ବ୍ରହ୍ମପୁର ପୋଲିସ ଦ୍ବାରା ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ ଠାବ ଓ ଗିରଫ

Published: Jul 27, 2023, 3:42 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରମେଶ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ମାସ ହେଲା ତାଲା ପଡ଼ିଥିବା ଘରୁ ଚୋରି, ରାହାଜାନୀ, ଛିନତାଇ ଓ ଲୁଟପାଟ୍ କାର୍ଯ୍ୟ ପାଇଁ ସହରବାସୀ ଅତିଷ୍ଠ ଓ ଚିନ୍ତାଗ୍ରସ୍ତ ଥିଲା ବେଳେ ବ୍ରହ୍ମପୁର ଏସ୍ ପି ଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ଚୋରି ଓ ରାହାଜାନୀ କରୁଥିବା କିଛି ଅସାମାଜିକ ଯୁବକଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।

ଗତ ଦୁଇ ଦିନ ତଳେ ୬ ଯୁବକ ହତ୍ୟା କରିବା ପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଗତକାଲି ଠୀକ ସେହି ଭଳି ଯାନବାହାନ ଯାଞ୍ଚ କରିବା ବେଳେ ୩ ଜଣ ଆନ୍ତଃ ରାଜ୍ୟ ଲୁଟେରା (ବିହାରୀ ଯୁବକ)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ତିନିଜଣ ଯୁବକ ଗତ ଦୁଇ ମାସ ହେଲା ସହର ରେ ବିଭିନ୍ନ ସ୍ଥାନରେ ସାଧାରଣ ନୀରିହ ଲୋକ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିଲା ବେଳେ ଲକ୍ଷ ଲକ୍ଷ ଟଙ୍କା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି।

ପ୍ରକାଶ ଥାଉକି ଗତ ଏକ ମାସ ପୁର୍ବେ ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲୀ ଗ୍ରାମ ର ବ୍ରୁଦ୍ଧ ଦମ୍ପତି ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ରୁ ଟଙ୍କା ଉଠାଇ ଘରକୁ ଗଲା ବେଳେ ବାଟରେ ତାଙ୍କର ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ। ଯାହାର ପରିମାଣ ୪ ଲକ୍ଷ ଟଙ୍କାରୁ ଅଧିକ ବୋଲି ଅଭିଯୋଗ ହୋଇଥିଲା।

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କା ନଗଦ,୫ ଟି ମୋବାଇଲ ଫୋନ, ୩ ଟି ମୋଟରସାଇକେଲ, କିଛି ଡିକି ଭାଙ୍ଗିବା ଯନ୍ତ୍ରପାତି, ଜାଲ୍ ଆଧାର କାର୍ଡ, ଜାଲ୍ ଗାଡ଼ି ଲାଇସେନ୍ସ ଓ ପ୍ରମାଣପତ୍ର ସହ କିଛି ନମ୍ବର ପ୍ଲେଟ୍ ଜବତ କରିଛନ୍ତି।

ପ୍ରକାଶ ଥାଉକି ଗିରଫ ଅଭିଯୁକ୍ତ ମାନଙ୍କୁ ବିରୋଧରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୪ ଟି ରାଜ୍ୟର ପୋଲିସ ବହୁତ ମକଦ୍ଦମାରେ ପୋଲିସ ଖୋଜୁଛନ୍ତି। ଗିରଫ ଅଭିଯୁକ୍ତମାନେ ବିହାର କୋଟିହାର ଜିଲ୍ଲାର ରାଜା ଯାଦବ, ମନୀଷ ଯାଦବ ଓ ସନ୍ତୋଷ କୁମାର ନାଟ। ଏହି ଅଭିଯୁକ୍ତ ମାନଙ୍କୁ ଜେରା କରିବା ଦ୍ଵାରା ଆହୁରି ଅନେକ ଅପରାଧୀ ଙ୍କ ସନ୍ଧାନ ମିଳିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Related posts