଲ ହୋଇଥିବା ସମ୍ବଲପୁର ଲୋକସଭା ଆସନ ଏବେ ଭାଜପା ପାଇଁ ଅନୁକୂଳ ସ୍ଥିତିରେ ରହିଛି। ରାଜ୍ୟରେ ବିଗତ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜଦ ଏହି ଆସନ ପାଇଁ ପ୍ରାର୍ଥୀ ଖୋଜିବାରେ ଲାଗିଥିବାବେଳେ କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ସଂକଟ ଲାଗିରହିଛି। ଗତ ନିର୍ବାଚନରେ ଆଦୌ ଚର୍ଚ୍ଚାରେ ନ ଥିବା କଂଗ୍ରେସ ନେତା ନିତେଶ ଗଙ୍ଗଦେବ ଭାଜପାକୁ ଆସି ଲୋକସଭା ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ବିଜଦର ପ୍ରଚାରପ୍ରସାର, ଧନବଳ, ଜନବଳକୁ ପ୍ରତିହତ କରି ଅପ୍ରତ୍ୟାଶିତ ଭାବରେ ମାତ୍ର ୯,୧୬୨ ଭୋଟରେ ବିଜୟ ଲାଭ କରିଥିଲେ। ଏପରିକି ସମ୍ବଲପୁର ଲୋକସଭା ଅଧିନରେ ଥିବା ରେଙ୍ଗାଲି, ସମ୍ବଲପୁର ଓ ଦେବଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ। ଅନ୍ୟ ୪ଟି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜଦ ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେଇ ପରାଜିତ ହୋଇଥିଲେ। ଭାଜପାର କେନ୍ଦ୍ରୀୟ କମିଟିର…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମର ସୁକାନ୍ତ ବରାଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୂଜା ସମୟରେ ଦୀପ ସଳିତା ଦ୍ୱାରା ଘରେ ନିଆଁ ଲାଗିଥିବା ପରିବାର ଲୋକ କହିଛନ୍ତି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ ପୁଅର ଡାକ୍ତରୀ ଖର୍ଚ୍ଚ ପାଇଁ ରଖିଥିବା ଦୁଇଲକ୍ଷ ଟଙ୍କା, ଏଲଇଡି ଦରକାରୀ କାଗଜପତ୍ର, ସୁନା ଅଳଙ୍କାର ଆଦି ଜଳି ପୋଡି ପାଉଁଶ ହୋଇଯାଇଥିବା ପୀଡ଼ିତ କହିଛନ୍ତି। ଖବର ପାଇ ବାଣପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁର ପ୍ରକୋପରୁ କୌଣସି ସାମଗ୍ରୀ ଉଦ୍ଧାର ହୋଇନଥିବା ଜଣାଯାଇଛି। ପ୍ରକାଶ ଥାଉକି ସୁକାନ୍ତ ଜଣେ ଗରିବ ଓ ଦିନ ମଜୁରିଆ ହୋଇଥିବା ବେଳେ ଚାରି ପୁଅଙ୍କ ଭିତରୁ ଦୁଇ ପୁଅ ଉକ୍ତ ଘରେ ବାସ କରନ୍ତି। ତେବେ ଅଗ୍ନିକାଣ୍ଡ ଦ୍ୱାରା ସବୁ…

Read More

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଆଜି ଉତ୍ତରପ୍ରଦେଶର ସୁଲତାନପୁରରେ ସାଂସଦ-ବିଧାୟକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କେରଳର ୱାୟାନାଡ ସାଂସଦ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅଟକାଇ ଏହି ମାମଲାରେ ହାଜର ହେବା ପାଇଁ ସେଠାରେ ପହଞ୍ଚିଥିଲେ। ଏହି ସମଗ୍ର ବିଷୟ ୨୦୧୮ ବର୍ଷର ଅଟେ, ଯାହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଜଡିତ। ରାହୁଲ ଗାନ୍ଧୀ ଅମିତ ଶାହାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ବିଜେପି ନେତା ବିଜୟ ମିଶ୍ର ରାହୁଲଙ୍କ ବିରୋଧରେ ୪ ଅଗଷ୍ଟ ୨୦୧୮ରେ ମାନହାନୀ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ରାହୁଲ, ମଇ ୮ ତାରିଖ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ହତ୍ୟା ମାମଲାରେ ଦୋଷୀ…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରେ ସୁଯୋଗ ପାଇବା ହେଉଛି ପ୍ରତିଭା ଏବଂ ଭାଗ୍ୟର ବିଷୟ। ଅନେକ କ୍ରିକେଟର ବାରମ୍ବାର ବିଫଳତା ପରେ ମଧ୍ୟ ସୁଯୋଗ ପାଆନ୍ତି, ଯେତେବେଳେ କି କିଛି କ୍ରିକେଟର ପ୍ରଥମ ସୁଯୋଗ ନଷ୍ଟ କରିନଥିଲେ ମଧ୍ୟ ସେମାନଙ୍କୁ ପୁଣିଥରେ ଖେଳିବାରେ ସୁଯୋଗ ମିଳିନଥାଏ। କିନ୍ତୁ ଫୈଜ ଫଜଲ ବୋଧହୁଏ ସେହି ଅଳ୍ପ ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ଭଲ ପ୍ରଦର୍ଶନ କରିବା ସସତ୍ତ୍ୱେ ଟିମ୍ ଇଣ୍ଡିଆରେ ଦ୍ୱିତୀୟ ସୁଯୋଗ ପାଇନଥିଲେ। ୩୮ ବର୍ଷୀୟ ଫୈଜ ଫଜଲ ବିଦର୍ଭ ପାଇଁ ଅଧିକାଂଶ କ୍ରିକେଟ୍ ଖେଳିଥିଲେ। ସେ ୧୩୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୪ ଶତକ ସାହାଯ୍ୟରେ ୯,୧୮୪ ରନ୍ ସ୍କୋର କରିଥିଲେ। ବିଶ୍ୱସ୍ତ ଓପନର୍ ଫୈଜ ଫଜଲ ମଧ୍ୟ ବିଦର୍ଭକୁ ତାଙ୍କ ଅଧିନାୟକତ୍ୱରେ ରଣଜୀ ଟ୍ରଫି ଚାମ୍ପିୟନ କରିଥିଲେ। ୨୦୧୬ରେ ପ୍ରାୟ ୧୫ ବର୍ଷ ଧରି ଘରୋଇ କ୍ରିକେଟ୍ ରେ ତାଙ୍କର କ୍ରମାଗତ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ…

Read More

ନୂଆଦିଲ୍ଲୀ: ସୋମବାର ଦିନ ସନ୍ଦେଶଖାଲିରେ ହିଂସା ସମ୍ପର୍କରେ ଖବର କରୁଥିବା ଜଣେ ଟେଲିଭିଜନ ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଥିଲା, ଯାହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରକୁ ନିନ୍ଦା କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, “ମହିଳାଙ୍କ ସହ ଅସଦାଚରଣ କରୁଥିବା ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପଶ୍ଚିମବଙ୍ଗ ସରକାର ଗଣମାଧ୍ୟମକୁ ବନ୍ଦ କରି ଗଣମାଧ୍ୟମର ସ୍ୱାଧୀନତା ଉଆରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।” ଟେଲିଭିଜନ ଚ୍ୟାନେଲ ‘ରିପବ୍ଲିକ୍ ବଙ୍ଗଳା’ର ଜଣେ ସମ୍ବାଦଦାତା ସନ୍ଦେଶଖାଲିରେ ଘଟିଥିବା ଘଟଣା ସମ୍ପର୍କରେ ଖବର ଦେଉଥିବା ବେଳେ ତାଙ୍କୁ ବଙ୍ଗଳା ପୋଲିସ ଉଠାଇ ନେଇଥିଲା। ଶ୍ରୀ ଠାକୁର କହିଛନ୍ତି ଯେ, ସନ୍ଦେଶଖାଲିରେ ମହିଳାଙ୍କ ଅବସ୍ଥାକୁ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାସିତ ରାଜ୍ୟ ଆଖି ବୁଜି ଦେଇଛି। ଉତ୍ତର ୨୪ ପରଗାନା ଜିଲ୍ଲାର ସନ୍ଦେଶଖାଲିରେ ଉତ୍ତେଜନା ଦେଖାଦେଇଛି ଯେଉଁଥିରେ ବହୁ…

Read More

ଭୁବନେଶ୍ବର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଓଡ଼ିଶା ଜୋନ୍ ସ୍ଥିତ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଫେବୃଆରୀ ୧୯, ୨୦୨୪ରେ ମୋ ଭାରତ ବିକଶିତ ଭାରତ@୨୦୨୪ ଶୀର୍ଷକ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସାଂସଦ (ରାଜ୍ୟସଭା) ମୁଜିବୁଲ୍ଲା ଖାନ୍‍ ଯୋଗ ଦେଇଥିଲେ। ଜିଲ୍ଲାସ୍ତରରେ ଆୟୋଜିତ ସମସ୍ତ ୩୦ ଟି ଜିଲ୍ଲା ପ୍ରତିଯୋଗିତାରେ ଏହି ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାର ଜୁରି ସଦସ୍ୟ ଥିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗର ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ହିନ୍ଦୀ ବିଭାଗର ମୁଖ୍ୟ ଡ. ସ୍ନେହଲତା ଦାସ, ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଡ. ସ୍ମୃତି ରଞ୍ଜନ ଦାଶ ଏବଂ କିଟ୍ ଏନ୍ଏସ୍ଏସ୍ ବ୍ୟୁରୋର ସିଇସି ଓ ପିସିର…

Read More

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ବିଧାନ ସଭା ସମ୍ମୁଖରେ ଚାଲିଛି ଅହୋରାତ୍ର ଗଣଧାରଣା। ଆଜକୁ ତେର ଦିନ ଧରି ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଶୀତ, କାକର, ଖରାକୁ ସହି ବସିଛନ୍ତି ରାଜରାସ୍ତାରେ। ଆସନ୍ତା କାଲିଠାରୁ ମାଟ୍ରିକ୍ ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାରୁ ଅହୋରାତ୍ର ଆନ୍ଦୋଳନର ତେର ଦିନରେ ଆଜି ସନ୍ଧ୍ୟାରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡାକରା ଆସିଥିଲା। ଏହି ଆଲୋଚନାରେ ଓଷ୍ଟା ପକ୍ଷରୁ ଛଅ ଜଣିଆ ଟିମ୍ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ ଗଣଶିକ୍ଷା ସଚିବ ଆଶ୍ୱସ୍ତି ଏସ୍‌., ଅତିରିକ୍ତ ଶାସନ ସଚିବ, ଗଣଶିକ୍ଷା ନିର୍ଦ୍ଦେଶକ ଭାଗ ନେଇଥିଲେ । ଏହା ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ତତ୍ତ୍ୱାବଧାନରେ ସଂପାଦନ ହୋଇଥିଲା। ଆଲୋଚନା ସକରାତ୍ମକ ଥିଲା। ସରକାର ଓଷ୍ଟାର ଦାବିପ୍ରତି ଦୃଷ୍ଟି ନିକ୍ଷେପ କରି ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ…

Read More

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ। ଏହାସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟର ଉନ୍ମୋଚନ ସହ ୪୨ଟି ଡାକଘର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର – ଦର୍ଶନ ନଗର – ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ। ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ। ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Read More

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଆଭାସୀ (ଭିଡିଓ କନଫରେନସିଂ) ମାଧ୍ୟମରେ ଡାକ ବିଭାଗର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ଅପରାହ୍ନ 02 ଘ. 30 ମି. ସମୟରେ ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ସ୍ମରଣୀୟ ଡାକ ଷ୍ଟାମ୍ପ ଉନ୍ମୋଚନ କରିବେ। ସେହିଭଳି ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଡିଭିଜନର 42 ଟି ଶାଖା ପୋଷ୍ଟ ଅଫିସ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯିବ। ଶ୍ରୀ…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି କହିଛନ୍ତି। “ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ତେଣୁ ଏହା ସହିତ ତାଳ ଦେଇ ଆମକୁ ଆମର ସାମାଜିକ ଓ ଅର୍ଥନୈତିକ ଧାରାକୁ ସମୃଦ୍ଧ କରିବାକୁ ହେବ। ଭବିଷ୍ୟତ ଲାଗି ଆମ ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ସମ୍ମିଳନୀ ଆମକୁ ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ଭବିଷ୍ୟତ ଲାଗି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି ଏବଂ ଯୁବପିଢ଼ିଙ୍କ ଲାଗି ନୂତନ ଓ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହେବ”, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ନବମ ପର୍ଯ୍ୟାୟ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ନବମ ପର୍ଯ୍ୟାୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଦେବଗଡ଼ ଓ ଅନୁଗୋଳର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ଆଜ୍‌ମେର ଓ ପୁଷ୍କର ଯାତ୍ରା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟର ପ୍ରାୟ ୨୮ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ।…

Read More

ମେଷ:– ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି…

Read More

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାର ଚେଙ୍ଗିଝରଣ ଓ ବିରିଙ୍ଗଝର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ଗାଁରେ ସଚେତନତା ବାହନ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ। ସଂକଳ୍ପ ଯାତ୍ରା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ରେ ମଧ୍ୟ ବିକଶିତ…

Read More

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ ଲୋକସଭା ନିର୍ବାଚନରେ ସେ ଏଠାରୁ ନିର୍ବାଚନ ହାରିଥିଲେ। ଏଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଆଗରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସୋମବାର (୧୯ ଫେବୃଆରୀ ୨୦୨୪) ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ରହିଛି। ନ୍ୟାୟ ଯାତ୍ରା ଆଜି ଅପରାହ୍ନ ୪ଟାରେ ଆମେଠିରେ ପହଞ୍ଚିବ। ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ରେ ସେ ଏଠାରୁ ଲୋକସଭା ନିର୍ବାଚନ ହାରିଥିଲେ। ତେବେ ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ରାହୁଲ ପ୍ରଚାର ପାଇଁ ଆମେଠିରେ ପହଞ୍ଚିଥିଲେ। ଏହା ପୂର୍ବରୁ ପ୍ରତାପଗଡ଼ରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ। ସେ ଦାବି କରିଛନ୍ତି ଯେ ନିକଟରେ ସେ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିବାବେଳେ ପୋଲିସ ଦ୍ୱାରା ସମସ୍ତ ମୋବାଇଲ ଫୋନ ଛଡ଼ାଇ ନିଆଯାଇଥିଲା। ଶିବ ମନ୍ଦିର ଭିତରେ…

Read More

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଅସଲି ଏନସିପି ଲଢେଇ ସମ୍ପର୍କରେ ଶରଦ ପାୱାରଙ୍କୁ ଆଶ୍ଵସ୍ତି ମିଳିନାହିଁ। ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିବାର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତେବେ ଏହି ମାମଲାରେ ଶରଦ ପାୱାରଙ୍କ ଆବେଦନକୁ ଯାଞ୍ଚ କରିବାକୁ ପ୍ରସ୍ତୁତ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଅଜିତ ପାୱାର ଏବଂ ନିର୍ବାଚନ ଆୟୋଗଙ୍କୁ କୋର୍ଟ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ଏହାର ଉତ୍ତର ମାଗିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ। ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଶରଦ ପାୱାର ତାଙ୍କ ରାଜନୈତିକ ଦଳ ପାଇଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ନାମ ବ୍ୟବହାର କରିବେ। ଯଦି ପାୱାର ତାଙ୍କ ଦଳ ଏନସିପି ଶରଦ ଚନ୍ଦ୍ର ପାୱାରଙ୍କ ପାଇଁ ନିର୍ବାଚନ ଆୟୋଗଙ୍କଠାରୁ ଏକ ଚିହ୍ନ ଦାବି କରନ୍ତି, ତେବେ ନିର୍ବାଚନ ଆୟୋଗ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଫେବୃଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଚତୁର୍ଥ ଶିଳାନ୍ୟାସ ସମାରୋହରେ ସେ ସମଗ୍ର ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଆଇଟି ଓ ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ହାଉସିଂ ଆଣ୍ଡ ରିଅଲ୍ ଇଷ୍ଟେଟ୍, ଆତିଥ୍ୟ ଓ ମନୋରଞ୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ରହିଛି। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ସଂଗଠନ ବିକଶିତ ଉତ୍ତରପ୍ରଦେଶର ବିକାଶ ମାଧ୍ୟମରେ ବିକଶିତ ଭାରତର ସଂକଳ୍ପ ଦିଗରେ ଏକ ପଦକ୍ଷେପ। ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ୪୦୦ ରୁ ଅଧିକ ନିର୍ବାଚନ ମଣ୍ଡଳୀର ଲକ୍ଷ ଲକ୍ଷ ଲୋକଙ୍କ ଉପସ୍ଥିତିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ସ୍ୱାଗତ…

Read More

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଆଭାସୀ (ଭିଡିଓ କନଫରେନସିଂ) ମାଧ୍ୟମରେ ଡାକ ବିଭାଗର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ଅପରାହ୍ନ 02 ଘ. 30 ମି. ସମୟରେ ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ସ୍ମରଣୀୟ ଡାକ ଷ୍ଟାମ୍ପ ଉନ୍ମୋଚନ କରିବେ। ସେହିଭଳି ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଡିଭିଜନର 42 ଟି ଶାଖା ପୋଷ୍ଟ ଅଫିସ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯିବ। ଶ୍ରୀ…

Read More

ନୂଆଦିଲ୍ଲୀ: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲ୍ଲାରେ ଭୂସ୍ଖଳନ ହେତୁ ପ୍ରାୟ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା ଜାନ ଏହି ଘଟଣା ସମ୍ପର୍କରେ ଦେଇ କହିଛନ୍ତି ଯେ, ପ୍ରବଳ ବର୍ଷା ହେତୁ ନୁରଗାରାମ ଜିଲ୍ଲାର ନକରାହ ଗ୍ରାମରେ ଅପାହାଡ ଧସିଯାଇଛି। ଏହା ଯୋଗୁଁ ଜନସାଧାରଣଙ୍କ ବ୍ୟାପକ ଧନହାନି ହୋଇଛି। ପ୍ରାୟ ୧୫ ରୁ ୨୦ ଘର ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି।

Read More

ନୂଆଦିଲ୍ଲୀ: ରାଜସ୍ଥାନରୁ ସୋନିଆ ଗାନ୍ଧି ରାଜ୍ୟସଭା ପ୍ରାର୍ଥୀ ହେବା ପରେ କଂଗ୍ରେସ ଦଳ ବିଧାୟକ ଓ ବରିଷ୍ଠ ନେତାଙ୍କୁ ବିଭାଜିତ କରିବାକୁ ଭୟ କରୁଛି। ବିଜେପି ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଛି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ଅଧା ଡଜନରୁ ଅଧିକ ବରିଷ୍ଠ ନେତା ଓ ବିଧାୟକ ଦିଲ୍ଲୀରେ ଡେରା ପକାଇଛନ୍ତି। ସିଡବ୍ଲ୍ୟୁସି ସଦସ୍ୟ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମହେନ୍ଦ୍ରଜିତ ସିଂହ ମାଲବ୍ୟ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ଗେହଲଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା କ୍ୟାବିନେଟ ମନ୍ତ୍ରୀ ଲାଲଚାନ୍ଦ କଟାରିଆ, ଉଦୟଲାଲ ଅଞ୍ଜନା ଏବଂ ରାଜେନ୍ଦ୍ର ଯାଦବଙ୍କ ସମେତ ୭ରୁ ଅଧିକ ବିଧାୟକ-ନେତା ଏବେ କଂଗ୍ରେସ ଛାଡ଼ିବା ନେଇ ଆଲୋଚନା କରୁଛନ୍ତି। ଏହି ଆନ୍ଦୋଳନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ହୃତ୍‍ସ୍ପନ୍ଦନକୁ ବଢ଼ାଇଦେଇଛି । କଂଗ୍ରେସ ବିଧାୟକଙ୍କ ବିଭାଜନ ସୋନିଆ ଗାନ୍ଧିଙ୍କ ରାଜ୍ୟସଭା ନିର୍ବାଚନରେ କିଛି ଫରକ ପକାଇବ…

Read More