Author: Samikhsya Bureau

ହାଇଦ୍ରାବାଦ, 02/01: ବ୍ଲକ୍‌ବଷ୍ଟର ତାମିଲ ଫିଲ୍ମ ‘ଅସୁରନ୍‌’ର ତେଲୁଗୁ ରିମେକ୍‌ରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଶ୍ରୀୟା ଶରଣ ଏହି ଚରିତ୍ର କରିବା ନେଇ ସୂଚନା ମିଳିଥିଲା ମାତ୍ର ଶ୍ରୀୟା ଏହି ପ୍ରୋଜେକ୍ଟରୁ ଓହରିବା ସହିତ ପ୍ରିୟାମଣୀଙ୍କୁ ଏହି ସୁଯୋଗ ମିଳିଛି । ଫିଲ୍ମରେ ମଞ୍ଜୁ ଓ୍ବାରିୟରଙ୍କ ଭୂମିକାରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ଭେଙ୍କଟେଶ ଧନୁଷଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ତେଲୁଗୁ ଦର୍ଶକଙ୍କ ପାଇଁ ଫିଲ୍ମର କାହାଣୀରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇଛି । ମୂଳ ଫିଲ୍ମକୁ ଭେଟ୍ରିମାରନ ନିର୍ଦ୍ଦେଶନା ଦେଉଥିବା ବେଳେ ବାଲାଜୀ ଶକ୍ତିଭେଲ ତେଲୁଗୁ ରିମେକ୍‌ର ନିର୍ଦ୍ଦେଶନା ଦେଉଛନ୍ତି । ଶ୍ରୀକାନ୍ତ ଅଡ୍ଡାଲା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୦୨/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆର ବୌଦ୍ଧ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। କଳାର ପ୍ରସାରରେ ବୌଦ୍ଧ ମହୋତ୍ସବ ରାଜ୍ୟ ତଥା ଦେଶର କଳାକାରଙ୍କ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ପାଇଁ ୨୭ଟି ନୂତନ ପ୍ରକଳ୍ପର ଘୋଷଣା କରିବା ସହିତ ଏହାର ଉଦ୍‌ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ୨୭ଟି ପ୍ରକଳ୍ପରେ ୧୧୪ କୋଟି ଟଙ୍କା ବିନିଯୋଗ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୬୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ସରକାରଙ୍କ ପକ୍ଷରୁ ସଡକ ପ୍ରକଳ୍ପ, ସ୍ପୋର୍ଟସ୍‌, ଛାତ୍ରୀ ନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ଏହି…

Read More

ପାଣାଜୀ,02/01 : 50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍‌ ଏବଂ 200 ଗ୍ରାମର ଏମ୍‌ଡିଏମ୍‌ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାମ ଫେଚ୍‌କ୍ୟୁ ଡେଭିଡ୍‌ ମାଡୁକ୍ବେ ବୋଲି ଜଣାପଡିଛି । ଗୋଆ ପୋଲିସ୍‌ ସର୍ବଦା ଜିରୋ ଡ୍ରଗ୍‌ ପଲିସିକୁ ପ୍ରାଧାନ୍ୟ ଦେଇଛି ଏବଂ ଆଗାମୀ ଦିନରେ ଗୋଆକୁ ଡ୍ରଗ୍ସମୁକ୍ତ କରାଯିବ ବୋଲି ଗୋଆ ପୋଲିସ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଗୋଆରୁ 3 କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Read More

ମୁମ୍ବାଇ,02/01 : ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା କବୀର ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ 83ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ନୀନା ରଣବୀରଙ୍କ ମା‘ ଚରିତ୍ରରେ ଦେଖାଦେବେ । ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ ନୀନା କପିଳଙ୍କ ମାଙ୍କ ଚରିତ୍ରରେ ପରଦାକୁ ଆସୁଛନ୍ତି । ଏହା ବ୍ୟତିତ ନୀନା ଆହୁରି ଦୁଇଟି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି । କଙ୍ଗନା ରଣାଓ୍ବତ ଅଭିନୀତ ପଙ୍ଗା ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କ ସହିତ ଶୁଭ ମଙ୍ଗଲ ଜାଦା ସାବଧାନରେ ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇ ଫିଲ୍ମ ବ୍ୟତୀତ ନିଖିଲ ଆଡଭାନୀଙ୍କ ଏକ ଅନ୍‌ଟାଇଟ୍ଲ୍‌ଡ ଆକ୍ସନ୍‌ କମେଡିରେ ନୀନା ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅର୍ଜୁନ୍‌ କପୁର ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିବେ । 83ର କାହାଣୀ ଭାରତର…

Read More

ପାଣାଜୀ,02/01 : ନାଗରିକତ୍ବ ସଂଶୋଧନ ଆଇନ୍‌ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍‌ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌, ବ୍ଲକ୍‌ କମିଟି ସମ୍ପାଦକ ଦୀନେଶ କାବୁଲ ଏବଂ ଯୁବ ନେତା ଶିବରାଜ ଟରକାର ଗୁରୁବାର ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସିଏଏ ଏବଂ ଏନ୍‌ଆରସିକୁ ଦଳ ବିରୋଧ କରିବା ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟକୁ ଭୁଲ ବାର୍ତ୍ତା ପ୍ରେରଣ କରୁଥିବାରୁ ଏହି 4 ନେତା ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । ଉତ୍ତେଜକ ଭାଷଣ ଜରିଆରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମନରେ ଭୟ ସୃଷ୍ଟି କରିବାର ଚେଷ୍ଟା କରାଯାଉଛି ବୋଲି ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌ ପ୍ରକାଶ କରିଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 02/01 : ରାଜସ୍ଥାନର କୋଟାରେ 100ରୁ ଅଧିକ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି । ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ କୋଟା ପରିଦର୍ଶନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ କହିବା ପରେ ଗେହଲଟ୍‌ ଏହି ମନ୍ତବ୍ୟ ଦେଇଛନ୍ତି । ଟ୍ବିଟ୍ଟର ଜରିଆରେ ଗେହଲଟ୍‌ ଦୁଇଟି ଅନୁରୋଧ କରିଛନ୍ତି । ଘଟଣାର ରାଜନୀତି କରଣ ବନ୍ଦ କରିବା ସହିତ କେନ୍ଦ୍ରୀୟ ଡାକ୍ତରୀ ଟିମ୍‌ ପଠାଇ ଘଟଣାର ଅନୁଧ୍ୟାନ ପାଇଁ ଅନୁରୋଧ କରିଛନ୍ତି । ଏହି ଘଟଣା ପରେ ବିଜେପିର ଏକ ଦଳ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ବିଜେପିକୁ ସମାଲୋଚନା କରିଛନ୍ତି । ସିଏଏ ଆନ୍ଦୋଳନ ଉପରୁ ସାଧାରଣ ଜନତାଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ପକ୍ଷରୁ ଏପରି ଲୋକଦେଖାଣିଆ କାମ କରାଯାଉଛି ବୋଲି ଶର୍ମା ଅଭିଯୋଗ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,02/01 : ଓଡିଶାକୁ ପଞ୍ଚମ ଥର ପାଇଁ କୃଷି କର୍ମଣ ପୁରସ୍କାର ମିଳିଛି । କୃଷି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡିଶାକୁ ଏହି ପୁରସ୍କାର ମିଳିଛି । କର୍ଣ୍ଣାଟକ ଟୁମ୍‌କୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । 2016-17 ଏବଂ 2017-18 ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି । ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅରୁଣ ସାହୁଙ୍କୁ ଟ୍ରଫି, ପ୍ରଶଂସାପତ୍ର ଏବଂ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ, ୦୨/୧: ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ରେ କାମର ଅଗ୍ରଗତିକୁ ନେଇ ଆଜି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଅଧିକାରୀଙ୍କୁ ଭେଟିଛନ୍ତି। ଶ୍ରୀ ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଏସ୍‌ଡିଓ, ରେଳବାଇ କନିଷ୍ଠଯନ୍ତ୍ରୀ ଏବଂ କାର୍ଯ୍ୟରତ କମ୍ପାନୀ ନନ୍ଦ କନ୍‌ଷ୍ଟ୍ରକ୍‌ସନ୍‌ର ଅଧିକାରୀଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀ ଜଗଦ୍ଦେବ ରେଳବାଇ ବ୍ରିଜ୍‌ କାମ ତ୍ବରାନ୍ବିତ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖ ସୁଦ୍ଧା କାର୍ଯ୍ୟସମାପ୍ତ କରିବା ପାଇଁ ବିଧାୟକ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ରେଳବାଇ ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ ହେଉନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଏକ ସମୟରେ ଓଡିଶାରେ ୬ଟି ରେଳବାଇ ବ୍ରିଜ୍‌ର କାମ ଆରମ୍ଭ କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ଟିର…

Read More

ପାଟନା ,02/01 : ସ୍କୁଲରେ ଭଗବଦ ଗୀତା ଶିକ୍ଷା ପ୍ରଦାନ କରାଯିବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ବେଗୁସରାଇରୁ ବିଜେପିର ସାଂସଦ ରହିଥିବା ଗିରିରାଜ ଏହି ମତ ଦେଇଛନ୍ତି । ମିଶନାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ବିଦେଶ ପାଠପଢିବା ପାଇଁ ଯାଇ ଗୋ ମାଂସ ଖାଉଛନ୍ତି ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୀତାପାଠ କରାଇବା ଉଚିତ୍‌ ବୋଲି ଗିରିରାଜ ବୁଧବାର କହିଛନ୍ତି । ଗୀତାରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉନଥିବାରୁ ଏହ ଘଟୁଛି ତେଣୁ, ସ୍କୁଲରେ ଗୀତାପାଠ ବାଧ୍ୟତାମୂଳକ କରାଯିବା ଉଚିତ୍‌ ବୋଲି ଗିରିରାଜ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଳୀ ,02/01 : ସାମସଙ୍ଗର ଫ୍ଲାଗ୍‌ସିପ୍‌ ଫୋନ୍‌ ଗାଲାକ୍ସି ନୋଟ୍‌ ସିରିଜ୍‌ର ଲାଇଟ୍‌ ଭର୍ସନ ଆଣିବାକୁ ଯାଉଛି । ଅନ୍ୟ ଚାଇନିଜ୍‌ ବ୍ରାଣ୍ଡର ଶସ୍ତା ଫୋନ୍‌ ସହିତ ପ୍ରତିଦ୍ବନ୍ଦିତା ପାଇଁ ସାମସଙ୍ଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅଗଷ୍ଟ 2019ରେ ଗାଲାକ୍ସି ନୋଟ୍‌ 10 ଲଞ୍ଚ କରାଯାଇଥିବା ବେଳେ ଏହାର ଲାଇଟ୍‌ ଭର୍ସନ୍‌ ଆସନ୍ତା ମାସରେ ଲଞ୍ଚ ହେବାକୁ ଯାଉଛି । ଏନେଇ ଗୁରୁବାର ସାମସଙ୍ଗ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫୋନ୍‌ରେ ଚାରି କୋଣିଆ କ୍ୟାମେରା ରହିଥିବା ବେଳେ ତିନିଟି ସେନ୍ସର ରହିଛି । ଫୋନ୍‌ଟିରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଥିବା ଜଣାପଡିଛି । ସୁପର ଆମୋଲେଡ୍‌ ଡିସ୍‌ପ୍ଲେର ଏହି ଫୋନ୍‌ରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଥିବା ଜଣାପଡିଛି । ଏକ୍ସିନୋସ୍‌ ପ୍ରସେସର ରହିଥିବା ଏହି ଫୋନ୍‌ରେ 6 ଜିବି ରାମ୍‌ ଏବଂ 128 ଜିବି ରମ୍‌ ରହିଛି । ଏହି ଫୋନ୍‌ରେ 4500 ଏମ୍‌ଏଏଚ୍‌ ବ୍ୟାଟେରୀ…

Read More

ସମୀକ୍ଷା ବ୍ୟୁରୋଭୁବନେଶ୍ବର, 2/1:୩୩ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଅହିଂସା ମହାତ୍ମା ଗାନ୍ଧିଙ୍କ ବିଶ୍ବକୁ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ମତ ଦେଇ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବାକୁ ଆହ୍ବାନ ଜଣାଇଥିଲେ। ସାରା ବିଶ୍ବ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି।  ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ବାବଲମ୍ବୀ ଅର୍ଥନୀତି ହୋଇପାରିଲେ ହିଁ ଏହା ଗାନ୍ଧିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଛନ୍ତି ନବୀନ ପଟ୍ଟନାୟକ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ସ୍ବାଧୀନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ, ରମେଶ ଚନ୍ଦ୍ର ମାଝୀ, ସୁରେଶ କୁମାର ରାଉତରାୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ବାଧୀନତା ସଂଗ୍ରାମୀ ସର୍ବଭାରତୀୟ ସଭାପତି…

Read More

ସମୀକ୍ଷା ବ୍ୟୁରୋନୂଆଦିଲ୍ଲୀ, 2/1: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ଯୋଡ଼ି ହୋଇ ରହିଥିବା ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରର ‘ଶ୍ରମ ବିରୋଧୀ ନୀତି ବିରୋଧରେ ବିରୋଧ ପ୍ରଦର୍ଶନ କରିବ। ଆସନ୍ତା କାଲି ଅର୍ଥାତ୍‌ ଜାନୁଆରୀ 3 ତାରିଖ ଦିନ ବିଏମ୍‌ଏସ୍‌ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ଏହି ଆଧାରରେ ଏହି ମଜଦୁର ସଂଘ ଦିଲ୍ଲୀର ଜନ୍ତରମନ୍ତର ସହିତ ସମସ୍ତ ଜିଲ୍ଲାର ମୁଖ୍ୟାଳୟଠାରେ ବିରୋଧ ପ୍ରଦର୍ଶନ କରିବ।ଭାରତୀୟ ମଜଦୁର ସଂଘର ମହାସଚିବ ବ୍ରିଜେଶ୍‌ ଉପାଧ୍ୟା କହିଛନ୍ତି ଯେ, ଏହି ସଙ୍ଗଠନ ଚାକିରି କ୍ଷେତ୍ରରେ ଥିବା ଚୁକ୍ତି ତଥା ଚୁକ୍ତିଭିତ୍ତିକ ପ୍ରକ୍ରିୟାର ପ୍ରବଳ ବିରୋଧ କରୁଛି। ଚୁକ୍ତି, ଫିକ୍ସଡ ଟର୍ମ, ଡେଲି ଓ୍ବେଜ୍‌, ଅସ୍ଥାୟୀ କାର୍ଯ୍ୟକୁ ସ୍ଥାୟୀ କରିବା ନେଇ ଦାବି କରୁଛି। ଏହା ସହିତ ଭାରତୀୟ ମଜଦୁର ସଂଘ ବ୍ୟକ୍ତିଗତ ଆୟକର ସୀମା 8 ଲକ୍ଷକୁ ବୃଦ୍ଧି କରିବା ନେଇ ମଧ୍ୟ…

Read More