Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦେଶରେ ଚାକିରିର ଲୋଭ ଦେଖାଇ ଠକେଇ ଅଭିଯୋଗ: ୩ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଦେଶରେ ଚାକିରିର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଯୁବକଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଠାରୁ ପ୍ରକାଶ ଯେ, ଗିରଫ ଯୁବକ ମାନେ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାରୀସିଂ ଗ୍ରାମର ମୋହନ ରେଡି, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପି ସିମାଞ୍ଚଳମ୍ ଓ ଟି ଦିଲେଶ୍ଵର ରାଓ ଓ ଏହି ୩ ଯୁବକ କେନିୟାରେ ମାସିକ ୫୦ ହଜାର ଟଙ୍କା ଦରମାର ଚାକିରି ଲୋଭ ଦେଖାଇ ବିଭିନ୍ନ ବେକାର ଯୁବକ ମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଅଞ୍ଚଳର ପ୍ରଭାତ କୁମାର ଦଳେଇଙ୍କ ଠାରୁ ଅଭିଯୋଗ ପାଇ ବିଭିନ୍ନ ଉପାୟରେ ଅନୁସନ୍ଧାନ ଚଳାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିବା ପରେ ଏହି ଠକେଇ ସଂକ୍ରାନ୍ତରେ ରାଜି ହେଇଥିଲେ।

ତଦନ୍ତ ବେଳେ ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୯୨ ଟି ପାସପୋର୍ଟ ଓ ୨୦ଟି ପର୍ଯ୍ୟଟକ ଭିସା ଜବତ୍ କରିଛନ୍ତି ଓ ଅଭିଯୋଗକାରୀ ପ୍ରଭାତ ଠାରୁ ଅଭିଯୋଗ ଗ୍ରହଣ କରି କେଶ୍ ନଂ ୩୪/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ଚଳାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଞ୍ଚଳିକ

ବ୍ରହ୍ମପୁର ମହିଳା ପୋଲିସ ଜଣଙ୍କୁ ଯୌତୁକ ନିର୍ଯ୍ୟାତନା ମାମଲରେ କଲେ ଗିରଫ

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଆଙ୍କୁଲି କାର୍ଜୀ ସାହିର ଟୁଲୁ ନାହାକ ନାମରେ ଜଣେ ଯୁବକ କୁ ମହିଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ଟୁଲୁ ରାଜେଶ୍ଵରୀ ନାମ୍ନୀ ଜଣେ ଝିଅକୁ ଗତ ୨୦୧୫ ମସିହାରେ ବାହା ହୋଇଥିଲେ ଓ ଉଭୟଙ୍କର ଏକ ୮ ବର୍ଷର ପୁଅ ଅଛି।

କିନ୍ତୁ ଟୁଲୁ କୌଣସି କାରଣ ବଶତଃ ପତ୍ନୀ ସହିତ ପ୍ରାୟ ଗଣ୍ଡଗୋଳ କରିବା ସହ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ମାରଣାନ୍ତକ ଆକ୍ରମଣ କରିଥିଲା। ଯାହା ଫଳରେ ପତ୍ନୀ ରାଜେଶ୍ଵରୀ ମହିଳା ଥାନା ରେ ଅଭିଯୋଗ କରିବା ପରେ ମହିଳା ଥାନା ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୧୯/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ଟୁଲୁ କୁ ଦଫା ୪୯୮.୩୦୭ ଓ ୫୦୬ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇଟି ହରିଣ ସିଙ୍ଘ ସହ ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି କଙ୍କିଆ ଟାମଣା ଜଙ୍ଗଲରେ ଚଢ଼ାଉ କରି ଦୁଇଟି ହରିଣ ସିଙ୍ଘ ସହ ଦୁଇଟି ଦେଶୀ ବନ୍ଧୁକ ଗୋଳନ୍ଥରା ପୋଲିସ ଜବତ କରିଛି। ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୋଳନ୍ଥରା ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଅନ୍ୟ କର୍ମଚାରୀଙ୍କ ସହ ଟାମଣା ଜଙ୍ଗଲରେ ଚଢ଼ାଉ କରିଥିଲେ।

ବନ୍ୟ ଜନ୍ତୁ କାରବାରରେ  ଲିପ୍ତଥିବା ୪ ଜଣ ବ୍ୟକ୍ତି ଯଥା ପୁର୍ଣ୍ଣ ଗୌଡ଼, ବୃନ୍ଦାବନ ମଲିକ, ସନ୍ତୋଷ ପ୍ରଧାନ ଓ ଭାଲିଆ ପ୍ରଧାନକୁ ଘଟଣାସ୍ଥଳରୁ କାବୁ କରି ଜେରା କରିଥିଲେ। ତାପରେ ପୋଲିସ ଉକ୍ତ ସ୍ଥାନରୁ ଦୁଇଟି ହାତ ତିଆରି ବନ୍ଧୁକ, ଦୁଇଟି ହରିଣ ଶିଙ୍ଗ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଗୁଳି ଜବତ କରିଛନ୍ତି। ଅଟକ ଅଭିଯୁକ୍ତ ମାନଙ୍କୁ ବେଆଇନ ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ର କାରବାର କରୁଥିବା ଦଫାରେ ଗିରଫ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ଗାଡ଼ିକୁ ଉଦ୍ଧାର କରି ମାଲିକଙ୍କୁ ଫେରସ୍ତ କଲା ବ୍ରହ୍ମପୁର ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବିଭିନ୍ନ ଥାନା ଯଥା ଗୋଷାଣୀ ନୁଆ ଗାଁ, ଗୋପାଳପୁର ଓ ବୈଦ୍ୟନାଥ ପୁର ଥାନା ଅଞ୍ଚଳରେ ମୋଟରସାଇକେଲ ଚୋରି ହେଉଥିବା ଅଭିଯୋଗ ପାଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଗୁରୁତର ସହ ଚିନ୍ତା କରି ଏକ ଟିମ୍ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାହା ଫଳରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୮ ଜଣ ମୋଟରସାଇକେଲ ଚୋର କୁ ଗିରଫ କରି କିଛି ମୋଟରସାଇକେଲ ଜବତ କରିଛନ୍ତି ଓ ଏହା ମଧ୍ୟରୁ ୧୬ ଜଣ ଗାଡ଼ି ମାଲିକଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ମାଲିକାନାର ପ୍ରମାଣ ରଖି ଗାଡ଼ି ଫେରାଇଛନ୍ତି। ଏଥିପାଇଁ ଗାଡ଼ି ମାଲିକମାନେ ବ୍ରହ୍ମପୁର ଏସ୍ ପି ଓ ବିଭିନ୍ନ ଥାନା କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇବା ସହ ପୋଲିସ ପ୍ରଶାସନ ର ଉପଯୁକ୍ତ ପଦକ୍ଷେପ ଯୋଗୁଁ ଆମେ ଆମର ଗାଡ଼ି ପାଲୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଉକ୍ତ ଥାନା ମାନଙ୍କରେ ଗାଡ଼ି ଚୋରି ଅଭିଯୋଗ କୁ ଭିତ୍ତି କରି ବ୍ରହ୍ମପୁର ଏସ୍ ପି ଗାଡ଼ି ଚୋରି ରାକେଟ କୁ ଠାବ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରିଥିଲେ। ଯ’ଦ୍ଵାରା ଉକ୍ତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଏସ୍ ପ୍ରସାଦ ପାତ୍ର,ସୁମନ୍ତ ନାୟକ, ସନ୍ତୋଷ ନିମାଇଁ, ଶିବଶଙ୍କର ସାବତ ସମୀର ବିଷୋୟୀ ସମେତ ଜଣେ ନାବାଳକ କୁ ଗିରଫ କରି ଅନୁସନ୍ଧାନ କରିବା ଫଳରେ ଏକକାଳୀନ ୧୬ ଟି ମୋଟରସାଇକେଲ ମିଳିଥିଲା, ଏତଦବ୍ୟତୀତ ଚୋରି ଗାଡ଼ି କାରବାର କରୁଥିବା ଦୁଇ ଜଣ ବ୍ୟବସାୟୀ କୁ ଧରି ମୋଟ ୮ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ରାକେଟ ରେ ଆହୁରି ଅଧିକ ସଦସ୍ୟ ଥିବା ଅନୁମାନ କରାଯାଉଛି ଓ ଅତି ଶିଘ୍ର ସେମାନଙ୍କୁ ଧରିବା ପାଇଁ ଆମ କର୍ମଚାରୀ ଆକ୍ରାନ୍ତ ପରିଶ୍ରମ ଜାରି ରଖିଛନ୍ତି ବୋଲି ଏସ୍ ପି ଡଃ ସର୍ବଣା ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୈଦ୍ୟନାଥ ପୁର,ଗୋଳନ୍ଥରା ଓ ଗୋଷାଣୀ ନୁଆ ନୁଆ ଗାଁ ଥାନା ଅଧିକାରୀ ଗଣ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ପୋଲିସ ଦ୍ବାରା ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ ଠାବ ଓ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରମେଶ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ମାସ ହେଲା ତାଲା ପଡ଼ିଥିବା ଘରୁ ଚୋରି, ରାହାଜାନୀ, ଛିନତାଇ ଓ ଲୁଟପାଟ୍ କାର୍ଯ୍ୟ ପାଇଁ ସହରବାସୀ ଅତିଷ୍ଠ ଓ ଚିନ୍ତାଗ୍ରସ୍ତ ଥିଲା ବେଳେ ବ୍ରହ୍ମପୁର ଏସ୍ ପି ଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ଚୋରି ଓ ରାହାଜାନୀ କରୁଥିବା କିଛି ଅସାମାଜିକ ଯୁବକଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।

ଗତ ଦୁଇ ଦିନ ତଳେ ୬ ଯୁବକ ହତ୍ୟା କରିବା ପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଗତକାଲି ଠୀକ ସେହି ଭଳି ଯାନବାହାନ ଯାଞ୍ଚ କରିବା ବେଳେ ୩ ଜଣ ଆନ୍ତଃ ରାଜ୍ୟ ଲୁଟେରା (ବିହାରୀ ଯୁବକ)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ତିନିଜଣ ଯୁବକ ଗତ ଦୁଇ ମାସ ହେଲା ସହର ରେ ବିଭିନ୍ନ ସ୍ଥାନରେ ସାଧାରଣ ନୀରିହ ଲୋକ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିଲା ବେଳେ ଲକ୍ଷ ଲକ୍ଷ ଟଙ୍କା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି।

ପ୍ରକାଶ ଥାଉକି ଗତ ଏକ ମାସ ପୁର୍ବେ ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲୀ ଗ୍ରାମ ର ବ୍ରୁଦ୍ଧ ଦମ୍ପତି ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ରୁ ଟଙ୍କା ଉଠାଇ ଘରକୁ ଗଲା ବେଳେ ବାଟରେ ତାଙ୍କର ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ। ଯାହାର ପରିମାଣ ୪ ଲକ୍ଷ ଟଙ୍କାରୁ ଅଧିକ ବୋଲି ଅଭିଯୋଗ ହୋଇଥିଲା।

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କା ନଗଦ,୫ ଟି ମୋବାଇଲ ଫୋନ, ୩ ଟି ମୋଟରସାଇକେଲ, କିଛି ଡିକି ଭାଙ୍ଗିବା ଯନ୍ତ୍ରପାତି, ଜାଲ୍ ଆଧାର କାର୍ଡ, ଜାଲ୍ ଗାଡ଼ି ଲାଇସେନ୍ସ ଓ ପ୍ରମାଣପତ୍ର ସହ କିଛି ନମ୍ବର ପ୍ଲେଟ୍ ଜବତ କରିଛନ୍ତି।

ପ୍ରକାଶ ଥାଉକି ଗିରଫ ଅଭିଯୁକ୍ତ ମାନଙ୍କୁ ବିରୋଧରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୪ ଟି ରାଜ୍ୟର ପୋଲିସ ବହୁତ ମକଦ୍ଦମାରେ ପୋଲିସ ଖୋଜୁଛନ୍ତି। ଗିରଫ ଅଭିଯୁକ୍ତମାନେ ବିହାର କୋଟିହାର ଜିଲ୍ଲାର ରାଜା ଯାଦବ, ମନୀଷ ଯାଦବ ଓ ସନ୍ତୋଷ କୁମାର ନାଟ। ଏହି ଅଭିଯୁକ୍ତ ମାନଙ୍କୁ ଜେରା କରିବା ଦ୍ଵାରା ଆହୁରି ଅନେକ ଅପରାଧୀ ଙ୍କ ସନ୍ଧାନ ମିଳିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା, ବନ୍ଧୁକ, ମାରଣାସ୍ତ୍ର ସହ ୬ ଲୁଟେରା ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ବିଭିନ୍ନ ସ୍ଥାନରେ ଡକାୟତି ଓ ରାହାଜାନୀ କରୁଥିବା ୬ ଜଣ ଲୁଟେରାକୁ ପୋଲିସ କାବୁ କରିବା ସହ ଏମାନଙ୍କ ଠାରୁ ବୁଲେଟ୍ ମୋଟରସାଇକେଲ, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ବହୁତ ଗୁଡିଏ ମୋବାଇଲ ଜବତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେଲା ସହର ଉପକଣ୍ଠ ବିଭିନ୍ନ ସ୍ଥାନରେ ଉକ୍ତ ଲୁଟେରା ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକମାନଙ୍କଠାରୁ ନଗଦ ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ଇତ୍ୟାଦି ଲୁଟୁଥିବା ସଦର ଥାନା, ଗୋପାଳପୁର ଥାନା ଓ ଗୋଷାଣିନୁଆଁଗାଁ ଥାନାରେ ଅଭିଯୋଗ ହେଉଥିଲା। ତେଣୁ ବ୍ରହ୍ମପୁର ପୋଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଉକ୍ତ ଲୁଟେରାମାନଙ୍କୁ କାବୁ କରିବା ସହ ଉକ୍ତ ଜିନିଷ ସବୁ ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।