Author: Samikhsya Bureau

ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମିଶନ ମଙ୍ଗଲ’  ସ୍ବାଧୀନତା ଦିବସ ଅବସରରେ ରିଲିଜ ହୋଇଛି । ଫିଲ୍ମ ରିଲିଜ ହେବାର ଆରମ୍ଭ ଦିନରେ ବକ୍ସ ଅଫିସରେ ବେଶ୍‌ ଭଲ  ବ୍ୟବସାୟ କରିଛି । ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୀର୍ତ୍ତି କୁଲହାରୀ, ଶରମନ ଜୋଶୀ, ନିତ୍ୟା ମେନନ, ସଞ୍ଜୟ କପୁର, ଜୀଶାନ ଆୟୁବ ମୁଖ୍ୟ ଭୂମିକାରେ ଅଛନ୍ତି । ଇତିହାସ ଫର୍ଦ୍ଦରେ ଦେଶର ଅନ୍ତରୀକ୍ଷ ଯାତ୍ରା ସଫଳତାକୁ ଏହି ଫିଲ୍ମରେ ବେଶ୍ ଭଲ ଭାବରେ ଚିତ୍ରଣ କରାଯାଇଛି ।  ପ୍ରଥମ ଦିନରେ ମିଶନ ମଙ୍ଗଲ ୨୯.୧୬କୋଟି ବ୍ୟବସାୟ କରିଛି ।

Read More

ପାକିସ୍ତାନ ବାଲୁଚିସ୍ତାନ ପ୍ରାନ୍ତର ରାଜଧାନୀ କ୍ୱେଟାର ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ କ୍ୱେଟା କୁଲଚଲକର ଅଞ୍ଚଳର ଏକ ମସଜିଦରେ ଏହି ବୋମା ବିସ୍ଫୋରଣ ହୋଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ପାକିସ୍ତାନ ପୁଲିସ୍‍ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Read More

ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ୨୫ ବର୍ଷୀୟ ବଜରଙ୍ଗଙ୍କୁ ଏହି ପୁରସ୍କାର ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ବଜରଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ରେସଲର୍ ବଜରଙ୍ଗ ଚୀନରେ ଆୟୋଜିତ ଏସିଆନ୍ ଚାମ୍ପିୟନଶିପରେ ମଧ୍ୟ ବିଜୟ ହାସଲ କରି ଏସିଆନ୍ ସର୍କିଟରେ ନିଜର ଦବଦବା ପ୍ରମାଶିତ କରିଥିଲେ। ଏହାଛଡ଼ା ଗତବର୍ଷ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ‘ଖେଳ ରତ୍ନ’ ପୁରସ୍କାର ଚେସ୍ ଗ୍ରାଣ୍ଡମାଷ୍ଟର୍ ବିଶ୍ୱନାଥନ ଆନନ୍ଦଙ୍କୁ ୧୯୯୧-୯୨ରେ ପ୍ରଦାନ କରାଯାଇଥିଲା।

Read More

ଧର୍ମକୁ ନେଇ ବିବାଦୀୟ ବୟାନ ଦେବା ମାମଲାରେ ଜାକିର୍‌ ନାୟକଙ୍କ ମୁସ୍କିଲ ଆହୁରି ବଢିଯାଇଛି ।  ଜାକିର୍‌ ନାଏକ ମାଲେସିଆରେ ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ଏହାକୁ ନେଇ ତାଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁରୁବାର ମାଲେସିଆ ସରକାର ତାଙ୍କୁ ଜେରା କରିବା ପାଇଁ ସମନ ଜାରି କରିଛନ୍ତି। ବିବାଦୀୟ ଇସଲାମିକ୍‌ ପ୍ରଚାରକ ଜାକିର୍‌ ନାୟକ ୨୦୧୬ରୁ ଭାରତରୁ ପଳାୟନ କରି ମାଲେସିଆରେ ରହୁଛନ୍ତି। ସେ ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମାଲେସିଆରେ ରହୁଥିବା ହିନ୍ଦୁଙ୍କୁ ଭାରତରେ ରହୁଥିବା ମୁସଲମାନଙ୍କ ତୁଳନାରେ ୧୦୦ ଗୁଣା ଅଧିକ ଅଧିକାର ମିଳୁଛି। ଏହାପରେ ମାଲେସିଆର କେତେକ ମନ୍ତ୍ରୀ ଜାକିର ନାଏକଙ୍କୁ ଦେଶରୁ ନିର୍ବାସିତ କରିବାକୁ କହିଥିଲେ। ସରକାରଙ୍କ ଉପରେ ଚାପ ବଢିବା ପରେ ତାଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି। ଜାକରି ନାଏକ ୩ ବର୍ଷ ହେବ ମାଲେସିଆରେ ରହୁଛନ୍ତି। ଭାରତରେ ଜାକିର ନାଏକଙ୍କ ବିରୋଧରେ…

Read More

ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ପଦ ମିଳିଥିବାବେଳେ ଲୋପାମୁଦ୍ରା ବକ୍ସିପାତ୍ର ମିଶନ ଶକ୍ତି ପରାମଶର୍ଦାତା ଓ କୃତ୍ତିବାସ ପାତ୍ର ହୋଇଛନ୍ତି କୃଷି  ଓ କୃଷକ ସଶକ୍ତିକରଣ ପରାମର୍ଶଦାତା ଅଧ୍ୟକ୍ଷ । ଚିଲିକା ଉନ୍ନୟନ ପ୍ରାଧିକରଣ ପରାମର୍ଶ ଦାତା ହୋଇଛନ୍ତି ଉତ୍କଳ କେଶରୀ ପରିଡ଼ା । ସେହିପରି କୃତିବାସ ପାତ୍ର ହେଲେ କୃଷି ଓ କୃଷକ ସଶକ୍ତିକରଣ ପରାମର୍ଶଦାତା, ଦେବାଶିଷ ଘୋଷ ହେଲେ ଓଏଫଡିସି ପରାମର୍ଶଦାତା, ସୁଲତା ଦେଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପରାମର୍ଶଦାତା, ଜନ୍ମେଜୟ ଲେଙ୍କା ଓଡିଆ ଭାଷା ଓ ସଂସ୍କୃତି ବିଭାଗର ପରାମର୍ଶଦାତା, ରାମଚନ୍ଦ୍ର ପଣ୍ଡା ଓଡିଶା କୃଷି ବିପଣନ ବୋର୍ଡ ପରାମର୍ଶଦାତା, ଦେବାଶିଷ ମହାନ୍ତି ହେଲେ ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ,…

Read More

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗତ ସପ୍ତାହରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜେଟଲୀଙ୍କ ଅବସ୍ଥା ଗତ ଶୁକ୍ରବାର ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। କିନ୍ତୁ ଶନିବାର ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି।  ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜେଟ୍‌ଲୀଙ୍କ ଦେଖାକରିବାକୁ ହସ୍‌ପିଟାଲ୍‌ ଯିବେ ।

Read More

ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଏମବିବିଏସ୍ ପରେ ପିଜି କୋର୍ସ କଲେ ଛାତ୍ରଛାତ୍ରୀମାନେ ରାଜ୍ୟରେ ରହିବାକୁ ବାଧ୍ୟ ବୋଲି ସରକାର କହିଛନ୍ତି । ଏହି ନିୟମ ଅନୁସାରେ ମେଡିକାଲ ପାଠ୍ୟକ୍ରମ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ କଲେଜରେ ଏମବିବିଏସ୍ କରି ପିଜି ପାସ୍ କରିବା ପରେ ରାଜ୍ୟରେ ରହିବା ପାଇଁ ବାଧ୍ୟ ଅଟନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଅଧୀନରେ ସେମାନଙ୍କୁ ୨ ବର୍ଷ କାମ କରିବାକୁ ପଡିବ ବୋଲି ନୂତନ ପଲିସିରେ ଘୋଷଣା କରିଛନ୍ତି । ଯଦି କୌଣସି ମେଡିକାଲ ଛାତ୍ରଛାତ୍ରୀ ଏହି ନିୟମରେ ଖିଲାପ କରନ୍ତି ତେବେ ସେମାନଙ୍କୁ ୨କୋଟି ଜରିମାନା ଦେବାକୁ ପଡିବ। ଆଜି ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ସରକାର ଡାକ୍ତରଙ୍କ ସ୍ଥିତି ବାବଦରେ ଆଲୋଚନା କରିଥିଲେ ।

Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ ଆଜି ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ନେତା ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି ଯେ, ‘ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ଟୁଇଟ୍‌ ପରେ କେଜ୍‌ରୀଓ୍ବାଲା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାନ ଜଣାଇ କହିଛନ୍ତି ଯେ, – ‘ପିଏମ୍‌ ସାର୍‌ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ।’ ସେହିପରି ମମତା ବାନାର୍ଜୀଙ୍କୁ ମଧ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲ ଅଗଷ୍ଟ ୧୬, ୧୯୬୮ରେ ଜନ୍ମ ହୋଇଥିଲେ । କେନ୍ଦ୍ର ଓ ଦିଲ୍ଲୀରେ କଂଗ୍ରେସ ସରକାର ସମୟରେ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନରେ ବେଶ୍‌…

Read More

ସମୀକ୍ଷା ବ୍ୟୁରୋ ଓଡିଶା ପ୍ରଶାସନରେ ଏକ ବଡ ଧରଣର ଅଦଳ ବଦଳ ହେଲାପରେ, ହଠାତ କିଛି ଆଇଏଏସ ଅଧିକାରୀ ଏବେ ଇସ୍ତଫା ଦେବା ସହିତ ଆଉ କିଛି କେନ୍ଦ୍ରୀୟ ଡେପୁଟେସନରରେ ଯିବା ଲାଗି ତତ୍ପର ହୋଇ ପଡିଛନ୍ତି। ନିଜ ଚାକିରି କାଳ ପୂରିବାର ପ୍ରାୟ ବର୍ଷେ ଆଗରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସ୍ଵେଚ୍ଛାକୃତ ଅବସର ନେଇ ରାଜ୍ୟ  ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଦାୟିତ୍ବରେ ସେ ଆହୁରି ପାଞ୍ଚ ବର୍ଷ କାମ କରିବାର ସୁଯୋଗ ପାଇବେ। ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଆସନ୍ତା ୧୯ ତାରିଖ ଦିନ ଅସିତ ତ୍ରିପାଠୀ ଯୋଗଦେବେ ବୋଲି ସ୍ପଷ୍ଟ ହୋଇ ସାରିଛି। ଏହି ଅଦଳ ବଦଳ ପ୍ରକ୍ରିୟାରେ ରାଜ୍ୟ ବରିଷ୍ଠ ଅଧିକାରୀଙ୍କ ଭିତରେ ଏକପ୍ରକାର ଅସ୍ବସ୍ତିକର ଭାବନା ସୃଷ୍ଟି ହୋଇଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ କୁମାର ଧଳଙ୍କ…

Read More

ଆଜି ବଲିଉଡ୍‌ ନବାବ ଖାନ୍‌ ଅର୍ଥାତ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ୪୯ତମ ଜନ୍ମଦିବସ । ଲୋକପ୍ରିୟ ଅଭିନେତ୍ରୀ ଶର୍ମିଳା ଟାଗୋର ଓ ମନସୁର୍‌ ଅଲ୍ଲୀ ଖାନ୍‌ଙ୍କ ପୁତ୍ର ସୈଫ୍‌ ଅଗଷ୍ଟ ୧୬, ୧୯୭୦ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ ।  ସୈଫ୍‌ ୧୯୯୩ ମସିହାରେ ‘ପରମ୍ପରା’ ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ । ପରେ ପରେ ‘ୟୈ ଦିଲ୍‌ଲଗୀ’,  ଓ ‘ମୈ ଖିଲାଡି ତୁ ଅନାଡ଼ି’ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ। ୯୦ ଦଶକରେ ଏହି ଅଭିନେତାଙ୍କର ଅଭିନୟ କ୍ୟାରିୟର୍‌ ବେଶ୍‌ ସମୃଦ୍ଧ ରହିଥିଲା । ପାଖାପାଖି ୧୦୦ଟି ଫିଲ୍ମରେ ଅଭିନୟ କରିଥିବା ସୈଫ୍‌ଅଲ୍ଲୀ ଖାନ୍‌ଙ୍କ ସଫଳ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ‘ହମ୍‌ ସାଥ୍‌ ସାଥ୍‌ ହୈ’, ‘କଚ୍ଚେ ଧାଗେ,’, ‘‘ଦିଲ୍‌ ଚାହାତା ହୈ’, ‘କ୍ୟା କହନା’, ‘କଲ୍‌ ହୋ ନା ହୋ’, ‘ଏକ୍‌ ହସିନା ଥିୀ, ‘ ହମ୍‌ ତୁମ୍‌’, ‘ସଲାମ୍‌ ନମେସ୍ତ’, ‘ଓମ୍‌କାରା’, ‘ରେସ୍‌’, ‘ଲଭ୍‌…

Read More

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମ୍ୟ ଜଳଯୋଗାଣ ପକଳ୍ପ କାମ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଆଜି ସକାଳେ ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଙ୍ଗା ଗ୍ରାମରେ ଗ୍ରାମ୍ୟ ଜଳଯୋଣ ପ୍ରକଳ୍ପ କାମ ଚାଲିଥିଲା । ଏହି କାମରେ ପ୍ରାୟ ୨୦ରୁ ଅଧିକ ଶ୍ରମିକ ସାମିଲ ଥିଲେ । ସେହି ସମୟରେ ଦୁଇଜଣ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ମୃତ ଦୁଇ ଶ୍ରମିକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଶ୍ରମିକଙ୍କ ମୃତ୍ୟୁ ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Read More

ବରିଷ୍ଠ ଆଇଏଏସ୍‌ ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି । ୧୯୮୫ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ହେଉଛନ୍ତି ଗଗନ ଧଳ । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ ଗଗନ ।  ଗଗନ ଧଳଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିଛି । ୨୦୨୦ ଜାନୁଆରୀରେ ଅବସର ନେଇଥାନ୍ତେ ଗଗନ ଧଳ । ନିକଟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ନିଜ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ଏବେ ରାଜ୍ୟ ନିର୍ବାଚନ କମିଶନ ଭାବେ ଆଦିତ୍ୟ ପାଢୀଙ୍କୁ ନିଯୁକ୍ତି ମିଳିଥିବାବେଳେ ମୁଖ୍ୟ ଶାସନ ସଚିବ ପଦବୀରେ ଅସିତ୍‌ ତ୍ରିପାଠୀ ଅବସ୍ଥାପିତ ହୋଇଛନ୍ତି ।

Read More

ଜାମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ.ଏ. ବୋବଡେ, ବିଚାରପତି ଏସ.ଏ ନଜୀରଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଆବଦେନକାରୀ ଏମ.ଏଲ. ଶର୍ମା ଏବଂ ଅନୁରାଧା ଭସୀନଙ୍କୁ ତାଗିଦ୍‌ କରି ଏହା କି ପ୍ରକାର ଆବେଦନ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି।  ଶର୍ମାଙ୍କ ଦ୍ବାରା ଆଗତ ହୋଇଥିବା ମାମଲାରେ ସଂଶୋଧନ କରି ପୁନଃ ଆବେଦନ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଶର୍ମା ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରକୁ ମିଳୁଥିବା ସୁବିଧାକୁ ନିରସ୍ତ୍ର କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଧାରା ୩୭୦ ଉପରେ ରାଷ୍ଟ୍ରପତିଙ୍କ ଆଦେଶ ବେଆଇନ ଏବଂ ଜାମ୍ମୁ-କାଶ୍ମୀର ବିଧାନସଭାର ସହମତି ବିନା ଏହା ଜାରି କରାଯାଇଥିବା ସେ ଦର୍ଶାଇଥିଲେ।

Read More

କିଛି ସମୟ ପରେ ହୀରାକୁଦ ଡ୍ୟାମର ୧୦ଟି ଗେଟ୍‌ ବନ୍ଦ ହେବ । ୧୦ଟା ୩୦ରେ ୧୦ଟି  ଗେଟ୍‌ ବନ୍ଦ ହେବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍‌ ବନ୍ଦ ହେବ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା ଏହାକୁ ନଜରରେ ରଖି ତଥା ବନ୍ୟାଜଳ ନିଷ୍କାସନ ପାଇଁ ଗତକାଲି ଏହାର ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ସକାଳ ୬ଟା ସୁଦ୍ଧା ୨୦ଟି ଗେଟ୍ ଖୋଲାଯାଇଥିଲଶ ।  ଆଜି ସକାଳ ୬ଟା ସୁଧା ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ୍ ଥିବା ବେଳେ ସେକେଣ୍ଡ ପିଛା ୧,୫୧୫,୫୦ ଘନଫୁଟ ଜଳ ପ୍ରବେଶ କରୁଛି ।

Read More

ମହାନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ତଥା ବନ୍ୟାଜଳ ନିଷ୍କାସନ ପାଇଁ ଗତକାଲି ଏହାର ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ଏବେସୁଧା ୨୦ଟି ଗେଟ୍ ଖୋଲିଛି । ଆଜି ସକାଳ ୬ଟା ସୁଧା ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ୍ ଥିବା ବେଳେ ସେକେଣ୍ଡ ପିଛା ୧,୫୧୫,୫୦ ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩,୨୮୨,୯୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ଜଳ ସମ୍ପଦ ବିଭାଗ ଅନୁସାରେ ଖଇରମାଳ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଏଠାରେ ୪.୩୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ମୁଣ୍ଡଳିରେ ଜଳସ୍ତର କମୁଛି । ଏଠାରେ ୪.୫୮ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ପଥରଲା ନଦୀରେ ଜଳସ୍ତର ସମାନ ରହିଥିବାବେଳେ ୧.୨୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।…

Read More

ଆଜି ମୁମ୍ବାଇରେ ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବ । ମୁମ୍ବାଇ ମାଲାବାର ହିଲସ୍ଥିତ ଶୟିୟଦ୍ରୀ ଗେଷ୍ଟହାଉସରେ  ଆଜି ଆୟୋଜିତ ହେବାକୁ ଥିବା ଏହି ବୈଠକରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଯୋଗଦେବେ ନାହିଁ । ତାଙ୍କ ସ୍ଥାନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ଶାସନରେ ଏହା ହେଉଛି ନିତି ଆୟୋଗର ଦ୍ୱିତୀୟ ବୈଠକ । ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ବିକାଶ ଆଣିବା ଲାଗି ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ଅଛି । ଏହି ଅବସରରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହାସହିତ ଉନ୍ନତ କୃଷି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ  କୃଷି ଉତ୍ପାଦନର ବଜାର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜିନିବେଶ ଉପରେ ରାଜ୍ୟମାନଙ୍କ ମତାମତ ନିଆଯିବ। ଆଜି ଅପରାହ୍ଣ ୫ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ…

Read More

ରାଜ୍ୟର ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ପୂରଣ ପାଇଁ ଆଜିଠାରୁ ସ୍ପଟ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ନାମ ଲେଖାଇବା ପଞ୍ଜୀକରଣ କରିପାରିବେ । ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନ୍‌ଲାଇନରେ ଟଙ୍କା ଦାଖଲ କରିବେ । ୨୩ ତାରିଖରେ ନାମଲେଖା ହେବ । ଆସନ୍ତା ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ । ପୂର୍ବରୁ ଦୁଇଟି ପର୍ଯ୍ୟାୟେ ନାମଲେଖା ହୋଇସାରିଥିବା ବେଳେ ଅନେକ କଲେଜଗୁଡ଼ିକରେ ସିଟ୍ ଖାଲିପଡ଼ିଛି । ଏହି ଖାଲି ସିଟଗୁଡ଼ିକୁ ପୂରଣ ପାଇଁ ସ୍ପଟ ଆଡମିସନ କରାଯାଉଛି।

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପ୍ରଥମ ପୁଣ୍ୟତିଥି। ନୂଆ ଦିଲ୍ଲୀ ସ୍ଥିତ ତାଙ୍କ ସ୍ମୃତିସ୍ଥଳ ‘ସଦେବ ଅଟଳ’ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ଅନେକ ବରିଷ୍ଠ ତଥା ତୁଙ୍ଗ ନେତୃବୁନ୍ଦ ବାଜେପେୟୀଙ୍କୁ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟୁଇଟରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥିରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ୨୦୧୮ ଅଗଷ୍ଟ ୧୬ରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ସା ୫ଟା ୫ରେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଥିଲା। ତାଙ୍କ ଅସ୍ଥି ଭାରତର ୧୦୦ଟି ନଦୀରେ ବିସର୍ଜନ କରାଯାଇଥିଲା।  ଅଟଳ ବିହାରୀ ବାଜପେୟୀ ୯ଥର ଲୋକସଭା ସାଂସଦ ହୋଇଥିବା ବେଳେ ୨ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେହିପରି ୩ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ବାଜପେୟୀ । ୧୯୯୬ରେ ସେ ୧୩ଦିନ ପାଇଁ…

Read More

ଶୈଲେନ ରାଉତରାୟ (ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ ଲେଖାକୁ ବାଦ ଦେଲେ ଖାଦ୍ୟର ଏକ ସଂକଳିତ ଇତିହାସ ଆମର ନାହିଁ। ଓଡିଆ ଖାଦ୍ୟର ଏକ ଛୋଟିଆ ବିବରଣୀ ଓ ତାର ସମାଜତାତ୍ତ୍ଵିକ ଦିଗ ଉପରେ ଏଇ ଆଲେଖ୍ୟ।)    ୧୯୨୯ ମସିହାରେ ମୟୁରଭଞ୍ଜ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ୍ଜ ସରକାରୀ କାମରେ ପାରିଷଦ ଓ କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ। ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ। ତହିଁରୁ ଧନୁଷ୍ଠଙ୍କାର ହୋଇ ସେ ଅପ୍ରେଲ ୨୩ ତାରିଖରେ ପରଲୋକ ଚାଲିଗଲେ। ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ। ଟ୍ରେନରେ ଶବ ମୟୁରଭଞ୍ଜ ଆସିବା ପାଇଁ ଚାରି ଦିନ ଲାଗି ଗଲା। ଓଡ଼ିଶାର ପ୍ରଖ୍ୟାତ ଗାଳ୍ପିକ ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍…

Read More

ଭାରତୀୟ ସିନେମାର ବରିଷ୍ଠ ତଥା କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହି। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୨ ବର୍ଷୀୟ ଖୟାମ ରବିବାର ଦିନ ଠାରୁ ସୂରଜ ହସ୍ପିଟାଲରେ ଆଇସିଇଉରେ ରହିଛନ୍ତି। ଏହି ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୧୯୪୩ରେ ମାତ୍ର ୧୭ ବର୍ଷ ବୟସରେ ନିଜ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ କରିଥିଲେ। ୧୯୫୩ ମସିହାରେ ଫିଲ୍ମ ଫୁଟପାଥ ଜରିଆରେ ବଲିଉଡ କାରିୟର ଆରମ୍ଭ କରିଥିଲେ। ୧୯୬୧ରେ ଆସିଥିବା ଫିଲ୍ମ ‘ ଶୋଲ ଓର ସବନମ ପାଇଁ ସେ ଖୁବ ପରିଚିତି ହାସଲ କରିଥିଲେ। ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ରହିଛି – ଆଖିର ଖତ, କାଭି କାଭି, ତ୍ରିଶୂଳ, ନୂରୀ, ବଜାର, ଉମରାଓ ଜାନ ଓ ଯାତ୍ରା ଆଦି ଫିଲ୍ମ ରେ ତାଙ୍କ ସଙ୍ଗୀତ ଶୈଳୀର ଏକ ନିଆରା ରଙ୍ଗ ଦେଖିବାକୁ ମିଳିଥିଲା।  ସଙ୍ଗୀତ ଜଗତରେ  ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୁରସ୍କାରରେ ସେ ସନମାନନିତ…

Read More

ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ତଥା ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା କୁ ନେଇ ଭାରତର ପଦକ୍ଷେପ ଉପରେ ଆଜି ଜାତି ସଂଘ ସୁରକ୍ଷା ପରିଷଦରେ ଶୁକ୍ରବାର ବନ୍ଦ କୋଠରୀରେ ଆଲୋଚନା ହେବ। ଏହି ପ୍ରସଙ୍ଗକୁ ଆଲୋଚନା  ନେଇ  ଚୀନ ଦାବି କରିଛି। ଜାମ୍ମୁ-କାଶ୍ମୀରରୁ ପ୍ରତ୍ୟାହାର କରିବାକୁ ମିଳିତ ଜାତିସଂଘରେ ଉଠାଇବା ପାଇଁ ପାକିସ୍ତାନ ନିଜ ଚେଷ୍ଟା ଜାରି ରଖିଥିଲା।  ପାକିସ୍ତାନକୁ ଏହି ପ୍ରୟାସରେ ଚୀନର ସମର୍ଥନ ମିଳିଛି।  ଶୁକ୍ରବାର ସକାଳ ୧୦ଟାରେ କାଶ୍ମୀର ପ୍ରସଙ୍ଗରେ ମିଳିତ  ଜାତିସଂଘର ସୁରକ୍ଷା  ପରିଷଦର ବନ୍ଦ କୋଠରୀରେ ଆଲୋଚନା ହେବ। ତେବେ  କାଶ୍ମୀର ମାମଲାରେ ଭାରତ କେବେ ବି ଅନ୍ତରାଷ୍ଟ୍ରୀୟ ଦଖଲକୁ ମଞ୍ଜୁରୀ ଦେଇ ନାହିଁ। କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର କୂଟନୀତି ବିଫଳ ହେଉଥିବାବେଳେ ଆଜିର ବୈଠକରେ ଏହି ପ୍ରସଙ୍ଗକୁ ନେଇ ୟୁଏନରେ ଆଲୋଚନା କିପରି ରହୁଛି, ତାହା ଦେଖିବାକୁ ବାକି ରହିଲା।

Read More