Author: Samikhsya Bureau

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ଆଉ ଏକ ବଡ ଖବର। ତାହା ହେଲା ଯେ, ଯେଉଁମାନେ ସୁଭଦ୍ରା ଟଙ୍କା ପାଇ ନାହାଁନ୍ତି ସେମାନେ କଣ କରିବେ। ସେମାନେ ଆଉ ଟଙ୍କା ପାଇବେ କି ନାହିଁ। ସେ ନେଇ ଅନେକ ଦ୍ବନ୍ଦରେ ରହିଛନ୍ତି। ତେବେ ଏହି ଦ୍ବନ୍ଦକୁ ଦୂରକରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଏ ନେଇ ଆଜି ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନଙ୍କୁ ଅସ୍ବସ୍ଥି ଖବର ଦେଇଛନ୍ତି। ପ୍ରଭାତୀ କହିଛନ୍ତି ଯେ, ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନେ କୌଣସି ବ୍ୟସ୍ତ ହେବାର ନାହିଁ। ସେମାନଙ୍କ ଆବେଦନରେ କିଛି ତ୍ରୁଟି ରହିଥିବ। ତାହା ବର୍ତ୍ତମାନ ଯାଞ୍ଚ ଚାଲିଛି। ଯେଉଁମାନଙ୍କର ଆବେଦନରେ ତ୍ରୁଟି ପରିଲକ୍ଷିତ ହେବ ସେମାନଙ୍କ ପାଖକୁ ଫୋନ କଲ ଯିବ। ସେହି ତ୍ରୁଟିକୁ ସୁଧାରିବା ପାଇଁ ଫୋନ କଲ ହେଉ କିମ୍ବା ଅଙ୍ଗନବାଡି କର୍ମି ଘରକୁ ଘର ଯାଇ…

Read More

ଲେଖକ: ସମୀର ପଣ୍ଡିତ, ନିର୍ଦ୍ଦେଶକ, ବି.ଇ.ଇ ୨୦୭୦ ମସିହା ପର୍ଯ୍ୟନ୍ତ କାର୍ବନ ଉତ୍ସର୍ଜନକୁ ଶୂନ୍ୟ କରିବା ହେଉଛି ଭାରତର ଲକ୍ଷ୍ୟ। ସେଥିପାଇଁ ଇଲେକ୍ଟ୍ରିକ୍ ଯାନ (ଇ.ଭି.) ପରିବହନ କ୍ଷେତ୍ରକୁ କାର୍ବନ ମୁକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମ୍ପ୍ରତି ଇଲେକ୍ଟ୍ରିକ୍ ଯାନକୁ ବ୍ୟାପକ ଆକାରରେ ଆପଣାଇବା ଏକ ବିଶ୍ୱସନୀୟ ଏବଂ ସୁଲଭ ଚାର୍ଜିଂ ଭିତ୍ତିଭୂମି ଉପରେ ନିର୍ଭରଶୀଳ। ଏହାକୁ ଅଧିକ ସୁବିଧାଜନକ କରିବା ନିମନ୍ତେ ଭାରତ ସରକାର ଇଲେକ୍ଟ୍ରକ୍ ବାହନ ଚାର୍ଜିଂ ସଂସାଧନର ସ୍ଥାପନା ଏବଂ ସଂଚାଳନ ନିମନ୍ତେ ମାର୍ଗ ଦର୍ଶିକା ୨୦୨୪ ଜାରି କରିଛନ୍ତି। ଏହା ଦେଶବ୍ୟାପୀ ଚାର୍ଜିଂ ଷ୍ଟେସନମାନ ସ୍ଥାପନାରେ କ୍ଷିପ୍ରତା ଆଣିବା ଦିଗରେ ଡିଜାଇନ୍ ପ୍ରସ୍ତୁତ କରିବା ସକାଶେ ଏକ ଢାଞ୍ଚା ଭାବେ କାର୍ଯ୍ୟ କରିବ। ଏକ ମଜଭୁତ ଇ. ଭି ଚାର୍ଜିଂ ନେଟୱାର୍କର ନିର୍ମାଣ କେବଳ ଲୋକମାନଙ୍କ ସୁବିଧା ନିମନ୍ତେ ନୁହେଁ, ଅପରନ୍ତୁ ଶକ୍ତି, ସୁରକ୍ଷା, ନବୀକରଣ ଶକ୍ତିର ଲାଭ ଉଠାଇବା ଏବଂ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି। କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ସେମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାର ନୂଆ ଆଶା ଉଦ୍ଦୀପନା ନେଇ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଆସିଛି। ୧୦୦୦ ବର୍ଷର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବାଙ୍ଗୀନ ବିକାଶ ସହ ଏହାକୁ ସ୍ମାର୍ଟ ସିଟି କରିବା ଏବଂ କଟକ-ଭୁବନେଶ୍ୱରକୁ ଟୁଇନ୍‌-ସିଟି ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରଯତ୍ନ କରୁଛନ୍ତି।…

Read More

କଟକ: କଟକ ଛତ୍ରବଜାର ସ୍ଥିତ ତହସିଲଦାର ଲେନ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଲାୟନ୍ସ କ୍ଲବ ପ୍ଲାଟିନମ ର ସର୍ଭିସ ଚେୟାରପର୍ସନ ତଥା ଜିଲ୍ଲା ଜି.ଏମ.ଟି ସଂଯୋଜକ ସୌମ୍ୟରଞ୍ଜନ ପ୍ରଧାନଙ୍କ ଜନ୍ମଦିବସ ଉପଲକ୍ଷେ ଉକ୍ତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଲାୟନ୍ସ କ୍ଲବ ଡାଇମଣ୍ଡ କଟକ ତଥା ହୋପ ଅନୁଷ୍ଠାନ ଏବଂ ଜେସିବି ଗ୍ରୁପ ଶଙ୍କରପୁରର ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ରେଡ଼କ୍ରସ ରକ୍ତଭଣ୍ଡାରର କର୍ମଚାରୀ ମାନେ ସୁଚାରୁରୂପେ ଉକ୍ତ ଶିବିରକୁ ପରିଚାଳନା କରିବା ସହ ଏହାକୁ ସଫଳ କରିଥିଲେ। ଶତାଧିକ ରକ୍ତଦାତା ମାନେ ଉକ୍ତ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ l ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରଥମ ଥର ରକ୍ତଦାନ ପାଇଁ ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।ଆୟୋଜକମାନଙ୍କ ମଧ୍ୟରେ ସର୍ବଶ୍ରୀ ମନୋଜ କୁମାର ମହାପାତ୍ର,ବିଜୟ କୁମାର ସ୍ୱାଇଁ, ଜେ.ବି.ସି କ୍ଲବ ଏବଂ ହୋପ…

Read More

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅଞ୍ଚଳରେ ଗତ ନଭେମ୍ବର ମାସରେ ହୋଇଥିବା ଏକ ସୁନା ହାର ଚୋରି ଘଟଣା ର ତଦନ୍ତ ଚଳାଇ ବଡ଼ବଜାର ପୋଲିସ ଶେଷରେ ସଫଳତା ପାଇଛନ୍ତି। ଘଟଣା ରୁ ପ୍ରକାଶ ଯେ ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ଅଞ୍ଚଳରେ ପି ଭେଙ୍କଟେଶ୍ଵର ପାତ୍ର ନାମକ ଜଣେ ବ୍ୟବସାୟୀ ଙ୍କର ସୁନା ଦୋକାନରେ ଅତ୍ୟନ୍ତ ଭିଡର ସୁଯୋଗ ନେଇ ଜଣେ ମହିଳା କୌଶଳ କ୍ରମେ ଏକ ସୁନା ହାର ଚୋରି କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ। ରାତିରେ ଦୋକାନ ବନ୍ଦ ସମୟରେ ବ୍ୟବସାୟ ହିସାବ ବେଳେ ଗୋଟିଏ ସୁନା ହାର ର ଅଭାବ ପରିଲକ୍ଷିତ ହୋଇଥିଲା ଓ ଦୋକାନ ମାଲିକ ଓ କର୍ମଚାରୀ ମାନେ ସିସିଟିଭି କ୍ୟାମେରା ଫୁଟେଜ ଦେଖି ଜାଣିପାରିଲେ ଯେ ଉକ୍ତ ହାର ଚୋରି ହୋଇଛି। ଏହି ଘଟଣା ବିଷୟରେ ଦୋକାନ ମାଲିକ ବଡ଼ବଜାର ଥାନା ରେ ଅଭିଯୋଗ କରିବା ପରେ ପୋଲିସ…

Read More

ନୂଆଦିଲ୍ଲୀ: ଜରୁରୀକାଳୀନ ଗର୍ଭନିରୋଧକ ବଟିକା (ଇସିପି)ର ବଜାରରେ ବିକ୍ରୟ କୁ ନେଇ ସିଡିଏସସିଓ ଦ୍ୱାରା ନିୟମରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଏଠାରେ ସ୍ପଷ୍ଟୀକରଣ ଦିଆଯାଉଛି । ଗୋଟିଏ ଖବରରେ ଉଲ୍ଲେଖ କରାଯାଇଛି ଯେ ‘‘ବିଶେଷଜ୍ଞ ପ୍ୟାନେଲ ମର୍ଣ୍ଣିଂ ଆଫ୍ଟର ପିଲ୍‌ (ଅସୁରକ୍ଷିତ ସହବାସର ୨୪ ଘଣ୍ଟା ମଧ୍ୟରେ ସେବନ କରାଯାଉଥିବା ବଟିକା) ପାଇଁ ପ୍ରେସ୍କ୍ରିପସନ୍ ଆବଶ୍ୟକତା ପ୍ରସ୍ତାବ ଦେଇଛି’’। ଏ ସମ୍ପର୍କରେ ବାସ୍ତବ ତଥ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା:  ୧.) ବର୍ତ୍ତମାନ ଗର୍ଭନିରୋଧକ ଔଷଧ ଯଥା ସେଣ୍ଟକ୍ରୋମାନ୍ ଏବଂ ଏଥିନାଇଲୋଏଷ୍ଟ୍ରାଡିଓଲ, ଔଷଧ ନିୟମର ଅନୁସୂଚୀ ‘ଏଚ୍’ ଅଧୀନରେ ରହିଛି ଅର୍ଥାତ୍ ଏହି ଔଷଧ କେବଳ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ରେ ବିକ୍ରି କରାଯାଇପାରିବ। ଏହାବ୍ୟତୀତ ନିର୍ମାତାମାନଙ୍କ ପାଇଁ ଲେବଲରେ ସତର୍କତା ବାର୍ତ୍ତା – ‘‘କେବଳ ପଞ୍ଜୀକୃତ ମେଡିକାଲ ପ୍ରାକ୍ଟିସନରଙ୍କ ପ୍ରେସକ୍ରିପସନରେ ଖୁଚୁରା ଦ୍ୱାରା ବିକ୍ରି କରାଯିବ’’- ଉଲ୍ଲେଖ କରିବାକୁ ନିୟମ ରହିଛି । ୨.) ଏହାବ୍ୟତୀତ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି : “ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା । ମା ଦୁର୍ଗା ଏବଂ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦରୁ ଆପଣମାନେ ଜୀବନର ସମସ୍ତ କ୍ଷେତ୍ରରେ ବିଜୟୀ ହୁଅନ୍ତୁ, ଏହା ହିଁ ମୋର କାମନା ।”

Read More

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ କେଉଁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଅପରାହ୍ନରେ ସେ ହେଲିକାପ୍ଟରରେ ଭୁବନେଶ୍ବରରୁ କେଉଁଝର ଯିବେ। ସେଠାରେ ସେ ଶିରିଡି ସାଇ ମନ୍ଦିରରେ ପୂଜାଅର୍ଚ୍ଚନା କରିବେ। ଏହାପରେ ସେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିବେ। ଏ ନେଇ ପୂର୍ବରୁ କେଉଁଝରର ବିଭିନ୍ନ ପୂଜା ମଣ୍ଡପ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସରେ ରାତ୍ରୀ ଯାପନ କରିବେ। ରବିବାର ସକାଳେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳା ଗସ୍ତ କରିବେ। ସେଠାରେ କିଛି ସମୟ ରହିବା ପରେ ସେ ପୁଣି କେଉଁଝରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିବେ। ସେହିପରି ସୋମବାର ଦିନ ସେ କେତେକେ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେହିଦିନ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।

Read More

ଭୁବନେଶ୍ବର: ବିଜେଡିର ଜଣେ ଜଣେ ନେତା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଦଳକୁ ଅଡୁଆରେ ପକାଉଛନ୍ତି। ସେମିତି ଏକ କଥା କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ ପ୍ରକାଶ ବେହେରା ବିଜେଡି ଛାଡିବା ପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କହିଛନ୍ତି ଯେ, ଯେଉଁମାନେ ଗତ ନିର୍ବାଚନରେ ଆମଦାନୀ ହୋଇ ବିଜେଡିକୁ ଆସିଥିଲେ ସେମାନଙ୍କ ଅସଲ ପରିଚୟ ଜଣାପଡିଗଲା। ସେମାନେ ଦଳର ଅସୁବିଧା ସମୟରେ କେବେ ବି ସାଥୀରେ ରହିବେ ନାହିଁ। ଏହିପରି କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ଦୁଇଦିନ ତଳେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସମ୍ବିତ ଏହା କହିଛନ୍ତି। ସେ କହିଛନ୍ତି ଯେ, ଡଙ୍ଗା ବୁଡିବା ବେଳେ କେବଳ ଭୀରୁମାନେ ଡେଇଁ ପଡନ୍ତି। ପ୍ରକାଶ ବେହେରା ବିଜେଡିରେ କେବେ ବି ନ ଥିଲେ। ସେ କଂଗ୍ରେସ…

Read More

ନୂଆଦିଲ୍ଲୀ: ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। ପାପ ଉପରେ ପୂଣ୍ୟର ବିଜୟ ଲାଭ ହୋଇ ଥିଲା। ଏହି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ପାଇଁ ଏହା ଫିକା ପଡିଯାଇଛି। ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ, ଏହି ପର୍ବରେ ଏପରି ଜିନିଷ ଅଛି ଯାହା ଦେଖିଲେ ଅତ୍ୟନ୍ତ ଶୁଭ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷମାନେ ମଧ୍ୟ ବିଶ୍ବାସ କରନ୍ତି, ଯଦି ଦଶହରା ଦିନରେ ଏହି ଚାରୋଟି ଜିନିଷ ଦେଖନ୍ତି, ତେବେ ତାହା ସମଗ୍ର ବର୍ଷ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି। ଏହି ଚାରୋଟି ଜିନିଷ ହେଲା.. ୧-…

Read More

ସଂପଦ ଦଳାଇ ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ କାଳରୁ ଜଡିତ ହୋଇ ଆସିଛି। ଏହି ଦୁଇ ନୃତ୍ୟ ଶୈଳୀର ଜନ୍ମଦାତା ହେଉଛି ଗୁଜୁରାଟ ରାଜ୍ୟ। ମୁଖ୍ୟତଃ ନବରାତ୍ର, ଶରଦ ପୂର୍ଣ୍ଣିମା, ବସନ୍ତ ପଞ୍ଚମୀ ଏବଂ ହୋଲି ପ୍ରଭୃତି ଉତ୍ସବରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ଗରବା ଶଦ୍ଦଟି ହେଉଛି ସଂସ୍କୃତ ଶଦ୍ଦ, ଯାହାର ଅର୍ଥ ହେଉଛି ଗର୍ଭ ବା ଗର୍ଭାଶୟ। ବିଶ୍ବାସ ରହିଛି ଯେ,ଝିଅମାନେ ଏହି ନୃତ୍ୟ ପରିବେଷଣ କଲେ ସେମାନଙ୍କର ଗର୍ଭାଶୟ ଶକ୍ତ ହୋଇଥାଏ ଏବଂ ଛୁଆ ଜନ୍ମ କରିବାର ଶକ୍ତି ହାସଲ କରି ପାରନ୍ତି। ସେଥିପାଇଁ ଗରବା ନୃତ୍ୟରେ ମହିଳାଙ୍କ ଭାଗିଦାରୀ ଅଧିକ ରହିଛି। ଏହି ନୃତ୍ୟ ଶୈଳୀଟି ଭାରତରେ ଥିବା କୈଣସି ଶାସ୍ତ୍ରୀୟ…

Read More

ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ। ଖରାପ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ଆପଣଙ୍କର ବୁଦ୍ଧି ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣଙ୍କର ଭାଇମାନଙ୍କ ସମର୍ଥନ…

Read More

ଭୁବନେଶ୍ବର: ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ବିୟୋଗ ହୋଇଯାଇଛି।ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା ଗଞ୍ଜାମ ଜିଲ୍ଲା କୋଦଳା ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ୨୦୦୪ ଏବଂ ୨୦୦୯ ମସିହାରେ ଦୁଇଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ତୃଣମୂଳ ସ୍ତରରୁ ବିଜେପିର ସାଙ୍ଗଠନିକ କାର୍ଯ୍ୟ କରି ଦଳକୁ ସୁଦୃଢ଼ କରିବାରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, “ନିରଞ୍ଜନ ପ୍ରଧାନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଜଣେ ସୁଦକ୍ଷ ଓ ଜନସେବା ପ୍ରତି ସମର୍ପିତ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ।

Read More

ଭୁବନେଶ୍ବର: ଆଜି ଖଣ୍ଡଗିରି ପାହଡ ତଳୁ ଏକ ଯୁବକଙ୍କ ମୃତ ଦେହ ମିଳିଛି। ଏକ ଅସଂଜତ ଅବସ୍ଥାରେ ପଡିରହିଥିବା ଏହି ମୃତ ଦେହକୁ ଦେଖି କେତେକ ପୋଲିସକୁ ଫୋନ କରିଥିଲେ। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ମୃତ୍ୟକଙ୍କ ପରିଚୟ ମିଳିଛି, ସେ ହେଉଛନ୍ତି ମନୋଜ ପ୍ରଧାନ ବୋଲି ଜଣାପଡିଛି। ଶବ ଜହତ ବେଳେ ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ପରିଲକ୍ଷିତ ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହା ଏକ ହତ୍ୟାକାଣ୍ଡ ନା ଆଉ କଣ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପୋଲିସ ନିକଟରେ ଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଅନୁସନ୍ଧାନ କରୁଛି।

Read More

Breaking News:: ଆଜି ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ ପଛପଟୁ ଧକ୍କା ଦେଇଛି ଏକ୍ସପ୍ରେସ ଟ୍ରେନ। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ଏଥିସହିତ ୬ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଘଟଣାଟି ଚେନ୍ନାଇ ନିକଟସ୍ଥ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି। ଜଣାପଡିଛି ଯେ, ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି। ମାଲବାହୀ ଟ୍ରେନ ଟ୍ରାକରେ ଛିଡ଼ା ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଏହାକୁ ଧକ୍କା ଦେଇଥିବାର ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ରିପୋର୍ଟ ଆସି ନାହିଁ।

Read More

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଘରୋଇ ଶିକ୍ଷକ ଗିରଫ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ନାଚୁଣୀ ଥାନା ଅଞ୍ଚଳରେ ଲିଙ୍ଗରାଜ ମୁଦୁଲି ନାମକ ଜଣେ ଘରୋଇ ଶିକ୍ଷକ କିଛି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ନିର୍ଦିଷ୍ଟ ସ୍ଥାନରେ ପ୍ରତିଦିନ ଟ୍ୟୁସନ କରିଥାନ୍ତି। ତେବେ ଗତ ୫ ତାରିଖ ଦିନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପରୀକ୍ଷାରେ ପାସ କରାଇଦେବା ନାମରେ ତାଙ୍କୁ ଦୁଷ୍କର୍ମ କରିଥିବାର ପୀଡ଼ିତା ଛାତ୍ରୀଙ୍କ ପରିବାରବର୍ଗ ଆଜି ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ପୋକସୋ ଆଇନ ଅନୁଯାୟୀ କେସ ନମ୍ବର 327/24 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଘରୋଇ ଶିକ୍ଷକ ଲିଙ୍ଗରାଜ ମୁଦୁଲିଙ୍କୁ ଗିରଫ କରିଛି।

Read More

ନୂଆଦିଲ୍ଲୀ: ଭାରତରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ୱାର୍ଲ୍ଡଲାଇନ୍‌ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧ ବା ଜାନୁଆରୀରୁ ଜୁନ୍‌ ମାସ ମଧ୍ୟରେ ଦେଶର ଦ୍ରୁତ ବିକଶିତ ଡିଜିଟାଲ ଅର୍ଥ ପଇଠ ପରିଦୃଶ୍ୟକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଡିଜିଟାଲ ଅର୍ଥ ନେଣଦେଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଓ ବିକାଶଧାରା ଉପରେ ଆଲୋକପାତ କରାଯାଇଛି। ବିଶେଷ କରି ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।  ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଡିଜିଟାଲ ଗ୍ରହଣୀୟତାକୁ ପ୍ରତିଫଳିତ କରି କ୍ୟାସଲେସ୍ ବା ନଗଦମୁକ୍ତ ନେଣଦେଣ ଦିଗରେ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଉପରେ ରିପୋର୍ଟରେ ଦର୍ଶାଯାଇଛି। ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି । ଏଥିରେ ୭ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ। କ୍ରେଡିଟ୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବର ୨୦୨୪ରେ ଲାଓ ପିଡିଆର୍ ର ଭିଏଣ୍ଟିଆନେଠାରେ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ଢାଞ୍ଚା, ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ କ୍ୱାଡ୍ ସହଯୋଗରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ଏହାର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଏକ ମୁକ୍ତ, ସମାବେଶୀ, ସମୃଦ୍ଧ ଏବଂ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ସେ ଭାରତର ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ପଦକ୍ଷେପ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନ୍ ଦୃଷ୍ଟିକୋଣ ମଧ୍ୟରେ ସମାନତା ଏବଂ ସାଧାରଣ ଆଭିମୁଖ୍ୟ ବିଷୟରେ କହିଥିଲେ। ସମ୍ପ୍ରସାରଣବାଦ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଏହି…

Read More

ଭୁବନେଶ୍ୱର:  ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍‌ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଷ୍ଟୋର୍‌କୁ  ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ଉଦ୍‌ଘାଟନ କରିଛନ୍ତି। ଏହି ଗ୍ରାଣ୍ଡ୍ ଓପ୍‌ନିଂ ଅବସରରେ ନୀରଜ ବିଭିନ୍ନ କ୍ରୀଡା ଓ ଫିଟ୍‌ନେସ୍ ଉତ୍ସାହୀ ଓ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ କରିଛନ୍ତି ଏବଂ ସେମାନଙ୍କ ପ୍ରଶିକ୍ଷଣ ଏବଂ ଉତମ  ପ୍ରତିଯୋଗି ହେବା ରାହାରେ କିଭଳି ଏକ ସଠିକ ସ୍ପୋର୍ଟିଙ୍ଗ ଗିୟର  ଭିନ୍ନତା ଆଣିପାରିବ ତାହାକୁ ଆଲୋକପାତ କରିଥିଲେ। ଭୁବନେଶ୍ୱରର ନେକ୍ସସ ଏସ୍‌ପ୍ଲାନେଡ ମଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ରେ ଅବସ୍ଥିତ ଅଣ୍ଡର୍ ଆର୍ମର ଷ୍ଟୋର ସହରର କ୍ରୀଡା, ଫିଟନେସ୍ ଓ ସ୍ପୋର୍ଟସୱେୟାର ଉତ୍ସାହୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ତଳୀ ହେବା ଲାଗି ପ୍ରସ୍ତୁତ ରହିଛି । ଏହି ଷ୍ଟୋର୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଉଭୟ ତତ୍କାଳ ଏବଂ ଦୀର୍ଘମିଆଦୀ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ପ୍ରସ୍ତୁତିର ଆକଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟାସ୍କଫୋର୍ସ ସାମ୍ପ୍ରତିକ ରଣନୀତିର ସମୀକ୍ଷା କରିବା ସହ ପ୍ରଦୂଷଣ ଆହ୍ୱାନର ମୁକାବିଲା ପାଇଁ ଅତିରିକ୍ତ ଅଭିନବ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଦିଲ୍ଲୀର ମୁଖ୍ୟ ଶାସନ ସଚିବ ୨୦୨୪ ପାଇଁ ସହରର ବାୟୁ ଗୁଣବତ୍ତା ପରିଚାଳନା ପଦକ୍ଷେପ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ବିଶେଷକରି ଶୀତ ଋତୁରେ ପାଣିପାଗର ଗତିଶୂନ୍ୟ ସ୍ଥିତି ଯେତେବେଳେ ପରିସ୍ଥିତିକୁ ଖରାପ କରିଥାଏ, ସେତେବେଳେ ନିର୍ମାଣ ସମ୍ବନ୍ଧୀୟ ଧୂଳି, ଜୈବିକ ବର୍ଜ୍ୟ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ପାଟଣା ସାହି ପୂଜାମଣ୍ଡପକୁ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ମଣ୍ଡପରେ ଚଳିତ ବର୍ଷ ୭୫ତମ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍‌ ବଜାର ଏବଂ ଲକ୍ଷ୍ମୀସାଗର (କଟକ ରୋଡ୍‌) ପୂଜାମଣ୍ଡପ ବୁଲି ଦେଖିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନ କରିଥିଲେ। ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ…

Read More