ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ବିଧାନ ସଭା ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣା ଗତକାଲି ସରକାରଙ୍କ ସହ ଆଲୋଚନା ପରେ ପ୍ରତୀକାତ୍ମକ ଭାବରେ ଜିଲ୍ଲାୱାରୀ ଧାରଣା ପାଳି ଚାଲୁ ରହିଛି। ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ମାଟ୍ରିକ୍ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ଓଷ୍ଟାର ନେତୃମଣ୍ଡଳୀଙ୍କ ସହ ଗତକାଲି ଆଲୋଚନା କରିଥିଲେ। ଆଲୋଚନା ସକରାତ୍ମକ ହେବା ପରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷାରେ ଓଷ୍ଟା ସମ୍ପୂର୍ଣ୍ଣ ସହଯୋଗ କରିଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ସୂଚନାଥାଉକି, ଗତକାଲି ଆଲୋଚନାରେ ସରକାର ଓଷ୍ଟାର ଦାବିପ୍ରତି ଦୃଷ୍ଟି ନିକ୍ଷେପ କରି ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ଯୋଗ୍ୟ ବିବେଚିତ…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁରେ ୩୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ ଏବଂ ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପଗୁଡିକ ଜଡିତ। ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଁ ନିଯୁକ୍ତି ଆଦେଶ ମଧ୍ୟ ବଣ୍ଟନ କରିଥିଲେ। ‘ବିକଶିତ ଭାରତ ବିକଶିତ ଜମ୍ମୁ’ କାର୍ଯ୍ୟକ୍ରମ ରେ ସେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। କିଶ୍ତୱାର ଜିଲ୍ଲାର ବୀଣା ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ସେ ଉଜ୍ଜ୍ୱଳା ଯୋଜନାର ଲାଭ ଉଠାଇଛନ୍ତି ଯାହା ତାଙ୍କ ଜୀବନକୁ ଉନ୍ନତ କରିଛି ଏବଂ ତାଙ୍କୁ ନିଜ ପାଇଁ ଏବଂ ତାଙ୍କ ପରିବାର ପାଇଁ ସମୟ ବାହାର କରିବାକୁ ଅନୁମତି ଦେଇଛି। ପୂର୍ବରୁ ସେ ଜଙ୍ଗଲରୁ ରୋଷେଇ ପାଇଁ…
ସମ୍ବଲପୁର: ଡାକ ଟିକେଟ୍ ଆମର ଅସ୍ମିତା, ଗୌରବ, ସ୍ୱାଭିମାନ, ସମ୍ମାନ ଓ ପରିଚୟର ପ୍ରତୀକ। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ ହୋଇଛି। ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନକୁ ମୋଦି ସରକାରରେ ଉଚିତ୍ ସମ୍ମାନ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ ଲେଖାଏଁ ଡାକ ଟିକଟ ଏବଂ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହାସହ ୫ ଜିଲ୍ଲାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ “ପ୍ରୟୋଗାତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ “ଶୀର୍ଷକ ଏକ ଦିବସୀୟ ଜାତୀୟ ସେମିନାର ଆଜି ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜାତୀୟ ସମ୍ପାନର ସଭାପତି ଡକ୍ଟର ଜୟନ୍ତୀ ସାମଲ ଓ ମୁଖ୍ୟ ଅତିଥି ତଥା ଆଲ୍ଲାହାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସୂର୍ଯ୍ୟକାନ୍ତ ମହାରଣା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ ପରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା। ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ପରେ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସମ୍ପାନର ବିଷୟ ସମ୍ପର୍କିତ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ସୂର୍ଯ୍ୟକାନ୍ତ ମହାରଣା କହିଲେ ଯେ ଦର୍ଶନଶାସ୍ତ୍ର ଆଜି କେବଳ ତତ୍ତ୍ୱ ହୋଇ ରହିନାହିଁ,ଏହା ମନୁଷ୍ୟଜୀବନର…
ଖୋର୍ଦ୍ଧା: ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ଼ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ। ବର୍ଷ ବର୍ଷ ଧରି ସେମାନେ ସେହି ଜମିରେ ରହୁଥିଲେ ମଧ୍ୟ ସେମାନଙ୍କ ର ଅଧିକାର ସେ ଜମିରେ ନ ଥିଲା। ଆଜି ଠାରୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି କ୍ରମେ ସେହି ଜମିର ମାଲିକ ସେହି ଦଖଲକାରୀ ମାନେ ହୋଇପାରିଛନ୍ତି। ଆଜି ଅପରାହ୍ନରେ ହାଭେଳି ପଡ଼ିଆରେ ଖୋର୍ଦ୍ଧା ଜିଲ୍ଲାରେ ପଟ୍ଟା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ଯୋଗ ଦେଇ ଲୋକ ଙ୍କ ଆବଶ୍ୟକତା ପୂରଣ ଓ ଅସୁବିଧା କୁ ଦୂର ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ ରେଢାଖୋଲ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଏକ ଡିଜାୟର କାରରୁ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୯ ଟା ସମୟରେ ରେଢାଖୋଲ ଥାନା କନ୍ଧରା ନିକଟରେ ରେଢାଖୋଲ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ବୌଦ୍ଧ ପଟୁ ଆସୁଥିବା ଏକ ଡିଜାୟର କାର୍ କୁ ଅଟକାଇଥିଲା। ଗାଡିକୁ ଖାନତଲାସି କରିବା ସମୟରେ କାର୍ ଭିତରୁ ୭୫ କେଜି ଗଞ୍ଜେଇ ଜବତ କରିବା ସହ ବରଗଡ ଜିଲ୍ଲା ସରେଇକେଲା ଥାନା ବୈତାଲଭଟା ଗ୍ରାମର ପରମାନନ୍ଦ ରବାନ୍ (୨୧)କୁ ଗିରଫ କରିଥିଲା। ଏହି ଗଞେଇ ବୌଦ୍ଧ ଜିଲ୍ଲାରୁ ଅନୁଗୋଳ ଚାଲାଣ ହେଉଥିବା ଅବକାରୀ ବିଭାଗ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି। ଏହି ଚଢଉରେ ରେଢାଖୋଲ ଅବକାରୀ ବିଭାଗର ଅଧିକାରୀ ଯାଦବ ପ୍ରଧାନଙ୍କ ସମେତ ଜଗନ୍ନାଥ…
ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ବହୁ ପ୍ରତୀକ୍ଷିତ ଜନ ଆକାଂକ୍ଷା ପୁରୀ-କୋଣାର୍କ ରେଳ ଲାଇନକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଅନୁମୋଦନ କରିଛନ୍ତି। ଏହି 32 କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ପାଇଁ 492 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ଏବଂ ପାଣ୍ଠି ଉପଲବ୍ଧ ଅଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରେଳ ଲାଇନ ନିର୍ମାଣ ପାଇଁ ଜମି ପାଇବା ପରେ ଏହି ପ୍ରକଳ୍ପ ପାଇଁ କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ପାଇଁ ମୋଟ 217 ଏକର ଜମି ଆବଶ୍ୟକ। ଜମି ଅଧିଗ୍ରହଣ କାର୍ଯ୍ୟ କ୍ଷେତ୍ରରେ ଶ୍ରୀ ବୈଷ୍ଣବ ରାଜ୍ୟ ସରକାରଙ୍କ ସହଯୋଗକୁ ଅନୁରୋଧ କରିଛନ୍ତି। ଏହି ଲାଇନ କାର୍ଯ୍ୟକ୍ଷମ ହେବା ପରେ ଏହା ଆଧ୍ୟାତ୍ମିକ, ଐତିହ୍ୟ ଏବଂ ଉପକୂଳ…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୨୯ କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଜମ୍ମୁରେ ସେ ଉପସ୍ଥିତ ଥିବା ବେଳେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ସମଗ୍ର ଭାରତ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡ଼ରେ ଦେଖିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ସାଂସଦ ବସନ୍ତ କୁମାର…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ବେଆଇନ ମାଟି ଚୋରାଚାଲାଣ ଅଭିଯୋଗରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତିନି ଗୋଟି ମାଟି ଟ୍ରାକ୍ଟର ଏବଂ ଗୋଟେ ଜେସିବି ଜବତ କରିଛି ପୋଲିସ। ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ଗତକାଲି ଶାମୁକା ପାହାଡ଼ ପାଦଦେଶରେ ବେଆଇନ ମାଟି ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ଖବର ପାଇ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତଦୁଇ ଗୋଟି ମାଟି ବୋଝେଇ ଟ୍ରାକ୍ଟର ଏବଂ ଗୋଟେ ଜେସିବି ଜବତ କରାଯାଇଥିଲା। ଅନୁରୂପ ଭାବେ ଜାତୀୟ ରାଜପଥରୁ ମଧ୍ୟ ଏକ ମାଟି ବୋଝେଇ ଟ୍ରାକ୍ଟର ଗତକାଲି ଜବତ କରାଯାଇଥିଲା। ତେବେ ଉକ୍ତ ଘଟଣାରେ ସମୁଦାୟ ତିନି ଗୋଟି ମାମଲା ରୁଜୁ ହେବା ସହ ଅଭିଯୁକ୍ତ ରମେଶ ଜେନା (୩୦), ପ୍ରଦୀପ ବେହେରା (୪୫), ରାଜକୁମାର ବେହେରା (୨୪) ଏବଂ ଦିଲ୍ଲୀପ ପଲାଇ (୨୪)ଙ୍କୁ ଗିରଫ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ଆରମ୍ଭ ହେବାକୁ ଥିବା ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀଗୃହରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ନିହାରେନ୍ଦ୍ର ପଣ୍ଡା, ସି ଡି ଓ ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ, ଡି ପି ଏଚ ଓ ଡ ରାକେଶ ସାହୁ, ଡି ଏମ ଓ ଡ ରଂଜନ ମିତ୍ର, ଏ ଡି ପି ଏଚ ଓ ଡ ମୋନୋ ମାଝୀ, ଡି ଆଇ ପି ଆର୍ ଓ ମନୋଜ ବେହେରା ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷା ବିଭାଗ, ସମନ୍ଵିତ ଶିଶୁ ବିକାଶ ବିଭାଗ, ପରିବହନ ବିଭାଗ, ସମାଜ ମଙ୍ଗଳ ବିଭାଗ,…
ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳ ଓ ଚ଼ିଲିକା ମଣ୍ଡଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ପ୍ରମୁଖ ମାନଙ୍କୁ ନେଇ “ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ” ଗଠିତ ହୋଇଯାଇଛି। ଆଞ୍ଚଳିକ ସ୍ତରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକର ସୁରକ୍ଷା ସହିତ ଜଗନ୍ନାଥ ଧର୍ମ,ଐତିହ୍ୟ, ସଂସ୍କୃତି, ଚ଼େତନାର ପ୍ରଚାର ପ୍ରସାରର ଲକ୍ଷ୍ୟ ରଖି କାଙ୍କଣ ଶିଖରୀ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁଙ୍କ ଆବାହକତ୍ଵରେ ଏବଂ ଭାଟପଡ଼ାଗଡ଼ ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସଭାପତିତ୍ବରେ ଗଡ଼ଠାକୁରଦଧିବାମନଜୀଉଙ୍କ ମନ୍ଦିର ନିକଟରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ଉଭୟ ମଣ୍ଡଳରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରମୁଖମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରର ବିଭିନ୍ନ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକର…
ନୂଆଦିଲ୍ଲୀ: ଅନ୍ ଲାଇନ୍ ପୋର୍ଟାଲ ଉପରେ ସରକାରଙ୍କ ପକ୍ଷରୁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ସମୟ ସମୟରେ ସରକାର ଅନେକ ନୂଆ ୱେବସାଇଟ୍ ଓ ପୋର୍ଟାଲ ଆଣୁଛନ୍ତି। ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି। ଏବେ ମନ୍ତ୍ରାଳୟ ପକ୍ଷରୁ ଚଳିତ ସପ୍ତାହରେ ୪ଟି ଅନଲାଇନ୍ ପୋର୍ଟାଲ ଆରମ୍ଭ କରାଯିବ। ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଭିଡିଓ ଓ ସୂଚନା ପ୍ରଦାନ କରାଯିବ। ଏହା ପ୍ରଥମ ଥର ନୁହେଁ ଯେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାଇବର ଅପରାଧ ରୋକିବାଠାରୁ ଆରମ୍ଭ କରି ସୂଚନା ଆଦାନପ୍ରଦାନ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଉଛି, ଏହା ସରକାରଙ୍କ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟୀକରଣ ଦେବ। ଦେଖିଲେ ଏହି…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ନିଶ୍ଚୟ କଖାରୁ ତରକାରୀ, ହଲୱା ଖାଇଥିବେ। କିନ୍ତୁ ଆପଣ କେବେ କଖାରୁ ରସ ପିଇଥିବାର ଦେଖିଛନ୍ତି କି? କଖାରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ଆପଣ ନିୟମିତ କଖାରୁ ରସ ପିଉଛନ୍ତି, ତେବେ ଆପଣ ନିଜ ପେଟର ଚର୍ବିକୁ ହ୍ରାସ କରିପାରିବେ। ଏହା ବ୍ୟତୀତ ଆପଣ ଅନେକ ରୋଗରୁ ମଧ୍ୟ ଦୂରେଇ ରହିବେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କଖାରୁ ଖାଇବାର ଲାଭ। ଓଜନ ହ୍ରାସ କରିବା: କଖାରୁରେ କମ୍ ପରିମାଣର କ୍ୟାଲୋରୀ ଥାଏ। ଏଥିରେ ଫାଇବର ଭରପୂର। ତେଣୁ ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ଏହା ବ୍ୟତୀତ କଖାରୁ ରସ ପିଇବା ଦ୍ୱାରା ଆପଣଙ୍କୁ ଅଧିକ ଖାଦ୍ୟ ଖାଇବାକୁ ମଧ୍ୟ ରୋକିଥାଏ। ଯେଉଁଥିପାଇଁ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ଭିଟାମିନ୍ ଡି ର ଏକ ଉତ୍ତମ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ହଳଦୀବାଡ ଗ୍ରାମର ଗୁରୁବାରିଆ ଡାକୁଆ ନାମକ ଜଣେ ବ୍ୟକ୍ତିକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ସେହି ଗ୍ରାମର ରଞ୍ଜନ ପ୍ରଧାନ, ସନ୍ୟାସୀ ଡାକୁଆ, ସନ୍ତୋଷ ଡାକୁଆ ରାଜୁ ପ୍ରଧାନ,ବିଭିଷଣ ପ୍ରଧାନ, ଭାଗ୍ୟ ଡାକୁଆ, ସୁଗ୍ରୀବ ଡାକୁଆ, ଶଙ୍କର ଡାକୁଆ, କୈଳାସ ଡାକୁଆ,ହରି ଡାକୁଆ ଓ ତ୍ରିନାଥ ଡାକୁଆ ପ୍ରମୁଖ ଙ୍କୁ ହତ୍ୟା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ମୃତ ଗୁରୁବାରିଆଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଅନେକ ଅଭିଯୋଗ ଥିଲା। ସେ ଅଞ୍ଚଳ ବାସିନ୍ଦାଙ୍କ ସହ ପ୍ରାୟ ଦିନରେ ଗଣ୍ଡଗୋଳ କରୁଥିଲେ। ଏହି କିଛି ଦିନ ତଳେ ଗ୍ରାମର ପ୍ରତାପ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କ ଅସୁସ୍ଥ କାରଣରୁ ମୃତ୍ୟୁ ହୋଇଥିଲା। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଗୁରୁବାରିଆ ଗୁଣି କରିବା ଯୋଗୁଁ ପ୍ରତାପ ମୃତ୍ୟୁ ହୋଇଛି ବୋଲି…
ଜୀବନଶୈଳୀ: ଖରାପ ଅଭ୍ୟାସ ଏବଂ ଖରାପ ଗୁଣ ପୁରୁଷ କିମ୍ବା ମହିଳାଙ୍କଠାରେ ରହିବା ଉଚିତ୍ ନୁହେଁ। କିନ୍ତୁ ହିନ୍ଦୁ ଧାର୍ମିକ ଶାସ୍ତ୍ରରେ ମହିଳାମାନଙ୍କର ଦେବୀ ମାନ୍ୟତା ରହିଛି ଏବଂ ମହିଳାମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ସେଥିପାଇଁ କୁହାଯାଏ ଯେ ଯେଉଁ ଘରେ ମହିଳାମାନେ ଖୁସି ରୁହନ୍ତି, ଦେବୀ ଲକ୍ଷ୍ମୀ ସର୍ବଦା ସେଠାରେ ରୁହନ୍ତି। କିନ୍ତୁ ମହିଳାଙ୍କ ଖରାପ ଅଭ୍ୟାସ ହେତୁ ଘର ନଷ୍ଟ ହେବାକୁ ଅଧିକ ସମୟ ଲାଗେ ନାହିଁ। ହିନ୍ଦୁ ଧର୍ମରେ ମହିଳାମାନଙ୍କର ଏପରି କିଛି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି, ଯାହା ଫଳରେ ଦାରିଦ୍ର୍ୟ ସୃଷ୍ଟି ହୁଏ ଏବଂ ଯେଉଁ ଘରେ ଏପରି ଖରାପ କାମ କରୁଥିବା ମହିଳା ବାସ କରନ୍ତି, ଦେବୀ ଲକ୍ଷ୍ମୀ ଦୀର୍ଘ ସମୟ ପର୍ଯ୍ୟନ୍ତ ରହନ୍ତି ନାହିଁ ଏବଂ ଅଲକ୍ଷଣି ବାସ କରିବାକୁ ଆସନ୍ତି। ଏହା ବ୍ୟତୀତ ମହିଳାମାନଙ୍କର ଏପରି ଅଭ୍ୟାସ ପରିବାରର ଅବନତି ଘଟାଇଥାଏ। ତେଣୁ, ସେହି ଖରାପ ଅଭ୍ୟାସଗୁଡ଼ିକ କ’ଣ ଜାଣନ୍ତୁ ଯାହା…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଚଣ୍ଡିଗଡ଼ ମେୟର ନିର୍ବାଚନ ସମ୍ପର୍କରେ ଶୁଣାଣି କରିଥିଲେ ଏବଂ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ କଡ଼ା ନିନ୍ଦା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଏହି ମାମଲାରେ କୋର୍ଟର ଅବମାନନା କରାଯାଇଛି। ଏହି ନିର୍ବାଚନକୁ ନେଇ କୋର୍ଟରେ ସମ୍ପୂର୍ଣ୍ଣ ପରିସ୍ଥିତି ବଦଳିଛି। ସମସ୍ତ ୮ ଅବୈଧ ଭୋଟ୍ ବୈଧ ବୋଲି କୋର୍ଟ ଘୋଷଣା କରିଛନ୍ତି। ଏହା ପରେ ପୁନର୍ବାର ଭୋଟ୍ ଗଣତି ହେବ। ମେୟର ନିର୍ବାଚନରେ ଏହି ଭୋଟର ପୁନଃ ଗଣନା ପରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେୟର ପଦବୀ ପାଇଁ ଦୌଡରେ ସ୍ପଷ୍ଟ ବିଜୟ ହାସଲ କରିବେ। କୌଣସି ଠୋସ୍ କାରଣ ବିନା ଏହି ୮ ଭୋଟ୍ ଖାରିଜ କରାଯାଇଥିଲା।
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସହିତ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମ୍ପର୍କ ଶେଷ ହୋଇଛି। ସାଧାରଣ ସମ୍ପାଦକ ପଦ ଛାଡିବା ପରେ ବର୍ତ୍ତମାନ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଏମଏଲସି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଅଖିଳେଶ ଯାଦବଙ୍କୁ ଲେଖାଯାଇଥିବା ଚିଠିରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିକୁ କଡା ଆକ୍ରମଣ କରିଛନ୍ତି। ଅଖିଳେଶ ଯାଦବଙ୍କୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି ଯେ, “ମୁଁ ଆପଣଙ୍କ ନେତୃତ୍ୱରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣରେ କାମ କରିବାର ସୁଯୋଗ ପାଇଲି। କିନ୍ତୁ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ଆଲୋଚନା ଏବଂ ଫେବୃଆରୀ ୧୩ ତାରିଖରେ ପଠାଯାଇଥିବା ଚିଠି ଉପରେ କୌଣସି ପ୍ରକାରର ଆଲୋଚନା ଆରମ୍ଭ ନକରିବାରୁ ମୁଁ ମଧ୍ୟ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛି।” ବାସ୍ତବରେ ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଫେବୃଆରୀ ୧୩ ତାରିଖରେ ଜାତୀୟ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଳକ ଚୁଢିଆଲାଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ ଗୋଟିଏ ଘରୁ ମାଁ ଓ ପୁଅର ମୃତ ଦେହ ଉଦ୍ଧାର କରିଛି। ଜରଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଁ ଦାଲି ନିଲାବେଣୀ ଓ ପୁଅ ଦାଲୀ ରିତିକର ମୃତ ଦେହ ଉଦ୍ଧାରଥିଲା। ନୀଲାବେଣୀର ଶାଶୁ ଙ୍କ ଠାରୁ ଅଭିଯୋଗ ପାଇ ଚିକିଟି ଏସ୍ ଡି ପି ଓ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ ସନ୍ଧାନୀ କୁକୁର ଓ ସାଈଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଚିକିଟି ତହସିଲଦାର ବଳଦେବ ବେହେରାଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଯାଇଥିଲା ଘଟଣାକୁ ନେଇ ଜରଡା ଥାନାରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଦେଶରେ ଚାକିରିର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଯୁବକଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଠାରୁ ପ୍ରକାଶ ଯେ, ଗିରଫ ଯୁବକ ମାନେ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାରୀସିଂ ଗ୍ରାମର ମୋହନ ରେଡି, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପି ସିମାଞ୍ଚଳମ୍ ଓ ଟି ଦିଲେଶ୍ଵର ରାଓ ଓ ଏହି ୩ ଯୁବକ କେନିୟାରେ ମାସିକ ୫୦ ହଜାର ଟଙ୍କା ଦରମାର ଚାକିରି ଲୋଭ ଦେଖାଇ ବିଭିନ୍ନ ବେକାର ଯୁବକ ମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଅଞ୍ଚଳର ପ୍ରଭାତ କୁମାର ଦଳେଇଙ୍କ ଠାରୁ ଅଭିଯୋଗ ପାଇ ବିଭିନ୍ନ ଉପାୟରେ ଅନୁସନ୍ଧାନ ଚଳାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିବା…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି। ଉଦ୍ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ୧୦୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫ ମହଲା ବଶିଷ୍ଟ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର, ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ ନୃସିଂହନାଥ ପୀଠ ପ୍ରମୁଖ ରହିଛି। ସୋହେଲା-ନୂଆପଡା ବିଜୁ ଏକ୍ସପ୍ରେସ…
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ଦ୍ୱାରା ମରାଠା ସଂରକ୍ଷଣ ବିଲ୍ କୁ ଅନୁମୋଦନ ମିଳିଛି। ଏହି ବିଲରେ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଏହା ଓବିସି ଭାଇ ହେଉ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟ … ଆମେ କାହାର ସଂରକ୍ଷଣରେ ଅନ୍ୟାୟ ନକରି ମରାଠା ସମ୍ପ୍ରଦାୟ ପାଇଁ ଶିକ୍ଷାଗତ ତଥା ଚାକିରି ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ।

