Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା: କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ ହେଲେ ପ୍ରଥମ
ଆଜିର ଖବର

ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା: କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ ହେଲେ ପ୍ରଥମ

February 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଓଡ଼ିଶା ଜୋନ୍ ସ୍ଥିତ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଫେବୃଆରୀ ୧୯, ୨୦୨୪ରେ ମୋ ଭାରତ ବିକଶିତ ଭାରତ@୨୦୨୪ ଶୀର୍ଷକ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସାଂସଦ (ରାଜ୍ୟସଭା) ମୁଜିବୁଲ୍ଲା ଖାନ୍‍ ଯୋଗ ଦେଇଥିଲେ। ଜିଲ୍ଲାସ୍ତରରେ ଆୟୋଜିତ ସମସ୍ତ ୩୦ ଟି ଜିଲ୍ଲା ପ୍ରତିଯୋଗିତାରେ ଏହି ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାର ଜୁରି ସଦସ୍ୟ ଥିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗର ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ହିନ୍ଦୀ ବିଭାଗର ମୁଖ୍ୟ ଡ. ସ୍ନେହଲତା ଦାସ, ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଡ. ସ୍ମୃତି ରଞ୍ଜନ ଦାଶ ଏବଂ କିଟ୍ ଏନ୍ଏସ୍ଏସ୍ ବ୍ୟୁରୋର ସିଇସି ଓ ପିସିର ଉପନିର୍ଦେଶକ ଡ. କାଜଲ ପରାଶର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାଂସଦ ମୁଜିବୁଲ୍ଲା ଖାନ୍ ଙ୍କ ଠାରୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥ ପୁରସ୍କାର ପାଇଥିବା ପ୍ରଥମ ସ୍ଥାନରେ ଥିଲେ କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ। ୫୦ ହଜାର ଟଙ୍କା ନଗଦ ପୁରସ୍କାର ପାଇ ଦ୍ବିତୀୟ ସ୍ଥାନରେ ଥିଲେ ବାଲେଶ୍ୱରର  ଇଶାବୈଶାଖୀ ଗିରି। ଖୋର୍ଦ୍ଧା ଜିଲ୍ଲାର ଦେବାଶିଷ ପଣ୍ଡା ୨୫ ହଜାର ଟଙ୍କା ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଆଲିଶା ପ୍ରିୟଦର୍ଶିନୀ ଖଣ୍ଡୁଆଳ ମଧ୍ୟ ୨୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପାଇଥିଲେ।

କଳାହାଣ୍ଡି ଜିଲ୍ଲା କିଟ୍ ବିଶ୍ୱବିଦ୍ୟାଳୟ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.