Author: Samikhsya Bureau

ଉତ୍ତରପ୍ରଦେଶର ଦେଓବନ୍ଦଠାରେ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ଜନସଭାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଆରଏଲଡି ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂହ ନିଜ ଅଭିଭାଷଣ ରଖିଥିଲେ। ମାୟାବତୀ ନିଜ ଉଦ୍‍ବୋଧନରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମାୟାବତୀ ଅନୁରୋଧ କରିଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକେ ଭାବନାର ବହି ଯାଇ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। ବିଜେପିକୁ କଂଗ୍ରେସ ଟକ୍କର ଦେଇପାରିବ ନାହିଁ। ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ। ଏବେ ୟୁପିରୁ ବିଜେପି ଯାଉଛି ଏବଂ ମହାଗଠବନ୍ଧନ ଆସୁଛି । ଯଦି ଭୋଟିଂ ମେସିନ୍‌ରେ କୌଣସି ପ୍ରକାରର ଗଡବଡ଼ ନ ହୁଏ, ତେବେ ମହାଗଠବନ୍ଧନ ନିଶ୍ଚୟ ହିଁ ଜିତିବ ବୋଲି କହିଛନ୍ତି ମାୟାବତୀ। ସେହିପରି କଂଗ୍ରେସକୁ ନିଶାନା କରିଛନ୍ତି ମାୟାବତୀ । ଆଉ ଚୌକିଦାରର…

Read More

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫରନଗରରେ। ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ଏଥିରେ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ସମର୍ଥକମାନେ ଯୋଗଦେଇଥିଲେ। ସଭା ପରେ କର୍ମୀମାନଙ୍କୁ ବିରିୟାନୀ ବଣ୍ଟନ କରିବାର ବ୍ୟବସ୍ଥା ହୋଇଥିଲା। ଏହି ବିରିୟାନି ବଣ୍ଟନକୁ ନେଇ ଗଣ୍ଡଗୋଳ ହୋଇଯାଇଛି। ସଭା ପୂର୍ବରୁ ବିରିୟାନ୍‌ ପ୍ୟାକଟ୍‌ ଦିଆଯିବାକୁ କେତେକ କର୍ମୀ ଜିଦି ଧରିଥିବାବେଳେ ଆଉ କେତେକ କର୍ମୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ନିର୍ବାଚନୀ ସଭାରେ ବିରିୟାନି ବଣ୍ଟନ ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି। ଏହି  ସଭାରେ ବିରିୟାନୀ ବଣ୍ଟନ ପାଇଁ ଅନୁମତି ନିଆଯାଇନଥିବାରୁ ଏନେଇ ମଧ୍ୟ ଅଭିଯୋଗ ଦାଖଲ କରାଯାଇ ୯ଜଣଙ୍କୁ…

Read More

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗତକାଲି ନିର୍ବାଚନୀ ଇସ୍ତାହାର ପତ୍ର ‘ଆପଣଙ୍କ ଭବିଷ୍ୟତ ମୋ‘ ଦାୟିତ୍ବ’ ଜାରି କରିଛନ୍ତି। ଏହି ନିର୍ବାଚନୀ ପତ୍ରରେ କୃଷକ, ମହିଳା, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ, ସର୍ବଣ୍ଣ ସଂରକ୍ଷଣ,  ଯୁବକ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।  ଅମରାବତୀଠାରେ ଏହି ପତ୍ର ଉନ୍ମୋଚନ କରିବା ଅବସରରେ ଚନ୍ଦ୍ରବାବୁ କହିଛନ୍ତି ଯେ, ଟିଡିପି କ୍ଷମତାକୁ ଫେରିଲେ ଗରିବମାନଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ଦେବ। ସେହିପରି ପ୍ରଧାନମନ୍ତ୍ରୀ କିସାନ ଯୋଜନା ପରି କୃଷକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ବ ରଖିଛନ୍ତି। ସେହିପରି ମହିଳାଙ୍କ ରାଜନୀତିରେ ସକ୍ରିୟ କରିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ, ଅଙ୍ଗନଓ୍ବାଡ଼ିଙ୍କ ପାଇଁ ପକ୍କା ଘର, ସେହିପରି ଆଗାମୀ ପାଞ୍ଚବର୍ଷରେ ଗ୍ରାମୀଣ ଅଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଆଦିର ଉଲ୍ଲେଖ ରହିଛି। ଆନ୍ଧ୍ରପ୍ରଦେଶରେ ୨୫ଟି…

Read More

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଓ ଗୁଣୁପୁର ଗସ୍ତ କରିଛନ୍ତି। ଏଠାରେ ରୋଡ୍‌ ଶୋ’ କରିଥିଲେ ଏବଂ ରୋଡ୍‌ ଶୋ’ ପରେ ଏକ ସାଧାରଣ ସଭାରେ ନବୀନ ଉଦ୍‌ବୋଧନ ଦେଇଥିଲେ। ଏଠାରେ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ। ବିଜେଡ଼ି ସରକାର ଗରିବଙ୍କ ପାଇଁ ଆହାର ଯୋଜନା କରିଛି, କିନ୍ତୁ  ଗରିବଙ୍କୁ ଟଙ୍କିକିଆ ଚାଉଳ ଦେବାକୁ କେନ୍ଦ୍ର  ମନା କଲା। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ଲକ୍ଷ ଟଙ୍କା ରାଜ୍ୟ ସରକାର ଦେଇଛନ୍ତି। ପାନୀୟ ଜଳ ପାଇଁ କେନ୍ଦ୍ର ଏକ ହଜାର କୋଟି ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖର୍ଚ୍ଚ କରିଛି ୧୨ ହଜାର କୋଟି ଟଙ୍କା। ସବୁବେଳେ ରାଜ୍ୟକୁ ଅବହେଳା କରିଆସିଛି କେନ୍ଦ୍ର। ସାଢେ ୪ କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର, ଶେଷ ନିଃଶ୍ବାସ ଯାଏ ସେବା କରିବି ବୋଲି କହି ଭୋଟ୍‌ ପାଇଁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। (…

Read More

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସଚିବ ପ୍ରବୀଣ କକ୍କରଙ୍କ ଘର ସମେତ ଦୁଇ ନିକଟତରଙ୍କ ଘରୁ  ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ପାଖାପାଖି ୯ କୋଟି ଟଙ୍କା ଜବତ ହୋଇଛି। ଶନିବାର ରାତି ପ୍ରାୟ ୩ଟାରେ ଆୟକର ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ରାଜଧାନୀ ଦିଲ୍ଲୀ, ମଧ୍ୟପ୍ରଦେଶର ଭେପାଳା ଓ ଇନ୍ଦୋରର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ତେବେ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ନିର୍ବାଚନ ସମୟରେ କେନ୍ଦ୍ର ସରକାର ଆୟକର ବିଭାଗକୁ ଅସ୍ତ୍ର କରି ବିରୋଧୀମାନଙ୍କ ଘରେ ଚଢ଼ାଉ କରୁଛନ୍ତି ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିବା ସହ ଏହା ପ୍ରତିବାଦରେ ବିଜୟୱାଡାଠାରେ ଧାରଣା ଦେଇଥିଲେ। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ…

Read More

ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି  ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି। ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଲେ। ୨୦୦୯ରୁ ୨୦୧୪ ଯାଏ ରବି ନାରାୟଣ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ରବି ପାଣି ଏଥର ପାଲଲହଡ଼ାରୁ ଟିକେଟ୍ ପାଇଁ ଆଶାୟୀ ଥିଲେ। ଦଳ ସୁକେଶ ପାଲ୍‌ଙ୍କୁ ପାଲଲହଡ଼ାରୁ ପ୍ରାର୍ଥୀ କରିଛି। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Read More

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଓଡ଼ିଶା ଲାଗି ବିଜେପିର ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ କରିଛନ୍ତି। ଗରିବଙ୍କ ବିକାଶକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ୪୫ ଲକ୍ଷ ଚାଷୀଙ୍କୁ ପିଏମ୍‌ କିସାନ୍‌ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବା ସହ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ଲାଗି କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି। ଆଦିବାସୀମାନଙ୍କୁ ଜମିପଟ୍ଟା ଦିଆଯିବ, ସବୁ ଗରିବଙ୍କୁ ଜମିପଟ୍ଟା ଦିଆଯିବ। ବିଜେପି ସରକାରକୁ ଆସିଲେ ଓଡ଼ିଶାର ସବୁ ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ୍‌ ପ୍ରତିଷ୍ଠା କରାଯିବ। ମହିଳାମାନଙ୍କପାଇଁ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ ଆଦି ଉପରେ ଗୁରୁତ୍ବ ଦିଆଯାଇଛି। ତିନିମାସ ମଧ୍ୟରେ ପେଶା ଆଇନ୍‌ ଲାଗୁ କରାଯିବ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି ଓ ବିଜୁଳି ଯୋଗାଇଦିଆଯିବ, ଭ୍ରଷ୍ଟାଚାର ଓ ଗୁଣ୍ଡାଗର୍ଦ୍ଦିକୁ ଖତମ କରାଯିବ। ବିନା ସୁଧରେ ଚାଷୀଙ୍କୁ ଋଣ, ଚି୍ଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ…

Read More

ଗୁଗୁଲ ପ୍ଲସ୍ ଏବଂ ଇନ ବକ୍ସ ବାଇ ଜିମେଲ ବନ୍ଦ କରିବା ପରେ ଗୁଗୁଲ ନିଜର ଆଉ ଏକ ସର୍ଭିସକୁ ସଟ୍‌ଡାଉନ କରିବାକୁ ଯାଉଛି। ଅପ୍ରେଲ ୩୦ରୁ ଗୁଗୁଲ ପ୍ଲେ ଆର୍ଟିଷ୍ଟ ହବ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି କମ୍ପାନୀ ଘୋଷଣା କରିଛି। ଏହି ସର୍ଭିସ୍ ୨୦୧୨ରେ ଲଞ୍ଚ୍‌ କରାଯାଇଥିଲା। ଏହାଦ୍ୱାରା ଭାରତୀୟ କଳାକାର ନିଜ ମ୍ୟୁଜିକ ଅପଲୋଡ କରି ଗୁଗୁଲ ପ୍ଲେ ଷ୍ଟୋର ଏବଂ ଗୁଗୁଲ ପ୍ଲେ ମ୍ୟୁଜିକ ଜରିଆରେ ବିକ୍ରି କରୁଥିଲେ। ତେବେ ୩୦ ଅପ୍ରେଲ ପରେ  ୟୁଜରମାନେ ଏହାକୁ ସାଇନ ଇନ କରି ପାରିବେ ନାହିଁ। ତେବେ ଗୁଗୁଲର ଲ୍ୟାଟେଷ୍ଟ ୟୁଟ୍ୟୁବ୍‌ ମ୍ୟୁଜିକ ଆସିବା ନେଇ ଏହାକୁ ବନ୍ଦ କରାଯାଉଛି ବୋଲି ସୂଚନା ମିଳିଛି। ଖୁବ୍ ଶୀଘ୍ର ଗୁଗୁଲ ନିଜ ପ୍ଲେ ମ୍ୟୁଜିକକୁ ୟୁଟ୍ୟୁବ ମ୍ୟୁଜିକରେ ରିପ୍ଲେସ କରିବ ବୋଲି ସୂଚନା ରହିଛି। ( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ…

Read More

ଆଜି ଓଡ଼ିଶା କଂଗ୍ରେସ ଭବନରେ ଦଳ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା  ପ୍ରମୁଖ ନେତୃବୃନ୍ଦ ଏହି  ଇସ୍ତାହାର ପୁସ୍ତିକା ଉନ୍ମୋଚନ କରିଥିଲେ। ଗରିବ, ଚାଷୀ, ମହିଳା, ଆଦିବାସୀ ଓ ଯୁବକମାନଙ୍କୁ ଏହି ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କାର ଆୟ ଗ୍ୟାରେଣ୍ଟି, ପ୍ରତି ପରିବାରରେ ଜଣେ ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଛି। ଯଦି ନିଯୁକ୍ତି ନ ମିଳିବ ତେବେ ମାସିକ ୩ ହଜାର ଟଙ୍କା ଭତ୍ତା ମିଳିବ ବୋଲି ଏଥିରେ କୁହାଯାଇଛି। ଚାକିରି କରିବା ପାଇଁ ବୟସ ସୀମା ବୃଦ୍ଧି ଓ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ କରାଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ରହିଛି। ସେହିପରି ସବୁ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ଚାଷୀମାନଙ୍କ ପାଇଁ ୨…

Read More

ବାରିପଦା ବିଧାନସଭା ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ସରୋଜିନୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲାର ବାରିପଦାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ମିଳିଛି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବିଜେଡ଼ି ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୬ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେବଳ  କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଘୋଷଣା ପାଇଁ ବାକି ରହିଛି। ବାରିପଦା ପାଇଁ ଦଳ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଗତଥର ଏଠାରୁ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଏହି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ନିର୍ବାଚନରେ ବିଜେଡ଼ି ସରୋଜିନୀ ହେମ୍ବ୍ରମଙ୍କୁ ମିଶାଇ ମୋଟ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରାଇଛି। ସେଥିରୁ ସରୋଜିନୀଙ୍କୁ ବାରିପଦା ବିଧାନସଭା, ସୌମ୍ୟରଂଜନ  ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ବିଧାନସଭା ଓ ପ୍ରତାପ ଦେବଙ୍କୁ ଆଳି ବିଧାନସଭା ଟିକେଟ ଦିଆଯାଇଛି। ସେହିପରି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ…

Read More

ରାଜ୍ୟ କଂଗ୍ରେସ ଆଜି ୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଧର୍ମଶାଳା ଓ ତିର୍ତ୍ତୋଲ୍‌ରେ ପ୍ରାର୍ଥୀ ବଦଳ କରିଛି। ତିର୍ତ୍ତୋଲ୍‌ ଆସନରେ କଂଗ୍ରେସ ବିଭୁ ତରାଇଙ୍କୁ ଟିକେଟ ଦେଇଥିଲା। କିନ୍ତୁ ବିଭୁ ଟିକେଟ ପାଇ ମଧ୍ୟ ଅସନ୍ତୁଷ୍ଟ ବ୍ୟକ୍ତ କରି ଦଳ ଛାଡ଼ି ବିଜେପି ଦଳରେ ଯୋଗଦେଇଛନ୍ତି। କଂଗ୍ରେସ ଦଳ ବିଭୁ  ତରାଇଙ୍କ ସ୍ଥାନରେ ଦେବୀମଲ୍ଲିକଙ୍କୁ ଟିକେଟ ଦେଇଛି। ସେହିପରି ଧର୍ମଶାଳାରେ ପୂର୍ବରୁ ସ୍ମୃତିରେଖା ପହିଙ୍କୁ ଟିକେଟ ଦିଆଯାଇଥିଲା ଏହି ସ୍ଥାନରେ ସ୍ମୃତିଙ୍କ ବଦଳରେ କିଶାନ ପଣ୍ଡାଙ୍କୁ କଂଗ୍ରେସ ପ୍ରାର୍ଥୀ କହିଛି। ଚଳିତ ଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ଘଷିପୁରା ପାଇଁ ଘୋଷଣା କରାଯାଇଥିବାବେଳେ ଭଣ୍ଡାରୀପୋଖରୀ ପାଇଁ ମଧ୍ୟ ନିରଞ୍ଜନଙ୍କୁ ଟିକେଟ ଦିଆଯାଇଛି। ୧. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ ୨. ଭଦ୍ରକ – ଶ୍ରୀ ନଳିନୀକାନ୍ତ ମହାନ୍ତି ୩. ବଡ଼ଚଣା – ସୀତାକାନ୍ତ ମହାପାତ୍ର ୪. ଧର୍ମଶାଳା – କିଶାନ…

Read More

କେଦାର ମିଶ୍ର ଗତ ୨ଏପ୍ରିଲରୁ ୬ ଏପ୍ରିଲ ପର୍ୟନ୍ତ ଓଡିଶାର ବ୍ରହ୍ମପୁର, ଆସ୍କା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାୟ ୩୦ରୁ ଅଧିକ ବିଧାନସଭା କ୍ଷେତ୍ର ବୁଲିବାର ସୁଯୋଗ ମିଳିଥିଲା। ଖଲିକୋଟ, କବିସୂର୍ୟ ନଗର, ଆସ୍କା, ହିଞ୍ଜିଳି, ସୋରୋଡା, ବାଲିଗୁଡା, ଦଶପଲ୍ଲା, ଜି ଉଦୟଗିରି, କଣ୍ଟାମାଳ, ବୌଦ, ଦଶପଲ୍ଲା, ଫୁଲବାଣୀ, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, କୋରାପୁଟ, ଜୟପୁର, ନବରଙ୍ଗପୁର, ଝରିଗାଁ, ଡାବୁ ଗାଁ, ଧରମଗଡ, ଜୁନାଗଡ, ଭବାନୀପାଟଣା, ନର୍ଲା, ଟିଟିଲାଗଡ, ବଲାଙ୍ଗୀର ଓ ସୋନପୁର ବିଧାନସଭା ମଣ୍ଡଳୀ ବୁଲିବା ସମୟରେ ଲୋକଙ୍କ ପ୍ରତିକ୍ରିୟାକୁ ନେଇ ଧାରାବାହିକ ଭାବରେ ଆମେ ଲେଖୁଛୁ। ତେବେ ଏତେ ବାଟ ବୁଲିବା ଭିତରେ ଗୋଟେ କଥା ମାନିବାକୁ ପଡିବ ଯେ, ୧୯ ବର୍ଷ ଶାସନ କଲାପରେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ମୋହ ତୁଟିନାହିଁ। କୋରାପୁଟ-ଲକ୍ଷ୍ମୀପୁର ରାସ୍ତାରେ ଥିବା କୁମ୍ଭୀକୋଟା ଗାଁର ଦଳେ ବୟସ୍କ…

Read More

ସମୀକ୍ଷା ବ୍ୟୁରୋ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ବର୍ତ୍ତମାନ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାରଣ ବର୍ତ୍ତମାନ ଦାମ କଣ କରିବେ ସେ ନେଇ କିଛି ନିଷ୍ପତି ନେଇପାରୁ ନାହାଁନ୍ତି। ବିଜେପିରୁ ଟିକେଟ ପାଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ନା ନାମାଙ୍କନ ଦାଖଲ କରିଛନ୍ତି ନା ବିଜେପି କର୍ମିଙ୍କ ସହିତ ଆଲୋଚନା କରୁଛନ୍ତି। ଏପରି ଦ୍ବଦଲ୍ୟମାନ ସ୍ଥିତିରେ ପଡିଛନ୍ତି ଦାମୋଦର ରାଉତ। ଗୋଟିଏ ପଟେ ପୁଅ ସମ୍ବିତ ରାଉତରାୟ ଅନ୍ୟପଟେ ବିଜେପି ଦଳ ଏବଂ ତାଙ୍କର ପ୍ରାର୍ଥୀତ୍ବ, ଏସବୁ ଭିତରେ ଦାମ ପେଶି ହେବାରେ ଲାଗିଛନ୍ତି। ଦାମ ବିଜେପିରେ ଯୋଗଦେବା ପରେ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ଦେଇଛନ୍ତି ସତ, ହେଲେ ତାହା ତାଙ୍କ ପାଇଁ ଲାଭଦାୟ ସାବ୍ୟସ୍ତ ହୋଇପାରୁ ନାହିଁ । ପ୍ରଥମତଃ ସେ ବାଲିକୂଦା ଏରସମାର ବିଧାୟକ ଟିକେଟ ହାସଲ କରିଥିବା ବେଳେ ଅନ୍ୟପଟେ ସେ ଦଳର ପ୍ରଚାର କମିଟ ଦାୟିତ୍ବ ମଧ୍ୟ…

Read More

ଆଜି ଭୁବନେଶ୍ବରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟର ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର ଏକ ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ବସିଛି। ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ପ୍ରଚାର ଖର୍ଚ୍ଚ ଉପରେ ଆଲୋଚନା କରାଯାଇଥିଲା। ପ୍ରାର୍ଥୀମାନେ ପ୍ରଚାର ସମୟରେ କିପରି ଖର୍ଚ୍ଚ କରିବେ ଏବଂ ତାହା କିପରି ଲିଖିତ ଭାବେ ରଖିବେ ତାହା ଆଲୋଚନା କରାଯାଇଥିଲା। ବର୍ତ୍ତମାନ ବିଭିନ୍ନ ଲୋକସଭା କ୍ଷେତ୍ରରେ ଅର୍ଥନୈତିକ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ସେମାନେ ବିଭିନ୍ନ ପ୍ରାର୍ଥୀ ପ୍ରକୃତରେ କିପରି ଖର୍ଚ୍ଚ କରୁଛନ୍ତି ତାହା ତଦାରଖ କରିବେ। ସେଥିପାଇଁ ନିର୍ବାଚନ ଅଧିକାରୀଙ୍କ ତରଫରୁ ଏକ ଟିମ ଗଠନ କରାଯାଇଛି। ଏହି ଟିମ ବିଭିନ୍ନ ସମୟରେ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ତଦାରଖ କରିବେ।

Read More

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ କରି ଦିଲ୍ଲୀ ଓ ହରିୟାଣାରେ କଂଗ୍ରେସ ଓ ଆପ୍‌ ମଧ୍ୟରେ ମେଣ୍ଟ ହୋଇଛି। ଦିଲ୍ଲୀରେ ୭ଟି ଲୋକସଭା ଆସନକୁ ନେଇ ଦୁଇ ଦଳ ମଧ୍ୟରେ ମେଣ୍ଟ ପାଇଁ କଂଗ୍ରେସ ଅସହମତି ରହିଥିବାବେଳେ ଶେଷରେ ଏହି ମେଣ୍ଟ ସପକ୍ଷରେ ରହିଛି କଂଗ୍ରେସ। ଦିଲ୍ଲୀରେ କଂଗ୍ରେସ ୩ଟି ସିଟ୍‌ ଓ ଆପ୍‌ ୪ଟି ସିଟ୍‌ରେ ନିର୍ବାଚନ ଲଢିବା ନେଇ ବୁଝାମଣା ହୋଇଛି। ସେହିପରି ହରିୟାଣାରେ ଆପ୍‌ ଗୋଟିଏ ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବାବେଳେ ୯ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ। ଆପ୍‌ ଓ କଂଗ୍ରେସର ମେଣ୍ଟକୁ ନେଇ କଂଗ୍ରେସ ଭିତରେ ଅସହମତି ପ୍ରକାଶ ପାଇଥିଲା। ତେବେ ବିଜେପିର ଗତିରୋଧ କରିବାକୁ ପରିଶେଷେର ଆପ୍‌ ଓ କଂଗ୍ରେସ ମେଣ୍ଟ କରିଛନ୍ତି। ଏହି ମେଣ୍ଟକୁ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲା। ତେବେ ଏହି ମେଣ୍ଟ କରିବା ସହ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲା…

Read More

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ଆଗାମୀ ସିନେମା ‘କବିର ସିଂହ’ର ପ୍ରଥମ ପୋଷ୍ଟର ଆଜି ରିଲିଜ୍‌ କରାଯାଇଛି। ଶାହିଦ୍‌ ନିଜ ଟୁଇଟର ଆକାଉଣ୍ଟରେ ଏହାର ପୋଷ୍ଟର ଶେୟାର କରିବା ସହିତ  ନିଜ ଭିତରେ ଥିବା କବିର ସିଂହଙ୍କୁ ଖୋଜନ୍ତୁ ବୋଲି କ୍ୟାପ୍‌ଶନରେ ସେ ଲେଖିଛନ୍ତି। ପୋଷ୍ଟରରେ ଶାହିଦ୍‌ଙ୍କ ଚେହେରା ଠିକ୍‌ ଭାବେ ଦେଖାଯାଉ ନ ଥିଲେ ହେଁ ଫିଲ୍ମରେ ତାଙ୍କର ଲୁକ୍‌ ବିଷୟରେ ସାମାନ୍ୟତମ ଝଲକ ମିଳୁଛି। ସେ ମୁହଁରେ ୨ଟି ସିଗାରେଟ ଲଗାଇଛନ୍ତି। ଶାହିଦ୍‌ଙ୍କ ଏହି ଚଳଚ୍ଚିତ୍ରଟି ହେଉଛି ସୁପରହିଟ୍‌ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦି ରିମେକ୍‌। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସନ୍ଦୀପ ବାଙ୍ଗା। ଶାହିଦ୍‌ଙ୍କ ସହ ଏହି ଫିଲ୍ମରେ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ। ’ଅର୍ଜୁନ୍‌ ରେଡ୍ଡି’ରେ ବିଜୟ ଦେବେରକୋଣ୍ଡା ଓ ଶାଲିନୀ ପାଣ୍ଡେ ଅଭିନୟ କରିଥିଲେ।  ‘କବିର ସିଂହ’ର ଟିଜର୍‌ ଏପ୍ରିଲ୍‌ ୮ରେ ରିଲିଜ୍‌ ହେବାକୁ ରହିଥିବାବେଳେ ଏହି ଫିଲ୍ମଟି ଜୁନ୍‌ ୨୧ରେ ପରଦାକୁ ଆସିବ।…

Read More

ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ୨୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ହରିୟାଣାର ଆଠଜଣ ପ୍ରାର୍ଥୀ ରହିଛନ୍ତି। ଏହି ପ୍ରାର୍ଥୀତାଲିକା ସହିତ ବିଜେପି ମୋଟ ୪୦୭ଜଣ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ହରିୟାଣାର ଅମ୍ବାଲା ଆସନରୁ ରତନ ଲାଲ୍‌ କଟାରିଆ, କୁରୁକ୍ଷେତ୍ରରୁ ନାୟବ ସିଂହ ସୌନୀ, ସିର୍‌ସାରୁ ସୁନୀତା ଦୁଗ୍‌ଗଲ, କରନାଲ୍‌ରୁ ସଂଜୟ ଭାଟିଆ, ସୋନିପତ୍‌ରୁ ରମେଶ ଚନ୍ଦ୍ର କୌଶିକ୍‌, ଭବାନୀ ମହେନ୍ଦ୍ର ଗଡରୁ ଧର୍ମବୀର ସିଂ, ଗୁର୍‌ଗାଓଁରୁ ରାଓ୍ବ ଇନ୍ଦ୍ରଜିତ୍‌ ସିଂ, ଫରିଦାବାଦରୁ କୃଷ୍ଣପାଲ ଗୁଜ୍ଜର୍‌ ଙ୍କୁ ଟିକେଟ ଦେଇଛି। ସେହିପରି ମଧ୍ୟପ୍ରଦେଶର ଛିଣ୍ଡ୍‌ଓ୍ବାଦାରୁ ନତ୍ଥନ ଶାହ, ଗ୍ବୋଲିଅରରୁ ବିଜୟ ସେବାଲ୍‌କର, ଦେବାସରୁ ମହେନ୍ଦ୍ର ସୋଲଙ୍କୀଙ୍କୁ ଟିକେଟ ମିଳିଛି। ଉତ୍ତରପ୍ରଦେଶର ଝାଁସୀରୁ ଅନୁରାଗ ଶର୍ମାଙ୍କୁ ଟିକେଟ ମିଳିଛି। ଏହି ଆସନରୁ ବିଜେପିର ଅନ୍ୟତମ ନେତ୍ରୀ ଉମା ଭାରତୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। କିନ୍ତୁ ଚଳିତଥର ଉମା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଓ୍ବାନ୍ଦାରୁ…

Read More

ଭାରତୀୟ ଟି ୨୦ ଲିଗ୍‌ ଆଇପିଏଲ୍‌ରେ ଅନେକ ଥର ବ୍ୟାଟ୍ସମ୍ୟାନ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି। ୬ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ ସଂଗୃହୀତ ହୋଇ ସାରିଲାଣି। ଟୁର୍ଣ୍ଣାମେଣ୍ଟେର ତିନୋଟି ଶତକ ମଧ୍ୟ ଦେଖିବାକୁ ମିଳିଛି। ଚଳିତ ଆଇପିଏଲ୍‌ର ସର୍ବାଧିକ ରନ୍‌ ହାସଲକାରୀ ଏବଂ ସର୍ବାଧିକ ଓ୍ବିକେଟ ହାସଲାକାରୀଙ୍କ ତାଲିକା : ସର୍ବାଧିକ ଓ୍ବିକେଟ୍‌    ପର୍ପଲ୍‌ କ୍ୟାପ୍‌ ସଂଖ୍ୟା          ନାମ             ଦଳ                              ମ୍ୟାଚ୍‌      ଇନିଂସ      ଓ୍ବିକେଟ୍ ୧           ୟୁଜବେନ୍ଦ୍ର ଚହଲ    ଆରସିବି                       …

Read More

ନିର୍ବାଚନୀ ଲଢେଇ ଉପନୀତ। ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏବେ ଚାରିଆଡେ ଚାଲିଛି ନିର୍ବାଚନୀ ପ୍ରଚାର। ଦେଶର ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାର କରୁଥିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଠିକ୍‌ ଏହି ସମୟରେ  ବିପକ୍ଷ ମୋଦି ସରକାରଙ୍କୁ ଘେରିଛନ୍ତି। ଦିଲ୍ଲୀର ତାଳକୋଟରା ଷ୍ଟାଡିୟମ୍‌ଠାରେ ଆୟୋଜିତ ଏକ ସଭାରେ  କଂଗ୍ରେସ ମୋଦି ସରକାରଙ୍କୁ ହମ୍‌ଲା କରିଛି। ଏଠାରେ ୟୁପିଏର  ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମୋଦି ସରକାରଙ୍କୁ ଆକ୍ରମଣ କରିବା ସହିତ ଆରୋପ ମଧ୍ୟ ଲଗାଇଛନ୍ତି। ସୋନିଆ ଗାନ୍ଧି ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ଏହି ସରକାର ଦେଶଭକ୍ତିର ନୂଆ ପରିଭାଷା ଗଠନ କରିଛି। ଜାତି,ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାର ପ୍ରଚେଷ୍ଟା ଚଳାଇଛି। ଏହା ସହିତ ବତ୍ତର୍ମାନର ସରକାର ଅସହମତିକୁ ସମ୍ମାନ କରିବା ପାଇଁ ବିଲ୍‌କୁଲ୍‌ ରାଜି ନୁହଁନ୍ତି। ବିବିଧତାକୁ ଅସ୍ବୀକାର କରି ଆଜି ଦେଶଭକ୍ତ ହେଉଛନ୍ତି।…

Read More

ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଏକାଧିକ ଆକ୍ରମଣରେ ୭ଜଣ ପୋଲିସ୍‌ ଅଧିକାରୀ ପ୍ରାଣ ହରାଇଥିବା ବେଳେ ସମୁଦାୟ ୧୦ଜଣ ନିହତ ହୋଇଛନ୍ତି। ତାଲିବାନ ପକ୍ଷରୁ ବିଭିନ୍ନ ସରକାରୀ ସଂସ୍ଥା ଉପରେ ଆକ୍ରମଣ ସମୟରେ ଏକହି ଅଘଟଣ ଘଟିଛି। ଏହି ଆକ୍ରମଣରେ ୭ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଆହୁରି ୫ ପୋଲିସ କର୍ମଚାରୀ  ଏବଂ ୭ ସାଧାରଣ ଲୋକ ଆହତ ହୋଇଥିବାର ସୂଚନା ଦେଇଛନ୍ତି କାବୁଲ ପୋଲିସ ମୁଖ୍ୟ ମହମ୍ମଦ ନୁର୍‌ ରହମାନୀ। ନାନ୍‌ଘରରେ ହୋଇଥିବା ଆକ୍ରମଣରେ ସାଧାରଣ ଲୋକ ମୃତାହତ ହୋଇଥିବା ବେଳେ ଘଜନୀ ଏବଂ କାବୁଲ୍‌ରେ ପୋଲିସ୍‌ ଚେକ୍‌ପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ତାଲିବାନ ଘଜନୀ ଏବଂ କାବୁଲ୍‌ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ନାନ୍‌ଘର ଆକ୍ରମଣ ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରିନାହାନ୍ତି। ( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା…

Read More

ଜେଟ୍‌ ଏୟାରଓ୍ବେଜ୍‌ ନିଜକୁ ଦେବାଳିଆ ଘୋଷଣା କରିବା ପରେ ଏହାର ପ୍ରତିଷ୍ଠାତା ବୋର୍ଡ ସଦସ୍ୟ ପଦରୁ ଓହରି ଯାଇଥିଲେ। ବର୍ତ୍ତମାନ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏହି ବିମାନ ଚଳାଚଳ କମ୍ପାନୀ ପାଇଁ ନୂତନ ନିବେଶକ ଖୋଜୁଛି। ଟାଟା କମ୍ପାନୀ ଏହି କମ୍ପାନୀକୁ କିଣିବା ପାଇଁ ଆଗ୍ରହୀ ବୋଲି ଜଣାପଡିଛି। କମ୍ପାନୀକୁ କିଣିବା ପାଇଁ ଏସ୍‌ବିଆଇ ପକ୍ଷରୁ ୮୫୦୦ କୋଟି ଟଙ୍କା ମୂଲ୍ୟ ରଖାଯାଇଥିବା ଜଣାପଡିଛି। କମ୍ପାନୀକୁ କ୍ରୟ କରିବା ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍‌ ୯ ତାରିଖ ରହିଛି। ଭାରତରେ ଭିସ୍ତାରା ଏବଂ ଏୟାର ଏସିଆ ସହ ମିଳିତ ଭାବରେ ବିମାନ ସେବା ଯୋଗାଉଥିବା ଟାଟା ପୂର୍ବରୁ ଜେଟ୍‌ ଏୟାରଓ୍ବେଜ୍‌ରେ ନିବେଶ କରିବାକୁ ଚାହୁଁଥିଲା ମାତ୍ର ଜେଟ୍‌ର ଅନ୍ୟ ନିବେଶକଙ୍କ ସହ ମତାନ୍ତର ପରେ ପ୍ରସ୍ତାବରୁ ଓହରି ଯାଇଥିଲେ ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖରନ୍‌। ଟାଟାକୁ ଏହି ନିଲାମ ପ୍ରକ୍ରିୟାରେ ସହାୟତା କରୁଛି ସିଙ୍ଗାପୁର ଏୟାର ଲାଇନ୍ସ ଯାହାକି ଟାଟା…

Read More