ସମୀକ୍ଷା ବ୍ୟୁରୋ ଆଜି ଓଡିଶା ରାଜନୀତିରେ ୨‘ବି’ କୁ ନେଇ ଚର୍ଚ୍ଚା ଚାଲିଛି। ସେହି ଦୁଇ ବି ହେଲେ ଜଣେ ବିଜୟ ମହାପାତ୍ର ଆଉ ଜଣେ ହେଲେ ବିଶ୍ବଭୂଷଣ ହରିଚନ୍ଦନ। ଗୋଟିଏ ପଟେ ପାଟକୁରା ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଭୋଟ ଗଣତି ଚାଲିଥିବା ବେଳେ ସେପଟେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ବଭୂଷଣ ହରିଚନ୍ଦନ। ପାଟକୁରାରେ ବିଜେପିର ବରିଷ୍ଠ ନେତା ସମସ୍ତ ରାଉଣ୍ଡ ଗଣତିରେ ପଛୁଆ ରହି ଶେଷରେ ୧୭ ହଜାର ୬୫୫ ଭୋଟରେ ହାରିଗଲେ। ଠିକ୍ ସେହି ସମୟରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ। ଏହା ଏକ ସଂଯୋଗ ବୋଲି କୁହାଯାଇପାରେ। ଉଭୟ ବିଜୟ ଏବଂ ବିଶ୍ବଭୂଷଣ ଏକଦା ଓଡିଶା ରାଜନୀତିରେ ବେଶ୍ ନାମକରା ନେତା ଥିଲେ। ଉଭୟ ଓଡିଶା ମନ୍ତ୍ରିମଣ୍ଡଳରେ ମଧ୍ୟ ବେଶ୍ ଶକ୍ତିଶାଳୀ ଥିଲେ। ହେଲେ ପରିସ୍ଥିତି ଅନୁସାରେ ଉଭୟଙ୍କୁ ବିଜେପିରେ ଜଣେ ଜଣେ…
Author: Samikhsya Bureau
ଆସାମର କରିମ୍ଗଞ୍ଜଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଦୁଇ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ଜଣ ଆହତ ହୋଇଛନ୍ତି। ବୁଧବାର ସକାଳରୁ ଏହି ଘଟଣାଟି ଘଟିଛି ବୋଲି ଜଣାପଡିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଦ୍ରୁତ ଗତିରେ ଥିବା ଯୋଗୁଁ ଏହି ବସ୍ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇ ବସ୍ଟି ଧକ୍କା ହୋଇ ପାଖରେ ଥିବା ପୋଖରୀରେ ପଡ଼ିଥିଲେ।
ପ୍ରଥମେ କଳାହାଣ୍ଡିରେ ଦୁଇ ଦିନରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଏବେ ସୀମାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଝାଡ଼ଖଣ୍ଡର ସୋନୁଆ ଥାନା ଅନ୍ତର୍ଗତ ଉଡୁଣିଆ ଗାଁରେ ୨ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘାଟି ନିକଟରେ ସେମାନଙ୍କ ଗୁଳି ବିଦ୍ଧ ମୃତ ଶରୀର ପଡ଼ି ରହିଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ରେଳପଥ ଓ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇପାରେ । ମୁମ୍ବାଇରେ ୨୪ରୁ ୨୮ ତାରିଖ ଯାଏଁ ବର୍ଷା ହେବାର ଅନୁମାନ କରାଯାଉଛି । ଅନ୍ଧେରୀ ଅଂଚଳରେ ବର୍ଷା ଜାରି ଥିବା ବେଳେ କମ ଦୃଶ୍ୟମାନ ହେବାରୁ ବୁଧବାର ସକାଳୁ ୨ଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବର୍ଷା ଯୋଗୁଁ ରେଳପଥ ଗୁଡ଼ିକ ପାଣିରେ ବୁଡ଼ିଯାଇଛି । ଫଳରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । କେବଳ ମୁମ୍ବାଇ ନୁହେଁ, ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଲୋକଙ୍କ ପାଇଁ ଦାଉ ସାଜିଛି ।…
ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ବିଜେଡ଼ି ବାଜିମାତ୍ କରିଛି। ଏହି ଆସନରେ ପୂର୍ବତନ ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଏହି ଆସନରୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜୟ ମହାପାତ୍ରଙ୍କୁ ୧୭,୯୨୦ ଭୋଟରେ ମାତ୍ ଦେଇଛନ୍ତି। ବିଜେପିର ପରାଜୟ ପରେ ବିଜୟ ମହାପାତ୍ର ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ପାଟକୁରା ନିର୍ବାଚନ ଫଳାଫଳ ନେଇ ବିଜୟ ମହାପାତ୍ର କହିଛନ୍ତି କି, ଫଳାଫଳ ଆଶ୍ଚର୍ଯ୍ୟ କରିଛି, ଲୋକମତ ମୋ ସପକ୍ଷରେ ଥିଲା। ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡିବ। ଲୋକଙ୍କ ରାୟକୁ ମାନିବାକୁ ପଡିବ। ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ଅଛି। ସରକାର ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ। ମନ୍ତ୍ରୀ, ନେତା ପାଟକୁରାରେ ଡେରା ପକେଇ ବସିଥିଲେ। କେବଳ ସେତିକୁ ନୁହେଁ ବିଜେଡି ନେତାମାନେ ଘରଘର ବୁଲି ଟଙ୍କା ବାଣ୍ଟୁଥିଲେ। ଭୋଟ କିଣିଥିଲେ। ଲୋକମତ ଭିନ୍ନ ଥିଲା, କଣ ପାଇଁ ଏପରି ହେଲା ତାହା ଅନୁଧ୍ୟାନ…
ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ବିଧି ମୁତାବକ ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ । ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ଏହି ଗୁପ୍ତସେବା ସମ୍ପାଦନ କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣରେ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦର୍ଶନ ବନ୍ଦ ହେବ। ତେବେ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ, ଶଂଖ, କେଶର, କର୍ପୂର, କଇଁଥ, ଅଠା, କସ୍ତୁରୀ, କଜ୍ୱଳ, ହରିତାଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଇଥାଏ। ବାହୁଡା ପରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କର ରତ୍ନବେଦୀରେ ବନକଲାଗି ନୀତି ଅନୁଷ୍ଠିତ ହେବ ।…
ଦେଶରେ ବଢି ଚାଲିଥିବା ମୁବ୍ ଲିଚିଂ ବା ଭିଡ ହିଂସା ଘଟଣାକୁ ନେଇ ଫିଲ୍ମ ତଥା କଳା ଜଗତର ୪୯ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଦେଶରେ ବଢି ଚାଲିଥିବା ମୁବ୍ ଲିଚିଂ ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ସରକାର ଏକ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହି ଚିଠି ଲେଖିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି – ମଣି ରତ୍ନମ୍, ଅଦୂର ଗୋପାଳକୃଷ୍ଣନ୍, ରାମଚନ୍ଦ୍ର ଗୁହା, ଅନୁରାଗ କାଶ୍ୟପ, ବିନାୟମ ସେନ୍, ସୌମିତ୍ରୋ ଚାଟ୍ଟାର୍ଜୀ, ଅପର୍ଣ୍ଣା ସେନ୍, କୋଙ୍କଣା ସେନ ଶର୍ମା, ରେଭଥୀ, ଶ୍ୟାମ୍ ବେନଗଲ୍, ଶୁଭା ମୁଦଗଲ୍, ରୂପ୍ ଇସଲାମ୍, ଅନୁପମ୍ ରାୟ, ପ୍ରମ୍ବତା, ରିଦ୍ଧି ସେନ୍ ପ୍ରମୁଖ ବ୍ୟକ୍ତିମାନେ ଏହି ଚିଠି ଲେଖିଛନ୍ତି । ଏହି ପତ୍ରରେ ସେମାନେ କହିଛନ୍ତି ଯେ, ଆମ ସମ୍ବିଧାନ ମତରେ ଭାରତ…
ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ ଅଭିଯୋଗ ଆଣିଛି ମୁଖ୍ୟ ବିରୋଧୀ ଦଳ ବିଜେପି। ମନ୍ତ୍ରୀ ଗୃହରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ତାଙ୍କ ବିରୋଧରେ ବିଧାୟକ ଜୟନାରାୟଣ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ଜୟନାରାୟଣଙ୍କ ଅଭିଯୋଗ ଅନୁଯାୟୀ କେନ୍ଦୁଝର ବିଧାୟକ ମୋହନ ମାଝୀ ଅବକାରୀ ବିଭାଗକୁ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଭୁଲ ଉତ୍ତର ରଖିଛନ୍ତି। ରାଜ୍ୟରେ ୨୦୦୬ରୁ ଗୋଟିଏ ହେଲେ ବି ମଦ ଦୋକାନ ଖୋଲି ନାହିଁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ରାଜ୍ୟରେ ୨୦୦୬ ପରଠାରୁ ଶହ ଶହ ମଦ ଦୋକାନ ଖୋଲିଛି। ଯଦି ସ୍ୱାଧିକାର ଭଙ୍ଗ କମିଟି ଚାହିଁବ ତାହା ହେଲେ ସେ ତଥ୍ୟ ସହିତ ପ୍ରମାଣ ଦେବେ ବୋଲି ନିରଞ୍ଜନ ପୂଜାରୀ କରିଛନ୍ତି।
ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହୋଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହୋଇଥିଲା। ଏଠାରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ମୁଖ୍ୟତଃ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା। ଏହି ଲଢେଇରେ ବାଜିମାତ୍ ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀ। ପୁଣିଥରେ ଗଡ ରକ୍ଷା କରିଛି ବିଜେଡି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୭, ୬୫୫ ଭୋଟ୍ରେ ଆଗୁଆ ରହିଛନ୍ତି। ତାଙ୍କୁ ୯୫, ୧୬୨ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୨୦୯୦ଟି ଭୋଟ୍ ମିଳିଛି । ଇଭିଏମ୍ ଗଣତି ଶେଷ ହୋଇଯାଇଥିବାବେଳେ ପୋଷ୍ଟାଲ୍ ଭୋଟ୍ ଗଣତି ବାକି ରହିଛି । ସେହିପରି ଔପଚାରିକ ଭାବେ ଏହି ନିର୍ବାଚନୀ ଫଳାଫଳକୁ ନିର୍ବାଚନ କମିଶନର ଘୋଷଣା କରିବେ ।
ସମୀକ୍ଷା ବ୍ୟୁରୋ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ବିଶ୍ବଭୂଷଣ ହରିଚନ୍ଦନ। ରାଜଭବନ ପରିସରରେ ଆୟୋଜିତ ଏକ ସମାରୋହରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ସି. ପ୍ରବୀଣ କୁମାର ବିଶ୍ବଭୂଷଣଙ୍କୁ ରାଜ୍ୟର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରାଇଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନ ମୋହନ ରେଡ୍ଡି ଓ ତାଙ୍କ କ୍ୟାବିନେଟ୍ ଟିମ୍ ଉପସ୍ଥିତ ରହିଥିଲେ। ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଆଜି ଦାୟିତ୍ବ ଗ୍ରହଣ କରୁଛନ୍ତି। ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ୫ଥର ବିଧାନସଭାକୁ ନିର୍ବାଚିତ ହୋଇ ଓଡ଼ିଶା ରାଜନୀତିରେ ଜଣେ ସକ୍ରିୟ ରାଜନେତା ଭାବେ ନିଜର ଅବଦାନ ରଖିଛନ୍ତି।
ଅରବିନ୍ଦ ରାଉତ ପ୍ରସଙ୍ଗଟି ଅଲୋଚନା କରିବା ପୂର୍ବରୁ କହି ରଖିବା ଉଚିତ୍ ମନେକରୁଛି କି ଭାରତରେ ବନବାସୀମାନେ କେଉଁ ଆବହମାନ କାଳରୁ ଜଙ୍ଗଲ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଛନ୍ତି । ବହୁ ଗବେଷକ କହିଛନ୍ତି କି ଆଦିବାସୀମାନେ ହିଁ ଭାରତର ମୂଳ ଅଧିବାସୀ । ଜଙ୍ଗଲ ସେମାନଙ୍କର ମା’, ସେମାନଙ୍କ ପୂଜ୍ୟ ଦେବତା । ନିଜର ଜଙ୍ଗଲକୁ ସେମାନେ ପାରମ୍ପରିକ ଢ଼ଙ୍ଗରେ ଜଗାରଖା ଓ ପରିଚାଳନା ମଧ୍ୟ କରିଆସୁଛନ୍ତି । ସେମାନେ ଏତେ ଦୟାବନ୍ତ ଯେ ଅଣ-ବନବାସୀମାନଙ୍କୁ ସେମାନଙ୍କ ଜଙ୍ଗଲରେ ପ୍ରବେଶ କରିବାକୁ କେବେ ବାଧା ଦେଇ ନାହାନ୍ତି କି ତାଙ୍କ ଜଙ୍ଗଲକୁ ନେଇ ଭିନ୍ନ ସମୟରେ ଭିନ୍ନ ପ୍ରକାର ଆଇନ୍ ବନେଇାବା ବିରୋଧରେ ଆଜି ପର୍ଯ୍ୟନ୍ତ ପ୍ରତିବାଦ କରି ନାହାଁନ୍ତି । କିନ୍ତୁ ଆମେ ବନେଇଥିବା ଆଇନ୍ ଅନୁସାରେ ବନବାସୀମାନଙ୍କର ଜଙ୍ଗଲ ଉପରେ ଏହି ମୌଳିକ ଅଧିକାରକୁ ଅପରାଧ ବୋଲି ଧରାଯାଏ । ଜଙ୍ଗଲ…
ଅନୁଗୋଳ ଜିଲ୍ଲାର ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ମାଟି ଅତଡା ଖସିବାରୁ ମଙ୍ଗଳବାର-ବୁଧବାର ରାତି ୧୦ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । କୋଇଲା ବ୍ଲାଷ୍ଟିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମଧ୍ୟ ରାତିରେ ଅଚାନକ ମାଟି ଅତଡା ଖସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ସେଣ୍ଟ୍ରାଲ ହସ୍ପିଟଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଂଚଛନ୍ତି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ। ତେବେ ମିଳିଥିବା ସୂଚନା ଅନୁସାରେ ବିଜେଡି କ୍ରମାଗତ ଭାବରେ ଆଗୁଆ ହୋଇଚାଲିଛି। ଦଶମ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୪, ୭୨୭ ଭୋଟ୍ରେ ଆଗୁଆ ଅଛନ୍ତି। ତାଙ୍କୁ ୬୩, ୭୮୭ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୪୯, ୦୬୦ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୬୧୭ଟି ଭୋଟ୍ ମିଳିଛି। ଏହି ରାଉଣ୍ଡରେ ପ୍ରଥମଥର ପାଇଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡ଼ି ପ୍ରାର୍ଥୀ ସାବିତ୍ରୀଠାରୁ ୨୩୧ଖଣ୍ଡ ଭୋଟ ଅଧିକ ପାଇଛନ୍ତି।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ବିଜେଡି କ୍ରମାଗତ ଭାବରେ ଆଗୁଆ ହୋଇଚାଲିଛି । ଦଶମ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୪, ୯୫୮ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୫୮, ୯୧୯ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୪୩, ୯୬୧ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୫୩୯ଟି ଭୋଟ୍ ମିଳିଛି । ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ମହାପାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୮୮୧ ଭୋଟରେ ଅଧିକ ରହିଛନ୍ତି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ବିଜେଡି କ୍ରମାଗତ ଭାବରେ ଆଗୁଆ ହୋଇ ଚାଲିଛି । ନବମ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୪, ୦୭୭ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୫୩, ୭୩୨ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୯, ୬୫୫ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୩୭୯ଟି ଭୋଟ୍ ମିଳିଛି ।ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ମହାପାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୩୯୬ ଭୋଟରେ ଅଧିକ ରହିଛନ୍ତି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ସପ୍ତମ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୩,୬୮୧ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୪୭, ୯୮୪ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୪, ୩୦୩ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୨୮୮ଟି ଭୋଟ୍ ମିଳିଛି । ଅଷ୍ଟମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ମହାପାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ପାଖାପାଖି ୨୦୦୦ ଭୋଟରେ ଅଧିକ ରହିଛନ୍ତି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ସପ୍ତମ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୧,୭୯୧ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୪୨, ୦୩୭ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୦, ୨୪୬ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୧୦୭ଟି ଭୋଟ୍ ମିଳିଛି । ଗତ ବିଧାନସଭାରେ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଚଳିତ ଥର କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୦,୫୩୨ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୩୬,୬୧୨ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୨୬, ୦୮୦ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୯୮୨ଟି ଭୋଟ୍ ମିଳିଛି । ଗତ ବିଧାନସଭାରେ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଚଳିତ ଥର କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୮୬୭୩ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୩୦,୬୦୦ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୨୧, ୯୨୭ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୮୨୦ଟି ଭୋଟ୍ ମିଳିଛି । ଗତ ବିଧାନସଭାରେ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଚଳିତ ଥର କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୭୪୩୧ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୨୫,୨୧୪ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୧୭, ୭୮୩ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୭୦୪ଟି ଭୋଟ୍ ମିଳିଛି । ଗତ ବିଧାନସଭାରେ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଚଳିତ ଥର କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
ଗତକାଲି କର୍ଣ୍ଣାଟକ ମହାନାଟକରେ ଯବନିକା ପଡିଛି । କୁମାରସ୍ବାମୀ ସରକାର ଆସ୍ଥା ଭୋଟ୍ରେ ହାରିବା ପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ତେବେ କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ରାହୁଲ୍ ଗାନ୍ଧି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ରାହୁଲ୍ ଟୁଇଟର୍ରେ କହିଛନ୍ତି ଯେ, କର୍ଣ୍ଣାଟକରେ ପ୍ରଲୋଭନର ବିଜୟ ହୋଇଥିବାବେଳେ ସଚ୍ଚୋଟତା ଓ ଗଣତନ୍ତ୍ରର ପରାଜୟ ହୋଇଛି । ଆହୁରି ମଧ୍ୟ ରାହୁଲ୍ କହିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଢ଼ିବାର ପ୍ରଥମ ଦିନରୁ ଉଭୟ ବାହାର ଓ ଭିତରେ ବିଜେପି ଟାର୍ଗେଟ କରୁଥିଲା । ସେହିପରି କର୍ଣ୍ଣାଟକର ମେଣ୍ଟ ସରକାରର ପତନକୁ ମଧ୍ୟ ସହଜରେ ଗ୍ରହଣ କରିନାହାନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କର୍ଣ୍ଣାଟକରେ ୧୪ ମାସର ଏଚ୍ଡି କୁମାରସ୍ବାମୀ ସରକାର ବହୁମତ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି । ଗତକାଲି ହୋଇଥିବା ଆସ୍ଥାଭୋଟ୍ରେ କୁମାରସ୍ବାମୀ ସରକାର ୯୯ଟି ଭୋଟ୍ ପାଇଥିବାବେଳେ ବିଜେପି…

