୭୫ କେଜି ଗଞ୍ଜେଇ ସହ ଡିଜାୟର କାର୍ ଜବତ: ଜଣେ ଗିରଫ

Published: Feb 20, 2024, 8:10 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ରେଢାଖୋଲ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଏକ ଡିଜାୟର କାରରୁ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୯ ଟା ସମୟରେ ରେଢାଖୋଲ ଥାନା କନ୍ଧରା ନିକଟରେ ରେଢାଖୋଲ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ବୌଦ୍ଧ ପଟୁ ଆସୁଥିବା ଏକ ଡିଜାୟର କାର୍ କୁ ଅଟକାଇଥିଲା। ଗାଡିକୁ ଖାନତଲାସି କରିବା ସମୟରେ କାର୍ ଭିତରୁ ୭୫ କେଜି ଗଞ୍ଜେଇ ଜବତ କରିବା ସହ ବରଗଡ ଜିଲ୍ଲା ସରେଇକେଲା ଥାନା ବୈତାଲଭଟା ଗ୍ରାମର ପରମାନନ୍ଦ ରବାନ୍ (୨୧)କୁ ଗିରଫ କରିଥିଲା।

ଏହି ଗଞେଇ ବୌଦ୍ଧ ଜିଲ୍ଲାରୁ ଅନୁଗୋଳ ଚାଲାଣ ହେଉଥିବା ଅବକାରୀ ବିଭାଗ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି। ଏହି ଚଢଉରେ ରେଢାଖୋଲ ଅବକାରୀ ବିଭାଗର ଅଧିକାରୀ ଯାଦବ ପ୍ରଧାନଙ୍କ ସମେତ ଜଗନ୍ନାଥ ମୁଣ୍ଡା, ରାକେଶ ମହାନ୍ତି, ବଳଭଦ୍ର ବେହେରା, ଶାନ୍ତାନୁ ବେହେରା, ସୁବାସିନୀ ମାଝୀ ପ୍ରମୁଖ ସାମିଲ୍ ହୋଇଥିଲେ।

Related posts