ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା, ବନ୍ଧୁକ, ମାରଣାସ୍ତ୍ର ସହ ୬ ଲୁଟେରା ଗିରଫ

Published: May 15, 2023, 1:21 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ବିଭିନ୍ନ ସ୍ଥାନରେ ଡକାୟତି ଓ ରାହାଜାନୀ କରୁଥିବା ୬ ଜଣ ଲୁଟେରାକୁ ପୋଲିସ କାବୁ କରିବା ସହ ଏମାନଙ୍କ ଠାରୁ ବୁଲେଟ୍ ମୋଟରସାଇକେଲ, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ବହୁତ ଗୁଡିଏ ମୋବାଇଲ ଜବତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେଲା ସହର ଉପକଣ୍ଠ ବିଭିନ୍ନ ସ୍ଥାନରେ ଉକ୍ତ ଲୁଟେରା ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକମାନଙ୍କଠାରୁ ନଗଦ ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ଇତ୍ୟାଦି ଲୁଟୁଥିବା ସଦର ଥାନା, ଗୋପାଳପୁର ଥାନା ଓ ଗୋଷାଣିନୁଆଁଗାଁ ଥାନାରେ ଅଭିଯୋଗ ହେଉଥିଲା। ତେଣୁ ବ୍ରହ୍ମପୁର ପୋଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଉକ୍ତ ଲୁଟେରାମାନଙ୍କୁ କାବୁ କରିବା ସହ ଉକ୍ତ ଜିନିଷ ସବୁ ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Related posts