ଢେଙ୍କାନାଳ: ବଜ୍ରପାତରେ ଭାଙ୍ଗିଯାଇଛି ଢେଙ୍କାନାଳସ୍ଥିତ ପ୍ରସିଦ୍ଧ ମହିମା ଗାଦି ମନ୍ଦିରର ଦଧିନଉତି। ଗତକାଲି ପ୍ରବଳ ବଜ୍ରପାତରେ ଏହି ନଧିନଉତି ଉଡିଯାଇଥିବାର ଜଣାପଡିଛି। ସୁଦୀର୍ଘ ମନ୍ଦିର ଚୂଡାରେ କିପରି ଏହି ଅଘଟଣା ହେଲା ତାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମନ୍ଦିରର ଆର୍ଥିଂ ପଏଣ୍ଟ ଠିକ ଭାବେ କରାଯାଇଛି ବୋଲି ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ କହିଛନ୍ତି। ତେବେ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଯେଉଁ ବଜ୍ରପାତ ହୋଇଥିଲା, ସେଥିରେ ଏହା ଭାଙ୍ଗିଥିବାର ଜଣାପଡିଛି। ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ମନ୍ଦିର ଚୁଡା ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ। ତେବେ ମନ୍ଦିରରେ ବଜ୍ରପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଗୁଜବ ସୃଷ୍ଟି ହେବାରେ ଲାଗିଛି। ଆଗକୁ କିଛି ବିପଦ ରହିଛି ବୋଲି ଅନେକ ବିଶ୍ବାସ କରିବାରେ ଲାଗିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଏଥର ବିଜେପିରେ ଯୋଗ ଦେବେ। କାରଣ ହେଲା ତାଙ୍କ ଉପରେ କେନ୍ଦ୍ର ସରକାର ଯେପରି ବାରମ୍ବାର ଆକ୍ରମଣ କରିବାରେ ଲାଗିଛନ୍ତି ସେ ଆଉ ସମ୍ଭାଳିପାରିବେ ନାହିଁ। ଏହିପରି ପ୍ରତିକ୍ରିୟା ଆସିବାରେ ଲାଗିଛି ସାମାଜିକ ଗଣମାଧ୍ୟମରେ। ବିଶେଷ କରି ଦୀପାଳିଙ୍କ ନାମରେ ଥିବା ଗ୍ରୁପରେ ଏହି ଚର୍ଚ୍ଚା ଯୋର ହେବାରେ ଲାଗିଛି। ନିକଟରେ ଇନକମ ଟାକ୍ସ ତରଫରୁ ଦୀପାଳିଙ୍କର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିଲା। ଏହା ପ୍ରଥମ ନୁହେଁ, ବିଭିନ୍ନ ସମୟରେ କେନ୍ଦ୍ରର ତଦନ୍ତ ଏଜେନ୍ସି ଦ୍ବାରା ତାଙ୍କ ଘରେ ଚଢାଉ କରାଯାଇଛି। ଏପରିକି ଏକ ଅନାସ୍ଥା ପ୍ରସ୍ତାବ ଭୋଟିଂ ବେଳେ ବାହାର ରାଜ୍ୟରେ ମଧ୍ୟ ଦୀପାଳିଙ୍କ ଭାଇଙ୍କୁ ବନ୍ଦି କରିବା ପରି ରଖିଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ହେଲେ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଦୀପାଳିଙ୍କୁ ଅନ୍ୟ ଦଳକୁ ଯିବା ପାଇଁ…
ଭୁବନେଶ୍ୱର:-ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଜଣେ ଦଳିତ ବ୍ୟକ୍ତି ବାବୁଲା ନାୟକ ଅନ୍ୟ ଜଣେ ଯୁବକଙ୍କୁ ଆଣ୍ଠୁ ମାଡ଼ି ବସିବାକୁ, ଘାସ ଖାଇବାକୁ ଏବଂ ମଇଳା ପାଣି ପିଇବାକୁ ବାଧ୍ୟ କରିବା ସହ ଆଣ୍ଠୁମାଡ଼ି ରାସ୍ତାରେ ଚଲେଇ ଚଲେଇ ନେବା କେବଳ ଅମାନବୀୟ ନୁହେଁ ବରଂ ମନୁବାଦୀ ଚିନ୍ତାଧାରାର ବର୍ବରତା ବୋଲି ବିରୋଧିଦଳ ନେତା ଜନନାୟକ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ରେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହି ଘଟଣା ସେମାନଙ୍କ ପାଇଁ ଏକ ଦର୍ପଣ ଯେଉଁମାନେ କୁହନ୍ତି ଯେ ଜାତି ଆଉ ଏକ ପ୍ରସଙ୍ଗ ନୁହେଁ।ଦଳିତଙ୍କ ସମ୍ମାନକୁ ଦଳି ଦେଉଥିବା ପ୍ରତ୍ୟେକ ଘଟଣା ବାବା ସାହେବଙ୍କ ସମ୍ବିଧାନ ଉପରେ ଆକ୍ରମଣ। ସମାନତା, ନ୍ୟାୟ ଏବଂ ମାନବିକତା ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର।ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏପରି ଘଟଣା ସାଧାରଣ ହେବାରେ ଲାଗିଛି କାରଣ ସେମାନଙ୍କର ରାଜନୀତି ଘୃଣା ଏବଂ ଭେଦଭାବ ଉପରେ ଆଧାରିତ।ବିଶେଷକରି ଓଡ଼ିଶାରେ, ଏସସି,…
The Samikhsya Desk: ପରିବାରର ଆର୍ଥିକ ଅନାଟନ ପାଇଁ ସେ ପ୍ରତିଦିନ ଦୁଇ କିଲୋମିଟର ଚାଲିଚାଲି ପାଠ ପଢିବାକୁ ଯାଉଥିଲେ।କାରଣ ସାଇକେଲ କିଣିବା ପାଇଁ ପଇସା ନ ଥିଲା। ହେଲେ ସମୟ ଏପରି ସାଥ ଦେଲା ଯେ, ସେ ବର୍ତ୍ତମାନ ୨୭୦୦୦ କୋଟି ଟଙ୍କାର ବ୍ୟବସାୟ କରିପାରିଛନ୍ତି। ଆଉ ଦେଶ ବିଦେଶରେ ସେ ପ୍ରାୟ ୫୦୦ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇପାରିଛନ୍ତି। ସେ ହେଉଛନ୍ତି କେରଳର ଯୁବକ ସୁଧୀର କେ। ଯାହାଙ୍କୁ ନେଇ ଏବେ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ୧୯୯୧ ମସିହାରେ ତାଙ୍କର ପାଠପଢା ଶେଷ ହେବା ପରେ କିପରି ଚାକିରୀ ଖଣ୍ଡେ କରିବେ ସେ ନେଇ ସେ ସଂଘର୍ଷ ଜାରୀ ରଖିଥିଲେ। ସୌଭାଗ୍ୟ ବସତଃ ତାଙ୍କୁ ଏକ ଘରୋଇ କଂପାନୀରେ ୧୦୦୦ ଟଙ୍କା ଦରମାରେ ଚାକିରୀ ଖଣ୍ଡେ ପାଇଗଲେ। ଜଣେ ସମ୍ପର୍କୀୟ ଭାଇଙ୍କ ସୁପାରିଶ ମାଧ୍ୟମରେ, ସେ ଟୁଟିକୋରିନର ଆରେବି ସିପିଂ କମ୍ପାନୀରେ ମାସିକ ୧,୦୦୦ ଟଙ୍କା…
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅର୍ନ୍ତଗତ ସିଙ୍ଗିପୁର ଗ୍ରାମର ଜଣେ ଦଳିତ ବ୍ୟକ୍ତି ବାବୁଲା ନାୟକ ଏବଂ ଅନ୍ୟ ଜଣେ ଚାଷୀଙ୍କୁ କିଛି ଦୁର୍ବୁତ ମରଣାନ୍ତକ ଆକ୍ରମଣ କରି ନଣ୍ଡାକରି ଗାଁରେ ଆଣ୍ଠେଇ ଆଣ୍ଠେଇ ନେଉଥିଲେ । ଉକ୍ତ ଘଟଣାର ଅନୁଧ୍ୟାନ ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଉକ୍ତ କମିଟିରେ ଅଧ୍ୟକ୍ଷ ଥିବା ବେଳେ ପିସିସି ଉପସଭାପତି ତଥା ବିଧାୟକ ଶ୍ରୀ ରମେଶ ଜେନା, ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପିସିିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ପିସିସି ସମ୍ପାଦକ ତୁଳେଶ୍ୱର ନାୟକ ସଦସ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଖୁବଶୀଘ୍ର ଘଟଣାସ୍ଥଳକୁ ଗସ୍ତକରି ପୀଡ଼ିତାକୁ ସାକ୍ଷାତ କରିବା ସହିତ ଘଟଣାର ଅନୁଧ୍ୟାନ କରି…
ଭୁବନେଶ୍ବର: ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ଆଜି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ଯୁବବର୍ଗଙ୍କୁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ କହିଥିଲେଯେ, ଡଃ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦିଏ। ତାଙ୍କ ଭାବନା, ଆଜି ସମଗ୍ର ଦେଶ ପାଇଁ ଏକ ଦିଗଦର୍ଶନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଥିଲେଯେ, ଜମ୍ମୁ-କଶ୍ମୀର ଭିତରେ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସେ ଜଣେ ଦୃଢ଼ ଯୋଦ୍ଧା ଭାବରେ ନିଜ କର୍ତ୍ତବ୍ୟରେ ଅଦମ୍ୟ ରହିଥିଲେ। ତାଙ୍କର ଅଭିମତ ଥିଲା,…
ଭୁବନେଶ୍ବର: ଏକ ତତଲା କଡେଇରେ ପଡି ଗୁରୁତର ହୋଇପଡିଛନ୍ତି ହାସ୍ୟ ଅଭିନେତା ହାଡୁ ଓରଫ ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ। ଗତକାଲି ରାତିରେ ତାଙ୍କ ଘରେ ଭୋଜି ପାଇଁ ରୋଷେଇ ହେଉଥିବା ବେଳେ ଏହି ଅଘଟଣ ଘଟିଯାଇଛି। ଅସାବଧାନତା ଯୋଗୁଁ ସେ ତତଲା ତେଲ କଡେଇରେ ପଡିଯାଇଥିଲେ। ଫଳରେ ତାଙ୍କର ମୁହଁ, ହାତ ସମେତ ଶରୀର ବିଭିନ୍ନ ଅଂଶ ପୋଡି ଯାଇଛି। ତାଙ୍କୁ ତୁରନ୍ତ ସମ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଆଇୟୁସି ରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ଜଣାପଡିବା ପରେ ଓଡିଆ ଚଳଚିତ୍ର ଜଗତରେ ଆଶୁ ଆରୋଗ୍ୟ କାମନା କରାଯାଇଛି। ହାଡୁ ଓଡିଆ ଚଳଚିତ୍ର ସହିତ ବିଭିନ୍ନ ଟେଲିଭିଜନ କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି।
ନୂଆଦିଲ୍ଲୀ: ଗତକାଲି ମୁମ୍ବାଇସ୍ଥିତ କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ଛୋଟିଆ ଅପରେସନ ହୋଇଛି। ଏହି ସମୟରେ ତାଙ୍କ ପାଖରେ ଥିଲେ ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ। ତେବେ ଆଜି ବଡ ଭାଇ ପ୍ରେମ ପଟ୍ଟନାୟକ ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ଦେଇଛନ୍ତି ନୂଆ ତଥ୍ୟ। ତାହା ହେଲା ଆଜି ନବୀନ ପଟ୍ଟନାୟକ ଚଲାବୁଲା କରିଛନ୍ତି। ଏ ନେଇ ସେ ଏକ ଭିଡିଓ ମଧ୍ୟ ଜାରୀ କରିଛନ୍ତି। ଏଥିରେ ପ୍ରେମ ପଟ୍ଟନାୟକ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ନବୀନ ବାବୁ ସୁସ୍ଥ ହେଉଛନ୍ତି । ନବୀନ ବାବୁଙ୍କ ଅସ୍ତ୍ରୋପଚାର ପରେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ଏବଂ ଚିନ୍ତା ପାଇଁ କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଭଲ ଅଛନ୍ତି ଏବଂ ଆଜି କିଛି ପାଦ ଚାଲିଛନ୍ତି। ଏହା ସୁସ୍ଥ ହେବାର ଏକ ଆଶ୍ୱାସନାଦାୟକ ସଙ୍କେତ ବୋଲି ସେ କହିଛନ୍ତି।
ଚିଲିକା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓଡ଼ଗାଁ ଗ୍ରାମର ବିଜେଡ଼ି ସଭାପତି ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ସଭାପତି ଶ୍ରୀ ଲକ୍ଷ୍ମଣ ପ୍ରଧାନଙ୍କ ସମେତ ବହୁ କର୍ମୀ ଓ କୁଲେଇ ଗ୍ରାମ ପଞ୍ଚାୟତର ଶ୍ରୀ ହୃଷିକେଶ ବିଶ୍ବାଳ, ଶ୍ରୀ ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଭୁବନେଶ୍ବର ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ମନ୍ତ୍ରୀ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେପି ପରିବାରକୁ ସ୍ବାଗତ କରିଥିଲେ।ଏହି ମିଶ୍ରଣ ପର୍ବ ଚିଲିକା ନିର୍ବାଚନ ମଣ୍ଡଳୀ ସମେତ ଓଡ଼ିଶାରେ ‘ବିଜେପିର ବିଜୟ ସଂକଳ୍ପ’ ଯାତ୍ରାକୁ ସୁଦୃଢ଼ କରିବ ଏବଂ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ମନ୍ତ୍ରୀ…
ଭୁବନେଶ୍ବର: ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ କହିଛନ୍ତି। ଗଞ୍ଜାମ ବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଙ୍ଗୀତ, ନୃତ୍ୟ ଓ ଗୀତର ସମ୍ଭାର। କେବଳ କଳା ନୈପୁଣ୍ୟ ନୁହେଁ ରାଜନୀତିରେ ମଧ୍ୟ ପାରଙ୍ଗମ ଗଞ୍ଜାମ ବାସୀ। ଗଞ୍ଜାମରେ ଗଞ୍ଜାମ ବାସୀ ଡବଲ ନୁହେଁ ଟ୍ରିପଲ୍…
The Samikhsya Desk: ପାକସ୍ଥାନ ହେଉଛି ପୃଥିବୀର ଆର୍ଥିକ ଅନାଟନରେ ସଢୁଥିବା ଏକ ରାଷ୍ଟ୍ର।ମୁସଲିମ ପ୍ରାଧ୍ୟାନ୍ୟ ଏହି ଦେଶରେ ରାଜନୈତିକ ତଥା ଅର୍ଥନୈତିକ ଅସ୍ଥିରତା ଲାଗି ରହିଛି। ଭାରତରେ ଯେପରି ମୁକେଶ ଆମ୍ବାନୀ, ଗୌତମ ଆଦାନୀ ପରି ବିଶ୍ବ ପ୍ରସିଦ୍ଧ ଧନୀ ବ୍ୟକ୍ତି ଅଛନ୍ତି ପାକିସ୍ଥାନରେ ସେପରି କେହି ନାହାଁନ୍ତି। କାରଣ ହେଲା ସେଠାରେ ସବୁବେଳ ଅସ୍ଥିରତା ଲାଗି ରହିଥିବାରୁ କୌଣସି ବଡ ଶିଳ୍ପ କରିବା ସମ୍ଭବ ହୋଇପାରୁ ନାହିଁ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ସେହି ପାକିସ୍ଥାନରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯେ କି କୋଟିପତି ତାଲିକାରେ ସାମିଲ ହୋଇପାରିଛନ୍ତି। ସାରା ବିଶ୍ବରେ ଜଣେ ଧନୀ ବ୍ୟକ୍ତି ନ ହେଲେ ମଧ୍ୟ ପାକିସ୍ଥାନ ପରି ରାଷ୍ଟ୍ରରେ ସେ ଧନୀ ହୋଇଥିବାରୁ ଚାରିଆଡେ ଚର୍ଚ୍ଚା ଚାଲିଛି। ସେ ନା ମୁକେଶ ଆମ୍ବାନୀ ପରି ଶିଳ୍ପ ପ୍ରତିଷ୍ଠା କରିଛନ୍ତି ନା ଗୌତମ ଆଦାନୀ ପରି ତାଙ୍କର ରହିଛି ବନ୍ଦର। ହେଲେ ମଧ୍ୟ ସେ ହେଉଛନ୍ତି…
ପୁରୀ: ଆଜି ତିନିଠାକରୁ ସୁସ୍ଥ୍ୟ ହୋଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା ପରେ ତିନିଠାକୁର ଜ୍ବରରେ ପିଡିତ ହୋଇପଡିଥିଲେ। ହେଲେ ତାଙ୍କୁ ଦଶମୂଳ ଚିକିତ୍ସା କରିବା ପରେ ଆଜି ସୁସ୍ଥ ହୋଇଛନ୍ତି। ଫଳରେ ଏହି ଖୁସି ଖବର ସେବାୟତମାନେ ଗଜପତି ମହାରାଜାଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ମହାପ୍ରଭୃଙ୍କ ଶ୍ରୀଅଙ୍ଗ ଲାଗିଛଡା ସାମଗ୍ରୀ ପ୍ରଦାନ କରିଛନ୍ତି। ସାଧାରଣତଃ ଜୈଷ୍ଠ ପୂର୍ଣ୍ଣିମାରେ ତିନିଠାକୁରଙ୍କ ସ୍ନାନ ନିତି ହୋଇଥାଏ। ଏହାପରେ ଠାକୁର ଜ୍ବରରେ ଅଣସର ଘରେ ପଡିରହିବେ। ପରେ ତାଙ୍କୁ ଆର୍ୟୁବେଦିକ ଔଷଧ ଦେବା ପରେ ସେ ଦ୍ବଦଶୀରେ ସୁସ୍ଥ ହୋଇଥାଆନ୍ତି। ସେଥିପାଇଁ ଆଜିର ଦିନକୁ ଅଣସର ଦ୍ବାଦଶୀ ବୋଲି କୁହାଯାଇଥାଏ।
ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ବର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ପ୍ରତାପ ନଗରୀସ୍ଥିତ ଧାକୁଲେଇ ପୀଠ ଠାରେ ଏହି ଶିବିର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଏହି ଶିବିରରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଯୋଗ ଗୁରୁ କବିତା ସାମନ୍ତରାୟ ଏବଂ ଭାରତୀୟ ଯୋଗ ସଂସ୍ଥାନର ପ୍ରାନ୍ତ ଅଧିକାରୀ ସଂଯୁକ୍ତା ବେହେରା ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ, ମାନସିକ, ଭାବନାଗତ ବିକାଶ ଏବଂ ସାମଗ୍ରିକ ସୁସ୍ଥତା ସମେତ ମାନବ କଲ୍ୟାଣ ଉପରେ ଯୋଗର ସର୍ବୋଚ୍ଚ ପ୍ରଭାବ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଚଳିତ ବର୍ଷର ଯୋଗ ଦିବସର ବାର୍ତ୍ତା – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ…
ନୂଆଦିଲ୍ଲୀ: ଗତକାଲି ରାତିରେ ୟୁକେର ବର୍ମିଂହାମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମା ଧମକ ମିଳିବା ପରେ ଏହାକୁ ରିୟାଦରେ ଜରୁରୀ କାଳିନ ଅବତରଣ କରିଥିଲା। ଏ ସଂପର୍କରେ ଆଜି ବିମାନ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଏୟାର ଇଣ୍ଡିଆ ବିମାନ AI 114 ରିୟାଦରେ ସୁରକ୍ଷିତ ଭାବରେ ଜରୁରୀ କାଳିନ ଅବତରଣ କରିଥିଲା। ଏହାପରେ ସେଠାରେ ସୁରକ୍ଷା ଯାଞ୍ଚ କରାଯାଇଥିଲା। ବିମାନଟି ରାତି 8.26 ରେ ବର୍ମିଂହାମରୁ ଉଡ଼ାଣ ଭରିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଜୁନ୍ 12 ତାରିଖରେ ଅହମ୍ମଦାବାଦରେ ଏକ ଦୁଃଖଦ ଦୁର୍ଘଟଣା ପରେ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାରଲାଇନ୍ସ ସମ୍ପ୍ରତି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛି। ଏହାର ପ୍ରତିକ୍ରିୟା ସ୍ୱରୂପ, ଏୟାର ଇଣ୍ଡିଆ ଅଧିକ କଠୋର ପୂର୍ବ-ଉଡ଼ାଣ ସୁରକ୍ଷା ଯାଞ୍ଚ ଆରମ୍ଭ କରିଛି ଏବଂ ସୁଗମ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଅସ୍ଥାୟୀ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସପତ୍ନୀକ ବ୍ରହ୍ମଗିରି ଗସ୍ତ କରି ପ୍ରଭୃ ଅଲରାନାଥଙ୍କୁ ଦର୍ଶନ କରିଛନ୍ତି। ସାଧାରଣତଃ ସ୍ନାନ ପୂର୍ଣ୍ଣିମା ପରେ ତିନିଠାକୁର ଜ୍ବରରେ ପି଼ିଡିତି ହୋଇ ଅଣସର ଘରେ ରୁହନ୍ତି। ଏହି ସମୟରେ ସେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ। ହେଲେ କଥିତ ଅଛି ପ୍ରଭୃ ଅଣବସରରେ ଥିବା ବେଳେ ବ୍ରହ୍ମଗିରରି ଅଲରାନାଥଙ୍କୁ ଦର୍ଶନ କରାଯାଏ। ସେହି ପରିପ୍ରକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ସହିତ ବ୍ରହ୍ମଗିରି ଯାଇ ପ୍ରଭୃ ଅଲରାନାଥଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କ ସାଥୀରେ ଥିଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପୂଜା କରିବା ସହିତ ମନ୍ଦିର ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଅଲରାନାଥଙ୍କ ଏକ ଫଟୋ ଚିତ୍ର ଉପହାର ଦେଇଥିଲେ।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ସଫଳତା ହାସଲ କରି, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ଏକ ବିବୃତ୍ତିରେ, NIA କହିଛି ଯେ ଦୁଇ ଜଣ ବ୍ୟକ୍ତି, ବାଟକୋଟର ପରୱେଜ ଅହମଦ ଜୋଥାର ଏବଂ ପହଲଗାମର ହିଲ ପାର୍କର ବଶିର ଅହମଦ ଜୋଥାର, ଆକ୍ରମଣରେ ସମ୍ପୃକ୍ତ ତିନି ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିଛନ୍ତି। ଏଜେନ୍ସି କହିଛି ଯେ ଅଭିଯୁକ୍ତମାନେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ସହିତ ଜଡିତ ପାକିସ୍ତାନୀ ନାଗରିକ। NIA ଅନୁଯାୟୀ, ଆକ୍ରମଣ ପୂର୍ବରୁ ପରୱେଜ ଏବଂ ବଶିର ଜାଣିଶୁଣି ତିନି ସଶସ୍ତ୍ର ଆତଙ୍କବାଦୀଙ୍କୁ ହିଲ ପାର୍କର ଏକ ଋତୁକାଳୀନ କୁଡ଼ିଆରେ ଆଶ୍ରୟ ଦେଇଥିଲେ। ଏଥିରେ କୁହାଯାଇଛି ଯେ ଗିରଫ ବ୍ୟକ୍ତିମାନେ ଆତଙ୍କବାଦୀଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇଥିଲେ। NIA ବେଆଇନ କାର୍ଯ୍ୟକଳାପ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇଛନ୍ତି ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ସାମ୍ପ୍ରତିକ ବୃଦ୍ଧି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ସେମାନେ ବର୍ତ୍ତମାନର ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତିକୁ ଆଗକୁ ବଢ଼ିବା ଏବଂ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଆହ୍ୱାନକୁ ଦୋହରାଇଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକରେ ଶୋଇପଡିଲେ ଡିଜି ପୋଲିସ ୱ୍ବାଇ ବି ଖୁରାନିଆ। ଯାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଆଲୋଚନା। ଆଜି ପୁରୀ ଟାଉନ ହଲରେ ଚାଲିଥିଲା ରଥଯାତ୍ରା ସମୀକ୍ଷା ବୈଠକ। ଏହି ବୈଠକରେ ଯୋଗଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ, ଗଣ୍ଡାଗଣ୍ଡା ମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବ। ସେହିପରି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଡିଜି ଶୋଇପଡିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛି। ରଥଯାତ୍ରା ହେଉଛି ଏପରି ଏକ ଉତ୍ସବ ଯେଉଁଠାରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୁଅନ୍ତି। ସେମାନଙ୍କର ସୁରକ୍ଷା ପୋଲିସ ବ୍ୟବସ୍ଥା ପ୍ରତି ଏକ ଚ୍ୟାଲେଞ୍ଜ। ଏପରି କ୍ଷେତ୍ରରେ ପୋଲିସ ମୁଖ୍ୟ ସେହି ବୈଠକରେ ଶୋଇପଡିବା ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ରାଜ୍ୟର ସମସ୍ତ ମୁଖିଆ ଥିବା ବେଳେ ଡିଜି କିପିରି ଶୋଇଲେ ସେ ନେଇ ଭକ୍ତ ଓ ସେବାୟତ ମହଲରେ ପ୍ରଶ୍ନ ଉଠିଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି କହିଛନ୍ତି ଯେ, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ (Incident Free) କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୋଲିସ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ସଠିକ ଭାବେ ପରିଚାଳନା କରି ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଭାଗନେଇ ପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଜିଲ୍ଲାରେ ଡାଇରିଆ ପରିସ୍ଥିତି ଥିବା ଯୋଗୁ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗ ରଥଯାତ୍ରା ପୂର୍ବରୁ ସୁନାବେଶ ପର୍ଯ୍ୟନ୍ତ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିବା ଆବଶ୍ୟକ। କୌଣସି ସ୍ଥାନରେ ଯେପରି ଅସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା ପାଣି…
The Samikhsya Desk: ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ସଫଳ ହୋଇଛି ନବୀନ ପଟ୍ଟନାୟକଙ୍କ ଅପରେସନ। ଆଜି ସକାଳୁ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ଅପରସେନ ସରିବା ପରେ ବର୍ତ୍ତମାନ ଡାକ୍ତରଙ୍କ ଅବଜରଭେସନରେ ଅଛନ୍ତି। କିଛି ସମୟ ପରେ ସେ ବେଡକୁ ସ୍ଥାନାନ୍ତରିତ ହେବେ। ଏହାପରେ ସେ ପ୍ରାୟ ଦୁଇଦିନ ପାଇଁ ଡାକ୍ତରଖାନାରେ ଡାକ୍ତରଙ୍କ ତତ୍ବାବଧାନରେ ରହିବେ ବୋଲି ଜଣାପଡିଛି। ଆଜି ଅପରେସନ ବେଳେ ତାଙ୍କ ପାଖରେ ତାଙ୍କର ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ। ସେମାନେ ନବୀନଙ୍କ ଅପରସେନ ତଦାରଖ କରୁଥିଲେ। ସେହିପରି ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିଥିଲେ।ସେ ପ୍ରାୟ ପାଞ୍ଚ ଦିନ ପରେ ଭୁବନେଶ୍ବର ଫେରିବେ ବୋଲି ଜଣାପଡିଛି।
ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ରରେ ବିଜେପି ଶାସନ ଥିଲେ ମଧ୍ୟ ଏବେ ବି ବିଜେଡିର ଦବଦବା ଜାରୀ ରହିଛି। ଯାହାର ପ୍ରମାଣ ହେଲା ଗତକାଲି ଭୁବନେଶ୍ବର ମହାନଗର ନିଗମର ହୋଇଥିବା ବିଭିନ୍ନ ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ନିର୍ବାଚନ। ଏଥିରେ ମୋଟ 9 ଟି କମିଟ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା। ସେଥି ମଧ୍ୟରୁ ବିଜେଡି 8 ଟି ହାତେଇ ଥିବା ବେଳେ ବିଜେପି ଗୋଟିଏ ଅଧ୍ୟକ୍ଷ ପଦ ନେଇଛି। ତେବେ ମିଳିଥିବା ସୂଚନା ଅନୁସାରେ ବିଜେଡି ହାତେଇଥିବା 8 ଟି ଅଧ୍ୟକ୍ଷ ପଦ ମଧ୍ୟରୁ 7 ଟିରେ ଅପରବର୍ତ୍ତିତ ରହିଛି। ଜଣେ କେବଳ କର୍ପୋରେସନ ଏଷ୍ଟାବିଲ୍ସମେଣ୍ଟ ଷ୍ଟାଣ୍ଡିଂ କମିଟର ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇ ନୂଆ କରର୍ପୋରେଟଙ୍କୁ ଦିଆଯାଇଛି। ସେ ହେଉଛନ୍ତି 24 ନମ୍ବର ୱାର୍ଡର କରର୍ପୋରେଟର ଦୀପକ କୁମାର ମିଶ୍ର। ସେହିପରି ଶିକ୍ଷା ଓ ରିକ୍ରିଏସନ କମିଟର ଅଧ୍ୟକ୍ଷ ଭାବେ ବିଜେପିର ରାମଚନ୍ଦ୍ର ରଣସିଂହ ବିଜେଡିର ମୋନାଲିସା ବେହେରାଙ୍କୁ ହରାଇ ଦେଇଥିଲେ। ଏହି…

