ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ଭୁବନେଶ୍ବର ବନ୍ଦ ଡାକରାକୁ ବିଜେଡି ପ୍ରତ୍ୟାହାର କରି ନେଇଛି। ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଭରତପୁର ଥାନାରେ ନିର୍ଯ୍ୟାତନା ଘଟଣା ନେଇ ବିଜେଡି ମଙ୍ଗଳବାର ଦିନ ଛଅ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଇଥିଲା। ଏ ନେଇ ବିଜେଡି ତରଫରୁ କୁହାଯାଇଛି ଯେ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏହି ଘଟଣାରୁ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ କରିଥିଲେ। ଗତକାଲି ରାତିରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଏହି ବନ୍ଦ ଡାକରା ସ୍ଥଗିତ ରଖାଗଲା ବୋଲି ବିଜେଡି କହିଛି।
Author: Samikhsya Bureau
ଭୁବନେଶ୍ବର: ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳ ବର୍ଷା ଲାଗିରହିବ। ଏହି ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ବର୍ତ୍ତମାନ ବଙ୍ଗାପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗୋଟିଏ ପଶ୍ଚିମ କେନ୍ଦ୍ରୀୟ ସ୍ଥଳରେ ହୋଇଥିବା ବେଳେ ଅନ୍ୟଟି ମିଆମାର ଅଞ୍ଚଳରେ ସୃଷ୍ଟି ହୋଇଛି। ଏହି ଦୁଇ ଘୂର୍ଣ୍ଣବଳୟ ପ୍ରଭାବରେ ଓଡିଶାର ଆସନ୍ତା ଚାରିଦିନ ପାଇଁ ପ୍ରବଳ ବର୍ଷା ସମ୍ଭାବନା ଚେତାବନୀ ଦିଆଯାଇଛି। ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ବର: ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଗତକାଲି ଶଙ୍ଖ ଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଭୁବନେଶ୍ବର ବନ୍ଦ କରାଯିବ ବୋଲି କହିଛନ୍ତି। ସେଦିନ ବିଜେଡିର ଭୁବନେଶ୍ବର କର୍ମିମାନେ ଏହି ବନ୍ଦ ଡାକରାରେ ସାମିଲ ହେବେ। ମୁଖ୍ୟତଃ ଭୁବନେଶ୍ବର ଭରତପୁର ଥାନାରେ ଯେପରି ନିର୍ଯ୍ୟାତନା ଘଟଣା ଘଟିଲା ତାହାର ପ୍ରତିବାଦରେ ଦଳ ଏହି ବନ୍ଦ ଡାକରା ଦେଇଛି। ସେଥିପାଇଁ ଦଳ ଆସନ୍ତାକାଲି ମଙ୍ଗଳବାର ଦିନ ଏହି ବନ୍ଦ ପାଳନ କରିବ। ସେଦିନ ଦଳ ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡକରା କରିବ ବୋଲି ଦଳ ଘୋଷଣା କରିଛି।
ଭୁବନେଶ୍ବର: ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ ଗତକାଲି କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବିତ ରାତିରେ ଏହି ନିଷ୍ପତି କରାଯାଇଛି। ଏଥିରେ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ (Court Monitored Investigation) କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆଇନର ଶାସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଆସିଛନ୍ତି। ଏହାସହିତ ଭାରତୀୟ ସେନା ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମାନ ରହିଛି। ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣଭାବେ ଯତ୍ନବାନ ଅଛନ୍ତି।…
ଭୁବନେଶ୍ବର: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପକ୍ରିୟା। ଆଜି ଏଏସଆଇ ଏବଂ ରତ୍ନଭଣ୍ଡାର କମିଟ ମିଳିତ ଭାବେ ଯାଞ୍ଚ କରିଥିଲେ। ଆଜି ପ୍ରାୟ 4 ଘଣ୍ଟା ଧରି ଏହି ଯାଞ୍ଚ ପକ୍ରିୟା ଚାଲିଥିଲା। ଏଏସଆଇ ଉନ୍ନତମାନର ଯନ୍ତ୍ର ସାହାର୍ଯ୍ୟରେ ଭିତର ଏବଂ ବାହାର ରତ୍ନଭଣ୍ଡାରର ସ୍ଥିତି କଣ ରହିଛି ସେ ନେଇ ଦୁଇ ଦିନ ଧରି ଯାଞ୍ଚ କରିଥିଲେ। ଏହି କମିଟ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ବର୍ତ୍ତମାନ ଯାଞ୍ଚ ପକ୍ରିୟା ଶେଷ ହୋଇଛି। ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି ତାହା ଯାଞ୍ଚ କରିବା ପାଇଁ ଏଏସଆଇ ଟିମକୁ ନିୟୋଜିତ କରାଯାଇଥିଲା। ସେହି ଟିମର ବୈଜ୍ଞାନିକମାନେ ଉନ୍ନତ ଯନ୍ତ୍ର ମାଧ୍ୟମରେ ରତ୍ନ ଭଣ୍ଡାରର ସ୍ଥିତି ପରଖିଛନ୍ତି। ସେମାନଙ୍କୁ ତିନିଦିନ ସମୟ ଦିଆଯାଇଥିଲା। ହେଲେ ସେମାନେ ଦୁଇଦିନରେ ଏହି ଯାଞ୍ଚ ଶେଷ କରିଦେଇଛନ୍ତି। ତେବେ ସେମାନଙ୍କ ଯାଞ୍ଚରୁ କଣ ବାହାରିଲା ବା ରତ୍ନଭଣ୍ଡାରର…
ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। କାରଣ ସେ ଗତକାଲି କୁଜଙ୍ଗର ଏକ କର୍ମି ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ଖୁବ ଶିଘ୍ର କଂଗ୍ରେସ ସହିତ ମିଶି ରାଜ୍ୟରେ ସରକାର ଗଠନ କରିବ। ଏହା ଅନେକଙ୍କୁ ଅସମ୍ଭବ ଲାଗୁଥିଲେ ମଧ୍ୟ ରାଜନୀତିରେ ସବୁ ସମ୍ଭବ ହୋଇପାରେ। ସେଥିପାଇଁ ଦେବାଶିଷଙ୍କ ଏହି ବାଣୀ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଦେବାଶିଷଙ୍କ ଗଣିତ ଅନୁସାରେ ବର୍ତ୍ତମାନ କୋର୍ଟରେ ପ୍ରାୟ ୩୦ଟି ନିର୍ବାଚନ ଅନିୟମିତତା ମାମଲା ଋଜୁ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨୦ଟିକୁ କୋର୍ଟ କୁଆଡେ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରୁ ୭ଟି କିମ୍ବା ୮ ଟିରେ ଆମେ ଜିତିବା ନିଶ୍ଚିତ। ଆଉ ଜିତିବା ପରେ ସେଠାରେ ଉନିର୍ବାଚନ ହେବ। ଉପନିର୍ବାଚନରେ ବିଜେଡି ଜିତି କଂଗ୍ରେସ ସହିତ ହାତ ମିଳାଇ ସରକାର କରିବ। ଏହା ହେଲା ଦେବାଶିଷଙ୍କ ହିସାବ। ଯଦି ପ୍ରକୃତ ଗଣତି…
ଭୁବନେଶ୍ବର: ଇସ୍ଲାମ୍, ଖ୍ରୀଷ୍ଟିଆନ୍ ଓ ଅନ୍ୟ ପାଶ୍ଚାତ୍ୟ ଧର୍ମଠାରୁ ହିନ୍ଦୁଧର୍ମ ପୃଥକ। ବିବିଧତା ହିଁ ହିନ୍ଦୁ ଧର୍ମର ଅନନ୍ୟ ବିଭବ ବୋଲି କହିଛନ୍ତି ପ୍ରସିଦ୍ଧ ଲେଖକ ଓ ପୁରାଣବିତ୍ ଦେବଦତ୍ତ ପଟ୍ଟନାୟକ। ତାଙ୍କର ପୁସ୍ତକ “ରାମାୟଣ ବନାମ ମହାଭାରତ” ଉନ୍ମୋଚନ ଅବସରରେ ସେ କହିଥିଲେ ଯେ ଇସ୍ଲାମ୍ ଓ ଖ୍ରୀଷ୍ଟିଆନ୍ ଧର୍ମରେ ଗୋଟିଏ ହିଁ ମତବାଦକୁ ଏକମାତ୍ର ସତ୍ୟ ଭାବେ ବିହିତ କରାଯାଇଥିବାବେଳେ ହିନ୍ଦୁଧର୍ମରେ ସତ୍ୟର ସ୍ବରୂପ ଭିନ୍ନଭିନ୍ନ। ହିନ୍ଦୁଧର୍ମ ଅନନ୍ତରେ ବିଶ୍ବାସୀ ହୋଇଥିବାବେଳେ ପାଶ୍ଚାତ୍ୟ ଧର୍ମ ଏକରେ ବିଶ୍ବାସୀ। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ହୋଟେଲ କ୍ରାଉନ୍ ସଭାକକ୍ଷରେ ଆୟୋଜିତ ଉନ୍ମୋଚନ ସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ହିଷ୍ଟ୍ରୀ ଶବ୍ଦର ହଜାର ହଜାର ବର୍ଷ ପୂର୍ବରୁ ଭାରତୀୟ ସଂସ୍କୃତିରେ ଇତିହାସ ଶବ୍ଦର ସଂରଚନା ସରିଛି। ଇତିହାସ ଓ ହିଷ୍ଟ୍ରୀ ସମାନାର୍ଥବୋଦକ ଶବ୍ଦ ନୁହେଁ। ରାମାୟଣ ଓ ମହାଭାରତ ଇତିହାସ। ସେଥିରେ କବିର…
ଭୁବନେଶ୍ବର: ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଆଜି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଭୁବନେଶ୍ବରକୁ ବନ୍ଦ କରାଯିବ ବୋଲି କହିଛନ୍ତି। ସେଦିନ ବିଜେଡି କର୍ମିମାନେ ସମସ୍ତେ ଏହି ବନ୍ଦ ଡାକରାରେ ସାମିଲ ହେବେ। ମୁଖ୍ୟତଃ ଭୁବନେଶ୍ବର ଭରତପୁର ଥାନାରେ ଯେପରି ନିର୍ଯ୍ୟାତନା ଘଟଣା ଘଟିଲା ତାହାର ପ୍ରତିବାଦରେ ଦଳ ଏହି ବନ୍ଦ ଡାକରା ଦେଇଛି। ସେଥିପାଇଁ ଦଳ ଆସନ୍ତା 24 ତାରିଖ ମଙ୍ଗଳବାର ଦିନ ଏହି ବନ୍ଦ ପାଳନ କରିବ। ସେଦିନ ଦଳ ସକାଳ 6 ଟାରୁ ଦିନ 1 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡକରା କରାଯିବ ବୋଲି ଦଳ ଘୋଷଣା କରିଛି।
ଭୁବନେଶ୍ୱର: ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶୃତି ଦେବା ସହ ଆବଶ୍ୟକ ପଡିଲେ ତାଙ୍କ ସହ ସିଧା କଥା ହେବା ପାଇଁ ଫୋନ ନମ୍ବର ମଧ୍ୟ ଦେଲେ। ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପଦା ଗ୍ରାମର ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ଖବର ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ସିଧା ଫୋନରେ କଥା ହୋଇଥିଲେ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଏକାଠି କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଉପ -ମୁଖ୍ୟମନ୍ତ୍ରୀ ଙ୍କ ସହ କଥାହେବା ସମୟରେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ଅବଗତ କରାଇଥିଲେ। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିବାର ସୂଚନା ଦେବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛନ୍ତି ବୋଲି ଦୃଢ଼…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସଂଘ ମାଧ୍ୟମରେ ଜିଲ୍ଲାର ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନେ ଏକଜୁଟ୍ ହୋଇ ପାରିଛନ୍ତି। ୧୯୮୧ ମସିହାରୁ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଆପଣମାନେ ଏହି ସଂଘ ଆରମ୍ଭ କରିଛନ୍ତି। ଏଥିରେ ପ୍ରାୟ ଏକ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ସରକାରୀ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆପଣମାନେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ଆପଣମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ ଜଣେ ଜଣେ ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିତ୍ୱ। ଜୀବନକାଳ ମଧ୍ୟରେ ହାସଲ ହୋଇଥିବା ଅଭିଜ୍ଞତାକୁ ଆଜି ଦକ୍ଷତାର ସହ ସମାଜକଲ୍ୟାଣ କ୍ଷେତ୍ରରେ ଉପଯୋଗ କରୁଛନ୍ତି। ପ୍ରଶାସନିକ ଓ…
ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସମାନ୍ତରାୟଙ୍କ ଏକ ବିପ୍ସୋରକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଛି। ସେ ଯାହା କହିଛନ୍ତି ତାହା ବର୍ତ୍ତମାନ ରାଜ୍ୟରେ ଏକ ମୁଖ୍ୟ ପ୍ରସଂଗ ପାଲଟିଛି। ଆଜି କୁଜଙ୍ଗର ଏକ କାର୍ଯ୍ୟକ୍ରମରେ ଖୋଲା ସଭାରେ ସେ ଏହି ତଥ୍ୟ ସାଧାରଣରେ ପ୍ରକାଶ କରିଛନ୍ତି। ଯାହା ରାଜନୈତିକ ସମୀକ୍ଷକଙ୍କୁ ହତବାକ କରିଦେଇଛି। ସେହି ସଭାରେ ଦେବାଶିଷ ଭାଷଣ ଦେବା ବେଳେ କହିଥିଲେ ଯେ, ଆମେ ଖୁବ ଶିଘ୍ର ସରକାର ଗଠନକରିବୁ। କଂଗ୍ରେସ ସହିତ ହାତ ମିଳାଇ ଓଡିଶାର ସରକାର ଗଠନକରିବୁ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବାଶୀଷ କହିଥିଲେ। ସେ ଏହି କଥା ଖୋଦ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ବୋଲି ଦେବାଶୀଷ କହିଛନ୍ତି। ଦେବାଶୀଷଙ୍କ ହିସାବରେ ବର୍ତ୍ତମାନ ନିର୍ବାଚନରେ ଅନିୟମିତତା ଦର୍ଶାଇ ସାତଟି ମାମଲା ହାଇକୋର୍ଟରେ ଋଜୁ ହୋଇଛି। ଖୁବ ଶିଘ୍ର ସେହି ସାତଟି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ହେବ।…
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ। ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ତାଙ୍କୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଶପଥ ପାଠ କରାଇଥିଲେ। ଆତିଶୀଙ୍କ ସହ କ୍ୟାବିନେଟର ପାଞ୍ଚ ମନ୍ତ୍ରୀ ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାତ ଶପଥ ନେଇଛନ୍ତି। ସୁଲତାନ ପୁର ମଜ୍ରାର ବିଧାୟକ ମୁକେଶ ଅହଲୱାତ କ୍ୟାବିନେଟର ନୂଆ ମନ୍ତ୍ରୀ ହୋଇ ଥିବାବେଳେ ଅନ୍ୟ ଚାରି ଜଣ ପୂର୍ବ ମନ୍ତ୍ରୀମଣ୍ଡଳରେ ଥିଲେ। ଆତିଶୀ ଶପଥ ନେବା ପରେ ସେ ଅରବିନ୍ଦ କେଜ୍ରାୱାଲଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ।
ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି। ଏହା ଭାରତ ସରକାର ଙ୍କ ରିପୋର୍ଟ କହୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥର ଯଦି ବିଜେଡି କ୍ଷମତାକୁ ଅସିଥାନ୍ତା ତେବେ ଓଡିଶା ରୁ ଗରିବୀ ସମ୍ପୂର୍ଣ ଭାବରେ ଦୂର ହୋଇଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେ କହିଥିଲେ କେନ୍ଦ୍ରାପଡ଼ା ସବୁବେଳେ ତାଙ୍କ ପାଇଁ ଓ ବିଜୁ ବାବୁ ଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହି ଆସିଛି। ଗଜପତି ଜିଲ୍ଲା…
ଭୁବନେଶ୍ବର: ପୁଣିଥରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏଥର ସେ ପରୋକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ ବର୍ତ୍ତମାନ ସରକାରଙ୍କୁ ବଞ୍ଚେଇବା ପାଇଁ ପୁରୁଣା ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ବହୁବାର ବିଜେଡିକୁ ସମାଲୋଚନା କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଏଥର ସେ କହିଛନ୍ତି ଯେ, ପୂର୍ବ ବିଜେଡି ସରକାର 24 ବର୍ଷ ଶାସନ କରିଛନ୍ତି। ଏଥର ସରକାରକୁ ମାତ୍ର 100 ଦିନ ହୋଇଛି। ଏହି ଅଳ୍ପଦିନରେ ତାଙ୍କ ଠାରୁ ବହୁତ କିଛି ଆଶା କରାଯାଇ ନ ପାରେ। ଭରତପୁର ଥାନା ଘଟଣା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଉତ୍ତରରେ ସେ କହିଥିଲେ ଯେ, ବର୍ତ୍ତମାନ ସରକାରଙ୍କୁ ସମୟ ଦିଆଯାଉ। ଅନ୍ତତଃ ତାଙ୍କୁ 200 ଦିନ ସମୟ ଦିଆଯାଉ। ତାପରେ ଯଦି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବ ତେବେ ତାଙ୍କୁ ସମାଲୋଚନା କରାଯିବ।
ଭୁବନେଶ୍ବର: ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ର ବୈଠକ ଆଜି ଶଙ୍ଖ ଭବନ ରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣ ପାଇଁ ବିଜେଡିର ପ୍ରତିଶୃତି ଦୋହରାଇଥିଲେ। ଆଗାମୀ ଦିନରେ ବିଜେଡି ଅନୁସୂଚିତ ଜାତି ବର୍ଗ ର ଭାଇଭଉଣୀ ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ତାର ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ବୈଠକରେ ଅନୁସୂଚିତ ଜାତି ବର୍ଗ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟ ତଥା ସେଲକୁ ଅଧିକ ଶକ୍ତିଶାଳୀ କରାଯିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା,ଶ୍ରୀ ମହେଶ ସାହୁ,ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ…
ଭୁବନେଶ୍ବର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ମେଳା ର ଉଦ୍ଘାଟନ କରିଛନ୍ତି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମରେ କେନ୍ଦୁଝରଠାରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଧରଣୀଧର ନାୟକ ମେଡିକାଲ କଲେଜ ଓ ଏସସିବି ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜନ କରାଯାଇଛି। ଏଥିରେ ତିନୋଟି ମେଡିକାଲ କଲେଜରୁ ବିଭିନ୍ନ ବିଭାଗର ବହୁ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା ଯୋଗାଇ ଦେଇଛନ୍ତି। ଯେଉଁଥିରେ ସ୍ନାୟୁରୋଗ, ହୃଦ୍ରୋଗ, ଭେଷଜ, ସର୍ଜରୀ, ୟୁରୋଲୋଜି, ନେଫ୍ରୋଲୋଜି, ସାଇକ୍ଆଟ୍ରିକ, ପେଡିଆଟ୍ରିକ, ଅର୍ଥୋପେଡିକ ଇତ୍ୟାଦି ଜଟିଳ ରୋଗର ବିଶେଷଜ୍ଞ ମାନେ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା ଶିବିର, ସ୍ବାସ୍ଥ୍ୟ ସେବା ଶିବିର ଏବଂ ସାମାଜିକ ସଶକ୍ତି କରଣ ଶିବିରର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ତିନୋଟି…
ଭୁବନେଶ୍ବର: ଗତକାଲି ଭୁବନେଶ୍ୱରରେ ଏକ ଭବ୍ୟ ପରିବେଶରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ମୋ ଜୀବନ ମୋ ସମୟ, ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦାଶ ବେନହୂରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଲୋକାର୍ପଣ କରିବା ସହ ଶ୍ରୀ ନାୟକ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସାଧାରଣ ଜୀବନରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବନନୁଭୂତି ସ୍ୱତନ୍ତ୍ର ମହତ୍ୱ ରଖିଥାଏ। କାରଣ ଏଥିରୁ ନୀତି ନିର୍ଧାରଣ ପ୍ରକ୍ରିୟା ଓ ପ୍ରଶାସନ ବିଷୟରେ ସମ୍ୟକ ସୂଚନା ଦେଇଥାଏ। ଜଣେ ସାମ୍ବାଦିକ ତଥା ରାଜନୀତିଜ୍ଞ ଭାବରେ ଅତନୁ ବାବୁଙ୍କ ଅନୁଭୂତି ଏ ପୁସ୍ତକ ରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ।…
ଭୁବନେଶ୍ବର: ନିଜ ଜନ୍ମମାଟି କେଉଁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସକାଳୁ ମର୍ଣ୍ଣିଂ ୱାକରେ ସାମିଲ ହୋଇଛନ୍ତି। ସେ କେଉଁଝର ଷ୍ଟାଡିୟମରେ ଲୋକଙ୍କ ସହିତ ମର୍ଣ୍ଣିଂ ୱାକ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋକମାନେ ବେଶ ଖୁସିରେ ହାତ ମିଳାଇବା ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହିଚ ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଥିରେ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାମିଲ ହୋଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ କେତେକ ବରିଷ୍ଠ ଲୋକମାନଙ୍କୁ ସମ୍ବର୍ଦ୍ଧିତ ତଥା ପୁରସ୍କୃତ ମଧ୍ୟ କରିଥିଲେ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୟୁରଭଂଜ ଗସ୍ତରେ ଯିବେ।
ଭୁବନେଶ୍ବର: ବିଜେଡି ସଂଗଠନକୁ ସୁଦୃଢ କରିବା ପାଇଁ ଏବେ ନୂଆ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ଗତ ନିର୍ବାଚନରେ ବ୍ରହ୍ମଗିରି ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳି ମଧ୍ୟରେ ପ୍ରାର୍ଥୀ ଅଦଳବଦଳ କରାଯାଇଥିଲା। ସେଥିର ସତ୍ୟବାଦୀ ନିର୍ବାଚନ ମଣ୍ଡଳିର ନେତା ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି ଏବଂ ସେଠାକାର ନେତା ସଂଜୟ ଦାସବର୍ମାଙ୍କୁ ସତ୍ୟବାଦୀ ପାଇଁ ଟିକେଟ ଦିଆଯାଇଥିଲା। ଉଭୟ ନିର୍ବାଚନରେ ପରାଜିତ ହେବା ପରେ ବର୍ତ୍ତମାନ ବିଜେଡି ତାହାର ପୂର୍ବ ସ୍ଥିତିକୁ ଫେରିଯାଇଛି। ଅର୍ଥାତ ପୂର୍ବପରି ବ୍ରହ୍ମଗିରିର ସଂଗଠନକୁ ସଂଜୟ ଦାସବର୍ମା ଏବଂ ସତ୍ୟବାଦୀର ସଂଗଠନକୁ ଉମାକାନ୍ତ ସାମନ୍ତରାୟ ସମ୍ଭାଳିବେ। ଏ ନେଇ କିଛିଦିନ ତଳେ ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକ ଉପସ୍ଥିତିରେ ବୁଝାମଣା କରାଯାଇଛି।
ଭୁବନେଶ୍ୱର: ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ଭେଟଘାଟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକ ନିକଟ ବୁଲନ୍ ନନା ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାର ୧୦ଜଣ ସଫଳ ଚାଷୀଙ୍କୁ ଅନ୍ନଦାତା ୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଉତ୍ସବରେ ଯୋଗଦାନ କରି କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ୧୦୦ ଦିନରେ ଚାଷୀମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା କରି ଐତିହାସିକ ପଦକ୍ଷେପ ନେଇଛନ୍ତି । ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା କରିବା, ୫୮ ସବଡିଭିଜନରେ ଶୀତଳ ଭଣ୍ଡାର କରିବା, ୬ଲକ୍ଷ ଚାଷୀଙ୍କୁ ପିଏମ୍ କିସାନରେ ସାମିଲ କରିବା ସହିତ ସହରାଂଚଳର ଚାଷୀମାନଙ୍କୁ ସାମିଲ କରିବା, ଚାଷୀ…
ଭୁବନେଶ୍ୱର: ସହରରେ ରହୁଥିଲେ ମଧ୍ୟ ଗାଁର ମଧୁର ଅନୁଭୂତି ଓ ସମୃଦ୍ଧ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରହିଛି। ଏହି କ୍ରମରେ ଓଁ ଶ୍ରୀ ଭାଗବତାୟ ନମଃ ଧ୍ୱନିରେ ଝଙ୍କୃତ ହୋଇଥିଲା ଭୁବନେଶ୍ୱରର ଡୁମୁଡୁମା ସ୍ଥିତ ଡି. ଏନ. ଅକ୍ସି ପାର୍କର ମୁକ୍ତାକାଶ ମଞ୍ଚ ପରିସର। ଅବସର ଥିଲା ଭାଦ୍ରବ ପୂର୍ଣ୍ଣିମାରେ ପାଳନ କରାଯାଉଥିବା, ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ। ପୁରୋହିତଙ୍କ ମନ୍ତ୍ର ଧ୍ୱନି ସତେ ଯେପରି ଉପସ୍ଥିତ ସମସ୍ତଙ୍କ ମନ ଏବଂ ହୃଦୟକୁ କରୁଥିଲା ଆନମନା ଓ ଫେରାଇ ନେଇଥିଲା ଗାଁ ପରିବେଶକୁ। ଧର୍ମ ଏବଂ ସଂସ୍କୃତିର ଆତ୍ମା ପବିତ୍ର ଶ୍ରୀମଦ ଭାଗବତଙ୍କ ଜନ୍ମ ମହୋତ୍ସବ ଅବସରରେ, ସମସ୍ତ ଭକ୍ତଙ୍କ ମନରେ ଥିଲା ଅସୁମାରୀ ଭକ୍ତିର ଆନନ୍ଦ। ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ଶ୍ରୀଭାଗବତ ମହାପୁରାଣକୁ ବିଭିନ୍ନ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସମସ୍ତ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଆହୁତୀ ପ୍ରଦାନ କରାଯାଇ ହୋମଯଜ୍ଞ ସମ୍ପନ୍ନ ହୋଇଥିଲା।…

