ସଲ୍ମାନ୍-କ୍ୟାଟ୍ରିନା ଅଭିନୟ କରୁଥିବା ତଥା ନିର୍ମାଣାଧୀନ ହିନ୍ଦୀ ସିନେମା ‘ଭାରତ’କୁ ନେଇ ଚର୍ଚ୍ଚା ଜାରି ରହିଛି । ବିଗ୍ବଜେଟ୍ର ଏହି ନିର୍ମାଣଧୀନ ଏହି ଫିଲ୍ମରେ ସଲମାନ୍ କ୍ୟାଟ୍ରିନାଙ୍କ ବ୍ୟତୀତ ଦିଶା ପଟ୍ଟାନି, ସୁନୀଲ୍ ଗ୍ରୋଭର୍, ଜ୍ୟାକିଶ୍ରଫ୍, ତବୁ ପ୍ରମୁଖ ଅଭିନୟ କରୁଛନ୍ତି । କୋରିଆନ୍ ଫିଲ୍ମ ‘ଅଡ୍ ଟୁ ମାଇଁ ଫାଦର’ ଛାୟାରେ ନିର୍ମିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲୀ ଆବାସ୍ ଜାଫର୍ । ଏହି ଫିଲ୍ମର ଶୁଟିଂ ସମୟରେ ସଲମନ୍ ନିଜେ ସବୁକିଛି ଅନୁଧ୍ୟାନ କରୁଛନ୍ତି। ତେବେ ଏହି ଫିଲ୍ମର କ୍ଲାଇମାକ୍ସ ପାଇଁ ୧୦କୋଟି ଖର୍ଚ୍ଚ ହୋଇଛି ବୋଲି ଶୁଣିବାକୁ ମିଳୁଛି। ମୁମ୍ବାଇ ଫିଲ୍ମ ସିଟିର ଏକ ବ୍ୟୟବହୁଳ ଦୃଶ୍ୟର ଶୁଟିଂ ଶେଷ କରିବାକୁ ପାଖାପାଖି ୨୪ ଘଣ୍ଟା ଲାଗିଥିଲା। ଫିଲ୍ମରେ ସଲମାନ୍ଙ୍କ ଲୁକ୍କୁ ନେଇ ବେଶ୍ ଚର୍ଚ୍ଚା ରହିଛି । ଫିଲ୍ମରେ ସଲମାନ୍ଙ୍କୁ ବିଭିନ୍ନ ଗେଟ୍ଅପ୍ରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମର ଟିଜର୍…
Author: Samikhsya Bureau
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ଼ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ କଂଗ୍ରେସର ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ସେ ସାମୟିକ ଭାବେ ଏହି ଦାୟିତ୍ୱ ତୁଲାଇବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ନିଯୁକ୍ତି ଦେଇଥିବା ଏଆଇସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ,ଛତିଶଗଡ଼ରେ କଂଗ୍ରେସକୁ କ୍ଷମତାସୀନ ହେବା ପାଇଁ ଯେଉଁ ମଡେଲ୍ ଉପଯୋଗ ହୋଇଥିଲା ତାକୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ଶ୍ରୀ ସିଂହଦେଓ ପ୍ରମୁଖ ଭୂମିକା ତୁଲାଇବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ବରିଷ୍ଠ ନେତା ଜିତେନ୍ଦ୍ର ପ୍ରସାଦ ସିଂହ ପୂର୍ବଭଳି ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ରହିବେ।
ଝାଡଖଣ୍ଡ ଗୁମଲା ଜିଲାରେ ଏକ ଏନ୍କାଉଣ୍ଟରରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ନିକଟରୁ ୨ଟି ଏକେ ୪୭ପିସ୍ତଲ, ୨ଟି ୩୧୫ଏମ୍ଏମ୍ ରାଇଫଲ୍ ଓ ଏକ ପିସ୍ତଲ ଜବତ କରାଯାଇଛି। ପୋଲିସର ସୂଚନା ମୁତାବକ, ୨୦୯ କୋବ୍ରା ବାଟେଲିୟନ୍, ସିଆର୍ପିଏଫ୍ ଓ ଝାଡଖଣ୍ଡ ପୋଲିସର ମିଳିତ ଉଦ୍ୟମରେ ଏହି ଏନ୍କାଉଣ୍ଟର କରାଯାଇଥିଲା। ସେଠାରେ ଆଉ ମାଓବାଦୀ ଥିବା ସନ୍ଦେହ କରି ଏନ୍କାଉଣ୍ଟର ଜାରି ରହିଛି। ସେଠାରେ ଆଉ କେତେକ ମାଓବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୁମଲାର କାମଡାରା ଥାନା ଅଞ୍ଚଳରେ କେତେକ ମାଓବାଦୀ ଲୁଚି ରହିଥିଲେ ବୋଲି ଖବର ମିଳିଥିଲା। ତାପରେ ସେମାନଙ୍କୁ ଘେରାବନ୍ଦୀ କରି ମାଓବାଦୀମାନଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମାଓବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳିଚାଳନା କରିଥିଲେ। ଏହାର ମୁକାବିଲା କରିବାକୁ ସୁରକ୍ଷାବଳ ପକ୍ଷରୁ ଉପରକୁ ଗୁଳି ଚାଳନା କରାଯାଇଥିଲା। ଗତ ମାସରେ ଝାଡଖଣ୍ଡର ପଶ୍ଚିମ ସିଂହଭୂମୀ ଜିଲ୍ଲାରେ…
କେଦାର ମିଶ୍ର ନିଜ ବିରୋଧୀଙ୍କୁ ପାକିସ୍ତାନ ସପକ୍ଷବାଦୀ ବୋଲି କହି ଆକ୍ରମଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୁଣା ଅଭିଜ୍ଞତା ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏ ପ୍ରକାର ସମାଲୋଚନା କରିଥିଲେ ଓ ସଂସଦରେ କଥାକୁ ବଦଳାଇ ଦେଇଥିଲେ। ଯେହେତୁ ପ୍ରଧାନମନ୍ତ୍ରୀ ଓ ତାଙ୍କର ପ୍ରଧାନ ସେନାପତି ଏ ପ୍ରକାର ଭାଷା ପ୍ରୟୋଗ କରନ୍ତି, ସେହି କାରଣରୁ ତାଙ୍କର ଭକ୍ତ ଓ ବିଜେପିର ଟ୍ରୋଲ ବାହିନୀ ସେଇ କଥାକୁ ବଢେଇ ଚଢେଇ ପ୍ରଚାର କରନ୍ତି। ପୁଲବାମା ରେ ହୋଇଥିବା ଆତ୍ମଘାତି ଆକ୍ରମଣର ୧୧ଦିନ ପରେ ଏହି ଘଟଣାକୁ ନେଇ ନିଜର ବିଫଳତା ସ୍ଵୀକାର କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଏହାର ପୃଷ୍ଟଭୂମିରେ ନିଜର ବିରୋଧୀମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ବିଜେପିର ଜାତୀୟ ସଭାପତି ଚିରାଚରିତ ଢଙ୍ଗରେ ଏଥିଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଦାୟୀ ବୋଲି କହିବାକୁ ଲଜ୍ଜା ଅନୁଭବ…
ପାଖାପାଖି ୫ଶହ ଶିଶୁଙ୍କ ଅଡିସନ୍ ନେଇଛନ୍ତି ଦବଙ୍ଗ ଖାନ୍ ସଲମନ୍ ଖାନ୍ । ‘ଦବଙ୍ଗ ୩’ର ଶୁଟିଂ ଖୁବ୍ଶୀଘ୍ର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ସେ ଏବେ ଅଡିଶନ୍ ନେବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ‘ଦବଙ୍ଗ ୩’ ଫ୍ଲାସ୍ ବ୍ୟାକରେ ଚାଲିବ। ଏଥିରେ ଚୁଲବୁଲ ପାଣ୍ଡେଙ୍କ ପିଲାଦିନର କଥା ଦେଖାଯିବ । ତେବେ ପୂର୍ବରୁ ଚୁଲବୁଲ ପାଣ୍ଡେ ଭୂମିକାରେ ନିଜେ ସଲମାନ ଅଭିନୟ କରିଥିବା ବେଳେ ଏବେ ‘ଦବଙ୍ଗ ୩’ରେ ତାଙ୍କର ପିଲାଦିନ ଚରିତ୍ର କାହାକୁ ଫିଟ୍ ହେବ ତାକୁ ନେଇ ଚିନ୍ତାରେ ଅଛନ୍ତି ସଲମାନ। ତେଣୁ ଏପର୍ଯ୍ୟନ୍ତ ସେ ପାଖାପାଖି ୫ଶହ ପିଲାଙ୍କର ଅଡିଶନ୍ ଟେଷ୍ଟ ନେଇ ସାରିଲେଣି। ଯେପର୍ଯ୍ୟନ୍ତ ତାଙ୍କ ମନ ମୁତାବକ ପିଲାଟିଏ ନ ମିଳିଛି ସେପର୍ଯ୍ୟନ୍ତ ସେ ଆଗକୁ ଆହୁରି କେତେ ପିଲାଙ୍କର ଅଡିଶନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ସଲମନ୍ଙ୍କ ପ୍ରାୟ ସମସ୍ତ ସିନେମାରେ ଶିଶୁ କଳାକାରଙ୍କୁ…
ପୁଲୱାମା ବିସ୍ଫୋରଣ ପରେ ସାରା ଦେଶରେ ଆତଙ୍କବାଦ ଏବଂ ପାକିସ୍ତାନ ବିରୋଧରେ ସ୍ୱର ଉଠିଛି । ଆଗାମୀ ବିଶ୍ୱକପରେ ଭାରତ ପାକିସ୍ତାନ ବିରୋଧରେ ମ୍ୟାଚ ନ ଖେଳିବା ପାଇଁ ମଧ୍ୟ ଦାବି ହେଉଛି । ଆଜି ଏହି ମାମଲାରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । କୋହଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ଦେଶ ଯାହା ନିଷ୍ପତି ନେବ ତାଙ୍କୁ ସେ ସମର୍ଥନ କରିବେ । ଏହାସହ ସେ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଘଟଣାକୁ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ କି, ଭାରତ ପାକିସ୍ତାନକୁ ସବୁ କ୍ଷେତ୍ରରେ ଏକ ଘରିକିଆ କରିବାକୁ ଚାହୁଁଛି ।ଏ ହାସହ ଆସନ୍ତା ବିଶ୍ୱକପରେ ପାକିସ୍ତାନ ବିରୋଧରେ ମ୍ୟାଚ ଖେଳିବ ନାହିଁ ବୋଲି ଆଶଙ୍କା କରାଯାଉଛି । ବିସିସିଆଇ ଏହି ନିଷ୍ପତି ଭାରତ ସରକାରଙ୍କ ଉପରେ ଛାଡି ଦେଇଛି ।
ଏକ ପ୍ରେମପତ୍ର ପାଇଁ ଗୁଜୁରାଟର ରାଜକୋଟରେ ଘଟିଛି ଅଭାବନୀୟ ଘଟଣା। ୧୩ ବର୍ଷୀୟ ବାଳକ ୧୦ ବର୍ଷୀୟା ଝିଅକୁ ପ୍ରେମପତ୍ର ଲେଖିବାରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୧୦ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗୁଜୁରାଟର ସୁରେନ୍ଦ୍ରନଗର ଜିଲା ଗୋଲିଣ୍ଡା ଆନନ୍ଦପୁର ଗ୍ରାମର ଜଣେ ନାବାଳକ ଜନୈକା ଝିଅକୁ ପ୍ରେମ ନିବେଦନ କରିଥିଲେ। ଏଥିପାଇଁ ବାରମ୍ବାର ତାଙ୍କୁ ହଇରାଣ ମଧ୍ୟ କରୁଥିଲେ। ଏକ ପ୍ରେମପତ୍ର ଜରିଆରେ ‘ଆଇ ଲଭ୍ ୟୁ’ ଲେଖି ଝିଅଟିର ସ୍କୁଲ ବ୍ୟାଗରେ ରଖିଦେଇଥିଲେ ସମ୍ପୃକ୍ତ ବାଳକ । ଉକ୍ତ ଚିଠିକୁ ଝିଅର ପରିବାର ଲାେକେ ପାଇ ପୁଅ ଘର ଉପରକୁ ଆକ୍ରମଣ କରିଥିଲେ । ଉଭୟ ପକ୍ଷରୁ ମାରଣାସ୍ତ୍ର ସାହାଯ୍ୟରେ ମାରପିଟ୍ ହୋଇଥିଲେ। ଏଥିରେ ୧୦ ଜଣ ଆହତ ହୋଇଥିଲେ ବୋଲି ଜଣାପଡିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ନୂଆଦିଲ୍ଲୀ ଠାରେ ଜବାହର ଲାଲ୍ ନେହେରୁ ଷ୍ଟାଡିୟମ୍ରେ ଯୋଗଦେଇ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ନରେନ୍ଦ୍ର ମୋଦି ସରକାରଙ୍କ ବିରୁଦ୍ଧରେ ଆକ୍ରମଣ କରି କହିଛନ୍ତି ଯେ ଯଦି ତାଙ୍କ ସରକାର କ୍ଷମତାକୁ ଆସେ ତେବେ ସେ ସାମରିକ ବାହିନୀର ଯବାନମାନଙ୍କ ପରି ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କୁ ମଧ୍ୟ ‘ଶହୀଦ୍’ ମାନ୍ୟତା ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ ‘ଶହୀଦ୍’ ମାନ୍ୟତା ପ୍ରଦାନକୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ହୋଇଛି। କେବଳ ମାତ୍ର ସାମରିକ ବାହିନୀରେ କାର୍ଯ୍ୟରତ ଯବାନ କାର୍ଯ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ ଦିଅନ୍ତି ଅବା କାର୍ଯ୍ୟରତ ଥିବା ଅବସ୍ଥାରେ ବୀରଗତି ପ୍ରାପ୍ତ ହୁଅନ୍ତି, ତେବେ ତାଙ୍କୁ କେବଳ ‘ଶହୀଦ୍’ର ମାନ୍ୟତା ମିଳିବ ଏବଂ ‘ଶହୀଦ୍’ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ପ୍ରକାରର ସାହାଯ୍ୟ, ସହଯୋଗ ଓ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା…
ମୁମ୍ବାଇରେ ଏକ ଏୟାରଲାଇନର ଅପରେସନ ସେଣ୍ଟରକୁ ଫୋନ କରି ବିମାନକୁ ହାଇଜାକ କରି ପାକିସ୍ତାନ ନିଆଯିବ ବୋଲି ଧମକକାରୀ ଧମକ ଦେଇଛି। ଧମକ ମିଳିବା ମାତ୍ରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏବେ ବିମାନରେ ବସିବା ପୂର୍ବରୁ ଯାତ୍ରୀଙ୍କ ତଲାସି ଓ କାର ପାର୍କିଂକୁ ଯାଉଥିବା ଗାଡ଼ିର ବ୍ୟାପକ ଯାଞ୍ଚ କରାଯିବ। ସୂଚନା ମୁତାବକ ଶନିବାର ଏହି ଧମକଭରା ଫୋନ ଏୟାର ଇଣ୍ଡିଆର ବିମାନ ବନ୍ଦର ଅପରେସନ ସେଣ୍ଟରକୁ ଆସିଛି। ଏକ ଭାରତୀୟ ଏୟାରଲାଇନ୍ସର ବିମାନକୁ ହାଇଜ୍ୟାକ କରି ପାକିସ୍ତାନ ନିଆଯିବ ବୋଲି ଧମକ ଦିଆଯାଇଛି। ଅନ୍ୟ ପଟେ ପୁଲଓ୍ଵାମା ହମଲା ପରଠୁ ବିମାନ ବନ୍ଦର ସୁରକ୍ଷାକୁ ବଢାଇ ଦିଆଯାଇଛି। ଏହା ପରେ ଶନିବାର ଧମକ ମିଳିବା ପରେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି(ବିସିଏଏସ) ସମସ୍ତ ବିମାନ ବନ୍ଦର ଓ ଏୟାରଲାଇନ ସଞ୍ଚାଳକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛି। ଏହି ଧମକଭରା ଫୋନ ଜାଲ କିମ୍ବା…
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅନଶନ କରିବାକୁ ଘୋଷଣା କରିଛନ୍ତି। ଶନିବାର ଦିଲ୍ଲୀ ବିଧାନସଭାରେ କେଜ୍ରିଓ୍ଵାଲ କହିଛନ୍ତି ଯେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ନେଇ ସେ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅନଶନରେ ବସିବେ। କେଜ୍ରିଓ୍ଵାଲ ଏହା ମଧ୍ୟ କହିଛନ୍ତି ଯେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ କରିବା ପାଇଁ ଆମେ ଆନ୍ଦୋଳନ ଆରମ୍ଭ କରିଛୁ। ଯେ ପର୍ଯ୍ୟନ୍ତ ଦିଲ୍ଲୀକୁ ଏହି ମାନ୍ୟତା ପ୍ରଦାନ କରାନଯାଇଛି ସେ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କେଜ୍ରିଓ୍ଵାଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ କହିଛନ୍ତି ଯେ, ପୂରା ଦେଶରେ ଗଣତନ୍ତ୍ର ଲାଗୁ ହୋଇଛି, ମାତ୍ର ଦିଲ୍ଲୀରେ ଏମିତି ବ୍ୟବସ୍ଥା ନାହିଁ। ଜନତା ଭୋଟ୍ କରି ସରକାର ଚୟନ କରନ୍ତି, ମାତ୍ର ଏଠାରେ ସରକାରଙ୍କ ପାଖରେ କୌଣସି ଶକ୍ତି ନାହିଁ। ଏଥିପାଇଁ ଆମେ ମାର୍ଚ୍ଚ ୧ରୁ ଆନ୍ଦୋଳନ ଆରମ୍ଭ…
ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ମହାସଂଘ (ଆଇଏସଏସ୍ଏଫ୍) ବିଶ୍ବକପ୍ର ୧୦ ମିଟର ଏୟାର୍ ରାଇଫଲସ୍ ମହିଳା ବିଭାଗରେ ବିଜୟୀ ହୋଇ ଭାରତକୁ ଏକ ସ୍ବଣ୍ଣ ପଦକ ଆଣିବା ସହିତ ବିଶ୍ବରେକର୍ଡ କରିଛନ୍ତି ଅର୍ପୂବୀ ଚାଣ୍ଡେଲା । ସେ ୨୫୨.୯ର ସ୍କୋର କରି ବିଶ୍ବରେକର୍ଡ କରିଛନ୍ତି । ଚୀନ୍ର ରୁଆାଜୁ ଝୋଆ ୨୫୧.୮ ସ୍କୋର କରି ରୌପ୍ୟ ପଦକ ପାଇଛନ୍ତି ଓ ହାଂଗ ଜୁ ୨୩୦.୪ ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି । ୪୪ଟି ଦେଶରୁ ୧୦୨ ଜଣ ପ୍ରତିଯୋଗୀ ୧୦ ମିଟର ରାଇଫଲ୍ ଚାଳନାରେ ଭାଗ ନେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ଅପୂର୍ବୀ ଟପ୍ ୪ରେ ରହି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିଲେ। ୨୬ ବର୍ଷୀୟ ଅପୂର୍ବୀ ୨୦୧୮ ରାଜ୍ୟ ଗୋଷ୍ଠୀକ୍ରୀଡ଼ାରେ ଓ ଜାକର୍ତ୍ତାରେ ଶେଷ ହୋଇଥିବା ଏସିଆନ୍ ଗେମ୍ସର ୧୦ ମିଟର ଏୟାର…
ଆଜି ରାଜସ୍ଥାନରେ ଜନ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ଏତି ଯେ ଆମର ଲଢେଇ କାଶ୍ମୀର ପାଇଁ , କାଶ୍ମୀର ବିରୋଧରେ ନାହିଁ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନରୁ ଗୋଟି ଗୋଟି କରି ହିସାବ ନିଆଯାଉଛି । ରାଜସ୍ଥାନର ଟୋଙ୍କରେ ହୋଇଥିବା ଜନସମାବେଶରେ ମୋଦୀ ନିଜର ଅଭିଭାଷଣ ଆରମ୍ଭରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଦେଶରେ ରହୁଥିବା ବିଛିନ୍ନତାବାଦୀମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଆଗକୁ ଆହୁରି ଦୃଢ କରାଯିବ ବୋଲି କହିଥିଲେ । ଏହି ସମାବେଶରେ ମୋଦିଜୀ କଂଗ୍ରେସ କଟାକ୍ଷ କରି କହିଛନ୍ତି କିନ୍ତୁ କିଛି ଲୋକ ଭାରତରେ ରହି ପାକିସ୍ତାନର କଥା କହୁଛନ୍ତି । ଏହି ଲୋକମାନେ ହିଁ ପାକିସ୍ତାନ ଯାଇ କିଛି ବି କର ମାତ୍ର ମୋଦୀ ହଟାଓ ବୋଲି କହୁଛନ୍ତି । ଏହି ଲୋକମାନେ ହିଁ ମୁମ୍ୱାଇର ଆକ୍ରମଣ…
ପାକିସ୍ତାନର ବିଦେଶମନ୍ତ୍ରୀ ଶାହ୍ ମହମ୍ମଦ କ୍ୟୁରେସି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ପାକିସ୍ତାନ ବିରୋଧରେ ଭାରତ ବଳ ପ୍ରୟୋଗ କରିବାର ଧମକକୁ ଦୃଷ୍ଟି ଦିଆଯାଇଛି, ଏହି ଚିଠି ଜରିଆରେ କ୍ଷେତ୍ରରେ ସୁରକ୍ଷା ସ୍ଥିତି ବିଗିଡ଼ିଯିବା ସହ ବିପଦର ସମ୍ଭାବନାକୁ ଦର୍ଶାଇଛି । ତେବେ ସଂଯୁକ୍ତ ରାଷ୍ଟ୍ର ପାକିସ୍ତାନ ସ୍ଥିତ ଜୈସ୍ –ଏ-ମହମ୍ମଦ (ଜେଇଏମ୍)ର ନାମ ନେଇ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଜଘନ୍ୟ ଆକ୍ରମଣର କଡାନିନ୍ଦା କରିଛନ୍ତି । ପାକିସ୍ତାନ ଭାରତ ବିନା କୌଣସି ପ୍ରମାଣରେ ପୁଲୱାମା ଆକ୍ରମଣ ପାଇଁ ଉପରେ ଆରୋପ ଲଗାଉଛି ବୋଲି କହିଛି । ଜୈସ୍–ଏ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ ଯବାନ୍ ଭର୍ତ୍ତି ଥିବା ଏକ ଗାଡିକୁ ଆତଙ୍କବାଦୀ ଉଡାଇ ଦେଇଥିଲେ । ଏହି ଆକ୍ରମଣରେ ୪୦ ରୁ ଅଧିକ ଯବାନ୍ ସହିଦ୍ ହୋଇଯାଇଥିଲେ । ଏହି ଆକ୍ରମଣ ପରେ ଦେଶବାସୀ ପାକିସ୍ତାନ ପ୍ରତି କ୍ରୋଧ…
ଉତ୍ତରପ୍ରଦେଶର ଭଦୋହୀ ଜିଲାର ରୋଟହା ବଜାରରେ ଥିବା ଏକ ବାଣ ବ୍ୟବସାୟୀଙ୍କ ଦୁଇ ମହଲା ଘରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବୃଦ୍ଧା ସମେତ ତିନିଜଣ ବାଳକ ମଧ୍ୟ ରହିଛନ୍ତି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବିସ୍ଫୋରଣର ପ୍ରଭାବ ଏତେ ଭୟାନକ ଥିଲା ଯେ, ପଡୋଶୀ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି । ସେଠାରେ ଅଧିକ ଶ୍ରମିକ କାମ କରୁଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲଗାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ଖୁସି କରିଛନ୍ତି । ବର୍ଷ ବର୍ଷର ସେମାନଙ୍କ ଦାବିକୁ ପୂରଣ କରିଦିଆଯାଇଛି। ପଦବୀ ସୃଷ୍ଟି କରାଯିବା ସହିତ ଚାକିରି ସର୍ତ୍ତାବଳୀଠାରୁ ଆରମ୍ଭକରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା ପର୍ଯ୍ୟନ୍ତ ସେମାନଙ୍କ ଦୀର୍ଘ ଦିନର ଆଶାକୁ ନିର୍ବାଚନ ପୂର୍ବରୁ ପୂରଣ କରିବା ଲାଗି ଚେଷ୍ଟା କରାଯାଇଛି। ୯୮୩ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଟେଣ୍ଡର ଓ ୧୬୮୦ କୋଟିଟଙ୍କାର ୯ଟି ଜିଲ୍ଲା ପାଇଁ ବୃହତ୍ ଉଠାଜଳସେଚନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହାବ୍ୟତୀତ କାଳିଆ ଛାତ୍ର ବୃତ୍ତି, ଖୁସି ଭଳି ଯୋଜନାରେ ବିଧିବଦ୍ଧ ସରକାରୀ ମୋହର ଲାଗିଛି। ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ( ନଅତାଲା) କର୍ମଚାରୀମାନଙ୍କ ଦୀର୍ଘଦିନର କ୍ୟାଡର ପୁନର୍ବିନ୍ୟାସ ଦାବି କୁ ମଧ୍ୟ…
ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ରେ ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଖାପାଖି ଶହେଟି ଗାଡି ପୋଡି ପାଉଁଶ ହୋଇଯାଇଛି। ଆୟୋଜନ ସ୍ଥଳ ନିକଟରେ ଥିବା ପାର୍କିଂ ଏରିଆରେ ନିଆଁ ଲାଗିଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଶୁଖିଲା ଘାସରେ ନିଆଁ ଲାଗିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏତେ ସଂଖ୍ୟାରେ ଗାଡି ପୋଡି ଯାଇଥିବାରୁ ସେଠାକାର ଆକାଶ ଧୂଆଁମୟ ହୋଇଯାଇଛି। ଏଥିପାଇଁ ଏରୋ ଇଣ୍ଡିଆ ଶୋ’କୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଏରୋ ଇଣ୍ଡିଆ ଶୋରେ ୨ଟି ସୂର୍ଯ୍ୟ କିରଣ ଜେଟ୍ ଦୁର୍ଘଟଣା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
ଅଭିନେତା ପୁଲକିତ୍ ସମ୍ରାଟ ରିଲ୍ ଲାଇଫ୍ଠାରୁ ଅଧିକ ଚର୍ଚ୍ଚାରେ ଥା’ନ୍ତି ରିଅଲ୍ ଲାଇଫ୍କୁ ନେଇ । ସଲ୍ମାନ୍ଙ୍କ ଧରମ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ ୟାମୀ ଗୌତମ୍ଙ୍କ ସହ ରିଲେସନ୍ସିପ୍ରେ ଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ବ୍ରେକ୍ଅପ୍ ହୋଇଯାଇଥିଲା। ପୁଲ୍କିତ୍ ଏବେ ଅଭିନେତ୍ରୀ କୃତି ଖର୍ବନ୍ଧାଙ୍କ ସହ ରିଲେସନ୍ସିପ୍ରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିଲା। ପୁଲ୍କିତ୍ଙ୍କ ଜନ୍ମ ଦିନରେ କୃତି ଚେନ୍ନାଇ ଯାଇ ତାଙ୍କୁ ସରପ୍ରାଇଜ୍ ବି ଦେଇଥିଲେ। କୃତି ଏବେ ପୁଲ୍କିତ୍ଙ୍କ ବ୍ୟକ୍ତିଗତ ଟ୍ରେନର ସମୀର ହଂସାରୀଙ୍କଠାରୁ ଟ୍ରେନିଂ ନେଉଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କ ବିଷୟରେ ସାର୍ବଜନୀନ କରି ନାହାନ୍ତି। ତେବେ ଏହି ଦୁଇଜଣଙ୍କୁ ପୁଣି ଥରେ ଆଉ ଗୋଟେ ନୂଆ କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ । ଦୁହେଁ ପୂର୍ବରୁ ‘ଭିରେ କି…
ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଭଗବତୀ ବେହେରା (୪୫)। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ସୁଚନା ଅନୁସାରେ, ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) ଓ ତାଙ୍କ ସ୍ତ୍ରୀ ଭଗବତୀଙ୍କ ମଧ୍ୟରେ ଆଜି ଭୋର ପ୍ରାୟ ୪ଟାରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏହି ସମୟରେ ବଳ ଏକ ଟାଙ୍ଗିଆରେ ଭଗବତୀଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ପାଖରୁ ଖବର ପାଇ ଖମାର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଳଙ୍କୁ ଗିରଫ କରିଛି। ବଳ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ବଳ…
ଏଆଇଡିଏମକେ ସାଂସଦ ଏସ ରାଜେନ୍ଦ୍ରନଙ୍କ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତାମିଲନାଡୁ ଆଇନଜୀବୀ ସାଂସଦ ରାଜେନ୍ଦ୍ରନ ଭିଲ୍ଲୁପୁରମ ଲୋକସଭା ଆସନରୁ ସାଂସଦ ହୋଇଥିଲେ । ନିଜ ଘର ଠାରୁ ତ୍ରିଭେନ୍ଦ୍ରମ ଯିବା ରାସ୍ତାରେ କାର ଚାଳକ ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଦୁର୍ଘଟଣାର ଶିକାର ହେବା ପରେ ସାଂସଦ ମୁଣ୍ଡ ଓ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
ବିଷାକ୍ତ ମଦ ପିଇବା କାରଣରୁ ଆସାମର ଗୋଲାଘାଟ ଜିଲ୍ଲାରେ ୪ ମହିଳାଙ୍କ ସମେତ ୯୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମସ୍ତ ମୃତକମାନେ ସାଲମରା ଚା’ ଇଷ୍ଟେଟ୍ରେ କାମ କରୁଥିବା ଚା’ ବଗିଚା ଶ୍ରମିକ ବୋଲି ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୧୧ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ଦେଶୀ ମଦ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ମାମଲାର ତଦନ୍ତ ସହିତ ଜଡ଼ିତ ଜଣେ ପୁଲିସ୍ ଅଧିକାରୀ କହିବା ଅନୁଯାୟୀ, ସେମାନେ ମିଥାଇଲ୍ ଆଲକହଲ ମିଶା ମଦ ପିଇଥିଲେ। ନିକଟାେ ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶରେ ଏବଂ ଉତ୍ତରାଖଣ୍ଡରେ ବୃହତ ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ ।
ଗତ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍ର ୪୦ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ଏହି ଆକ୍ରମଣ ଦୋହଲାଇ ଦେଇଛି । ଯାହାକୁ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ଏହି ଘଟଣାକୁ ନିନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ଭାରତୀୟମାନେ ଏକାଠି ହୋଇ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଆମେରିକାର ବିଭିନ୍ନ ସହରରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇ ଶୋକସଭାର ଆୟୋଜନ କରାଯାଇଛି । ଲୋକମାନେ ହାତରେ ପାକିସ୍ତାନ ବିରୋଧୀ ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ପାକିସ୍ତାନକୁ ଆତଙ୍କବାଦୀ ସୃଷ୍ଟି କରୁଥିବା ଦେଶ ବୋଲି ଉଲ୍ଲେଖ କରାଯାଇଛି । ଏହାସହ ଏହି ଆତଙ୍କୀ ଆକ୍ରମଣ…

