ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଚଳିତ ବର୍ଷ ରାଜ୍ୟରେ ମୋଟ ୨୮୩୦ଟି କେନ୍ଦ୍ରରେ ୫,୭୨,୬୯୯ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାକୁ ନାମ ପଂଜୀକରଣ କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । କପି ରୋକିବା ତଥା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ବୋର୍ଡ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥର ପରୀକ୍ଷା କେନ୍ଦ୍ରରେ ଅଧିକାରୀ ତଥା ସ୍କ୍ବାଡ, ପୁଲିସ କର୍ମଚାରୀ ମାନେ ମଧ୍ୟ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ । କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଫୋନ୍ ବ୍ୟବହାର କରିବେ । ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ପରୀକ୍ଷା…
Author: Samikhsya Bureau
୨୦୧୯ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍ପି) ବହୁଜନ ସମାଜ ପାର୍ଟି(ବିଏସ୍ପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆର ଏଲ୍ଡି) ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି । ଏନେଇ ଏସ୍ପି-ବିଏସ୍ଥପି- ଆରଏଲ୍ଡି ମେଣ୍ଟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁସାରେ ଉତ୍ତରପ୍ରଦେଶର ମୋଟ ୮୦ଟି ଲୋକସଭା ଆସନ ମଧ୍ୟରୁ ଏସ୍ପି ୩୭, ବିଏସ୍ପି ୩୮ ଓ ଆରଏଲ୍ଡି ୩ଟି ଆସନରେ ନିର୍ବାଚନ ଲଢିବେ । ରାଷ୍ଟ୍ରୀୟ ଲୋକଦଳକୁ ମୁଜାଫରନଗର, ବାଗପତ ଏବଂ ଆସନ ଦିଆଯାଇଛି । କଂଗ୍ରେସ ପାଇଁ ଅମେଠି ଏବଂ ରାୟବରେଲି ଲୋକସଭା ଆସନ ଛାଡ଼ି ଦିଆଯାଇଛି । ଏସ୍ପି ଗୋରଖପୁର, ଗୋଣ୍ଡା, କୁଶୀନଗର, ଆଜମଗଡ଼, ବାରାଣାସୀ, ଗାଜିଆବାଦ, ହାଥରସ, ପିଲିଭୀତ, ମୋନୗପୁର, ଖିର, କେନୗଜ, ବାନ୍ଦା, ଫୁଲପୁର, ଆହ୍ଲାବାଦ, କୌରାନା ମୁରାଦାବାଦ, ରାମପୁର, ଇଟ୍ଟାଓ୍ବା, କାନପୁର, ଲକ୍ଷ୍ନୌ, ଝାନ୍ସୀ ଆଦିରେ ନିର୍ବାଚନ ଲଢିବ । ସେହିପରି ବିଏସ୍ପି ପ୍ରତାପଗଡ଼, ସୁଲତାନପୁର, ଅଲ୍ଲୀଗଡ଼, ଆଗ୍ରା, ମେରଠ,…
ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ପରେ ପାକିସ୍ତାନକୁ ଏହାର କଡ଼ା ଜବାବ ଦେବା ପାଇଁ ଏବେ ସବୁ ମହଲରୁ ଦାବି ହେଉଛି। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତୀନ୍ ଗଡ଼କରୀ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି, ପାକିସ୍ତାନ୍କୁ ଗୁଳିରେ ନୁହେଁ ବରଂ ପାଣିରେ ମାର! ନୀତୀନ୍ କହିଛନ୍ତି ଯେ ପାକିସ୍ତାନରେ ପାନୀୟ ଜଳର ଆବଶ୍ୟକତା ମେଣ୍ଟାଇଥାଏ ତିନିଟି ପ୍ରମୁଖ ନଦୀ- ଇନ୍ଦସ୍, ଝେଲମ୍ ଓ ଚେନାବ- ଯାହାର ଉତ୍ପତ୍ତି ସ୍ଥଳ ହେଉଛି ଭାରତ। ତେଣୁ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାକୁ ହେଲେ, ଏହି ତିନି ନଦୀର ଗତି ପଥକୁ ପରିବର୍ତ୍ତନ କରି ଯମୁନା ମଧ୍ୟକୁ ପରିବର୍ତ୍ତନ କରିଦେଲେ ପାକିସ୍ତାନ ଆପେ ବାଟକୁ ଆସିଯିବ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ନମାମି ଗଙ୍ଗା’ କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟ ପାଇଁ ଭାରତ ସରକାରଙ୍କୁ ଅଧିକ ପରିଶ୍ରମ କରିବାକୁ ବା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ନୀତୀନ୍ ଗଡ଼କରୀ।
ଜ୍ୟୋତି ନନ୍ଦ ଏଇ ସ୍ଥାପତ୍ୟ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ୟାନ” ବା “ଏକୋଇଶ ର ଉଦ୍ୟାନ” ହିସାବରେ ଏକୋଇଶ ଫେବୃଆରୀ ୨୦୧୬ ଦିନ ଉଦଘାଟନ କରା ଯାଇଥିଲା। ସ୍ଥାପତ୍ୟର ନାଆଁ ହେଉଛି,ଭଉଣୀ କୋଳରେ ଜଣେ ଶହୀଦ। ସେତିକିରେ କ’ଣ ଆମ ମାନଙ୍କ ଭଳି ଯେଉଁମାନଙ୍କର ଛାତି ନିହାତି ଦୁର୍ବଳ ସେମାନେ ଧିର ସ୍ଥିର ହୋଇ ଏଇ କଳାକର୍ମ କୁ ଦେଖିପାରିବେ ?ସ୍ଥାପତ୍ୟର ପଛପଟରେ ନେପଥ୍ୟର ଇତିହାସ ବଖାଣ ହୋଇଛି।ଦୟାକରି ପଢିବେ।ସାମ୍ନା ପଟରେ ତିନଧାଡି କବିତା ଅଛି ବଙ୍ଗଳା ଭାଷାରେ ଯାହାର ଓଡିଆ ତର୍ଜମା ଏଇପରି ହେବ: “ଆମର ଭାଇର ରକ୍ତେ ରଂଜିତ ଏକୋଇଶ ଫେବୃଆରୀ , ଆମେ କି ପାରିବା ଭୁଲି ?” ଯେଉଁଠି ରକ୍ତପାତ ଏତେ ନିବିଡ ସେଠାରେ ସାମାନ୍ୟ ଭାଷାର କି ସାମର୍ଥ୍ୟ…
ବଲିଉଡ୍ ଅଭିନେତା ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ’କେଶରୀ’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ଶିଖ୍ ଯୋଦ୍ଧା ଭୂମିକାରେ ଅଭିନୟ କରିଛନ୍ତି । ତିନି ମିନିଟ୍ର ଏହି ଟ୍ରେଲରଟି ଅକ୍ଷୟ କୁମାରଙ୍କ ଏକ ସଂଳାପରୁ ଆରମ୍ଭ ହୋଇଛି । ସଂଳାପରେ ଅକ୍ଷୟ କହିଛନ୍ତି – ‘ଜଣେ ଗୋରା ମୋତେ କହିଥିଲା ଯେ, ତୁମେ ଗୋଲାମ୍, ହିନ୍ଦୁସ୍ତାନ ମାଟିରେ ଭୀରୁମାନେ ଜନ୍ମ ନେଇଥା’ନ୍ତି । ଆଜି ଉତ୍ତର ଦେବାର ସମୟ ଆସିଛି ।’ ଏହି ଟ୍ରେଲର୍ରେ ଜବରଦସ୍ତ ଆକ୍ସନ ସହ ଅକ୍ଷୟଙ୍କ ଆହୁରି ଦମଦାର୍ ସଂଳାପ ରହିଛି । ଫିଲ୍ମଟି ସାରଗଡ଼ୀ ଯୁଦ୍ଧ ଉପରେ ଆଧାରିତ । ୧୦ହଜାର ଆଫଗାନୀଙ୍କ ସହ ୨୧ ଜଣ ଶିଖ୍ ଯବାନ୍ଙ୍କ ଯୁଦ୍ଧକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମଟି । ଏହି ଫିଲ୍ମରେ ଅକ୍ଷୟଙ୍କ ସହ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିବ । ଧର୍ମା ପ୍ରଡକ୍ସନ…
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି କରି ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ପାଳନ ଆରମ୍ଭ କରିଛି। ସଙ୍ଗଠନର କର୍ମୀମାନେ ବିଭିନ୍ନ ଜିଲ୍ଳା ମୁଖ୍ୟାଳୟ ଓ ସଦର ମହକୁମାମାନଙ୍କରେ ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି। ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କପଥରେ ବସ୍, ଟ୍ରକ୍, କାର୍ ଓ ଅନ୍ୟାନ୍ୟ ପରିବହନ ବ୍ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ରେଳଚଳାଚଳ ମଧ୍ୟ ବନ୍ଦ ରହିଛି। ରାଜନୈତିକ ଦଳ କଂଗ୍ରେସ ଓ ଭାଜପା କୃଷକମାନଙ୍କର ବନ୍ଦ ପାଳନକୁ ସମର୍ଥନ ଜଣାଇ ସେମାନଙ୍କ ସହଯୋଗ ଦେଇଛି। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆସନ୍ତା କାଲି ମାଟ୍ରିକ୍ ପରୀକ୍ଷା ଥିବାରୁ ବିଜେଡ଼ି ତରଫରୁ ଏହି ଆନ୍ଦାେଳନକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରାଯାଇଥିଲା ।
ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ ରାଜନୀତି ଜୋର୍ ଧରିଛି । କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛି । ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍ ନ୍ୟାସନାଲ ପାର୍କରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ଶହୀଦ୍ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ଦେଶବାସୀ ଭୋକଶୋଷ ଭୁଲିଯାଇଥିବା ସମୟରେ ମୋଦି ରାମନଗର ଗେଷ୍ଟ ହାଉସ୍ରେ ଚା ଓ ଜଳଖିଆ ଖାଉଥିଲେ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରେଜଓ୍ବାଲା ଅଭିଯୋଗ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ଘଟଣା ଶୁଣି ମଧ୍ୟ ପ୍ରଧାନମନ୍ତ୍ରୀ ସେଠାରେ ନୌକା ବିହାର କରୁଥିଲେ। ସେହିପରି ଶହୀଦ୍ଙ୍କ ମରଶରୀର ସହିତ ଭାଜପା ନେତା ସେଲଫି ମଧ୍ୟ ନେଉଥିବାର ଘଟଣାକୁ ନେଇ ମଧ୍ୟ ବିଜେପି ସମାେଲାଚନା କରିଛନ୍ତି ସୁରେଜଓ୍ବାଲା । ଦେଶରେ ଶହୀଦ୍ଙ୍କୁ ନେଇ ଶୋକାକୁଳ ସ୍ଥିତି ଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନିଶା ଘାରିଛି ବୋଲି…
ରାଫେଲ ମାମଲାରେ ପୁର୍ନବିଚାର ଆବେଦନ ଏବଂ ସରକାରଙ୍କ ବିରୋଧରେ କୋର୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ଶୀଘ୍ର ଶୁଣାଣି କରିବାକୁ ସାମାଜିକ କର୍ମୀ ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନିବେଦନ କରିଥିଲେ । ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଶୀଘ୍ର ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯିବ । ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ରାଫେଲ ମାମଲାରେ କିଛି ଅଧିକାରୀଙ୍କ ବିରୋଧରେ ନ୍ୟାୟାଳୟକୁ ମିଛି କହିଥିବା ସମ୍ବନ୍ଧରେ ଆବେଦନ କରିଥିବା ଅଭିଯୋଗ ପତ୍ର ଉପରେ ମଧ୍ୟ ଶୁଣାଣି କରିବାକୁ ନିବେଦନ କରିଥିଲେ । ସୁପ୍ରିମକୋର୍ଟ ରାଫେଲ ମାମଲାରେ ନିଜର ରାୟ ଉପରେ ସମୀକ୍ଷା କରିବା ନିବେଦନ ଉପରେ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ରାଫେଲ ଡିଲରେ ମୋଦୀ ସରକାରଙ୍କୁ କ୍ଲିନ ଚିଟ…
ବରଗଡ଼ର ଇଚ୍ଛାପାଲୀଠାରେ ଆୟୋଜିତ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାଳିଆା ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୭୦୦ କୋଟି ଟଙ୍କାର ସହାୟତା ରାଶିକୁ ୧୪ ଲକ୍ଷରୁ ଅଧିକ ହିତାଧୀକାରଙ୍କ ଆକାଉଣ୍ଟକୁ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଜି ରାଜ୍ୟର କାଳିଆ ଯୋଜନାରେ ୧୪ ଲକ୍ଷରୁ ଅଧିକ ଚାଷୀ ସାମିଲ୍ ହେଲେ । ପ୍ରଥମ ପର୍ଯ୍ୟାୟରେ ପୁରୀରେ ୧୨ ଲକ୍ଷରୁ ଅଧିକ ଚାଷୀ ଉପକାର ପାଉଥିବାବେଳେ କେନ୍ଦ୍ରାପଡ଼ାରେ ୩ ଲକ୍ଷ ୫୦ ହଜାର ଭୂମିହୀନ ଚାଷୀ ଉପକାର ପାଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚାଷୀ ଆମର ଗୌରବ । ଚାଷୀର ତ୍ୟାଗ ଓ ପରିଶ୍ରମ ପାଇଁ ସମସ୍ତ ଦେଶ କୃତଜ୍ଞ । ଚାଷୀକୁ ତାର ହକ୍ ଦେବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିାଏ । ସେ କହିଥିଲେ ଯେ…
ବଲିଉଡର ଖ୍ୟାତନାମା ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ମୁମ୍ବାଇର ସାର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସିପିଟାଲରେ ପରଲୋକ ହୋଇଥିବା ଜଣାଯାଇଛି । ରାଜକୁମାର ବଡଜାତ୍ୟା ହେଉଛନ୍ତି ସୁପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ତାରାଚନ୍ଦ ବଡଜାତ୍ୟାଙ୍କ ସୁପୁତ୍ର ତଥା ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ସୂରଜ ଆର. ବଡଜାତ୍ୟାଙ୍କ ପିତା । ସେ ମୈନେ ପ୍ୟାର୍ କିୟା, ହମ୍ ଆପ୍କେ ହେଁ କୌନ୍, ମୈ ପ୍ରେମ୍ କୀ ଦିୱାନୀ ହୁଁ, ବିବାହ, ପ୍ରେମ ରତନ ଧନ୍ ପାୟୋ ଏବଂ ହମଚାର୍ ଆଦି ସିନେମାର ନିର୍ମାତା ଥିଲେ । ରାଜକୁମାର ବଡଜାତ୍ୟା ହିଁ ସୁପରଷ୍ଟାର୍ ସଲମାନ୍ ଖାନଙ୍କୁ ମୈନେ ପ୍ୟାର୍ କିୟା ଫିଲ୍ମରେ ବ୍ରେକ୍ ଦେଇଥିଲେ । ତାଙ୍କର ଶେଷ ସିନେମା ‘ହମଚାର୍’ ଗତ ୧୫ ତାରିଖରେ ରିଲିଜ୍ ହୋଇଥିଲା । ରାଜକୁମାର ବଡଜାତ୍ୟାଙ୍କ ଆକସ୍ମିକ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।
ଗତ ୧୪ ତାରିଖରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ୍ ସହିଦ ହୋଇଥିବା ଘଟଣାରେ ଦେଶବାସୀ ସ୍ତବ୍ଧ ହୋଇ ରହିଥିବାବେଳେ ମନରେ ପ୍ରତିହିଂସାର ନିଆଁ ଲାଗିରହିଛି । ଠିକ୍ ଏହି ସମୟରେ ଆଉ ଏକ ଆକ୍ରମଣ ଯୋଜନାର ଖବର ମିଳିଛି । ଗୁଇନ୍ଦା ବିଭାଗ ଅନୁସାରେ ଜୈଶ-ଇ-ମହମ୍ମଦ ପୁଲୱାମାରେ ଆଉ ଏକ ବଡ଼ ଆକ୍ରମଣ କରିବାର ଯୋଜନା କରୁଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଉତ୍ତର କାଶ୍ମୀରର ଚୌକିବଲ ଓ ଜଙ୍ଗଦାରରେ ଆଇଇଡ଼ି ବ୍ଲାଷ୍ଟ୍ ଜରିଆରେ ଆକ୍ରମଣ କରିବାର ଯୋଜନା କରାଯାଉଛି । ଗତ ଆକ୍ରମଣ ଠାରୁ ଏହି ଆକ୍ରମଣ ଅଧିକ ଭୟଙ୍କର ହେବ ବୋଲି ସୂଚନା ରହିଛି । ଗତଥର ୩୫୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିଲା । ଏଥର ୫୦୦ କେଜି ବିସ୍ଫୋରକ ବ୍ୟବହାର କରାଯିବାର ଯୋଜନା ରହିଛି । ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନଙ୍କୁ ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଛି ।…
ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଆଗାମୀ ଫିଲ୍ମ ‘ଡ୍ରିମଗାର୍ଲ’ରେ ଆୟୁଷ୍ମାନ ଖୁରାନା ସୀତାଙ୍କ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମରେ ସେ ଜଣେ ରାମଲୀଳାର କଳାକାର ଭାବେ ଅବତୀର୍ଣ୍ଣ ହେବେ । ସେ ଏହି ରାମଲୀଳାରେ ସୀତା ଚରିତ୍ରରେ ନଜର ଆସିବେ । ପ୍ରଥମଥର ପାଇଁ ସେ ଏହି ଫିଲ୍ମରେ ମହିଳା ଚରିତ୍ରରେ ଅଭିନୟ କରିବେ । ଗତ ବର୍ଷ ତାଙ୍କଦ୍ୱାରା ଅଭିନୀତ ‘ଅନ୍ଧାଧୁନ୍’ ଓ ’ବଧାଇ ହୋ’ ବହୁ ସଫଳତା ପାଇଥିଲା । ତେବେ ଫିଲ୍ମରେ ଭିନ୍ନ ଭିନ୍ନ ଅଭିନୟ କରି ବେଶ୍ ଲୋକପ୍ରିୟ ହାସଲ କରିଥିବା ଏହି ଅଭିନେତାଙ୍କ ଆଗାମୀ ସିନେମାରେ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ଦର୍ଶକଙ୍କ ପାଇଁ ବେଶ୍ ଉତ୍ସୁକତାର ବିଷୟ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ନୁସରତ୍ ଭରୁଚା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି…
ଆସନ୍ତା ୧୫ରୁ ୨୦ ଦିନ ଭିତରେ ବାଜିପାରେ ସାଧାରଣ ନିର୍ବାଚନ ବିଗୁଲ୍। ତାରିଖ ଘୋଷଣା କରି ପାରନ୍ତି ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ ୬ ତାରିଖରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିବା ସୂଚନା ମିଳିଛି। ଏହିଦିନ ଦେଶର ସବୁ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିକାଶ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ଏହାପରେ ମାଚ୍ର୍ଚ ୭ରୁ ୧୦ ତାରିଖ ଭିତରେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଆସନ୍ତା ୨୮ ତାରିଖ ଭିତରେ ସରକାରୀ ଅଧିକାରୀଙ୍କ ବଦଳି ପ୍ରକ୍ରିୟା ସାରିବା ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।
କେଦାର ମିଶ୍ର ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି। ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାନ୍ତିଙ୍କ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା। କେବେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ବନୀ ପରି ଆତୁର କରୁଥିବା ଏକ ସ୍ବର, ପୁଣିକେବେ ମହାନଦୀରେ ଭାସି ଯାଉଥିବା ଡଂଗା ପରି ଟଳମଳ। ଅକ୍ଷୟ ମହାନ୍ତି ବିନା ଆମର ପ୍ରେମ,ବିରହ,ସ୍ମୃତି, ଗାଲୁଗପ, ଆମର ଖଟି,ଆମର ଇତିହାସ ଓ ଆମର ଆସର- କିଛି ବି ଚାଲିପାରିବ ନାହିଁ।ତାଂକ କଣ୍ଠସ୍ବର ସର୍ବବ୍ୟାପୀ ଓ ସବୁ କିଛିକୁ ସମ୍ମୋହିତ କରି ରଖିଲା ପରି।ଅକ୍ଷୟ ମହାନ୍ତି କେବଳ ଗାୟକ…
ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍ ଏସ୍ଏ ବୋବଡେ ଅନୁପସ୍ଥିତ ଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହେବ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଅବଦୁଲ ନଜିର ରହିଛନ୍ତି। ୨୦୧୦ରେ ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି…
ଅଲ୍ ଇଣ୍ଡିଆ କିସାନ ସଭା (ଏଆଇକେଏସ୍) ପକ୍ଷରୁ ନାସିକ୍ରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିଲୋମିଟର ରାସ୍ତାରେ କୃଷକମାନଙ୍କ ପଦଯାତ୍ରା ବୁଧବାର ଆରମ୍ଭ ହୋଇଛି । ଦାବି ପୂରଣ ଲାଗି ପଦଯାତ୍ରା କରି ରାଜଧାନୀ ମୁମ୍ବାଇ ଯିବା ଲାଗି ମହାରାଷ୍ଟ୍ରର ୨୩ଟି ଜିଲ୍ଲାର କୃଷକ ବୁଧବାର ନାସିକରେ ଏକାଠି ହୋଇଛନ୍ତି । ଏହି ପଦଯାତ୍ରାରେ ପ୍ରାୟ ୫୦ ହଜାର କୃଷକ ଯୋଗ ଦେବେ ବୋଲି ପୂର୍ବରୁ ଆଶା କରାଯାଉଛି । ଆସନ୍ତା ୨୭ ତାରିଖରେ ଏହି ପଦଯାତ୍ରାକୁ ମହାରାଷ୍ଟ୍ର ବିଧାନସଭା ସମ୍ମୁଖରେ ସମାପ୍ତ କରିବାର ଯୋଜନା ରହିଛି । ଗତବର୍ଷ ମାର୍ଚ ମାସରେ ମଧ୍ୟ କୃଷକମାନେ ନାସିକ୍ରୁ ମୁମ୍ବାଇ ପଦଯାତ୍ରା କରିଥିଲେ । ସେ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭିସ୍ କୃଷକମାନଙ୍କ ଯେଉଁ ଦାବି ସବୁ ପୂରା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ୍ ପୂରା ହୋଇନାହିଁ । କୃଷକମାନଙ୍କୁ ଋଣ ଛାଡ଼, ସର୍ବନିମ୍ନ ସମର୍ଥନ ମୂଲ୍ୟ, ଜଳସେଚନ ସୁବିଧା…
ଓଡ଼ିଶା ଗସ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ । ଛତିଶଗଡ଼ ରାଜଧାନୀ ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚି କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଯୋଗୀ । ଭାବନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ କର୍ମୀ ସମାବେଶରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ଦଳୀୟ ସମାବେଶରେ ଅଭିଭାଷଣ ଦେଇ ସେ ପାକିସ୍ତାନ ଉପରେ ବର୍ଷିଥିଲେ । ସେ କହିଥିଲେ, ଆଜି ପାକିସ୍ତାନ ଓ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଭାରତକୁ ଡରୁଛନ୍ତି । ତେବେ ଆତଙ୍କବାଦ ବିରୋଧରେ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଦରକାର । ପାକିସ୍ତାନକୁ କଡା ତାଗିଦ କରି ଯୋଗୀ କହିଛନ୍ତି କି, କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ…
ଏରିକ୍ସନ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନୀ ଓ ରିଲାଏନ୍ସ କମ୍ୟୁନିକେସନ୍ର ଦୁଇଜଣ ନିବେଶକଙ୍କୁ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନିଲଙ୍କ ବ୍ୟତୀତ ରିଲାଏନ୍ସ ଟେଲିକମ୍ର ଅଧ୍ୟକ୍ଷ ସତୀଶ ସେଠ୍ ଓ ରିଲାଏନ୍ସ ଇନ୍ଫ୍ରାଟେଲର ଅଧ୍ୟକ୍ଷା ଛାୟା ବିରାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନ୍ୟାୟାଳୟ ଆଗାମୀ ୮ ସପ୍ତାହ ମଧ୍ୟରେ ଏରିକସନକୁ ୪୫୩ କୋଟି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ନ କଲେ ଅଭିଯୁକ୍ତଙ୍କୁ ଜେଲଦଣ୍ଡ ଦିଆଯିବ ବୋଲି ମଧ୍ୟ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇ ସାଧାରଣ ସଂପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଉପା ଅଧ୍ୟକ୍ଷା ତଥା ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଯାହା ଚର୍ଚ୍ଚା ହେଉଥିଲା, ସେଥିରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଳିଥିବା ସୂତ୍ରରୁ ଜଣାଯାଇଛି ଯେ ସୋନିଆ ଗାନ୍ଧୀ ପୁନର୍ବାର ନିଜର ପାରମ୍ପାରିକ ଆସନ ରାୟବରେଲିରୁ ହିଁ ନିର୍ବାଚନ ଲଢିବେ । ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ସେ ପ୍ରାୟ ତିନି ଦଶନ୍ଧି ଧରି ନିର୍ବାଚିତ ହୋଇ ଆସୁଛନ୍ତି । ଏଣୁ ପୁଣି ଥରେ ସୋନିଆ ଏଠାରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି ।
ଭୁବନେଶ୍ୱର ପଳାସପଲ୍ଲୀ ଅଂଚଳରେ ଗତ ଦୁଇ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ବାଘ ଶେଷରେ ଧରାପଡିଲା । ଗତକାଲି ବିଳମ୍ବିତ ରାତିରେ ବନବିଭାଗର ଉଦ୍ୟମରେ ତାଙ୍କୁ ଧରାଯାଇଥିଲା । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଯନ୍ତା ଭିତରେ କୁକୁଡା ରଖାଯାଇଥିଲା । ବାଘଟି କୁକୁଡା ଖାଇବାକୁ ଆସିଥିବା ବେଳେ ବିମାନବନ୍ଦର କାର୍ଗୋ ନିକଟରୁ ତାକୁ କାବୁ କରାଯାଇଥିଲା । ବାଘଟିକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଦିନ ହେଲା ବାଘ ପଳାସପଲ୍ଲୀ ଅଂଚଳରେ ବୁଲାବୁଲି କରୁଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ ।
ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ କୁଟନୈତିକ ସ୍ତରରେ ମିଳିଛି ବଡ଼ ସମର୍ଥନ। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଜାତିସଂଘରେ ପ୍ରସ୍ତାବ ଆଣିବ ଫ୍ରାନ୍ସ। ଆସନ୍ତା ଦିନେ ଦୁଇ ଦିନ ଭିତରେ ଏ ସମ୍ପର୍କୀତ ପ୍ରସ୍ତାବ ଉପସ୍ଥାପନ କରିପାରେ ଫ୍ରାନ୍ସ। ଯେଉଁଥିରେ ମାସୁଦ ଆଝାରକୁ ଆତଙ୍କବାଦୀ ତାଲିକାଭୁକ୍ତ ପାଇଁ ଦାବି କରାଯିବ। ୨୦୧୭ରେ ଆମେରିକା ବ୍ରୀଟେ୍ନ୍ ସମର୍ଥନରେ ଜାତିସଂଘରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଉପରେ ପ୍ରତିବନ୍ଧ ଲଗାଇବାକୁ ଦାବି ଉଠାଇଥିଲା। ସେହି ପ୍ରସ୍ତାବ ଉପରେ ରୋକ ଲଗାଇଥିଲା ଚୀନ।

