Author: Samikhsya Bureau

ସଡକ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟିଙ୍କୁ ଟାର୍ଗେଟ୍‌ କରିଛନ୍ତି । ବିଜେପି ସବୁବେଳେ ବଙ୍ଗଳାକୁ ବଦନାମ୍‌ କରିବାକୁ ଚେଷ୍ଟା କରୁଛି କିନ୍ତୁ ୟୁପିରେ କ’ଣ ହେଉଛି ତାହା କ’ଣ ସରକାର ଜାଣିପାରୁନାହାନ୍ତି ବୋଲି କହିଛନ୍ତି ମମତା।  ଉନ୍ନାଓର ପୀଡ଼ିତାଙ୍କର ଗମ୍ଭୀର ଅବସ୍ଥା ତଥା ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମୃତ୍ୟ ଘଟଣାକୁ ନେଇ କଟାକ୍ଷ କରିବା ସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ଓ ସେଠାକାର ଯୋଗୀ ସରକାରଙ୍କ ଉପରେ ବିଶ୍ବାସ କରାଯାଇପାରିବ ନାହିଁ ବୋଲି କହିଛନ୍ତି ମମତା । ଆହୁରି ମଧ୍ୟ ମମତା କହିଛନ୍ତି ଯେ, ୟୁପିରେ ଏବେ କ’ଣ ଚାଲିଛି । ସେଠାରେ ଗୋରକ୍ଷା ନାମରେ ହିଂସା ଅନୁଭୂତ ହେଉଛି । ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍‌ କରିଛନ୍ତି ଯେ, ଜନତାଙ୍କ ପାଇଁ କାମ କରନ୍ତୁ କାରଣ ସେ ଜନତାଙ୍କ ପାଇଁ ନିର୍ବାଚିତ ହୋଇଛନ୍ତି ।…

Read More

ଆଜି ରାଜ୍ୟପାଳ ଭାବେ ଆନନ୍ଦିବେନ ପଟେଲ, ଫଗୁ ଚୌହ୍ବାନ ଓ ଲାଲାଜୀ ଟଣ୍ଡନ ଯଥାକ୍ରମେ ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌଠାରେ ଆନନ୍ଦିବେନ ରାଜ୍ୟପାଳ ଭାବେ  ଶପଥ ଗ୍ରହଣ କରିଥିଲେ । ରାଜଭବନଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୋବିନ୍ଦ ମାଥୁର ଶ୍ରୀମତୀ ପଟେଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହାପୂର୍ବରୁ ଆନନ୍ଦିବେନ୍‌ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ । ସେହିପରି ବିହାର ରାଜ୍ୟପାଳ ଭାବେ ଶପଥ ନେଇଥିବା ଫଗୁ ଚୌହ୍ନାନଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅମରେଶ୍ୱର ପ୍ରତାପ ସାହି ପଦ ଓ ଗୋପନୀୟତାର ଶପଥ ପାଠ କରାଥିଲେ। ପୂର୍ବରୁ ଏଠାରେ ଲାଲଜୀ ଟଣ୍ଡନ ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରୁଥିଲେ। ମଧ୍ୟପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଆଜି ଲାଲଜୀ ଟଣ୍ଡନ ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି…

Read More

କେଜିଏଫ୍‌-2ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ସଞ୍ଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ ସଞ୍ଜୟଙ୍କ ଚରିତ୍ର ଅଧୀରାର ଫାଷ୍ଟ ଲୁକ୍‌ ଜାରି କରାଯାଇଛି । କେଜିଏଫ୍‌-1ର ମୁଖ୍ୟ ଅଭିନେତା ୟଶ୍‌ ଫିଲ୍ମର ଫାଷ୍ଟଲୁକ୍‌ ପୋଷ୍ଟର ସେୟାର କରିଛନ୍ତି । 60 ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଖଳନାୟକର ଏହି ଅଭିନେତା ବର୍ତ୍ତମାନ ମଧ୍ୟ ନିଜର ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରୁଛନ୍ତି ବୋଲି ୟଶ୍‌ ଟ୍ବିଟ୍‌ କରିଛନ୍ତି । ଏହାପରେ ୟଶ୍‌ଙ୍କୁ ଧନ୍ୟବାଦ ଜଣାଇ ଏକ ଟ୍ବିଟ୍‌ କରିଥିଲେ ସଞ୍ଜୟ ଦତ୍ତ । ଫିଲ୍ମର ହିନ୍ଦି ରାଇଟ୍ସ କିଣିଥିବା ଫରହାନ୍‌ ଅଖ୍‌ତର ମଧ୍ୟ ସଞ୍ଜୟ ଦତ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଫିଲ୍ମ ବ୍ୟତିତ ଟୋରବାଜ୍‌, ପ୍ରସାନ୍ଥମ, ପାନିପତ, ସଡକ୍‌-2 ଏବଂ ଭୁଜ୍‌ – ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ନଜର ଆସିବାକୁ ଯାଉଛନ୍ତି ସଞ୍ଜୟ ଦତ୍ତ ।

Read More

ସମୀକ୍ଷା ବ୍ୟୁରୋ ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହା ଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି। ଚେନ୍ନାଇର ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ଏହି ମାନ୍ୟତା ମିଳିଛି। ପ୍ରତିବର୍ଷ ଜୁଲାଇ ୩୦ରେ ଓଡ଼ିଶାରେ ରସଗୋଲା ଦିବସ ପାଳିତ ହେଉଛି। ତେବେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଏହାକୁ ନେଇ ଚାଲିଥିବା ପଶ୍ଚିମବଙ୍ଗ ସହ ରସଗୋଲା ବିବାଦରେ ଓଡ଼ିଶାର ବିଜୟ ହୋଇଛି । ୨୦୧୮ ଅଗଷ୍ଟ ୧୭ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ଦାବି ନେଇ ନଥିପତ୍ର ଦାଖଲ ହୋଇଥିଲା।  ଆଜି ଏ ନେଇ ଜିଆଇ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଓଡ଼ିଶା ରସଗୋଲା ସମ୍ପର୍କରେ କିଛି । ମିଠା ଜାତୀୟ ଖାଦ୍ୟ ଭିତରେ…

Read More

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ତେଣୁ ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ତିନୋଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସଜାଗ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ବଙ୍ଗୋପସାଗରରେ ମନସୁନ୍‌ ଟ୍ରାପ୍ ଲାଇନ୍‌ ସହିତ ଘୂର୍ଣ୍ଣିବଳୟ ମଧ୍ୟ ରହିଛି । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ସୋନପୁର ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ଆଗାମୀ ୨୪ ଘଣ୍ଟା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

Read More

ସୋମବାର ଆଫଗାନିସ୍ତାନର ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 20 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 50ରୁ ଅଧିକ ଲୋକ ଆହତ ହୋଇଛନ୍ତି । କାବୁଲର ଗ୍ରୀନ୍‌ ଟ୍ରେଣ୍ଡ ଅଫିସ୍‌ରେ ଏହି ବିସ୍ଫୋରଣ ଘଟିଥିଲା । ଏକାଧିକ ବନ୍ଧୁକଧାରୀ ଲୋକ ଉପରାଷ୍ଟ୍ରପତିଙ୍କ ଉପରକୁ ଆକ୍ରମଣ କରି ନରସଂହାର ଘଟାଇଥିଲେ । ଆକ୍ରମଣର ତୁରନ୍ତ ପରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଅମରୁଲ୍ଲା ଶାହଙ୍କ ସ୍ଥାନାନ୍ତର କରାଯାଇଥିବା ନେଇ ନସ୍ରତ ରହିମ୍‌ ସୂଚନା ଦେଇଛନ୍ତି । ଏହି ଘଟଣା ପରେ 85 ଜଣ ଜନତାଙ୍କୁ ଉଦ୍ଧାର କରାଯାଇଛି । ଉଭୟ ତାଲିବାନ୍‌ ଏବଂ ଆଇଏସ୍‌ ଆଇଏସ୍‌ ଏହି ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ କୌଣସି ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।

Read More

ଆଇଏଏସ୍‌ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ମିଳିଲା ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କେ ପାଣ୍ଡିଆନ୍‌ ଏବେ 5T ସଚିବ ଭାବେ ନିଯୁକ୍ତି ପାଇଲେ । ପାଣ୍ଡିଆନ୍‌ଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚିତ ରହିଛନ୍ତି ଏହି ଆଇଏଏସ୍‌ ଜଣକ  । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇ ମଧ୍ୟ ରାଜ୍ୟ ରାଜନୀତିରେ ତାଙ୍କର ଜୋର୍‌ ସବୁଠୁ ଅଧିକ ବୋଲି ବିରୋଧୀ ସବୁ ବେଳେ ଅଭିଯୋଗ କରୁଛନ୍ତି । ଚଳିତ ଥର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ତାଗିଦ୍‌ କରି ଆସିଛନ୍ତି । ଏବେ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବେ ପାଣ୍ଡିଆନ୍‌ । ମୁଖ୍ୟମନ୍ତ୍ରୀଙ୍କ 5T ସଂପର୍କିତ ସମୀକ୍ଷା କରିବେ ଭି.କେ. ପାଣ୍ଡିଆନ ।

Read More

ଇଂଲିଶ ପ୍ରିମିୟର ଲିଗ୍‌ର ଶକ୍ତିଶାଳୀ ଦଳ ଲିଭରପୁଲ୍‌ ଆଶ୍ଚର୍ଯ୍ୟଜନକ ଭାବରେ ନାପୋଲି ନିକଟରୁ ପରାଜିତ ହୋଇଛି । ରବିବାର ଏଡିନ୍‌ବର୍ଗରେ ଅନୁଷ୍ଠିତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ପରାଜିତ ହୋଇଛି ଲିଭରପୁଲ୍‌ । ନାପୋଲି ପକ୍ଷରୁ ଲରେଞ୍ଜୋ ଇନ୍‌ସିନେ, ଅର୍କାଡିଉଜ୍‌ ମିଲିକ୍‌ ଏବଂ ଆମିନ୍‌ ୟୁନେସ୍‌ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ । ଲିଭରପୁଲ୍‌ ମ୍ୟାନେଜର୍‌ ଜର୍ଗନ୍‌ କ୍ଲପ୍‌ ଏହି ମ୍ୟାଚ୍‌ ନିମନ୍ତେ ସମସ୍ତ 21 ଖେଳାଳିଙ୍କୁ ପଡିଆକୁ ଓହ୍ଲାଇଥିଲେ । ଆସନ୍ତା ସପ୍ତାହରେ ଦଳ ମାଞ୍ଚେଷ୍ଟର ସିଟି ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏହା ଦଳ ପାଇଁ ଚିନ୍ତାର ବିଷୟ ରହିବ । ଏହାପରେ ଲିଭରପୁଲ୍‌ ବୋରୁସା ଡର୍ଟମୁଣ୍ଡ ଏବଂ ସେଭିଲ୍ଳା ବିପକ୍ଷରେ ଖେଳିବ ।

Read More

ଜମାରାଶି ଉପରେ ସୁଧହାର ହ୍ରାସ କରିଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ଅଗଷ୍ଟ 1 ତାରିଖରୁ ଏହି ନୂତନ ସୁଧହାର ଲାଗୁ କରାଯିବ ବୋଲି ଜଣାପଡିଛି । ଉଭୟ ରିଟେଲ ଏବଂ କର୍ପୋରେଟ୍‌ ଜମା ଉପରେ ଏହା ଲାଗୁ କରାଯିବ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି । ରିଟେଲ ଜମା ଉପରେ 20 ବିପିଏସ୍‌ ହ୍ରାସ କରାଯାଇଥିବା ବେଳେ କର୍ପୋରେଟ୍‌ ଜମା ଉପରେ 35 ବିପିଏସ୍‌ ହ୍ରାସ କରାଯାଇଛି । 179 ଦିନରୁ କମ୍‌ ଦିନର ଜମା ଉପରେ ସୁଧହାରରେ 50ରୁ 75 ବିପିଏସ୍‌ ହ୍ରାସ କରାଯାଇଛି । ରିପୋର୍ଟ ଅନୁଯାୟୀ 2 କୋଟିରୁ କମ୍‌ ଜମାରାଶି ଉପରେ ପୂର୍ବରୁ 7 ପ୍ରତିଶତ ସୁଧ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ 6.8 ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି 2-3 ବର୍ଷ ମଧ୍ୟରେ ଜମାରାଶି ନିମନ୍ତେ ସୁଧହାର 6.70 କୁ ହ୍ରାସ କରାଯାଇଛି ।

Read More

ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା । ରସଗୋଲା ଲଢେଇରେ ଓଡ଼ିଶା ବାଜିମାତ୍‌ କରିଛି । ପୂର୍ବରୁ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇ ହୋଇଥିଲା । ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍‌ ପକ୍ଷରୁ ମିଳିଲା ମାନ୍ୟତା । ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇରେ ଓଡ଼ିଶାର ବଡ଼ ବିଜୟ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ରହିଛି ରସଗୋଲା । ଶ୍ରୀଜଗନ୍ନାଥଙ୍କ ନବଦିନବ୍ୟାପୀ ରଥଯାତ୍ରା ପରେ ନୀଳାଦ୍ରି ବିଜେ ସମୟରେ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୋଇଥାଏ ।

Read More

କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦେଖି  କଂଗ୍ରେସ ନେତା ନରସିଂହ ଆଜି ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, କିଛି ଲୋକ ଗାନ୍ଧି ହତ୍ୟାକାରୀ ଗଡ୍‌ସେ ଫଟୋଙ୍କୁ ପୂଜା କରୁଛନ୍ତି । ଗଡସେର ନୀତି, ଆଦର୍ଶରେ ଅନୁପ୍ରାଣିତ ହେଲା ଭଳି ଜଣାପଡୁଛି । ନରସିଂହଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ଉପନେତା ବିଷ୍ଣୁ ସେଠୀ ତାଙ୍କୁ ଟାର୍ଗେଟ୍‌  କରିଛନ୍ତି । ବିଷ୍ଣୁ କହିଛନ୍ତି ଯେ, କାହାକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ । ଆପଣଙ୍କ ମଣିଶଙ୍କର ଆୟର ଓ ସିଦ୍ଧୁ କ’ଣ କହୁଛନ୍ତି ।  ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେଉ, ଆମେ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଷ୍ଣୁ ।

Read More

ସୋମବାର ବାଚସ୍ପତି କେ ଆର ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୋମବାର ୟେଦୁରପ୍ପା ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପ୍ରଦାନ କରିଥିବା ବିଦ୍ରୋହୀ ବିଧାୟକଙ୍କ ମାମଲାରେ ରମେଶ ସମଗ୍ର ଦେଶର ନଜରରେ ରହିଥିଲେ । ବିଧାୟକଙ୍କ ଇସ୍ତଫା ଗ୍ରହଣ ନକରିଥିବାରୁ ବିଜେପି ବିଧାୟକ ରମେଶଙ୍କୁ ବିରୋଧ କରୁଥିଲେ । ଏହା ସହିତ କ୍ଷମତାକୁ ଆସିବା ପରେ ରମେଶଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ବିଜେପି ପକ୍ଷରୁ ପ୍ରକାଶ କରାଯାଇଥିଲା । ତେଣୁ ଆଜି ବିଜେପି କ୍ଷମତାକୁ ଆସିବା ପରେ ତୁରନ୍ତ ଇସ୍ତଫା ପ୍ରଦାନ କରିଛନ୍ତି କେ ଆର ରମେଶ କୁମାର ।

Read More

ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଘଟଣାରେ ଜଣେ 10 ବର୍ଷର ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି । ରବିବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ମୃତ ଶିଶୁର ମା ଫାତିମା ଜୈନ(35) ଏବଂ ଅନ୍ୟ ଜଣେ ସାଧାରଣ ନାଗରିକ ମହମ୍ମଦ ଆରିଫ୍‌ ଏହି ଘଟଣାରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁଞ୍ଚ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୋମବାର ସକାଳୁ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ 22 ତାରିଖରେ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନଙ୍କ ପ୍ରାଣହାନି ଘଟିଥିଲା ।

Read More

ସମାଜବାଦୀ ପାର୍ଟିର ସାଂସଦ ଆଜମ୍‌ ବିଜେପି ସାଂସଦ ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ଆଜି ଲୋକସଭାରେ କ୍ଷମା ମାଗିଛନ୍ତି । ସୋମବାର ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆଜମ୍‌ ଖାନ୍‌ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷମା ମାଗିଛନ୍ତି । ଯଦି ତାଙ୍କର ମନ୍ତବ୍ୟ ନେଇ କାହାକୁ କଷ୍ଟ ହୋଇଥାଏ କିମ୍ବା କାହା ଭାବନାରେ ବାଧା ପହଞ୍ଚିଥାଏ, ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି କହିଥିଲେ । ଆଜମ୍‌ କ୍ଷମା ମାଗିବା ପରେ ଗୃହରେ ଭାଜପା ଏମ୍‌ପିଙ୍କ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହି କ୍ରମରେ ସପାର ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବ ଉନ୍ନାଓ ପୀଡ଼ିତାଙ୍କ ଘଟଣା ଉପରେ ପ୍ରଶ୍ନ କରି ବିଜେପି ଏହି ଘଟଣା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌ ବୋଲି କହିଥିଲେ । ଏହା ପରେ ବାଚସ୍ପତି ଓମ୍‌ ବିର୍ଲା ଆଜମ ଖାନ୍‌ଙ୍କୁ ଦ୍ବିତୀୟଥର ପାଇଁ ରମା ଦେବୀଙ୍କୁ…

Read More

କର୍ଣ୍ଣାଟକ ରାଜନୀତିରେ ସବୁଦିନେ କିଛି ନା କିଛି ରୋଚକ ମୋଡ଼ ଦେଖିବାକୁ ମିଳିଥାଏ । ତେବେ କର୍ଣ୍ଣାଟକରେ ଆସ୍ଥା ଭୋଟ୍‌ରେ ଜିତିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ଆଜି କର୍ଣ୍ଣାଟକ ବିଧାନସଭରେ ବିଏସ୍‌ ୟେଦୁରପ୍ପା ବହୁମତ ପ୍ରମାଣ ଦେଇଛନ୍ତି । ସଂଖ୍ୟା ଗଣତିରେ ଆଗରେ ରହିଥିଲେ ୟେଦୁ ସରକାର । ତେବେ କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଆସ୍ଥା ଭୋଟରେ ହାରି ସରକାର ଭାଙ୍ଗିଥିବାବେଳେ ୟେଦୁରପ୍ପା କିନ୍ତୁ ବାଚନିକ ଭୋଟ୍‌ରେ ଜିତି ବହୁମତର ପ୍ରମାଣ ଦେଇଛନ୍ତି । ଗତକାଲି ୧୪ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି କେ. ଆର ରମେଶ କୁମାର । ଏମାନଙ୍କ ମଧ୍ୟରେ କଂଗ୍ରେସର ୧୧ ଜଣ ଥିବାବେଳେ ଜେଡିଏସର ୩ ଜଣ ଅଛନ୍ତି । ଆଗରୁ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି । କର୍ଣ୍ଣାଟକରେ ଏହି ବିଧାୟକଙ୍କ ବିଦ୍ରୋହ ଯୋଗୁଁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା…

Read More

କେଦାର ମିଶ୍ର ବିଷ୍ଣୁ ସେଠୀ, ବିଧାନସଭାରେ ଭାରତୀୟ ଜନତା ପାର୍ଟିର ଉପ ନେତା ଓ ଜଣେ ପୁରୁଣା ବିଧାୟକ। ଗତ ଶନିବାର ବିଧାନସଭାରେ ହଠାତ ସେ ରାଜ୍ୟର ସାହିତ୍ୟ ଏକାଡେମୀ ପ୍ରସଙ୍ଗ ଉଠାଇଲେ। ଭଲକଥା। କୃଷି, ଗ୍ରାମ୍ୟ ଉନ୍ନୟନ କିମ୍ବା ଅନ୍ୟାନ୍ୟ ଦୁଧିଆଳି ବିଭାଗ କଥା ଛାଡି ହଠାତ ଓଡିଶା ସାହିତ୍ୟ ଏକାଡେମୀ ବାବଦରେ ବିଧାୟକ ମହାଶୟ ଆଲୋଚନା କରିବା, ବେଶ ଖୁସିର କଥା। ଅନ୍ତତଃ ଆମର ବିଧାୟକମାନେ ରାଜ୍ୟର ସାହିତ୍ୟ ଓ ସଂସ୍କୃତି ବିଷୟରେ ସଚେତନ ଅଛନ୍ତି, ଏକଥା ଭାବିଲା ବେଳକୁ ବଡ ଆନନ୍ଦ ଲାଗୁଛି। ବିଭିନ୍ନ ଖବର କାଗଜରୁ ଆମେ ଯାହା ପଢିଲୁ, ସେଥିରୁ ଜାଣିଲୁ ଯେ ବିଷ୍ଣୁ ବାବୁ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି, ସେସବୁ ଅସତ୍ୟ କିମ୍ବା ଅପତଥ୍ୟ। ଓଡିଶା ସାହିତ୍ୟ ଏକାଡ଼େମୀର କୌଣସି ମୌଳିକ ସମସ୍ୟା ବା ସଙ୍କଟ କଥା ନ ଉଠାଇ ବିଧାୟକ ମହାଶୟ ଗୁଡାଏ ଅନାବଶ୍ୟକ ପ୍ରସଙ୍ଗ ଉଠାଇଛନ୍ତି। ଓଡିଶା ସାହିତ୍ୟ…

Read More

ଟୁର୍‌ ଡି ଫ୍ରାନ୍ସର ନୂତନ ବିଜେତା ଭାବରେ ଉଭା ହୋଇଛନ୍ତି ଏଗାନ୍‌ ବର୍ଣ୍ଣାଲ । ପ୍ରଥମ କଲମ୍ବିଆ ଖେଳାଳି ଭାବରେ 22 ବର୍ଷୀୟ ବର୍ଣ୍ଣାଲ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ଟୁର୍‌ ଡି ଫ୍ରାନ୍ସ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବରେ ବିଜୟୀ ହେବାର ରେକର୍ଡ କରିଛନ୍ତି । ରବିବାର ଟୁର୍‌ ଡି ଫ୍ରାନ୍ସର 21 ତମ ଷ୍ଟେଜ୍‌ରେ ଅଷ୍ଟ୍ରେଲିଆର କାଲେବ୍‌ ଏଓ୍ବାନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ବର୍ଣ୍ଣାଲ । ନିଜ ଦଳୀୟ ସାଥୀ ତଥା ଡିଫେଣ୍ଡିଂ ଚାମ୍ପିୟନ୍‌ ଗେରାଣ୍ଟ ଥୋମାସ୍‌ଙ୍କୁ 1.11 ସେକେଣ୍ଡରେ ପଛରେ ପକାଇଥିଲେ ବର୍ଣ୍ଣାଲ । ନେଦରଲ୍ୟାଣ୍ଡର ଷ୍ଟିଭେନ କ୍ରୁଜିସ୍ବିକ୍‌ 1.31 ସେକେଣ୍ଡ ପଛରେ ରହି ତୃତୀୟ ସ୍ଥାନରେ ରହିଥିଲେ ।

Read More

ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । 2018ର ବ୍ୟାଘ୍ରଗଣନା ରିପୋର୍ଟ ଅନୁଯାୟୀ ଭାରତରେ 2976ଟି ବାଘ ଅଛନ୍ତି । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ ଉନ୍ମୋଚିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ-2018 ଉନ୍ମୋଚିତ କରିଛନ୍ତି । ଭାରତରେ 2976ଟି ବ୍ୟାଘ୍ର ଥିବା ରିପୋର୍ଟରେ ପ୍ରକାଶ ପାଇଛି । 2014ରେ ଦେଶରେ 2226ଟି ବାଘ ଥିଲେ । ଏଥର ବାଘ ସଂଖ୍ୟାରେ 741 ବୃଦ୍ଧି ପାଇଛି । ମୋଦୀ କହିଛନ୍ତି ଯେ ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । ଆମ ଦେଶ ଭାରତ ହେଉଛି ବିଶ୍ୱରେ ବାଘମାନଙ୍କ ପାଇଁ ସବୁଠାରୁ ବଡ଼ ଓ ସୁରକ୍ଷିତ ସ୍ଥାନ ବୋଲି ମୋଦି କହିଛନ୍ତି ।…

Read More

ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବି ଏସ୍‌ ୟେଦ୍ୟୁରପ୍ପା । ଗତକାଲି 14 ବିଦ୍ରୋହୀ ବିଧାୟକଙ୍କୁ ବରଖାସ୍ତ କରାଯିବା ପରେ ସଂଖ୍ୟାଗଣିତରେ ଆଗୁଆ ରହିଛି ବିଜେପି ।  ସମୁଦାୟ ଅଯୋଗ୍ୟ ଘୋଷିତ ବିଦାୟକଙ୍କ ସଂଖ୍ୟା 17ରେ ପହଞ୍ଚିଛି । 17 ବିଧାୟକଙ୍କ ବିନା ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭା ବିଧାୟକଙ୍କ ସଂଖ୍ୟା 208ରେ ପହଞ୍ଚିଛି । ଏହା ଫଳରେ ସଂଖ୍ୟ ଗରିଷ୍ଠତା ନିମନ୍ତେ ବିଜେପିକୁ 105 ବିଧାୟକ ଆବଶ୍ୟକ ଯାହାକି ବିଜେପି ନିକଟରେ ଉପଲବ୍ଧ ଅଛି । ଏହା ବ୍ୟତିତ ଜନୈକ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜ ସମର୍ଥନ ଦେଇଛନ୍ତି । ଯାହାଫଳରେ ଆସ୍ଥା ଭୋଟରେ ବିଜେପି ସହଜରେ ବିଜୟୀ ହେବାକୁ ଯାଉଛି । ସେହିପରି ଆଜି କଂଗ୍ରେସ ପକ୍ଷରୁ ଏହାର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବ । ସରକାର…

Read More

ନାଇଜେରିଆରେ ଏକ ଆତଙ୍କବାଦୀ ଆକ୍ରମଣରେ 60 ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପୂର୍ବ ନାଇଜେରିଆରେ ବୋକୋ ହାରାମ ଆତଙ୍କୀ ସଙ୍ଗଠନ ପକ୍ଷରୁ 60 ଜଣଙ୍କୁ ହତ୍ୟା କରାଯାଇଛି । ନାଗ୍ନାଞ୍ଜି ଗ୍ରାମର ଲୋକ ଏକ ଶବଦାହରୁ ଫେରୁଥିବା ସମୟରେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ବୋକୋ ହାରାମ ଆତଙ୍କୀ ସଙ୍ଗଠନ ନିଜର ଦଶ ବର୍ଷ ପୂରଣ କରୁଥିବାରୁ ଏହି ବର୍ବର ଆକ୍ରମଣ କରାଯାଇଛି । ରବିବାର ମଧ୍ୟାହ୍ନରେ ଏହି ଆକ୍ରମଣ ହୋଇଥିବା ନେଇ ନାଇଜେରିଆନ୍‌ କାଉନ୍‌ସିଲ୍‌ ଚେୟାରମ୍ୟାନ୍‌ମହମ୍ମଦ ବୁଲାମା ପ୍ରକାଶ କରିଛନ୍ତି । ନାଇଜେରିଆ ସେନା ପକ୍ଷରୁ ଆକ୍ରମଣ ପରେ କଡା ସୁରକ୍ଷା ବ୍ୟବସ୍ଥା ଆପଣାଯାଇଥିବା ନେଇ ରାଷ୍ଟ୍ରପତି ମହମ୍ମଦ ବୁହାରୀ ପ୍ରକାଶ କରିଛନ୍ତି । ବିଗତ 10 ବର୍ଷ ମଧ୍ୟରେ ବୋକୋ ହାରାମ ଆକ୍ରମଣରେ 10 ହଜାରରୁ ଅଧିକ ନୀରିହ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

Read More

ଆସନ୍ତା ଅଗଷ୍ଟ 4 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 1 ତାରିଖରୁ ବର୍ଷା ବଢିପାରେ । ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ 4 ଟି ଦକ୍ଷିଣ ଓଡିଶା ଜିଲ୍ଲା- କଳାହାଣ୍ଡି, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଆଉ 9 ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଅଗଷ୍ଟ 5ରୁ8 ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ 26 ପ୍ରତିଶତ କମ୍ ରହିଛି ।

Read More