Categories
ବିଶେଷ ଖବର ବ୍ୟକ୍ତିତ୍ୱ

ନବକୃଷ୍ଣ ଚୌଧୁରୀ; ସେ ବି ଦିନେ ମୁଖ୍ୟମନ୍ତ୍ରୀ ଥିଲେ!!

କେଦାର ମିଶ୍ର-

ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲାବର୍ଷା ଦିନେ ପାଣି ଗଳୁଥିବା ସେ କୁଡ଼ିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢ଼ା ବୁଢ଼ୀ ଦି ଜଣ ରହୁଥିଲେଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡ଼ିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକା ଜଣେ ଥିଲେ ବାପି ଓ ଆଉ ଜଣେ ନୁମାଏ ନାଁ ସହ ଓଡ଼ିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତିତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣକ୍ଷମତାର ସବୁଠୁ ବଡ଼ ଆସନରେ ବସି ମଧ୍ୟ ତ୍ୟାଗକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବାପି ଥିଲେ – ସ୍ୱାଧିନ ଓଡ଼ିଶାର ପ୍ରଥମ ରାଜସ୍ୱ ମନ୍ତ୍ରୀ ଓ ୧୯୫୦ ରୁ ୧୯୫୬ ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀପଦବୀ ଓ କ୍ଷମତାର ଅହଂକାର ନବ  ଚୌଧୁରିଙ୍କୁ କେବେବି ଛୁଇଁ ପାରିନଥିଲାସେ ଜମିଦାର ପରିବାରରେ ଜନ୍ମ ନେଇ ଜୀବନ ତମାମ ଜମିଦାରୀ ବିରୋଧରେ ଲଢ଼ିଥିଲେ ପ୍ରାଚୁର୍ଯ୍ୟ ଭିତରେ ବିତିଥିବା ପିଲାଦିନକୁ ଭୁଲି ଜଣେ ସାଧାରଣ କୃଷକର ଜୀବନ ବରଣ କରିଥିଲେମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଜମିରେ ହଳ କରି, ଅନୁଗୁଳ ସହରରେ କ୍ଷୀର ବିକି ସେ ତାଙ୍କର ଜୀବିକା ନିର୍ବାହ କରିଛନ୍ତିରାଜନୀତି କ୍ଷମତା ହାସଲର ଷଡ଼ଯନ୍ତ୍ର ନୁହଁ, ଏହା ତ୍ୟାଗ ଓ ମାନବ ସେବାର ତପସ୍ୟା, ଏକଥା ନବ ବାବୁଙ୍କ ଜୀବନ ପ୍ରମାଣିତ କରିଛି ଲୋକଙ୍କ ସହ ଓ ଲୋକଙ୍କ ପାଇଁ ରାଜନୀତି କରିଥିବା ନବକୃଷ୍ଣ ଚୌଧୁରୀ, ଭାରତର ରାଜନୀତିରେ ଅନ୍ୟତମ ନିଷ୍କଳଙ୍କ ଋଷି

ନବକୃଷ୍ଣଙ୍କ ବାପା- ଗୋକୁଳାନନ୍ଦ ରାୟ ଚୌଧୁରୀ, ଓଡ଼ିଶାର ନାମଜାଦା ଓକିଲ ଓ ଜମିଦାର ଅଥଚ ତାଙ୍କର ପୂରା ପରିବାର ସାମନ୍ତବାଦ ବିରୋଧରେ ସଂଘର୍ଷ କରିଛନ୍ତି ଜଗତସିଂହପୁର ଜିଲ୍ଲାର ଖେରସ ଗାଁ ରେ ନବକୃଷ୍ନଙ୍କ ଜନ୍ମ ୨୩, ନଭେମ୍ବର , ୧୯୦୧ ମସିହାରେ ବଡ଼ ଭାଇ ଗୋପବନ୍ଧୁ ଚୌଧୁରୀ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଭାଉଜ ରମା ଦେବୀ, ସାରା ଓଡ଼ିଶାବାସୀଙ୍କ ଅତି ଆଦରର ମାଁ ପିଲାବେଳେ ନବକୃଷ୍ଣ ଥିଲେ ବେଶ୍ ସୁକୁମାର ତାଙ୍କ ଝିଆରୀ ତଥା ଓଡିଶାର ଅନ୍ୟତମ ମହାନ ସ୍ବାଧିନତା  ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା  ତାଂକ ଆତ୍ମଜୀବନୀ ରେ ଲେଖିଛନ୍ତି- ବାପି ପିଲାବେଳେ ବେଶ୍ ରାଗି ଥିଲେ ସରୁ ଚକୁଳି ଟିକେ ମୋଟା ହେଲେ ଫୋଫାଡି ଦେଉଥିଲେ ସେ ବାପି ଗାନ୍ଧୀ ଆଶ୍ରମରେ ବଗଡା ଖାଇ, ସପ ବିଛେଇ ଜୀବନ ତମାମ୍ ଶୋଇଲେ

– ରେଭେନଶା  କଲେଜ ରେ ପଢୁଥିବା ସମୟରେ ଗାଂଧିଜିଂକ ଡାକରାରେ ପାଠ ପଢ଼ା ଛାଡ଼ି ସେ ବାପୁଂକ ସାବରମତୀ ଆଶ୍ରମରେ ଯୋଗଦାନ କରନ୍ତି ଗାଂଧିଂକ ରଚନାତ୍ମକ କାର୍ୟକ୍ରମ କୁ  ଓଡିଶାର ଗାଁ ଗାଁ ରେ ପ୍ରସାରିତ କରିବାରେ ସେ ପ୍ରମୁଖ ଭୂମିକା ନିଅନ୍ତି୧୯୨୨ ରୁ ଜୀବନର ଶେଷ ନିଶ୍ବାସ ଯାଏ ଗାନ୍ଧି ଆଦର୍ଶର ସେ ଥିଲେ ଅଗ୍ରଣୀ ନାୟକ

– ଦେଶର ସ୍ବାଧିନତା ଆନ୍ଦୋଳନରେ ଯୋଗଦାନ କରି ୧୯୩୦, ୧୯୩୨, ୧୯୪୦ ଓ ୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ସେ କାରା ବରଣ କରିଛନ୍ତି  ଏପରିକି ସ୍ବାଧୀନ ଭାରତରେ ବି ତାଂକୁ ଜେଲ୍ ଯିବାକୁ ପଡିଛି   ଜରୁରୀ କାଳୀନ ପରିସ୍ଥିତି କୁ ବିରୋଧ କରିବାରୁ ସେତେବେଳେ ତାଂକୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା  

– ୧୯୨୫ ରେ ସେ କବି ଗୁରୁ ରବିନ୍ଦ୍ରନାଥ ପ୍ରତିଷ୍ଠିତ ଶାନ୍ତି ନିକେତନ ରେ ସ୍ନାତକ ପରୀକ୍ଷା ଦେଲେ ସେଇଠି ମାଳତି ଦେବୀଂକ ସହ ତାଂକର ପ୍ରେମ ଓ ପରିଣୟସଂଘର୍ଷ ଓ ତ୍ୟାଗର ଜୀବନ ପଥରେ ଉଭୟେ ଥିଲେ ପରଷ୍ପର ର ପରିପୂରକ

– ୧୯୩୭ ମସିହାର ସାଧାରଣ ନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଭାବେ ସେ ତିର୍ତୋଲ୍-ଏରସମା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେଲେ ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନରେ ସେ କେନ୍ଦ୍ରାପଡା ରୁ ବିଧାନ ସଭାକୁ ଆସିଲେ ଓ କଂଗ୍ରେସ ସରକାରରେ ଓଡିଶାର ପ୍ରଥମ ରାଜସ୍ବ, ଯୋଗାଣ ଓ ଜଂଗଲ ବିଭାଗର ମନ୍ତ୍ରୀ ଦାୟିତ୍ବ ନେଲେ କ୍ଷମତା ରାଜନୀତି ଓ ନବ ବାବୁଂକ ସମ୍ପର୍କ ସବୁବେଳେ ଜଟିଳ କ୍ଷମତା ତାଂକ ପଛରେ ଗୋଡେଇ  ଥିବା ବେଳେ ସେ କ୍ଷମତା କୁ ଫାଂକିଦେଇ ଦୌଡି  ପଳାନ୍ତି ଅଳ୍ପ ସମୟ ମନ୍ତ୍ରୀ ରହିବା ପରେ ସେ ଇସ୍ତଫା ଦିଅନ୍ତି

– ୧୯୫୦ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପୁଣି ଥରେ ନବକୃଷ୍ନଂକ ଉପରେ ଚାପ ପକାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ ଅନେକ ଦ୍ବିଧା ପରେ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ଭାବେ ୧୨ , ମଇ , ୧୯୫୦ ରେ  ଦାୟିତ୍ବ ନିଅନ୍ତି ୧୯, ଅକ୍ଟୋବର ୧୯୫୬ ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଥିଲେ

– ଓଡିଶାର ମୌଳିକ ସମସ୍ୟାକୁ ବୁଝିବା ଓ ତାର ରଚନାତ୍ମକ ସମାଧାନ ବାହାର କରିବାରେ ତାଂକ ପରି ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଆଉ ଓଡିଶା ଦେଖି ନାହିଁ  ଜମିଦାରୀ ଉଛେଦ, ଭାଗଚାଷୀ ର ଭୂମି ଅଧିକାର, ଆଦିବାସୀ ଅଧିକାର, ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଅଂଚଳ ଶାସନ ବା ପଂଚାୟତି ରାଜ୍ ଓ ନିଶା ନିବାରଣ ଭଳି ମୌଳିକ କ୍ଷେତ୍ରର ଆଇନଗତ ସମାଧାନ ଖୋଜିବାରେ ସେ ଥିଲେ ଅନନ୍ୟ ଜନ ନାୟକ ପ୍ରଶାସନ ଲୋକଂକ ପାଖକୁ ଯାଉ ବୋଲି ସେ ନିଷ୍ଠା ର ସହ ଚାହିଥିଲେ ଓ ସେଥିଲାଗି ନିଜେ ମୁଖ୍ୟମନ୍ତ୍ରୀ ଭାବେ ଗାଁ କୁ ଗାଁ ବୁଲୁଥିଲେ      

– ମୁଖ୍ୟମନ୍ତ୍ରୀ ଭାବରେ ହିରାକୁଦ ନଦୀ ବନ୍ଧ , ରାଉରକେଲା ଇସ୍ପାତ କାରଖାନା, ଓଡିଶା କୃଷି ମହାବିଦ୍ୟାଳୟ , ବୈଷୟିକ ମହାବିଦ୍ୟାଳୟ ଇତ୍ୟାଦି ତାଂକର ଅବଦାନ   ନିଷ୍ଠା ର ସହିତ ନୁଆ ଓଡିଶା ଗଠନରେ ମନୋନିବେଶ କରିଥିବା ନବ ବାବୁ ସେତେବେଳର କଂଗ୍ରେସ ରାଜନୀତିରେ ଥିଲେ ବ୍ୟତିକ୍ରମ କ୍ଷମତା ଲଢେଇ ଓ ରାଜନୈତିକ ପଶାଖେଳର ଖେଳାଳୀ ହେବାକୁ ସେ କେବେ ଚାହିଁ ନଥିଲେ ସେ ଯେଉଁ ଆଦର୍ଶ ଓ ନୈତିକତା ର ରାଜନୀତି କରୁଥିଲେ କଂଗ୍ରେସ୍ ତା’ଠୁ ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା ଶେଷରେ ନବ ବାବୁ ୧୯ ଅକ୍ଟୋବର ୧୯୫୬ ରେ ଇସ୍ତଫା ଦେଇ ଚାଲିଗଲେ କୁହାଯାଏ , ମୁଖ୍ୟମନ୍ତ୍ରୀ ପଦ ଛାଡିବାର ଅଳ୍ପ କେଇ ଘଣ୍ଟା ଭିତରେ ସେ ସରକାରୀ ଘର ଖାଲି କରି ନିଜ ଟିଣ ଟ୍ରଂକ ଟିକୁ ମୁଣ୍ଡେଇ ରେଳଗାଡିରେ ଅନୁଗୁଳ ଫେରି ଯାଇଥିଲେ

– କ୍ଷମତା ଛାଡିଲା ପରେ ଆଉ ଥରେ ବି ପଛକୁ ଫେରି ଚାହିଁବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତିବାକି ଜୀବନ ଲୋକଂକ ପାଇଁ ଲଢିଛନ୍ତି ଧାଡିରେ ଠିଆ ହେଇ ରେଲ୍ ଟିକେଟ୍ କାଟିଛନ୍ତି  ନିଜକୁ ଅସାଧରଣ ବୋଲି କହିବା ତ ଦୂରର କଥା, ଆଚରଣରେ ଅତି ସାଧାରଣ ଚାଷୀ ପରି ସେ ବନ୍ଚିଛନ୍ତି କ୍ଷମତା ଅହଂକାର ରେ ଗଣତନ୍ତ୍ର ବିରୋଧରେ ଯିଏ ବି କାମ କରିଛି ତାଂକ ବିରୋଧରେ ନିର୍ଭୟ ଭାବେ ଛିଡା ହୋଇଛନ୍ତି  

– ଅନ୍ତିମ ଜୀବନରେ ସାମ୍ୟବାଦ ଓ ସମାଜବାଦ ସହ ଗାନ୍ଧୀ ବାଦ କୁ ଯୋଡ଼ିବାର ଏକ ସାହସିକ ପ୍ରୟାସ ସେ କରୁଥିଲେ   ଇନ୍ଦିରା ଗାଂଧିଂକ ଜରୁରୀ କାଳିନ ପରିସ୍ଥିତି ବିରୋଧରେ ତାଂକୁ ପରିଣତ ବୟସରେ ଜେଲ୍ ଯିବାକୁ ପଡିଲା  ଜେଲ୍ ରେ ଥିବା ବେଳେ ତାଂକ ଦେହ ଖରାପ ହେବା ଆରମ୍ଭ କଲା ୨୪ ଜୁନ୍ ୧୯୮୪ ମସିହାରେ ଏହି ଅନନ୍ୟ ଜନନେତା ମୃତ୍ୟୁ ବରଣ କଲେ

 ଓଡିଶାରେ ବହୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ହେବେ ହେଲେ ନବକୃଷ୍ଣ  ଚୌଧୁରିଂକ ପରି ମୁଖ୍ୟମନ୍ତ୍ରୀ ଏକମାତ୍ର ଏବଂ ଅଦ୍ବୀତିୟ 

Categories
ଆଜିର ଖବର

Dead whale with 5.9 kg plastic and other waste in stomach

A dead whale found across Indonesian shore has given a wake up call. It’s stomach contained 5.9 kg of plastic waste which include 115 cups, four bottles, 25 bags, 2 flip-flops and about a thousand other pieces. It was not ascertained if the cause of death of it was the waste or not.

Categories
ଆଜିର ଖବର

Restoration helps leaning tower to straighten up

It was no miracle but human effort and an exemplary achievement that the ‘ leaning tower of Pisa’ has straighten up considerably after years of hard work.  In fact a restoration work had started 17 years back . Leaning tower leans about half a degree less  and had lost 4 cms of the tilt , according to the University of Pisa. This tower which dates back to 1173 started leaning after construction.

Categories
ଆଜିର ଖବର

Tribes those killed American tourist are there for 55k years rejecting outsiders

The tribe that resides in the Sentinel Island of Andaman, known as Sentinelese , according to reports , live there for last 55,000 years and their population is between 40 to 500. The geographic isolation and nature of life they live must have inbred a dislike for outsiders so are they known to reject intruders. However, after 2004 tsunami a film showed the tribe was shown shooting at a patrol helicopter on patrol.

Categories
ଆଜିର ଖବର

Surviving with urine and wiper water for six days in desert

It is a thrilling revelation that an Australian citizen Brooke Philips driven by a wrong turn got stuck in a desert had no way out than to survive on her own urine and the water from her car wiper. She in fact drank all water she had with. After a search operation Philips was at last traced by her daughter.

Categories
ଆଜିର ଖବର

Jasmin Bhasin alleged harassment by director of film

It has been triggered like a serial blast in Bollywood. After series of revelations by Tanushree and then many actors regarding their past experience of harassment now a new actor has come out. This time it is Jasmin Bhasin who recalled her experience of 5 years back when the director asked to strip down. I failed to understand anything, she has said, according to a report in TOI.

Categories
ବିଶେଷ ଖବର

ପ୍ରସଙ୍ଗ ଓ ଟିଭି; ସାମ୍ବାଦିକର ସ୍ଵାଧୀନତା ବନାମ ବିଧାନସଭାର ସ୍ଵାଧିକାର

କେଦାର ମିଶ୍ର

ପ୍ରଖ୍ୟାତ ଆଇନଜୀବୀ ଫଲି ଏସ ନରିମାନଙ୍କର ଗୋଟେ ଛୋଟିଆ ପ୍ରବନ୍ଧ ଅଛି- ବିଧାନପାଳିକାର ସ୍ଵାଧିକାର ବନାମ ଗଣମାଧ୍ୟମର ସ୍ଵାଧୀନତା(କୋର୍ଟ ଲେଜିସଲେଚରସ, ମିଡିଆ ଫ୍ରିଡମ, ଏନବିଟି) ଏହି ପ୍ରବନ୍ଧରେ ଶ୍ରୀ ନରିମାନ ବିଧାନପାଳିକାର ସ୍ଵାଧିକାରର ସୀମା ସମ୍ପର୍କରେ ତିନୋଟି ସୁପ୍ରିମ କୋର୍ଟ ରାୟର ତର୍ଜମା କରିଛନ୍ତିଭାରତୀୟ ସମ୍ବିଧାନର ଧାରା ୧୦୫(୩) ଓ ୧୯୪(୩) ଅନୁଯାୟୀ  ବିଧାନପାଳିକାର ସ୍ଵାଧିକାରର ସୀମା ଓ ପରିସର କେତେ ସେ ବିଷୟରେ ନିର୍ଣ୍ଣାୟକ ଆଲୋଚନା ହୋଇଛି୧୯୫୨, ୧୯୫୮ ଓ ୧୯୬୫ ମସିହାରେ ସୁପ୍ରିମ କୋର୍ଟର ତିନୋଟି ସାମ୍ବିଧାନିକ ବେଞ୍ଚ ଦେଇଥିବା ରାୟର ଆଧାରରେ ଏ କଥା ସ୍ପଷ୍ଟ ଯେ, ବିଧାନପାଳିକାର ସ୍ଵାଧିକାର ଭଙ୍ଗ ପାଇଁ ଦଣ୍ଡ ଦେବାର ଅଧିକାର ରହିଛି, କିନ୍ତୁ ଏହି ଦଣ୍ଡ ବିଧାନର ସମୀକ୍ଷା କରିବାର ଅଧିକାର ମାନ୍ୟବର ନ୍ୟାୟପାଳିକା ପାଖରେ ଅଛି। ଅର୍ଥାତ ବିଧାନପାଳିକାର ଦଣ୍ଡ ବିଧାନ ନିଷ୍ପତ୍ତି ଚୂଡ଼ାନ୍ତ ନୁହେଁ। ବ୍ରିଟିଶ ହାଉସ୍ ଅଫ କମନସ୍ ପରି ଭାରତୀୟ ସଂସଦ ଓ ବିଧାନସଭା ଗୁଡିକର ହାଇକୋର୍ଟ ପରି କ୍ଷମତା ନାହିଁ ବୋଲି ୧୯୬୫ ର କେଶବ ସିଂ ରାୟରେ କୁହାଯାଇଛିତେବେ ସ୍ଵାଧିକାର ଭଙ୍ଗ ହେଲେ ଏ ସଙ୍କ୍ରାନ୍ତରେ କାର୍ଯାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ସମ୍ପୃକ୍ତ ବିଧାନପାଳିକା ହାତରେ ରହିଛିଓଡ଼ିଶା ବିଧାନସଭାର ନିୟାମକ ପୁସ୍ତିକାର ୧୬ ଅଧ୍ୟାୟରେ ଏ ସମ୍ପର୍କରେ ବିସ୍ତୃତ ନିୟମ ରହିଛି।

ଏହି ପୃଷ୍ଠଭୂମିରେ ନିକଟରେ ଓଡ଼ିଶା ବିଧାନସଭାରେ ଆସିଥିବା ଦୁଇଟି ସ୍ଵାଧିକାର ପ୍ରସ୍ତାବ କଥା ବିଚାର କରାଯାଇପାରେ। ପ୍ରଥମ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ସ୍ତମ୍ଭକାର ଅଭିଜିତ୍ ଆୟାର ମିତ୍ରଙ୍କ ନାଁରେ ଆସିଥିଲା ଓ ସେ ନିଜ କୁମତ ଲାଗି ଗୃହ କମିଟିକୁ କ୍ଷମା ପ୍ରାର୍ଥନା କରିବା ପରେ, ତାଙ୍କୁ ବିଧାନସଭାରେ କ୍ଷମା ଦେବାର ପ୍ରସ୍ତାବ ଗୃହୀତ ହୋଇସାରିଛିଦ୍ଵିତୀୟ ପ୍ରସ୍ତାବ ଟି ଆସିଛି ଓଡ଼ିଶାର ପ୍ରତିଷ୍ଠିତ ଟେଲିଭିଜନ ଚାନେଲ ଓ ଟିଭି ବିରୋଧରେତେବେ ଏ ପ୍ରସ୍ତାବ ଆଗତ କରିଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିତାଙ୍କ ପ୍ରସ୍ତାବକୁ ବିଧାନସଭାର ବାଚସ୍ପତି ଗ୍ରହଣ କରିବେ କି ନାହିଁ, ସେ କଥା ପରେ ଜଣାପଡ଼ିବ। କିନ୍ତୁ ତାରାଙ୍କ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଗଣମାଧ୍ୟମ ସ୍ଵାଧୀନତାର ବିରୋଧୀ କି, ଏହି ପ୍ରଶ୍ନ ବିଷୟରେ ଆଲୋଚନା ହେବା ଜରୁରୀ। ଏହି ପ୍ରସ୍ତାବ ଯଦି ସରକାରୀ ଦଳ ଆଣିଥାନ୍ତେ, ତାହେଲେ ସରକାର ବିରୋଧୀ ଭାବନା ଯୋଗୁଁ ଏ ପ୍ରକାର ପ୍ରସ୍ତାବ ଆସିଛି ବୋଲି କୁହାଯାଇଥାନ୍ତାପ୍ରସ୍ତାବ ଆଣିଛନ୍ତି, ବିରୋଧୀ ଦଳର ଜଣେ ବିଧାୟକ, ଯାହାଙ୍କ ମତ ଓ ପକ୍ଷ କୁ ଓ ଟିଭି ବେଶ ଗୁରୁତ୍ଵ ଦେଇ ଆସୁଛି

ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଗଣମାଧ୍ୟମକୁ ବିଶେଷ ସ୍ଵାଧୀନତା ଦିଆ ଯାଇନାହିଁ। ମୌଳିକ ଅଧିକାର ଅନ୍ତର୍ଗତ ଧାରା ୧୯ ଓ ୨୧ ଅନୁଯାୟୀ ସାଧାରଣ ନାଗରିକର ସ୍ଵାଧୀନତାର ପରିସର ଯେତିକି ଗଣମାଧ୍ୟମର ସ୍ଵାଧୀନତାର ପରିସର ମଧ୍ୟ ଠିକ୍ ସେତିକି। ତା’ଠୁ ଅଧିକ ବିଶେଷ ଅଧିକାର ଗଣମାଧ୍ୟମର ନାହିଁତେଣୁ ନାଗରିକର ବାକ ସ୍ଵାଧୀନତା କ୍ଷୁଣ୍ଣ ହେଲାବେଳେ ପ୍ରାୟତଃ ନୀରବ ରହୁଥିବା ଗଣମାଧ୍ୟମ, ନିଜ ଲାଗି ଅନେକ ସମୟରେ ବିଶେଷ ଅଧିକାର ଦାବି କରିଥାଏଓ ଟିଭି କ୍ଷେତ୍ରରେ ଏ ପ୍ରକାର ଯୁକ୍ତିର ସ୍ଵତନ୍ତ୍ର ଆଧାର ରହିଛି। ଗତ ୧୮ ବର୍ଷ ଧରି ଏହି ସଂସ୍ଥା ଓଡ଼ିଶା ସରକାରଙ୍କ ଅଘୋଷିତ ମୁଖପାତ୍ର ଭାବରେ କାମ କରି ଆସୁଥିଲା, କାରଣ ଏହାର ପୃଷ୍ଠପୋଷକ ଶାସକ ଦଳର ଜଣେ ପ୍ରଭାବଶାଳୀ ସାଂସଦ ଥିଲେଶାସକ ଦଳରେ ନିଜର ପ୍ରଭାବ ବିସ୍ତାର କରି ନିଜର ପ୍ରତିଯୋଗୀ ଗଣମାଧ୍ୟମ ଗୁଡ଼ିକୁ ବୁଡ଼ାଇଦେବାରେ ଓ ଟିଭି ପ୍ରମୁଖ ଭୂମିକା ନେଇଥିଲାଗୋଟେ ସମୟରେ ଶାସକ ଦଳର ମନ୍ତ୍ରୀ ଓ ଅଧିକାରୀ ମାନେ କେବଳ ଓ ଟିଭିର ସାମ୍ବାଦିକଙ୍କୁ ନିଜର ବିଶେଷ ଅନୁଗ୍ରହ ଦେଖାଉଥିଲେଏଇ କିଛି ଦିନ ହେଲା, ଓ ଟିଭିର ଶାସକ ଦଳ ସହ ସମ୍ପର୍କ ତିକ୍ତ ହୋଇଛି, ତାହାର କାରଣ ସଂସ୍ଥାର ପୃଷ୍ଠପୋଷକ ଏବେ ଆଉ ଶାସକ ଦଳରେ ନାହାନ୍ତିସ୍ଵାଧୀନ ଭାବରେ ଲୋକଙ୍କ କଥା କହୁଥିବାରୁ  ଓ ଟିଭି କୁ ସରକାର ହଟହଟା କରୁଛନ୍ତି ବୋଲି ଯେତେ କୁହାଗଲେ ମଧ୍ୟ ଏହା ଲୋକଙ୍କ କଥା ତୁଳନାରେ ନିଜ ମାଲିକଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଇ ଚାଲିଛିତେଣୁ ଏ ପ୍ରସଙ୍ଗରେ ଗଣମାଧ୍ୟମର ସ୍ଵାଧୀନତା କେବଳ ଏକ ଢାଲ ମାତ୍ର

ତେବେ ଗଣମାଧ୍ୟମର ସ୍ଵାଧୀନତା ସହିତ କୌଣସି ପ୍ରକାର ସାଲିସ୍ କରିବା, ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ। ନିର୍ଦ୍ଦିଷ୍ଟ କାରଣ ପାଇଁ ଯଦି ତାରା ବାହିନୀପତି ତାଙ୍କ ପ୍ରସ୍ତାବ ଆଣିଥିବେ, ତାହେଲେ ତାଙ୍କୁ ଗୃହରେ ସେକଥା ପ୍ରମାଣିତ କରିବାକୁ ପଡିବନଚେତ୍ ପ୍ରସ୍ତାବ ଖାରଜ ହୋଇଯିବଏମିତିରେ ଦେଶରେ ଆସିଥିବା ସଂଖ୍ୟାଧିକ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ପ୍ରତ୍ୟାହୃତ ହୁଏ କିମ୍ବା କାର୍ଯ୍ୟକାରୀ ହୁଏ ନାହିଁତାକୁ ନେଇ ଅଯଥାରେ ଏତେ ହୋ ହଲ୍ଲା କରିବାର କିଛି ମାନେ ନାହିଁଗଣମାଧ୍ୟମର ସ୍ଵାଧୀନତା ଗଣତନ୍ତ୍ର ଲାଗି ଯେତିକି ଗୁରୁତ୍ୱପୂର୍ଣ୍ଣ ବିଧାନପାଳିକାର ସ୍ଵାଧିକାର ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣତେଣୁ ଏହାର ବିଚାର ବିଧାନସଭା ପରିସରରେ ହେବବିଧାନସଭାର ନିଷ୍ପତ୍ତି ଯଦି ଓ ଟିଭିର ଗ୍ରହଣୀୟ ନହୁଏ, ତାହେଲେ ସେମାନେ ଅଦାଲତ କୁ ଯାଇପାରିବେ (ବିଜୁଳି ବିଲ୍ ପଇଠ ନହେବା କିମ୍ବା ବ୍ୟାଙ୍କ୍ ଋଣ ନ ଶୁଝିବା ପ୍ରସଙ୍ଗରେ ଏହାର ମାଲିକ ପ୍ରାୟ ସବୁକଥା ସବ୍ ଜୁଡିସ୍ ରହିଛି ବୋଲି ଯୁକ୍ତି ଦର୍ଶାଇଥାନ୍ତି) ଏକ ବୈଧାନିକ ପ୍ରକ୍ରିୟାରେ ଛାତି ବାଡ଼େଇ ନିଜକୁ “ବିନା ଅପରାଧରେ ଦୋଷୀ” ବୋଲି କହି କାନ୍ଦିବାର କୌଣସି କାରଣ ନାହିଁ। ଓ ଟିଭି ନିଜେ ଯେଉଁ ପକ୍ଷପାତି ସାମ୍ବାଦିକତାର ପରମ୍ପରା ଆରମ୍ଭ କରିଥିଲା, ତାର ଶିକାର ଆଜି ସେମାନେ ହେଲାବେଳେ, ଆମେ ଆଦୌ କହିବୁ ନାହିଁ ଯେ, ଯାହା ହେଉଛି ତାହା ଠିକ୍ ହେଉଛିଗଣମାଧ୍ୟମର ସ୍ଵାଧୀନତା ବିରୋଧୀ ଯେ କୌଣସି ପଦକ୍ଷେପକୁ ଆମେ ନିନ୍ଦା କରିଛୁ ଓ କରିବୁ, କିନ୍ତୁ ଏ କଥା କହିବାବେଳେ ଆହୁରି ମଧ୍ୟ କହିବୁ ଯେ ଗତକାଲି ଯେତେବେଳେ ଅନ୍ୟମାନଙ୍କ ସ୍ଵାଧୀନତା ଉପରେ ପ୍ରହାର ହେଉଥିଲା, ସେତେବେଳେ ଆପଣମାନେ ନିଦାବିଷ୍ଣୁ ହୋଇ ବସିରହିଥିଲେ!!

Categories
ଆଜିର ଖବର

Nandita Das to be honoured with FIAPF award

Daughter of Odisha and an actress of quality Nandita Das shall be hounoured with the FIAPF award on November 29. According to a report by variety.com, she shall be conferred with the honour at the Asia Pacific Screen Awards in Brisbane. Nandita had in the past walked into the zones of criticism for acting in some controversial films but her quality of acting has remained her main identity.

Categories
ଆଜିର ଖବର

US man killed in Andaman volunteered risk to preach Christianity to tribals

US man John Allen Chau, who had tress passed into Andaman’s protected tribal area and got killed by arrows had in a note left urged family not to be angry with the killers. Reports say that as per founder of Covenant Journey founder Mat Staver, Chau had gone there to preach Christianity and ‘ not just for adventure’.

Categories
ଆଜିର ଖବର

J & K Assembly dissolved by governor

The J & K Assembly has been dissolved by the Governor Satyapal Mallik . facilitate the   Talking to the media the governor said that no party whosoever neither had communication with me or any party has claimed to form government. Governor defended his decision saying that the decision was taken as per constitutional provisions in view of the deteriorating law and order situation in the State of J & K.

Categories
ଆଜିର ଖବର

Man confessed to killing of nine girls and breaking legs before rapes

n a gruesome revelation a man has confessed to his heinous and bone-chilling acts killing nine girls and what is more shocking is he said that he broke their legs before rapes. Girls he killed were between 3 to 7. The accused was at large for last two years before being nabbed by Gurugaon police on Wednesday

Categories
ଆଜିର ଖବର

Ivanka Trump with hubby likely to attend wedding in Jaisalmer

There is a likely-hood that American President Donald Trump’s daughter Ivanka Trump along with her hubby, Jared Krushner, are which security personnel from  likely to be in Jaisalmer to attend the wedding for which security personnel from US are there to oversee the arrangements. However, a confirmation on the VVIP visit is still awaited. This will be Ivanka’s 2nd visit to India after Trump became the US president.

However, although the district administration Jaisalmer has no official confirmation nor does have such information with the US embassy but other sources say that the couple will be in town to attend the wedding and spend a night on the deserts.

Categories
ଆଜିର ଖବର

EVMs to stay , SC turns down plea to vote through ballots

It’s no more back to basics as the Supreme court of India had rejected a plea to hold elections through ballot papers rather than EVMs. The plea was made through a petitions in the apex court which sought the directive from the court to hold the Assembly and Lok sabha elections through ballot papers and not EVMs. Which the court rejected.

Categories
ଆଜିର ଖବର

Veteran socialist Baishnav Parida passes away on Thursday

Politics in Odisha must feel the void after the sad demise of known socialist leader and former Rajya Sabha, MP Baishnav Parida (77) today. Parida was more known for his role in promoting the Odia language and till the end he had not quit from his mission which he had kept ahead of his political preference. From his young days Parida was inspired by Left liberal ideals.

Parida was one of the few leaders in Odisha who waged a relentless movement to make Odia as the official language in the State. However, even after he joined the BJD and was sent to Rajya sabha as an MP, his love for Odia remained at the centre-stage of his political drive.

Categories
ଆଜିର ଖବର

Man arrested for masturbating in front Delhi student in a bus

Delhi police arrested a man who dared to masturbate in a running bus in front of a girl student. When her shouts went unheard and none helped her she thrashed the man and called the police which arrested the man for such a cowardly act of outrage. The incident took place on Tuesday last when the bus was going to Vasant Kunj.

Categories
ଆଜିର ଖବର

KCR’s daughter-in-law weighs over son by 3.5 cr p/a

Things unfold slowly. So does the inner things of K Chandrasekhar Rao’s rich-hood.T’gana’s IT minister amd son KCR, KT Rama Rao trails hugely by his wife Shailima whose annual income is Rs.3.5 crore with an asset worth Rs.35.98 cr whereas Rama Rao has only Rs.4.93 cr worth asset and total income of Rs.74 lakhs all this going by the election affidavit filed by Rama Rao.

Categories
ଆଜିର ଖବର

Odia designer on the wrong foot over Deepika’s wedding robe

Fashion designer Sabyasachi had to swallow the pride when it was found that the Kanjivaram saree Deepika wore on her wedding was not designed by him. The bubble burst when it was known that Deeipka’s mother had bought it from Bengaluru which Sbyasachi had told that it was given to him for touch up. Whereas, earlier the designer was quoted that ‘Deepika and Ranveer were head-to toe in Sabyasachi’

Categories
ଆଜିର ଖବର

A dream-come-true job that keeps one cool and rich

If you love animals then reach out to Texas in US where MUTTS Canine Cantina is on the look out for ones who can get in for Pupterns where one has simply to play with the puppies and earn a fabulous remuneration of $100 an hour. This was made public by the MUTTS authorities at a press meet.

Categories
ଆଜିର ଖବର

Groom walks in with bullets in shoulder to complete wedding ceremony

In a tragic turn of events in Delhi a groom was allegedly shot at by unidentified people in the shoulders. He however, came back to the ceremony with bullets in his body after a three hour treatment but the bullets stuck in the shoulder are to be taken care of by the doctors for the necessary surgery of the 25 year old groom with guts of iron.

Categories
ବିଶେଷ ଖବର

ଓଡ଼ିଶା କଂଗ୍ରେସର ଚରିତ୍ର ବଦଳିବ ନା ନାହିଁ !!

ସମୀକ୍ଷା ବ୍ୟୁରୋ-

 ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡ଼ି ରହିବା ପରେ ଯେତେବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଘଟିଲା, ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା। ଅଖିଳ ଭାରତ କଂଗ୍ରେସ କମିଟି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆଉ ଥରେ ସଭାପତି ଭାବେ ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ।  ହେଲେ ଆଜି ଲାଗୁଛି, କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି!

୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହିଆସିଛି।  କିନ୍ତୁ ୨୦୧୪ ପରେ କଂଗ୍ରେସର ଅସ୍ତିତ୍ୱ ଓଡିଶାରୁ ଆସ୍ତେ ଆସ୍ତେ ଲିଭିବା ଆରମ୍ଭ କରିଛି। ପ୍ରଥମେ କନ୍ଧମାଳ ଲୋକସଭା ଉପ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଲା ଓ ମାର୍ଚ୍ଚ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହା ଭାରତୀୟ ଜନତା ପାର୍ଟିଠୁ ଉଭୟ ଆସନ ତଥା ଭୋଟ୍ ହାର କ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଯାଇଛି। ସବୁଠୁ ହତାଶାର ବିଷୟ ହେଉଛି, ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ।  ଗତ ତିନୋଟିଯାକ ନିର୍ବାଚନରେ ଏଠାରୁ କଂଗ୍ରେସ ଦଳର ପ୍ରାର୍ଥୀ ସୁବଳ ସାହୁ ଜିତି ଆସୁଥିବା ବେଳେ ତାଙ୍କ ଅବର୍ତ୍ତମାନରେ ସେଠି କଂଗ୍ରେସ ପ୍ରାର୍ଥୀ ନିଜର ଅମାନତ ହରାଇଲେ। କଂଗ୍ରେସ ଦଳ ଭିତରେ ରହିଥିବା ପ୍ରଚଣ୍ଡ ଗୋଷ୍ଠୀ ବିବାଦ ଓ ସେତେବେଳର ସଭାପତି ପ୍ରସାଦ ହରିଚନ୍ଦନଙ୍କ  ନିଷ୍ପୃହତା କାରଣରୁ ରାଜ୍ୟରେ କଂଗ୍ରେସ ଏକ ମୃତ ଦଳ ବୋଲି ଲୋକେ ଧରି ନେଇଥିଲେ। 

ତେବେ ନିରଂଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ନେବାପରେ, ତୃଣମୂଳ ସ୍ତରରେ ନହେଲେ ମଧ୍ୟ, ଗଣ ମାଧ୍ୟମ ଜରିଆରେ କଂଗ୍ରେସ ନିଜର ପୁରୁଣା ଅସ୍ତିତ୍ୱ ଫେରି ପାଇବ ବୋଲି ଏକ ଧାରଣା ସୃଷ୍ଟି ହେଲା।  ନିରଞ୍ଜନ ବାବୁ ଅଭିଜ୍ଞ ଲୋକ ଓ ତାଙ୍କ ପଛରେ ସବୁ ପ୍ରକାର ସାଧନର ଅଭାବ ରହିବ ନାହିଁ ବୋଲି କଂଗ୍ରେସ କର୍ମୀମାନେ ଆସ୍ଥାବାନ ଥିବାରୁ, ଦଳର ପୁନଃ ସଂଗଠନ ସମ୍ଭବ ବୋଲି ଆଶା ଦେଖାଦେଇଥିଲା।  ପ୍ରାଥମିକ ଭାବରେ କଂଗ୍ରେସ ଭିତରେ ଉତ୍ସାହ ଓ ଆଶାର ଏକ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା। ହେଲେ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ଏବେ କଂଗ୍ରେସର ପୁରୁଣା ରୋଗ ପୁଣି ଆରମ୍ଭ ହୋଇଛି। 

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚରମ ଅବସ୍ଥାରେ ପହଞ୍ଚିଛିବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଧାନସଭାର କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ସହିତ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଗଣ୍ଡଗୋଳ ଏବେ ଦାଣ୍ଡରେ ଗଡ଼ୁଛିକଂଗ୍ରେସ ଓଡିଶାର ଶାସକ ଦଳ ପାଖରେ ବନ୍ଧା ପଡ଼ିଛି ବୋଲି ବିଜେପି ଅଭିଯୋଗ କରୁଛିମଜାର କଥା ହେଲା, କେନ୍ଦ୍ରରେ ବିଜେଡିର ସବୁ ପ୍ରକାର ସମର୍ଥନ ହାସଲ କରୁଥିବା ବିଜେପି ଏବେ କଂଗ୍ରେସକୁ ବିଜେଡିର ବି-ଟିମ ବୋଲି କହୁଛି। ବିରୋଧୀ ଦଳଙ୍କ ଭିତରେ ଏ ଗଣ୍ଡଗୋଳରୁ ୨୦୧୯ ପାଇଁ ବିଜେଡିର ବାଟ ଅଧିକ ସୁଗମ ହୋଇଯାଉଛି।

କଂଗ୍ରେସର ନିଜସ୍ୱ ସଂଗଠନ ଧ୍ୱଂସ ପାଇଯିବା ପଛରେ ବଡ଼ ନେତା ମାନଙ୍କର ଏମିତି ଚକ୍ରାନ୍ତ ଦାୟୀ ବୋଲି ଓଡ଼ିଶାର ଲୋକେ ଭଲ ଭାବରେ ଜାଣନ୍ତି। ଏତେ ପରାଜୟ ଓ ଅପମାନ ପରେ ମଧ୍ୟ କଂଗ୍ରେସ ଦଳ ନିଜ ଚରିତ୍ର ସୁଧାରିବାରେ ସମର୍ଥ ହୋଇ ପାରୁନାହିଁ । ନେତାଙ୍କ ଭିତରେ ରହିଥିବା ଗୋଡ଼ଟଣା ପ୍ରକୃତି ଯୋଗୁଁ ତୃଣମୂଳ ସ୍ତରରେ କର୍ମୀମାନେ ଆଉ କଂଗ୍ରେସ ସହ ରହିବାକୁ ଚାହୁନାହାନ୍ତି ଗଂଜାମ ଓ ଚିଲିକା ଭଳି ଅଞ୍ଚଳର କଂଗ୍ରେସ କର୍ମୀ ଦଳ ଛାଡ଼ି ସାରିଥିଲେ। ନିରଞ୍ଜନ ସଭାପତି ହେବାପରେ ଯେଉଁମାନେ ଟିକେ ଆଶାବାଦୀଥିଲେ, ସେମାନେ ଶ୍ରୀକାନ୍ତ/ଶଗରିଆ ବନାମ ନରସିଂହ/ତାରାଙ୍କ ଯୁଦ୍ଧ ଦେଖି ବିବ୍ରତ ହେବା ସ୍ୱାଭାବିକ।ଯିଏ ବି କଂଗ୍ରେସ ସଭାପତି ହେଲା, ତାକୁ ପ୍ରଥମ ଦିନରୁ ବିରୋଧ କରିବାର ଏକ ଆତ୍ମଘାତୀ ପରମ୍ପରା କଂଗ୍ରେସ ଦଳରେ ରହିଛି ଏହା କଂଗ୍ରେସର ବହୁ ପୁରୁଣା ରୋଗ ।  ଆତ୍ମଘାତର ଏହି ରାସ୍ତାରେ କଂଗ୍ରେସକୁ ବଞ୍ଚାଇବା ବୋଧେ ଆଉ ସହଜ ନୁହେଁ!!

Categories
ଆଜିର ଖବର

Serial killer recites Kali mantra before killing

This is a disreputable admission by a serial killer, Jagat Sinha, who told the media that before killing he always recites Kali mantra 108 times to save himself from curse. Sinha confessed to killing 7 to 8 people. He said that he has killed people in Faridabad, Kurukhshetra and Plawal etc. Besides that he has admitted to have done hundreds of robberies before.