ଉନ୍ନାଓ ଗଣ ଦୁଷ୍କର୍ମ ମାମଲାରେ ସମସ୍ତ ପାଞ୍ଚ ମାମଲାକୁ ଦିଲ୍ଲୀର ଫାଷ୍ଟଟ୍ରାକ୍ କୋର୍ଟକୁ ପଠାଇବା ସହିତ 45 ଦିନ ମଧ୍ୟରେ ଏହି ମାମଲାର ବିଚାର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଦିନ ସିବିଆଇ ପକ୍ଷରୁ ନିଲମ୍ବିତ ବିଜେପି ବିଧାୟକ କୁଲ୍ଦୀପ ସେନ୍ଗାରଙ୍କ ସମେତ ଅନ୍ୟ 10 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଗୁରୁବାର କରାଯାଇଥିବା ଆବେଦନର ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ପୀଡିତାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ବାହାରେ ମାମଲାର ବିଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍କୋର୍ଟ ।
Author: Samikhsya Bureau
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଆଗ୍ରୋ ଲିମିଟେଡ୍ର 481 କୋଟିର ସମ୍ପତ୍ତି ଜବତ କରାଯାଇଛି । ଗୁରୁବାର ଜବତ ପରେ ଆଗ୍ରୋ ଲିମିଟେଡ୍ର ଜବତ କରାଯାଇଥିବା ସମ୍ପତ୍ତିର ମୂଲ୍ୟ 1065.77 କୋଟିରେ ପହଞ୍ଚିଛି । ସମସ୍ତ ଅସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଥିବା ବେଳେ ସ୍ଥାବର ସମ୍ପତ୍ତିର 50 ପ୍ରତିଶତ ଜବତ କରାଯାଇଛି । ଆଗ୍ରୋ ଗ୍ରୁପ୍ର ମୁଖ୍ୟ ସଞ୍ଜୟ ଝୁନ୍ଝୁନ୍ଓ୍ବାଲା ଏବଂ ସନ୍ଦୀପ ଝୁନ୍ଝୁନ୍ଓ୍ବାଲା 14ଟି ରାଷ୍ଟ୍ରାୟତ ବ୍ୟାଙ୍କରୁ 3871.71 କୋଟି ଟଙ୍କାର ଋଣ ନେଇଥିଲେ । ଅର୍ଥ ହେରଫେର ମାମଲାରେ ଉଭୟ ନିର୍ଦ୍ଦେଶକଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା ସିବିଆଇ । ଋଣ ଅର୍ଥକୁ ଚାରିଟି କମ୍ପାନୀ ମଧ୍ୟରେ ବଣ୍ଟା ଯାଇଥିବାରୁ ଏହି ସମସ୍ତ କମ୍ପାନୀ ଉପରେ ନଜର ରଖାଯାଇଥିବା ଇଡି ପକ୍ଷରୁ ପ୍ରକାଶ କରାଯାଇଛି ।
ବିଧାନସଭା ଭିତରେ ମୁସଲିମ୍ ମହିଳାଙ୍କ ପ୍ରତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ନେଇ ଗୃହରେ ପ୍ରବଳ ପାଟିତୁଣ୍ଡ ହେବାରୁ ବାଚସ୍ପତି ଗୃହକୁ ୩ଟା ଯାଏଁ ମୁଲତବୀ ରଖିଛନ୍ତି। ତିନି ତଲାକ୍ ଆଲୋଚନା ବେଳେ ବିବାଦୀୟ ବୟାନଦେଇଛନ୍ତି ବିଷ୍ଣୁ। ତଲାକ ପ୍ରଥା ଅନେକ ମୁସଲମାନ ଦେଶର ଗ୍ରହଣୀୟ ନୁହେଁ କିମ୍ବା ପ୍ରଚଳିତ ନୁହେଁ। ତେଣୁ ତିନି ତଲାକ୍ ବିଲ୍ ପାରିତ ହେବାପରେ ମୁସଲମାନ ମହିଳା ଉପକୃତ ହେବେ। ବିବାହ ପରେ ଛାଡପତ୍ର ସହଜରେ ହେଉନଥିବାରୁ ମୁସଲମାନ ମହିଳାଙ୍କୁ ରେଡ ଲାଇଟ ଏରିଆରେ ଦେଖିବାକୁ ମିଳିଛି ଓ ସେମାନେ ବାଧ୍ୟ ହୋଇ ବେଶ୍ୟାବୃତ୍ତିକୁ ଆପଣାଉଛନ୍ତି ବୋଲି ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ବିଷ୍ନୁଙ୍କ ଏହି ମନ୍ତବ୍ୟକୁ ନେଇ ଗୃହରେ ଉତ୍ତେଜନା ଦେଖାଦେବା ପରେ ଏହା ମନଗଢା ତଥ୍ୟ ନୁହେଁ ବୋଲି ଶ୍ରୀ ସେଠୀ କହିଥିଲେ। ୟୁନିସେଫ୍ ଏବଂ ଆଉଟଲୁକ୍ ମାଗାଜିନ୍ର ତଥ୍ୟ ମୁଁ ପ୍ରକାଶ କରିଛି ବୋଲି ସେ କହିଥିଲେ।
ସମୀକ୍ଷା ବ୍ୟୁରୋ ପ୍ରେମ ଏପରି ଏକ ଶବ୍ଦ, ଯାହା କିଛି ମାନେ ନାହିଁ। ନା ତା’ ପାଖରେ ଅଛି ଜାତି, ଧର୍ମ, ଲିଙ୍ଗ। ପ୍ରେମମୟ ପୃଥିବୀ। ନିକଟରେ ଏମିତି ଏକ ପ୍ରେମ ଦେଖିବାକୁ ମିଳିଛି। ଭାରତ – ପାକିସ୍ତାନ ମଧ୍ୟରେ ସମ୍ପର୍କର ତିକ୍ତତା ରହିଥିବାବେଳେ ଏମିତି ଦୁଇଜଣ ପ୍ରେମୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କ ପାଖରେ ଜାତି, ଧର୍ମ, ଲିଙ୍ଗ ସବୁ ହାର ମାନିଛି। ଦୁହିଁଙ୍କ ଫଟୋ ଏବେ ଖୁବ୍ ଚର୍ଚ୍ଚାରେ। ଦୁହେଁ ହେଉଛନ୍ତି ଅଞ୍ଜଳି ଓ ସୁନ୍ଦସ୍। ଅଞ୍ଜଳି ଚକରା ଓ ସୁନ୍ଦସ୍ ମଲିକ୍ ନାମ୍ନୀ ଦୁଇ ଯୁବତୀଙ୍କ ଫଟୋଶୁଟ୍ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଛି। ଏହି ସମଲିଙ୍ଗୀ ଦ୍ବୟଙ୍କ ମଧ୍ୟରୁ ଜଣେ ଭାରତୀୟ ହିନ୍ଦୁ ହୋଇଥିବାବେଳେ ଆଉ ଜଣେ ପାକିସ୍ତାନୀ ମୁସଲମାନ୍। ଏହି ଯୋଡ଼ିଙ୍କ ଭିନ୍ନ ଭିନ୍ନ ଅନ୍ଦାଜ୍ର ଫଟୋ ସୋସିଆଲ୍ ମିଡ଼ିଆରେ ବେଶ୍ ଲୋକପ୍ରିୟ ହୋଇଛି। ଦୁହିଁଙ୍କ ଟ୍ରାଡିସନାଲ୍ ଆଉଟ୍ଫିଟ୍ ଓ ଜୁଏଲାରୀ ସହିତ ନ୍ୟୁୟର୍କ…
ଦିଲ୍ଲୀର ଏକ କୋର୍ଟ ଏୟାରସେଲ- ମାକ୍ସିସ୍ ଦୁର୍ନୀତି ମାମଲାରେ ପି ଚିଦାମ୍ବରମ୍ ଏବଂ କର୍ତ୍ତୀ ଚିଦାମ୍ବରମଙ୍କୁ ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର କରାଯାଇଥିବା ମାମଲା ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ । ସ୍ବତନ୍ତ୍ର ଜଜ୍ ଓ ପି ସାଇନି ଚିଦାମ୍ବରମ୍ ଏବଂ କର୍ତ୍ତୀଙ୍କ ଆଗୁଆ ଜାମିନ ମାମଲାର ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି । ଉଭୟ ତଦନ୍ତକାରୀ ସଂସ୍ଥା ରିପୋର୍ଟ ପ୍ରସ୍ତୁତ ନିମନ୍ତେ ସମୟ ଆବଶ୍ୟକ କରୁଥିବାରୁ ଏହି ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି । ଏୟାରସେଲ୍ ଏବଂ ମାକ୍ସିସ୍ରେ ବିଦେଶୀ ପୁଞ୍ଜିନିବେଶକୁ ନେଇ ଏହି ମାମଲା ରୁଜୁ କରାଯାଇଛି ।
ଖୁବ ଶିଘ୍ର ପାକିସ୍ଥାନରେ ପେଟ୍ରୋଲ ଦର ବୃଦ୍ଧି ପାଇ ୧୧୭ ଟଙ୍କା ୮୩ ପଇସା ହେବ। ଏ ନେଇ ଗତକାଲି ପାକିସ୍ଥାନ ସରକାର ତୈଳ ଦର ବୃଦ୍ଧି ପାଇଁ ଅନୁମୋଦନ କରିଛନ୍ତି ବୋଲି ପାକିସ୍ଥାନ ଗଣମାଧ୍ୟମରୁ ଜଣାପଡିଛି। ପାକିସ୍ଥାନର ତୈଳ୍ୟ ଓ ଗ୍ୟାସ ନିୟନ୍ତ୍ରଣ ଅଥରିଟିର ସୁପାରିଶ ଅନୁସାରେ ସରକାର ଏହି ନିଷ୍ପତି କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ସେହି ଅନୁସାରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୧୫ ପଇସା ଏବଂ ହାଇ ସ୍ପିଡ ଡିଜେଲ ଲିଟର ପିଛା ୫ ଟଙ୍କା ୬୫ ପଇସା ବୃଦ୍ଧି କରାଯିବ। ନିଷ୍ପତି ଅନୁସାରେ ହାଲକା ଡିଜେଲ ଲିଟର ପିଛା ୮ ଟଙ୍କା ୯୦ ପଇସା ଏବଂ କିରୋସିନ ଲିଟର ପିଛା ୫ ଟଙ୍କା ୩୮ ପଇସା ମଧ୍ୟ ବୃଦ୍ଧି କରିବାକୁ ସରକାର ଅନୁମୋଦନ କରିଛନ୍ତି। ଏହା ଲାଗୁ ହେଲେ ପାକିସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୧୭ ଟଙ୍କା ୮୩ ପଇସା ହେବ।…
ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ତାଙ୍କ ପତି ସାହିଲ୍ ସାଂଘାଙ୍କଠାରୁ ଅଲଗା ହେଉଛନ୍ତି । ଦିୟା ଏନେଇ ଇନଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ୧୧ ବର୍ଷ ଧରି ଏକାଠି ରହିବାପରେ ଉଭୟ ଉଭୟଙ୍କ ସହମତିରେ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୪ ମସିହାରେ ଦିୟା ସାହିଲ୍ଙ୍କୁ ବିବାହ କରିଥିଲେ। ତେବେ ଏହି ବିଚ୍ଛେଦର କାରଣ ସମ୍ପର୍କରେ ସେ କିଛି ଜଣାଇନାହାନ୍ତି । ତେବେ ଦୁହେଁ ବନ୍ଧୁ ଭାବରେ ରହିବେ ବୋଲି କହିଛନ୍ତି ଦିୟା । ଦିୟା ‘କାଫିର୍’ ଜରିଆରେ ଡିଜିଟାଲ୍ ଦୁନିଆରେ ପାଦ ଥାପୁଛନ୍ତି । ଏଥିରେ ଅଭିନେତା ମୋହିତ ରୈନା ନଜର ଆସିବେ । ୨୦୦୦ ମସିହାର ମିସ୍ ଏସିଆ ପାସିଫିକ୍ ଟାଇଟଲ୍ ବିଜୟିନୀ ଦିୟା ୨୦୦୧ରେ ‘ରେହେନା ହେ ତେରେ ଦିଲ୍ ମୈଁ’ ଫିଲ୍ମ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ । ଦିୟା ‘ତୁମ୍ସା ନହିଁ ଦେଖା’, ‘ଲଗେ ରହୋ ମୁନ୍ନାଭାଇ’, ‘କ୍ରେଜି ୪’,…
ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ଜନତାଙ୍କ ଉପରେ ଉପହାରର ବର୍ଷା କରୁଛନ୍ତି । ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ ପାଇଁ ବିଲ୍ ସମ୍ପୂର୍ଣ୍ଣ ଦେୟମୁକ୍ତ କରିଛନ୍ତି । ଯଦି ୨୦୦ ୟୁନିଟ୍ ଉପରେ ବିଜୁଳି ଖର୍ଚ୍ଚ ହୋଇଛି, ତେବେ ତେବେ ଏହାଠାରୁ ଅଧିକ ୟୁନିଟ୍ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ପଡ଼ିବ। ଏହି ଛାଡ଼ ପରେ ସବସିଡି ଉପରେ ପାଖାପାଖି ୧୮୦୦ କୋଟିର ଖର୍ଚ୍ଚ ହେବ । ପୂର୍ବରୁ ୨୦୦ ୟୁନିଟ୍ ପାଇଁ ପୂର୍ବରୁ ୬୨୨ ଟଙ୍କା ଏବେ ମାଗଣା କରାଯାଇଛି । ୨୦୧ରୁ ୪୦୦ ୟୁନିଟ୍ ଯାଏ ୫୦ ପ୍ରତିଶତ ସବସିଡିରେ ମିଳିବ ବିଜୁଳି । ୩ଶହ ୟୁନିଟ ପାଇଁ ୯୭୧ ଦେଉଥିଲେ, ଏବେ ୫୨୬ଟଙ୍କା, ୪ଶହ ୟୁନିଟ୍ ୧୩୨୦ ଟଙ୍କା ଥିବାବେଳେ ଏଥିପାଇଁ…
ଅଗଷ୍ଟ ମାସର ପ୍ରଥମ ଦିନରେ ଦୁର୍ବଳ ପ୍ରଦର୍ଶନ କରିଛି ଭାରତୀୟ ସେୟାର ବଜାର । ଗୁରୁବାର 200 ପଲଣ୍ଟ ତଳକୁ ଖସିଛି ସେନ୍ସେକ୍ସ । 205.69 ପଏଣ୍ଟ ତଳକୁ ଖସି ସେନ୍ସେକ୍ସ 37275.43 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟୀ ମାତ୍ର 16.15 ପଏଣ୍ଟ ତଳକୁ ଖସି 11069.25 ପଏଣ୍ଟରେ ପହଞ୍ଚିଛି । ବେଦାନ୍ତର ଅଂଶଧନ ଏହି ସମୟରେ ସର୍ବାଧିକ କ୍ଷତି ସହିଛି । ଅନ୍ୟ ମାନଙ୍କ ମଧ୍ୟରେ ଟେକ୍ ମହିନ୍ଦ୍ରା, ୟେସ୍ ବ୍ୟାଙ୍କ, ଟାଟା ମୋଟର୍ସ ପ୍ରମୁଖ କ୍ଷତି ସହିଛନ୍ତି । ଅନ୍ୟ ସେୟାର ବଜାର ମଧ୍ୟରେ କେବଳ ଜାପାନର ନିକ୍କି ସକରାତ୍ମକ ଅଭିବୃଦ୍ଧି ଦେଖାଇଥିବା ଜଣାପଡିଛି । ଏହି ସମୟରେ ଭାରତୀୟ ମୁଦ୍ରା 32 ପଇସା ଦୁର୍ବଳ ହୋଇଛି । ପୂର୍ବରୁ ବିନିମୟ ମୂଲ୍ୟ 69.12 ଟଙ୍କା ରହିଥିବା ବେଳେ ଆଜି ଡଲାରର ବିନିମୟ ମୂଲ୍ୟ 69.44 ଟଙ୍କା ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ 0.70…
ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ରାଜ୍ୟସଭାରେ ପାସ୍ ହୋଇଯିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଏବେ ଏହା ଔପଚାରିକ ରୂପେ ଆଇନରେ ପରିଣତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ରେ ଦସ୍ତଖତ କରିଛନ୍ତି । ଏହି ଆଇନ୍ ପିଛିଲା ଭାବେ ସେପ୍ଟମ୍ବର ୧୯, ୨୦୧୮ରୁ ଲାଗୁ ହୋଇଛି । ମୋଦି ସରକାର ଏହି ବିଲକୁ ୨୫ ଜୁଲାଇରେ ଲୋକସଭାରେ ପାରିତ କରିଥିବା ବେଳେ ୩୦ ଜୁଲାଇରେ ରାଜ୍ୟସଭାରେ ପାରିତ କରିଥିଲେ। ଏବେ ଟ୍ରିପଲ ତଲାକକୁ ନେଇ ଯେଉଁ ସବୁ ଅଭିଯୋଗ କିମ୍ୱା ମାମଲା ଚାଲିଥିବ ତାହା ଏହି ଆଇନ୍ ଅନୁଯାୟୀ ବିଚାର ହେବ। ଏହି ଆଇନ୍ରେ ଟ୍ରିପଲ୍ ତଲାକ୍ ଦେବା ଆଇନତଃ ଅପରାଧ ହେବା ସହିତ ଏଥିପାଇଁ ତିନି ବର୍ଷର ଜେଲ୍ ଦଣ୍ଡ ଓ ଆର୍ଥିକ ଜରିମାନାର ପ୍ରାବଧାନ ରହିଛି । ରାଷ୍ଟ୍ରପତି ଏହି ବିଲ୍ ଗୃହୀତ ହେବା ପରେ ଏହାକୁ ସ୍ବାଗତ କରିଥିଲେ…
ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର । କିରୋସିନି କୋଟା ପ୍ରସଙ୍ଗରେ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଭିନ୍ନ ଭିନ୍ନ ତଥ୍ୟ ରଖିଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ଗତକାଲି ଗୃହରେ ମନ୍ତ୍ରୀ କହିଥିଲେ, କେନ୍ଦ୍ର ରାଜ୍ୟକୁ କିରୋସିନି ଦେବା କମ୍ କରିଛି, ଏଥିପାଇଁ ଚଳିତ ମାସରୁ ପରିବାର ପିଛା ୨ ଲିଟର କିରୋସିନି ଦିଆଯିବ ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କିନ୍ତୁ ବିରୋଧୀ ଦଳ ନେତା କେନ୍ଦ୍ର କମ୍ କିରୋସିନି ଦେଉଥିବା କଥାକୁ ସ୍ବୀକାର କରିନଥିବାବେଳେ କେନ୍ଦ୍ର ପର୍ଯ୍ୟାପ୍ତ କିରାସିନି ଦେଉଛି ବୋଲି କହିଥିଲେ । ଶାସକ ଦଳ ମନ୍ତ୍ରୀ ଓ ବିଧାୟକଙ୍କ ଦ୍ବାରା କିରୋସିନି କଳାବଜାରୀ ହେଉଥିବାର କହିଥିଲେ ବିରୋଧୀ ନେତା। ଏମାନଙ୍କ ଭିତରୁ କେହି ଜଣେ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିବାର କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ…
ଉତ୍ତର ପ୍ରଦେଶର ଉନ୍ନାଓରେ ହୋଇଥିବା ଗଣ ଦୁଷ୍କର୍ମ ମାମଲାର ବିଚାର ଦିଲ୍ଲୀର ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି ଜଣାପଡିଛି । ସିବିଆଇ ପକ୍ଷରୁ ଗୁରୁବାର ଏହି ସୂଚନା ପ୍ରଦାନ କରାଯାଇଛି । ବୁଧବାର ଦିନ ସିବିଆଇ ପକ୍ଷରୁ ନିଲମ୍ବିତ ବିଜେପି ବିଧାୟକ କୁଲ୍ଦୀପ ସେନ୍ଗାରଙ୍କ ସମେତ ଅନ୍ୟ 10 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଗୁରୁବାର କରାଯାଇଥିବା ଆବେଦନର ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ପୀଡିତାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ବାହାରେ ମାମଲାର ବିଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍କୋର୍ଟ । ଏହା ସହିତ ଏକ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ଦିନ ପୀଡିତା ନିଜ ଦୁଇ ପୀଉସୀ ଏବଂ ଓକିଲଙ୍କ ସହିତ ଉନ୍ନାଓରୁ ରାଏବରେଲୀ ଅଭିମୁଖେ ଯାଉଥିବା…
ବାଲେଶ୍ୱର ବାଲିଆପାଳ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ 13 ଜଣଙ୍କୁ ଗିରଫ କରିଛି ପୋଲିସ । ଅଟକଙ୍କ ମଧ୍ୟରେ ମହିଳାମାନେ ରହିଥିବା ଜଣାପଡ଼ିଛି । ସେମାନଙ୍କୁ ବସ୍ତା ପୋଲିସ ଷ୍ଟେସନରେ ରଖି ପଚରାଉଚରା କରାଯାଉଛି । ଲୋକଙ୍କୁ ଅଟକ ରଖାଯାଇଥିବାରୁ ପୁଣି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେଥିପାଇଁ ବାଲିଆପାଳରେ 7 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଏକ ଢାବାରେ ଜଣେ ନାବାଳକଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିଲେ ଲୋକ । ଫଳରେ ଅଧିକାରୀ ଜଣକ ଆହତ ହୋଇଥିଲେ । ମାନାବାଧିକାର କମିଶନ ଏହି ମାମଲାର ତଦନ୍ତ କରୁଛନ୍ତି ।
ସିଟି ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଆଣ୍ଡି ମୁରେ ଏବଂ ଜେମି ମୁରେ । ସ୍କଟଲ୍ୟାଣ୍ଡର ମୁରେ ବ୍ରଦର୍ସ ନିକୋଲାସ ମାହୁତ ଏବଂ ଏଡୌରାଡ ରୋଜର ଭାସେଲିନ୍ଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । 2016 ପରେ ପ୍ରଥମ ଥର ପାଇଁ ଏକତ୍ର ଖେଳୁଥିବା ଏହି ପୂର୍ବତନ ଏକ ନମ୍ବର ଯୋଡି 6-4,6-7 ଏବଂ 10-5 ସେଟରେ ମାହୁତ-ଭାସେଲିନ୍ ଯୋଡିକୁ ପରାସ୍ତ କରି କ୍ବାର୍ଟର ପ୍ରବେଶ କରିଛନ୍ତି । ବିଶ୍ବର ଶ୍ରେଷ୍ଠ 10 ମାନ୍ୟତାରେ ରହିଥିବା ଯୋଡିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମିଳିଥାଏ । ସେହିପରି ଏକକ ବର୍ଗରେ ଜନ୍ ଇସ୍ନର ହବେର୍ଟ ହୁର୍କାଜ୍ଙ୍କୁ 6-4, 6-4 ସେଟ୍ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି ।
ଝାରଖଣ୍ଡରେ ଜଣେ ତିନି ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ବୁଧବାର ଦୁଇ ଜଣ ଅଭିଯୁକ୍ତ ବାଳିକାକୁ ରେଲଓ୍ବେ ପ୍ଲାଟଫର୍ମରୁ ଅପହରଣ କରି ନେଇଥିଲେ । ଟେଲକୋ ପୋଲିସ ଷ୍ଟେସନ୍ ନିକଟବର୍ତ୍ତୀ ଅଞ୍ଚଳରୁ ବାଳିକାଙ୍କ ମୁଣ୍ଡ ବୀହିନ ଶରୀର ମିଳିଥିଲା । ଦୁଇ ଅପହରଣକାରୀଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ପୋଲିସ୍ କୁକୁର ସହାୟତାରେ ଝିଅଟିର କଟା ମୁଣ୍ଡ ଜବତ କରାଯାଇଥିବା ନେଇ ରେଳବାଇ ପୋଲିସ୍ ମୁଖ୍ୟ ଏହେତ୍ସାମ୍ ଓ୍ବାକ୍ବାରିବ୍ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଓସାମା ବିନ ଲାଦେନର ପୁଅ ହମଜା ଲାଦେନର ମୃତ୍ୟୁ ହୋଇଥିବା ନେଇ ଆମେରିକା ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏବେ ହମ୍ଜାର ମୃତ୍ୟୁର କାରଣ ଏବଂ ସ୍ଥାନ ସ୍ପଷ୍ଟ ହୋଇନାହିଁ । ଏପରିକି ଆମେରିକା ଗୁଇନ୍ଦା ଅଧିକାରୀମାନେ ଏବିଷୟରେ କିଛି ନୀରବତା ଅବଲମ୍ବନ କରିଛନ୍ତି । ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବୁଧବାର ଏହି ଖବର ଉପରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି । ପୂର୍ବରୁ ଆମେରିକା ହମଜାର ଠିକଣା କହିବା ଉପରେ 10 ଲକ୍ଷ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଥିଲା । ଆମେରିକା କହିଥିଲା ଯେ, ହମଜା ନିଜର ପିତାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରୁଛି । ଏହାକୁ ଦୃଷ୍ଟିରେ ରଖି ପୁରସ୍କାର ଘୋଷଣା କରାଯାଇଥିଲା । ଆମେରିକା ଓସାମାଙ୍କ ପୁଅ ହମଜା ବିନ ଲାଦେନଙ୍କୁ ଆତଙ୍କବାଦ…
ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ବିଶ୍ବବିଦ୍ୟାଳୟ ଉପରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୨୫୦୦ ପୁରାତନ ଏବଂ ବିରଳ ପୁସ୍ତକ ଜବତ କରାଯାଇଛି। ରାମପୁରରେ ଅବସ୍ଥାପିତ ଆଜମ୍ ଖାନ୍ଙ୍କ ମହମ୍ମଦ ଅଲ୍ଲୀ ଜୌହର ବିଶ୍ବବିଦ୍ୟାଳୟରେ ମଙ୍ଗଳବାରରୁ ଚଢାଉ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଚାଲିଥିବା ଚଢାଉରେ ବହୁ ବିରଳ ପୁସ୍ତକ ଜବତ କରାଯାଇଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଚଢାଉକୁ ବିରୋଧ କରି ଆନ୍ଦୋଳନ କରିଥିବା ଆଜମ୍ ଖାନ୍ଙ୍କ ପୁଅ ଏବଂ ସମାଜବାଦୀ କର୍ମୀଙ୍କୁ ପୋଲିସ୍ ଗିରଫ କରିବା ପରେ ଚଢାଉ ଜାରି ରଖିଥିବା ନେଇ ରାମପୁର ଏସ୍ପି ଅଜୟ ପେଏ ଶର୍ମା ପ୍ରକାଶ କରିଛନ୍ତି। ଜୁନ୍ ୧୬ ତାରିଖରେ ଓରିଏଣ୍ଟାଲ କଲେଜ୍ ପ୍ରିନ୍ସିପାଲ୍ ଜୁବେର ଖାନ୍ ୯ ହଜାର ବିରଳ ପୁସ୍ତକ ଜୌହର ବିଶ୍ବ ବିଦ୍ୟାଳୟରେ ଥିବା ନେଇ ଅଭିଯୋଗ କରିଥିଲେ।
କେଦାର ମିଶ୍ର ୧୬, ଡିସେମ୍ବର, ୨୦୧୨, ଏ ତାରିଖ ଟା ମନେ ଅଛି ? ନା, ଆମ ଭାରତୀୟ ମାନଙ୍କର ସ୍ମୃତିଶକ୍ତି ବଡ ଦୁର୍ବଳ। ଆମେ ବଡ ସହଜରେ ବଡ ବଡ କଥା ଭୁଲିଯାଉ। ଆପଣଙ୍କୁ ମନେ ପକେଇଦେଉଛି, ସେଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରାଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ।ଏହି ଆନ୍ଦୋଳନର ମୁଖିଆ ବୋଲାଉଥିବା ପୂର୍ବତନ ଭାରତୀୟ ସେନାବାହିନୀର ମୁଖ୍ୟ ଜେନେରାଲ ଭି.କେ.ସିଂ ଓ ବାବା ରାମଦେବ ସରକାରକୁ ସେତେବେଳେ ହଲାପଟା କରି ପକାଇଥିଲେ। ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ…
ବର୍ଷା ଅଭାବରୁ ଏବେ ଚାଷୀଙ୍କୁ ହାତ ବାନ୍ଧି ବସିବାକୁ ପଡ଼ିଛି । ଜୁଲାଇ ମାସରେ 17 ଜିଲ୍ଲାରେ ସ୍ଵାଭାବିକଠୁ 9 ପ୍ରତିଶତ କମ ବର୍ଷା ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ବର୍ଷା ହୋଇଛି । ଝାରସୁଗୁଡ଼ା, ନୟାଗଡ଼, ଢେଙ୍କାନାଳ, ନୂଆପଡ଼ା, ଯାଜପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସମ୍ଵଲପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଗଜପତି, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ କମ୍ ବର୍ଷା ହୋଇଛି । ଫଳରେ ଏହି ସବୁ ଜିଲ୍ଲାରେ ମରୁଡ଼ି ଆଶଙ୍କା ଦେଖା ଦେଇଛି ।
ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଲାଗି ଉଦ୍ଦିଷ୍ଟ ଆଇସିଟି ଆଧାରିତ ବହୁମୁଖୀ ମଂଚ-ପ୍ରଗତି ଜରିଆରେ ୩୦ତମ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂତନ କାର୍ଯ୍ୟକାଳର ଏହା ହେଉଛି ପ୍ରଥମ ପ୍ରଗତି ବୈଠକ।ପୂର୍ବ କାର୍ଯ୍ୟକାଳ ସମୟରେ ୨୯ଟି ପ୍ରଗତି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ୧୨ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ୨୫୭ଟି ପ୍ରକଳ୍ପର କ୍ରମବର୍ଦ୍ଧନଶୀଳ ସମୀକ୍ଷା କରାଯାଇଥିଲା। ୪୭ଟି କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ଅନୁଧ୍ୟାନ କରାଯାଇଥିଲା । ୧୭ଟି କ୍ଷେତ୍ର ତଥା ୨୧ଟି ବିଷୟବସ୍ତୁ ଉପରେ ସାଧାରଣ ଅଭିଯୋଗର ସମାଧାନ ମଧ୍ୟ ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ। ୨୦୨୨ ସୁଦ୍ଧା ଯେପରି କୌଣସି ଗୋଟିଏ ପରିବାର ବାସହୀନ ନରୁହନ୍ତି, କେନ୍ଦ୍ର ସରକାରଙ୍କ ଏହି ସଂକଳ୍ପକୁ…
ଗତକାଲି ରାଜ୍ୟସଭାରେ ଟ୍ରିପଲ୍ ତଲାକ୍ ବିଲ୍ ପାଶ୍ ହୋଇଛି । ବିଗତ ତିନି ଦିନ ମଧ୍ୟରେ ତିନୋଟି ବିଲ୍ ଆଗତ ହୋଇ ପାଶ୍ ହେବାକୁ ସମାଲୋଚନା କରିଛନ୍ତି ତୃଣମୂଳ ସାଂସଦ ଡେରେକ୍ ଓ ବ୍ରାଏନ୍ । ପିଜା ଡେଲିଭରୀ ହେବା ପରି ସରକାର ବିଲ୍ ଗୁଡିକ ପାଶ୍ କରାଉଛନ୍ତି । ବୁଧବାର ଟ୍ବିଟ୍ କରି ବ୍ରାଏନ୍ କହିଛନ୍ତି ‘ସରକାର ପିଜା ଡେଲିଭରୀ କରିବା ଭଳି ବିଲ୍ ପାଶ୍ କରିବା ଦ୍ବାରା କୌଣସି ବିଲ୍ ଉପରେ ଆଲୋଚନା ହୋଇପାରୁନାହିଁ ।’ ବିଲ୍ ଉପରେ ଆଲୋଚନା ହେଉନଥିବାରୁ ବିଲ୍ ପାଶ୍ ହୋଇଯାଉଛି ବୋଲି ବ୍ରାଏନ୍ ପ୍ରକାଶ କରିଛନ୍ତି । ପୂର୍ବରୁ 2004ରୁ 2009 ମଧ୍ୟରେ ଆଲୋଚନା ପରେ 60 ପ୍ରତିଶତ ବିଲ୍ ପାଶ୍ ହୋଇ ପାରିନଥିଲା । 2009-14 ମଧ୍ୟରେ 71 ପ୍ରତିଶତ ବିଲ୍ ପାଶ୍ ହୋଇ ପାରିନଥିଲା । 2014-19 ମଧ୍ୟରେ 26 ପ୍ରତିଶତ ବିଲ୍ ଉପରେ ଆଲୋଚନା ହେବା ପରେ ପାଶ୍…

