ଭୁବନେଶ୍ବର: ଆଜି ବିଜେପିରେ ମିଶିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏ ନେଇ ରାଜ୍ୟ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ଯଦି ସବୁକିଛି ଠିକଠାକ ଚାଲେ ତେବେ ଆଜି ଅପରାହ୍ନରେ ସେ ବିଜେପିରେ ସାମିଲ ହେବେ। ପ୍ରଦୀପ ବିଜେପିରେ ମିଶିବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ସେ ବିଜେଡିରୁ ବହିସ୍କୃତ ହେବା ପରେ ବର୍ତ୍ତମାନ ସୁଦ୍ଧା କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି। ସେହିପରି ଆଜି ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମଧ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି। ବଡ ଖବର ନ୍ୟୁଜ ଚାନେଲର ସଂପାଦକ ଭାବେ ସେ କାର୍ଯ୍ୟ କରୁଛନ୍ତି। ସେ ବହୁ ପୂର୍ବରୁ କୌଣସି ଦଳରେ ମିଶିବା ପାଇଁ ଚାହୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ସେ ଜଟଣୀ ନିର୍ବାଚନ ମଣ୍ଡଳିରେ ହୋଇଥିବାରୁ ସେଠାରୁ ଲଢେଇ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ 27 ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରକାଶ କରିପାରିବେ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ 27 ତାରିଖ ଦିନ ସାରା ରାଜ୍ୟ ର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଚତୁର୍ଥ ଶନିବାର ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହୁଛି।
ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି, ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂ5Tପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ସେହି ଅନୁସାରେ କଟକ ଭୁବନେଶ୍ବର ପୋଲିସ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶିଙ୍କର ବଦଳି ହୋଇଛି। ତାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ବଦଳରେ ସଂଜୀବ ପଣ୍ଡାଙ୍କୁ ପୋଲିସ କମିଶନର କରାଯାଇଛି। ସେହିପରି ଅନ୍ୟ ବରିଷ୍ଠ ସ୍ତରରେ ଯେଉଁ ବଦଳି ହୋଇଛି ତାହା ହେଲା ୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର ୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ ୩) ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ୪) ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି ୫) ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ୬) ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଂଜ ଆଇଜି ୭) ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି ୮) ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍ପି ୯) ମଡକର ସନ୍ଦୀପ ସଂପଦ-…
ଭୁବନେଶ୍ଵର: କେରଳର କୋଝିକୋଡ଼ିଠାରେ ଭାରତୀୟ ଶ୍ରମ ସମ୍ମିଳନୀ-୨୦୨୪ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଭାରତର ବିଭିନ ରାଜ୍ୟରୁ ଶ୍ରମ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଓଡିଶାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନୀତି ରଞ୍ଜନ ସେନ,ସମ୍ମାନିତ ବକ୍ତା ଭାବରେ ସମ୍ମିଳନୀରେ ଯୋଗ ଦେଇ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଶେଷରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମ ଅଧିକାରୀମାନଙ୍କ ସହିତ ଓଡ଼ିଶା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରମ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।
ଭୁବନେଶ୍ବର: ଆଜି ଭବାନୀପାଟଣାଠାରେ କଂଗ୍ରେସ ଦଳର ଏକ ବିଶାଳ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସର ପ୍ରଭାରୀ ଡ଼. ଅଜୟ କୁମାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ସହିତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ସେହିପରି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଏହି ସମାବେଶରେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ବିଜେଡି ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ସମାବେଶରେ ଯୋଗ ଦେଇଥିଲେ। ତାଙ୍କୁ ଅଜୟ କୁମାର କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି ପର୍ବରେ ବିଧାୟକ ତାରାବାହିନୀ ପତି ବଳଭଦ୍ରଙ୍କୁ ଖୁସିରେ ଚୁମା ଦେଇଥିଲେ।
ଭୁବନେଶ୍ୱର: ଭୁବନେଶ୍ୱରର ଜନତା ମଇଦାନଠାରେ ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ ଆୟୋଜିତ ହେବ। ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସଂପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶର ଆୟୋଜନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମାବେଶର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସମାବେଶରେ ବିଭିନ୍ନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। ସେ କହିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ୍ ଉଦ୍ଘାଟିତ ହେଲା। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି ଏବଂ ଫେବୃଆରୀ ୩ ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଗୌରବର ସମୟ, ଅସ୍ମିତାର ସମୟ। ଏହି ଅବସରରେ ବିଶ୍ବ ବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ, ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସଂସ୍କୃତି, ଆମ ଜୀବନଧାରା,…
Ayodhya Rammandir: ଆଜି ବଡି ଭୋରରୁ ଅଯୋଧ୍ୟା ରାମ ମନ୍ଦିରରେ ଘଟିଛି ଏକ ଅଲୌକିକ ଘଟଣା। ଯାହାକୁ ନେଇ ମନ୍ଦିର ପୂଜକ ଏବଂ ଭକ୍ତଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାହା ହେଲା ଆଜି ଭୋରରୁ ଏକ ମାଙ୍କଡ ମନ୍ଦିର ଭିତରେ ପ୍ରବେଶ କରିଥିଲା। ସେ ଗର୍ଭ ଗୃହକୁ ଯାଇ ସେଠାରୁ ଫେରିଥିଲା। ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆଜି ଭୋର ପ୍ରାୟ ୫ ଟା ୫୦ ମିନିଟ ବେଳେ ଏକ ମାଙ୍କଡ଼ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରି ଗର୍ଭଗୃହ ଭିତରକୁ ପ୍ରବେଶ କଲା। ସେ ରାମଲାଲ ନିକଟରେ ପହଞ୍ଚିଲା। ବାହାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀମାନେ ଏହା ଦେଖି କଣ କରିବେ କିଛି ବୁଝିପାରି ନ ଥିଲେ। କାରଣ ସେମାନେ ମାଙ୍କଡ଼ ଆଡକୁ ଦୈଡ଼ିଗଲେ ମାଙ୍କଡ଼ଟି ରାମଲାଲା ମୂର୍ତ୍ତିକୁ ତଳେ ପକାଇ ଦେଇପାରେ। କିନ୍ତୁ ପୋଲିସ ମାଙ୍କଡ ଆଡକୁ…
ନୂଆଦିଲ୍ଲୀ: ଜାନୁୟାରୀ 23 ତାରିଖ ହେଉଛି ପରାକ୍ରମ ଦିବସ। ଭାରତର ମହାନ ଜନନାୟକ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରେ ଏହା ପାଳନ କରାଯାଉଛି। ଏହି ଉପଲକ୍ଷେ ନୂଆ ଦିଲ୍ଲୀରେ ପାଳନ ହୋଇଛି ଏହି ପରାକ୍ରମ ଦିବସ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ନେତାଜୀଙ୍କୁ ସ୍ମରଣ କରିଥିଲେ। ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନୂଆଦିଲ୍ଲୀର ଲାଲକିଲାରେ ନିର୍ମାଣ କରିଥିଲେ ସୁଭାଷ ବୋଷଙ୍କ ବାଲୁକା କଳା। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରି ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ସୁଦର୍ଶନ ବାଲି ସହିତ ଷ୍ଟିଲ ଗିନା ବ୍ୟବହାର କରି ସୁଭାଷ ବୋଷଙ୍କ ଏହି ପ୍ରତିକୃତି ନିର୍ମାଣ କରିଛନ୍ତି। ଏହା ବର୍ତ୍ତମାନ ଲାଲକିଲାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ପଲଟନ ପଡିଆ ସ୍ଥିତ ବିଜୁ ଭବନ ପରିସରରେ ଭବାନୀ ଶଙ୍କର ବଳିୟାରସିଂହଙ୍କ ସଭାପତିତ୍ବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଜୟନ୍ତୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ଓ ଆକାଶ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଅଜୟ ରାଉଳ, ସୂର୍ଯ୍ୟକାନ୍ତ ରଣସିଂହ ଅତିଥି ଭାବେ ଯୋଗଦେବା ସହ ବହୁ ସଂଖ୍ୟାରେ ଯୁବକ ମାନେ ସାମିଲ ହୋଇଥିଲେ। ଅତିଥି ମାନେ ନେତାଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନେତାଜୀଙ୍କ ତ୍ୟାଗ ଓ ବଳିଦାନ, ସଂଘର୍ଷର ଗାଥା ଉପସ୍ଥିତ ଯୁବକ ମାନଙ୍କୁ କହିଥିଲେ l ସୁବାସ ବୋଷ ଆଜାଦ ହିନ୍ଦ ଫୌଜ ଗଠନ କରି କିପରି ଇଂରେଜ ମାନଙ୍କର ନିଦ ହଜାଇ ଦେଇଥିଲେ ଏବଂ ଭାରତ ବାସୀଙ୍କୁ ଆହ୍ୱାନ ଦେଇଥିଲେ ‘ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବୀ’ l ତାଙ୍କର ଏହି…
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଦେଶର ଏହି ସର୍ବୋଚ୍ଚ ସମ୍ମାନ ପାଇବେ। ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟ, ମହାନ ଜନ ନାୟକ କର୍ପୁରୀ ଠାକୁର ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ଯେତେବେଳେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ ସେତେବେଳେ ଏହି ପୁରସ୍କାର ପାଇଁ ତାଙ୍କୁ ମନୋନିତ କରାଯିବା ଖୁସରି କଥା। ସେ କହିଛନ୍ତି ଯେ, ଦଳିତ, ସମାନତା ଏବଂ ସଶକ୍ତିକରଣ ପାଇଁ ତାଙ୍କର ଚିରନ୍ତନ ଉଦ୍ୟମ ସ୍ମରଣୀୟ ହୋଇ ରହିଛି। ସ୍ବର୍ଗତ କର୍ପୁରୀ ଠାକୁର ବିହାର ଥରେ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡିଶା ଗଠନ ସ୍ୱପ୍ନକୁ ସାକାର କରିବାକୁ ଗଜପତିବାସୀ ସହଯୋଗ କରନ୍ତୁ। ଏହା ଲୋକଙ୍କ ସରକାର। ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ। ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ମିଳିଛି ୨୭୯ କୋଟି ଟଙ୍କା। ଲୋକଙ୍କ ଦରଖାସ୍ତ ଆଧାରରେ ଏହି ଟଙ୍କା ମଂଜୁର କରାଯାଇଛି। ଆଜି କାଶିନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିବା ସହ ବିକାଶର ହିସାବ ରଖିଛନ୍ତି। କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ମେ ୧୦ ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ । ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୪୧ ମାସରେ ସଂଗ୍ରହ ହୋଇଛି ୪ଲକ୍ଷ ୟୁନିଟ୍ ରକ୍ତ। କେବଳ ଚଳିତ ବର୍ଷ ୧ଲକ୍ଷ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗୃହୀତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ଏହି ରକ୍ତ ସଂଗ୍ରହ ହୋଇଛି। ଯେପରି ରକ୍ତ ବିନା ଓଡ଼ିଶାବାସୀଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଓଡ଼ିଶା-ମୋ ପରିବାର ଅଧୀନରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରତିବର୍ଷ, ରାଜ୍ୟବ୍ୟାପୀ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି। ସମଗ୍ର ରକ୍ତଭଣ୍ଡାରଗୁଡ଼ିକରେ ଆବଶ୍ୟକ ଷ୍ଟକ ବଜାୟ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି। ‘ଜୀବନବିନ୍ଦୁ’ ମାଧ୍ୟମରେ ବର୍ଷ ତମାମ ରକ୍ତଦାନ ଶିବିରମାନ ଆୟୋଜନ କରି ବିଗତ ଦିନରେ ଏକ ମାଇଲଖୁଣ୍ଟ ହାସଲ ମଧ୍ୟ କରିଥିଲା। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କର…
ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଭିଏସଏସ ନଗରସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିପ୍ଲବୀ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା,ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ଲଷ୍ମୀଧର ବେହେରା, ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ…
ଭୁବନେଶ୍ବର: ଆଜି କଂଗ୍ରେସରୁ ତିନିଜଣ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନିଆଯାଇଛି। ସେମାନେ ହେଲେ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ। ଆଜି କଂଗ୍ରେସ ଭବନରେ ଏହି ଘୋଷଣା କରିଛନ୍ତି ପ୍ରଭାରୀ ଡ ଅଜୟ କୁମାର। ଅଜୟ କୁମାର ଓଡିଶା କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ ପରେ ଦ୍ବିତୀୟ ଥର ପାଇଁ ସେ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଗତକାଲି ଦୀର୍ଘ ସମୟ ଧରି ଏହି ତିନି ନେତାଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନାକୁ ଜଣାପଡିଥିଲା ଯେ ଏହି ତିନି ନେତା ପୁଣି ଥରେ କଂଗ୍ରେସରେ ସାମିଲ ହେବେ।
ଭୁବନେଶ୍ବର: ଧିରେଧିରେ କଂଗ୍ରେସ ନିଜକୁ ଶକ୍ତିଶାଳି କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁରା ପରିବାର ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ କଂଗ୍ରେସକୁ ଫେରିବେ। ଏ ନେଇ ନୂଆ ଦିଲ୍ଲୀରେ ନୂଆ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଏହି ତିନିଜଣ ଦୀର୍ଘ ଆଲୋଚନା କରିଛନ୍ତି। ସେମାନଙ୍କୁ କଣ ପାଇଁ ଦଳରୁ ନିଳମ୍ବନ କରାଗଲା ସେ ସେ ଅଜୟ କୁମାର ବିସ୍ତୁତ ତଥ୍ୟ ଜାଣିବାକୁ ଚାହିଁଥିଲେ। ଏହାପରେ ସେ ଏହି ତିନି ନେତାଙ୍କୁ ପୁଣି ଥରେ ଦଳକୁ ଫେରିବା ବା ନିଲମ୍ବନ ହଟାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେହି ଅନୁସାରେ ଏହି ତିନିଜଣଙ୍କ ଉପରୁ ଖୁବ ଶିଘ୍ର ନିଲମ୍ବନ ହଟାଯିବ ବୋଲି ଜଣାପଡିଛି। ଗତବର୍ଷ ଜୁଲାଇ ମାସରେ କଂଗ୍ରେସ ମହମ୍ମଦ ମୋକିମ…
ଭୁବନେଶ୍ବର: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା ୫୦ରେ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସେ ବ୍ୟାଟିର ଗାଡିରେ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିବେ। ଗତ 17 ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ କରିଥିଲେ। ଏହାପରେ ସେ ଆଜି ପୁଣି ଥରେ ଏହି ପ୍ରକଳ୍ପ ଦେଖିବା ସହିତ ଜଗନ୍ନାଥ ପ୍ରଦର୍ଶନୀ ବୁଲିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବଦଳି କରିଛନ୍ତି।
ପ୍ରଦୀପ ସେନାପତି ୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବ୍ରିଟେନ ଏକ ୱେବ୍ସାଇଟ୍ ତଥ୍ୟ ପ୍ରକାଶ କରିଛି। ଏହି ୱେବ୍ସାଇଟ୍ଟି ନେତାଜୀଙ୍କ ଅନ୍ତିମ ସମୟର କେତେକ ଘଟଣାବଳୀ ସମ୍ପର୍କିତ ତଥ୍ୟକୁ ଆଧାର କରି ତିଆରି କରାଯାଇଛି। ଉକ୍ତ ଘଟଣା ସହ ସମ୍ପର୍କ ଥିବା କେତେକ ବ୍ୟକ୍ତି ବିଶେଷଙ୍କ ବୟାନ, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଘଟଣାସ୍ଥଳ ପରିଦର୍ଶନ କରିଥିବା ତଥ୍ୟର ଦୁଇଟି ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି। ୧୯୫୬ରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନେତାଜୀ ଇନ୍କ୍ୱାରୀ କମିଟି ରିପୋର୍ଟକୁ ଆଧାର କରି ୱେବ୍ସାଇଟ୍ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନେତାଜୀ ଏବଂ ୧୨ରୁ ୧୩ ଅନ୍ୟ ସଦସ୍ୟଙ୍କୁ ନେଇ ଜାପାନର ଏୟାରଫୋର୍ସ…
ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଯାତ୍ରୀମାନଙ୍କୁ ଆକ୍ରମଣ, ରାହୁଲ ଗାନ୍ଧୀଙ୍କ ଗାଡ଼ି ଅଟକାଇବା ଓ ଦୁର୍ବ୍ୟବହାର କରିବା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୋଷ୍ଟର ଚିରିବା ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ଏକ ରାଲି ଅପରାହ୍ନରେ ବାହାରି ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆସାମର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ଦାହ କରାଯିବା ସହ ମାଷ୍ଟରକ୍ୟାଂଟିନ ଛକକୁ ଏକ ଘଂଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। କଂଗ୍ରେସ ପକ୍ଷରୁ ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିନ୍ଦା କରାଯିବା ସହ ମୋଦୀ ସରକାର ଓ ହିମନ୍ତ ବିଶ୍ୱଶର୍ମା ସରକାର ନିଜର ଦୋଷ ଓ ଦୁର୍ବଳତା, ଜନବିରୋଧି ନୀତି ଏବଂ ଦୁର୍ନୀତିକୁ ଲୁଚାଇବା ପାଇଁ ଜନନାୟକ ରାହୁଲ ଗାନ୍ଧୀ ଏବଂ ଭାରତ…
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ୭୦ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ। ସୂଚନା ଅନୁସାରେ ଆସନ୍ତା ୧୦ବର୍ଷ ମଧ୍ୟରେ ଏକ ଲକ୍ଷ ଏକର ଜମିରେ କଫି ଚାଷ କରାଯିବ। ଏଥିପାଇଁ ରାଜ୍ୟର ୬ଟି ଆଦିବାସୀ ଅଧ୍ୟ୍ୟୁଷିତ ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, ଜଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ଅଧୀନରେ କଫି ନର୍ସରୀ ପ୍ରସ୍ତୁତ କରିବା ନିମନ୍ତେ ମହିଳା…

