Author: Samikhsya Bureau

ଭୁବନେଶ୍ବର: ଆଜି ହେଉଛି ରଥଯାତ୍ରା। ତେବେ ସବୁ ବର୍ଷ ରଥାଯାତ୍ରା ହୁଏ। ହେଲେ ଏଥର ରଥଯାତ୍ରା ହେଉଛି ଏକ ବିରଳ ରଥଯାତ୍ରା। କାରଣ ହେଲା ଏଥର ରଥଯାତ୍ରା ଦୁଇଦିନ ଧରି ହେବ। ଚଳିତ ବର୍ଷ ଅନବସର ପନ୍ଦର ଦିନ ପରିବର୍ତ୍ତେ ତେର ଦିନ ପଡିଥିଲା। ଫଳରେ ଶ୍ରୀଜିୟୁଙ୍କର ନବଯୌବନ ଦର୍ଶନ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ଫଳରେ ନୀତିକାନ୍ତି ଶେଷ ହେବା ପାଇଁ ସମୟ ଲାଗୁଛି। ଆଜି ସମସ୍ତ ନୀତିକାନ୍ତି ଶେଷ ହେଲା ବେଳକୁ ଅପରାହ୍ନ ହୋଇଯାଉଛି। ଆଜି ମନ୍ଦିର ଭିତରେ ଠାକୁରଙ୍କ ନବଯୌବନ ନୀତି ସହିତ ରଥନୀତି ମଧ୍ୟ କରାଯିବ। ସେଥିପାଇଁ ଆଜି ଦିନ ଗୋଟାଏ ବେଳେ ଶ୍ରୀଜିୟୁଙ୍କର ପହଣ୍ଡି ବିଜେ କରାଯିବ। ସେହିପରି ରଥଟଣା ଆଜି ଅପରାହ୍ନ ପାଞ୍ଚଟା ବେଳକୁ ହେବ। ଏତେ ଡେରିରେ ରଥଟଣା ହେଉଥିବାରୁ ଆଜି ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ପାରିବ ନାହିଁ।ଆସନ୍ତାକାଲି ସକାଳୁ ମଧ୍ୟ ରଥଟଣା ଯିବ।

Read More

ଭୁବନେଶ୍ବର: ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୁରୀ ବଡ ଦାଣ୍ଡରେ ରଥ ଉପରେ ବିଜେ କରିବେ ପ୍ରଭୃ ଜଗନ୍ନାଥ, ମା ସୁଭଦ୍ରା ଏବଂ ବଡ ଭାବେ ବଳଭଦ୍ର। ଏହି ଉପଲକ୍ଷେ ଆଜି ସିଂହଦ୍ବାର ସମ୍ମଖରେ ଲାଗିଛି ତିନି ରଥ। ରଥ ନିର୍ମାଣ ଶେଷ ହେବା ପରେ ପ୍ରଥମେ ପ୍ରଭୃଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲା। ଏହାପରେ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ରଥକୁ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥିଲା। ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଭକ୍ତମାନ ହରିବୋଲ ହୁଳହୁଳି ପକାଇ ଟାଣିଟାଣି ଆଣିଥିଲେ। ଏଥିସହିତ ସହିତ ସେଠାରେ ଥିବା ପୋଲିସ ତଥା ସୁରକ୍ଷା କର୍ମିଗଣ ରଥ ସିଂହଦ୍ବାରକୁ ଆଣିବାରେ ସାହାଯ୍ୟ କରିଥିଲେ। ଆସନ୍ତାକାଲି ରବିବାର ସକାଳେ ତିନି ଠାକୁର ପହଣ୍ଡି ବିଜେ ହୋଇ ରଥାରୁଢ ହେବେ।

Read More

ଭୁବନେଶ୍ବର: ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହି ଉପଲକ୍ଷେ ପୁରୀରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହେବାରେ ଲାଗିଛି। ତେବେ ରଥଯାତ୍ରା ପୂର୍ବରୁ ବଡ ଦାଣ୍ଡକୁ ସଫାସୁତୁରା ରଖିବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଗେଇ ଆସିଛନ୍ତି। ଆଜି ସକାଳୁ ସେ ଏବଂ ତାଙ୍କ ମନ୍ତ୍ରୀଗଣଙ୍କ ସହିତ ମିଶି ଶରଧାବାଲିରେ ଝାଡୁ ମାରି ସଫା କରିଛନ୍ତି। ଏହି ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତି ପରିଡା ମଧ୍ୟ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ଏଥିସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପସନା ମହାପାତ୍ର ଏବଂ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଏକା ଧାରା ରେ ଜଣେ ଦେଶସେବକ, ଜନ ନାୟକ, ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଆଦର୍ଶ ଶିକ୍ଷକ ଥିଲେ। ସତ୍ୟବାଦୀ ରେ ପ୍ରତିଷ୍ଠିତ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବ । ଓଡ଼ିଆ ନବଯୁଗ ର ପ୍ରବର୍ତ୍ତକ ଥିଲେ ଗୋପବନ୍ଧୁ ଥିଲେ ଗୋପବନ୍ଧୁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ଓଡିଆ ଭାଷା ସାହିତ୍ୟ ର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଚିର ସ୍ମରଣୀୟ। ଉତ୍କଳମଣି ଗୋପବନ୍ଧୁ ବାସ୍ତବିକ୍…

Read More

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ। ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପି. ଏମ. କିସାନ ଯୋଜନାରେ…

Read More

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ବରିଷ୍ଠ ନେତା, ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ପୂର୍ବତନ ଉପ-ବାଚସ୍ପତି ସୁରନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କାକଟପୁରବାସୀଙ୍କ ସେବା ଓ କଲ୍ୟାଣ ଦିଗରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ସ୍ମରଣୀୟ। ଜଣେ ଦକ୍ଷ ରାଜନେତା ଏବଂ ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

Read More

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ। ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ଓଡିଶାର ବରିଷ୍ଠ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ସେ ନେଇ ସେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଭୁବନେଶ୍ବରସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି। ସୁରେନ୍ଦ୍ର ନାଥ ନାୟକ ଓଡିଶା ରାଜନୀତିରେ ସୁର ନାୟକ ଭାବେ ପରିଚିତ। କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅସ୍ତରଙ୍ଗ ପଂଚାୟତର ଚେୟାରମ୍ୟାନ ଭାବେ ନିଜର ରାଜନୈତିକ କ୍ୟାରିଆର ଆରମ୍ଭ କରିଥିଲେ ସୁରେନ୍ଦ୍ର ନାୟକ। ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୭ ଏବଂ ୧୯୮୫ ମସିହାରେ ଜନତା ପାର୍ଟିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୦ ଜନତା ଦଳରେ , ୧୯୯୫…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଉଛନ୍ତି ବଡ ବାସ୍ତୁ ବିଶ୍ବାସୀ। ଏ କଥା ଗତକାଲି ସେ ଲୋକସେବା ଭବନ ତୃତୀୟ ମହଲାରେ ବସିବା ପରେ ସ୍ପଷ୍ଟ ହେଲା। କାରଣ ଲୋକସେବା ଭବନର ତୃତୀୟ ମହଲାରେ ଥିବା ତାଙ୍କ ପ୍ରକୋଷ୍ଠରେ ବସିବା ଆସନ ପୂର୍ବାଭିମୁଖୀ କରାଯାଇଛି। ଏହି ପ୍ରକୋଷ୍ଠରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ 24 ବର୍ଷ ଧରି ବସିଆସୁଥିଲେ। ନବୀନ ସେହି ପ୍ରକୋଷ୍ଠରେ ବସିବା ବେଳେ ତାଙ୍କ ଆସନ ଦକ୍ଷିଣାଭୂମିଖୀ ହୋଇ ରହିଥିଲା। ହେଲେ ମୋହନ ମାଝୀଙ୍କ ବାସ୍ତୁବିତ୍ ତାହାକୁ ପରିବର୍ତ୍ତନ କରି ପୂର୍ବାଭିମୁଖୀ କରିଛନ୍ତି। ବାସ୍ତୁବିତ ମନୋଜ ଲେଙ୍କାଙ୍କ ସୂଚନା ଅନୁସାରେ ବସୁଥିବା ଆସନ ପୂର୍ବାଭିମୁଖୀ ରହିଲେ ସେହି ବ୍ୟକ୍ତି ସବୁବେଳ ସକ୍ରିୟ ରହିବା ସହିତ ରାଜ୍ୟ କଥା ଚିନ୍ତା କରିବ। ଏଥିସହିତ ସେ ଲୋକଙ୍କ ସହିତ ମିଶିବାକୁ ଭଲ ପାଇବ ବୋଲି ଶ୍ରୀ ଲେଙ୍କା କହିଛନ୍ତି। ନବୀନ ସେହି ପ୍ରକୋଷ୍ଠରେ ଏକ କାଠ ଚଉକିରେ ବସୁଥିବା ବେଳେ…

Read More

ଭୁବନେଶ୍ବର: ରତ୍ନଭଣ୍ଡାର ଯାଞ୍ଚ ପାଇଁ ବିଜେଡି ସରକାର ଗଠନ କରିଥିବା କମିଟ ଭାଙ୍ଗି ଦିଆଯାଇଛି। ଏହି କମିଟର ଅଧ୍ୟକ୍ଷ ଥିଲେ ଅରଜିତ ପଶାୟତ। ଗୁରୁବାର ଦିନ ସେ ଏହି ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ପୁରୀ ଆସିଛନ୍ତି। ସେଠାରେ ସେ ରତ୍ନ ଭଣ୍ଡାର ଉପରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ତା ପୂର୍ବରୁ ନୂଆ ସରକାର ସେହି କମିଟକୁ ଭାଙ୍ଗି ଦେଇ ନୂଆ କମିଟ ଘୋଷଣା କରିଛନ୍ତି। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ଅଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ। ଏଥିସହିତ ଏହି କମିଟରେ ଓଡିଶାର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ଡକ୍ଟର ସି ବି କେ ମହାନ୍ତି, ଚାର୍ଟଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ଏବଂ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ…

Read More

ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି । ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଉଛି– (୧) ବିଲ୍ଡିଂ ପ୍ଲାନ୍‌ର ପରିବର୍ତ୍ତନ ଏବଂ ସଂଯୋଗ/ସଂଶୋଧନ ନିମନ୍ତେ ଅନୁମତି (ସମୟ ସୀମା: ୧୫ ଦିନରୁ ୩୦ ଦିନ) (୨) ବିଲ୍ଡିଂ ପ୍ଲାନ୍‌ର ପୁନଃବୈଧିକରଣ ନିମନ୍ତେ ଅନୁମତି (ସମୟ ସୀମା: ୭ ଦିନ) (୩) ପ୍ଲିନ୍‌ଥ ଅନୁମୋଦନ (ସମୟ ସୀମା: ୭ ଦିନ) (୪) ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ (ସମୟ ସୀମା: ୧ ଦିନ) ଏବଂ (୫) ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍…

Read More

ଭୁବନେଶ୍ବର: ପୁରା 22 ଦିନ ପରେ ଆଜି ଲୋକସେବା ଭବନରେ ପ୍ରବେଶ କରି କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସେ ଲୋକସେବା ଭବନରେ ପ୍ରବେଶ କରିବା ପରେ ପ୍ରଥମେ ଭିତରେ ଥିବା ପ୍ରବେଶ ଦ୍ବାର ପାଖରେ ମୁଣ୍ଡିଆ ମାରିଥିଲେ। ଏହାପରେ ସେ ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ। ସେଠାରେ ପଣ୍ଡିତମାନେ ମନ୍ତ୍ରୀପାଠ କରି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ଆସନରେ ବସାଇଥିଲେ। ଆଜି ପୁର୍ବାହ୍ମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନକୁ ପ୍ରବେଶ କରିଥିଲେ। ତା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସହିତ ମୁଖ୍ୟଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଏବଂ ସଚିବାଳୟ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହାପରେ ସେ ମୁଖ୍ୟ ଫାଟକରେ ସେ ମୁଣ୍ଡିଆ ମାରି ଲିଫ୍ଟରେ ତୃତୀୟ ମହଲାକୁ ଯାଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଲୋକସେବା…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓସଆରଟିସି ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ହାଇଟେକ ବସ ସେବା ଯୋଗାଇ ଦିଆଯାଉଛି। ମୁଖ୍ୟତଃ ଯାତ୍ରୀମାନେ ଆରମ ଦାୟକ ଯାତ୍ରାର ଅନୁଭବ ହାସଲ କରିବା ପାଇଁ ଏହି ବସ ସେବାର ପ୍ରଚଳନ କରାଯାଇଛି। ସେହିପରି ଏକ ବସ ସେବା ହେଲା ଉମରକୋଟରୁ ବିଶାଖାପାଟଣା ଏସି ଡିଲକ୍ସ ବସ ସେବା। ଏହି ବସଟି ପ୍ରତିଦିନ ରାତି 9 ଟା 30ରେ ବିଶାଖାପାଟଣାରୁ ବାହାରି ସକାଳ 7ଟାରେ ଉମରକୋଟରେ ପହଞ୍ଚିବ। ସେହିପରି ରାସ୍ତାରେ ବସଟି ବିଜୟାନଗରମ, ଜୟପୁର, ବୋରିଗୁମ୍ମା, ନବରଂଗପୁର ଏବଂ ଡାବୁଗାଁ ଦେଇ ଉମରକୋଟରେ ପହଞ୍ଚିବ। ସେହିପରି ଉମରକୋଟରୁ ବସଟି ସଂଧ୍ୟା 6 ଟାରୁ ବାହାରି ବିଶାଖାପାଟଣାରେ ଭୋର 4ଟାରେ ପହଞ୍ଚିବ।

Read More

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରା କରିଛନ୍ତି। ସେତିକି ନୁହେଁ ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍‌ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋ ବସ୍ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟତ ବିକଳ୍ପ ଯୋଗାଉଛି। ବସ୍‌ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ। ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ। ଆବଶ୍ୟକ ସ୍ଥଳେ ଅଧିକ ବସ୍ ସେବା ଯୋଗାଇ ଦିଆଯିବ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇ. ବସ୍ ସେବା ଅନ୍ତର୍ଗତ ଯୋଜନାରେ କ୍ରୁଟ୍‌କୁ ୪୦୦…

Read More

ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଝାଡଖଣ୍ଡ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ କେନ୍ଦ୍ର ଆଇନ ଓ ନ୍ୟାୟପାଳିକା ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ନିଜ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି। ଜଷ୍ଟିସ ବିଦ୍ୟୁତ ରଂଜନ ବର୍ତ୍ତମାନ ଓଡିଶା ହାଇକୋର୍ଟର ବିଚାରପତି ଅଛନ୍ତି। ସେ କିଛିଦିନ ପାଇଁ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ସେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ଶପଥ ପାଠ କରାଇଥିଲେ। ନୟାଗଡ ଜିଲ୍ଲା ଓଡଗାଁରେ 1962 ମସିହାରେ ଜନ୍ମିତ ଜଷ୍ଟିସ ବିଦ୍ୟୁତ ରଂଜନ 1985 ମସିହାରୁ କଟକ ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ବିଚାରପତି ଭାବେ ନିଯୁକ୍ତ ହୋଇ ଓଡିଶା କୋର୍ଟରେ କାର୍ଯ୍ୟ କରିଆସୁଛନ୍ତି।

Read More

ଭୁବନେଶ୍ବର: ଓଡିଶାର ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଖୁବ ଶିଘ୍ର ନୂଆ ବିଜେପି ସରକାର ବିଭିନ୍ନ ଭତ୍ତା ଟଙ୍କା ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏହାକୁ ମାସିକ ୩୦୦୦ ଟଙ୍କା ବୃଦ୍ଧି କରାଯିବାକୁ ଚିନ୍ତା କରାଯାଉଛି। ଏ ସଂପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଯେ, ମାସିକ ତିନି ହଜାର ଟଙ୍କା ଭତ୍ତା ବୃଦ୍ଧି କଲେ ତାହା କେତେ ଆର୍ଥିକ ବୋଝ ପଡିବ ସେ ନେଇ ଅର୍ଥ ବିଭାଗ ସହିତ ଆଲୋଚନା କରାଯାଉଛି। ଅର୍ଥ ବିଭାଗର ଅନୁମୋଦନ ପରେ ତାହା କାର‌୍ୟ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ଟଙ୍କା ୧୦୦୦ ରୁ ୧୨୦୦ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି।

Read More

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ ସିଲଭିକଲ୍ଚର ଗାର୍ଡେନ୍, କଳିଙ୍ଗ ନଗରର ଡ. ଏପିଜେ ଅବଦୁଲ କଲାମ ପାର୍କ ଏବଂ କଳିଙ୍ଗ ନଗରର କେ-୭ରେ ଥିବା ୱେଷ୍ଟ ଟୁ ଆର୍ଟ ପାର୍କ ପରିଦର୍ଶନ କରିଥିଲେ। ଭୁବନେଶ୍ୱରର ପ୍ରମୁଖ ସହରାଞ୍ଚଳ ଫରେଷ୍ଟ ପାର୍କ ଆନନ୍ଦବନରେ ମନ୍ତ୍ରୀ ସମୟ ଅତିବାହିତ କରିଥିଲେ। ସ୍ୱର୍ଣ୍ଣ ଚମ୍ପା ଚାରା ରୋପଣ କରିବା ସହ ଖୋଲା ପାଠାଗାର, ଆମ୍ଫିଥିଏଟର, ପାର୍କିଂ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ। ସ୍ଥାନୀୟ ଜୀବିକାକୁ ସମର୍ଥନ କରିବା ପାଇଁ ସେ ଆନନ୍ଦବନ ମଧ୍ୟରେ ଏକ ଫୁଲ ବଗିଚା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମଗ୍ର ସହରରେ ଅନୁରୂପ…

Read More

Hathras Stampede: ଆଜି ଉତ୍ତର ପ୍ରଦେଶର ହାଥ୍ରାସର ସତସଂଗରେ ଘଟିଥିବା ଦଳଚକଟା ମୃତ୍ୟୁ ସଂଖ୍ୟା ୧୧୬ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୧୦୮ ଜଣ ମହିଳା ଥିବା ବେଳେ ସାତ ଶିଶୁଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି। ସେଠାରେ ପ୍ରବଳ ଭିଡ ଯୋଗୁଁ ଏହି ଦଳ ଚକଟା ହୋଇଥିବାର ସ୍ପଷ୍ଟ ହୋଇଛି। ସେଠାରେ ଥିବା ଅଟୋ ଏବଂ ବସରେ ଶବଗୁଡିକୁ ଡାକ୍ତରଖାନା ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ଏକ କମିଟ ଦ୍ବାରା କରାଯିବ ବୋଲି ଘୋଷଣା କରାଯାଇଛି। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କଥା ହୋଇ ସମସ୍ତ ସାହାଯ୍ୟ ଯୋଗାଇ ଦେବାରେ ଲାଗିଛନ୍ତି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ରଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରି ବିରୋଧୀ ଦଳର ନେତା ମଧ୍ୟ ଜଣେ ବ୍ୟକ୍ତିଗତ ସଚିବ ରଖିପାରିବେ। ସେହି ହିସାବରେ ଶ୍ରୀ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶ୍ରୀ ମହାପାତ୍ର ଜଣେ ଦକ୍ଷ ଅଫିସର ଭାବେ ଲୋକସେବା ଭବନରେ ବେଶ ପରିଚିତ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି। ସେ ପୁଣି କହିଲେ ଯେ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପରିଚୟ ତାଙ୍କ ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ। ଏହାର ସୁପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ଏହାକୁ ଅତ୍ୟନ୍ତ ନିଷ୍ଠା ସହକାରେ ସୂଚାରୁରୂପେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ଯେହେତୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ…

Read More

ଭୁବନେଶ୍ୱର: ବିଶ୍ୱାସ ରହିଲେ ହୋମିଓପ୍ୟାଥିକ ଔଷଧ ଦ୍ୱାରା ସମସ୍ତ ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ମିଳିବ ବୋଲି କହିଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଭୁବନେଶ୍ୱର ସ୍ଥିତ ଦେଶର ପ୍ରଥମ ଡିଗ୍ରୀ କଲେଜ ଡା ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ର ୫୬ ତମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ ପୁରାତନ ଛାତ୍ର ସଂସଦ ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ହୋମିଓପ୍ୟାଥିକ ଚିକିତ୍ସା ର ଜନକ ଡା ସାମୁଏଲ ହ୍ୟାନିମ୍ୟାନଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଛ ଅର୍ପଣ କରିଥିଲେ। ରାଜ୍ୟର ସର୍ଵ ପୁରାତନ ଓ ଦେଶର ପ୍ରଥମ ହୋମିଓପ୍ୟାଥିକ ଭେଷଜ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ପ୍ରକାର ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି ଅଭିହିତ କରିଥିଲେ ମହାବିଦ୍ୟାଳୟ ରେ ଭିତ୍ତିଭୂମିର ଅଭାଵ ସଙ୍ଗକୁ ମାନବ ସମ୍ବଳ ବିକାଶ ପାଇଁ ପଦକ୍ଷେପ…

Read More