ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଭୁବନେଶ୍ୱରରେ ଅବସ୍ଥିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଇଥିଲେ। ଶିବ ବନ୍ଦନା – “ଧାଇୟେନା ନୀଲକାନ୍ତ ପ୍ରମାଥା ଗଣପତି” ଯାହାକୁ ପରିବେଷଣ କରିଥିଲେ ଭୁବନେଶ୍ୱରର ସଂଗୀତା ପଣ୍ଡା ଓ ସାଥୀ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ସମ୍ବଲପୁରର ରିଙ୍କୁ କୁମାର ସାହୁ ପ୍ରଥମେ ଅର୍ଦ୍ଧନିରୀଶ୍ଵର ପରିବେଷଣ କରିଥିଲେ ଯାହା ରାଗ ରାଗମାଳିକ ଓ ତାଳ ତାଳମାଳିକା ଉପରେ ନିବଦ୍ଧ ଥିଲା ପରେ ପରେ ତାଙ୍କ ପ୍ରସ୍ତୁତିରେ ଥିଲା ମା ସମଲେଇ ଯାହା ହେଉଛି ମାତାଙ୍କର ଅନନ୍ତ ତଥା ସର୍ବଭାରତୀୟ ରୂପର ଏକ ଶାସ୍ତ୍ରୀୟ ପ୍ରସଙ୍ଗ। ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ରାହୁଲ ଭାରସନି ଏବଂ ମିର୍ଦୁଳା ନାୟକ ପ୍ରଥମେ ପରିବେଷଣ କରିଥିଲେ ଶିବ ମଙ୍ଗଳାଚରଣ ଯାହା ରାଗ…
Author: SM Network
ପୁରୀ: ପବିତ୍ର ମାଘ ସପ୍ତମୀ ଅବସରରେ ପରମ୍ପରା ଅନୁଯାୟୀ କୋଣାର୍କ ନିକଟ ପବିତ୍ର ଚନ୍ଦ୍ରଭାଗା ପୁଷ୍କରିଣୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବୁଡ ପକାଇ ସୌଭାଗ୍ୟ ପ୍ରାପ୍ତି କରିଛନ୍ତି। ପରମ୍ପରା ଅନୁସାରେ ମାଧିପୂରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ରବିବାର ବଡି ଭୋର ସମୟରେ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିଥିଲେ। ଏହା ପରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ସହ ଧନ୍ୟ ମନେ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହୋଇଥିଲେ।
କୋରାପୁଟ: ସାଧାରଣତନ୍ତ୍ର ଦିବସରେ ମାଛ, ମାଂସ, ଅଣ୍ଡା ସମେତ ଅନ୍ୟାନ୍ୟ ଆମିଷ ଦ୍ରବ୍ୟ ବିକ୍ରି ବନ୍ଦ ଲାଗି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନାକୁ ପ୍ରତ୍ୟାହାର କରାଯାଇଛି। ଏହି ପ୍ରତ୍ୟାହାର ଆଦେଶ ତତ୍କାଳ ପ୍ରଭାବ ସହିତ ଲାଗୁହେବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର: ତୃଣମୂଳ ସ୍ତରର ଅସାଧାରଣ ପ୍ରତିଭାଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ମୋନନୀତ କରି ମୋଦୀ ସରକାର ସେମାନଙ୍କୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତ ପୁରସ୍କାର ବିଜେତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଗାରିମା ଓ ପ୍ରତିଭାକୁ ନିରନ୍ତର ଭାବେ ବିଶ୍ୱ ଦରବାରରେ ପରିଚିତ କରାଉଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦୀ ସରକାରରେ ଓଡ଼ିଆ ଲୋକମାନେ ସର୍ବଦା ଯଥୋଚିତ ସମ୍ମାନ ପାଇ ଆସୁଛନ୍ତି। ‘ପଦ୍ମ ପୁରସ୍କାର’ ମାଧ୍ୟମରେ ତୃଣମୂଳ ସ୍ତରର ‘ବଣମଲ୍ଲୀ’ଙ୍କୁ ଲୋକଲୋଚନକୁ ଆଣିବା ଆମ ସରକାରଙ୍କ ଏକ ପରମ୍ପରା ହୋଇଛି। ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଚଳିତ…
ମେଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ…
ନୂଆଦିଲ୍ଲୀ: ତୃତୀୟ ଟି-୨୦ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପାଇଁ ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଉଭୟେ ବିସ୍ଫୋରକ ପାଳି ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଭିଷେକ ଶର୍ମା ମାତ୍ର ୨୦ ବଲରେ ୭ ଚୌକା ଏବଂ ୫ ଛକା ସହାୟତାରେ ୬୮* ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୬ ବଲରେ ୬ ଟି ଚୌକା ଏବଂ ୩ ଟି ଛକା ସହାୟତାରେ ୫୬* ରନ କରିଥିଲେ। ସେହିଭଳି ଇଶାନ କିଶାନ ମଧ୍ୟ ୧୩ ଟି ବଲରେ ୩ ଚୌକା ଓ ୨ ଟି ଛକା ସହାୟତାରେ ୨୮ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୫୩ ରନ କରିଥିଲା। ଜବାବରେ ଭାରତୀୟ ଦଳ ୧୦ ଓଭର ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ଭାରତୀୟ ଦଳ ୫ ମ୍ୟାଚ…
ଚିଲିକା: ଆଜି ଏକତା ପରିଷଦ ଟ୍ରଷ୍ଟ ଓ ଓଡ଼ିଆର୍ଟର ମିଳିତ ଉଦ୍ୟମରେ ଓଡ଼ିଆର୍ଟ ଠାରେ ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ ଓ ରାଷ୍ଟୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଓଡ଼ିଆର୍ଟ ଠାରୁ ବଡକୁଳ ଯାଏଁ ସୁସ୍ଥ ପର୍ଯ୍ୟଟନ ଓ ଭୋଟର ଜାଗରଣ ଶୋଭାଯାତ୍ରା କରାଯାଇଥିଲା ଓ ପରେ ଓଡ଼ିଆର୍ଟ ର ସଭାଗୃହରେ ସାଧାରଣ ସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଓ ସୁସ୍ଥ ପର୍ଯ୍ୟଟନ କ୍ଷେତ୍ରରେ ଆମ ଭୂମିକା ଓ ଭୋଟର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକତା ପରିଷଦ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସନ୍ଧ୍ୟା ଦେବୀଙ୍କ ସଭାପତିତ୍ୱରେ ସଭା ସଂଚଳନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟ ସିନ୍ଦୁରାର ସଂଚାଳକ ଗୋଲଖ ବିହାରୀ ପରିଡା ଓ କଲ୍ୟାଣ ଅନୁଷ୍ଠାନର ସମ୍ପାଦକ ରଙ୍କନାଥ ସେଠି ଯୋଗ ଦେଇଥିଲେ। ଓଡ଼ିଆର୍ଟ ର ସାଂସ୍କୃତିକ ସଂଚାଳକ…
ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସ ପରେଡରେ ନିଜର ଏକ ଭବ୍ୟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବ। “ଦକ୍ଷତା ଚାଳିତ: ଏକ ସ୍ୱାବଲମ୍ବୀ ଓ ଭବିଷ୍ୟତ-ପ୍ରସ୍ତୁତ ଭାରତ” ଶୀର୍ଷକ ଥିବା ଏହି ମେଢ଼ ଯୁବଶକ୍ତିର ନେତୃତ୍ୱରେ ଦକ୍ଷତା, ନବସୃଜନ ଓ ଉଦ୍ୟମିତାକୁ କେନ୍ଦ୍ରବିନ୍ଦୁ କରି ଭାରତ କିପରି ଏକ ସ୍ୱାବଲମ୍ବୀ ଏବଂ ଭବିଷ୍ୟତ-ପ୍ରସ୍ତୁତ ରାଷ୍ଟ୍ରରେ ରୂପାନ୍ତରିତ ହେଉଛି, ତାହାର ଏକ ପ୍ରଭାବଶାଳୀ ଓ ସାରଗର୍ଭିତ ଉପସ୍ଥାପନା ପ୍ରଦାନ କରିବ। ପ୍ରଜ୍ଞାପନ ମେଢ଼ର ଅଗ୍ରଭାଗରେ ସାରା ଭାରତର ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର ଟପ୍ପରମାନେ ଅଗ୍ରସର ହୋଇଥିଲେ, ଯେଉଁମାନେ କୌଶଳ ଦୀକ୍ଷାନ୍ତ ସମାରୋହ–୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। କୌଶଳ କ୍ଷେତ୍ରରେ ଭାରତର ବଢ଼ୁଥିବା ବିଶ୍ୱସ୍ତରୀୟ ପ୍ରଭାବକୁ ଆହୁରି ସୁଦୃଢ଼ କରି, ୨୦୨୫ ମସିହାରେ ତାଇପେଇରେ ଆୟୋଜିତ ବିଶ୍ବଦକ୍ଷତା ଏସିଆ ପ୍ରତିଯୋଗିତାରେ ମନ୍ତ୍ରଣାଳୟ ପଦକ ଓ ଉତ୍କର୍ଷ…
ଭୁବନେଶ୍ଵର: ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (CRS) ବ୍ରିଜେଶ କୁମାର ମିଶ୍ର, ୨୪ ଜାନୁଆରୀ ୨୦୨୬ ରେ ଲାଡ୍ଡା -ଜେମାଦେଇପେଣ୍ଠ ଷ୍ଟେସନ ମଧ୍ୟରେ ନବନିର୍ମିତ ତୃତୀୟ ଲାଇନର ଏକ ବିସ୍ତୃତ ବୈଧାନିକ ଯାଞ୍ଚ କରିଥିଲେ। ପୂର୍ବ ତଟ ରେଳପଥର ୱାଲଟେୟାର ମଣ୍ଡଳ ଅନ୍ତର୍ଗତ ୭ .୧୮୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଲାଇନ ଟିଟଲାଗଡ଼-ବିଜିଆନଗରମ୍ ତୃତୀୟ ଲାଇନ ପ୍ରକଳ୍ପର ଏକ ଅଂଶ। ଏହି ସେକ୍ସନଟି ୬୦ କିଲୋଗ୍ରାମ ରେଳରେ ନିର୍ମିତ ଏବଂ ଏହି ସେକ୍ସନରେ ୨୫-ଟି ଆକ୍ସଲ୍ ଲୋଡ୍ ମାନଦଣ୍ଡ ଅନୁଯାୟୀ ନିର୍ମିତ ଏକ ପ୍ରମୁଖ ସେତୁ ରହିଛି। ବୈଧାନିକ ଯାଞ୍ଚ ସଫଳତାର ସହ ସମାପ୍ତ ହୋଇଛି, କୌଣସି ସମସ୍ୟା ବିନା ବେଗର ପରୀକ୍ଷଣ ସଫଳତାର ସହିତ ପାସ୍ କରିଛି , ଯାହା ଫଳରେ ଏହି ସେକ୍ସନଟି ପୂର୍ଣ୍ଣ କମିଶନିଂ ପାଇଁ ଅନୁମୋଦନ ମିଳିଛି। ଏହି ମାଇଲଖୁଣ୍ଟ ନିର୍ମାଣ ସଂଗଠନର ସିଭିଲ୍ ଇଞ୍ଜିନିୟରିଂ, ରେଳ ବିକାଶ ନିଗମ ଲିମିଟେଡ୍,…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୫ ଜାନୁଆରୀ, ୨୦୨୬) ରେ ଆୟୋଜିତ ୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗଦେଇ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ, ଆମ ଗଣତନ୍ତ୍ରର ଶକ୍ତି ଏହାର ବିଶାଳତାରେ ନୁହେଁ, ବରଂ ଏହାର ଗଣତାନ୍ତ୍ରିକ ଭାବନାର ଗଭୀରତାରେ ରହିଛି। ଏପରିକି ବରିଷ୍ଠତମ ଭୋଟର, ଦିବ୍ୟାଙ୍ଗ ଭୋଟର ଓ ଦୂର୍ଗମ ସ୍ଥାନରେ ରହୁଥିବା ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରନ୍ତି। ସେ ସଚେତନ ଭୋଟର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନେତୃତ୍ବରେ ନିର୍ବାଚନ ବ୍ୟବସ୍ଥାରେ ସଂପୃକ୍ତ ସମସ୍ତଙ୍କୁ ପ୍ରସଂଶା କରିଥିଲେ, ଯେଉଁମାନେ ମତଦାନ ଅଧିକାର ସାବ୍ୟସ୍ତର ଏପରି ଅନୁକରଣୀୟ ଉଦାହରଣ ରଖିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ, ଜନତାଙ୍କ ଅଂଶଗ୍ରହଣ ତୃଣମୂଳ ସ୍ତରରେ ଗଣତନ୍ତ୍ରର ଆତ୍ମାକୁ ବ୍ୟବହାରିକ ରୂପ ଦେଇଥାଏ। ସେ କହିଛନ୍ତି, “କୌଣସି ଭୋଟର ଯେପରି ପଛରେ ନପଡ଼ିବେ” ଲକ୍ଷ୍ୟ ହାସଲ ପାଇଁ ନିର୍ବାଚନ…
ନୂଆଦିଲ୍ଲୀ: 2026 ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା (ଏଚଜି ଏବଂ ସିଡି) ଏବଂ ସଂଶୋଧନ ସେବାର ମୋଟ 982 ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯାଇଛି। ଯାହାର ବିବରଣୀ ନିମ୍ନରେ ଦିଆଯାଇଛି। ଓଡ଼ିଶାର ମୋଟ୍ 4 ଜଣଙ୍କୁ ସାହସିକତା ପଦକ, ଦୁଇ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ଏବଂ 11 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ଓଡ଼ିଶା ପୁଲିସ ଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ଅତିରିକ୍ତ ଏସପି ଶୁଭନାରାୟଣ ମୁଦୁଲି, ଡିଏସପି ପ୍ରଦୀପ କୁମାର ଆଇନ୍ଦ, ଡିଏସପି ପ୍ରଣୀତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତି, ଇନ୍ସପେକ୍ଟର ଅରୁଣ କୁମାର ନାୟକ, ମହମ୍ମଦ ହଫିଜ୍, ହାବିଲଦାର ଲତା ନାୟକ, ଏଏସଆଇ ନିଗମାନନ୍ଦନ ମହାପାତ୍ର, ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲି। ଏମାନଙ୍କ ବ୍ୟତୀତ ବିଶିଷ୍ଟ ସେବା…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ରଚିତ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି ” ଲୋକାର୍ପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ କବି ଡ଼ଃ ଦୀପେନ କୁମାର ପଟ୍ଟନାୟକ, ପୁସ୍ତକ ସମୀକ୍ଷକ ଭାବେ ଅବସର ପ୍ରାପ୍ତ ଓଡିଆ ଅଧ୍ୟାପିକା ପୁଷ୍ପାଞ୍ଜଳି ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ କବି ବିପିନ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ +୨ ଅନୁଷ୍ଠାନ ର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ଓ କବି କୁଳମଣି ମେହେର ଯୋଗ ଦେବା ସହିତ ପୁସ୍ତକ ଉନ୍ମୋଚନ କରିଥିଲେ। ଲେଖକର ଦୃଷ୍ଟିଭଙ୍ଗୀ, ପୁସ୍ତକ ସାରାଂଶ, ପାଠକ ମାନଙ୍କ ନିକଟରେ ନିଜ ଭାବନା ପହଞ୍ଚାଇବାର ପ୍ରୟାସ, ଚମତ୍କାରିତା ଦିଗ, ଶବ୍ଦ ବିନ୍ୟାସ ଓ ପୁସ୍ତକ ର ଗୁରୁତ୍ୱ ସମ୍ପର୍କ ରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ। ଗୀତାଞ୍ଜଳି ମିର୍ଦ୍ଧା ପ୍ରାରମ୍ଭିକ…
ରଣପୁର: ପ୍ରାଚୀନ ପ୍ଲାବିତ ସଂସ୍କୃତିର ପୁନଃରୁଦ୍ଧାର ଓ ସତ୍ୟଧର୍ମ-ନୀତି ସଂସ୍ଥାପନର ମହାନ ଉଦ୍ଦେଶ୍ୟ ନେଇ ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟସ୍ଥିତ ମା’ ଅସୁରକୁମାରୀ ଦେବୀଙ୍କ ପବିତ୍ର ପୀଠରେ ଚଳିତ ମାଘ ଶୁକ୍ଳପକ୍ଷ ପଞ୍ଚମୀ ଠାରୁ ପଞ୍ଚାଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ ହୋଇଛି, ଯାହା ନବମୀ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟସୂଚୀ ଅନୁଯାୟୀ ଜାନୁଆରୀ ୨୩ ତାରିଖ ଦିନ ଅଙ୍କୁରରୋପଣ ସହିତ ଯଜ୍ଞର ପ୍ରାରମ୍ଭ ହୋଇଥିଲା। ୨୫ ତାରିଖ ଦିନ ଦେବଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ସଂକୀର୍ତ୍ତନ, ଠାକୁରାଣୀ ସ୍ନାନ ଓ ଶୟନ ଅନୁଷ୍ଠିତ ହୋଇଛି। ଆଗାମୀ ୨୬ ତାରିଖ ଦିନ ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ପ୍ରସାଦ ସେବନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବାବେଳେ ୨୭ ତାରିଖ ଦିନ ସୂର୍ଯ୍ୟପୂଜା ସହ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରବିବାର ଦିନ ଅନୁଷ୍ଠିତ କଳସ ଯାତ୍ରାରେ ୧୦୦ରୁ ଉର୍ଦ୍ଧ୍ୱ ଭକ୍ତ ଭାଗ ନେଇ ନଦୀରୁ ପବିତ୍ର ଜଳ ଆଣି…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ନଛିପୁର ରଉପଡା ଗ୍ରାମ ମଝିରେ ଥିବା ଦୀର୍ଘ ଚାଳିଶି ବର୍ଷର ହାତୀ ନାଳ ପୋଲ ଆଜି ସକାଳୁ ଭୁଶୁଡିପଡ଼ିଛି। ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପୋଲ ଦେଇ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ଯାତାୟାତ କରୁଥିବାବେଳେ କ୍ରମଶଃ ଏହା ଦୁର୍ବଳ ହୋଇଯାଇଥିଲା। ଆଜି ସକାଳ ପ୍ରାୟ ୯ ଟା ସମୟରେ ଏକ ମାଟି ବୋଝେଇ ହାଇୱା ଗାଡି ଯାହାର ନମ୍ବର ଓଡ଼ି-୦୨-ସିଡି-୭୦୫୨ ଉକ୍ତ ବ୍ରିଜ ଦେଇ ଯାଉଥିବାବେଳେ ହଠାତ ବ୍ରିଜ ମଝି ଖୁଣ୍ଟଟି ଭୁସୁଡ଼ିଯାଇଥିଲା। ଯାହା ଫଳରେ ମାଟି ବୋଝେଇ ହାଇୱା ଗାଡିଟି ବ୍ରିଜ ମଝିରେ ଫସି ଯାଇଥିଲା। ଘଟଣା ସ୍ଥଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଖବର ପାଇ ବାଣପୁର ପୋଲିସ ଓ ଅଗ୍ନୀଶମ ବିଭାଗ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସିରିଜରେ ୨-୦ ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଆଜି ସିରିଜ ଦଖଲ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ଏହି ସମୟରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ଦଳ ଆପ୍ରାଣ ଉଦ୍ୟମ କରିବ। ତୃତୀୟ ଟି-୨୦ ପାଇଁ ଟସ୍ ସନ୍ଧ୍ୟା ୬:୩୦ ରେ ହେବ ଏବଂ ମ୍ୟାଚ୍ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ। ନାଗପୁରରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତୀୟ ଦଳ ୨୩୮ ରନର ଏକ ବିଶାଳ ସ୍କୋର କରିଥିଲା। ଟିମ୍ ଇଣ୍ଡିଆ ୪୮ ରନରେ ମ୍ୟାଚ୍ ଜିତିଥିଲା। ତା’ପରେ ରାୟପୁରରେ ଦ୍ୱିତୀୟ ଟି-୨୦ ଖେଳାଯାଇଥିଲା। ଏହି ମ୍ୟାଚ୍ ରେ କିୱି ଦଳ ପ୍ରଥମେ ବ୍ୟାଟିଂ କରି ୨୦୮ ରନ କରିଥିଲେ। ଜବାବରେ ଭାରତ ୬ ରନରେ ଦୁଇଟି…
ନୂଆଦିଲ୍ଲୀ: ଗତ ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟ ନିବେଶକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ବୃଦ୍ଧି ପାଇଥିବା ଅନ୍ତର୍ଜାତୀୟ ଭୂରାଜନୈତିକ ଉତ୍ତେଜନା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଏବଂ ବିବୃତ୍ତି ବଜାରକୁ ନିରନ୍ତର ଅସ୍ଥିର କରିଛି, ଯାହା ସ୍ପଷ୍ଟ ଭାବରେ ଏହି ମୂଲ୍ୟବାନ ଧାତୁଗୁଡ଼ିକର ମୂଲ୍ୟକୁ ପ୍ରଭାବିତ କରୁଛି। ଏହି ସମୟ ମଧ୍ୟରେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ପ୍ରତି 10 ଗ୍ରାମ 13,489 ଟଙ୍କା ଏବଂ ରୂପା ପ୍ରତି କିଲୋଗ୍ରାମ 46,899 ଟଙ୍କାକୁ ବୃଦ୍ଧି ପାଇଛି। COMEX ରେ ସୁନା ଆଉନ୍ସ ପ୍ରତି 379.59 ଡଲାର ଏବଂ ରୂପା ପ୍ରତି 13.315 ଡଲାରରେ ପହଞ୍ଚିଛି। ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ କୌଣସି ଆର୍ଥିକ କ୍ଷତି ଏଡାଇବା ପାଇଁ ଆପଣଙ୍କ ସହରର ସର୍ବଶେଷ ମୂଲ୍ୟ ଯାଞ୍ଚ କରିବା ଉଚିତ।
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ପୂର୍ବତନ ଅଧ୍ୟକ୍ଷ ନଜାମ ସେଟ୍ଟି ICCକୁ “ଭାରତୀୟ କ୍ରିକେଟ ପରିଷଦ” ବୋଲି କହି ଏକ ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ ୨୦୨୬ ଟି୨୦ ବିଶ୍ୱକପ୍ ରୁ ବାଂଲାଦେଶକୁ ବାଦ ଦେବା ଏବଂ ସେହି ସ୍ଥାନରେ ସ୍କଟଲାଣ୍ଡକୁ ସୁଯୋଗ ଦେବା ପାଇଁ ICCର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ନଜାମ ସେଟ୍ଟି ତିନୋଟି ଭିନ୍ନ ପର୍ଯ୍ୟାୟ ପାଇଁ PCB ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଅନ୍ତର୍ଜାତୀୟ କ୍ରିକେଟର ନୀତି ଏବଂ ନିୟମାବଳୀ ବିଷୟରେ ଭଲ ଭାବରେ ଜାଣନ୍ତି। ନଜାମ ସେଟ୍ଟି ଯିଏ ପାକିସ୍ତାନ ମଧ୍ୟ ୨୦୨୬ ଟି୨୦ ବିଶ୍ୱକପ୍ ବର୍ଜନ କରିବା ଉଚିତ ବୋଲି କହିଥିଲେ। BCCI ଦ୍ୱାରା ପରିଚାଳିତ ICC: ଏଥିରେ କୌଣସି ସନ୍ଦେହ ନାହିଁ ଯେ, BCCI ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଏବଂ ଅନ୍ୟାନ୍ୟ ବୋର୍ଡ ତୁଳନାରେ ବିଶ୍ୱ ସ୍ତରରେ ଏହାର ପ୍ରଭାବ ଅଧିକ। ନଜାମ ସେଟ୍ଟି…
ନୂଆଦିଲ୍ଲୀ: ଖାଦ୍ୟଶସ୍ୟ (ଚାଉଳ) ବୋଝେଇ ପ୍ରଥମ ପୂର୍ଣ୍ଣ ମାଲବାହୀ ଟ୍ରେନ୍ (ରେକ୍) ଜାନୁଆରୀ ୨୨, ୨୦୨୬ରେ ଅନନ୍ତନାଗରେ ପହଞ୍ଚିଛି। ଏହା ଜାମ୍ମୁ ଓ କଶ୍ମୀରରେ ମାଲପରିବହନ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଓ ଏହା କଶ୍ମୀର ଘାଟିକୁ ସବୁଦିନିଆ ରେଳ ସଂଯୋଗର ଶକ୍ତିକୁ ଦର୍ଶାଉଛି। ୨,୭୬୮ ମେଟ୍ରିକ୍ ଟନ୍ ଚାଉଳ ବୋଝେଇ ହୋଇଥିବା ୪୨ ୱାଗନ୍ ବିଶିଷ୍ଟ ଏକ ପୂର୍ଣ୍ଣ ମାଲବାହୀ ଟ୍ରେନକୁ ସଫଳତାର ସହ ଅନନ୍ତନାଗ ମାଲବାହୀ ଗୋଦାମକୁ ପରିବହନ କରାଯାଇଥିଲା। ପରିବହନ ଖର୍ଚ୍ଚ ହ୍ରାସ ପାଇଁ ଭାରତୀୟ ଖାଦ୍ୟ ନିଗମର ନିରନ୍ତର ସମନ୍ବୟ ପରେ ଏହି ସଫଳତା ମିଳିପାରିଛି। ପୂର୍ବରୁ, ରେଳବାଇ କେବଳ ଛୋଟ ମାଲବାହୀ ଟ୍ରେନ୍ ବ୍ୟବହାର କରୁଥିଲା ଯେଉଁଥିରେ ୨୧ ୱାଗନ୍ ଥାଏ ଓ କେବଳ ୧,୩୮୪ ମେଟ୍ରିକ୍ ଟନ୍ ଶସ୍ୟ ବୋଝେଇ ହୋଇପାରୁଥିଲା। କିନ୍ତୁ ଏଥର ଏକ ସମ୍ପୂର୍ଣ୍ଣ ମାଲବାହୀ ଟ୍ରେନ୍ ଜାନୁଆରୀ ୨୧ ରେ ପଞ୍ଜାବର ସଙ୍ଗରୁର ରେଳ ଟର୍ମିନାଲରୁ ସଫଳତାର ସହିତ…
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭା ସାଂସଦ ଶଶି ଥରୁରଙ୍କ ଦଳ ପ୍ରତି ଅସନ୍ତୋଷର କଳ୍ପନାଜଳ୍ପନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି। ୨୦୧୬ରେ ଆମେରିକୀୟ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ଉଦ୍ଧୃତ କରି ସେ କହିଛନ୍ତି ଯେ, ସେହି ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନକୁ ତାଙ୍କର ପବିତ୍ର ଗ୍ରନ୍ଥ ବୋଲି ବର୍ଣ୍ଣନା କରିଥିଲେ। କେରଳର କୋଝିକୋଡରେ କେରଳ ସାହିତ୍ୟ ମହୋତ୍ସବ (KLF)କୁ ସମ୍ବୋଧିତ କରି ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ସମୟର ପରୀକ୍ଷାରେ ଛିଡ଼ା ହୋଇଛି। ସେ କହିଛନ୍ତି ଯେ, ଏପରି ଏକ ଦଳ କ୍ଷମତାକୁ ଆସିଛି, ଯାହାର ପୂର୍ବପୁରୁଷ RSS, ଥରେ ସମ୍ବିଧାନକୁ ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିଥିଲା। ଏହା ସତ୍ତ୍ୱେ, ସମ୍ବିଧାନ ବଞ୍ଚି ରହିଛି। ସେ କହିଥିଲେ ଯେ, ଭାରତୀୟ ଜନତା…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ‘ଉତ୍ତର ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ’ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହା ସହିତ ସେ ‘ଗୋଟିଏ ଜିଲ୍ଲା ଗୋଟିଏ ଖାଦ୍ୟ ’ ଯୋଜନାର ଶୁଭାରମ୍ଭ କରି ସର୍ଦ୍ଦାର ପଟେଲ ଶିଳ୍ପ କ୍ଷେତ୍ର ଯୋଜନାର ଉଦଘାଟନ କରିଥିଲେ। ଶ୍ରୀ ଅମିତ ଶାହ ସିଏମ୍ ଯୁବା କାର୍ଯ୍ୟକ୍ରମ ଅଧୀନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଉତ୍ତର ପ୍ରଦେଶ ଗୌରବ ସମ୍ମାନ ୨୦୨୫-୨୬ ପ୍ରଦାନ କରିଥିଲେ। ଏହି ଅବସରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଏହା ସହ…
ଭୁବନେଶ୍ଵର: ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ତୃଣମୂଳ ସ୍ତରରେ ସେବା ପହଞ୍ଚିବାରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡିଶା–୨୦୨୬”ର ଅନ୍ତିମ ଦିବସରେ ଆୟୋଜିତ “ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଉନ୍ନତି ପାଇଁ ସରକାରଙ୍କ ଅଭିନବ ପ୍ରୟାସକୁ ଚାଷୀମାନେ ସ୍ଵାଗତ କରିଥିଲେ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ମାନ୍ୟବର ମନ୍ତ୍ରୀ ସହ ସିଧାସଳଖ କଥା ହୋଇଥିଲେ। ଚାଷୀମାନେ ମୁଖ୍ୟତଃ ବ୍ଲକକୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାର ଟାର୍ଗେଟ ସମ୍ପର୍କରେ ମନ୍ତ୍ରୀଙ୍କୁ ପଚାରିଥିଲେ। ମାନ୍ୟବର ମନ୍ତ୍ରୀ କହିଥିଲେ ଆମ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଟାର୍ଗେଟ୍ ଲିମିଟ୍ ନାହିଁ । ଅଧିକରୁ ଅଧିକ ଚାଷୀ ଯୋଜନାର ସୁଫଳ ନେବାକୁ ସେ ଆହ୍ଵାନ…

