ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପ୍ରାୟ ସମଗ୍ର ବ୍ରଡ-ଗେଜ୍ ନେଟୱାର୍କର ବିଦ୍ୟୁତୀକରଣ ଶେଷ କରିବାର ନିକଟତର ହୋଇଛି, ୯୯ ପ୍ରତିଶତରୁ ଅଧିକ ବିଦ୍ୟୁତୀକରଣ ହୋଇସାରିଛି ଏବଂ ଅବଶିଷ୍ଟ ଅଂଶର କାର୍ଯ୍ୟ ଶୀଘ୍ର ସମାପ୍ତ ହେବା ନେଇ ଆଶା କରାଯାଉଛି। ସାମ୍ପ୍ରତିକ ବର୍ଷ ଗୁଡ଼ିକରେ କାର୍ଯ୍ୟର ଗତି ବହୁତ ଦ୍ରୁତ ରହିଛି। ୨୦୧୯ ଏବଂ ୨୦୨୫ ମଧ୍ୟରେ, ଭାରତୀୟ ରେଳବାଇ ୩୩,୦୦୦ ରୁଟ୍ କିଲୋମିଟରରୁ ଅଧିକ ବିଦ୍ୟୁତୀକରଣ କରି, ପ୍ରତ୍ୟେକ ଦିନ ହାରାହାରି ୧୫ ରୁଟ୍ କିଲୋମିଟରରୁ ଅଧିକ ଗତିରେ କାମ କରୁଛି। କେବଳ ଏହି ସମୟ ମଧ୍ୟରେ ବିଦ୍ୟୁତୀକରଣ ହୋଇଥିବା ମୋଟ ଦୂରତା ଜର୍ମାନୀର ସମଗ୍ର ରେଳ ନେଟୱାର୍କ ସହିତ ପ୍ରାୟ ସମାନ, ଏବଂ ଏହା ଭାରତ ଯେଉଁ ପରିମାଣରେ ଏବଂ ଗୁରୁତ୍ଵର ସହିତ ସ୍ୱଚ୍ଛ ଏବଂ ଦକ୍ଷ ରେଳ ଟ୍ରାକ୍ସନକୁ ବିସ୍ତାର କରିଛି ତାହା ଦର୍ଶାଉଛି। ଭାରତର ବ୍ରଡଗେଜ୍ ରେଳ ନେଟୱାର୍କ, ୨୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ୯୯.୨ ପ୍ରତିଶତ…
Author: Samikhsya Bureau
ଭୁବନେଶ୍ଵର: ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣାରେ ପୁଲିସ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଶନିବାର ମଧ୍ୟରାତ୍ରିରେ ଅନ୍ୟ ୯ ଜଣ ଏବଂ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଫଳରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୮କୁ ବୃଦ୍ଧିପାଇଛି। ଏହି ଅବସରରେ ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଜିଲ୍ଲା ଗସ୍ତକରି ଏକ ସମୀକ୍ଷା ବୈଠକରେ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ସେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସ୍ପି ବିନୋଦ ପାଟିଲ ଏଚ.ଙ୍କ ଉପସ୍ଥିତିରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତା ଓ ଜିଲ୍ଲା ବଙ୍ଗାଳି ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପରେ ସାଂସଦ ଶ୍ରୀ ମାଝୀ ରାଖେଲଗୁଡା ଗ୍ରାମ ଗସ୍ତକରି ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏମଭି-୨୬ ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରୀ ଦଳ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଛନ୍ତି। ଭାରତୀୟ…
ଭଦ୍ରକ: ଭଦ୍ରକ ଜିଲ୍ଲାରେ ନକଲି ମୋବାଇଲ ସିମ୍ କାର୍ଡ ବିକ୍ରି ଅଭିଯୋଗରେ ଦିଲ୍ଲୀ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭଦ୍ରକ ଏସପି ମନୋଜ କୁମାର ରାଉତ। ଜିଲ୍ଲାର ମଞ୍ଜୁରୀ ରୋଡ ବଜାରରେ ମୋବାଇଲ ଦୋକାନ କରି ସନ୍ତୋଷ ଖାଣ୍ଡାଇ ନକଲି ସୀମ କାର୍ଡ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ହେଉଛନ୍ତି ବନ୍ତ ବ୍ଲକ ତରାଗ ଗ୍ରାମର ମହେଶ୍ୱର ପୁଣ୍ଟିଆ। ଉଭୟଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଦିଲ୍ଲୀ ନିଆଯାଇଛି। ନୂଆ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଅଜାଣତରେ ତାଙ୍କର ଆଧାର କାର୍ଡ ବ୍ୟବହାର କରି ଉଚ୍ଚ ଦରରେ ବେନାମୀ ଲୋକଙ୍କୁ ସିମ ବିକ୍ରୟ କରୁଥିବା ଦିଲ୍ଲୀ ସାହିନ ବାଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
କଟକ: ଆଜିକାଲି ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା – ଏଆଇର ବହୁଳ ଉପଯୋଗ କରାଯାଉଛି। କିନ୍ତୁ ବିଚାର ପ୍ରକ୍ରିୟାରେ ଏହାର ପ୍ରୟୋଗ ବେଳେ ମାନବୀୟ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଛନ୍ତି। କଟକର ସହୀଦ ଭବନଠାରେ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ “ବିନା ବିଳମ୍ବରେ ସ୍ୱଳ୍ପ ଖର୍ଚ୍ଚରେ ସାଧାରଣ ନାଗରିକଙ୍କୁ ନ୍ୟାୟ ପ୍ରଦାନ” ଶୀର୍ଷକ ଏକ ଆଲୋଚନା ଚକ୍ରରେ ଉଦବୋଧନ ଦେଇ ସେ କହିଛନ୍ତି, ଅଦାଲତଗୁଡିକରେ ମାମଲା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନରେ ମଧ୍ୟ ବିଳମ୍ବ ଘଟୁଛି। ଏହି ସମସ୍ୟାର ନିରାକରଣ ପାଇଁ ମଧ୍ୟସ୍ଥତା ମାଧ୍ୟମରେ ବିଚାର ଜରୁରୀ। ଏହି ପ୍ରକ୍ରିୟାରେ ସାଧାରଣ ଲୋକେ ଶୀଘ୍ର ନ୍ୟାୟ ପାଇପାରିବେ। କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ମୁଖ୍ୟବକ୍ତା ଭାବେ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ଆଇନଜୀବୀ…
ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ। ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ। ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ। କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇପାରେ।…
ନୂଆଦିଲ୍ଲୀ: ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ୱିକେଟରେ ପରାସ୍ତ କରିଛି। ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକା ଦଳକୁ ୧୧୭ ରନ୍ରେ ଅଲଆଉଟ୍ କରିଥିଲେ। ଜବାବରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୨୫ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲେ। ଏହା ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୨-୧ର ଅଗ୍ରଣୀ ହାସଲ କରିଛି। ୧୧୮ ରନ୍ର ଲକ୍ଷ୍ୟ ପିଛା କରି ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍ ଟିମ୍ ଇଣ୍ଡିଆକୁ ଏକ ଧମାକାଦାର ଆରମ୍ଭ ଦେଇଥିଲେ। ଗିଲ୍ ଏବଂ ଅଭିଷେକ ମିଶି ଭାରତକୁ ପାଞ୍ଚ ଓଭରରେ ୬୦ ରନ୍ରେ ପହଞ୍ଚାଇଥିଲେ। ଅଭିଷେକ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ ଏଡେନ୍ ମାର୍କରାମଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ସେ ୧୮ ବଲ୍ରେ ୩୫ ରନ୍ କରିଥିଲେ, ତିନୋଟି ଛକା…
ଯାଜପୁର: କିଛିଦିନ ବ୍ୟବଧାନ ପରେ ଧର୍ମଶାଳାରେ ପୁଣି ହିଂସା ଦେଖିବାକୁ ମିଳିଛି। ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି ହୋଇଛନ୍ତି। ଫଳରେ ଏଥିରେ ବହୁ କର୍ମି ଆହତ ହୋଇଥିବାର ସୂଚନା ମିଳିଛି। ତିନି ଜଣ ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ପ୍ରଣବଙ୍କ ଜେନାପୁର ଥାନ ଅଧିନରେ ଥିବା ଏକ ଫାର୍ମ ହାଉସରେ କେତେକ କର୍ମି ଭୋଜି କରୁଥିଲେ। ହଠାତ ସେଠାରେ ବିଧାୟକ ହିଂମାଶୁଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଇଛି। ଅନ୍ୟପଟେ ବିଧାୟକଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ, ହିମାଂଶୁଙ୍କ କର୍ମିମାନେ ସେହିବାଟରେ ଯାଉଥିବା ବେଳେ ପ୍ରଣବଙ୍କ କର୍ମି ଆକ୍ରମଣ କରିଥିଲେ। ଏହି ଘଟଣାରେ ହିମାଂଶୁଙ୍କ ସମର୍ଥକମାନେ ବହୁ ଗାଡି ଭାଙ୍ଗି ଦେଇଥିବାର ଜଣାପଡିଛି। …
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଲିଙ୍କେ ହଫମାନ ବୁଶ (ଏଲଏଚବି) କୋଚ୍ ଉତ୍ପାଦନରେ ଦୀର୍ଘସ୍ଥାୟୀ ପ୍ରଗତି ହାସଲ କରିଛି। ଏହା ଯାତ୍ରୀମାନଙ୍କୁ ଉନ୍ନତ ସୁରକ୍ଷା, ଆରାମଦାୟକ ଯାତ୍ରା ଏବଂ ଅଧିକ କାର୍ଯ୍ୟକ୍ଷମତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଚଳିତ ଆର୍ଥିକ ବର୍ଷ 2025-26 (ନଭେମ୍ବର 2025 ପର୍ଯ୍ୟନ୍ତ) ମଧ୍ୟରେ ମୋଟ 4,224 ରୁ ଅଧିକ ଏଲଏଚବି କୋଚ୍ ନିର୍ମାଣ କରାଯାଇଛି। ଏହା ଗତ ବର୍ଷର ସମାନ ସମୟ ମଧ୍ୟରେ ଉତ୍ପାଦିତ 3,590 କୋଚ୍ ତୁଳନାରେ 18% ଅଧିକ। ଉତ୍ପାଦନରେ ଏହି ବୃଦ୍ଧି ରେଳ ୟୁନିଟ୍ଗୁଡ଼ିକରେ ଉତ୍ପାଦନ କ୍ଷମତାର ନିରନ୍ତର ସୁଦୃଢ଼ୀକରଣ ଏବଂ ଉନ୍ନତ ଉତ୍ପାଦନ ଯୋଜନାକୁ ପ୍ରତିଫଳିତ କରୁଛି। ଏହି ସମୟ ମଧ୍ୟରେ କାରଖାନାୱାରୀ ପ୍ରଦର୍ଶନ ମୁତାବକ, ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ) 1,659 ଏଲଏଚବି କୋଚ୍ ଉତ୍ପାଦନ କରିଥିଲା। ଏହା ପରେ ରାୟବରେଲିର ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରି (ଏମସିଏଫ) 1,234 କୋଚ୍ ଏବଂ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରି…
ଭୁବନେଶ୍ବର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜି। ଏ ନେଇ ବରମୁଣ୍ଡା ପଡିଆରେ ବିରାଟ ଆୟୋଜନ କରାଯାଇଛି। ହଜାରହଜାର ଅତିଥୀ ଯୋଗଦେଇ ଭୋଜି ଖାଇବାର ବନ୍ଦୋବସ୍ତ କରାଯାଇଛି। ଏହି ଭୋଜିରେ ରାଜ୍ୟର ବରିଷ୍ଠ ନେତା ତଥା ମନ୍ତ୍ରୀଗଣ ଯୋଗ ଦେଇଛନ୍ତି। ସେଥିପାଇଁ ପୂର୍ବରୁ ଅପରାଜିତା ଏବଂ ତାଙ୍କ ଆଇଏଏସ ସ୍ବାମୀ ସନ୍ତୋଷ ଷଡଙ୍ଗୀ ନିମନ୍ତ୍ରଣ ଦେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଭୋଜିରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ତାଙ୍କୁ ରାସ୍ତାରୁ ଅପରାଜିତା, ସନ୍ତୋଷ ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପାଛୋଟି ନେଇଥିଲେ। ନବୀନ ବରକନ୍ୟାଙ୍କ ନିକଟକୁ ଯାଇ ଆର୍ଶିବାଦ ପ୍ରଦାନ କରି ଫେରିଥିଲେ। ତାଙ୍କୁ ଲୋକେ ଦେଖିବାକୁ ପ୍ରବଳ ଉତ୍ସହ ପରିଲକ୍ଷିତ ହୋଇଥିଲା। ସେହିପରି ଏହି ଭୋଜିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବାଚସ୍ପତି ସୁରମା ପାଢୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବହୁ ବିଧାୟକ ତଥା…
ମୁମ୍ବାଇ: ଭାରତ ଗସ୍ତରେ ଥିବା ଲିଓନେଲ ମେସି ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକର, ସୁନୀଲ ଛେତ୍ରୀ ଏବଂ ଅନେକ ସେଲିବ୍ରିଟିଙ୍କୁ ଭେଟିଛନ୍ତି। କ୍ରିକେଟର ଭଗବାନ ଫୁଟବଲର କିମ୍ବଦନ୍ତୀଙ୍କୁ ଭେଟିବା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଭାରତୀୟ ଫୁଟବଲ୍ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳି ମେସିଙ୍କୁ ଆଲିଙ୍ଗନ କରିଥିଲେ। ସମାରୋହ ସମୟରେ ସଚିନ ମେସିଙ୍କୁ ତାଙ୍କର ବିଶ୍ୱକପ୍ ଜର୍ସି ଉପହାର ଦେଇଥିଲେ। ଏଥିରେ ସଚିନଙ୍କ ଅଟୋଗ୍ରାଫ୍ ଥିଲା। ମେସି ଏବଂ ସଚିନ ଏକାଠି ଫଟୋ ପାଇଁ ପୋଜ୍ ଦେଇଥିଲେ। ଏହା ଏକ ଐତିହାସିକ ମୁହୂର୍ତ୍ତ, ଗୋଟିଏ ମଞ୍ଚରେ ନିଜ ନିଜ ଖେଳର କିମ୍ବଦନ୍ତୀମାନେ ଏକାଠି ଥିଲେ। ମେସି ମଧ୍ୟ ସଚିନଙ୍କୁ ଏକ ଫୁଟବଲ୍ ଉପହାର ଦେଇଥିଲେ। ମେସି ସୁନୀଲ ଛେତ୍ରୀଙ୍କୁ ତାଙ୍କର ଜର୍ସି ଉପହାର ଦେଇଥିଲେ।
ଭୁବନେଶ୍ଵର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟମାନେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ରଙ୍କନାଥ ଦେବଙ୍କ ମନ୍ଦିର ପରିସରରେ ଜାରି ରହିଥିବା ଉନ୍ନୟନ କାର୍ଯ୍ୟର ସ୍ଥିତି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ କମିଟିର ସଭ୍ୟମାନେ। ତେବେ ମନ୍ଦିରର ଉନ୍ନୟନ କାର୍ଯ୍ୟ କ୍ଷିପ୍ରଗତିରେ ଜାରି ରହିଥିବାବେଳେ ଏହାକୁ ଆସନ୍ତା ମହାଶିବରାତ୍ରି ପୁର୍ବରୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କମିଟିର ସଭ୍ୟମାନେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ତେବେ ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ ଜାରିରହିବ ବୋଲି ମନ୍ତ୍ରୀ କମିଟିର ସଭ୍ୟମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ। ଏହି ଅବସରରେ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନା ଥାଉକି ରଙ୍କନାଥ ଦେବଙ୍କ ମନ୍ଦିରର ଉକ୍ତ ଉନ୍ନୟନ କାର୍ଯ୍ୟଦ୍ୱାରା…
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ନିକଟସ୍ଥ ଗଙ୍ଗାଯମୁନା ଘାଟ ଅନତିଦୂରରେ ଚିଲିକା ଜଳରାଶି ପରିବେଷ୍ଟିତ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ପୀଠରେ ଚାଲିଥିବା ଅଷ୍ଟମ ବାର୍ଷିକ ଶ୍ରୀଜଗନ୍ନାଥ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜି ଅନ୍ତିମ ଦିବସରେ ଯଜ୍ଞର ପୂର୍ଣ୍ଣାହୂତି ସହିତ ନିଳାମ୍ଵୁ ଚିଲିକା ଉଦ୍ଦେଶ୍ୟରେ ଚଳିତ ବର୍ଷ ଯଜ୍ଞର ଅନ୍ତିମ ଚିଲିକା ଆଳତି ସମ୍ପନ୍ନ କରାଯାଇଥିଲା। ଟ୍ରଷ୍ଟର ବରିଷ୍ଠ ସଦସ୍ୟ ହାଡିବନ୍ଧୁ ପଟ୍ଟନାୟକ ଓ ତାଙ୍କର ଧର୍ମପତ୍ନୀ ଏହି ଅବସରରେ କାର୍ଯ୍ୟଗ୍ରାହୀ ଭାବେ ବରିଷ୍ଠ ବ୍ରାହ୍ମଣ ପଣ୍ଡିତ ମାନଙ୍କ ପୈ।ରହିତ୍ୟରେ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରିଥିଲେ। ଚିଲିକା ଓ ବାଣପୁର ବ୍ଲକର ସମସ୍ତ ଜଗନ୍ନାଥ ମନ୍ଦିରର ଆଜ୍ଞା ମାଳ ମାନଙ୍କୁ ବନ୍ଦାପନା କରାଯାଇ ମେଲାଣି ଦିଆଯାଇଥିଲା। ଏହି ଅବସରରେ କାଙ୍କଣ ଶିଖରୀ ଟ୍ରଷ୍ଟ ଆବାହକ ଡଃ ସୁଶାନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ରୀତାରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଇ° ପାର୍ଥ ସାରଥି ମହାନ୍ତିଙ୍କ ସ°ଯୋଜନାରେ ଏକ ଆଧ୍ୟାତ୍ମିକ…
ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତ ୯୦ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପର ଏହି ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୪୦ ରନ କରିଥିଲା। ଜବାବରେ ପାକିସ୍ତାନ ୧୫୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଭାରତ ସେମିଫାଇନାଲରେ ନିଜର ସ୍ଥାନ ପ୍ରାୟ ସୁରକ୍ଷିତ କରିସାରିଛି। ଭାରତ ପକ୍ଷରୁ ବୋଲିଂରେ ଦିପେଶ ଦେବେନ୍ଦ୍ରନ ଘାତକ ବୋଲିଂ କରିଥିଲେ। ସେ ତିନିଟି ୱିକେଟ ନେଇଥିଲା। ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ପାକିସ୍ତାନ ଉପରେ ଭାରି ପଡ଼ିଥିଲା। ଆରନ୍ ଜର୍ଜଙ୍କ ୮୫ ରନ ଯୋଗୁଁ ଭାରତୀୟ ଦଳ ୨୪୦ ରନ କରିଥିଲା। ତଥାପି, ଟିମ୍ ଇଣ୍ଡିଆ ମଧ୍ୟ ସମ୍ପୂର୍ଣ୍ଣ ୫୦ ଓଭର ଖେଳିପାରି ନଥିଲା। ବୈଭବ ସୂର୍ଯ୍ୟବଂଶୀ କେବଳ ପାଞ୍ଚ ରନ କରିପାରିଥିଲେ, ଯେତେବେଳେ ଅଧିନାୟକ ଆୟୁଷ ମହାତ୍ରେ ମଧ୍ୟ ତାଙ୍କ ୩୮ ରନକୁ ଏକ ବଡ଼…
ରଣପୁର: ଶନିବାର ଦିନ ରଣପୁର ବ୍ଲକର ୩୪ ଜଣ ୩୪ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀଙ୍କୁ ସମନ୍ୱୟ ଶିକ୍ଷକ ସଙ୍ଘ ଦ୍ୱାରା ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ ଶିକ୍ଷକତା କ୍ଷେତ୍ରରୁ ଅବସର ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଢକନ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ବିଶ୍ୱଜିତ ମହାପାତ୍ର , ବ୍ଲକଗ୍ରାଣ୍ଟ ଶିକ୍ଷକ ସଙ୍ଘ ସଭାପତି ସ୍ମୃତି ରଂଜନ ଦାଶ ଓ ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ମଂଚାସୀନ ଥିଲେ। ବିଭିନ୍ନ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ…
ଭୁବନେଶ୍ୱର: ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମାଷ୍ଟର କେଣ୍ଟିନ ଠାରେ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭା ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା। ପୁଞ୍ଜିପତମାନଙ୍କ ସ୍ବାର୍ଥରେ ମୋଦି ସରକାର ନଭେମ୍ବର ୨୧ ତାରିଖରେ ଯେଉଁ ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି ତାହା ତୁରନ୍ତ ରଦ୍ଦ କରି ୪୪ ଟି ଶ୍ରମ ଆଇନକୁ ପୁନଃସ୍ଥାପନ କରି ଶ୍ରମିକଙ୍କ ହିତରେ ଆଇନକୁ କାର୍ଯ୍ୟକାରୀ କରିବା ଏବଂ ଓଡିଶାରେ ନାରୀ ନିର୍ଯାତନା ଶୀର୍ଷରେ, ବ୍ୟାପକ ବେକାରୀ, ଦାରିଦ୍ର୍ୟତା, ଅଭାବ ଅନାଟନ, ଅଭାବ ବିକ୍ରୀ ସହ ଦାଦନ ଶ୍ରମିକଙ୍କ ସମସ୍ୟା ବୃଦ୍ଧି ପାଉଛି। ଅପହଞ୍ଚ ଶିକ୍ଷା ଏବଂ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଶିକ୍ଷକ, ଅଙ୍ଗନବାଡି, ସ୍ବାସ୍ଥ୍ୟ କର୍ମୀ ଆଦି ନିୟମିତ କରିବା ଏବଂ ଦରମା ବୃଦ୍ଧି ଦାବି ନେଇ ବିଧାନସଭା ସମ୍ମୁଖରେ ଶୀତ କାକରରେ ଦୁଃଖ ଜଣାଇ ଅଧିକାର ମାଗିବାକୁ ଆସିଥିବା ଶ୍ରମଜୀବୀଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ନୂଆଦିଲ୍ଲୀର ମୁଖ୍ୟ ସ୍ଥାନରେ ଏକ ଚକାଚକ ବଙ୍ଗଳା। ଏହା ଦିଲ୍ଲୀର ତିନ ମୂର୍ତ୍ତି ଲେନସ୍ଥିତ ବଙ୍ଗଳା ନଂ -2 ଆବଣ୍ଟନ କରାଯାଇଛି। ଏହି ବଙ୍ଗଳାକୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବାକୁ ଓଡିଶା ପୋଲିସ ତରଫରୁ ନିଷ୍ପତି କରାଯାଇଛି। ଏହାକୁ ନେଇ ବିଜେଡି ଖପ୍ପା ହୋଇଛି। ମୁଖ୍ୟମନ୍ତ୍ରୀ କଣ ଭୁବନେଶ୍ବର ଛାଡି ଦିଲ୍ଲୀରେ ରହିବେ କି ବୋଲି ଦଳ ପ୍ରଶ୍ନ କରିଛି। ତାଙ୍କୁ କଣ ଓଡିଶା ଦାୟିତ୍ବରୁ ହଟାଇ ଦିଆଯାଉଛି କି ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେଡି ତରଫରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଓଡିଶା ରାଜକୋଷରୁ କଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି ତାହା ଜଣାପଡୁ ନାହିଁ। ମୁଖ୍ୟମନ୍ତ୍ରୀ ଯେତେବେଳେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ସେତେବେଳେ ସେ ରହିବା ପାଇଁ ଓଡିଶା ଭବନ ରହିଛି। ବର୍ତ୍ତମାନ ଏହା ମରାମତି କାମ ଚାଲିଥିବାରୁ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିହାର ସରକାରଙ୍କ ମନ୍ତ୍ରୀ ନୀତିନ ନବୀନଙ୍କୁ ଦଳର ନୂତନ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ସେ ଏବେ ଜେପି ନଡ୍ଡାଙ୍କ ପରେ ଦଳର ନେତୃତ୍ୱ ଗ୍ରହଣ କରିବେ। ବିଜେପିର ଜାତୀୟ ସାଧାରଣ ସମ୍ପାଦକଙ୍କ ଦ୍ୱାରା ଜାରି ଏକ ପତ୍ରରେ କୁହାଯାଇଛି ଜେଆର, “ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ବିହାର ସରକାରଙ୍କ ମନ୍ତ୍ରୀ ନୀତିନ ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛି। ଉପରୋକ୍ତ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତିନ ନବୀନଙ୍କୁ ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେବା ପାଇଁ ହୃଦୟର ସହିତ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, “ନୀତିନ ନବୀନ ଜୀ ନିଜକୁ ଜଣେ କଠିନ ବିଜେପି କର୍ମୀ ଭାବରେ ପ୍ରତିଷ୍ଠିତ କରିଛନ୍ତି।…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୋରା ମଦ ବିକ୍ରି ଅଭିଯୋଗରେ ପୋଲିସ ଦ୍ୱାରା ଅଟକ ଥିବା ଜଣେ ଅଭିଯୁକ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ବାଣପୁର ପୋଲିସ ସୂଚନା ମୁତାବକ ସ୍ଥାନୀୟ ଦାଶରଥୀପୁର ଗ୍ରାମ (ପୋଡ଼ାସାହି) ରେ ବିପୁଳ ପରିମାଣରେ ଚୋରା ମଦ ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହି ପରିପ୍ରେକ୍ଷୀରେ ଗତକାଲି ସଂନ୍ଧ୍ୟାରେ ଉକ୍ତ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦାଶରଥୀପୁର ଗ୍ରାମର ଛବିନ୍ଦ୍ର ନାୟକଙ୍କୁ ଦେଶୀ ମଦ ସହ ଅଟକ ରଖିଥିଲା। ତେବେ ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୋଲିସ ବାଣପୁର ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ବାଣପୁରରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲ ପହଂଚିଲାବେଳକୁ ଡାକ୍ତର ସେଠାରେ ଛବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା…
ନୂଆଦିଲ୍ଲୀ: ଅବୈଧ କଫ ସିରପ ଚୋରା ଚାଲାଣ ମାମଲାରେ ଉତ୍ତର ପ୍ରଦେଶରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭୋର ରାଣା ଏବଂ ତାଙ୍କ ଭାଇ ବିଶାଲଙ୍କ ଫାର୍ମଗୁଡ଼ିକର FSDA ଲାଇସେନ୍ସ ରଦ୍ଦ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଲକ୍ଷ୍ନୌ-ଭିତ୍ତିକ ଏକ ନେଟୱାର୍କରୁ ଆସିଛି, ଯାହା ଉତ୍ତର ପ୍ରଦେଶ ଏବଂ ବାଂଲାଦେଶ ସମେତ ଅନେକ ରାଜ୍ୟକୁ କୋଡିନ୍-ଯୁକ୍ତ କଫ ସିରପ ଚୋରା ଚାଲାଣରେ ଜଡିତ ବୋଲି ଅଭିଯୋଗ ହୋଇଛି। ଏହି ମାମଲା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଡ୍ରଗ୍ସ ନିୟନ୍ତ୍ରଣ ଏବଂ ସୀମାପାର ଅବୈଧ ବାଣିଜ୍ୟ ସହିତ ଜଡିତ। FSDA ଅନୁଯାୟୀ, ବିଭୋର ରାଣା ନାମରେ ପଞ୍ଜିକୃତ GR ଟ୍ରେଡିଂ ଏବଂ ବିଶାଲଙ୍କ ନାମରେ ପରିଚାଳିତ Avt ହେଲ୍ଥ କେୟାରର ଲାଇସେନ୍ସ ତୁରନ୍ତ ପ୍ରଭାବରୁ ବାତିଲ କରାଯାଇଛି। ତଦନ୍ତରୁ ଏହି ଫାର୍ମଗୁଡ଼ିକର ଯୋଗାଣ ଶୃଙ୍ଖଳା, କ୍ରୟ ଏବଂ ବିକ୍ରୟ ରେକର୍ଡ ଏବଂ ବଣ୍ଟନ ନେଟୱାର୍କରେ ଗୁରୁତର ଅନିୟମିତତା ପ୍ରକାଶ ପାଇଛି। ଅଧିକାରୀମାନେ କହିଛନ୍ତି ଯେ, କାଗଜପତ୍ର…
ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆର ସିଡନୀର ବୋଣ୍ଡି ବିଚ୍ରେ ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ପଥିକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଛନ୍ତି। ଏହି ଗଣ ଗୁଳିକାଣ୍ଡରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ହୋଇଥିବାରୁ ବେଳାଭୂମିରେ ଏକ ବଡ଼ ଭିଡ଼ ଜମା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଆଠ ଦିନିଆ ପବିତ୍ର ପର୍ବ ହନୁକ୍କାର ପ୍ରଥମ ଦିନ ପାଳନ କରିବା ପାଇଁ ବହୁ ସଂଖ୍ୟକ ୟହୂଦୀ ସେଠାରେ ଏକାଠି ହୋଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଘଟଣା ପରେ ସିଡନୀ ସୁରକ୍ଷା ସଂସ୍ଥାଗୁଡ଼ିକ ଏକ ବଡ଼ ଅଭିଯାନ ଆରମ୍ଭ କରିଥିଲେ ଏବଂ ପୋଲିସ ଉଭୟ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କଳା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ରାଇଫଲ୍ କିମ୍ବା ବନ୍ଧୁକ ସହିତ ଗୁଳି ଚଳାଇଥିଲେ। ୧୨ ରୁ ୫୦ ଗୁଳିର ଶବ୍ଦ ଶୁଣାଯାଇଥିଲା।
ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତ ୨୪୧ ରନର ଟାର୍ଗେଟ ଦେଇଛି। ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପର ଏହି ମ୍ୟାଚ୍ ଦୁବାଇରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ମାତ୍ର ୨୪୦ ରନରେ ଅଲଆଉଟ୍ ହୋଇଯାଇଛି। ବୈଭବ ସୂର୍ଯ୍ୟବଂଶୀ ଏଥର ବିଫଳ ହୋଇଛନ୍ତି, କିନ୍ତୁ ଆରୋନ୍ ଜର୍ଜ ୮୫ ରନ କରିଛନ୍ତି। ଭାରତ ଏବଂ ପାକିସ୍ତାନ ସେମାନଙ୍କର ପୂର୍ବ ମ୍ୟାଚ୍ରେ ବିଜୟୀ ହେଉଛନ୍ତି, ଏବଂ ଏହି ମ୍ୟାଚ୍ର ବିଜେତା ପ୍ରାୟ ନିଶ୍ଚିତ ଭାବରେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିବ। ପାକିସ୍ତାନ ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସାଧାରଣତଃ ଟିମ୍ ଇଣ୍ଡିଆକୁ ବିସ୍ଫୋରକ ଆରମ୍ଭ ଦେଉଥିବା ବୈଭବ ସୂର୍ଯ୍ୟବଂଶୀ ମାତ୍ର ୫ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଆୟୁଷ ମହାତ୍ରେ ୨୫ ବଲ୍ରେ ୩୮ ରନ କରିଥିଲେ, କିନ୍ତୁ ସେ ମଧ୍ୟ ଦଳର ୧୦ ଓଭର ପୂରଣ ହେବା ପୂର୍ବରୁ ଆଉଟ ହୋଇଥିଲେ। ଆରନ୍…

