ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ବିଜେଡି ତାହାକୁ ସମର୍ଥନ କରିବ। ବିଜେଡି ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନରଙ୍କ ନିକଟରେ ଏହିପରି ଲିଖତ ଜଣାଇବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତ ସରଗରମ ହୋଇପଡିଛି। ତାହାର କାରଣ ମଧ୍ୟ ରହିଛି। ତାହା ହେଉଛି ଗତ କିଛି ମାସ ଧରି ରାଜ୍ୟ ସରକାର ଯେପରି ଯୋଜନା ପରେ ଯୋଜନା ଘୋଷଣା କରିବା। ଯେପରି ବିଜ୍ଞାପନ ପ୍ରକାଶ କରି ସରକାରଙ୍କ ପ୍ରଚାର କରିବା, ସାରା ରାଜ୍ୟର ମୁଖ୍ୟ ସହରରେ ହୋଡିଂ ଲଗାଇବା ପ୍ରଭୃତି କାମକୁ ଦେଖିଲେ ଅନୁମାନ କରାଯାଉଛି ଯେ, ସରକାର ପୁରା ନିର୍ବାଚନ ମୁଡରେ ଅଛନ୍ତି। ତେବେ ସେହି ସବୁ ସନ୍ଦେହକୁ ସୁୃଦୃଢ କରିଦେଲା ପିନାକୀ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବା ଘଟଣା। ତେବେ ରାଜ୍ୟ ସରକାର ଆଗୁଆ ନିର୍ବାଚନକୁ ଆଉ ଏକ ବଳିଷ୍ଠ ପ୍ରମାଣ କରୁଛି ଆଗୁଆ ଅତିରିକ୍ତ ବଜେଟ ଉପସ୍ଥାପନା କରିବା। ସାଧାରଣତଃ ଅତିରିକ୍ତ ବଜେଟ ଶୀତ…
Author: Samikhsya Bureau
ଭାରତରେ 650ଟି ଶାଖାରେ ବର୍ତ୍ତମାନ ଖୋଲାଯାଇଛି ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ପୂର୍ବରୁ ସୁପ୍ତ ହୋଇପଡିଥିବା ପୋଷ୍ଟ ଅଫିସଗୁଡିକ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛି। କେବଳ ଚିଠି ଓ ମନି ଅର୍ଡର କାମରେ ନିଜକୁ ନିୟୋଜିତ ରଖିଥିବା ପୋଷ୍ଟାଲ କର୍ମଚାରୀମାନେ ବର୍ତ୍ତମାନ ନିଜକୁ ବ୍ୟାଙ୍କ ସେବାରେ ନିୟୋଜିତ ରଖିବେ। ତେବେ ଏହି ବ୍ୟାଙ୍କରେ ଯେଉଁମାନେ ଆକାଉଣ୍ଟ ଖୋଲିବେ ସେମାନେ କେତେକ କଥା ଜାଣିବାର ଆବଶ୍ୟକତା ରହିଛି। 1-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ। ଏହାର ପୁରା 100 ପ୍ରତିଶତ ଇକ୍ୟୁଟ ଭାରତ ସରକାରଙ୍କ ଅଧିନରେ ରହିବ। 2-ଏହି ବ୍ୟାଙ୍କର ପାଇଲଟ ପ୍ରକଳ୍ପ 2017 ମସିହା ଜାନୁୟାରୀ 30 ତାରିଖରେ ଆରମ୍ଭ କରାଯାଇଥିଲା। ପ୍ରଥମେ ରାଞ୍ଚି ଏବଂ ରାୟପୁରରେ ପାଇଲଟ ପ୍ରକଳ୍ପ ଭାବେ ପୋଷ୍ଟ ଅଫିସ ଗୁଡିକୁ ବ୍ୟାଙ୍କରେ ପରିଣତ କରାଯାଇଥିଲା। ସେହି ପ୍ରକଳ୍ପ ସଫଳତା ହାସଲ କରିବା ପରେ…

