କେଦାର ମିଶ୍ର ମୋତେ ପେଟ୍ରୋଲ ଦର ବାଧୁନାଇଁ କାରଣ ମୋତେ ପେଟ୍ରୋଲ ମାଗଣାରେ ମିଳୁଛି – କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଏମିତି କିଛି ବକ୍ତବ୍ୟ ରଖିଥିଲେ। ସତ କଥା, ମନ୍ତ୍ରୀମାନଙ୍କୁ ହାତରୁ ପଇସା ଦେଇ ତେଲ ପକେଇବାକୁ ପଡୁନି। ତେଣୁ ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଯେତେବେଳେ ଆକାଶ ଛୁଆଁ ହୋଇସାରିଛି, ସେତେବେଳେ ସାଧାରଣ ମଣିଷର ଆଖିରୁ ଲୁହ ଶୁଖୁନଥିବା ବେଳେ ଏହାକୁ ନେଇ ଶାସକ ଦଳର ନେତା ଓ ମନ୍ତ୍ରୀ ମାନେ ବେଶ ଆନନ୍ଦରେ ଅଛନ୍ତି। ୨୦୧୪ ପୂର୍ବରୁ ଯେତେବେଳେ ତେଲ ଦର ବଢୁଥିଲା, ସେତେବେଳେ ସଂସଦରୁ ସଡକ ପର୍ଯନ୍ତ ସବୁକିଛି ଥଋ ଉଠୁଥିଲା। ଆନ୍ତର୍ଜାତୀୟ ବଜାରରେ ସେତେବେଳେ ତେଲର ବ୍ୟାରେଲ ପିଛା ମୂଲ୍ୟ ପ୍ରାୟ ୧୨୦ ଡଲାର ଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୬୩। ତେବେ ଆଜି ବିଶ୍ଵ ବଜାରରେ ତେଲର ବ୍ୟାରେଲ ପିଛା ମୂଲ୍ୟ…
Author: Samikhsya Bureau
କେଦାର ମିଶ୍ର ନବେ ଦଶକରେ ବିଜୁ ପଟ୍ଟନାୟକ ଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ। ଭବାନୀପାଟଣା ର ଏକ ସଭାରେ ତାଙ୍କ ଉପରକୁ କିଛି ଯୁବକ ଢେଲା ମାଡ କଲେ। ବିଜୁ ବାବୁ ରକ୍ତାକ୍ତ ଓ ଆହତ ହେବା ସତ୍ତ୍ୱେ ସଭା କାର୍ଯ୍ୟ ଜାରି ରଖିଲେ। ଯେ କୌଣସି ପ୍ରକାର ପ୍ରତିବାଦକୁ ସାମନା କରି ଅଟଳ ରହିବାର ବିରଳ ଦକ୍ଷତା ବିଜୁ ବାବୁଙ୍କର ଥିଲା। ତେବେ ସ୍ଵାଭାବିକ ଭାବରେ ଯେଉଁ ଯୁବକମାନେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ ତାଙ୍କୁ ପୋଲିସ ଗିରଫ କରିଥିଲା। ସଭାପରେ ନିଜେ ମୁଖ୍ୟମନ୍ତ୍ରୀ ଥାନାକୁ ଯାଇ ଆକ୍ରମଣକାରୀ ଯୁବକମାନଙ୍କୁ ଭେଟିଥିଲେ ଓ ସେମାନଙ୍କ ବିରୋଧରେ କୌଣସି କାର୍ୟାନୁଷ୍ଠାନ ନ ନେବାକୁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବାଦକୁ ଗଣତନ୍ତ୍ରରେ ସାମନା କରିବା ପ୍ରତ୍ୟେକ ନେତାର ପ୍ରାଥମିକ ଦାୟିତ୍ଵ ଓ ପ୍ରତିବାଦକୁ ସାମ୍ନା କରିପାରିବାର କଳା ରାଜନୀତିରେ ତିଷ୍ଠିବାର ସବୁଠୁ ବଡ ଆବଶ୍ୟକତା। ତେବେ ସମୟକ୍ରମେ ପ୍ରତିବାଦକୁ ଡରିମରି ଅଭେଦ୍ୟ ସୁରକ୍ଷା…
କେଦାର ମିଶ୍ର ୮, ନଭେମ୍ବର ୨୦୧୬, ସେଦିନ ସାରା ଭାରତରେ ଟଙ୍କା ସରିଗଲା। ଭାରତର ପ୍ରଧାନମନ୍ତ୍ରୀ ରାତାରାତି ଘୋଷଣା କଲେ, ଦେଶରେ ପ୍ରଚଳିତ ପାଞ୍ଚ ଶହ ଓ ହଜାର ଟଙ୍କିଆ ନୋଟ କେବଳ କାଗଜର ଟୁକୁରା ମାତ୍ର। ଏହାର କୌଣସି ମୂଲ୍ୟ ଆଉ ନାହିଁ। ରାତି ପାହିଲା ବେଳକୁ ଆମ ହାତରେ ଥିବା ଟଙ୍କା କାମରେ ଲାଗିବା ଅବସ୍ଥାରେ ନଥିଲା। କୌଣସି ଗଣତାନ୍ତ୍ରିକ ଦେଶରେ ଏ ପ୍ରକାର ନିଷ୍ପତ୍ତି କୁ ସହଜରେ ଗ୍ରହଣ କରିନେବା ମୋ ମତରେ ଆମ ସମୟରେ ସବୁଠୁ ବଡ ରାଜନୈତିକ ବିସ୍ମୟ। ତେବେ ସେତେବେଳେ ଲୋକଙ୍କୁ ବୁଝାଇ ଦିଆଗଲା ଯେ ଦେଶରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର କଳାଟଙ୍କା ୟାପରେ ମାଟିରେ ମିଶିଯିବ। ଏହି ବିରାଟ ଅର୍ଥନୈତିକ ସଂସ୍କାରର ଫଳ ସ୍ଵରୂପ ଅତି କମ ରେ ୨ ରୁ ୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇପାରିବ ନାହିଁ ଓ ସେଇଟା ସରକାରଙ୍କ…
ଗତ କିଛି ଦିନ ହେଲା ରଣବୀର ଓ ଆଲିଆଙ୍କ ପ୍ରେମକୁ ନେଇ ଖୁବ ଚର୍ଚ୍ଚା ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଦୁଇଜଣ ଖୁବ ଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଉ ତାଙ୍କର ଏହି ସମ୍ପର୍କକୁ ଦୁଇ ପରିବାର ପକ୍ଷରୁ କୁଆଡେ ସ୍ୱୀକୃତି ମିଳି ସାରିଛି । ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଦୁହିଁଙ୍କ ପରିବାର ଲୋକମାନେ ମଧ୍ୟ ଖୁବ ଖୁସି ଥିବା ଜଣାପଡିଛି । ଋିଷି କପୁର ଏବଂ ମହେଶ ଭଟ୍ଟଙ୍କ ପରେ ନିକଟରେ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ରଣବୀର ବହୁତ ଭଲ ପିଲା ଏବଂ ସେ ତାଙ୍କ ଝିଅର ଫ୍ରିଡମକୁ ବହୁତ ସମ୍ନାନ କରନ୍ତି । ତେବେ ରଣବୀର ଏବଂ ଆଲିଆ ଏବେ ମିଶିକି ଫିଲ୍ମ ମଧ୍ୟ କରୁଛନ୍ତି । ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଛି । ରଣବୀର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ସରକାରୀ ଗସ୍ତରେ ଆସିଥିଲେ ମଧ୍ୟ ସେ ତାଳଚେର ଏବଂ ଝାରସୁଗୁଡାରେ ଦଳିୟ କର୍ମିଙ୍କୁ ଯେପରି ଭାଷଣ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଓଡିଶା ଗସ୍ତ ସଂପୂର୍ଣ୍ଣ ଭାବେ ସରକାରୀ ଥିଲା, ହେଲେ ସରକାରୀ ଗସ୍ତ ସାରି ଉଭୟ ସ୍ଥାନରେ ସେ ଦଳୀୟ ସଭା ମଧ୍ୟ କରିଛନ୍ତି। ଏହି ଦଳୀୟ ସଭାରେ ସେ କେନ୍ଦ୍ରର ବିଜେପି ସରକାରର ସଫଳତା କାହାଣୀ କହିବା ସହିତ ରାଜ୍ୟରେ ନବୀନ ସରକାରଙ୍କ ବିଫଳତାକୁ ବେଶ୍ ବାକ୍ ଚାତୁରୀ ସହ ପରିପ୍ରକାଶ କରିଛନ୍ତି। ତାଙ୍କର ଦୀର୍ଘତ୍ତମ ଭାଷଣର ଯେଉଁ କେତୋଟି ଉଲ୍ଲେଖନୀୟ ପ୍ରସଂଗ ଥିଲା ତାହା ହେଉଛି. 1-କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି. ଏହା ଦ୍ବାରା ଦେଶର 50 କୋଟି ଲୋକ ଉପକୃତ ହେବେ। ହେଲେ ରାଜ୍ୟରେ ନବୀନ ସରକାର ନିଜସ୍ବ ଯୋଜନା କରି କେନ୍ଦ୍ରର ଯୋଜନାକୁ ଲାଗୁ…
ବିଜେଡିର ଅନ୍ୟତ୍ତମ ନେତା ତଥା ପୂର୍ବତ୍ତନ ସାଂସଦ ବୈଜୟନ୍ତଙ୍କ ପରେ ଅନ୍ୟତମ ନେତା ଡାକ୍ତର ଦାମୋଦର ରାଉତ ପାଳିପଡିଲା। ନବୀନ ନିବାସରେ ଜଗତସିଂହପୁର ଜିଲ୍ଲାର ବିଜେଡି ନେତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଦାମଙ୍କୁ ବହସ୍କାର ଦାବୀ କଲେ। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ ଏହାକୁ ତର୍ଜମା କରିବେ ବୋଲି କହିଲେ। ସେତେବେଳେ ଆଭାସ ମିଳିଲା ଯେ, ଦାମୋଦରଙ୍କୁ ନବୀନ ବହିସ୍କାର କରିବେ। ଶେଷରେ ତାହା ହିଁ ହେଲା। ତେବେ ବହିସ୍କାର ଖବର ପାଇବା ପରେ ଦାମ ରାଗି ଲାଲ ପଡିଯାଇଥିଲେ। ତେବେ ଧର୍ଯ୍ୟର ସହ ସେ ଗଣମାଧ୍ୟମକୁ ଗୋଟିଏ ପରେ ଗୋଟିଏ ଉତ୍ତର ଦେଉଥିଲେ। ଦାମୋଦରଙ୍କ ପ୍ରତିକ୍ରିୟା ହେଲା ସେ ଅନ୍ୟ ଦଳକୁ ଯିବି ନାହିଁ କିନ୍ତୁ ସାଧାରଣ ଜୀବନରେ ରହିବେ। ଆଗାମୀ ନିର୍ବାଚନରେ ଲଢ଼ିବି ଓ ଓଡ଼ିଶାର ଯେକୌଣସି ସ୍ଥାନରୁ ଲଢ଼ିବାର ସାମର୍ଥ୍ୟ ମୋର ଅଛି” ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ…
ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର କହିଛନ୍ତି ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ନେଇ ଭାରତ ପରି ଅର୍ଥବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କ୍ୟାବିନେଟ୍ ମିଟିଂ ପରେ ମିଡିଆକୁ ସମ୍ବୋଧିତ କରି ଜେଟଲୀ ଅନେକ ମହତ୍ଵପୂର୍ଣ୍ଣ ପ୍ରଶ୍ନର ଜବାବ ଦେଇଛନ୍ତି ଯେଉଁଥିରେ ରାଫେଲ ଡିଲ୍, ଜନଧନ ଯୋଜନା ଖାତା ପରି ପ୍ରସଙ୍ଗ ସାମିଲ। ଜେଟଲୀ କହିଛନ୍ତି ଟଙ୍କା ହ୍ରାସ ପଛର କାରଣ ଘରୋଇ ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ କାରଣ ଅଟେ। ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ ଯଦି ଆପଣ ଅନ୍ତରାଷ୍ଟ୍ରୀୟ କିମ୍ବା ଘରୋଇ ସ୍ତରରେ ଦେଖିବେ ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ପଛରେ କୌଣସି ଘରୋଇ କାରଣ ନାହିଁ। ସମସ୍ତ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ରହିଛି। ଜେଟଲୀ କହିଛନ୍ତି ଯେ ଆମକୁ ଏହା ଧ୍ୟାନ ରଖିବା ଉଚିତ୍ ଯେ କେବଳ ଭାରତ ଟଙ୍କା ନୁହେଁ ଡଲାର ତୂଳନାରେ ସବୁ କରେନ୍ସି…
ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ବିଜେଡି ତାହାକୁ ସମର୍ଥନ କରିବ। ବିଜେଡି ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନରଙ୍କ ନିକଟରେ ଏହିପରି ଲିଖତ ଜଣାଇବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତ ସରଗରମ ହୋଇପଡିଛି। ତାହାର କାରଣ ମଧ୍ୟ ରହିଛି। ତାହା ହେଉଛି ଗତ କିଛି ମାସ ଧରି ରାଜ୍ୟ ସରକାର ଯେପରି ଯୋଜନା ପରେ ଯୋଜନା ଘୋଷଣା କରିବା। ଯେପରି ବିଜ୍ଞାପନ ପ୍ରକାଶ କରି ସରକାରଙ୍କ ପ୍ରଚାର କରିବା, ସାରା ରାଜ୍ୟର ମୁଖ୍ୟ ସହରରେ ହୋଡିଂ ଲଗାଇବା ପ୍ରଭୃତି କାମକୁ ଦେଖିଲେ ଅନୁମାନ କରାଯାଉଛି ଯେ, ସରକାର ପୁରା ନିର୍ବାଚନ ମୁଡରେ ଅଛନ୍ତି। ତେବେ ସେହି ସବୁ ସନ୍ଦେହକୁ ସୁୃଦୃଢ କରିଦେଲା ପିନାକୀ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବା ଘଟଣା। ତେବେ ରାଜ୍ୟ ସରକାର ଆଗୁଆ ନିର୍ବାଚନକୁ ଆଉ ଏକ ବଳିଷ୍ଠ ପ୍ରମାଣ କରୁଛି ଆଗୁଆ ଅତିରିକ୍ତ ବଜେଟ ଉପସ୍ଥାପନା କରିବା। ସାଧାରଣତଃ ଅତିରିକ୍ତ ବଜେଟ ଶୀତ…
ଭାରତରେ 650ଟି ଶାଖାରେ ବର୍ତ୍ତମାନ ଖୋଲାଯାଇଛି ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ପୂର୍ବରୁ ସୁପ୍ତ ହୋଇପଡିଥିବା ପୋଷ୍ଟ ଅଫିସଗୁଡିକ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛି। କେବଳ ଚିଠି ଓ ମନି ଅର୍ଡର କାମରେ ନିଜକୁ ନିୟୋଜିତ ରଖିଥିବା ପୋଷ୍ଟାଲ କର୍ମଚାରୀମାନେ ବର୍ତ୍ତମାନ ନିଜକୁ ବ୍ୟାଙ୍କ ସେବାରେ ନିୟୋଜିତ ରଖିବେ। ତେବେ ଏହି ବ୍ୟାଙ୍କରେ ଯେଉଁମାନେ ଆକାଉଣ୍ଟ ଖୋଲିବେ ସେମାନେ କେତେକ କଥା ଜାଣିବାର ଆବଶ୍ୟକତା ରହିଛି। 1-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ। ଏହାର ପୁରା 100 ପ୍ରତିଶତ ଇକ୍ୟୁଟ ଭାରତ ସରକାରଙ୍କ ଅଧିନରେ ରହିବ। 2-ଏହି ବ୍ୟାଙ୍କର ପାଇଲଟ ପ୍ରକଳ୍ପ 2017 ମସିହା ଜାନୁୟାରୀ 30 ତାରିଖରେ ଆରମ୍ଭ କରାଯାଇଥିଲା। ପ୍ରଥମେ ରାଞ୍ଚି ଏବଂ ରାୟପୁରରେ ପାଇଲଟ ପ୍ରକଳ୍ପ ଭାବେ ପୋଷ୍ଟ ଅଫିସ ଗୁଡିକୁ ବ୍ୟାଙ୍କରେ ପରିଣତ କରାଯାଇଥିଲା। ସେହି ପ୍ରକଳ୍ପ ସଫଳତା ହାସଲ କରିବା ପରେ…

