ନୂଆଦିଲ୍ଲୀ: ଉତ୍ତରପ୍ରଦେଶ (ୟୁପି)ର ବାରଣାସୀସ୍ଥିତ ଜ୍ଞାନବାପି କମ୍ପ୍ଲେକ୍ସରେ ବଜୁଖାନା ସଫା କରାଯିବ। ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମୋଦନ ଦେଇଛନ୍ତି। ହିନ୍ଦୁ ପକ୍ଷଙ୍କ ଦାବି କ୍ରମେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେଠାରେ ସଫେଇ କାର୍ଯ୍ୟ ଜିଲ୍ଲାପାଳ (ଡିଏମ୍)ଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା। ଜାନୁଆରି ୩ତାରିଖରେ ସେ ଏହି ଆବେଦନର ଶୁଣାଣି ଖୁବ୍ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବଜୁଖାନାରେ ମାଛ ମରିବା ପରେ ଏହି ପିଟିସନ ଦାଖଲ କରାଯାଇଥିଲା। ଭାବନାକୁ ଆଘାତ ଲାଗିଛି ବୋଲି ଦାବି କରାଯାଇଥିଲା ହିନ୍ଦୁ ପକ୍ଷ ତାଙ୍କ ପିଟିସନରେ କହିଛି ଯେ ୨୦୨୩ ଡିସେମ୍ବର ୧୨ରୁ ୨୫ ମଧ୍ୟରେ ବଜୁଖାନାର ମାଛ ମରିଯାଇଥିଲା। ଏହି କାରଣରୁ ଦୁର୍ଗନ୍ଧ ଆରମ୍ଭ ହୋଇଯାଇଛି। ପିଟିସନରେ ଆହୁରି ମଧ୍ୟ କୁହାଯାଇଛି, ସେଠାରେ ଥିବା ଶିବଲିଙ୍ଗ ହିନ୍ଦୁମାନଙ୍କ ପାଇଁ…
Author: SM Network
ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ ସେମାନଙ୍କୁ ସେହି ସମୟରେ ପ୍ରତିଶୃତି ଦେଇ ଦଶପଲ୍ଲା ରେଳ ଷ୍ଟେସନରେ PRS କାଉଣ୍ଟରର ସୁବିଧା ଯୋଗାଇଦେବାକୁ ତାଙ୍କ ଅଭିଭାଷଣରେ ଘୋଷଣା କରିଥିଲେ। ଏହା ଶୁଣିବାକୁ ବହୁତ ଭଲ ଲାଗୁଛି ଯେ ରେଳ ମନ୍ତ୍ରୀ ତାଙ୍କ ପ୍ରତିଶୃତି ପାଳନ କରିଛନ୍ତି ଏବଂ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଏହି ପଦକ୍ଷେପ ନିଶ୍ଚିତ ଭାବରେ ନୟାଗଡ଼, ବୌଦ୍ଧ ଏବଂ କଟକ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବ। ୧୦ ଦିନ ମଧ୍ୟରେ PRS କାଉଣ୍ଟର ଯୋଗାଇବାରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ସୁନ୍ଦରତାର ସହ ଉଜାଗର କରିଥାଏ। ଶ୍ରୀ ମୋଦୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ଦ୍ୱାରା କନଡ଼ରେ ଗାନ କାଯାଇଥିବା ପ୍ରଭୁ ଶ୍ରୀ ରାମଙ୍କ ଭଜନ ଭିଡିଓକୁ ସେୟାର କରିଛନ୍ତି ଏବଂ କହିଛନ୍ତି ଏପରି ପ୍ରୟାସ ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ କରିବାରେ ବେଶ୍ ସହାୟକ ହେବ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ସୁନ୍ଦରତାର ସହ ଉଜାଗର କରିଥାଏ। ଏପରି ପ୍ରୟାସ ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ କରିବାରେ ବେଶ୍ ସହାୟକ ହୋଇଥାଏ।’ https://twitter.com/narendramodi/status/1747091236249546842?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1747091236249546842%7Ctwgr%5Eca5a5f0401bd56707b01727f62e2764141e97d32%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1996511
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ ପୁସ୍ତକ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି- “ଶର୍ମିଷ୍ଠାଜୀ, ଆପଣଙ୍କୁ ଭେଟିବା ସବୁବେଳେ ଆନନ୍ଦ ଦେଇଥାଏ ଏବଂ ପ୍ରଣବ ବାବୁଙ୍କ ସହ ସ୍ମରଣୀୟ କଥାବାର୍ତ୍ତା ମନେ ପଡୁଛି। ତାଙ୍କ ମହାନତା, ଜ୍ଞାନ ଓ ବୌଦ୍ଧିକ ଗଭୀରତା ଆପଣଙ୍କ ପୁସ୍ତକରେ ସ୍ପଷ୍ଟ ଭାବରେ ପରିଦୃଶ୍ୟ ହେଉଛି!” https://twitter.com/Sharmistha_GK/status/1746795529462288448?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1746880804029092034%7Ctwgr%5E5cbec82e8a96b97492abb291290bfcce2e185eeb%7Ctwcon%5Es3_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1996515
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, “ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ , ଯାହା ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଗୌରବ ପାଇଥିବା ସମସ୍ତଙ୍କ ଜୀବନ ଏବଂ କାର୍ଯ୍ୟର ଝଲକ ପ୍ରଦାନ କରୁଛି ତାହାକୁ ପରିଦର୍ଶନ କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ମୁଁ ଅନ୍ୟ ମାନଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ସଂଗ୍ରହାଳୟ ପରିଦର୍ଶନ କରନ୍ତୁ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାଣିପାଗ ବିଭାଗର ଆମ ଦେଶ ପାଇଁ ଅସାଧାରଣ ସେବାକୁ ପ୍ରଶଂସା କରିଛନ୍ତି। ଆଜି ଏହି ବିଭାଗର ୧୫୦ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ଆମେ ଭାରତୀୟ ପାଣିପାଗ ବିଭାଗର ଦେଶ ପାଇଁ ଅସାଧାରଣ ସେବାର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଅଗ୍ରଣୀ ପାଣିପାଗ ପୂର୍ବାନୁମାନ ଠାରୁ ଆରମ୍ଭ କରି ଜଳବାୟୁ ଗବେଷଣାକୁ ଆଗେଇ ନେବା ପର୍ଯ୍ୟନ୍ତ, ଆଇଏମ୍ଡି ଜୀବନକୁ ସୁରକ୍ଷିତ ରଖିବା ଏବଂ ପରିବେଶ ବିଷୟରେ ଆମର ବୁଝାମଣା ବୃଦ୍ଧି କରିବାରେ ସହାୟକ ହୋଇଛି। https://twitter.com/narendramodi/status/1746862479836348455?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1746862479836348455%7Ctwgr%5Eb8aafdfa354be8f405a6430c3cd843f9f1c39291%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1996518
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଛାତ ଉପରେ ଗୁଡ଼ି ଉଡାଇବା କାଳ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋବିନ୍ଦ ପୁର ସାହିରେ ଗୁଡ଼ି ଉଡାଉଥିବା ବେଳେ ଛାତ ଉପରୁ ତଳକୁ ଖସି ପଡ଼ି ନାବାଳକ ଛାତ୍ର ଗୁରୁତର ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଟାଙ୍ଗୀ ଗୋବିନ୍ଦ ପୁର ସାହିର କାଳୁ ରାଉତଙ୍କ ୯ ବର୍ଷର ପୁତ୍ର ଲିଟନ ଛାତ ଉପରେ ଗୁଡ଼ି ଉଡାଉଥିବା ବେଳେ ଅନ୍ୟ ମନସ୍କ ହୋଇ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପୂଜାର୍ଚ୍ଚନା ହେବ। ବର୍ତ୍ତମାନ ସୁଦ୍ଧା ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଆୟୋଜକ ହୋଇପାରନ୍ତି ବୋଲି ଖବର ଆସିଥିଲା, କିନ୍ତୁ ପ୍ରାଣ ପ୍ରତିଷ୍ଠାନର ମୁହୂର୍ତ୍ତ ବାହାର କରିଥିବା ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଏବଂ ରାମାନନ୍ଦ ସମ୍ପ୍ରଦାୟର ଶ୍ରୀମଥ ଟ୍ରଷ୍ଟର ସାଧାରଣ ସମ୍ପାଦକ ସ୍ୱାମୀ ରାମବିନୟ ଦାସ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଆୟୋଜକ ନୁହନ୍ତି। ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ଏହି ତିନିଜଣ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ ଡକ୍ଟର ଅନୀଲ ମିଶ୍ର ଏବଂ ତାଙ୍କ ପତ୍ନୀ ମୁଖ୍ୟ ଯଜମାନ ହେବେ। ଦୁହେଁ ସଂକଳ୍ପ, ପ୍ରାୟଶ୍ଚିତ ଓ ଗଣେଶ ପୂଜା କରିବା ସହ ୭ ଦିନର ରୀତିନୀତି କରିବେ। ପ୍ରାଣପ୍ରତିଷ୍ଠାରେ ମଧ୍ୟ ସେମାନେ ଉପସ୍ଥିତ ରହିବେ। ସେମାନଙ୍କ ମତରେ ରାମଲଲା ପ୍ରାଣପ୍ରତିଷ୍ଠା ରୀତିନୀତିର ମୁଖ୍ୟ…
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଆଜି (ଜାନୁଆରୀ ୧୬) ଠାରୁ ପୂଜା ପଦ୍ଧତି ଆରମ୍ଭ ହେବ । ଜାନୁଆରି ୧୮ତାରିଖରେ ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ, ଜାନୁଆରି ୨୨ତାରିଖରେ ପ୍ରାଣପ୍ରତିଷ୍ଠା ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଜାନୁଆରୀ ୨୨ରେ ସମଗ୍ର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ହେବ । ଏହାବ୍ୟତୀତ ଜାନୁଆରୀ ୧୬ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନୁଯାୟୀ ହେବ । ଆଜିଠାରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଅଯୋଧ୍ୟାରେ କ’ଣ ହେବ ତାହା ଏବେ ଲୋକେ ଜାଣିବାକୁ ଚାହୁଁଛନ୍ତି । ଏଠାରେ ଆମେ ଆପଣଙ୍କୁ ଆଜିଠାରୁ ଆରମ୍ଭ କରି ସମାପନ ସମାରୋହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ କହୁଛୁ । ପୂରା କାର୍ଯ୍ୟକ୍ରମ ଏମିତି…
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲ ଠାରେ ଓଡିଶାର ପ୍ରଥମ ମ୍ୟୁଜିକାଲ ଚଳଚ୍ଚିତ୍ର “ଦଶମ” ର ମ୍ୟୁଜିକ୍ ଲଞ୍ଚିଂ ଇଭେଣ୍ଟ ମହାଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇଥିଲେ। ଦଶମ ଚଳଚ୍ଚିତ୍ର ରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱରର ଯାଦୁ ଶ୍ରୋତାଙ୍କୁ ବିମୋହିତ କରିବ। ଗୋଟିଏ ପରେ ଗୋଟିଏ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡି ଙ୍କର ଏକ ନିଆରା ପରିକଳ୍ପନାରେ ନିର୍ମିତ ଚଳଚ୍ଚିତ୍ର ଦଶମର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ। ଦଶମ ଚଳଚ୍ଚିତ୍ର ରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ…
ନୂଆଦିଲ୍ଲୀ: ସୂର୍ଯ୍ୟ ଉତ୍ତରାୟଣ ହେବାର ମାତ୍ର ଦୁଇଦିନ ପୂର୍ବରୁ ଦିଲ୍ଲୀର କ୍ଷମତା ହାସଲ କରିବା ପାଇଁ ଚେଷ୍ଠାରେ ଥିବା ଇଣ୍ଡି ମେଣ୍ଟର ବିରୋଧୀ ଦଳଗୁଡ଼ିକ ଏକ ଭର୍ଚୁଆଲ ବୈଠକ କରିଥିଲେ। ଇଣ୍ଡି ମେଣ୍ଟର ବୈଠକରେ ନୀତୀଶ କୁମାରଙ୍କ ପଦକୁ ନେଇ ବଡ଼ ନିଷ୍ପତ୍ତି ନିଆଯିବାର ଥିଲା, କିନ୍ତୁ ତାହା ହୋଇପାରିନାହିଁ। ଏହି ବୈଠକରେ ନୀତୀଶ କୁମାର କାହିଁକି ମେଣ୍ଟର ନେତା ହୋଇପାରିନଥିଲେ ତାହା ପଛରେ ଦୁଇଟି ଯୁକ୍ତି ରହିଛି। ପ୍ରଥମ ଯୁକ୍ତି ହେଉଛି ଜେଡିୟୁର। ଜେଡିୟୁ କହିଛି ଯେ ନୀତୀଶ କୁମାର ନିଜେ ଆବାହକ ହେବାକୁ ମନା କରିଦେଇଛନ୍ତି। ଦ୍ୱିତୀୟ ଯୁକ୍ତି ହେଉଛି ବୈଠକରେ ସାମିଲ ଥିବା ଅନ୍ୟଦଳର ନେତାଙ୍କ କଥା। ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ସୀତାରାମ ୟେଚୁରୀ କହିଛନ୍ତି ଯେ ମମତା ବାନାର୍ଜୀ ଏବଂ ଉଦ୍ଧବ ଠାକରେଙ୍କ ସହ ପରାମର୍ଶ କରିବା ପରେ ହିଁ ଆବାହକଙ୍କ ନିଷ୍ପତ୍ତି ନିଆଯିବା ଉଚିତ। ଅନେକ ଦଳୀୟ ନେତା ଏଥିରେ ସହମତ ହୋଇଥିବା…
ନୂଆଦିଲ୍ଲୀ: ବିରୋଧୀ ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ କଂଗ୍ରେସ ଲଗାତାର ବିଭିନ୍ନ ଦଳ ସହ ବୈଠକ କରୁଛି। ଇତିମଧ୍ୟରେ କଂଗ୍ରେସ ମଧ୍ୟ ଆମ୍ ଆଦମୀ ପାର୍ଟି (ଆପ୍) ସହ ଦୁଇଥର ବୈଠକ କରିଛି। ଏହି ଦୁଇ ବୈଠକ ପରେ କଂଗ୍ରେସ ଓ ଆପ୍ ନେତାଙ୍କ ପ୍ରାୟ ସମାନ ବୟାନ ସାମ୍ନାକୁ ଆସିଥିଲା। ବୈଠକ ସକାରାତ୍ମକ ହୋଇଛି ଏବଂ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବ ବୋଲି ଉଭୟ ଦଳର ନେତାମାନେ ନିଶ୍ଚିତ ଭାବେ କହିଛନ୍ତି, କିନ୍ତୁ କାହାକୁ କେତେ ଆସନ ଦିଆଯାଉଛି ସେ ନେଇ ଉଭୟ ଦଳ ସୂଚନା ଦେଇନାହାନ୍ତି। ଏ ନେଇ ଉଭୟଙ୍କୁ ପଚାରିବାରୁ ସେମାନେ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ଥିବା କହିଛନ୍ତି। ଆସନ ବଣ୍ଟନ ଫର୍ମୁଲାର ଗଣିତ ନିର୍ଦ୍ଧାରିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେଉଁ ରାଜ୍ୟରେ କେଉଁ ଦଳ କେତେ ଆସନରେ ଲଢ଼ିବେ ତାହା ଉଭୟ ଦଳ ମଧ୍ୟରେ ପ୍ରାୟ ସ୍ଥିର ହୋଇସାରିଛି। ସୂଚନା…
ନୂଆଦିଲ୍ଲୀ: ଗତ ୯ ବର୍ଷରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ‘୨୦୦୫-୦୬ରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ ’ଶୀର୍ଷକ ନୀତି ଆୟୋଗର ଆଲୋଚନା ପତ୍ରରୁ ଏହା ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଦାରିଦ୍ର୍ୟର ସମସ୍ତ ଦିଗକୁ ଦୂର କରିବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଏହି ଉଲ୍ଲେଖନୀୟ ସଫଳତାର ଶ୍ରେୟ ଦିଆଯାଇଛି। ନୀତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଆଜି ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ଏହି ଆଲୋଚନା ପତ୍ର ଉନ୍ମୋଚନ କରିଥିଲେ। ଅକ୍ସଫୋର୍ଡ ପଲିସି ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ଇନିସିଏଟିଭ୍ (ଓପିଏଚ୍ଆଇ) ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏହି ଦସ୍ତାବିଜ ପାଇଁ ବୈଷୟିକ ତଥ୍ୟ ପ୍ରଦାନ କରିଛନ୍ତି। ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ) ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ବ୍ୟାପକ ପଦକ୍ଷେପ ଯାହା ଆର୍ଥିକ ଦିଗ ବ୍ୟତୀତ ଏକାଧିକ ଦିଗରେ ଦାରିଦ୍ର୍ୟକୁ ବିବେଚନା କରିଥାଏ। ଏମପିଆଇର ବିଶ୍ୱସ୍ତରୀୟ…
ନୂଆଦିଲ୍ଲୀ: ସୂଚନାଯୋଗ୍ୟ, ଚଳିତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଦୁଇଟି ବୃହତ୍ତମ ଅଭିଯାନକୁ ଅଣଦଳୀୟ ପଦକ୍ଷେପଭାବେ ଆରମ୍ଭ କରାଯାଇଛି। ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଶାସକ ଦଳ ଯେଉଁ ଭବ୍ୟ ଓ ବ୍ୟାପକ ରୂପ ଦେଇଛି, ତାହା ଜାତୀୟ ସ୍ତରରେ ସବୁଠାରୁ ବଡ଼ ନିର୍ବାଚନୀ ପ୍ରସଙ୍ଗ ହେବାର ଉଦ୍ଦେଶ୍ୟ ସ୍ପଷ୍ଟଭାବେ ଦୃଶ୍ୟମାନ ହେଉଛି। ନିର୍ବାଚନ ଉପରେ ଫୋକସ୍ ତେବେ ବିଜେପି ପକ୍ଷରୁ ବାରମ୍ବାର କୁହାଯାଉଛି ଯେ, ମନ୍ଦିର ସେମାନଙ୍କ ପାଇଁ ନିର୍ବାଚନୀ ପ୍ରସଙ୍ଗ ନୁହେଁ। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ମଣିପୁରରୁ ମଧ୍ୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି। ନିଶ୍ଚିତ ଭାବରେ ଏହା ପଛର ଉଦ୍ଦେଶ୍ୟ ହେଉଛି ନିର୍ବାଚନୀ ବାତାବରଣକୁ ବଦଳାଇବା ଏବଂ ଦଳ ସପକ୍ଷରେ ଏକ ଅନୁକୂଳ କାହାଣୀ ପ୍ରସ୍ତୁତ କରିବା। କିନ୍ତୁ କଂଗ୍ରେସ ନେତାମାନେ ବାରମ୍ବାର କହୁଛନ୍ତି ଯେ, ଏହି ଗସ୍ତର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଆସନ ବୁଝାମଣା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (ପିଏମଏୱାଇ – ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ – ଜନମନର ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସ୍ୱାମୀଙ୍କ ସହ କୃଷି କାର୍ଯ୍ୟରେ ନିୟୋଜିତ ଥିବା ଛତିଶଗଡର ଜଶପୁର ଜିଲ୍ଲାର ସୁଶ୍ରୀ ମନକୁନୱାରୀ ବାଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ସେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଗାଯୋଗ କରି ଡୋନା ପଟ୍ଟାଲ ତିଆରି କରିବା ପାଇଁ ପ୍ରଶିକ୍ଷଣ ହାସଲ କରୁଛନ୍ତି ଏବଂ ଘର ଘର ବୁଲି ଜନମନ ସଙ୍ଗୀ ଭାବରେ ପିଏମ୍ – ଜନମନ ସମ୍ବନ୍ଧୀୟ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି । ସେ ଦୀପ ସମୁହ ନାମକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଯେଉଁଥିରେ…
ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବିଷୟରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ବିକାଶକୁ ସକାରାତ୍ମକ ଭାବରେ ଆକଳନ କରିଥିଲେ ଏବଂ ଭାରତ-ରୁଷିଆ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବାକୁ ରାଜି ହୋଇଥିଲ । ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ୨୦୨୪ ରେ ବ୍ରିକ୍ସରେ ରୁଷିଆର ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।
ଭୁବନେଶ୍ୱର: ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ମଙ୍ଗଳପୁର ପଞ୍ଚାୟତରେ ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କରାଯାଇଛି। ଏହି ଅବସରରେ ଲେଡିଜ ଫୋରମର ସଦସ୍ୟାମାନେ ଗ୍ରାମର ଲୋକମାନଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମର ସଭାପତି ପ୍ରଣତୀ ପରିଡ଼ା, ସମ୍ପାଦକ ଅର୍ଚ୍ଚନା ମଲ୍ଲ ଓ ବରିଷ୍ଠ ସଦସ୍ୟା ନମିତା ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। “ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳପୁରରେ ହୋଇଥିବା ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଫଳରେ ଅନେକ ଲୋକ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସମାଜର ପଛୁଆ ବର୍ଗର ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରିବୁ”, କହିଛନ୍ତି ୟୁସିସିଆଇ ଲେଡିଜ ଫୋରମର ସଭାପତି ପ୍ରଣତୀ ପରିଡ଼ା। ଏହି ଅବସରରେ ଗ୍ରାମର ମହିଳାମାନଙ୍କ ସହିତ ମିଶି ଲେଡିଜ ଫୋରମର…
ଭୁବନେଶ୍ୱର: ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଭାଷାସାହିତ୍ୟର ଉନ୍ନତି, ଓଡ଼ିଆ ସାମାଜିକ ଜୀବନର ବିକାଶ ତଥା ଓଡ଼ିଆର ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ଆଜୀବନ ସଂଗ୍ରାମ କରିଥିଲେ । ଏକାଧାରେ ସେ ଥିଲେ ଜଣେ କୃତୀ ଶିକ୍ଷକ, ପାଠ୍ୟପୁସ୍ତକ ରଚୟିତା, ପତି୍ରକା ସଂପାଦକ ଏବଂ ସାହିତ୍ୟସ୍ରଷ୍ଟା । ସମସ୍ତ ଜୀବନକାଳ ସେ ଓଡ଼ିଆ ଭାଷା, ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ଉତ୍ସର୍ଗ କରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ ଯେ ଫକୀରମୋହନ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ । ମୌଳିକ ଚିନ୍ତା, ମୌଳିକ ସୃଷ୍ଟି, ଓଡ଼ିଆ ଜନଜୀବନର ବାସ୍ତବ…
ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବା ଘୋଷଣା କରିବା ପରେ ଦେଶରେ ରାଜନୈତିକ ହଟଚମଟ ବଢ଼ିଯାଇଛି। ବିରୋଧୀ ଦଳ ଇଣ୍ଡି ମେଣ୍ଟର ଅନେକ ନେତା ମାୟାବତୀଙ୍କୁ ସାଙ୍ଗରେ ଆଣିବା ନେଇ ଲଗାତାର ବୟାନ ଦେଉଛନ୍ତି। ସପା ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ନିକଟରେ କହିଥିଲେ ଯେ ଯଦି ମାୟାବତୀ ଇଣ୍ଡି ମେଣ୍ଟରେ ସାମିଲ ହୁଅନ୍ତି, ତେବେ ତାଙ୍କୁ ସ୍ୱାଗତ କରାଯିବ। ଏବେ ବିଏସପି ସୁପ୍ରିମୋ ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘୋଷଣା ହେବା ପରେ ଚିତ୍ର ଟିକିଏ ସ୍ପଷ୍ଟ ହୋଇଯାଇଛି। ସେପଟେ ଏହି ରାଜନୈତିକ ଘଟଣାକୁ ନେଇ ଜନମତ କ’ଣ ତାହା ଜାଣିବା ପାଇଁ ସି-ଭୋଟର ଏକ ଦ୍ରୁତ ସର୍ଭେ କରିଛି। ଏହି ସର୍ଭେରେ ପ୍ରଶ୍ନ ଉଠୁଥିଲା ବିଏସପି ସୁପ୍ରିମୋ ମାୟାବତୀ ଏକାକୀ ଲଢ଼ିଲେ କାହାର କ୍ଷତି ହେବ ? ଏହି ପ୍ରଶ୍ନର ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଛି। ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୨୫…
ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ଦଳ କଂଗ୍ରେସର କ୍ଷମତା ଯେଉଁମାନଙ୍କ ହାତରେ ଅଛି ସେମାନଙ୍କ ଭିତରେ ସବୁକିଛି ଠିକ୍ ଠାକ୍ ଚାଲିନାହିଁ କି? ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ମଧ୍ୟରେ ଫାଟ ଓ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପିର ଏହି ଅଭିଯୋଗ ପରେ ଏବେ କଂଗ୍ରେସ ଦଳ ଭିତରୁ ଏଭଳି ସ୍ୱର ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ପ୍ରମୋଦ କ୍ରିଷ୍ଣାମ୍ ଏହା ସଙ୍କେତ ଦେଇଛନ୍ତି। କଂଗ୍ରେସ ନେତା ତଥା ଦୁଇଥର ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରମୋଦ କ୍ରିଷ୍ଣାମ କହିଛନ୍ତି, ଭଗବାନ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ଆଶୀର୍ବାଦ ଦିଅନ୍ତୁ। ପ୍ରିୟଙ୍କା ଗାନ୍ଧିଙ୍କୁ ଦଳରୁ ବାହାର କରିବା ପାଇଁ କାମ କରୁଥିବା ସ୍ୱତନ୍ତ୍ର ବ୍ୟକ୍ତିମାନେ କଂଗ୍ରେସକୁ ଦଖଲ କରିଛନ୍ତି। ରାହୁଲ ଗାନ୍ଧି ଏହି ଯାତ୍ରାରେ ଦୌଡ଼ାଉଛନ୍ତି। ଗାନ୍ଧୀ ପରିବାର ପ୍ରକୃତରେ ଭଗବାନ ରାମଙ୍କ ବିରୋଧରେ ନୁହଁନ୍ତି। ସମ୍ଭାଲରେ କଲ୍କି…

