Author: Samikhsya Bureau

ନୂଆଦିଲ୍ଲୀ: ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍‌ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି ବିବେଚନା କରାଯାଏ। ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଖରାପ ନଜରରେ ଦେଖାଯାଇଥାଏ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାମାନେ ଭାରତୀୟ ପୁରୁଷଙ୍କଠାରୁ ଅଧିକ ପରକୀୟା ପ୍ରୀତି କରିଥା’ନ୍ତି ବୋଲି ଜଣାପଡିଛି। ଏକ୍ସଟ୍ରା ମ୍ୟାରେଟିଆଲ୍‌ ଡେଟିଂ ଆପ୍‌ର ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ଏବେ ଏହି ପ୍ରସଙ୍ଗକୁ ନେଇ ବେଶ୍‌ ବୋଲ୍ଡ ହୋଇଯାଇଛନ୍ତି। ଏକ୍ସଟ୍ରା ମ୍ୟାରିଟିଆଲ୍‌ ଡେଟିଂ ଆପ୍‌ ଗ୍ଲୀଡେନ୍‌ର ସର୍ଭେ ଅନୁସାରେ ୫୩ ପ୍ରତିଶତ ଭାରତୀୟ ମହିଳା ପରକୀୟା ପ୍ରୀତିକୁ ସ୍ବୀକାର କରିଛନ୍ତି। ସେମାନେ ନିଜ ସ୍ବାମୀଙ୍କ ଛଡା ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଥିବାର ଜଣାଇଛନ୍ତି । ସେହିପରି ବିବାହ ପରେ…

Read More

ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଗାମୀ ସହରାଞ୍ଚଳ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସହରାଞ୍ଚଳ ନିର୍ବାଚନ ପୂର୍ବରୁ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ବିଜେପିର ଖୋର୍ଦ୍ଧା ଜିଲ୍ଲା ନେତୃତ୍ଵ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର ୨ ଟି ପୌର ପରିଷଦ ଏବଂ ୨ ଟି ବିଜ୍ଞାପିତ ଅଞ୍ଚଳ ପାଇଁ ୪ ଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ଭାବେ ବିଦ୍ୟୁତ କୁମାର କାଣ୍ଡିଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ଶ୍ରୀ କାଣ୍ଡି ଜିଲ୍ଲାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଖୋର୍ଦ୍ଧା ପୌରପରିଷଦ, ଜଟଣୀ ପୌରପରିଷଦ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୪ ଜଣଙ୍କୁ ସଂଯୋଜକ ଭାବେ ଦାୟିତ୍ଵ ଦିଆଯାଇଛି। ଏହି ୪ଟି ଅଞ୍ଚଳର ସଂଯୋଜକଙ୍କ ନାମ ଖୁବ ଶୀଘ୍ର ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର ଘୋଷଣା କରିବେ…

Read More

ନୂଆଦିଲ୍ଲୀ: ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ୩-୧ ଗୋଲରେ ବିଜୟ ହୋଇ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହିପରି ଭାରତର ପଦକ ଆଶା ବହୁତ ବୃଦ୍ଧି ପାଇଛି। ଅଲିମ୍ପିକ୍ସରେ ହକି ଦଳ ଚମତ୍କାର ପ୍ରଦର୍ଶନ କରିଛି ଏବଂ ସେମିଫାଇନାଲରେ ମଧ୍ୟ ଦଳର ଏହି ଫର୍ମ ଜାରି ରହିବ ବୋଲି ଆଶା କରାଯାଉଛି। ରବିବାର ଦିନ ଭାରତ ପାଇଁ ଏହା ଏକ ଭଲ ଦିନ ଥିଲା। ଆଜି ଓଏ ହକି ଷ୍ଟାଡିୟମରେ ଖେଳାଯାଇଥିବା ଦିନର ପ୍ରଥମ ମ୍ୟାଚରେ ବ୍ରିଟେନକୁ ୩-୧ ଗୋଲରେ ପରାସ୍ତ କରିବା ପରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଦିଲପ୍ରୀତ ସିଂ ସପ୍ତମ ମିନିଟରେ, ଗୁରୁଜନ ସିଂ ୧୬ ତମ ଏବଂ ୫୭ ମିନିଟରେ ହାର୍ଦ୍ଦିକ ସିଂ ଗୋଲ ସ୍କୋର କରିଥିଲେ। ୪୫ ତମ ମିନିଟରେ ବ୍ରିଟେନ ପାଇଁ ସାମୁଏଲ ୱାର୍ଡ ଏକମାତ୍ର ଗୋଲ ସ୍କୋର କରିଥିଲେ। ସେମିଫାଇନାଲରେ ଭାରତ ତୃତୀୟ କ୍ୱାର୍ଟର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୩୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୬ ହଜାର ୮୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୪୯୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୮୦୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୭୭୩  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୦, କଟକରୁ ୨୦୮, ଅନୁଗୁଳରୁ ୯୮, ବାଲେଶ୍ବରରୁ ୯୭, ଯାଜପୁରରୁ ୮୬, କେନ୍ଦ୍ରାପଡାରୁ ୮୩, ଜଗତସିଂହପୁରରୁ ୮୧, ଢେଙ୍କାନାଳରୁ ୬୫, ନୟାଗଡରୁ ୬୧, ମୟୂରଭଞ୍ଜରୁ ୫୫, ପୁରୀରୁ ୫୧, ଭଦ୍ରକରୁ ୪୭, ସୁନ୍ଦରଗଡରୁ ୪୭, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡରୁ ୧୭, ମାଲକାନଗିରିରୁ ୧୩, ଗଞ୍ଜାମରୁ ୧୨, କୋରାପୁଟରୁ ୧୧, କେନ୍ଦୁଝରରୁ ୯, ଗଜପତିରୁ ୮, ରାୟଗଡାରୁ ୮, ବୌଦ୍ଧରୁ ୭, ଦେବଗଡରୁ ୬, କଳାହାଣ୍ଡିରୁ ୬, ସୋନପୁରରୁ ୬, ବଲାଙ୍ଗୀରିରୁ ୫, ଝାରସୁଗୁଡାରୁ ୫, ନବରଙ୍ଗପୁରରୁ ୪ ଏବଂ ଷ୍ଟେଟ ପୁଲରୁ ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୫୮ ହଜାର…

Read More

ନୂଆଦିଲ୍ଲୀ: ଆଜି ଚୀନ୍‌ର ଜିଆଓ ହେ ବିଙ୍ଗଙ୍କୁ ପରାସ୍ତ କରି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ସୃଷ୍ଟି କରିଛନ୍ତି। ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ସିନ୍ଧୁ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ହୋଇଛନ୍ତି। ସିନ୍ଧୁ ଆରମ୍ଭରୁ ଏହି ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ପ୍ରଥମ ଗେମରେ ଚାଇନାର ଖେଳାଳିଙ୍କୁ ୨୧-୧୩ ରେ ପରାସ୍ତ କରି ନିଜର ସ୍ଥିତିକୁ ଦୃଢ କରିଥିଲେ। ଏହା ପରେ ସେ ଦ୍ୱିତୀୟ ଗେମରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ ଜିତିଥିଲେ। ୫୨ ମିନିଟ ଧରି ଚାଲିଥିବା ଏକ ମ୍ୟାଚରେ ସିନ୍ଧୁ ଚାଇନାର ଖେଳାଳି ବିଙ୍ଗକୁ ୨୧-୧୩, ୨୧-୧୫ ରେ ପରାସ୍ତ କରିଥିଲେ। ଏହା ସିନ୍ଧୁଙ୍କର ଦ୍ୱିତୀୟ ଅଲିମ୍ପିକ୍ସ ଥିଲା। ସିନ୍ଧୁ ରିଓ ଅଲିମ୍ପିକ୍ସରେ ପଦାର୍ପଣ କରି ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦୁଇ ଅଲିମ୍ପିକ୍ ପଦକ ଜିତିବାରେ କୁସ୍ତି ସୁଶୀଲ କୁମାରଙ୍କ ପରେ ସିଦ୍ଧୁ…

Read More

ନୂଆଦିଲ୍ଲୀ: ଆସନ୍ତାକାଲି ଭିଡିଓ କନଫରେନ୍ସ ଜରିଆରେ ଡିଜିଟାଲ ପେମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇ-ରୁପି’ ବ୍ୟବସ୍ଥା ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି ସୂଚନା ମିଳିଛି। ପିଏମଓ କହିଛି ଯେ, ଡିଜିଟାଲ ପେମେଣ୍ଟ ପାଇଁ ‘ଇ-ରୁପି’ ଏକ ନଗଦବିହୀନ ଏବଂ ଯୋଗାଯୋଗହୀନ ମାଧ୍ୟମ ଅଟେ। ଇ-ରୁପି କ’ଣ: ଡିଜିଟାଲ୍ ପେମେଣ୍ଟ ପାଇଁ ‘ଇ-ରୁପି’ ଏକ ନଗଦବିହୀନ ମାଧ୍ୟମ। ଏହା ଏକ କ୍ୟୁଆର କୋଡ୍ କିମ୍ବା ଏସଏମଏସ ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ବିତରଣ କରାଯାଇଥାଏ। ଉପଭୋକ୍ତା କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର ନକରି ତାଙ୍କ ସେବା ପ୍ରଦାନକାରୀ କେନ୍ଦ୍ରରେ ଭାଉଚର୍ ରାଶି ଗ୍ରହଣ କରିପାରିବେ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ଏହାର ୟୁପିଆଇ ପ୍ଲାଟଫର୍ମରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହାକୁ ବିକଶିତ କରିଛି। ଇ-ରୁପି…

Read More

କାବୁଲ: ତାଲିବାନ ବିରୋଧରେ ଆଫଗାନିସ୍ତାନ ବାୟୁସେନା ଏକ ବିରାଟ କାର୍ଯ୍ୟାନୁଷ୍ଠାନ ନେଇଛି। ପୃଥକ ପୃଥକ ଆକ୍ରମଣରେ ଆଫଗାନିସ୍ତାନ ବାୟୁସେନା ୨୫୪ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହା ସହ ୯୭ ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା କୁହାଯାଉଛି। ଆଫଗାନିସ୍ତାନ ସେନା ୨୪ ଘଣ୍ଟା ମଧ୍ୟରେ କାବୁଲ, କାନ୍ଦାହାର, କୁଣ୍ଡୁଜ, ହେରାଟ, ହେଲମାଣ୍ଡ ଏବଂ ଗଜନୀଙ୍କ ସମେତ ୧୩ ଟି ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଛି। ତାଲିବାନ ଉପରେ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ: ଏପର୍ଯ୍ୟନ୍ତ ତାଲିବାନ ଆତଙ୍କବାଦୀଙ୍କ ଉପରେ ଏହା ହେଉଛି ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ। ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ସେନା ମଧ୍ୟ ୧୩ ଟି ଆଇଇଡି କୁ ନିଷ୍କ୍ରିୟ କରିଛି। ଗତକାଲି ମଧ୍ୟ ବାୟୁସେନା କାନ୍ଦାହାରର ଏକ ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କ ବଙ୍କରକୁ ଟାର୍ଗେଟ କରିଥିଲା। ଏହି କାର୍ଯ୍ୟରେ ୧୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

Read More

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦାୟିତ୍ଵ ଏବେ ଭାରତ ହାତକୁ ଆସିଛି। ଆଜିଠାରୁ ଏକ ମାସ ପାଇଁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବ। ଅଗଷ୍ଟ ୨ ତାରିଖ ସୋମବାର ଠାରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଭୂମିକାରେ ଭାରତ କାର୍ଯ୍ୟ କରିବ। ଏହି ଅବସରରେ ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି କହିଛନ୍ତି ଯେ, ଭାରତ ଏବଂ ଫ୍ରାନ୍ସର ଘନିଷ୍ଠ ସମ୍ପର୍କ ରହିଛି। ସୁରକ୍ଷା ପରିଷଦରେ ଆମର କାର୍ଯ୍ୟକାଳ ମଧ୍ୟରେ ସେମାନେ ଆମକୁ ଦେଇଥିବା ସମର୍ଥନ ପାଇଁ ମୁଁ ଫ୍ରାନ୍ସକୁ ଧନ୍ୟବାଦ ଦେଉଛି। ସେ କହିଛନ୍ତି ଯେ, ଆମର ଅଧ୍ୟକ୍ଷତା ସମୟରେ ପ୍ରାଥମିକ କ୍ଷେତ୍ର ଉପରେ ଧ୍ୟାନ ଦେଇ ତିନୋଟି ଉଚ୍ଚ ସ୍ତରୀୟ ଦସ୍ତଖତ ବୈଠକ କରୁଛି। ଏଥିରେ ସାମୁଦ୍ରିକ ସୁରକ୍ଷା, ଶାନ୍ତି ରକ୍ଷା ଏବଂ ଆତଙ୍କବାଦ ମୁକାବଲା ଅନ୍ତର୍ଭୁକ୍ତ। ଶାନ୍ତି ରକ୍ଷାକାରୀଙ୍କ ସ୍ମୃତିରେ ଭାରତ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜନ କରିବ।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୯୬୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ବାଲେଶ୍ଵର, ବରଗଡ, ଝାରସୁଗୁଡା, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…

Read More

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରାଯାଏ। ଏହା ଏକ ବିଶେଷ ଉତ୍ସବ ଯାହା ବନ୍ଧୁତ୍ୱର ବନ୍ଧନ ଏବଂ ଲୋକଙ୍କ ମଧ୍ୟରେ ଏକତାର ମୂଲ୍ୟବାନ ବନ୍ଧନକୁ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଅଗଷ୍ଟ ୧ ତାରିଖରେ ଭାରତରେ ପାଳନ କରାଯାଉଛି। ଜୁଲାଇ ୩୦ ତାରିଖରେ ମଧ୍ୟ ବିଶ୍ଵର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହାକୁ ପାଳନ କରାଯାଏ। ଫ୍ରେଣ୍ଡସିପ୍ ଡେ ପ୍ରଥମେ ୧୯୫୮ ମସିହାରେ ପାରାଗୁଏରେ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ପାଳନ କରାଯାଇଥିଲା। ଏହାକୁ ୧୯୩୦ ରେ ହଲମାର୍କ କାର୍ଡର ପ୍ରତିଷ୍ଠାତା ଜୋଏସ୍ ହଲ୍ ଦ୍ୱାରା ଆରମ୍ଭ କରାଯାଇଥିଲା। ୧୯୮୮ ମସିହାରେ ୱିନି ପୁହଙ୍କୁ ମିଳିତ ଜାତିସଂଘ ବନ୍ଧୁତ୍ୱର ରାଷ୍ଟ୍ରଦୂତ ଭାବରେ ସ୍ୱୀକୃତି ଦେଇଥିଲା ଏବଂ ୨୦୧୧ ମସିହାରେ ମିଳିତ ଜାତିସଂଘର ୬୫ ତମ ଅଧିବେଶନରେ ୩୦ ଜୁଲାଇକୁ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ମାନ୍ୟତା ମିଳିଥିଲା। ଏହି ଦିନଟିକୁ ସାରା ବିଶ୍ୱରେ ବନ୍ଧୁମାନଙ୍କ ପାଇଁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବହୁମୂଖି ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନା ର କୋକସରାରୁ ବେହେରା ଯାଇଥିବା ମେଗାଲିଫ୍ଟ କେନାଲ ରେ ଆରଡି ୩୪ ମାଝୀଗୁଡା ଠାରେ ହୁଡାଭାଙ୍ଗିଯାଇ ଘାଇ ହେବା ଫଳରେ ପାଶ୍ୱର୍ସ୍ଥ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଥିବା ଜଣାପଡିଛି। ମଙ୍ଗଳପୁର ଠାରେ ଥିବା ହାତୀବେରେଜରୁ ବିଦ୍ୟୁତ ମୋଟର ଯୋଗେ ଲିଫ୍ଟ କରାଯାଇ ଇନ୍ଦ୍ରାବତୀର ଅଣ ଜଳସେଚିତ ଜମି ଗୁଡିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ନିର୍ମିତ ଏହି କେନାଲ ହୁଡା ଭାଙ୍ଗିଯିବା ହେତୁ ଚାଷି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କେନାଲ ନିର୍ମାଣ କରୁଥିବା ଠିକା ସଂସ୍ଥା ଦ୍ୱାରା ନିମ୍ନ ମାନର କାର୍ଯ୍ୟ କରିଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଗତ ମକରସଂକ୍ରାନ୍ତି ୧୪,ଜାନୁଆରୀ ୨୦୨୧ଦିନ ଏହି ମେଗା ଲିଫ୍ଟ କେନାଲର ଉଦଘାଟନ କରାଯାଇଥିବା ବେଳେ କୋକସରା ଓ ଧର୍ମଗଡ ଅଂଚଳର ଅଣଜଳସେଚିତ ଚାଷ ଜମିକୁ ପ୍ରଥମ କରି ଜଳସେଚନ କରିବା ପ୍ରୟାସ କରାଯାଇଥିବା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୮୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୬ ଲକ୍ଷ ୬୨ ହଜାର ୪୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୪ ହଜାର ୩୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୮ ଲକ୍ଷ ୨୦ ହଜାର ୫୨୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୧୦ ହଜାର ୯୫୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୩୨ ଜଣ ଚିହ୍ନଟ ହୋଇଥିବା ବେଳେ ୬୦୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୬ ହଜାର ୮୨୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୮୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୯୦୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୧ ହଜାର ୪୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୦୯ ଜଣ, କଟକ ଜିଲ୍ଲାରୁ ୧୯୦ ଜଣ,…

Read More

ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ। ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ। ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ 32 ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ…

Read More

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟନୀତିରେ କହିଛନ୍ତି ଯେ, ଯେଉଁମାନେ ବଞ୍ଚିଥିଲେ ମଧ୍ୟ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେହି ହିସାବରେ ପାଞ୍ଚ ପ୍ରକାରର ଲୋକ ଅଛନ୍ତି ସେମାନେ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେମାନେ ହେଲେ ଯାହାର ପତ୍ନୀଙ୍କର ମୃତ୍ୟୁ ହୋଇଥିବ, ଆତ୍ମୀୟସ୍ବଜନଙ୍କଠାରୁ ଅପମାନ, ଋଣଭାର, ଦୁର୍ଦ୍ଦାନ୍ତ ବା ଦୁଷ୍ଟ ମାଲିକଙ୍କ ପାଖରେ କାମ କରୁଥିବା ଏବଂ ଦାରିଦ୍ର ଭିତରେ ରହିଥିବା ଲୋକ। ଯେତେ ଧନ ସଂପତ୍ତି ଥାଉ ନା କାହିଁକି ପତ୍ନୀଙ୍କ ବିୟୋଗ ସବୁବେଳେ ଦୁଃଖଦାୟକ ହୋଇ ରହିଯାଏ। ସେହିପରି ଋଣ ନ ସୁଝିବା ପର୍ଯ୍ୟନ୍ତ କେହି ବି ଭଲରେ ରହିପାରିବ ନାହିଁ। ଅନ୍ୟ ଏକ ପ୍ରସଂଗ ହେଲା ଦୁଷ୍ଟ ବା ଦୁର୍ଦ୍ଦାନ୍ତ ଲୋକଙ୍କ ପାଖରେ କାମ କରିବାର କଷ୍ଟ ମଧ୍ୟ କିଛି କମ ନୁହେଁ।

Read More

ଭୁବନେଶ୍ବର: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌। ଏବଂ…

Read More

ନୂଆଦିଲ୍ଲୀ: ଜୀବନର ପ୍ରତ୍ୟେକ ବ୍ୟକ୍ତିର ଏପରି ଏକ ପରିବର୍ତ୍ତନ ହେବା ଆବଶ୍ୟକ ଯେତେବେଳେ ତାଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚିବା ପାଇଁ କଷ୍ଟଦାୟକ ରାସ୍ତା ଦେଇ ଯିବାକୁ ପଡିବ। ଏପରି ପରିସ୍ଥିତିରେ, କିଛି ଲୋକ ଭୟଭୀତ ହୋଇ ଦୁଃଖରେ ଭାଙ୍ଗି ପଡନ୍ତି। କେହି କେହି ସାହସ ଧରି ସଫଳତାର ପାହାଚ ଚଢନ୍ତି। ସଫଳତା ମଧ୍ୟ ଏପରି ଲୋକଙ୍କୁ ବାଛିଥାଏ, ଯେଉଁମାନେ ଜୀବନରେ କ୍ଳାନ୍ତ ହୋଇ ପରାଜିତ ହୁଅନ୍ତି ନାହିଁ। ଯଦି ଆପଣ ମଧ୍ୟ ଜୀବନର ପ୍ରତ୍ୟେକ ଅସୁବିଧାକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ଏହି ୭ ଟି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିପାରିବ। ୧- ଲୋକମାନେ ଆପଣ ବିଷୟରେ କ’ଣ ଭାବନ୍ତି ତାହା ଚିନ୍ତା କରିବା ଆପଣଙ୍କ କାମ ନୁହେଁ। ଯଦି ଆପଣ ଏହା ଭାବିବେ ତେବେ ନିଜ କାମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। 2- ଆପଣଙ୍କ ଜୀବନକୁ କେବେ ବି ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ। ସେମାନଙ୍କ ବିଷୟରେ…

Read More

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ । ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ।…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲାରୁ ଛତିଶଗଡକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଥାନା ଆଇଆଇସି ରମଣୀ ରଂଜନ ଦଲେଇଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚୋରାରେ ଏକ ବୋଲେରୋ ଗାଡିର ଛାତ ଉପରେ ଏବଂ ତଳେ ୨୨ ଟି ପାକେଟରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ଅବସ୍ଥାରେ ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ପ୍ରକାଶ। ଏହି ଘଟଣାରେ ସଂପୃକ୍ତ ବୋଲେରୋ ଓଡି-୧୦କେ-୪୯୪୭, ୩ଟି ମୋବାଇଲ, ନଗଦ ଟ୧୪୯୫/- ସମେତ ୨୨ଟି ପାକେଟରେ ଥିବା ୪୪.୭ କେଜି ଗଞ୍ଜେଇ ଜବତ କରାଯିବା ସମେତ ଅଭିଯୁକ୍ତ କୋରାପୁଟ ଜିଲ୍ଲା ପଡୱା ଥାନା ଅଂଚଳର ଗୋବିନ୍ଦ ପୁଜାରୀ (୨୬), ଶଙ୍କର ରାଓ କୁଡା (୨୬) ଏବଂ ନନ୍ଦପୁର ଥାନା ଅଂଚଳର ଭିକାରୀ ଖରା…

Read More