ପ୍ରସିଦ୍ଧ ଲେଖକ, ଅଭିନେତା, ନିର୍ଦ୍ଦେଶକ ତଥା ସାହିତ୍ୟ ପାଇଁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଗିରିଶ କର୍ଣ୍ଣଡଙ୍କ ପରଲୋକ ହୋଇଛି। ସାହିତ୍ୟରେ ଦେଶର ଶ୍ରେଷ୍ଠ ସମ୍ମାନ ଜ୍ଞାନପୀଠ ପୁରସ୍କାର ହାସଲ କରିଥିବା କର୍ଣ୍ଣଡ ସୋମବାର ସକାଳେ ୮୧ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। କର୍ଣ୍ଣଡ କିଛି ଦିନ ହେବ ନିଶ୍ବାସ ନେବାରେ ସମସ୍ୟା ଅନୁଭବ କରୁଥିଲେ। କନ୍ନଡ ସାହିତ୍ୟ ସହିତ ଭାରତୀୟ ଥିଏଟରର ଉତ୍ଥାନରେ କର୍ଣ୍ଣଡଙ୍କର ବୃହତ ଅବଦାନ ରହିଛି। ୧୯୩୮ ମସିହାରେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିବା ଗୀରିଶ କର୍ଣ୍ଣଡ କର୍ଣ୍ଣାଟକରେ ନିଜର ଶିକ୍ଷା ସମାପ୍ତ କରିଥିଲେ। ଚିକାଗୋ ବିଶ୍ବବିଦ୍ୟାଳୟରେ ଜଣେ ପ୍ରଫେସର ଭାବରେ ଶିକ୍ଷାଦାନ କରିଛନ୍ତି କର୍ଣ୍ଣଡ। ସାହିତ୍ୟ, ଶିକ୍ଷା, ଥିଏଟର ଏବଂ ସିନେମାରେ ତାଙ୍କର ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି। ଶେଷ ଥର ପାଇଁ କର୍ଣ୍ଣଡଙ୍କୁ ‘ଟାଇଗର ଜିନ୍ଦା ହୈ’ ଫିଲ୍ମରେ ଦେଖିବାକୁ ମିଳିଥିଲା।
Author: Samikhsya Bureau
ସ୍ପାନିଶ୍ ତାରକା ରାଫେଲ ନାଦାଲ ଦ୍ବାଦଶ ଥର ପାଇଁ ଫ୍ରେଞ୍ଚ ଓପନ୍ ଟାଇଟଲ ହାସଲ କରିଛନ୍ତି । ରବିବାର ଅଷ୍ଟ୍ରେଲିଆର ଡୋମିନିକ୍ ଥିମ୍ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ତିନିଘଣ୍ଟାର ସମୟ ନେଇ ନାଦାଲ ଥିମ୍ଙ୍କୁ 6-3, 5-7, 6-1 ଏବଂ 6-1 ସେଟ୍ରେ ପରାସ୍ତ କରିଥିଲେ । 33 ବର୍ଷୀୟ ନାଦାଲଙ୍କର ଏହା 18 ତମ କ୍ୟାରିୟର ଗ୍ରାଣ୍ଡସ୍ଲାମ୍ । ଥିମ୍ଙ୍କ ବିପକ୍ଷରେ ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟରେ ନିଜର ବିଜୟ ସଂଖ୍ୟା 93-2ରେ ପହଞ୍ଚାଇଛନ୍ତି ନାଦାଲ । ଫାଇନାଲ ବିଜୟ ପରେ ଫିଲିପ୍ ଚାଟ୍ରିୟର୍ କୋର୍ଟର ନାଲି ମାଟିରେ ଗଡି ଯାଇଥିଲେ ନାଦାଲ । ବର୍ତ୍ତମାନ ନାଦାଲ କ୍ୟାରିୟର ଗ୍ରାଣ୍ଡସ୍ଲାମ୍ ସଂଖ୍ୟାରେ କେବଳ ଫେଡେରରଙ୍କ ନିକଟରୁ ପଛରେ ଅଛନ୍ତି ।
ଚୀନ୍ରେ ଏକ ପଥର ଖଣି ଭୁଶୁଡି 9 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ 10 ଜଣ ଆହତ ହୋଇଛନ୍ତି । ଚୀନ୍ର ଉତ୍ତର ପୂର୍ବୀୟ ଅଞ୍ଚଳରେ ଥିବା ଜିଲିନ୍ ପ୍ରଦେଶରେ ଏହିୀ ଅଘଟଣ ସୋମବାର ଦିନ ଘଟିଥିବା ଜଣା ପଡିଛି । କୋଙ୍ଗାଙ୍ଗରେ ରହିଥିବା ଏକ ଖଣି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଲୋଞ୍ଜିଜିଆବୋ କମ୍ପାନୀର ଏହି ଖଣି ଏକ ଭୂକମ୍ପ ପ୍ରଭାବରେ ଭୁଶୁଡି ପଡିଥିଲା । ଏକ 2.3 ତୀବ୍ରତାର ଭୂକମ୍ପ ପ୍ରଭାବରେ ଏହି ଖଣି ଭୁଶୁଡି ପଡିଥିଲା । ଘଟଣା ସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଥିଲା । 9 ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳ 10 ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟଗୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।
ଆଜିର ବିଶ୍ବକପ୍ ମ୍ୟାଚ୍ରେ ମୁକାବିଲା କରିବେ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟ ଇଣ୍ଡିଜ୍ । ଚଳିତ ବିଶ୍ବକପ୍ରେ ଆଫ୍ଗାନିସ୍ତାନ ପରେ ଦ୍ବିତୀୟ ଦଳ ଭାବେ ଖେଳିଥିବା ସମସ୍ତ ୩ଟି ଲିଗ୍ ମ୍ୟାଚ୍ରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ସୋମବାର ଅପରାହ୍ନ 3ଟାର ୱେଷ୍ଟଇଣ୍ଡିଜ୍ର ମୁକାବିଲା କରିବାକୁ ଯାଉଛି ଦକ୍ଷିଣ ଆଫ୍ରିକା। ସେମିଫାଇନାଲ ଖେଳିବା ଆଶା ବଜାୟ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ବାକି ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମୁକାବିଲା ଦକ୍ଷିଣ ଆଫ୍ରିକା ନିମନ୍ତେ ଅଡୁଆ ପରିସ୍ଥିତି ସୃଷ୍ଟିକରିଛି। ଏହି ମ୍ୟାଚ୍ ଜିତିଲେ ହିଁ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରେ ରହିପାରିବ। ଅନ୍ୟଥା ଫାଫ୍ ଡୁ ପ୍ଲେସିଙ୍କ ଦଳର ବାକି ମ୍ୟାଚ୍ସବୁ ଔପଚାରିକତାରେ ପରିଣତ ହେବ। ଅନ୍ୟପକ୍ଷରେ ପାକିସ୍ତାନକୁ ପ୍ରଥମ ମ୍ୟାଚ୍ରେ ସହଜରେ ପରାସ୍ତ କରିବା ପରେ ୨ୟ ମ୍ୟାଚ୍ରେ କଡ଼ା ମୁକାବିଲା କରିବା ସତ୍ତ୍ବେ ଅଷ୍ଟ୍ରେଲିଆଠାରୁ ୱେଷ୍ଟଇଣ୍ଡିଜ୍ ପରାସ୍ତ ହୋଇଛି। ତେଣୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ବିଜୟଧାରାକୁ…
ବିହାରର ଏଟାଓ୍ବାରେ ଚାରି ଜଣଙ୍କ ଉପରେ ରାଜଧାନୀ ଏକ୍ସପ୍ରେସ୍ ମାଡିଯାଇଛି । ନୂଆଦିଲ୍ଳୀରୁ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ଏଟାଓ୍ବାର ବଲରାଇ ଷ୍ଟେସନ ନିକଟରେ 4 ଜଣଙ୍କ ଉପରେ ଚଢିଯାଇଥିଲା । କାନପୁର-ଦିଲ୍ଲୀ ରୁଟ୍ରେ ସୋମବାର ଏହି ଅଘଟଣ ଘଟିଥିଲା । 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସାଇଫାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ୍ ମୁଖ୍ୟ ରାମବଦନ ସିଂ ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତି ମାନେ ଅବଧ ଏକ୍ସପ୍ରେସ୍ରେ ମୁମ୍ବାଇ ଯାଉଥିଲେ ମାତ୍ର ଖରାରୁ ବର୍ତ୍ତିବା ପାଇଁ ଟ୍ରାକ୍ରେ ବସିଥିବା ବେଳେ ହଠାତ ଟ୍ରେନ୍ ମାଡି ଯାଇଥିଲା । ମୃତକଙ୍କ ପରିଚୟ ମିଳିନାହିଁ ମାତ୍ର ସମସ୍ତେ ବିହାରର ବୋଲି କୁହାଯାଉଛି ।
ବର୍ତ୍ତମାନ କଂଗ୍ରେସର ଅବସ୍ଥା ଦିନକୁ ଦିନ ଉଭୟ ଜାତୀୟ ଓ ରାଜ୍ୟରେ ଦୟନୀୟ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଧାୟକମାନେ ଦଳ ଛାଡି ବିଜେପି କିମ୍ବା ଆଞ୍ଚଳିକ ଦଳରେ ମିଶିବାରେ ଲାଗିଛନ୍ତି। ସେହିପରି ଅବସ୍ଥା ଓଡିଶା କଂଗ୍ରେସରେ ମଧ୍ୟ ଘଟିବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଖୁବ ଶିଘ୍ର କଂଗ୍ରେସର 9 ଜଣ ବିଧାୟକଙ୍କ ମଧ୍ୟରୁ 5 ଜଣ ଦଳ ଛାଡି ଅନ୍ୟ ଦଳରେ ମିଶିବେ। ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇସାରିଲାଣି ବୋଲି ଜଣାପଡିଛି। ବିଜେପିର ଭିତିରିଆ ସୁତ୍ର ଅନୁସାରେ ଏହି କାର୍ଯ୍ୟରେ କୁଆଡେ ଦଳର ଜଣେ ଟାଣୁଆ ନେତା କଥାବାର୍ତ୍ତା ଆରମ୍ଭ କରିଛନ୍ତି। ସେମାନେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ଏକ ବଡ ଅଫର ମଧ୍ୟ ଦିଆଯାଇଛି। କଂଗ୍ରେସ ଦଳର ଯେପରି ଅବସ୍ଥା ସେଥିରେ ରହି କିଛି ଲାଭ ନାହିଁ ବୋଲି ଏହି ବିଧାୟକଙ୍କୁ ବୁଝାଇ ଦିଆଯାଇଛି। ବିଜେପି ପରି ବିଜେଡି ମଧ୍ୟ କୁଆଡେ…
କେଦାର ମିଶ୍ର ଶେଷରେ ଆମେ କ୍ରିକେଟ ଓ ରଥଯାତ୍ରାକୁ ଗୋଟିଏ ବ୍ରାଣ୍ଡ ବୋଲି ଗ୍ରହଣ କରିନେଲୁ!କ୍ରିକେଟର ଯେମିତି ତେଲି ପ୍ରସାରଣ ଅଧିକାର ନିଲାମ ହୁଏ, ଏବେ ରଥଯାତ୍ରାର ବି ସେଯା ହେବାକୁ ଯାଉଛି। ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ କହିଲେ ଯେ ପୁରୀର ରଥଯାତ୍ରା ପ୍ରସାରଣ ଲାଗି ନିଲାମ ଡକାଯିବ ଓ ଯିଏ ଅଧିକ ଦର ହାଙ୍କିବ ତାକୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ଦିଆଯିବ। ତେବେ ଏହା କେବଳ ଟେଲିକାଷ୍ଟ ପାଇଁ ସୀମିତ ନା ଏହା ୱେବ କାଷ୍ଟ ପାଇଁ ମଧ୍ୟ ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟତା ନାହିଁ। ତେବେ ଏକ ଧାର୍ମିକ ଯାତ୍ରାର ବ୍ୟାବସାୟିକ ପ୍ରସାରଣ ଲାଗି ସରକାର ବା ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇପାରିବେ କି? ଟେଲି ପ୍ରସାରଣ ସହିତ ବ୍ୟାପକ ପ୍ରାୟୋଜକ ଅର୍ଥ ଜଡିତ ରହୁଥିବାରୁ ଏହାର ଲାଭ ମନ୍ଦିର ପ୍ରଶାସନ ପାଇବା ଉଚିତ ବୋଲି କେହି କେହି କହୁଛନ୍ତି। ତେବେ ରଥଯାତ୍ରାର…
ସମଲିଙ୍ଗୀ ବିରୋଧୀ ନିୟମ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ । ଡେସ ମୋଇନ୍ସର ଗେ ପ୍ରାଇଡ୍ ଫେଷ୍ଟିଭାଲ୍ରେ ଉଦ୍ବୋଧନ ଦେବା ଅବସରରେ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି । ବର୍ତ୍ତମାନର ଆମେରିକା ସରକାର ସମଲିଙ୍ଗୀଙ୍କ ନ୍ୟାୟିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଉପସ୍ଥିତ ସାତ ବିରୋଧୀ ପ୍ରାର୍ଥୀ କହିଥିଲେ । ଏହା ସହିତ ଡେମୋକ୍ରାଟିକ୍ ଦଳ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ସମଲିଙ୍ଗୀଙ୍କୁ ପୂର୍ଣ୍ଣ ଅଧିକାର ପ୍ରଦାନ କରାଯିବ । ଏହା ସହିତ କ୍ଷମତାକୁ ଆସିଲେ ଦଳ ସମସ୍ତ ପ୍ରକାରର ଅସମାନତା ଦୂର କରିବ ବୋଲି ଭେରମଣ୍ଟ ସିନେଟର ବର୍ଣ୍ଣି ସାଣ୍ଡର୍ସ କହିଥିଲେ ।
ଶ୍ରୀଲଙ୍କା ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଗସ୍ତ ସମୟରେ ଇଷ୍ଟର ଆକ୍ରମଣରେ ନିହତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କୌଣସି ଆତଙ୍କବାଦୀ ଆକ୍ରମଣ ଶ୍ରୀଲଙ୍କାବାସୀଙ୍କ ଆତ୍ମବିଶ୍ବାସକୁ ଦୋହଲାଇ ପାରିବ ନାହିଁ ବୋଲି କହିଛନ୍ତି ମୋଦି । ଅଣ ନିର୍ଦ୍ଧାରିତ ଏକ ଚର୍ଚ୍ଚରେ ଅଟକି ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମୋଦି । ଆତଙ୍କବାଦ ହେଉଛି କାପୁରୁଷଙ୍କ କାର୍ଯ୍ୟ ଏପରି କାପୁରୁଷତା ଶ୍ରୀଲଙ୍କାକୁ ପଛକୁ ନେଇ ପାରିବ ନାହିଁ । ଏହା ସହିତ ଭାରତ ସର୍ବଦା ଶ୍ରୀଲଙ୍କା ସହିତ ଏକତ୍ର ଛିଡା ହୋଇ ରହିବ ବୋଲି କହିଛନ୍ତି ମୋଦି । ସୂଚନାଯୋଗ୍ୟ ଯେ, ଇଷ୍ଟର ବିସ୍ଫୋରଣ ପରେ ପ୍ରଥମ ବିଶ୍ବ ନେତୃତ୍ବ ଭାବରେ ଶ୍ରୀଲଙ୍କା ଗସ୍ତ କରିଛନ୍ତି ମୋଦି ।
ଭାରତୀୟ ଓପ୍ନର ରୋହିତ ଶର୍ମା ବିଶ୍ବକପ୍ର ଦ୍ବିତୀୟ ମ୍ୟାଚ୍ରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଚତୁର୍ଥ ଖେଳାଳି ଭାବରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨ହଜାର ରନ୍ ପୂରଣ କରିଛନ୍ତି । ବିଶ୍ବକପ୍ର ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ(୫୭) ହାସଲ କରିବା ସହିତ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୩୭ ମ୍ୟାଚ୍ରୁ ୨୦୦୦ ରନ୍ ସଂଗ୍ରହ କରିଛନ୍ତି ରୋହିତ ।ପୂର୍ବରୁ ଡେସମଣ୍ଡ ହେନ୍ସ ୫୯ଇନିଂସ, ସଚିନ୍ ତେନ୍ଦୁଲକର ୫୧ଟି ମ୍ୟାଚ୍ରୁ ଏବଂ ଭିଭିଆନ୍ ରିଚାର୍ଡସ୍ ୪୫ମ୍ୟାଚ୍ରୁ ଏହି ଉପଲବ୍ଧି ହାସଲ କରିଛନ୍ତି । ରୋହିତ ୨୦୭ ଦିନିକିଆରୁ ୮୧୩୨ରନ୍ କରିଥିବା ବେଳେ ୨୩ଟି ଶତକ ଏବଂ ୪୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
ରବିବାର ଦିନ ବିହାରର ରାଜଧାନୀ ପାଟନାଠାରେ ଜନତା ଦଳ (ୟୁ) (ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜେଡ଼ିୟୁ ବିହାର ବାହାରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ (ଏନ୍ଡିଏ)ର ଅଂଶୀଦାର ହେବ ନାହିଁ ବୋଲି ଘୋଷଣା କରିଛି । ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ୍ କୁମାର, ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର୍, ବଶିଷ୍ଠ ନାରାୟଣ ସିଂ ଓ ଆର କେ ସି ତ୍ୟାଗୀ ଉପସ୍ଥିତ ରହିଥିଲେ । ଜେଡିୟୁର ନିଷ୍ପତ୍ତି କ୍ରମେ ଜମ୍ମୁ-କାଶ୍ମୀର, ଝାରଖଣ୍ଡ, ହରିୟାଣା ଓ ଦିଲ୍ଲୀରେ ଆଗାମୀ ନିର୍ବାଚନ ସମୟରେ ଏକଲା ନିର୍ବାଚନ ଲଢିବ । ଜେଡିୟୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମଧ୍ୟ ଭାଗ ନେଇନାହିଁ ଏବଂ ନିକଟରେ ବିହାରରରେ ବିସ୍ତାରିତ ମନ୍ତ୍ରିମଣ୍ଡଳରେ ଜେଡିୟୁର ୮ଜଣ ମନ୍ତ୍ରୀ ସ୍ଥାନ ପାଇଥିବାବେଳେ ବିଜେପିର କୌଣସି ନେତା ଶପଥ ନେଇନାହାନ୍ତି । ତେବେ ବିଜେପି ସହିତ ଜେଡିୟୁର ସମ୍ବନ୍ଧ ଉପରେ ନୀତିଶ୍ କହିଛନ୍ତି ଯେ, ଆମେ ପୁରା ମଜବୁତ୍ ସହକାରେ…
ତାମିଲ ସୁପରଷ୍ଟାର ଅଜିତ୍ କୁମାର ନିଜର ଅପ୍କମିଙ୍ଗ ଫିଲ୍ମ ନେରକୋଣ୍ଡା ପାରବୀରେ ଜଣେ ବାଇକ୍ ରେସର୍ ଭୂମିକାରେ ନଜର ଆସିବେ । ବଲିଉଡ୍ ଫିଲ୍ମ ପିଙ୍କର ଅଫିସିଆଲ ତାମିଲ ରିମେକ୍ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ ଥାଲା ଅଜିତ୍ । ଅଭିନୟ ବ୍ୟତିତ ଅଜିତ ଜଣେ ପେଶାଦାର ରେସର ଭାବରେ ଖ୍ୟାତି ଲାଭ କରିଛନ୍ତି । ତେଣୁ ଅଜିତଙ୍କୁ ଏହି ଫିଲ୍ମରେ ଜଣେ ରେସର୍ ଭାବରେ ଦେଖାଇବାକୁ ଚାହୁଁଛନ୍ତି ପ୍ରଯୋଜକ ବୋନି କପୁର । ଫିଲ୍ମଟି ଏକ ସଙ୍ଗରେ ତାମିଲ ଏବଂ ହିନ୍ଦିରେ ରିଲିଜ୍ ହେଉଥିବାରୁ ଏହା ଅଜିତ୍ଙ୍କ ତୃତୀୟ ବଲିଉଡ୍ ଫିଲ୍ମ ରହିବ । ପୂର୍ବରୁ ଶାହାରୁଖ ଖାନ୍ଙ୍କ ସହିତ ଅଶୋକା ଏବଂ ଶ୍ରୀଦେବୀଙ୍କ ସହିତ ଇଙ୍ଗିଲିସ୍ ଭିଙ୍ଗଲିସ୍ରେ ନଜର ଆସିଥିଲେ ଅଜିତ୍ । ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ । ଅଜିତଙ୍କୁ ରେସର୍ ଭୂମିକାରେ ରଖି ଫିଲ୍ମର କାହାଣୀ ପରିବର୍ତ୍ତନ କରାଯାଇଛି ।
ଲୋକପ୍ରିୟ ସଙ୍ଗୀତଭିତ୍ତିକ ରିଅଲିଟି ଶୋ’ ‘ରାଇଜିଂ ଷ୍ଟାର୍’ର ସିଜିନ୍ ୩ର ବିଜେତା ହୋଇଛନ୍ତି ଅଫତାବ୍ ସିଂହ । ପଞ୍ଜାବର ଫରିଦକୋର୍ଟ ନିବାସୀ ୧୨ ବର୍ଷୀୟ ଅଫତାବ୍ ଏହି ଶୋ’ର ବିଜେତା ହୋଇ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଫାଇନାଲ୍ରେ ରହିଥିବା ଚାରିଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠୁ କମ୍ ବୟସର ଥିଲେ ଅଫ୍ତାବ୍ । ଏହି ସିଜିନ୍ର ଫାଷ୍ଟ ରନର୍ସ ଅଫ୍ ଦିବକାରଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଅଫତାବ୍ ବଲିଉଡ୍ ଭାଇଜାନ୍ ସଲମନ୍ ଖାନ୍ଙ୍କ ବଡ଼ ପ୍ରଶଂସକ । ସେ ଦିନେ ସଲମନ୍ଙ୍କ ପାଇଁ ଗୀତ ଗାଇବେ ବୋଲି ଇଚ୍ଛା ରଖିଛନ୍ତି । ଏକ ସାଧାରଣ ପରିବାରରୁ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅଫତାବ ତାଙ୍କ ପିତାଙ୍କୁ ତାଙ୍କ ପ୍ରେରଣାର ଉତ୍ସ ବୋଲି କହିଛନ୍ତି । ଆଦିତ୍ୟ ନାରାୟଣ ଏହି ଶୋ’ର ହୋଷ୍ଟ କରୁଥିବାବେଳେ ଏହି ଶୋ’ରେ…
ଏକ ପାଣି ପାଇପ୍ ଲାଇନ୍ରେ ଲିକ୍ ଯୋଗୁଁ ବିଦ୍ୟୁତ୍ ସେବା ବନ୍ଦ ରହିବା ଯୋଗୁଁ ଦିଲ୍ଲୀର ମେଟ୍ରୋ ସେବା ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ନୂଆଦିଲ୍ଲୀରୁ ଚାଉଡି ବଜାର ପର୍ଯ୍ୟନ୍ତ ଯାଉଥିବା ହଳଦିଆ ଲାଇନ୍ ମଧ୍ୟରେ ଏକ ଟନେଲ୍ରେ ପାଣି ଲିକ୍ କରିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଡିଏମ୍ଆର୍ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସମୟରେ ବିଦ୍ୟୁତ୍ ବ୍ୟବସ୍ଥା ବନ୍ଦ ହେବା ଯୋଗୁଁ ସେଣ୍ଟ୍ରାଲ ସେକ୍ରେଟେରିଆଟ-କାଶ୍ମିରୀ ଗେଟ୍ ଏବଂ ସମ୍ୟାପୁର ବଦ୍ଲୀ-ହୁଡା ସିଟି ସେଣ୍ଟର ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ୯୦ ମିନିଟ୍ ମଧ୍ୟରେ ପାଇପ୍ର ଲିକେଜ୍ ଠିକ୍ ହେବା ସହିତ ମେଟ୍ରୋ ଚଳାଚଳ ସ୍ବାଭାବିକ ହୋଇଥିଲା ।
ବଲିଉଡ୍ ଦବଙ୍ଗ୍ ଖାନ୍ ସଲମାନ୍ ଏବେ ଆକ୍ସନ ଡିରେକ୍ଟର ରୋହିତ ସେଟ୍ଟିଙ୍କ ସହ ଫିଲ୍ମ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସଲମାନ୍ ଖାନ୍ ‘କିକ୍-୨’ରେ ନିର୍ଦ୍ଦେଶନା ଦେବେ ରୋହିତ୍ ସେଟ୍ଟି। ସାଜିଦ୍ ନଦିଆଦ୍ଓ୍ବାଲାଙ୍କ ପ୍ରଯୋଜିତ ‘କିକ୍’ଟି ସୁପରହିଟ୍ ରହିଥିବାବେଳେ ଏହାର ସିକ୍ବେଲ୍କୁ ନେଇ ବେଶ୍ ଚର୍ଚ୍ଚା ରହିଛି । ନିକଟରେ ସଲମାନ୍ଙ୍କ ଅଭିନୀତ ‘ଭାରତ’ ରିଲିଜ୍ ହୋଇଥିବାବେଳେ ଏବେ ‘ଦବଙ୍ଗ୍୩’କୁ ନେଇ ବ୍ୟସ୍ତ ରହିଛନ୍ତି ସଲ୍ଲୁ । ସେହିପରି ରୋହିତ୍ ଅକ୍ଷୟକୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’ଙ୍କୁ ନେଇ ମଧ୍ୟ ବ୍ୟସ୍ତ ରହିଛନ୍ତି । ତେବେ ଆକ୍ସନ ଡିରେକ୍ଟର ରୋହିତ୍ଙ୍କ ସହ ସଲ୍ଲୁଙ୍କ ଯୁଗଳବନ୍ଦୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକେ ବେଶ୍ ଉତ୍ସାହିତ ।
ଅଷ୍ଟ୍ରେଲିଆର ଟେନିସ୍ ଷ୍ଟାର ଆସ୍ଲେଘ ବାର୍ଟି ଫ୍ରେଞ୍ଚ ଓପନ୍ ଟାଇଟଲ୍ ମୁକାବିଲାରେ ବିଜୟୀ ହୋଇଛନ୍ତି । ଚେକ୍ ରିପବ୍ଲିକ୍ର 19 ବର୍ଷୀୟ ଖେଳାଳି ମାର୍କେଟା ଭୌଣ୍ଡ୍ରୋସୋଭାଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି ବାର୍ଟି । ରୋଲାଣ୍ଡ ଗ୍ୟଗାରସ୍ର ନାଲି ମାଟିରେ ଖେଳା ଯାଇଥିବା ଫାଇନାଲ୍ରେ ଏକ ପାଖିଆ ଭାବରେ 6-1, 6-3ର ସିଧାସଳଖ ସେଟ୍ରେ ମାର୍କେଟା ଭୌଣ୍ଡ୍ରୋସୋଭାଙ୍କୁ ପରାସ୍ତ କରି ଟାଇଟଲ ହାତେଇ ଥିଲେ ବାର୍ଟି । 2014ରେ କ୍ରିକେଟ ଖେଳିବା ପାଇଁ ଟେନିସ୍ ଛାଡିଥିଲେ ବାର୍ଟି । ଦୁଇ ବର୍ଷ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଫ୍ରେଞ୍ଚ ଓପନ ସହିତ ନିଜର ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ଖାତା ଖୋଲିଛନ୍ତି ବାର୍ଟି । ସେହିପରି ପୁରୁଷ ବିଭାଗରେ ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିକ୍ଙ୍କୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି ଡୋମିନିକ୍ ଥିମ୍ ।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଲିଗ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି । ଉଭୟ ଟିମ୍ ପୂର୍ବ ମ୍ୟାଚ୍ର ଏକାଦଶ ଏହି ମ୍ୟାଚ୍ରେ ଖେଳାଇଛନ୍ତି । ପିଚ୍ ବ୍ୟାଟିଂ ଉପଯୋଗୀ ରହିଥିଲେ ମଧ୍ୟ ପିଚ୍ରେ ସାମାନ୍ୟ ଘାସ ରହିଛି ଯାହାକି ପେସ୍ ବୋଲରଙ୍କୁ ସହାୟତା କରିବ । କୋହଲି 300 ରନ୍ର ଲକ୍ଷ୍ୟ ବିଜୟ ପାଇଁ ଯଥେଷ୍ଟ ହେବ ବୋଲି ମତ ଦେଇଛନ୍ତି । ଅନ୍ୟ ପକ୍ଷରେ ପ୍ରଥମ 10 ଓଭରରେ ଓ୍ବିକେଟ ହାସଲ କରି ବିପକ୍ଷ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ ବୋଲି ଅଷ୍ଟ୍ରେଲିଆ ଓପ୍ନର ଆରୋନ ଫିଞ୍ଚ ସୂଚନା ଦେଇଛନ୍ତି ।
କେଦାର ମିଶ୍ର ପ୍ରାୟ ୭ ବର୍ଷ ତଳେ ନେପାଳରେ ମୋର ଦେଖା ହୁଏ ବାଂଲାଦେଶ ର ଖ୍ୟାତନାମା ମାନବ ଅଧିକାର କର୍ମୀ ତଥା ବିଶିଷ୍ଟ ସିନେମା ନିର୍ମାତା ଶାହାରିୟାର କବୀରଙ୍କ ସହିତ। ଦକ୍ଷିଣ ଏସିଆର ମାନବାଧିକାର ପ୍ରସଙ୍ଗ ଆଲୋଚନାର ପୃଷ୍ଠଭୂମିରେ ଶ୍ରୀ କବୀର ମୋତେ କହିଥିଲେ, ବାଂଲାଦେଶ ଗଠନ ଲାଗି ବାଂଲାବାସୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଯେତିକି ଋଣୀ, ସମାନ ପରିମାଣରେ ଆମେ ସେଥିଲାଗି ଶ୍ରୀମତୀ ନନ୍ଦିନୀ ଶତପଥିଙ୍କ ପାଖରେ ମଧ୍ୟ କୃତଜ୍ଞ। ୧୯୭୧-୭୨ ବାଂଲା ମୁକ୍ତି ଯୁଦ୍ଧରେ ଭାରତର ସହାୟତା ଓ ସେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଘନିଷ୍ଠ ସହଯୋଗୀ ଭାବରେ ନନ୍ଦିନୀ ଦେବୀଙ୍କର ପ୍ରଭାବଶାଳୀ ଯୋଗଦାନକୁ ଶ୍ରୀ କବୀର ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ କବୀର ଓଡିଶା ଆସି ତାଙ୍କର ସିନେମା ପ୍ରଦର୍ଶନ କରିବା ଅବସରରେ ଏ ପ୍ରସଙ୍ଗରେ ଅଧିକ ତଥ୍ୟ ଦେଇଥିଲେ। ନନ୍ଦିନୀ ଦେବୀଙ୍କ ରାଜନୈତିକ ବ୍ୟକ୍ତିତ୍ବର ଆକଳନ…
ଦେଶରେ ରହିଥିବା ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ୍ କଲେଜ୍ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ ୭୫ଟି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ରୂପାନ୍ତରିତ କରିବାର ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା ଦେଶରେ ଅନ୍ୟୁନ ୧୦ହଜାର ମେଡିକାଲ ସିଟ୍ ସୃଷ୍ଟି ହେବ ବୋଲି ଜଣାପଡିଛି । ଏହି ପ୍ରକ୍ରିୟା ନିମନ୍ତେ ୩୨୫ କୋଟିର ଅର୍ଥ ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହି ପ୍ରକ୍ରିୟା ପାଇଁ ୨୪ଟି ଚିକିତ୍ସା କେନ୍ଦ୍ର ଚୟନ ସରିଥିବା ବେଳେ ୩୯ଟି ଚିକିତ୍ସା କେନ୍ଦ୍ର ନିରୀକ୍ଷଣରେ ରହିଛି । ଅର୍ଥନୈତିକ କମିଟିର ମଞ୍ଜୁରୀ ପାଇଁ ପ୍ରସ୍ତାବ ଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଯିବ ।
ପଞ୍ଚମ ପାଳି ଶାସନ କ୍ଷମତାପ୍ରାପ୍ତ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟପ୍ରତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବାର ଥିବା ନେଇ ସୂଚନା ମିଳିଛି। ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିକାଶ ତଥା ପଡ଼ିରହିଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ ପାଇଁ ଆଲୋଚନା କରିପାରନ୍ତି । ଏହା ସହିତ ଲୋକସଭାରେ ହେବାକୁ ଥିବା ଉପବାଚସ୍ପତି ଚୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ଉପବାଚସ୍ପତି ପଦବୀ ପାଇଁ ବିଜେଡିର ଭର୍ତ୍ତୃହରି ମହତାବଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି ଆସନ୍ତା ୧୫…
ଆସନ୍ତା ଜୁନ୍ ୨୦ରୁ ଜିଏସ୍ଟି କାଉନ୍ସିଲ୍ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ୫୦କୋଟିରୁ ଅଧିକ ବାର୍ଷିକ ଆୟ ରହିଥିବା ବ୍ୟବସାୟୀଙ୍କ ଜିଏସ୍ଟି ଅର୍ଥ ଉପରେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି। ଏହା ସହିତ ଆନ୍ତଃରାଜ୍ୟ ବ୍ୟବସାୟ ଉପରେ ଇ-ଇନ୍ଭଏସ୍ ବ୍ୟବହାର ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଦେଶରେ ୬୮ ହଜାର ୪୦୧ ବ୍ୟବସାୟୀଙ୍କ ଆୟ ୫୦ କୋଟିରୁ ଅଧିକ ହୋଇଥିବା ବେଳେ ସମୁଦାୟ ଜିଏସ୍ଟି ଅର୍ଥର ୬୬.୬ ପ୍ରତିଶତ ଅର୍ଥ ଏମାନେ ଭରୁଥିବା ଜଣାପଡିଛି । ସେହିପରି ବି୨ବି ଇନ୍ଭଏସ୍ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି।

