Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇବର୍ଷ ପରେ ଆମେଠିରେ ରାହୁଲ ଗାନ୍ଧି
ଆଜିର ଖବର

ଦୁଇବର୍ଷ ପରେ ଆମେଠିରେ ରାହୁଲ ଗାନ୍ଧି

February 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ ଲୋକସଭା ନିର୍ବାଚନରେ ସେ ଏଠାରୁ ନିର୍ବାଚନ ହାରିଥିଲେ। ଏଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଆଗରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସୋମବାର (୧୯ ଫେବୃଆରୀ ୨୦୨୪) ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ରହିଛି। ନ୍ୟାୟ ଯାତ୍ରା ଆଜି ଅପରାହ୍ନ ୪ଟାରେ ଆମେଠିରେ ପହଞ୍ଚିବ। ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ରେ ସେ ଏଠାରୁ ଲୋକସଭା ନିର୍ବାଚନ ହାରିଥିଲେ।

ତେବେ ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ରାହୁଲ ପ୍ରଚାର ପାଇଁ ଆମେଠିରେ ପହଞ୍ଚିଥିଲେ। ଏହା ପୂର୍ବରୁ ପ୍ରତାପଗଡ଼ରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ। ସେ ଦାବି କରିଛନ୍ତି ଯେ ନିକଟରେ ସେ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିବାବେଳେ ପୋଲିସ ଦ୍ୱାରା ସମସ୍ତ ମୋବାଇଲ ଫୋନ ଛଡ଼ାଇ ନିଆଯାଇଥିଲା। ଶିବ ମନ୍ଦିର ଭିତରେ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ବିଜେପି ଚାହୁଁନାହିଁ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଆଜି ଆମେଠିର ବାବୁଗଞ୍ଜରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ରାହୁଲ ଗାନ୍ଧି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ଆମେଠିରେ ପହଞ୍ଚିଥିବାବେଳେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆମେଥିରେ ଉପସ୍ଥିତ ରହିବେ। ଇରାନୀ ଫେବ୍ରୁଆରି ୧୯ରୁ ୪ ଦିନିଆ ଆମେଥି ଗସ୍ତରେ ଯିବେ।

amethi bharat jodo nyaya yatra BJP Congress lokasabha election rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026
Latest News

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.