ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଉପସ୍ଥାପିତ କରିବେ। ସେଥିପାଇଁ ଆଜି ସକାଳରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ବଜେଟ ଉପସ୍ଥାପନା ପାଇଁ ଅନୁମତି ପ୍ରାପ୍ତ କରିଛନ୍ତି। ଏହାପରେ ସୀତାରମଣ ସଂସଦ ଭବନକୁ ବଜେଟ ଟାବଲେଟ ଧରି ପ୍ରବେଶ କରିଛନ୍ତି। ତାଙ୍କ ସହିତ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। ପ୍ରଥମେ କ୍ୟାବିନେଟ ବୈଠକରେ ଏହି ବଜେଟ ପାଶ ହେବା ପରେ ତାହା ସଂସଦରେ ଉପସ୍ଥାପିତ ହେବ। ଅଳ୍ପ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ। ଏହାପରେ ଦିନ 11 ରେ ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥିପାତ କରିବେ। ଏହା ହେଉଛି ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ସେଥିପାଇଁ ଏହି ବଜେଟରୁ ବହୁତ କିଛି ଆଶା କରିଛନ୍ତି ମଧ୍ୟବିତ ଏବଂ ଶିଳ୍ପପତି।
Author: Samikhsya Bureau
ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍ ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍ନିକ୍ଠାରେ ମିନି ଟୁଲ୍ ରୁମ୍ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରେଘୁ ଜି ଏବଂ ସେଣ୍ଟ୍ରାଲ ଟୁଲ୍ ରୁମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍. ରାଜଶେଖରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭ୍ଲପ୍ମେଣ୍ଟ କର୍ପୋରେସନ୍ (ଓମ୍ବାଡ୍ସି) ଏଥି ପାଇଁ ୫ କୋଟି ଟଙ୍କା ଅନୁଦାନ କରିଛି। ଏହା ଦ୍ୱାରା ଉଭୟ କେନ୍ଦ୍ରରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ପାଇପାରିବେ। ଯୁବକଯୁବତୀମାନଙ୍କର ଦକ୍ଷତା ବିକାଶ ହେବା ସହ…
ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଜେଡି ବିରୋଧି ଦଳ ହୋଇଥିବାରୁ ଅସହିଷ୍ଣୁ ହୋଇପଡ଼ିଛି। ଏହିପରି ଅଭିଯୋଗ କରିଛି ବିଜେପି। ଦଳ କହିଛି ଯେ, ବିଧାନସଭାରେ ଆଜି ଥିଲା ନୂତନ ସରକାରଙ୍କ ପ୍ରଥମ ଅଧିବେଶନ। ଏହି ଅବସରରେ ରାଜ୍ୟପାଳ ଉପସ୍ଥାପନା କରିଥିବା ଅଭିଭାଷଣରେ ନୂତନ ସରକାରଙ୍କ ଆଗାମୀ ଦିନର ଯୋଜନା ଏବଂ ଓଡ଼ିଶା ବିକାଶର ଚିତ୍ର ପ୍ରତିଫଳିତ ହୋଇଛି । ଏହା ନ ଶୁଣି ବିଭିନ୍ନ ବାହାନା ଦେଖାଇ ବିଧାନସଭା କକ୍ଷ୍ୟ ପରିତ୍ୟାଗ କରିବା ଦୁର୍ଭାଗ୍ୟଜନକ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୭ ତାରିଖରେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଯାଂଚ କରିବାକୁ ପୁରୀର ଜିଲାପାଳଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ…
ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ନୂଆ ଟିଭି ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କରିଛି। ଏଥିରେ ଦଳ ଅଠର ଜଣଙ୍କୁ ଏହି ପ୍ୟାନେଲରେ ନେଇଛି।ଏଥିରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ ପ୍ରମୁଖ ରହିଛନ୍ତି। ସେମାନେ ହେଲେ ତେବେ ଏହି ତାଲିକାରୁ ବିଜେଡି ବିପର୍ଯ୍ୟୟ ପାଇଁ ଅନ୍ୟତମ କାରଣ ହୋଇଥିବା ମାନସ ମଙ୍ଗରାଜଙ୍କ ଚେଲାମାନଙ୍କ ନାମ କାଟି ଦିଆଯାଇଛି। ସେଥିପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବରୁ ଯେଉଁ ତାଲିକା କରାଯାଇଥିଲା ତାହାକୁ ବାତିଲ କରାଯାଗଲା। ଏହି ବିଜ୍ଞପ୍ତି ଦଳର ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ପ୍ରତାପ ଜେନାଙ୍କ ଦସ୍ତଖତରେ ପ୍ରକାଶ ପାଇଛି।
ଭୁବନେଶ୍ବର: ଆଜି ମୁଖ୍ୟ ବିରୋଧୀ ଦଳ ବିଜେଡି, ବାଚସ୍ପତିଙ୍କ ନିକଟରେ ଏକ ଗୁରୁତର ଅଭିଯୋଗ କରିଛି। ତାହା ହେଲା ଆଜି ଗୃହରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କିଛି କହୁଥିବା ବେଳେ ତାଙ୍କର ମାଇକ ବନ୍ଦ କରିଦିଆଗଲା। ଏପରିକି ତାଙ୍କର ଭିଡିଓକୁ ମଧ୍ୟ କାଟି ଦିଆଗଲା। ଏପରି ଏକ ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି ଯେ, ବିରୋଧୀ ଦଳର ନେତା କିଛି କହିବାକୁ ଚାହୁଁଥିଲେ ତାଙ୍କୁ ସୁଯୋଗ ଦିଆଯାଇଥାଏ। ହେଲେ ତାଙ୍କୁ ଅପମାନିତ କରିବା ପାଇଁ ରାଜ୍ୟ ସରକାର ଏପରି ଷଢଯନ୍ତ କରିଛନ୍ତି। ଦୟାକରି ରାଜ୍ୟ ସରକାର ଏପରି କାର୍ଯ୍ୟରୁ ନିବୃତ ରୁହନ୍ତୁ ବୋଲି ପ୍ରମିଳା ଦାବୀ କରିଛନ୍ତି। ଏ ନେଇ ସେ ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି।
ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ ନିଜର ଅଭିଭାଷଣ ରଖିଛନ୍ତି। ନୂଆ ସରକାରର ନୂଆ ଅଧିବେସନ ହୋଇଥିବାରୁ ବିଧାୟକଙ୍କ ମନରେ ବେଶ ଉତ୍ସାହ ଦେଖା ଦେଇଛି। କେତେକ ବିଧାୟକ ବିଧାନସଭା ଭିତରକୁ ପ୍ରବେଶ ପୂର୍ବରୁ ମୁଣ୍ଡିଆ ମାରୁଥିବାର ମଧ୍ୟ ପରିଲକ୍ଷିତ ହୋଇଛି। ତେବେ ସମସ୍ତଙ୍କଠାରୁ ନିଆରା ଥିଲେ ବିଜେପିର ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେ ଏକ ଭିନ୍ନ ଢଙ୍ଗରେ ଓଡିଶା ବିଧାନସଭାକୁ ପ୍ରବେଶ କରିଥିଲେ। ସେ ଏକ ଦାମୀ ସାଇକେଲରେ ଆଜି ବିଧାନସଭାକୁ ପ୍ରବେଶ କରିଥିଲେ। ମୁଣ୍ଡର ହେଲମେଟ ପିନ୍ଧି ସେ ବିଧାନସଭା ପରିସରକୁ ଆସିବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଆଜି ନୁହେଁ ଶପଥ ନେବା ବେଳେ ମଧ୍ୟ ସିଦ୍ଧାନ୍ତ ସେହି ସାଇକେଲର ବିଧାନସଭା ଆସିଥିଲେ। ସେତେବେଳେ ତାଙ୍କୁ ସାଇକେଲରେ କାହିଁକି ଆସୁଛନ୍ତି ବୋଲି ପଚରା ଯାଇଥିଲା। ସେତେବେଳେ ସେ କହିଥିଲେ ଯେ,…
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ସମସ୍ତେ ଭାବି ଥିଲେ ଯେ, ନବୀନ ପଟ୍ଟନାୟକ ଭି କେ ପାଣ୍ଡିଆନଙ୍କୁ ବାହାର କରିଦେବେ। ହେଲେ ତାହା କରିବା ଦୂର କଥା ବର୍ତ୍ତମାନ ପୁଣି ଥରେ ପାଣ୍ଡିଆନ ସପକ୍ଷରେ ବାହାରିଛନ୍ତି ନବୀନ। ସେ କହିଛନ୍ତି ଯେ, ପାଣ୍ଡିଆନ ରାଜ୍ୟ ତଥା ବିଜେଡି ପାଇଁ ବହୁତ ପରିଶ୍ରମ କରୁଛନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ବାହାରିଥିବା ଏକ ରିପୋର୍ଟକୁ ଆଧାର କରି ନବୀନ ଏହା କହିଛନ୍ତି। ଏଥିରେ ପ୍ରକାଶ ପାଇଛି ଯେ, ଭି କେ ପାଣ୍ଡିଆନଙ୍କୁ କୁଆଡେ ନବୀନ ଲାତ ମାରି ବାହାର କରିଦେଛନ୍ତି। ତାଙ୍କୁ ଆଉ କୌଣସି କାର୍ଯ୍ୟରେ ଲୋଡୁ ନାହାଁନ୍ତି। ଏଥିରେ କୁହାଯାଇଛି ଯେ, ଆଇଏଏସରୁ ରାଜନୀତିକୁ ଆସିଥିବା ପାଣ୍ଡିଆନ ନବୀନଙ୍କ ଖାସ ଲୋକ। ହେଲେ ନିର୍ବାଚନର ବିପର୍ଯ୍ୟୟ ପରେ ତାଙ୍କୁ ବାହାର କରିଦେଇଛନ୍ତି। ତେବେ ରିପୋର୍ଟ ଅନୁସାରେ ଗତ ସପ୍ତାହରେ…
ନୂଆଦିଲ୍ଲୀ: ସଂସଦର ଆଜି ପ୍ରଥମ ଦିବସରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର । ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ଆହତ ହେଇଥିଲେ ଓ ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ସେବା ମିଳିପାରିନ’ଥିଲା। ଏହାର ମୁଖ୍ୟ କାରଣ ହେଉଛି ପୁରୀରେ ବର୍ନ ୟୁନିଟ ଚିକିତ୍ସା ସେବାର ଅନୁପଲବ୍ଧତା। ଏହାର ନିରାକରଣ ପାଇଁ ତଥା ପୁରୀରେ ଏଭଳି ପରିସ୍ଥିତି ଆଉ ନ ଉପଜୁ ସେଥିପାଇଁ ଆଜି ସାଂସଦ ସମ୍ବିତ ପାତ୍ର ସଂସଦର ଜିରୋ ଆୱାରରେ କେନ୍ଦ୍ର ସରକାରଙ୍କୁ ପୁରୀର ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବର୍ନ ୟୁନିଟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ।
ଭୁବନେଶ୍ବର: ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଦୁଇ ବିରୋଧୀ ଦଳ କକ୍ଷ ତ୍ୟାଗ କରିଛନ୍ତି। ତେବେ ବିଜେଡି ମଧ୍ୟ କକ୍ଷ ତ୍ୟାଗ କରିବା ସହିତ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରି ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ। ଯାହାକୁ ନେଇ ନବୀନଙ୍କ ବିରୋଧୀ ଭୂମିକାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି। ତେବେ ଗୃହ ବାହାରକୁ ଆସି ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଏବଂ ମୋର ଦଳ ରାଜ୍ୟପାଳଙ୍କ ଉପରେ ଅସନ୍ତୁଷ୍ଠ। କାରଣ ହେଲା ତାଙ୍କର ପୁଅ ଯେପରି ଜଣେ ଓଡିଆ ଅଫିସରଙ୍କୁ ମାରିଲେ ତାହା ଆଇନ ବିରୋଧ କାର୍ଯ୍ୟ। ମୁଁ ଯେତେବେଳେ ସରକାରରେ ଥିଲି ସେତେବେଳେ ବିଧାୟକ, ସାଂସଦ ଏବଂ ଅଫିସରମାନେ ବେଆଇନି କାମ କଲେ ଦଣ୍ଡ ପ୍ରଦାନ କରୁଥିଲି। ହେଲେ ବର୍ତ୍ତମାନର ସରକାର କାହା କରିପାରୁ ନାହାଁନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୂଷୁଡି ପଡିଲାଣି ବୋଲି ନବୀନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ରାଜ୍ୟ…
ଭୁବନେଶ୍ୱର: ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମ୍ଭିଆର୍) ୧୯୮୯ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ। ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତା ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ସେ ସଂପର୍କରେ ବିଭିନ୍ନ ସମୟରେ ରାଜ୍ୟ ପରିବହନ ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରି ଆସିଥିବାବେଳେ ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ ବସ୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ। ସମସ୍ତ ଜୋନ୍ ଉପପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର…
ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ନୂଆ ସରକାରଙ୍କର ବିଧାନସଭାର ପ୍ରଥମ ଅଧିବେସନ। ଆଜି ଏହି ଅଧିବେସନରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି। ଫଳରେ ବିନା ବିରୋଧୀରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଉପସ୍ଥାପନ କରୁଛନ୍ତି। ପ୍ରଥମେ ଗୃହ ଆରମ୍ଭ ହେବା ମାତ୍ରା ଶାସକ ବିଜେପି ବିଧାୟକମାନେ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ କହି ଗୃହ ଭିତରେ ପ୍ରବେଶ କରିଥିଲେ। ଏହାପରେ ବିରୋଧୀ କଂଗ୍ରେସ ଓଡିଆ ଅସ୍ମିତା କୁଆଡା ଗଲା ବୋଲି କହି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ସେହିପରି ବିଜେଡି ମଧ୍ୟ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଗୃହରେ ହଟ୍ଟଗୋଳ ଚାଲିଥିବା ବେଳେ ନବୀନ ତାଙ୍କ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି। ଆଜି ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ ଅନର ପ୍ରଦାନ…
ଭୁବନେଶ୍ବର: ସୋମବାର ଦିନ ଆରମ୍ଭ ହେଉଛି ବିଧାନସଭା। ଏହା ହେଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ତେବେ ଏହି ଅଧିବେସନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ନୂଆ ପରଂପରା ସୃଷ୍ଟି କରିଛନ୍ତି। ତାହା ହେଲା ସେ ଆଜି ନବୀନ ନିବାସ ଯାଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଯାଇଥିଲେ। ଉଭୟ ନବୀନଙ୍କ ସହିତ ବିଧାନସଭା କାର୍ଯ୍ୟରେ ଯୋଗଦେବା ପାଇଁ କଥାବାର୍ତ୍ତା କରିଛନ୍ତି। ବିରୋଧୀ ଦଳର ନେତା ହିସାବରେ ତାଙ୍କର କଥାକୁ ସରକାର ଗୁରୁତ୍ବ ଦେବେ ବୋଲି ଉଭୟ ପ୍ରତିଶୃତି ଦେଇଛନ୍ତି। ତେବେ ବିରୋଧୀ ଦଳର ନେତା ହିସାବରେ ନବୀନଙ୍କ କର୍ତ୍ତବ୍ୟ ହେଉଛି ବିଧାନସଭା ଯିବା। ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯାଇ ଅନୁରୋଧ କରିବାକୁ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି।
ଭୁବନେଶ୍ବର: ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇଆସୁଛି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର। ଏହା କ୍ରୀଡା କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ସମ୍ମାନ। ହେଲେ ଆଜି ରାଜ୍ୟ ସରକାର ଏହି ପୁରସ୍କାରର ନାମ ପରିବର୍ତ୍ତନ କରିଦେଇଛନ୍ତି। ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପରିବର୍ତ୍ତେ ଏହା ଏବେ ହେବ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ। ଏ ନେଇ ଆଜି ରାଜ୍ୟ କ୍ରୀଡା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ପୂର୍ବରୁ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ କରାଯାଇଛି। ନୂଆ ନାମ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରାଯାଇଛି। ଏଥର ଏହି ନୂଆ ନାମରେ ପୁରସ୍କାର ପ୍ରଦାନ କରାଯିବ। ମୋହନ ମାଝୀ ସରକାର ଆସିବା ପରେ ବର୍ତ୍ତମାନ ବିଜେଡି ସରକାର ବିଭିନ୍ନ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରିଦେଇଛି। 5ଟି କୁ ହଟାଇବା ସହିତ ଲକ୍ଷ୍ମୀ ବସ୍ ର ନାମ…
ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ବିଧାନସଭାରେ ଦଳ କିପରି ବିରୋଧୀ ଦର ଭୂମିକା ଗ୍ରହଣ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି। ଏଥର ରାଜ୍ୟବାସୀ ବିଜେଡିକୁ ନୂଆ ଦାୟିତ୍ବ ଦେଇଛନ୍ତି। ତାହାକୁ ଠିକ ଭାବେ ପାଳନ କରିବା ପାଇଁ ସେ ବିଧାୟକଙ୍କୁ କହିଛନ୍ତି। ଏଥର ବିଜେଡି ବିଭିନ୍ନ ପ୍ରସଂଗରେ ସରକାରଙ୍କୁ ଘେରିବା ପାଇଁ ନିଷ୍ପତି କରିଛି। ମୁଖ୍ୟତଃ ଗତକିଛି ଦିନ ଧରି ରାଜ୍ୟରେ ଯେପରି ଦରଦାମ ବୃଦ୍ଧି ପାଇଛି ସେ ନେଇ ସରକାରଙ୍କୁ ଘେରିବ ବିଜେଡି। ସେହିପରି ଏଥର ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ଅନ୍ୟତମ ପ୍ରସଂଗ କରିବ ଦଳ। ଏ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିଧାୟକଙ୍କୁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଜେପି ନିର୍ବାଚନ ସମୟରେ ଜୁଲାଇ ମାସରୁ 300…
ପୁରୀ/ ଭୁବନେଶ୍ୱର: ପ୍ରାଣୀଧନ ଗଣନା ଫଳରେ ପ୍ରାଣୀପାଳକମାନଙ୍କର ଆର୍ଥିକ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇପାରିବ। ଏହା ଫଳରେ ଉତ୍ପାଦକତା ବୃଦ୍ଧି ପାଇବ ବୋଲି କେନ୍ଦ୍ର ପଶୁପାଳନ ଓ ଡାଇରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ମତପ୍ରକାଶ କରିଛନ୍ତି । ଆଜି ପୁରୀଠାରେ ଏକବିଂଶତମ ଜାତୀୟ ପ୍ରାଣୀଧନ ଗଣନା ନେଇ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ବାଘେଲ ଉପରୋକ୍ତ ମର୍ମରେ ସଂପୃକ୍ତ କ୍ଷେତ୍ର ଅଧିକାରୀ ତଥା କର୍ମଚାରୀମାନେ ବିଶେଷ ଯନିବାନ ହେବାକୁ ପରାମର୍ଶ ଦେଇଛନ୍ତି । ମତ୍ସ୍ୟ, ପ୍ରାଣୀସଂପଦ ବିକାଶ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀଠାରେ ଏପରି ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ଏପରି ଗଣନା ଫଳରେ ପ୍ରାଣୀସଂପଦଙ୍କ ସୁରକ୍ଷା, ରୋଗ ନିରୀକ୍ଷଣ ସାଙ୍ଗକୁ ନିୟନ୍ତ୍ରଣ ପଦକ୍ଷେପ, ପ୍ରାଣୀଜ ଉତ୍ପାଦ ବୃଦ୍ଧି ଓ ପ୍ରଜନନ ଇତ୍ୟାଦି ଦିଗରୁ ବିବିଧ…
ପୁରୀ: ପୁଣି ଖୋଲାଗଲା ଭିତର ରତ୍ନ ଭଣ୍ଡାର। ଗତଥର ଏହାକୁ ଖୋଲାଯାଇଥିଲେ ମଧ୍ୟ ଭିତରେ କଣ ଥିଲା ତାହା ଦେଖାଯାଇ ନ ଥିଲା। ହେଲେ ଆଜି ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନ ଭଣ୍ଡାରକୁ ଯାଇ ଆଲମାରା ଓ ସିନ୍ଧୁକ ଖୋଲିଥିଲେ। ତା ଭିତରେ କଣ ରହିଥିଲା ତାହା ତଦାରଖ କରିବା ପରେ ସେଗୁଡିକ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରତି କରାଇଛନ୍ତି। ତଦାରଖ କମିଟର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ କହିବା ଅନୁସାରେ ଭିତର ରତ୍ନଭଣ୍ଡାରକୁ ସକାଳେ ସମସ୍ତ ସଦସ୍ୟ ପ୍ରବେଶ କରିଥିଲେ। ପ୍ରଥମେ ଆଲମାରୀ ଓ ସିନ୍ଧୁକଗୁଡିକ ଦେଖିବା ପରେ ତାହା ଖୋଲାଯାଇଥିଲା। ଭିତରେ କଣ ରହିଛି ତାହା ଦେଖିବା ପରେ ସେଗୁଡିକର ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରାଯାଇଥିଲା। ଏହି ସ୍ଥାନାନ୍ତରିତ ପାଇଁ ପ୍ରାୟ ସାଢେ ସାତ ଘଣ୍ଟା ଲାଗିଗଲା ବୋଲି ସେ କହିଥିଲେ। ତେବେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରିତ ପରେ କାଠ ସିନ୍ଧୁକ, ଆଲମାରୀ ଏବଂ ଲୁହା…
ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ ଡାଃ ମହାପାତ୍ର ଆହାର କେନ୍ଦ୍ରରେ ପହଂଚିବା ପରେ ଧାଡିରେ ରହି କୁପନ କିଣି ଲୋକଙ୍କ ସହ ବସି ଭୋଜନ କରିଥିଲେ। ଏହି ଅବସରରେ ଭୋଜନ କରୁଥିବା ଲୋକମାନଙ୍କ ସହ ଖାଦ୍ୟର ଗୁଣବତା ସଂପର୍କରେ ପଚାରି ବୁଝିଥିଲେ ଓ ଆହାର କେନ୍ଦ୍ର ସଂପର୍କରେ ସେମାନଙ୍କର ମତାମତ ପଚାରିଥିଲେ। ଆହାର କେନ୍ଦ୍ରର ପରିସ୍କାର ପରିଚ୍ଛନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ ଦେବା ସହ ଖରାପ ହୋଇ ଯାଇଥିବା ବାସନ ସଫାକରିବା ଯନ୍ତ୍ର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ କି ବନ୍ଦ ହେବନି ଆହାର ଯୋଜନା. କାରଣ ଲୋକଙ୍କ ଆଗ୍ରହ ଅଛି ଗୁରୁତ୍ୱ ଦିଆଯାଉଛି। ଆହାର ନାମ ପରିବର୍ତ୍ତନ ନେଇ ପରବର୍ତୀ ସମୟରେ…
ଭୁବନେଶ୍ବର: ଶେଷରେ ବହୁ ବିବାଦ ପରେ କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ଉପରୁ ନିଲମ୍ବନ ହଟିଛି। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶୃଙ୍ଖଳା କମିଟର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶ୍ରୀୟାସ୍ଣିତାଙ୍କୁ ବଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା। ଏହାପରେ ସେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଥିଲେ। ଶରତ ପଟ୍ଟନାୟକଙ୍କ ବାଟ ଓଗାଳି ପ୍ରତିବାଦ କରିଥିଲେ। ହେଲେ ଗତକାଲି ଶରତ ପଟ୍ଟନାୟକ ତାଙ୍କ ଦାବୀଙ୍କୁ ଶୁଣି ଖୁବ ଶିଘ୍ର ନିଲମ୍ବନ ହଟିବ ବୋଲି କହିଥିଲେ। ଏହାପରେ ଆଜି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି।
ଭୁବନେଶ୍ବର: ଆଜି ପୁଣି ଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଆଜି ସକାଳ ୯ ଟା ୫୨ ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ବେଳା ରହିଛି। ଏହି ଭିତରେ ପୂର୍ବ କମିଟ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନ ଭଣ୍ଡାରର ଜିନିଷ ସ୍ଥାନାନ୍ତରିତ କରିବେ। ଯେଉଁ କମିଟ ସଦସ୍ୟମାନେ ରତ୍ନଭଣ୍ଡାର ତଦାରଖ କରିବା ପାଇଁ ଯିବେ ସେମାନେ କୌଣସି ସୁନା କିମ୍ବା ଧାତୁ ଜିନିଷ ପିନ୍ଧି ଯାଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଯେଉଁ କମିଟ ରତ୍ନ ଭଣ୍ଡାରକୁ ଯାଇଥିଲେ ସେମାନେ ହିଁ ଆଜି ଭିତର ରତ୍ନ ଭଣ୍ଡାରକୁ ଯିବେ। ସେମାନେ, ଭିତର ରତ୍ନ ଭଣ୍ଡାରରେ ଥିବା ସିନ୍ଧୁକ ଏବଂ ଆଲମିରାରେ ଥିବା ସମସ୍ତ ଅଳଙ୍କାରଗୁଡିକୁ ଅସ୍ଥାୟୀ ସ୍ଥାନରେ ରଖାଯିବ।ଏହି ସମୟରେ ପ୍ରକୃତରେ ଭିତରେ କଣ ଜିନିଷ ରହିଛି ତାହାର ରହସ୍ୟ ଆଜି ଜଣାପଡିବ।
ଭୁବନେଶ୍ବର: ବିଜେପି ସଭାପତି ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ। ସେ ହେବେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହୁଥିବା ବେଳେ ଅନ୍ୟ ଜଣେ ରାଜନେତା ଉପାଧ୍ୟକ୍ଷ ହୋଇଥାନ୍ତି। ହେଲେ ନିୟମ ରହିଛି ଯେ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ସେ ଅଧ୍ୟକ୍ଷ ନ ରହି ଅନ୍ୟ ଜଣଙ୍କୁ ସେ ଦାୟିତ୍ବ ଦେଇପାରିବେ। ସେହି ଅନୁସାରେ ପ୍ରଥମ ଥର ପାଇଁ ମନମୋହନଙ୍କୁ ବୋର୍ଡର ଉପାଧ୍ୟକ୍ଷ ନୁହେଁ ଅଧ୍ୟକ୍ଷ କରାଯିବ। ଏଥିରେ ମନମୋହନଙ୍କୁ କ୍ୟାବିନେଟ ପ୍ୟାହା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ। ଗତକାଲି ରାଜ୍ୟ ସରକାର ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ଏହି ବୋର୍ଡରେ ଦୀର୍ଘ ବର୍ଷ ଧରି କେହି ହେଲେ ଉପାଧ୍ୟକ୍ଷ ନ ଥିଲେ। ଏପରିକି ବୋର୍ଡର ସଦସ୍ୟ ସଂଖ୍ୟା ମଧ୍ୟ ପୂରଣ କରାଯାଇ ନ ଥିଲା। ଶେଷ ଥର ପାଇଁ ସଂଜୟ ଦାସ ବର୍ମା ବୋର୍ଡର ଉପାଧ୍ୟକ୍ଷ…
ଭୁବନେଶ୍ୱର: ନିଜର ସମୃଦ୍ଧ ସଂସ୍ମୃତି ଓ ଜୀବନ୍ତ ପରଂପରା ପରି ଓଡ଼ିଶାର ନୃତ୍ୟ ଓ ସଂଗୀତ ମଧ୍ୟ ଆକର୍ଷକ। ଓଡ଼ିଶାରେ ସଂଗୀତ ଓ ନୃତ୍ୟର ଏକ ଗୌରବଶାଳୀ ପରଂପରା ରହିଛି। ଓଡ଼ିଶୀ ନୃତ୍ୟ ଓ ସଂଗୀତର ମଧ୍ୟ ସମୃଦ୍ଧ ପରପଂରା ରହିଛି। ଏହାର ସୌନ୍ଦର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ କଳାତ୍ମକ ଉପସ୍ଥାପନା ପାଇଁ ରାଜ୍ୟ, ଦେଶ ତଥା ବିଦେଶରେ ଆଦୃତ ହୋଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଚଳିତ ଜୁଲାଇ ୧୬ ତାରିଖ ସଂନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ ଅନୁଷ୍ଠାନ ତ୍ରିଧାରା ଆନୁକ୍ୟୂରେ ଆୟୋଜିତ ଗୁରୁ ଦେବ ପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଶ୍ରୀ ଦାସ ଏହି ମତବ୍ୟକ୍ତ କରିଛନ୍ତି। ଉଦ୍ବୋଧନ ଛଳରେ ଶ୍ରୀ ଦାସ କହିଥିଲେ ଯେ ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ। ଯେଉଁ ମହାନ ଗୁରୁମାନେ ଓଡ଼ିଶୀ ନୃତ୍ୟର ପୁର୍ନରୁଦ୍ଧାର କରି ଏହାକୁ ଲୋକପ୍ରିୟ…

