Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସରକାର ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ରାଜ୍ୟରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଖ୍ୟାତିସଂପନ୍ନ ଆଇଆଇଟି, ଏମସ୍‌, ନାଇଜର, ଆଇଜର, ଧାନ ଗବେଷଣା କେନ୍ଦ୍ର, ଧାତୁ ଓ ଖଣିଜ ଦ୍ରବ୍ୟ ପ୍ରତିଷ୍ଠାନ, ଜୀବବିଜ୍ଞାନ ପ୍ରତିଷ୍ଠାନ ଓ ଆର୍‌ଏମ୍‌ଆର୍‌ସି ପରି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଥିବାବେଳେ ବିଜ୍ଞାନ ଓ କାରିଗରୀ ବିଭାଗ ଅଧିନରେ ଓର୍‌ସାକ୍‌ ସମେତ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ କାର୍ଯ୍ୟ କରୁଛି। ଆମ ଜୀବନଧାରାରେ ବିଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ବିକାଶ ପ୍ରକ୍ରିୟାରେ ଏହାର ଅବଦାନ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ବିଭାଗ ଅଧିନସ୍ଥ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଏବଂ ୨୦୨୨ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି…

Read More

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ସେ ନେଇ ଆଜି ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ।ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହାହେବ ତାଙ୍କର ପ୍ରଥମ ଭାଷଣ। ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Read More

ଭୁବନେଶ୍ବର: ଚାଷୀମାନେ ଧାନବୁଣିବା ପାଇଁ ପାଗ ଖୋଜୁଥିବା ବେଳେ ଏବଂ ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନେ ଆସନ ଖୋଜିବାରେ ଲାଗିଛନ୍ତି। କେଉଁ ଆସନରେ ଜିତିବା ସୁବିଧା ହେବ ସେ ନେଇ ଚାଲିଛି ଆଶାୟୀ ନେତାଙ୍କର ଅଙ୍କକଷା। ସେହିପରି ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଦୁଇ ଦୁଇଟି ଆସନକୁ ହାତରେ ରଖି ପ୍ରଚାର କରିବାର ଲାଗିଛନ୍ତି। ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ। ଧର୍ମେନ୍ଦ୍ର ବହୁ ପୂର୍ବରୁ ଢେଙ୍କାନାଳରୁ ଛିଡା ହେବା ପାଇଁ ସେଠାରେ ଟେଣ୍ଟ ପକାଇ ବସିରହିଥିଲେ। ହେଲେ କଣ ହେଲା କେଜାଣି ସେ ସେଠାରୁ ମୁହଁ ଫେରାଇ ସମ୍ବଲପୁର ଆସନ ଆଡକୁ ମୁହାଁଛନ୍ତି। ତେବେ ଶୁଣିବା କଥା ଯେ, ଆରଏସଏସ ସର୍ଭେ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର କୁଆଡେ ଢେଙ୍କାନାଳରୁ ହାରିବା ସମ୍ଭାବନା ରହିଛି। ସେଥିପାଇଁ ସେହି ରିପୋର୍ଟ ଆଧାରରେ ବର୍ତ୍ତମାନ ଧର୍ମେନ୍ଦ୍ର ଢେଙ୍କାନାଳ ଛାଡି ସମ୍ବଲପୁରରେ ନିଜର କ୍ୟାମ୍ପ ପକାଇଛନ୍ତି। ସେ…

Read More

ରାୟଗଡା: ହୃଦଘାତରେ ରାୟଗଡାର ପ୍ରତିଷ୍ଠିତ ତଥା ଲୋକପ୍ରିୟ ଯୁବ ସାମ୍ବାଦିକ ଗଜମୋହନ ଗରଡିଆଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଶାଖପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ। ଗଜମୋହନ ନ୍ୟୁଜ 18 ର ରାୟଗଡା ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ଜୀ ଓଡିଶାର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରାୟ ଦୀର୍ଘ ବର୍ଷ ଧରି ଓଡିଶାର ପ୍ରମୁଖ ଟିଭି ମିଡିଆ ନକ୍ଷତ୍ର ଟିଭି, ଇଟିଭି ରେ କାର୍ଯ୍ୟ କରି ନିଜର ଦକ୍ଷତାକୁ ପ୍ରତିପାଦନ କରାଇଛନ୍ତି। ମୁଖ୍ୟତଃ ତାଙ୍କର ସରଳ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ସାରା ଓଡିଶାର ଗଣମାଧ୍ୟମରେ ଶୋକର ଛାୟା ଖେଳିଯାଇଛି।

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଗୁରୁବାର ସନ୍ଧ୍ୟାରେ ବାଣପୁର ସ୍ଥିତ କୁମାରାଙ୍ଗ ରାସ୍ତା ବଡଶଙ୍ଖ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ କୁମାରାଙ୍ଗ ପଞ୍ଚାୟତର କେଶପୁର ଗ୍ରାମର ବଣ୍ଟି ପ୍ରଧାନ (୨୦),ବିକ୍ରମ ଜେନା (୨୩)ବାଣପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ଅସାବଧାନତା ବଶତଃ ଏକ ଶଙ୍ଖରେ ନିଜ ମୋଟର ସାଇକେଲ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ବଣ୍ଟି ଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ବିକ୍ରମଙ୍କର ଗୋଡ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକ ଘଟଣା ତଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ମାନଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସହରାଞ୍ଚଳ ରୂପାନ୍ତରଣ ସଂପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଆଜିଠାରୁ ହୋଟେଲ ଭିଭାନ୍ତା, ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଜାନୁଆରୀ ୧୮ ରୁ ୨୦ ତାରିଖ ପର‌୍ୟ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରି ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି ସମ୍ମିଳନୀରେ ୧୧ଟି ଦେଶ ଏବଂ ଭାରତର ୨୦ଟି ରାଜ୍ୟର ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସହରାଂଚଳ ରୂପାନ୍ତରଣ ସମ୍ପର୍କିତ ଏହା ହେଉଛି ଓଡିଶାରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ଦେଶ ବିଦେଶରୁ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସମୃଦ୍ଧ ଐତିହ୍ୟରେ ଭରପୂର ଓ ସୁନ୍ଦର ସୁନ୍ଦର ମନ୍ଦିର ଥିବା ଓଡିଶାକୁ ସ୍ୱାଗତ କରି କହିଥିଲେ ଯେ, ଏବେ ସମାଜର ସବୁ ବର୍ଗଙ୍କ ସୁବିଧା ସୁଯୋଗ ପାଇଁ ମାର୍ଗ ସୃଷ୍ଟି କରିବା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍‌ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧିନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲ୍ଲା ଗୁଡିକ ହେଲା-…

Read More

ଭୁବନେଶ୍ବର: ଆସନ୍ତା ଜାୟନୁୟାରୀ ୨୨ ତାରିଖରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର‌୍ୟ୍ୟାଳୟ ଅଧାଦିନ ଛୁଟି ରହିବ। ଏହି ଘୋଷଣା ଆଜି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେହିଦିନ ଅଯୋଧ୍ୟାରେ ରାମଲାଲ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ତାହାକୁ ଘରେ ବସି ଟିଭିରେ ଦେଖିବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ପ୍ରଥମେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଦେଶରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସ ଅଧାଦିନ ଛୁଟି ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ ସରକାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ ବୋଲି କୁହାଗଲା। ଏହି ବିଜ୍ଞପ୍ତି ଅନୁସାରେ ସରକାରୀ ଅଧିକାରୀମାନେ ସେହିଦିନ ୨.୩୦ ରେ ଅଫିସ କାର୍ଯ୍ୟରେ ଯୋଗ ଦେବେ।

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(SICA)ର ୧୧ତମ ପ୍ରତିଷ୍ଠା ଦିବସରେ ଖଣ୍ଡଗିରିଠାରେ ନବନିର୍ମିତ ଅଫିସ ଗୃହ ତଥା କନଫରେନ୍ସ ଗୃହ ଉଦ୍‌ଘାଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନିର୍ଦ୍ଦେଶକ ଖାଉଟି ବ୍ୟାପାର ଏବଂ ଅତିରିକ୍ତ ଶାସନ ସଚିବ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଶ୍ରୀ ଜ୍ୟୋତି କୁମାର ଲାକ୍ରା, ପରାମର୍ଶଦାତା ପ୍ରଫେସର ଶ୍ରୀ ବିଜନ କୁମାର ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପଭୋକ୍ତାମାନଙ୍କ ସଚେତନତା ଓ ବିଭିନ୍ନ ସାମଗ୍ରୀ କ୍ରୟ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡିକର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (SICA)ର ପ୍ରତିଷ୍ଠା ୨୦୦୭ ମସିହାରେ ଗ୍ରାହକ ସୁରକ୍ଷା ଅଧିନିୟମ ୧୯୮୬ ଅନ୍ତର୍ଗତ ହୋଇଥିଲା। ଓଡ଼ିଶା ଏକ ମାତ୍ର ରାଜ୍ୟ ଭାବେ ଗ୍ରାହକମାନଙ୍କ ସଚେତନତା ନିମନ୍ତେ ଏହି ସଂସ୍ଥା ଆରମ୍ଭ କରିଛନ୍ତି ଏବଂ ଏହାକୁ…

Read More

ଭୁବନେଶ୍ବର: ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଦୀର୍ଘ ୪ ବର୍ଷର ପରିଶ୍ରମ ପରେ ଶେଷରେ ପୂର୍ଣ୍ଣ ରୂପରେଖ ନେଲା ଏହି ପ୍ରକଳ୍ପ। ଯେଉଁଥିରେ ପ୍ରାୟ ଆଠଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ଯେଉଁମାନେ ପୁରୀ ଯାଇଥିବେ ଏବଂ ଯଦି ବର୍ତ୍ତମାନ ଯିବେ, ତେବେ ଦେଖିବେ କଣ ରହିଛି ପାର୍ଥକ୍ୟ। କଣ ମିଳୁଛି ଅନୁଭବ। ତେବେ ଏହା ପଛରେ ବା ଏହାର ପରିକଳ୍ପନା କରିବାରେ ମୁଖ୍ୟତଃ ତିନି ଜଣଙ୍କର ପ୍ରମୁଖ ଭୂମିକା ରହିଛି। କାରଣ ସେମାନଙ୍କର ସହଯୋଗ ବା ମନବୋଳ ନ ଥିଲେ ଏତେ ବଡ ପ୍ରକଳ୍ପ ପରିକଳ୍ପନା କରିବା ବା ସମ୍ଭବ କରାଇବା ସହଜ ହୋଇ ନ ଥାଆନ୍ତା। ସେହି ତିନିଜଣ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ଦିବ୍ୟସିଂହ ଦେବ ଏବଂ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ନବୀନ ପଟ୍ଟନାୟକ ଏହି ବୃହତ ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି…

Read More

ପୁରୀ: ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହୋଇଛି। ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଏହି ପ୍ରକଳ୍ପକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ତାଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ, 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀସେତୁ ଦେଇ ପୁରୀରେ ପ୍ରବେଶ କରିଥିଲେ। ଏହାପରେ ସେ ଶ୍ରୀଦାଣ୍ଡ ଦେଇ ବ୍ୟାଟିର ଗାଡିରେ ମନ୍ଦିର ନିକଟକୁ ଆସିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ମନ୍ଦିର ନିକଟକୁ ନିଆଯାଇଥିଲା। ସେଠାରେ ମନ୍ତ୍ରପାଠ ସହିତ ଉଦଘାଟିତ ହୋଇଥିଲା ପରିକ୍ରମା ପ୍ରକଳ୍ପ। ଏହାପରେ ସେଠାରେ ଚାଲିଥିଲା ପୂଜାପାଠ। ଏହାପରେ ମୁଖ୍ୟମନ୍ତ୍ରୀ ତିନିଦିନ ଧରି ଚାଲିଥିବା ଯଜ୍ଞସ୍ଥଳରେ ଉପସ୍ଥିତ ହୋଇଥିଲେ। ସେଠାରେ ଗଜପତି ମହାରାଜ ମନ୍ତ୍ରପାଠରେ ଯଜ୍ଞରେ ପୁର୍ଣ୍ଣାହୁତି ପ୍ରଦାନ କରି ସମାପନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ, ନବୀନ ଓଡିଶା ଅଧ୍ୟକ୍ଷ ଏବଂ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଯଜ୍ଞ…

Read More

ଭୁବନେଶ୍ବର: ବୃହତ୍ ଉଠା ଜଳସେଚନ(ମେଗା ଲିଫ୍ଟ) ପ୍ରକଳ୍ପମାନଙ୍କରେ ପାଣି ପଞ୍ଚାୟତ ଗଠନ ପାଇଁ ୨୦୨୩ ରେ ପାଣି ପଞ୍ଚାୟତ ଅଧିନିୟମର ସଂଶୋଧନ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଯନ୍ତ୍ରୀମାନଙ୍କ ପାଇଁ ପାଣି ପଞ୍ଚାୟତ ସମ୍ବନ୍ଧୀୟ କାର୍ଯ୍ୟାବଳୀ ସଂପର୍କରେ ଦକ୍ଷତା ବିକାଶ ନିମନ୍ତେ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଓ୍ୱାଲମୀ,ଓଡିଶା  ନିର୍ଦ୍ଦେଶକ ଇଂ ବିଜୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେଓ୍ୱାଲମୀ, ପ୍ରତାପନଗରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମେଗା ଲିଫ୍ଟ  ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ନାୟକ, ଉତ୍ତରାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସନାତନ ସାହୁ, ଦକ୍ଷିଣାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଭିକାରୀ ଚରଣ ବେହେରାଙ୍କ  ସମେତ ନିର୍ବାହୀ ଯନ୍ତ୍ରୀ, ସହାୟକ ତଥା କନିଷ୍ଠ ଯନ୍ତ୍ରୀମାନେ ଯୋଗଦାନ କରିଥିଲେ। ଓ୍ୱାଲମୀ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର, ଏହି କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ ପରିଚାଳନା…

Read More

ଭୁବନେଶ୍ବର: ଜଳ ପରିଚାଳନାରେ ଉପଯୁକ୍ତ ତଦାରଖ , ଭାଗିଦାରୀ ଜଳସେଚନ ଓ ତୃଣମୂଳ ସ୍ତରରେ ଗୁଣାତ୍ମକଜଳ ପରିଚାଳନା ଏବଂ ସମାନତାକୁ  ସୁନିଶ୍ଚିତ କରିବା ଲକ୍ଷ୍ୟରେ  ପାଣି ପଞ୍ଚାୟତର ଗୁରୁତ୍ୱକୁ ସ୍ୱୀକାର କରିବା ଉଦ୍ଦେଶ୍ୟରେ  ଚଳିତ ବର୍ଷ ଜାନୁଆରୀ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ରାଜ୍ୟରେ ଥିବା  ୧୧୭ଟି ଜଳସେଚନ ଡିଭିଜନସ୍ତରରେ ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି। ଆଜି ଆରମ୍ଭ ହୋଇଥିବାଡିଭିଜନସ୍ତରୀୟ ପାଣିପଂଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ଜିଲ୍ଲାରେ ଏବଂ ଡିଭିଜନରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ନିର୍ବାଚିତ ଜନପ୍ରତିନିଧିମାନେ ସ୍ଥାନୀୟ  କୃଷକ ପ୍ରତିନିଧି, ପାଣି ପଂଚାୟତ ସଦସ୍ୟ, ସଦସ୍ୟା, ମାନ୍ୟଗଣ୍ୟ ବ୍ୟକ୍ତି, କୃଷି ଉତ୍ପାଦକ ସଂଘର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ରହି ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଡିଭିଜନସ୍ତରରେ ଆୟୋଜିତ …

Read More

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୨୪ ସୋମବାର ଉଦଯାପିତ ହୋଇଯାଇଛି। ସନ୍ଧ୍ୟାରେ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶିସିର ସରସ ମେଳା ସାଂସ୍କୃତିକ ମଞ୍ଚରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ୱ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଏବଂ ଓରମାସର ନିର୍ଦ୍ଦେଶକ ତଥା ସି.ଇ.ଓ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ। ମହିଳା ସଶକ୍ତିକରଣ ଦିଗରେ ଶିଶିର ସରସ ଭଳି ଜାତୀୟସ୍ତରୀୟ ମେଳା ଗ୍ରାମୀଣ ମହିଳା କାରିଗରମାନଙ୍କ ପାଇଁ ଏକ ଭଲ ମାଧ୍ୟମ ବୋଲି ଅତିଥି ମାନେ ତାଙ୍କ ଅଭିଭାଷଣରେ କହିଥିଲେ। ଏହା ସେମାନଙ୍କ ଆର୍ଥିକ ଏବଂ…

Read More

ଭୁବନେଶ୍ବର: ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ମନ୍ଦିର ପ୍ରଶାସନ ତରଫରୁ ଆଜି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା ଅପରାହ୍ନ ୧ଟା ୧୫ରୁ ୧ଟା ୩୦-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ। ଅପରାହ୍ନ ୧ଟା ୩୦ରୁ ୨ଟା- ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ଅପରାହ୍ନ ୨ଟାରୁ ୨ଟା ୩୦- ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ। ଅପରାହ୍ନ ୨ଟା ୩୦ରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଅପରାହ୍ନ ୩ଟା ପରେ – ସର୍ବସାଧାରଣଙ୍କ ପରିକ୍ରମା ମାର୍ଗ ପ୍ରବେଶ। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ…

Read More

ଭୁବନେଶ୍ୱର: ବିଜୁଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଜବାବ ଦେଇଛନ୍ତି। ଟୁଇଟ୍‍ କରି ପ୍ରଣବ ସିଧା ଧର୍ମେନ୍ଦ୍ରଙ୍କୁ ନିଶାଣ କରିବା ସହିତ ତାଙ୍କ ଅପାରଗତା ନେଇ ଆଇନା ବି ଦେଖାଇଛନ୍ତି। ପ୍ରଣବ ସିଧା କହିଛନ୍ତି ଯେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ଅପାରଗତାର ଆଇନା ଦେଖାଇଲେ ସେ ଚିଡି ଯାଉଛନ୍ତି। ପ୍ରଶ୍ନ ପଚାରିଲେ ସେ ଜୋରରେ ରାଗି ଯିବା ସହିତ ତାଙ୍କ ରକ୍ତଚାପ ବଢି ଯାଉଛି। ତେଣୁ ଚିଡିଚିଡା ହୋଇ ବଢୁଥିବା ରକ୍ତଚାପକୁ କମାଇବା ପାଇଁ ପୂର୍ବଭଳି ନିୟମିତ ଯୋଗ କରିବାକୁ ବବି ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଟୁଇଟ୍‍ କରି ପ୍ରଣବ କହିଛନ୍ତି ଯେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜମାଟି ପାଇଁ ଗୋଟେ ନୂଆ ବିଶ୍ୱବିଦ୍ୟାଳୟ କରିବା ତ ଦୂରର କଥା, ନିଜ ଜିଲ୍ଲା ଅନୁଗୁଳ କିମ୍ବା ପଡୋଶୀ ଢେଙ୍କାନାଳ ଓ…

Read More

ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ବର୍ତ୍ତମାନ ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ। ଏଥିସହିତ ସାହିଜାତ ସଂକୀର୍ତ୍ତନ ସାଙ୍ଗକୁ ମନ୍ଦିର ଚାରିପାଖେ ବେଦ ଓ ମନ୍ତ୍ର ପାଠର ଧ୍ବନି ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଆଜି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କାର୍ଯ୍ୟ ହୋଇଛି। ଆସନ୍ତାକାଲି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ। ମନ୍ଦିର ପ୍ରଶାସନ ତରଫରୁ ଆସନ୍ତାକାଲି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା ଅପରାହ୍ନ ୧ଟା ୧୫ରୁ ୧ଟା ୩୦-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ। ଅପରାହ୍ନ…

Read More

ଭୁବନେଶ୍ବର: ଲକ୍ଷ୍ମୀ ବସ ପରି ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ପାଇଁ ରାଜ୍ୟରେ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ। ଏକ ଲକଜୁରୀ ବସରେ ବସି ଭକ୍ତମାନେ ନିଜ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ବର ଦେଇ ପୁରୀ ଯିବେ। ଏହି ଭିନ୍ନ ବସ ସେବାର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ ତାରିଖରେ କରିବେ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ପାଇଁ ମୋଟ ୧୨୨ ଟି ବସ କିଣାଯିବ। ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହା ଜିଲ୍ଲା ମୁଖ୍ୟାଳୟରୁ ପ୍ରତିଦିନ ବାହାରି ଭୁବନେଶ୍ବର ଦେଇ ପୁରୀରେ ରହିବ। ସେଠାରୁ ପୁଣି ଅନ୍ୟ ବସ ବାହାର ୩୦ ଜିଲ୍ଲା ମୁଖ୍ୟାଳୟକୁ ଯିବ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାରେ ବ୍ଲକକୁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡା ଯାଇଛି। ସେଥିପାଇଁ ଯେଉଁ ଯାତ୍ରୀ ପୁରୀ ଆସିବେ ସେମାନେ ସିଧା ବ୍ଲକ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ…

Read More

ଭୁବନେଶ୍ବର: ରାଜ୍ୟ ସରକାର ବିଏସକେୱାଇ ନବୀନ କାର୍ଡର ପଂଜୀକରଣ ସମୟ ସୀମା ବୃଦ୍ଧି କରିଛନ୍ତି। ଆଜି ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହା ଆଜି ଅର୍ଥାତ 16 ତାରିଖ ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ଅନେକ ଏହା ପୂରଣ କରିବାରେ ସମର୍ଥ ହୋଇ ନ ଥିବାରୁ ସରକାର ଏହାର ସମୟସୀମା ବୃଦ୍ଧି କରିଛନ୍ତି। ସେହି ଅନୁସାରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହାର ସମୟ ବୃଦ୍ଧି କରାଯାଇଛି। ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନା। ଯେଉଁଥିରେ ଗ୍ରାମାଞ୍ଚଳ ଲୋକେ ବିଏସକେୱାଇରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏହି ନୂଆ ଯୋଜନାରେ ସାମିଲ କରାଯାଇଛି। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି। ଏହି ଯୋଜନା ପାଇଁ ଯିଏ ଉପଯୁକ୍ତ ସେମାନେ www.bskynabin.odisha.gov.in ରେ…

Read More

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓ ଏୟାର ଫାଇବ‍ର ସେବା ସମ୍ପ୍ରସାରଣ କରାଯାଇଛି। ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓ ଏୟାର ଫାଇବ‍ର ସେବା ଆଜିକାର ଏହି ୩୦ ସହର ଓ ନଗରକୁ ସମ୍ପ୍ରସାରଣ ମାଇଲଖୁଣ୍ଟ ସହିତ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି। ଜିଓ ଏୟାର ଫାଇବ‍ର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସହିତ ସଂଯୁକ୍ତ କରିବ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‍ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାର ଫାଇବର…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ଚିଲିକା ଅଧିଷ୍ଠାତ୍ରୀ ମା କାଳିଜାଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।ମସ୍ୟଜୀବିଙ୍କ ଆରାଧ୍ୟ ଠାକୁରାଣୀ ମା କାଳିଜାଇଙ୍କ ପୀଠରେ ହଜାର ହଜାର ମତ୍ସ୍ୟଜୀବୀ ସମେତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ ବାଲୁଗାଁ ଜେଟି ଏବଂ ବଡ଼କୁଳ ପାନ୍ଥନିବାସ ଠାରୁ ବିଭିନ୍ନ ମୋଟର ବୋଟ ଆସୋସିଏସନ,ସରକାରୀ ଲଞ୍ଚ ଓ ଓଟିଡିସି ବୋଟ ସାହାର୍ଯ୍ୟରେ ପୀଠକୁ ନୌଯାତ୍ରା କରିଥିଲେ। ଧୀବରମାନଙ୍କ ମକର ମେଳା ପର୍ବଟି ସବୁଠାରୁ ବଡ଼ ପର୍ବ ହୋଇଥିବା ବେଳେ ଚିଲିକା ତଟବର୍ତୀ ବାଲୁଗାଁ, ଚନ୍ଦ୍ରାପୁଟ, ବଡ଼କୁଳ, ନଈରୀ, ବଉଳାବନ୍ଧ, ସୋରଣ, ମାନସିଂହପୁର ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ମା କାଳିଯାଇ ଠାକୁରାଣୀଙ୍କ ଦର୍ଶନ କରି ଆଗାମୀ ବର୍ଷର ବେଉସା ଉର୍ଣ୍ଣତମାନର ତଥା ଭଲମନ୍ଦରେ ସାହା ଭରସା ହେବାପାଇଁ ମାଙ୍କୁ ପ୍ରାର୍ଥନା କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ବିଭିନ୍ନ…

Read More