ବିଦେଶରେ ଚାକିରିର ଲୋଭ ଦେଖାଇ ଠକେଇ ଅଭିଯୋଗ: ୩ ଗିରଫ

Published: Feb 20, 2024, 3:10 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଦେଶରେ ଚାକିରିର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଯୁବକଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଠାରୁ ପ୍ରକାଶ ଯେ, ଗିରଫ ଯୁବକ ମାନେ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାରୀସିଂ ଗ୍ରାମର ମୋହନ ରେଡି, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପି ସିମାଞ୍ଚଳମ୍ ଓ ଟି ଦିଲେଶ୍ଵର ରାଓ ଓ ଏହି ୩ ଯୁବକ କେନିୟାରେ ମାସିକ ୫୦ ହଜାର ଟଙ୍କା ଦରମାର ଚାକିରି ଲୋଭ ଦେଖାଇ ବିଭିନ୍ନ ବେକାର ଯୁବକ ମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଅଞ୍ଚଳର ପ୍ରଭାତ କୁମାର ଦଳେଇଙ୍କ ଠାରୁ ଅଭିଯୋଗ ପାଇ ବିଭିନ୍ନ ଉପାୟରେ ଅନୁସନ୍ଧାନ ଚଳାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିବା ପରେ ଏହି ଠକେଇ ସଂକ୍ରାନ୍ତରେ ରାଜି ହେଇଥିଲେ।

ତଦନ୍ତ ବେଳେ ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୯୨ ଟି ପାସପୋର୍ଟ ଓ ୨୦ଟି ପର୍ଯ୍ୟଟକ ଭିସା ଜବତ୍ କରିଛନ୍ତି ଓ ଅଭିଯୋଗକାରୀ ପ୍ରଭାତ ଠାରୁ ଅଭିଯୋଗ ଗ୍ରହଣ କରି କେଶ୍ ନଂ ୩୪/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ଚଳାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Related posts