ପୁଣି ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଆଜି ଗିରଫ ହୋଇଛନ୍ତି। ତାଙ୍କ ସରକାରୀ ଗାଡିରୁ ଜବତ ହୋଇଥିବା ଟଙ୍କାର ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଡିଇଓ ହୃଷିକେଶ କାଣ୍ଡିଙ୍କ ସରକାରୀ ଗାଡ଼ିରୁ ୧ଲକ୍ଷ ୧୧ହଜାର ଟଙ୍କା ଜବତ ହୋଇଥିଲା। ପୋଲିସ ସେହି ଟଙ୍କା ଜବତ କରି ଡିଇଓଙ୍କୁ ପଚରାଉଚରା କରିଥିଲା। ଏହାପରେ ସନ୍ଦେହ ହେବାରୁ ଅଭିଯୋଗରେ ଡିଇଓଙ୍କ ପୁରୀସ୍ଥିତ ସରକାରୀ ବାସଭବନ ସମେତ ସାଲେପୁରସ୍ଥିତ ପୈତୃକ ଘର ଓ ରାଜଧାନୀର ଏକ ଘରେ ଚଢାଉ କରାଯାଇଥିଲା। ଫଳରେ ଡିଇଓଙ୍କ ବାସଭବନ ସମେତ ବିଭିନ୍ନ ଘରୁ ୮୦ଲକ୍ଷ ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରାଯାଇଥିବା ଟଙ୍କା ଜବତ ହୋଇଛି।
Author: Samikhsya Bureau
ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ମହାନୀଦୀ ଜଳ ବିବାଦ ମାମଲାରେ ଶୁଣାଣୀ ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଆଜି ଶୁଣାଣି ହୋଇ ଏହାର ପରବର୍ତ୍ତୀ ଶୁଣାଣୀକୁ ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଯାଇଛି। ଏହି ବିବାଦର ମୂଳ ମାମଲାରେ ଅକ୍ଟୋବର ୧୯ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଉଭୟ ରାଜ୍ୟକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଅକ୍ଟୋବରରେ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲରେ ମଧ୍ୟବତ୍ତୀକାଳୀନ ଆବେଦନ କରାଯାଇ ମହାନଦୀରେ ଛତିଶଗଡ଼ ପକ୍ଷରୁ କରାଯାଇଥିବା ୬ଟି ବ୍ୟାରେଜ ନିର୍ମାଣ ଉପରେ ରୋକ ଲଗାଇବା ସହ ଓଡ଼ିଶାକୁ ମହାନଦୀରୁ ୧.୭୪ଏମଏଫ ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଥିଲା।
ଉତ୍ତର ପ୍ରଦେଶରେ ମୌସୁମୀ ବର୍ଷା ଭୟଙ୍କର ରୂପ ନେଇଛି। ପ୍ରବଳ ବର୍ଷାରେ ରାଜ୍ୟରେ ୧୩୩ଟି କୋଠା ଭୁଷୁଡିବା ସହିତ ୧୪ଟି ଜିଲ୍ଲାରେ ୧୫ ଜଣଙ୍କ ପ୍ରାଣହାନି ଘଟିଛି। ଉତ୍ତର ପ୍ରଦେଶରେ ବିଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟାର ପରସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଏହି ଘଟଣାରେ ୨୩ ଜଣ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତା ତିନି ଦିନ ପାଇଁ ବର୍ଷା ଲାଗି ରହିବ ବୋଲି ଜଣାପଡିଛି। ଉନ୍ନାଓ, ଆମ୍ବେଦକର ନଗର, ପ୍ରୟାଗରାଜ, ବାରାବାଙ୍କି, ହରଦୋଇ, କ୍ଷୀରୀ, ଗୋରଖପୁର, କାନପୁର ନଗର, ପିଲିଭିତ୍, ସୋନଭଦ୍ରା, ଚାନ୍ଦୋଲି, ଫିରୋଜାବାଦ ଏବଂ ସୁଲତାନପୁର ଅଞ୍ଚଳରେ ବର୍ଷା ଏହି ତାଣ୍ଡବ ମଚାଇଛି।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଏହି ଆବେଦନ କରିପାରିବେ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି । ଅନଲାଇନ ଫି ପୈଠ କରିବାର ଶେଷ ସମୟ ୯ତାରିଖର ଅପରାହ୍ନ ୪ଟା ଯାଏଁ ଧାର୍ଯ୍ୟ କରାଯାଇଛି । ଏଥିରେ ପେପର ୧ ଓ ପେପର ୨ ପାଇଁ ଆଶାୟୀ ପରୀକ୍ଷାର୍ଥୀ ଅଲଗା ଅଲଗା ଆବେଦନ କରିପାରିବେ ।୨୦୧୮ ମସିହାରେ ଆବେଦନ କରିଥିବା ଆଶାୟୀ ମଧ୍ୟ ଏଥର ବିନା ମୂଲ୍ୟରେ ସାନି ଆବେଦନ କରିପାରିବେ । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଚଳିତ ଥରର ଓଟିଇଟି ପରୀକ୍ଷା କରିବାକୁ ବୋର୍ଡ଼ ଲକ୍ଷ୍ୟ ରଖିଥିବା ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ ପାଇଁ…
ସ୍ବିଜରଲ୍ୟାଣ୍ଡ ତାରକା ରୋଜର ଫେଡେରର ଦ୍ବାଦଶ ଥର ପାଇଁ ଓ୍ବିମ୍ବିଲଡନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁ୍ଷ୍ଠିତ ସେମିଫାଇନାଲରେ ସ୍ପେନ୍ର ରାଫେଲ ନାଦାଲଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି । ଆସନ୍ତା ମାସରେ 38 ବର୍ଷରେ ପଦାର୍ପଣ କରୁଥିବା ଫେଡେରର 7-6, 1-6,6-3 ଏବଂ 6-4 ସେଟ୍ରେ ନାଡାଲଙ୍କୁ ପରାସ୍ତ କରିଥିଲେ । ଶେଷଥର ପାଇଁ ଉଭୟ ଖେଳାଳି 2008 ଫାଇନାଲ୍ରେ ପରସ୍ପରର ମୁକାବିଲା କରିଥିଲେ ଯେଉଁଥିରେ ନାଦାଲ ବିଜୟୀ ହୋଇଥିଲେ । ଚଳିତ ବର୍ଷର ଫ୍ରେଞ୍ଚ ଓପନ ବିଜେତା ନାଦାଲ ଦୀର୍ଘ 4 ସେଟ୍ର ସଂଘର୍ଷ କରିଥିଲେ ମଧ୍ୟ ଫେଡେରରଙ୍କ ନିକଟରୁ ପରାଜିତ ହୋଇଥିଲେ । ଫାଇନାଲ୍ରେ 8 ଥର ଟାଇଟଲ ବିଜେତା ଫେଡେରର 4 ଥର ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ୍ ନୋଭାକ୍ ଜୋକୋଭିକ୍ଙ୍କ ମୁକାବିଲା କରିବେ । ଏହି ମ୍ୟାଚ୍ରେ ପରାଜିତ ହୋଇଥିଲେ ମଧ୍ୟ ଉଭୟ ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ମୁକାବିଲାରେ ନାଦାଲ 24-16ରେ ଆଗୁଆ…
ସୋମାଲିଆରେ ଏକ ବର୍ବର ଆକ୍ରମଣରେ ୧୦ ଜଣ ବ୍ୟକ୍ତି ନିହତ ହୋଇଛନ୍ତି। ବନ୍ଦର ସହର କିସ୍ମାୟୋର ଏକ ହୋଟେଲରେ ଆକ୍ରମଣ ହେବା ସହିତ ଏହି ବର୍ବର କାଣ୍ଡ ଘଟିଛି। ଏହି ଘଟଣାରେ ଦୁଇ ଜଣ ସାମ୍ବାଦିକ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ ୧୩ ଅଜଣା ବନ୍ଧୁକ ଧାରୀ ଆତତାୟୀ ଶନିବାର ସକାଳୁ ହୋଟେଲ ମଧ୍ୟରେ ପ୍ରବେଶ କରି ଆଖିବୁଜା ଗୁଳିଚାଳନା କରିଥିଲେ। ଏହି ଗୁଳିଚାଳନାରେ ଅନ୍ୟୁନ ୧୦ ଜଣ ନିହତ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତତାୟୀଙ୍କ ମୁକାବିଲା କରୁଛି। ଆତତାୟୀ ମାନେ ହୋଟେଲ ମଧ୍ୟରେ ଉପସ୍ଥିତ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ହୋଟେଲରେ ଅନ୍ୟୁନ ୮୦ ରୁ ଅଧିକ ଲୋକ ଫସି ରହିଥିବା ଜଣାପଡିଛି।
ବାସୁଦେବପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ଷୀର ଚାଷୀଙ୍କ ଠାରୁ ଓମଫେଡ କ୍ଷୀର ନେଇନଥିବା କାରଣରୁ ଚାଷୀମାନେ ସେହି କ୍ଷୀରକୁ ରାସ୍ତାରେ ଢାଳି ନିଜର ଆକ୍ରୋଶକୁ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ କ୍ଷୀରକୁ ନିମ୍ନମାନର କହି ଓମ୍ଫେଡ୍ କ୍ଷୀର ନେଇନଥିଲା। ଏହାପରେ ଉତ୍ତ୍ୟକ୍ତ ଚାଷୀ ପାଖାପାଖି ୧୨ଶହ ଲିଟରରୁ ଅଧିକ କ୍ଷୀରକୁ ରାସ୍ତାରେ ଢାଳିଦେଇଥିଲେ। କ୍ଷୀର ନ ନେବା ପୂର୍ବରୁ ଓମଫେଡ୍ ପକ୍ଷରୁ କୌଣସି ସୂଚନା ନଦିଆଯାଇ ହଠାତ୍ କ୍ଷୀର ନେବା ବନ୍ଦ କରିଥିଲା ଓମ୍ଫେଡ୍। ଏହି କାରଣରୁ ଚାଷୀ ଉତ୍ତ୍ୟକ୍ତ ହୋଇଥିଲେ। ଏହା ସହିତ ଚାଷୀ ମାନେ ଆଜିଠାରୁ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି। ସରକାର କିମ୍ୱା ଓମ୍ଫେଡ୍ ପକ୍ଷରୁ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
ନେପାଳରେ ଭୟଙ୍କର ବର୍ଷା ପ୍ରଭାବରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ମୋରାଙ୍ଗର ୪୦୦ ପରିବାର ଏବଂ ବାରାର ୩୫ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଛି। ଭୟଙ୍କର ବର୍ଷା ଫଳରେ ବନ୍ୟା ଏବଂ ଭୂସ୍ଖଳନ ଘଟି ଏହି ମୃତ୍ୟୁ ଘଟିଛି। ରାଜଧାନୀ କାଠମାଣ୍ଡୁର ମୁଲ୍ପାନୀ ଅଞ୍ଚଳରେ ଏକ ଘର ଭୁଷୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ଅନ୍ୟାନ୍ୟ ୧୩ ଜଣ ଆହତ ହୋଇଛନ୍ତି। ବନ୍ୟା ଏବଂ ଭୂସ୍ଖଳନ ଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରବଳ ମୌସୁମୀ ବର୍ଷାରେ ବିଭିନ୍ନ ନଦୀରେ ବନ୍ୟା ଆସିଥିବା ନେଇ ନେପାଳ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭାରତୀୟ ଅର୍ଥନୀତିଜ୍ଞ ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ପ୍ରଥମ ମହିଳା ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ଅର୍ଥନୈତିକ ଅଫିସର (ସିଏଫ୍ଓ) ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ)ର ଏମ୍ଡି ତଥା ସିଏଫ୍ଓ ଭାବେ କାର୍ଯ୍ୟ କରୁଥିବା ୬୦ ବର୍ଷୀୟା ଅଂଶୁଳାଙ୍କର ଅର୍ଥନୀତି ଓ ବ୍ୟାଙ୍କିଂ କ୍ଷେତ୍ରରେ ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଛି। ଅର୍ଥନୀତିରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ବହୁବିଧ ଆର୍ଥିକ ପରିଚାଳନାରେ ତାଙ୍କର ଦକ୍ଷତାକୁ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍ ପ୍ରଶଂସା କରିଛନ୍ତି। ବିଶ୍ବବ୍ୟାଙ୍କରେ ଯୋଗଦେବା ପରେ ସେ ପ୍ରତ୍ୟକ୍ଷ ଭାବେ ମାଲପାସ୍ଙ୍କ ସହିତ କାର୍ଯ୍ୟ କରିବେ। ବ୍ୟାଙ୍କର ଆର୍ଥିକ ସମ୍ପଦ ପରିଚାଳନା କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ଦାୟିତ୍ବ ତୁଲାଇବେ। ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକ ଓ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି।
କେଦାର ମିଶ୍ର କିଛିଦିନ ତଳେ ବିଶିଷ୍ଟ ସାମ୍ବାଦିକ ଶବା ନକଭି ଭାରତୀୟ ରାଜନୀତିର ଭବିଷ୍ୟତ ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଶବାଙ୍କ ଆକଳନ ଅନୁସାରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ ଆଞ୍ଚଳିକ ଦଳ ବିଜେପିରେ ମିଶିଯିବାକୁ ଏକ ପ୍ରକାର ବାଧ୍ୟ ହେବେ। ଦିଲ୍ଲୀରେ ରହୁଥିବା ସାମ୍ବାଦିକମାନେ ଅନେକ ସମୟରେ ଏମିତି ଭବିଷ୍ୟବାଣୀ ସବୁ କରିଥାନ୍ତି। ସେଥିରୁ କିଛିଟା ସତ ହୁଏ ଆଉ କିଛିଟା କଲ୍ପନା ବୋଲି ପ୍ରମାଣିତ ହୁଏ। ଭାରତୀୟ ରାଜନୀତିରେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ତିରିଶ ବର୍ଷ କଂଗ୍ରେସ ନାମରେ ହିଁ ରହିଥିଲା। କଂଗ୍ରେସର ବିରୋଧୀ ଥିବା କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଜନସଙ୍ଘ, ସ୍ଵତନ୍ତ୍ର ପାର୍ଟି ଓ ଦ୍ରାବିଡ ମୁନ୍ନେତ୍ରା କାଡାକାମ ନିଜ ନିଜ ପରିସରରେ ଅତ୍ୟନ୍ତ ସୀମିତ ହୋଇ ରହିଥିଲେ। ଷାଠିଏ ଦଶକରେ ପ୍ରଥମେ କେରଳରେ ଓ ପରବର୍ତ୍ତୀ ଦଶକରେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଆସିଥିଲା। ତାମିଲନାଡୁରେ ଦ୍ରାବିଡ ରାଜନୀତିର ଅଭ୍ୟୁଦୟ ପରେ…
ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଭୂମିକା ନିଭାଇଛି। ତେବେ ବିରୋଧୀ ଦଳ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ଦଳ ଭିତରେ ବିରୋଧୀ ନେତା ହେବାକୁ ନେଇ ଥିବା ବିବାଦ ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ୍ତ ମହାନ୍ତି ଥିବାବେଳେ ଜୟନାରାୟଣ ମିଶ୍ର ନିଜର ଅସନ୍ତୋଷ ଜାହିର୍ କରିଛନ୍ତି। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସବୁ ବିଧାୟକ ତାଙ୍କ ନାଁ କହିଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟଜଣଙ୍କୁ ବିରୋଧୀ ଦଳ ନେତା ଚୟନ କରାଯାଇଥିଲା। ତେବେ ଏପରି ପରିବର୍ତ୍ତନ କ’ଣ ପାଇଁ ହେଲା ତାହା ଜାଣିନାହାନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ଏହାର ଉତ୍ତର କେନ୍ଦ୍ରୀୟ ନେତୃତ୍ବ ହିଁ ଦେଇପାରିବେ।
ସରକାରଙ୍କୁ ଚିଟ୍ଫଣ୍ଡ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଏମଏମ୍ ଦାଶ କମିଶନଙ୍କ ଶୁକ୍ରବାର ଏହି ରିପୋର୍ଟ ଦାଖଲ ହୋଇଛି । ରାଜ୍ୟ ଗୃହ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି କମିଶନର ସଚିବ । ରିପୋର୍ଟରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ । ଏପର୍ଯ୍ୟନ୍ତ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଛନ୍ତି । ତଦନ୍ତ କମିଶନଙ୍କ ରିପୋର୍ଟ ଅନୁସାରେ, ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀଙ୍କ ମଧ୍ୟରୁ ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। କେବଳ ଏତିକି ନୁହେଁ ୪୨୧ଟି ଚିଟଫଣ୍ଡ କମ୍ପାନୀକୁ ଚିହ୍ନଟ କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ତଦନ୍ତ କମିଶନ ଷଷ୍ଠ ରିପୋର୍ଟ ଦାଖଲ କରି ସାରିଛନ୍ତି। ସେଥିରେ ସେ ଜମାକାରୀଙ୍କ ସୂଚନା ଦେଇ ଚାଲିଛନ୍ତି। ମାତ୍ର ଚିହ୍ନଟ ଜମାକାରୀଙ୍କୁ କେବେ ଅର୍ଥ ମିଳିବ ଏ ନେଇ କୌଣସି ସୂଚନା ଦିଆଯାଇ…
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଆସନ୍ତା ଅଗଷ୍ଟ ୧ ତାରିଖରୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲଗାଇବାକୁ ଯାଉଛି। ପୂର୍ବରୁ ନେଟ୍ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲାଗୁଥିଲେ ମଧ୍ୟ ଆରବିଆଇ ଗାଇଡ୍ ଲାଇନ୍ ଅନୁଯାୟୀ ଜୁଲାଇ ୧ରୁ ଶୁଳ୍କ ବ୍ୟବସ୍ଥା ହଟାଯାଇଥିଲା। ମାତ୍ର ଶୁକ୍ରବାର ପୁନର୍ବାର ଏହି ବ୍ୟବସ୍ଥା ପ୍ରଚଳନ କରିବା ନେଇ ନିଷ୍ପତ୍ତି ନେଇଛି ଏସ୍ବିଆଇ। ନୂତନ ନିୟମ ଅନୁଯାୟୀ ୧୦୦୦ ଟଙ୍କା ପର୍ଯ୍ୟନ୍ତ ନେଟ୍ ବ୍ୟାଙ୍କିଙ୍ଗ ଦେଣନେଣ ମାଗଣା ରହିଥିବା ବେଳେ ପରବର୍ତ୍ତୀ ଦେଣନେଣ ନିମନ୍ତେ ପ୍ରତି ୧୦୦୦ ଟଙ୍କା ଉପରେ ୫ଟଙ୍କାର ଶୁଳ୍କ ଲାଗିବ। ସେହିପରି ଏନ୍ଇଏଫ୍ଟି ଏବଂ ଆରଟିଜିଏସ୍ ଦେଣନେଣରେ ୨ ଲକ୍ଷ ପର୍ଯ୍ୟନ୍ତ ଦେଣନେଣ ମାଗଣା ରହିବ।
ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ। ଆଜି ଅହମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଏଠାରେ ହାଜର ମଧ୍ୟ ହୋଇଥିଲେ। କୋର୍ଟ ୧୫ ହଜାର ଟଙ୍କାର ବଣ୍ଡ ଦ୍ୱାରା ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ। ରାହୁଲ ଗାନ୍ଧି ଏବଂ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ଅହମଦାବାଦ କୋପରେଟିଭ୍ ବ୍ୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ।
କ୍ବେସ୍ କର୍ପରେ ୫୧ କୋଟିର ନିବେଶ କରିଛି ଆମାଜନ୍। ଶୁକ୍ରବାର ବେଙ୍ଗାଲୁରୁ ସ୍ଥିତ ଏହି କମ୍ପାନୀ ନିଜର ୧୯ ପ୍ରତିଶତ ଅଂଶଧନ ବିକ୍ରି କରିଛି। ଏହା ମଧ୍ୟରୁ ୫୧ କୋଟିର ଅଂଶଧନ କିଣିଛି ଆମାଜନ୍। ଆମାଜନ୍ ସହିତ ଚୁକ୍ତି ପରେ କ୍ବେସ୍ କର୍ପର ଅଂଶଧନର ମୂଲ୍ୟ ୨୩.୪୦ ପଏଣ୍ଟ ବୃଦ୍ଧି ପାଇଛି। ଏହା ପୂର୍ବରୁ ବିଏସ୍ଇରେ କ୍ବେସ୍ କର୍ପର ଅଂଶଧନ ମୂଲ୍ୟ ୪୪୦ ଟଙ୍କା ରହିଥିବା ବେଳେ ଶୁକ୍ରବାର ସକାଳ ଏହା ୫୨୧ ଛୁଇଁଛି। ବିଦେଶୀ ନିବେଶକ ଭାବରେ ଏହି ଅଂଶଧନ କିଣିବା ସହିତ ଆମାଜନ୍ କ୍ବେସ୍ କର୍ପର ୦.୫୧ ପ୍ରତିଶତ ଅଂଶଧନ କିଣିବାରେ ସକ୍ଷମ ହୋଇଛି।
ଚାରା ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଜାମିନ ମିଳିଛି। ପୂର୍ବରୁ ନିର୍ବାଚନ ସମୟରେ ଲାଲୁ ଜାମିନ ଆବେଦନ କରିଥିଲେ ମଧ୍ୟ ଏହାକୁ ଖାରଜ କରି ଦେଇଥିଲେ। ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ୫୦ ହଜାର ଟଙ୍କା ଏବଂ ଦୁଇ ଜଣ ଜାମିନ ଦାରଙ୍କ ବଦଳରେ ଲାଲୁଙ୍କୁ ଜାମିନ ମିଳିଛି। ପୂର୍ବରୁ ଏହି ମାମଲାରେ ଲାଲୁଙ୍କୁ ସାଢେ ତିନି ବର୍ଷର କାରାଦଣ୍ଡାଦେଶ ହୋଇଥିଲା। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଥିଲେ ମଧ୍ୟଏହା ଖାରଜ ହୋଇ ଯାଇଥିଲା। ସୂଚନାଯୋଗ୍ୟ ଯେ, ଲାଲୁ ବର୍ତ୍ତମାନ ରିମ୍ସରେ ଚିକିତ୍ସାଧୀନ ଅଛନ୍ତି। ଜଷ୍ଟିସ୍ ଅର୍ପେଶ କୁମାର ସିଂ ଲାଲୁଙ୍କୁ ଜାମିନ ପ୍ରଦାନ କରିଥିଲେ।
ଅଭିନେତା ବିକ୍ରାନ୍ତ ମେସେ ଏବେ ଅଭିନେତ୍ରୀ ୟାମି ଗୌତମଙ୍କ ସହ ଏକ ରୋମାଣ୍ଟିକ୍ ଫିଲ୍ମ ‘ଗିନ୍ନି ଓ୍ବେଡସ୍ ସନି’ରେ ନଜର ଆସିବେ । ଏହି ଫିଲ୍ମକୁ ସୌନ୍ଦର୍ଯ୍ୟା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟିକୁ ବିନୋଦ ବଚ୍ଚନ ପ୍ରଯୋଜନା କରୁଥିବାବେଳେ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ସୁମିତ୍ ଅରେରା । ପୁନୀତ୍ ଖାନ୍ନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ବିକ୍ରାନ୍ତ ଦୀପିକା ପାଦୁକୋନ୍ଙ୍କ ସହ ‘ଛପାକ୍’ର ମଧ୍ୟ ନଜର ଆସିବେ । ଏହା ସହିତ ବାଲାଜୀ ଟେଲିଫିଲ୍ମସ୍ର ଓ୍ବେବସିରିଜ୍ରେ ମଧ୍ୟ ବିକ୍ରାନ୍ତ ନଜର ଆସିବେ ।
ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଜୁଆନ୍ ଗୁଆଡିଓଙ୍କୁ ସମର୍ଥନ ଜଣାଇଛି ଗ୍ରୀସ୍ର ନୂତନ ସରକାର। ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମଦୁରାଓଙ୍କ କାର୍ଯ୍ୟକାଳ ଜୁଲାଇ ୧୨ ତାରିଖରେ ଶେଷ ହେଉଥିବାରୁ ବର୍ତ୍ତମାନ ବିପକ୍ଷ ଦଳର ନେତା ରହିଥିବା ଜୁଆନ୍ ଗୁଆଡିଓଙ୍କୁ ଗ୍ରୀସ୍ ସମର୍ଥନ ଜଣାଇଛି। ଏହି ସମର୍ଥନ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବ ଏବଂ ୟୁରୋପିଆନ୍ ୟୁନିୟନ୍ରେ ମଧ୍ୟରେ ସମ୍ପର୍କକୁ ଦୃଢ କରିବାରେ ସହାୟକ ହେବ ବୋଲି ଗ୍ରୀସ୍ ପକ୍ଷରୁ କୁହାଯାଇଛି। ଏହା ସହିତ ଜୁଆନ୍ ଗୁଆଡିଓଙ୍କ ପ୍ରାର୍ଥୀତ୍ବକୁ ୫୦ରୁ ଅଧିକ ରାଷ୍ଟ୍ର ସମର୍ଥନ କରିଛନ୍ତି। ବର୍ତ୍ତମାନ ବିପକ୍ଷ ଦଳର ନେତା ରହିଥିବା ଗୁଆଡିଓଙ୍କ ବିପକ୍ଷରେ କଞ୍ଜରଭେଟିଭ୍ ଦଳ ପକ୍ଷରୁ କିରିଆକୋସ୍ ମିଟ୍ସୋଟାକିସ୍ ପ୍ରତିଦ୍ବନ୍ଦିତା କରୁଛନ୍ତି।
କର୍ଣ୍ଣାଟକରେ ରାଜନୈତିକ ହାଇଡ୍ରାମା ସରିବାର ନାଁ ଧରୁନାହିଁ । ରାଜ୍ୟରେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବେ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ ବୋଲି ସେ କହିଛନ୍ତି। ଶୁକ୍ରବାର କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରେ କୁମାରସ୍ବାମୀ ବାଚସ୍ପତିଙ୍କୁ ଏହା ଜଣାଇଛନ୍ତି। ସୂଚନାଯୋଗ୍ୟ, କର୍ଣ୍ଣାଟକ ମେଣ୍ଟ ସରକାରର ପ୍ରାୟ ୧୮ ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ସଂଖ୍ୟାଗରିଷ୍ଠତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଅନ୍ୟପଟେ କର୍ଣ୍ଣାଟକ ସରକାରରେ ଦେଖାଦେଇଥିବା ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ତର୍କପରେ କୋର୍ଟ ବାଚସ୍ପତିଙ୍କୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ କହିଛନ୍ତି।
ଚଳିତ କ୍ରିକେଟ ବିଶ୍ବକପ୍ରର ବିରାଟ କୋହଲିଙ୍କ ଭାରତୀୟ ଦଳ ସେମି ଫାଇନାଲରୁ ବିଦାୟ ନେଇଥିଲା । ଦଳର ଏହି ପରାଜୟ ପରେ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ବିସିସିଆଇର ରାଡାରରେ ରହିଛନ୍ତି । ଭାରତର ବିଦାୟ ପରେ ସମସ୍ତ ସପୋର୍ଟ ଷ୍ଟାଫ୍ଙ୍କ କାର୍ଯ୍ୟକାଳ 45 ଦିନ ବୃଦ୍ଧି କରାଯାଇଛି । ମାତ୍ର ବାଙ୍ଗରଙ୍କ କାର୍ଯ୍ୟଶୈଳୀକୁ ନେଇ ବିସିସିଆଇ ଖପ୍ପା ରହିଥିବା ଜଣା ପଡିଛି । ଲିଗ୍ ପର୍ଯ୍ୟାୟରେ ଭାରତର ମ୍ୟାଚ୍ ସମୟରେ ବାଙ୍ଗର ବିଜୟ ଶଙ୍କରଙ୍କୁ ଫିଟ୍ ଘୋଷିତ କରିଥିଲେ । ସେହି ସମାନ ଦିନ ବିଜୟ ଶଙ୍କରଙ୍କୁ ବିଶ୍ବକପ୍ ଦଳରୁ ବାଦ୍ ଦିଆଯାଇଥିଲା । ଏଥିପାଇଁ ବାଙ୍ଗରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଭାରତର ପରାଜୟ ପରେ ସମସ୍ତ ପୂର୍ବତନ ଖେଳାଳି ଦଳର ବ୍ୟାଟିଂ ବିଫଳତାକୁ ଦାୟୀ କରିଥିଲେ । ଭରତ ଅରୁଣଙ୍କ ପ୍ରଶିକ୍ଷଣରେ ବୋଲିଂ ବିଭାଗ ନିୟମିତ ଓ୍ବିକେଟ ଅକ୍ତିଆର କରୁଥିବା ବେଳେ କ୍ଷେତ୍ରରକ୍ଷଣରେ ମଧ୍ୟ ଦଳର…
ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି । ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି । ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍ କରିବା ସହିତ ହେଲ୍ଦୀ ଡାଏଟ୍ ବହୁତ ଜରୁରୀ । ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ସେହି ଫଳଗୁଡ଼ିକ ମଧ୍ୟରେ ରହିଛି – ତରଭୁଜ ତରଭୁଜ କମ୍ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ । ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ । ଏହା ସହିତ ତରଭୁଜ୍ରେ ପ୍ରଚୁର ପରିମାଣରେ ପାଣି ଥାଏ…

