ଦୁଇଟି ହରିଣ ସିଙ୍ଘ ସହ ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

Published: Jan 6, 2024, 6:14 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି କଙ୍କିଆ ଟାମଣା ଜଙ୍ଗଲରେ ଚଢ଼ାଉ କରି ଦୁଇଟି ହରିଣ ସିଙ୍ଘ ସହ ଦୁଇଟି ଦେଶୀ ବନ୍ଧୁକ ଗୋଳନ୍ଥରା ପୋଲିସ ଜବତ କରିଛି। ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୋଳନ୍ଥରା ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଅନ୍ୟ କର୍ମଚାରୀଙ୍କ ସହ ଟାମଣା ଜଙ୍ଗଲରେ ଚଢ଼ାଉ କରିଥିଲେ।

ବନ୍ୟ ଜନ୍ତୁ କାରବାରରେ  ଲିପ୍ତଥିବା ୪ ଜଣ ବ୍ୟକ୍ତି ଯଥା ପୁର୍ଣ୍ଣ ଗୌଡ଼, ବୃନ୍ଦାବନ ମଲିକ, ସନ୍ତୋଷ ପ୍ରଧାନ ଓ ଭାଲିଆ ପ୍ରଧାନକୁ ଘଟଣାସ୍ଥଳରୁ କାବୁ କରି ଜେରା କରିଥିଲେ। ତାପରେ ପୋଲିସ ଉକ୍ତ ସ୍ଥାନରୁ ଦୁଇଟି ହାତ ତିଆରି ବନ୍ଧୁକ, ଦୁଇଟି ହରିଣ ଶିଙ୍ଗ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଗୁଳି ଜବତ କରିଛନ୍ତି। ଅଟକ ଅଭିଯୁକ୍ତ ମାନଙ୍କୁ ବେଆଇନ ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ର କାରବାର କରୁଥିବା ଦଫାରେ ଗିରଫ କରିଛନ୍ତି।

Related posts